Odia Page 876

ਰਾਮਕਲੀ ਮਹਲਾ ਘਰੁ ਚਉਪਦੇ
ରାମକଲୀ ମହଲା 1 ଘର 1 ଚଉପଦୀ  

ੴ ਸਤਿ ਨਾਮੁ ਕਰਤਾ ਪੁਰਖੁ ਨਿਰਭਉ ਨਿਰਵੈਰੁ ਅਕਾਲ ਮੂਰਤਿ ਅਜੂਨੀ ਸੈਭੰ ਗੁਰਪ੍ਰਸਾਦਿ ॥
ପରମାତ୍ମା(ଓଁ କାର ) ଏକ ଅଟନ୍ତି, ତାହାଙ୍କ ନାମ ସତ୍ୟ ଅଟେ। ସେ ସୃଷ୍ଟିର ରଚୟିତା ସର୍ବଶକ୍ତିମାନ ଅଟନ୍ତି। ତାହାଙ୍କ ଠାରେ କୌଣସି ଭୟ ବ୍ୟାପ୍ତ ହୁଏନାହିଁ, କାହା ସହିତ ତାହାଙ୍କ ଶତ୍ରୁତା ନାହିଁ, ସେ କାଳାତୀତ, ଶାଶ୍ଵତ, ଅଜନ୍ମା ଏବଂ ସ୍ଵୟଂଭୂ ଅଟନ୍ତି ଆଉ ଗୁରୁ-କୃପା ଦ୍ଵାରା ତାହାଙ୍କୁ ପ୍ରାପ୍ତ କରାଯାଇ ପାରେ।       

ਕੋਈ ਪੜਤਾ ਸਹਸਾਕਿਰਤਾ ਕੋਈ ਪੜੈ ਪੁਰਾਨਾ ॥
କେହି ସଂସ୍କୃତରେ ବେଦ ପଡିଥାଏ, କେହି ପୁରାଣ ପଢିଥାଏ। 

ਕੋਈ ਨਾਮੁ ਜਪੈ ਜਪਮਾਲੀ ਲਾਗੈ ਤਿਸੈ ਧਿਆਨਾ ॥
କେହି ମାଳା ଦ୍ଵାରା ନାମ ଜପ କରିଥାଏ ଆଉ ସେଥିରେ ହିଁ ଧ୍ୟାନ ଲଗାଇ ରଖିଥାଏ।               

ਅਬ ਹੀ ਕਬ ਹੀ ਕਿਛੂ ਨ ਜਾਨਾ ਤੇਰਾ ਏਕੋ ਨਾਮੁ ਪਛਾਨਾ ॥੧॥
କିନ୍ତୁ ମୁଁ ବର୍ତ୍ତମାନ ମଧ୍ୟ ଏବଂ କେବେ ମଧ୍ୟ କିଛି ଜାଣେ ନାହିଁ, ମୁଁ କେବଳ ତୋର ନାମକୁ ହିଁ ଜାଣିଥାଏ॥1॥        

ਨ ਜਾਣਾ ਹਰੇ ਮੇਰੀ ਕਵਨ ਗਤੇ ॥
ହେ ହରି! ମୁଁ ଜାଣେ ନାହିଁ ଯେ ମୋର ଗତି କଣ ହେବ?

ਹਮ ਮੂਰਖ ਅਗਿਆਨ ਸਰਨਿ ਪ੍ਰਭ ਤੇਰੀ ਕਰਿ ਕਿਰਪਾ ਰਾਖਹੁ ਮੇਰੀ ਲਾਜ ਪਤੇ ॥੧॥ ਰਹਾਉ ॥
ହେ ପ୍ରଭୁ! ମୁଁ ମୂର୍ଖ ଏବଂ ଅଜ୍ଞାନ, ତୋର ଶରଣରେ ଆସିଛି, କୃପା କରି ମୋର ସମ୍ମାନ ରଖ॥1॥ରୁହ॥      

ਕਬਹੂ ਜੀਅੜਾ ਊਭਿ ਚੜਤੁ ਹੈ ਕਬਹੂ ਜਾਇ ਪਇਆਲੇ ॥
ଆମର ମନ କେବେ ଆକାଶକୁ ଚଢିଥାଏ ଆଉ କେବେ ପାତଳକୁ ଚାଲି ଯାଇଥାଏ।      

ਲੋਭੀ ਜੀਅੜਾ ਥਿਰੁ ਨ ਰਹਤੁ ਹੈ ਚਾਰੇ ਕੁੰਡਾ ਭਾਲੇ ॥੨॥
ଏହି ଲୋଭୀ ମନ ସ୍ଥିର ରହେ ନାହିଁ ଏବଂ ଚାରି ଦିଗରେ ପଥଭ୍ରଷ୍ଟ ରହିଥାଏ॥2॥                                                                             

ਮਰਣੁ ਲਿਖਾਇ ਮੰਡਲ ਮਹਿ ਆਏ ਜੀਵਣੁ ਸਾਜਹਿ ਮਾਈ ॥
ସମସ୍ତ ଜୀବ ନିଜ ମୃତ୍ୟୁର ଲେଖା ଲେଖାଇ ଦୁନିଆକୁ ଆସିଛନ୍ତି, କିନ୍ତୁ ସେମାନେ ଏଠାରେ ବଞ୍ଚିବା ପାଇଁ ଯୋଜନା ବନାଇ ରହିଥାନ୍ତି।      

