Odia Page 848

ਸੁਖ ਸਾਗਰ ਪ੍ਰਭ ਭੇਟਿਐ ਨਾਨਕ ਸੁਖੀ ਹੋਤ ਇਹੁ ਜੀਉ ॥੧॥
ହେ ନାନକ! ଯଦି ସୁଖ-ସାଗର ପ୍ରଭୁଙ୍କ ସହିତ ଭେଟ ହୋଇଯାଏ, ଏହି ଜୀବନ ସୁଖୀ ହୋଇଯାଏ ॥1॥      

ਛੰਤ ॥
ଛନ୍ଦ॥  

ਸੁਖ ਸਾਗਰ ਪ੍ਰਭੁ ਪਾਈਐ ਜਬ ਹੋਵੈ ਭਾਗੋ ਰਾਮ ॥
ଯେତେବେଳେ ଭାଗ୍ୟ ଉଦୟ ହୋଇଥାଏ, ସୁଖ-ସାଗର ପ୍ରଭୁଙ୍କ ପ୍ରାପ୍ତି ହୋଇଥାଏ।   

ਮਾਨਨਿ ਮਾਨੁ ਵਞਾਈਐ ਹਰਿ ਚਰਣੀ ਲਾਗੋ ਰਾਮ ॥
ନିଜ ନାମ-ଅଭିମାନ ତ୍ୟାଗ କରି ଭଗବାନଙ୍କ ଚରଣରେ ଲୀନ ହୁଅ।           

ਛੋਡਿ ਸਿਆਨਪ ਚਾਤੁਰੀ ਦੁਰਮਤਿ ਬੁਧਿ ਤਿਆਗੋ ਰਾਮ ॥
ନିଜ ଚତୁରତା ତ୍ୟାଗ କରି ମନ୍ଦ ବୁଦ୍ଧି ତ୍ୟାଗ କର।       

ਨਾਨਕ ਪਉ ਸਰਣਾਈ ਰਾਮ ਰਾਇ ਥਿਰੁ ਹੋਇ ਸੁਹਾਗੋ ਰਾਮ ॥੧॥
ନାନକଙ୍କ କଥନ ଯେ ହେ ଜୀବାତ୍ମା! ରାମଙ୍କ ଶରଣରେ ଆସିବା ଦ୍ଵାରା ତୁମର ସୋହାଗ ଅଟଳ ହୋଇଯିବ॥1॥ 

ਸੋ ਪ੍ਰਭੁ ਤਜਿ ਕਤ ਲਾਗੀਐ ਜਿਸੁ ਬਿਨੁ ਮਰਿ ਜਾਈਐ ਰਾਮ ॥
ଯାହାଙ୍କ ବିନା ବଞ୍ଚିବା ମୃତ୍ୟୁ ସମାନ ଅଟେ, ସେହି ପ୍ରଭୁଙ୍କୁ ତ୍ୟାଗ କରି ଆଉ କାହାକୁ କିପରି ନିଜର କରି ପାରିବି?       

ਲਾਜ ਨ ਆਵੈ ਅਗਿਆਨ ਮਤੀ ਦੁਰਜਨ ਬਿਰਮਾਈਐ ਰਾਮ ॥
ଅବୁଝା ଜୀବକୁ ଲଜ୍ଜା ଆସେ ନାହିଁ, ଏଣୁ ଦୁର୍ଜନ ସହିତ ହିଁ ପ୍ରବୃତ୍ତ ରହିଥାଏ।          

ਪਤਿਤ ਪਾਵਨ ਪ੍ਰਭੁ ਤਿਆਗਿ ਕਰੇ ਕਹੁ ਕਤ ਠਹਰਾਈਐ ਰਾਮ ॥
ପତିତପାବନ ପ୍ରଭୁଙ୍କୁ ତ୍ୟାଗ କରି କିପରି ଶାନ୍ତି ମିଳି ପାରିବ?         

