Odia Page 841

ਬਿਲਾਵਲੁ ਮਹਲਾ ਵਾਰ ਸਤ ਘਰੁ ੧੦
ବିଲାବଲୁ ମହଲା 3 ବାର ସତ ଘର 10  

ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।       

ਆਦਿਤ ਵਾਰਿ ਆਦਿ ਪੁਰਖੁ ਹੈ ਸੋਈ ॥
ଆଦିତ୍ୟବାର(ରବିବାର)- ଆଦିପୁରୁଷ ପରମେଶ୍ଵର ସବୁଠାରେ ବ୍ୟାପ୍ତ ଅଛନ୍ତି,         

ਆਪੇ ਵਰਤੈ ਅਵਰੁ ਨ ਕੋਈ ॥
ତାହାଙ୍କ ବିନା ଆଉ କେହି ନାହାନ୍ତି। 

ਓਤਿ ਪੋਤਿ ਜਗੁ ਰਹਿਆ ਪਰੋਈ ॥
ସେ ସଂପୂର୍ଣ୍ଣ ଜଗତକୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି।       

ਆਪੇ ਕਰਤਾ ਕਰੈ ਸੁ ਹੋਈ ॥
ସେହି କର୍ତ୍ତା ପୁରୁଷ ଯାହା କରନ୍ତି, ତାହା ହୋଇଥାଏ।                

ਨਾਮਿ ਰਤੇ ਸਦਾ ਸੁਖੁ ਹੋਈ ॥
ତାହାଙ୍କ ନାମରେ ଲୀନ ରହିବା ଦ୍ଵାରା ସର୍ବଦା ସୁଖ ମିଳିଥାଏ,             

ਗੁਰਮੁਖਿ ਵਿਰਲਾ ਬੂਝੈ ਕੋਈ ॥੧॥
ଏହି ବିଷୟ କେହି ବିରଳ ଗୁରୁମୁଖୀ ହିଁ ବୁଝିଥାଏ॥1॥ 

ਹਿਰਦੈ ਜਪਨੀ ਜਪਉ ਗੁਣਤਾਸਾ ॥
ମୋର ଏହା ମାଳା ଅଟେ ଯେ ମୁଁ ସେହି ଗୁଣର ଭଣ୍ଡାରକୁ ହୃଦୟରେ ଜପିଥାଏ।             

ਹਰਿ ਅਗਮ ਅਗੋਚਰੁ ਅਪਰੰਪਰ ਸੁਆਮੀ ਜਨ ਪਗਿ ਲਗਿ ਧਿਆਵਉ ਹੋਇ ਦਾਸਨਿ ਦਾਸਾ ॥੧॥ ਰਹਾਉ ॥
ପରମାତ୍ମା ଅପହଞ୍ଚ, ମନ-ବାଣୀରୁ ଉର୍ଦ୍ଧ୍ଵରେ, ଅପରାମ୍ପର ଏବଂ ପୁରା ଜଗତର ସ୍ଵାମୀ ଅଟନ୍ତି। ମୁଁ ତାହାଙ୍କ ଦାସର ଦାସ ବନି ତାହାଙ୍କ ଚରଣରେ ଲାଗି ପ୍ରଭୁଙ୍କ ଧ୍ୟାନ କରିଥାଏ॥1॥ରୁହ॥   

ਸੋਮਵਾਰਿ ਸਚਿ ਰਹਿਆ ਸਮਾਇ ॥
ସୋମବାର- ସତ୍ୟସ୍ଵରୂପ ପରମେଶ୍ଵର ସବୁଠାରେ ରହିଛନ୍ତି,                

ਤਿਸ ਕੀ ਕੀਮਤਿ ਕਹੀ ਨ ਜਾਇ ॥
ତାହାଙ୍କ ଗାରିମାକୁ ବ୍ୟକ୍ତ କରାଯାଇ ପାରିବ ନାହିଁ।                  

ਆਖਿ ਆਖਿ ਰਹੇ ਸਭਿ ਲਿਵ ਲਾਇ ॥
ତାହାଙ୍କ ଗୁଣ କହି କହି ସେଥିରେ ବୃତ୍ତି ଲଗାଇ ଅନେକ ଥକି ଯାଇଛନ୍ତି।          

ਜਿਸੁ ਦੇਵੈ ਤਿਸੁ ਪਲੈ ਪਾਇ ॥
ପରମାତ୍ମାଙ୍କ ନାମ ତାହାକୁ ହିଁ ମିଳିଥାଏ, ଯାହାକୁ ସେ ସ୍ଵୟଂ ଦେଇଥାନ୍ତି।       

