Odia Page 893

ਨਾਮੁ ਸੁਨਤ ਜਨੁ ਬਿਛੂਅ ਡਸਾਨਾ ॥੨॥
ପରମାତ୍ମାଙ୍କ ନାମ ଶୁଣି ଏପରି ହୋଇଥାଏ, ଯେପରି ବିଛା ମାରି ଦେଇଛି||2|| 

ਮਾਇਆ ਕਾਰਣਿ ਸਦ ਹੀ ਝੂਰੈ ॥
ସେ ମାୟାର କାରଣରୁ ସଦା ଚିନ୍ତିତ ରହିଥାଏ, କିନ୍ତୁ       

ਮਨਿ ਮੁਖਿ ਕਬਹਿ ਨ ਉਸਤਤਿ ਕਰੈ ॥
ନିଜ ମନ ଓ ମୁଖରେ କେବେ ଭଗବାନଙ୍କ ସ୍ତୁତି କରେ ନାହିଁ।              

ਨਿਰਭਉ ਨਿਰੰਕਾਰ ਦਾਤਾਰੁ ॥
ଯିଏ ନିର୍ଭୀକ, ନିରଙ୍କାର ଏବଂ ସବୁଙ୍କ ଦାତା ଅଟନ୍ତି,      

ਤਿਸੁ ਸਿਉ ਪ੍ਰੀਤਿ ਨ ਕਰੈ ਗਵਾਰੁ ॥੩॥
ତାହାଙ୍କ ସହିତ ମୂର୍ଖ ପ୍ରୀତି କରେ ନାହିଁ॥3॥ 

ਸਭ ਸਾਹਾ ਸਿਰਿ ਸਾਚਾ ਸਾਹੁ ॥
ପରମାତ୍ମାତ୍ମା ସବୁ ରାଜାଙ୍କ ଠାରୁ ସଚ୍ଚା ରାଜା ଅଟନ୍ତି ଏବଂ           

ਵੇਮੁਹਤਾਜੁ ਪੂਰਾ ਪਾਤਿਸਾਹੁ ॥
ସେ ପୂର୍ଣ୍ଣ ବାଦଶାହ ଏବଂ ନିଶ୍ଚିନ୍ତ ଅଟନ୍ତି।         

ਮੋਹ ਮਗਨ ਲਪਟਿਓ ਭ੍ਰਮ ਗਿਰਹ ॥
ଜୀବ ମାୟାର ମୋହରେ ଲିପ୍ତ ରହିଥାଏ ଏବଂ ସୂର୍ଯ୍ୟ ଚାରିପଟେ ଘୂରୁଥିବା ଗ୍ରହ ପରି ବୁଲୁଥାଏ।  

ਨਾਨਕ ਤਰੀਐ ਤੇਰੀ ਮਿਹਰ ॥੪॥੨੧॥੩੨॥
ନାନକ କହନ୍ତି ଯେ ହେ ଇଶ୍ଵର! ତୋର କୃପାରୁ ହିଁ ଭବସାଗରରୁ ପାର କରାଯାଇ ପାରେ||4||21||32||         

ਰਾਮਕਲੀ ਮਹਲਾ ੫ ॥
ରାମକଲୀ ମହଲା 5 ॥ 

ਰੈਣਿ ਦਿਨਸੁ ਜਪਉ ਹਰਿ ਨਾਉ ॥
ରାତି-ଦିନ ହରିନାମର ଜପ କର,              

ਆਗੈ ਦਰਗਹ ਪਾਵਉ ਥਾਉ ॥
ଏହିପରି ପ୍ରଭୁ-ଦରବାରରେ ସ୍ଥାନ ପ୍ରାପ୍ତ ହୋଇଯାଏ।      

ਸਦਾ ਅਨੰਦੁ ਨ ਹੋਵੀ ਸੋਗੁ ॥
ପୁଣି ସର୍ବଦା ଆନନ୍ଦ ବନି ରହିଥାଏ ଆଉ କେବେ କୌଣସି ଶୋକ-ସଂତାପ ହୁଏନାହିଁ।     

