Odia Page 838

ਕਰਿ ਦਇਆ ਲੇਹੁ ਲੜਿ ਲਾਇ ॥
ନାନକ ବିନତି କରନ୍ତି ଯେ ହେ ପ୍ରଭୁ! ଦୟା କରି ମୋତେ ନିଜ ସାଥିରେ ମିଳନ କରାଇ ଦିଅ,         

ਨਾਨਕਾ ਨਾਮੁ ਧਿਆਇ ॥੧॥
ମୁଁ ନାମର ହିଁ ଧ୍ୟାନ କରିଥାଏ॥1॥     

ਦੀਨਾ ਨਾਥ ਦਇਆਲ ਮੇਰੇ ਸੁਆਮੀ ਦੀਨਾ ਨਾਥ ਦਇਆਲ ॥
ହେ ମୋର ସ୍ଵାମୀ! ତୁ ଦୀନନାଥ ଏବଂ ବଡ ଦୟାଳୁ ଅଟୁ ଆଉ     

ਜਾਚਉ ਸੰਤ ਰਵਾਲ ॥੧॥ ਰਹਾਉ ॥
ମୁଁ ସନ୍ଥଙ୍କ ଚରଣ-ଧୂଳିର ହିଁ କାମନା କରିଥାଏ॥1॥ରୁହ॥               

ਸੰਸਾਰੁ ਬਿਖਿਆ ਕੂਪ ॥
ଏହି ସଂସାର ମାୟା ରୂପୀ ବିଷର କୂଅ ଅଟେ,             

ਤਮ ਅਗਿਆਨ ਮੋਹਤ ਘੂਪ ॥
ଯେଉଁଥିରେ ଅଜ୍ଞାନ ଏବଂ ମୋହର ଘର ଅନ୍ଧକାର ଥାଏ।  

ਗਹਿ ਭੁਜਾ ਪ੍ਰਭ ਜੀ ਲੇਹੁ ॥
ହେ ପ୍ରଭୁ! ମୋର ବାହୁ ଧରି ମୋର ରକ୍ଷା କର ଆଉ  

ਹਰਿ ਨਾਮੁ ਅਪੁਨਾ ਦੇਹੁ ॥
ନିଜ ନାମ ପ୍ରଦାନ କର,           

ਪ੍ਰਭ ਤੁਝ ਬਿਨਾ ਨਹੀ ਠਾਉ ॥
ତୋ’ ବିନା ମୋର ଆଉ କିଛି ଠିକଣା ନାହିଁ।       

ਨਾਨਕਾ ਬਲਿ ਬਲਿ ਜਾਉ ॥੨॥
ନାନକ ତୋ’ ପ୍ରତି ବାରମ୍ବାର ସମର୍ପିତ ଅଟନ୍ତି॥2॥        

ਲੋਭਿ ਮੋਹਿ ਬਾਧੀ ਦੇਹ ॥
ଲୋଭ ମୋହ ତୋର ଶରୀରକୁ ବାନ୍ଧି ନେଇଛି ଆଉ              

ਬਿਨੁ ਭਜਨ ਹੋਵਤ ਖੇਹ ॥
ପ୍ରଭୁ-ଭଜନ ବିନା ଏହା ମାଟି ହୋଇଯାଏ।       

ਜਮਦੂਤ ਮਹਾ ਭਇਆਨ ॥
ଯମଦୂତ ବହୁତ ଭୟାନକ ଅଟେ ଆଉ                  

ਚਿਤ ਗੁਪਤ ਕਰਮਹਿ ਜਾਨ ॥
ଚିତ୍ରଗୁପ୍ତ ତୁ କରିଥିବା କର୍ମ ଜାଣିଥାଏ ଏବଂ     

ਦਿਨੁ ਰੈਨਿ ਸਾਖਿ ਸੁਨਾਇ ॥
ସେ ସାକ୍ଷୀ ବନି ଦିନରାତି ମୋର କର୍ମକୁ ଯମରାଜଙ୍କ କଚେରୀରେ ଶୁଣାଇ ଥାଏ।        

ਨਾਨਕਾ ਹਰਿ ਸਰਨਾਇ ॥੩॥
ହେ ନାନକ! ମୁଁ ହରିଙ୍କ ଶରଣରେ ଆସିଛି॥3॥           

ਭੈ ਭੰਜਨਾ ਮੁਰਾਰਿ ॥
ହେ ଭୟଭଞ୍ଜନ ମୁରାରୀ!    