ਨਾਨਕ ਭਗਤਿ ਭਾਉ ਕਰਿ ਦਇਆਲ ਕੀ ਜੀਵਨ ਪਦੁ ਪਾਈਐ ਰਾਮ ॥੨॥
ହେ ନାନକ! ଦୟାଳୁ ପରମାତ୍ମାଙ୍କ ଭକ୍ତି କରି ହିଁ ଜୀବ ମୋକ୍ଷ ପ୍ରାପ୍ତ କରି ପାରିବ॥2॥         

ਸ੍ਰੀ ਗੋਪਾਲੁ ਨ ਉਚਰਹਿ ਬਲਿ ਗਈਏ ਦੁਹਚਾਰਣਿ ਰਸਨਾ ਰਾਮ ॥
ଏପରି ଦୁଶ୍ଚରିତ୍ରାକୁ ଜଳିଯିବା ଉଚିତ, ଯିଏ ପରମାତ୍ମାଙ୍କ ନାମ ଉଚ୍ଚାରଣ କରେ ନାହିଁ।         

ਪ੍ਰਭੁ ਭਗਤਿ ਵਛਲੁ ਨਹ ਸੇਵਹੀ ਕਾਇਆ ਕਾਕ ਗ੍ਰਸਨਾ ਰਾਮ ॥
ଯଦି ଭକ୍ତବତ୍ସଳ ପ୍ରଭୁଙ୍କ ଭକ୍ତି କରି ନାହଁ, ଏହି କାୟାକୁ କାଉ ନିଜର ଗ୍ରାସ ବନାଇ ଥାଏ।        

ਭ੍ਰਮਿ ਮੋਹੀ ਦੂਖ ਨ ਜਾਣਹੀ ਕੋਟਿ ਜੋਨੀ ਬਸਨਾ ਰਾਮ ॥
ଭ୍ରମରେ ଭୁଲିଥିବା ପ୍ରାଣୀ ଏହି ଦୁଃଖକୁ  ଜାଣେ ନାହିଁ ଯିଏ କୋଟି କୋଟି ଯୋନିରେ କଷ୍ଟ ଭୋଗ କରିଥାଏ।  

ਨਾਨਕ ਬਿਨੁ ਹਰਿ ਅਵਰੁ ਜਿ ਚਾਹਨਾ ਬਿਸਟਾ ਕ੍ਰਿਮ ਭਸਮਾ ਰਾਮ ॥੩॥
ହେ ନାନକ! ଈଶ୍ଵରଙ୍କ ବିନା ଅନ୍ୟ କୌଣସି ବସ୍ତୁର ଅଭିଳାଷ କରିବା ବିଷ୍ଟାର କୀଡା ସମାନ ଅଟେ॥3॥        

ਲਾਇ ਬਿਰਹੁ ਭਗਵੰਤ ਸੰਗੇ ਹੋਇ ਮਿਲੁ ਬੈਰਾਗਨਿ ਰਾਮ ॥
ଦୁନିଆରେ ବୈରାଗୀ ବନି ଭଗବାନଙ୍କ ସହିତ ପ୍ରେମ ବନାଇ ସେଥିରେ ମିଳନ କର।     

ਚੰਦਨ ਚੀਰ ਸੁਗੰਧ ਰਸਾ ਹਉਮੈ ਬਿਖੁ ਤਿਆਗਨਿ ਰਾਮ ॥
ଚନ୍ଦନ, ସୁନ୍ଦର ବସ୍ତ୍ର, ସୁଗନ୍ଧି, ସ୍ଵାଦିଷ୍ଟ ପଦାର୍ଥ ଏବଂ ଅହଂତ୍ଵ ରୂପୀ ବିଷକୁ ତ୍ୟାଗ କର।          

ਈਤ ਊਤ ਨਹ ਡੋਲੀਐ ਹਰਿ ਸੇਵਾ ਜਾਗਨਿ ਰਾਮ ॥
ଭଗବାନଙ୍କ ଭକ୍ତିରେ ଜାଗ୍ରତ ରୁହ, ପଥଭ୍ରଷ୍ଟ ହୁଅନାହିଁ।  