ਕਬਹੂ ਨ ਬਿਆਪੈ ਹਉਮੈ ਰੋਗੁ ॥੧॥
ଅହଂକାରର ରୋଗ ମଧ୍ୟ ଏବେ ପ୍ରଭାବିତ କରେ ନାହିଁ||1||         

ਖੋਜਹੁ ਸੰਤਹੁ ਹਰਿ ਬ੍ਰਹਮ ਗਿਆਨੀ ॥
ହେ ଭକ୍ତଜନ, କୌଣସି ବ୍ରହ୍ମଜ୍ଞାନୀକୁ ସନ୍ଧାନ କର।          

ਬਿਸਮਨ ਬਿਸਮ ਭਏ ਬਿਸਮਾਦਾ ਪਰਮ ਗਤਿ ਪਾਵਹਿ ਹਰਿ ਸਿਮਰਿ ਪਰਾਨੀ ॥੧॥ ਰਹਾਉ ॥
ହରିଙ୍କ ମହିମାକୁ ଦେଖି ବଡ ବିବ୍ରତ ହୋଇଥାଏ, ହେ ପ୍ରାଣୀ! ହରିଙ୍କ ସ୍ମରଣ କରିବା ଦ୍ଵାରା ପରମଗତି ପ୍ରାପ୍ତ ହୋଇଯାଏ॥1॥ରୁହ॥    

ਗਨਿ ਮਿਨਿ ਦੇਖਹੁ ਸਗਲ ਬੀਚਾਰਿ ॥
ଏହି ବିଷୟରେ ବିଚାର କରି ଦେଖ,     

ਨਾਮ ਬਿਨਾ ਕੋ ਸਕੈ ਨ ਤਾਰਿ ॥
ନାମ ବିନା କେହି ମଧ୍ୟ ସଂସାର ସାଗରରୁ ପାର ହୋଇପାରେ ନାହିଁ।              

ਸਗਲ ਉਪਾਵ ਨ ਚਾਲਹਿ ਸੰਗਿ ॥
ତୁମର ଅନେକ ଉପାୟ ମଧ୍ୟ ସାହାଯ୍ୟ କରି ପାରିବ ନାହିଁ,          

ਭਵਜਲੁ ਤਰੀਐ ਪ੍ਰਭ ਕੈ ਰੰਗਿ ॥੨॥
ଏଣୁ ପ୍ରଭୁଙ୍କ ରଙ୍ଗରେ ଲୀନ ହେବା ଦ୍ଵାର ହିଁ ଭବସାଗରରୁ ପାର କରାଯାଇ ପାରେ॥2॥   

ਦੇਹੀ ਧੋਇ ਨ ਉਤਰੈ ਮੈਲੁ ॥
ଶରୀରକୁ ଧୋଇବା ଦ୍ଵାରା ମନର ମଇଳା ସଫା ହୁଏନାହିଁ,     

ਹਉਮੈ ਬਿਆਪੈ ਦੁਬਿਧਾ ਫੈਲੁ ॥
ବରଂ ଅହଂକାରରେ ଆହୁରି ବୃଦ୍ଧି ହୋଇଯାଏ ଏବଂ ଦ୍ଵିଧାର ପ୍ରସାର ହୋଇଥାଏ।    