ਕਰਿ ਦਇਆ ਪਤਿਤ ਉਧਾਰਿ ॥
ଦୟା କରି ମୋ’ ଭଳି ପତିତର ଉଦ୍ଧାର କର। 

ਮੇਰੇ ਦੋਖ ਗਨੇ ਨ ਜਾਹਿ ॥
ମୋର ଦୋଷ ଗଣାଯାଇ ପାରେ ନାହିଁ,         

ਹਰਿ ਬਿਨਾ ਕਤਹਿ ਸਮਾਹਿ ॥
ତୋ’ ବିନା ଏହି ପାପ ଅନ୍ୟ କିଏ ଦୂର କରି ପାରିବ?           

ਗਹਿ ਓਟ ਚਿਤਵੀ ਨਾਥ ॥
ନାନକଙ୍କ ପ୍ରାର୍ଥନା ଯେ ହେ ନାଥ! ମୁଁ ତୋର ସାହାରା ନେବା ବିଷୟରେ ଭାବିଥାଏ,      

ਨਾਨਕਾ ਦੇ ਰਖੁ ਹਾਥ ॥੪॥
ଏଣୁ ନିଜ ହାତରେ ମୋର ରକ୍ଷା କର॥4॥  

ਹਰਿ ਗੁਣ ਨਿਧੇ ਗੋਪਾਲ ॥
ହେ ଗୁଣାନିଧି ପ୍ରଭୁ!            

ਸਰਬ ਘਟ ਪ੍ਰਤਿਪਾਲ ॥
ତୁ ସାରା ଜଗତର ପ୍ରତିପାଳକ ଅଟୁ।            

ਮਨਿ ਪ੍ਰੀਤਿ ਦਰਸਨ ਪਿਆਸ ॥
ମୋର ମନରେ ତୋର ହିଁ ପ୍ରେମ ବନି ରହିଛି ଆଉ ତୋର ଦର୍ଶନର ତୀବ୍ର ଲାଳସା ଅଛି।    

ਗੋਬਿੰਦ ਪੂਰਨ ਆਸ ॥
ହେ ଗୋବିନ୍ଦ! ମୋର ଅଭିଲାଷ ପୁରା କର,              

ਇਕ ਨਿਮਖ ਰਹਨੁ ਨ ਜਾਇ ॥
ତୋ’ ବିନା ମୁଁ ଏକ କ୍ଷଣ ମଧ୍ୟ ରହି ପାରେ ନାହିଁ।   

ਵਡ ਭਾਗਿ ਨਾਨਕ ਪਾਇ ॥੫॥
ହେ ନାନକ! ଭାଗ୍ୟଶାଳୀକୁ ହିଁ ତାହାଙ୍କ ପ୍ରାପ୍ତି ହୋଇଥାଏ॥5॥          

ਪ੍ਰਭ ਤੁਝ ਬਿਨਾ ਨਹੀ ਹੋਰ ॥
ହେ ପ୍ରଭୁ! ତୋ’ ବିନା ମୋର ଅନ୍ୟ କେହି ନାହାନ୍ତି,      

ਮਨਿ ਪ੍ਰੀਤਿ ਚੰਦ ਚਕੋਰ ॥
ମୋର ମନରେ ତୋ’ ପାଇଁ ଏପରି ପ୍ରେମ ବନି ଯାଇଛି, ଯେପରି ଚନ୍ଦ୍ର ସହିତ ଚକୋରର ଅଛି,       