ਨਾਨਕ ਜਿਨਿ ਪ੍ਰਭੁ ਪਾਇਆ ਆਪਣਾ ਸਾ ਅਟਲ ਸੁਹਾਗਨਿ ਰਾਮ ॥੪॥੧॥੪॥
ହେ ନାନକ! ଯିଏ ନିଜ ପ୍ରଭୁଙ୍କୁ ପାଇଛି, ସେ ଅଟଳ ସୁହାଗିନୀ ବନି ଯାଇଛି||4||1||4||          

ਬਿਲਾਵਲੁ ਮਹਲਾ ੫ ॥
ବିଲାବଲୁ ମହଲା 5 ॥ 

ਹਰਿ ਖੋਜਹੁ ਵਡਭਾਗੀਹੋ ਮਿਲਿ ਸਾਧੂ ਸੰਗੇ ਰਾਮ ॥
ହେ ଭାଗ୍ୟଶାଳୀ! ସାଧୁଙ୍କ ସଙ୍ଗେ ମିଶି ଭଗବାନଙ୍କ ସନ୍ଧାନ କର। 

ਗੁਨ ਗੋਵਿਦ ਸਦ ਗਾਈਅਹਿ ਪਾਰਬ੍ਰਹਮ ਕੈ ਰੰਗੇ ਰਾਮ ॥
ପରଂବ୍ରହ୍ମଙ୍କ ରଙ୍ଗରେ ଲୀନ ହୋଇ ସର୍ବଦା ତାହାଙ୍କ ଗୁଣଗାନ କର।        

ਸੋ ਪ੍ਰਭੁ ਸਦ ਹੀ ਸੇਵੀਐ ਪਾਈਅਹਿ ਫਲ ਮੰਗੇ ਰਾਮ ॥
ଏପରି ପ୍ରଭୁଙ୍କ ସର୍ବଦା ଉପାସନା କରିବା ଉଚିତ, ଯାହାଙ୍କ ଠାରୁ ମନୋବାଞ୍ଚିତ ଫଳ ମିଳିଯାଏ।         

ਨਾਨਕ ਪ੍ਰਭ ਸਰਣਾਗਤੀ ਜਪਿ ਅਨਤ ਤਰੰਗੇ ਰਾਮ ॥੧॥
ହେ ନାନକ! ପ୍ରଭୁଙ୍କ ଶରଣରେ ଆସି ହିଁ ଜପ କର, ଯିଏ ଜୀବନ ରୂପୀ ଅନନ୍ତ ଲହଡି ଖେଳାନ୍ତି॥1॥      

ਇਕੁ ਤਿਲੁ ਪ੍ਰਭੂ ਨ ਵੀਸਰੈ ਜਿਨਿ ਸਭੁ ਕਿਛੁ ਦੀਨਾ ਰਾਮ ॥
ଯିଏ ମୋତେ ସବୁକିଛି ଦେଇଛନ୍ତି, ସେହି ପ୍ରଭୁ ମୋତେ ଏକ କ୍ଷଣ ପାଇଁ ମଧ୍ୟ ଭୁଲନ୍ତି ନାହିଁ।       

ਵਡਭਾਗੀ ਮੇਲਾਵੜਾ ਗੁਰਮੁਖਿ ਪਿਰੁ ਚੀਨੑਾ ਰਾਮ ॥
ବଡ ଭାଗ୍ୟରୁ ତାହାଙ୍କ ସହିତ ମୋ’ର ମିଳନ ହୋଇଛି, ଗୁରୁଙ୍କ ମାଧ୍ୟମରୁ ମୁଁ ନିଜ ପ୍ରଭୁଙ୍କୁ ଜାଣି ପାରିଛି।           

ਬਾਹ ਪਕੜਿ ਤਮ ਤੇ ਕਾਢਿਆ ਕਰਿ ਅਪੁਨਾ ਲੀਨਾ ਰਾਮ ॥
ସେ ମୋ’ ବାହୁ ଧରି ମୋତେ ଅଜ୍ଞାନତାର ଅନ୍ଧକାରରୁ ବାହାର କରି ନିଜର ବନାଇ ଅଛନ୍ତି।          