ਹਰਿ ਹਰਿ ਅਉਖਧੁ ਜੋ ਜਨੁ ਖਾਇ ॥
ଯେଉଁ ବ୍ୟକ୍ତି ହରିନାମ ରୂପୀ ଔଷଧ ସେବନ କରିଥାଏ,     

ਤਾ ਕਾ ਰੋਗੁ ਸਗਲ ਮਿਟਿ ਜਾਇ ॥੩॥
ତାହାର ସବୁ ପ୍ରକାର ରୋଗ ଦୂର ହୋଇଯାଏ||3||   

ਕਰਿ ਕਿਰਪਾ ਪਾਰਬ੍ਰਹਮ ਦਇਆਲ ॥
ହେ ଦୟାଳୁ ପରଂବ୍ରହ୍ମ! ଏପରି କୃପା କର ଯେ          

ਮਨ ਤੇ ਕਬਹੁ ਨ ਬਿਸਰੁ ਗੋੁਪਾਲ ॥
ମନରୁ କେବେ ମଧ୍ୟ ବିସ୍ମୃତ ହେବ ନାହିଁ।           

ਤੇਰੇ ਦਾਸ ਕੀ ਹੋਵਾ ਧੂਰਿ ॥ ਨਾਨਕ ਕੀ ਪ੍ਰਭ ਸਰਧਾ ਪੂਰਿ ॥੪॥੨੨॥੩੩॥
ହେ ପ୍ରଭୁ! ତୋର ଦାସର ଚରଣ-ଧୂଳି ବନି ଯିବି||4||22||33||     

ਰਾਮਕਲੀ ਮਹਲਾ ੫ ॥
ରାମକଲୀ ମହଲା 5 ॥  

ਤੇਰੀ ਸਰਣਿ ਪੂਰੇ ਗੁਰਦੇਵ ॥
ହେ ପୂର୍ଣ୍ଣ ଗୁରୁଦେବ! ମୁଁ ତୋର ଶରଣରେ ଆସିଛି, କାରଣ             

ਤੁਧੁ ਬਿਨੁ ਦੂਜਾ ਨਾਹੀ ਕੋਇ ॥
ତୋ’ ବିନା ମୋର ଆଉ କିଛି ଅବଲମ୍ବନ ନାହିଁ।          

ਤੂ ਸਮਰਥੁ ਪੂਰਨ ਪਾਰਬ੍ਰਹਮੁ ॥
ହେ ପୂର୍ଣ୍ଣ ପରଂବ୍ରହ୍ମ! ତୁ ସର୍ବକଳା ସମର୍ଥ ଅଟୁ,                                                               

ਸੋ ਧਿਆਏ ਪੂਰਾ ਜਿਸੁ ਕਰਮੁ ॥੧॥
ସେ ହିଁ ତୋର ଧ୍ୟାନ ମନନ କରିଥାଏ, ଯାହାର ପୂର୍ଣ୍ଣ ଭାଗ୍ୟ ଥାଏ॥1॥               

ਤਰਣ ਤਾਰਣ ਪ੍ਰਭ ਤੇਰੋ ਨਾਉ ॥
ହେ ପ୍ରଭୁ! ତୋର ନାମ ସଂସାରର ବନ୍ଧନରୁ ମୁକ୍ତ କରାଇବା ବାଲା ଅଟେ,    

ਏਕਾ ਸਰਣਿ ਗਹੀ ਮਨ ਮੇਰੈ ਤੁਧੁ ਬਿਨੁ ਦੂਜਾ ਨਾਹੀ ਠਾਉ ॥੧॥ ਰਹਾਉ ॥
ଏଥିପାଇଁ ମୋର ମନ ଏକ ତୋର ହିଁ ଶରଣ ଗ୍ରହଣ କରିଛି ଆଉ ତୋ’ ଅତିରିକ୍ତ ଅନ୍ୟ କୌଣସି ଠିକଣା ନାହିଁ॥1॥ରୁହ॥      

ਜਪਿ ਜਪਿ ਜੀਵਾ ਤੇਰਾ ਨਾਉ ॥
ମୁଁ ତୋର ନାମ ଜପ କରି ହିଁ ବଞ୍ଚି ରହିଛି, ଏବଂ     

ਆਗੈ ਦਰਗਹ ਪਾਵਉ ਠਾਉ ॥
ପରେ ତୋର ଦରବାରରେ ସ୍ଥାନ ପ୍ରାପ୍ତ କରି ପାରିବି।           

ਦੂਖੁ ਅੰਧੇਰਾ ਮਨ ਤੇ ਜਾਇ ॥ ਦੁਰਮਤਿ ਬਿਨਸੈ ਰਾਚੈ ਹਰਿ ਨਾਇ ॥੨॥
ମନରୁ ଦୁଃଖର ଅନ୍ଧକାର ଦୂର ହୋଇଯାଏ ଏବଂ ପ୍ରଭୁଙ୍କ ନାମ ସ୍ମରଣ କରିବା ଦ୍ଵାରା ଦୁର୍ମତି ନାଶ ହୋଇଯାଏ॥2॥        