ਜਿਉ ਮੀਨ ਜਲ ਸਿਉ ਹੇਤੁ ॥
ଯେପରି ମାଛକୁ ଜଳ ସହିତ ଅଛି,            

ਅਲਿ ਕਮਲ ਭਿੰਨੁ ਨ ਭੇਤੁ ॥
ଯେପରି ଭଅଁର ସହିତ କମଳର ଅଛି ଏବଂ   

ਜਿਉ ਚਕਵੀ ਸੂਰਜ ਆਸ ॥
ଯେପରି ଚକୱିକୁ ସୂର୍ଯ୍ୟ ଉଦୟର ଆଶା ଲାଗି ରହିଥାଏ, 

ਨਾਨਕ ਚਰਨ ਪਿਆਸ ॥੬॥
ସେପରି ହିଁ ନାନକଙ୍କୁ ତୋର ଚରଣର ତୃଷ୍ଣା ଲାଗି ରହିଥାଏ॥6॥            

ਜਿਉ ਤਰੁਨਿ ਭਰਤ ਪਰਾਨ ॥
ଯେପରି ନବ ଯୁବତୀର ପତି ତାହାର ପ୍ରାଣ ଅଟେ, 

ਜਿਉ ਲੋਭੀਐ ਧਨੁ ਦਾਨੁ ॥
ଯେପରି ଲୋଭୀ ମନୁଷ୍ୟ ଧନ ନେଇ ବଡ ଖୁସି ହୋଇଥାଏ,               

ਜਿਉ ਦੂਧ ਜਲਹਿ ਸੰਜੋਗੁ ॥
ଯେପରି ଦୁଧର ଜଳ ସହିତ ସଂଯୋଗ ହୋଇଥାଏ,      

ਜਿਉ ਮਹਾ ਖੁਧਿਆਰਥ ਭੋਗੁ ॥
ଯେପରି କ୍ଷୁଧାର୍ତ୍ତକୁ ଭୋଜନ ପ୍ରିୟ ହୋଇଥାଏ,            

ਜਿਉ ਮਾਤ ਪੂਤਹਿ ਹੇਤੁ ॥
ଯେପରି ମାତାକୁ ନିଜ ସନ୍ତାନ ସହିତ ସ୍ନେହ ହୋଇଥାଏ,          

ਹਰਿ ਸਿਮਰਿ ਨਾਨਕ ਨੇਤ ॥੭॥
ହେ ନାନକ! ସେପରି ହିଁ ନିତ୍ୟ ଭଗବାନଙ୍କ ସ୍ମରଣ କରିବା ଉଚିତ॥7॥   

ਜਿਉ ਦੀਪ ਪਤਨ ਪਤੰਗ ॥
ଯେପରି ପତଙ୍ଗ ଦୀପ ଉପରେ ପଡିଥାଏ,    

ਜਿਉ ਚੋਰੁ ਹਿਰਤ ਨਿਸੰਗ ॥
ଯେପରି ଚୋର ନିଃସଙ୍କୋଚରେ ଚୋରୀ କରିଥାଏ,         

ਮੈਗਲਹਿ ਕਾਮੈ ਬੰਧੁ ॥
ଯେପରି ହାତୀର ସମ୍ବନ୍ଧ କାମ ବାସନା ସହିତ ଥାଏ,             

ਜਿਉ ਗ੍ਰਸਤ ਬਿਖਈ ਧੰਧੁ ॥
ଯେପରି ବିକାରର ଧନ୍ଦା ବିକାରୀ ମନୁଷ୍ୟକୁ ବଶରେ ରଖିଥାଏ,        

ਜਿਉ ਜੂਆਰ ਬਿਸਨੁ ਨ ਜਾਇ ॥
ଯେପରି ଜୁଆଡିର ଜୁଆ ଖେଳିବାର ଅଭ୍ୟାସ ଯାଏ ନାହିଁ,    

ਹਰਿ ਨਾਨਕ ਇਹੁ ਮਨੁ ਲਾਇ ॥੮॥
ସେପରି ହିଁ ତୁ ନିଜ ମନ ପରମାତ୍ମାଙ୍କ ସାଥିରେ ଲଗାଇ ରଖ॥8॥           

ਕੁਰੰਕ ਨਾਦੈ ਨੇਹੁ ॥
ଯେପରି ହରିଣର ପ୍ରେମ ନାଦ ସହିତ ହୋଇଥାଏ,         

ਚਾਤ੍ਰਿਕੁ ਚਾਹਤ ਮੇਹੁ ॥
ଯେପରି ଚାତକ ବର୍ଷାର ଅଭିଳାଷ କରିଥାଏ,                

ਜਨ ਜੀਵਨਾ ਸਤਸੰਗਿ ॥
ସେପରି ହିଁ ଭକ୍ତଜନର ଜୀବନ ସତସଙ୍ଗ ସହିତ ବନି ରହିଥାଏ ଏବଂ              

ਗੋਬਿਦੁ ਭਜਨਾ ਰੰਗਿ ॥
ସେ ପ୍ରେମ ପୂର୍ବକ ଗୋବିନ୍ଦଙ୍କ ଭଜନ କରିଥାଏ।     

ਰਸਨਾ ਬਖਾਨੈ ਨਾਮੁ ॥ ਨਾਨਕ ਦਰਸਨ ਦਾਨੁ ॥੯॥
ସେ ନିଜ ଜିହ୍ଵାରେ ପ୍ରଭୁନାମର ବର୍ଣ୍ଣନା କରିଥାଏ, ହେ ନାନକ! ସେ ଭଗବାନଙ୍କ ଦର୍ଶନର ହିଁ ଦାନ ମାଗିଥାଏ॥9॥         