ਨਾਮੁ ਜਪਤ ਨਾਨਕ ਜੀਵੈ ਸੀਤਲੁ ਮਨੁ ਸੀਨਾ ਰਾਮ ॥੨॥
ହେ ନାନକ! ତାହାଙ୍କ ନାମ ଜପି ହିଁ ଜୀବନ ପ୍ରାପ୍ତ ହେଉଛି ଏବଂ ମୋର ମନ ଓ ହୃଦୟ ଶୀତଳ ହୋଇ ଯାଇଛି॥2॥        

ਕਿਆ ਗੁਣ ਤੇਰੇ ਕਹਿ ਸਕਉ ਪ੍ਰਭ ਅੰਤਰਜਾਮੀ ਰਾਮ ॥
ହେ ଅନ୍ତର୍ଯାମୀ ପ୍ରଭୁ! ମୁଁ ତୋର ଗୁଣର କଣ ବର୍ଣ୍ଣନା କରି ପାରିବି?    

ਸਿਮਰਿ ਸਿਮਰਿ ਨਾਰਾਇਣੈ ਭਏ ਪਾਰਗਰਾਮੀ ਰਾਮ ॥
ସେହି ନାରାଯଣଙ୍କ ସ୍ମରଣ କରି ଭବସାଗରରୁ ପାର ହୋଇ ଯାଇଛି।        

ਗੁਨ ਗਾਵਤ ਗੋਵਿੰਦ ਕੇ ਸਭ ਇਛ ਪੁਜਾਮੀ ਰਾਮ ॥
ଗୋବିନ୍ଦଙ୍କ ଗୁଣଗାନ କରିବା ଦ୍ଵାରା ମୋର ସବୁ କାମନା ପୁରା ହୋଇ ଯାଇଛି।      

ਨਾਨਕ ਉਧਰੇ ਜਪਿ ਹਰੇ ਸਭਹੂ ਕਾ ਸੁਆਮੀ ਰਾਮ ॥੩॥
ହେ ନାନକ! ଯିଏ ସବୁଙ୍କ ସ୍ଵାମୀ ଅଟନ୍ତି, ସେହି ହରିଙ୍କ ଜପ କରିବା ଦ୍ଵାରା ଉଦ୍ଧାର ହୋଇ ଯାଇଛି॥3॥           

ਰਸ ਭਿੰਨਿਅੜੇ ਅਪੁਨੇ ਰਾਮ ਸੰਗੇ ਸੇ ਲੋਇਣ ਨੀਕੇ ਰਾਮ ॥
ସେହି ନେତ୍ର ଶୁଭ ଅଟେ, ଯାହା ରାମଙ୍କ ନାମ-ରସରେ ଭିଜି ରହିଥାଏ।  

ਪ੍ਰਭ ਪੇਖਤ ਇਛਾ ਪੁੰਨੀਆ ਮਿਲਿ ਸਾਜਨ ਜੀ ਕੇ ਰਾਮ ॥
ପ୍ରଭୁଙ୍କ ସହିତ ମିଶି ତାହାଙ୍କ ଦର୍ଶନ କରି ମୋର ସବୁ ଇଛା ପୁରା ହୋଇ ଯାଇଛି।                    

ਅੰਮ੍ਰਿਤ ਰਸੁ ਹਰਿ ਪਾਇਆ ਬਿਖਿਆ ਰਸ ਫੀਕੇ ਰਾਮ ॥
ମୁଁ ହରିଙ୍କ ଅମୃତ ରସ ପାଇ ଯାଇଛି, ଯାହା ଦ୍ଵାରା ମାୟା ରୂପୀ ବିଷର ସ୍ଵାଦ ଫିକା ହୋଇ ଯାଇଛି।    

ਨਾਨਕ ਜਲੁ ਜਲਹਿ ਸਮਾਇਆ ਜੋਤੀ ਜੋਤਿ ਮੀਕੇ ਰਾਮ ॥੪॥੨॥੫॥੯॥
ହେ ନାନକ! ଯେପରି ଜଳ ଜଳରେ ମିଳିଯାଏ, ସେପରି ହିଁ ଆତ୍ମଜ୍ୟୋତି ପରମାଜ୍ୟୋତିରେ ମିଳିଯାଏ||4||2||5||9||    

error: Content is protected !!