ਏਕਿ ਚਲੇ ਹਮ ਦੇਖਹ ਸੁਆਮੀ ਭਾਹਿ ਬਲੰਤੀ ਆਈ ॥੩॥
ହେ ସ୍ଵାମୀ! ଆମେ ପ୍ରତିଦିନ କୌଣସି ନା କୌଣସି ଜୀବର ମୃତ୍ୟୁ ଦେଖୁଛନ୍ତି ଆଉ ମୃତ୍ୟୁର ଅଗ୍ନି ସବୁଆଡେ ଜଳୁଅଛି॥3॥  

ਨ ਕਿਸੀ ਕਾ ਮੀਤੁ ਨ ਕਿਸੀ ਕਾ ਭਾਈ ਨਾ ਕਿਸੈ ਬਾਪੁ ਨ ਮਾਈ ॥
ସତ୍ୟ ଏହା ଯେ କିଏ ମିତ୍ର, କିଏ ଭାଇ ଏବଂ କିଏ ମାତା-ପିତା ଅଟନ୍ତି। 

ਪ੍ਰਣਵਤਿ ਨਾਨਕ ਜੇ ਤੂ ਦੇਵਹਿ ਅੰਤੇ ਹੋਇ ਸਖਾਈ ॥੪॥੧॥
ଗୁରୁ ନାନକ ବିନୟ କରନ୍ତି ଯେ ହେ ଇଶ୍ଵର! ଯଦି ତୁ ନିଜ ନାମ ଆମକୁ ପ୍ରଦାନ କରୁ, ତାହାହେଲେ ତାହା ଅନ୍ତିମ ସମୟରେ ଆମର ସହାୟକ ହେବ॥4॥1॥

ਰਾਮਕਲੀ ਮਹਲਾ ੧ ॥
ରାମକଲୀ ମହଲା 1॥  

ਸਰਬ ਜੋਤਿ ਤੇਰੀ ਪਸਰਿ ਰਹੀ ॥
ହେ ପରମେଶ୍ଵର! ସଂପୂର୍ଣ୍ଣ ବିଶ୍ଵରେ ତୋର ହିଁ ଜ୍ୟୋତିର ପ୍ରସାର ହେଉଛି,                   

ਜਹ ਜਹ ਦੇਖਾ ਤਹ ਨਰਹਰੀ ॥੧॥
ମୁଁ ଯେଉଁଠି ଯେଉଁଠି ଦେଖିଥାଏ, ତୁ ହିଁ ନଜର ଆସିଅଛୁ॥1॥  

ਜੀਵਨ ਤਲਬ ਨਿਵਾਰਿ ਸੁਆਮੀ ॥
ହେ ସ୍ଵାମୀ! ମୋର ଜୀବନର ଲାଳସା ଦୂର କରି ଦିଅ,       

ਅੰਧ ਕੂਪਿ ਮਾਇਆ ਮਨੁ ਗਾਡਿਆ ਕਿਉ ਕਰਿ ਉਤਰਉ ਪਾਰਿ ਸੁਆਮੀ ॥੧॥ ਰਹਾਉ ॥
ମୋର ମନ ମାୟାର ଅନ୍ଧକୂପରେ ଫସି ରହିଛି, ମୁଁ କିପରି ପାର ହୋଇ ପାରିବି?॥1॥ରୁହ॥      

ਜਹ ਭੀਤਰਿ ਘਟ ਭੀਤਰਿ ਬਸਿਆ ਬਾਹਰਿ ਕਾਹੇ ਨਾਹੀ ॥
ଯିଏ ଜୀବ ଭିତରେ ବାସ କରୁଅଛି, ସେ ବାହାରେ କାହିଁକି ବାସ କରି ପାରିବେ ନାହିଁ।       

ਤਿਨ ਕੀ ਸਾਰ ਕਰੇ ਨਿਤ ਸਾਹਿਬੁ ਸਦਾ ਚਿੰਤ ਮਨ ਮਾਹੀ ॥੨॥
ମୋର ମାଲିକ ନିତ୍ୟ ତାହାଙ୍କ ପାଳନ-ପୋଷଣ କରିଥାନ୍ତି ଏବଂ ସଦା ତାହାଙ୍କ ମନରେ ଜୀବର ଚିନ୍ତା ଲାଗି ରହିଥାଏ॥2॥ 

ਆਪੇ ਨੇੜੈ ਆਪੇ ਦੂਰਿ ॥
ପରମାତ୍ମା ସ୍ଵୟଂ ହିଁ ଜୀବର ନିକଟରେ ମଧ୍ୟ ବାସ କରିଥାନ୍ତି ଆଉ ଦୂରରେ ମଧ୍ୟ ରହିଥାନ୍ତି,    

ਆਪੇ ਸਰਬ ਰਹਿਆ ਭਰਪੂਰਿ ॥
ସେ ସ୍ଵୟଂ ହିଁ ସର୍ବବ୍ୟାପକ ଅଟନ୍ତି। 

ਸਤਗੁਰੁ ਮਿਲੈ ਅੰਧੇਰਾ ਜਾਇ ॥
ଯାହାକୁ ସଦଗୁରୁ ମିଳିଯାନ୍ତି, ତାହର ଅଜ୍ଞାନତାର ଅନ୍ଧକାର ଦୂର ହୋଇଯାଏ,

error: Content is protected !!