ਗੁਨ ਗਾਇ ਸੁਨਿ ਲਿਖਿ ਦੇਇ ॥
ଯେଉଁ ବ୍ୟକ୍ତି ଭଗବାନଙ୍କ ଗୁଣଗାନ କରିଥାଏ, ଶୁଣିଥାଏ, ଲେଖିଥାଏ ଏବଂ ଅନ୍ୟକୁ ଏହି ଗୁଣ ମଧ୍ୟ ଦେଇଥାଏ,                    

ਸੋ ਸਰਬ ਫਲ ਹਰਿ ਲੇਇ ॥
ତାହାକୁ ସବୁ ଫଳ ପ୍ରାପ୍ତ ହୋଇଯାଏ। 

ਕੁਲ ਸਮੂਹ ਕਰਤ ਉਧਾਰੁ ॥ ਸੰਸਾਰੁ ਉਤਰਸਿ ਪਾਰਿ ॥
ସେ ନିଜର ସଂପୂର୍ଣ୍ଣ ବଂଶର ଉଦ୍ଧାର କରିଥାଏ ଏବଂ ସ୍ଵୟଂ ମଧ୍ୟ ସଂସାର ସାଗରରୁ ପାର ହୋଇଯାଏ।                

ਹਰਿ ਚਰਨ ਬੋਹਿਥ ਤਾਹਿ ॥ ਮਿਲਿ ਸਾਧਸੰਗਿ ਜਸੁ ਗਾਹਿ ॥
ହରିଙ୍କ ଚରଣ ତାହାର ଜାହାଜ ଅଟେ ଆଉ ସନଥଙ୍କ ସାଥିରେ ମିଶି ପରମେଶ୍ଵରଙ୍କ ଯଶୋଗାନ କରିଥାଏ।    

ਹਰਿ ਪੈਜ ਰਖੈ ਮੁਰਾਰਿ ॥ ਹਰਿ ਨਾਨਕ ਸਰਨਿ ਦੁਆਰਿ ॥੧੦॥੨॥
ଇଶ୍ଵର ତାହାଙ୍କ ସମ୍ମାନ ରକ୍ଷା କରିଥାନ୍ତି, ଏଥିପାଇଁ ନାନକ ମଧ୍ୟ ହରିଙ୍କ ଦ୍ଵାରରେ ତାହାଙ୍କ ଶରଣରେ ଆସିଛନ୍ତି॥10॥2॥

ਬਿਲਾਵਲੁ ਮਹਲਾ ਥਿਤੀ ਘਰੁ ੧੦ ਜਤਿ
ବିଲାବଲୁ ମହଲା 1 ଥିତି ଘର 10 ଯତି  

ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।    

ਏਕਮ ਏਕੰਕਾਰੁ ਨਿਰਾਲਾ ॥
ପ୍ରତିପଦା ତିଥି ଦ୍ଵାରା କୁହା ଯାଇଛି ଯେ ଇଶ୍ଵର ଏକ ଅଟନ୍ତି, ସେ ନିରଳା ଅଟନ୍ତି,             

ਅਮਰੁ ਅਜੋਨੀ ਜਾਤਿ ਨ ਜਾਲਾ ॥
ସେ ଅମର, ଅଯୋନି ଏବଂ ଜାତି ବନ୍ଧନ ରହିତ ଅଟନ୍ତି।       

ਅਗਮ ਅਗੋਚਰੁ ਰੂਪੁ ਨ ਰੇਖਿਆ ॥
ସେ ମନ ବାଣୀରୁ ଉର୍ଦ୍ଧ୍ଵରେ, ଇନ୍ଦ୍ରିୟାତୀତ ଆଉ ତାହାଙ୍କ କୌଣସି ରୂପ ଓ ଚିହ୍ନ ନାହିଁ।              

ਖੋਜਤ ਖੋਜਤ ਘਟਿ ਘਟਿ ਦੇਖਿਆ ॥
ଖୋଜି-ଖୋଜି ମୁଁ ତାହାଙ୍କୁ ଜୀବ ଦେହରେ ଦେଖିଥାଏ।          

error: Content is protected !!