ਅਗਮ ਅਗੋਚਰੁ ਲਖਿਆ ਨ ਜਾਇ ॥
ଅପହଞ୍ଚ, ମନ-ବାଣୀରୁ ଉର୍ଦ୍ଧ୍ଵରେ ପରମାତ୍ମାଙ୍କ ରହସ୍ୟ ଜାଣି ପାରିବା ନାହିଁ ଆଉ         

ਗੁਰ ਕੈ ਸਬਦਿ ਹਰਿ ਰਹਿਆ ਸਮਾਇ ॥੨॥
ଗୁରୁଙ୍କ ଉପଦେଶ ଦ୍ଵାରା ହି ଜୀବ ପରମାତ୍ମାଙ୍କ ଠାରେ ଲୀନ ରହିଥାଏ॥2॥       

ਮੰਗਲਿ ਮਾਇਆ ਮੋਹੁ ਉਪਾਇਆ ॥
ମଙ୍ଗଳବାର- ମାୟା-ମୋହକୁ ଜାତ କରିଛନ୍ତି ଏବଂ             

ਆਪੇ ਸਿਰਿ ਸਿਰਿ ਧੰਧੈ ਲਾਇਆ ॥
ସ୍ଵୟଂ ହିଁ ଜୀବକୁ ମୋହରେ ଜଗତ ଧନ୍ଦାରେ ଲଗାଇଛନ୍ତି।      

ਆਪਿ ਬੁਝਾਏ ਸੋਈ ਬੂਝੈ ॥
ଏହି ବିଷୟ ସେ ହିଁ ଜାଣିଥାଏ, ଯାହାକୁ ସେ ଏହି ଜ୍ଞାନ ପ୍ରଦାନ କରିଥାନ୍ତି।         

ਗੁਰ ਕੈ ਸਬਦਿ ਦਰੁ ਘਰੁ ਸੂਝੈ ॥
ଗୁରୁଙ୍କ ଶବ୍ଦ ଦ୍ଵାରା ଜୀବକୁ ନିଜ ବାସ୍ତବିକ ଘରର ଜ୍ଞାନ ଆସିଥାଏ।               

ਪ੍ਰੇਮ ਭਗਤਿ ਕਰੇ ਲਿਵ ਲਾਇ ॥
ସେ ଭକ୍ତି କରି ଏଥିରେ ହିଁ ବୃତ୍ତି ଲଗାଇ ରଖିଥାଏ।    

ਹਉਮੈ ਮਮਤਾ ਸਬਦਿ ਜਲਾਇ ॥੩॥
ଏହିପରି ସେ ନିଜର ଅହଂତ୍ଵ ଏବଂ ମମତାକୁ ଶବ୍ଦ ଦ୍ଵାରା ଜଳାଇ ଦେଇଥାଏ॥3॥        

ਬੁਧਵਾਰਿ ਆਪੇ ਬੁਧਿ ਸਾਰੁ ॥
ବୁଧବାର- ସେ ସ୍ଵୟଂ ହିଁ ଶ୍ରେଷ୍ଠ ବୁଦ୍ଧି ଦେଇଥାନ୍ତି।    

ਗੁਰਮੁਖਿ ਕਰਣੀ ਸਬਦੁ ਵੀਚਾਰੁ ॥
ଗୁରୁମୁଖୀ ଶବ୍ଦର ଚିନ୍ତନ ଏବଂ ସତକର୍ମ କରିଥାଏ।                 

ਨਾਮਿ ਰਤੇ ਮਨੁ ਨਿਰਮਲੁ ਹੋਇ ॥
ନାମରେ ଲୀନ ରହିବା ଦ୍ଵାରା ମନ ନିର୍ମଳ ହୋଇଯାଏ।          

ਹਰਿ ਗੁਣ ਗਾਵੈ ਹਉਮੈ ਮਲੁ ਖੋਇ ॥
ଭଗବାନଙ୍କ ସ୍ତୁତିଗାନ କରିବା ଦ୍ଵାରା ଅହଂତ୍ଵ ରୂପୀ ମଇଳା ଦୂର ହୋଇଯାଏ।       

ਦਰਿ ਸਚੈ ਸਦ ਸੋਭਾ ਪਾਏ ॥
ଏହିପରି ଜୀବ ସତ୍ୟର ଦରବାରରେ ସର୍ବଦା ଶୋଭା ପାଇଥାଏ।       

ਨਾਮਿ ਰਤੇ ਗੁਰ ਸਬਦਿ ਸੁਹਾਏ ॥੪॥
ଗୁରୁଙ୍କ ଶବ୍ଦ ଦ୍ଵାରା ନାମରେ ଲୀନ ହୋଇ ସେ ସୁନ୍ଦର ବନିଯାଏ॥4॥ 

ਲਾਹਾ ਨਾਮੁ ਪਾਏ ਗੁਰ ਦੁਆਰਿ ॥
ଜୀବ ଗୁରୁଙ୍କ ଦ୍ଵାରରେ ସେବା କରି ନାମ ରୂପୀ ଲାଭ ହାସଲ କରିଥାଏ।  

ਆਪੇ ਦੇਵੈ ਦੇਵਣਹਾਰੁ ॥
ସେହି ଦାତା ଆଶୀର୍ବାଦ ଦେଇଥାନ୍ତି।            

ਜੋ ਦੇਵੈ ਤਿਸ ਕਉ ਬਲਿ ਜਾਈਐ ॥
ଯିଏ ଦେଇଥାନ୍ତି, ମୁଁ ତାହାଙ୍କ ପ୍ରତି ସମର୍ପିତ ଅଟେ।                                            

ਗੁਰ ਪਰਸਾਦੀ ਆਪੁ ਗਵਾਈਐ ॥
ଗୁରୁଙ୍କ କୃପାରୁ ଅହଂତ୍ଵ ଦୂର ହୋଇଥାଏ।      

ਨਾਨਕ ਨਾਮੁ ਰਖਹੁ ਉਰ ਧਾਰਿ ॥
ହେ ନାନକ! ପରମାତ୍ମାଙ୍କ ନାମ ହୃଦୟରେ ସ୍ଥାପନ କର ଆଉ              

ਦੇਵਣਹਾਰੇ ਕਉ ਜੈਕਾਰੁ ॥੫॥
ଦାତାଙ୍କ ଏହି ଯଶୋଗାନ କର॥5॥             

ਵੀਰਵਾਰਿ ਵੀਰ ਭਰਮਿ ਭੁਲਾਏ ॥
ଗୁରୁବାର- ପରମାତ୍ମା ଜୀବକୁ ବୀରଙ୍କ ଭ୍ରମରେ ଭୁଲାଇଛନ୍ତି।               

ਪ੍ਰੇਤ ਭੂਤ ਸਭਿ ਦੂਜੈ ਲਾਏ ॥
ସେ ଭୁତ-ପ୍ରେତକୁ ମଧ୍ୟ ଦୈତ୍ୟଭାବରେ ଲଗାଇଛନ୍ତି।           

ਆਪਿ ਉਪਾਏ ਕਰਿ ਵੇਖੈ ਵੇਕਾ ॥
ସେ ସ୍ଵୟଂ ସବୁଙ୍କୁ ଉତ୍ପନ୍ନ କରିଛନ୍ତି ଆଉ ଭିନ୍ନ ଭିନ୍ନ ପ୍ରକାର ବନାଇ ସବୁଙ୍କୁ ପାଳନ କରିଥାନ୍ତି।         

ਸਭਨਾ ਕਰਤੇ ਤੇਰੀ ਟੇਕਾ ॥
ହେ କର୍ତ୍ତା! ସବୁ ଜୀବଙ୍କୁ ତୋର ହିଁ ସାହାରା ଅଛି ଆଉ          

ਜੀਅ ਜੰਤ ਤੇਰੀ ਸਰਣਾਈ ॥
ସବୁ ତୋର ହିଁ ଶରଣରେ ଅଛନ୍ତି     

ਸੋ ਮਿਲੈ ਜਿਸੁ ਲੈਹਿ ਮਿਲਾਈ ॥੬॥
ସେହି ମନୁଷ୍ୟ ତୋ’ ସହିତ ମିଳନ କରିଥାଏ, ଯାହାକୁ ନିଜ ସାଥିରେ ମିଳନ କରାଉ॥6॥        

ਸੁਕ੍ਰਵਾਰਿ ਪ੍ਰਭੁ ਰਹਿਆ ਸਮਾਈ ॥
ଶୁକ୍ରବାର- ପ୍ରଭୁ ବିଶ୍ଵ ବ୍ୟାପ୍ତ ଅଟନ୍ତି।        

ਆਪਿ ਉਪਾਇ ਸਭ ਕੀਮਤਿ ਪਾਈ ॥
ନିଜ ସୃଷ୍ଟିର ରଚନା କରି ସ୍ଵୟଂ ହିଁ ତାହାର ମୂଲ୍ୟାଙ୍କନ କରିଥାନ୍ତି।  

ਗੁਰਮੁਖਿ ਹੋਵੈ ਸੁ ਕਰੈ ਬੀਚਾਰੁ ॥
ଯିଏ ଗୁରୁମୁଖୀ ବନିଯାଏ, ସେ ହିଁ ପରମାତ୍ମାଙ୍କ ଚିନ୍ତନ କରିଥାଏ।     

ਸਚੁ ਸੰਜਮੁ ਕਰਣੀ ਹੈ ਕਾਰ ॥
ସତ୍ୟ ଏବଂ ସଂଯମ ଆଚରଣ ହିଁ ତାହାର କର୍ମ ହୋଇଥାଏ। 

ਵਰਤੁ ਨੇਮੁ ਨਿਤਾਪ੍ਰਤਿ ਪੂਜਾ ॥
ବ୍ରତ, ନିୟମ ଏବଂ ନିତ୍ୟ ପୂଜା-ଅର୍ଚ୍ଚନା         

ਬਿਨੁ ਬੂਝੇ ਸਭੁ ਭਾਉ ਹੈ ਦੂਜਾ ॥੭॥
ପ୍ରଭୁଙ୍କୁ ବୁଝିବା ବିନା ସବୁ ଦୈତ୍ୟଭାବର ପ୍ରେମ ଅଟେ॥7॥   

ਛਨਿਛਰਵਾਰਿ ਸਉਣ ਸਾਸਤ ਬੀਚਾਰੁ ॥
ଶନିବାର- ଶୁଭ ମୁହୂର୍ତ୍ତ ଏବଂ ଶାସ୍ତ୍ରର ବିଚାର କର     

ਹਉਮੈ ਮੇਰਾ ਭਰਮੈ ਸੰਸਾਰੁ ॥
ସାରା ସଂସାର ଅହଂତ୍ଵ, ମମତ୍ଵ ଏବଂ ଭ୍ରମରେ ପଥଭ୍ରଷ୍ଟ ହେଉଛି।        

ਮਨਮੁਖੁ ਅੰਧਾ ਦੂਜੈ ਭਾਇ ॥
ଜ୍ଞାନହୀନ ସ୍ଵେଚ୍ଛାଚାରୀ ଜୀବ ଦୈତ୍ୟଭାବରେ ହିଁ ଲୀନ ରହିଥାଏ। 

ਜਮ ਦਰਿ ਬਾਧਾ ਚੋਟਾ ਖਾਇ ॥
ଏଥିପାଇଁ ଯମର ଦ୍ଵାରରେ ଚୋଟ ଖାଇଥାଏ।           

ਗੁਰ ਪਰਸਾਦੀ ਸਦਾ ਸੁਖੁ ਪਾਏ ॥ ਸਚੁ ਕਰਣੀ ਸਾਚਿ ਲਿਵ ਲਾਏ ॥੮॥
ଗୁରୁଙ୍କ କୃପାରୁ ଜୀବ ସର୍ବଦା ସୁଖ ପ୍ରାପ୍ତ କରିଥାଏ। ସେ ସତକର୍ମ କରିଥାଏ ଆଉ ସତ୍ୟରେ ହିଁ ଧ୍ୟାନ ଲଗାଇ ରଖିଥାଏ॥8॥        

ਸਤਿਗੁਰੁ ਸੇਵਹਿ ਸੇ ਵਡਭਾਗੀ ॥
କେହି ଭାଗ୍ୟବାନ ହିଁ ସଦଗୁରୁଙ୍କ ସେବା କରିଥାଏ।     

ਹਉਮੈ ਮਾਰਿ ਸਚਿ ਲਿਵ ਲਾਗੀ ॥
ନିଜ ଅହଂତ୍ଵକୁ ନଷ୍ଟ କରି ସ୍ଵୟଂ ହିଁ ସେଥିରେ ବୃତ୍ତି ଲାଗାଇ ଥାଏ।      

ਤੇਰੈ ਰੰਗਿ ਰਾਤੇ ਸਹਜਿ ਸੁਭਾਇ ॥
ହେ ପ୍ରଭୁ! ସେ ସ୍ଵାଭାବିକ ଭାବରେ ତୋର ରଙ୍ଗରେ ଲୀନ ରହିଥାଏ।             

error: Content is protected !!