ਚਰਨ ਕਮਲ ਸਿਉ ਲਾਗੀ ਪ੍ਰੀਤਿ ॥
ପ୍ରଭୁଙ୍କ ସୁନ୍ଦର ଚରଣ-କମଳ ସହିତ ପ୍ରୀତି ହୋଇଯାଇଛି।       

ਗੁਰ ਪੂਰੇ ਕੀ ਨਿਰਮਲ ਰੀਤਿ ॥
ପୂର୍ଣ୍ଣ ଗୁରୁଙ୍କ ନିର୍ମଳ ମର୍ଯ୍ୟାଦା ଅଛି,      

ਭਉ ਭਾਗਾ ਨਿਰਭਉ ਮਨਿ ਬਸੈ ॥
ମନରେ ନିର୍ଭୀକ ପ୍ରଭୁଙ୍କ ନିବାସ ହେବା ଦ୍ଵାରା ଯମର ଭୟ ଦୂର ହୋଇ ଯାଇଛି।       

ਅੰਮ੍ਰਿਤ ਨਾਮੁ ਰਸਨਾ ਨਿਤ ਜਪੈ ॥੩॥
ବର୍ତ୍ତମାନ ଜିହ୍ଵା ନିତ୍ୟ ନାମମୃତ ଜପ କରିଥାଏ॥3॥    

ਕੋਟਿ ਜਨਮ ਕੇ ਕਾਟੇ ਫਾਹੇ ॥
ମୋର କୋଟି କୋଟି ଜନ୍ମର ବନ୍ଧନ କାଟି ଦେଇଛନ୍ତି ଏବଂ              

ਪਾਇਆ ਲਾਭੁ ਸਚਾ ਧਨੁ ਲਾਹੇ ॥
ନାମ-ଧନର ସଚ୍ଚା ଲାଭ ପ୍ରାପ୍ତ କରି ନେଇଛି।        

ਤੋਟਿ ਨ ਆਵੈ ਅਖੁਟ ਭੰਡਾਰ ॥
ଏହି ଅକ୍ଷୟ ଭଣ୍ଡାର କାରଣରୁ କୌଣସି ଅଭାବ ରହେ ନାହିଁ।  

ਨਾਨਕ ਭਗਤ ਸੋਹਹਿ ਹਰਿ ਦੁਆਰ ॥੪॥੨੩॥੩੪॥
ହେ ନାନକ! ଭକ୍ତଜନ ସର୍ବଦା ଭଗବାନଙ୍କ ଦ୍ଵାରରେ ହିଁ ଶୋଭାର ପାତ୍ର ବନିଥାଏ||4||23||34||       

ਰਾਮਕਲੀ ਮਹਲਾ ੫ ॥
ରାମକଲୀ ମହଲା 5 ॥

ਰਤਨ ਜਵੇਹਰ ਨਾਮ ॥
ହରିଙ୍କ ନାମ ଅମୂଲ୍ୟ ରତ୍ନ ସମାନ ଅଟେ।    

ਸਤੁ ਸੰਤੋਖੁ ਗਿਆਨ ॥
ଏହି ସତ୍ୟ, ସନ୍ତୋଷ, ଜ୍ଞାନ,        

ਸੂਖ ਸਹਜ ਦਇਆ ਕਾ ਪੋਤਾ ॥
ସ୍ଵାଭାବିକ ସୁଖ ଏବଂ ଦୟାର ଖଜଣା ଅଟେ।          

ਹਰਿ ਭਗਤਾ ਹਵਾਲੈ ਹੋਤਾ ॥੧॥
ଏହି ଖଜଣା ହରି ନିଜ ଭକ୍ତକୁ ଅର୍ପଣ କରିଛନ୍ତି॥1॥ 

ਮੇਰੇ ਰਾਮ ਕੋ ਭੰਡਾਰੁ ॥
ମୋର ରାମଙ୍କ ଭଣ୍ଡାର ଅନନ୍ତ ଅଟେ,                

ਖਾਤ ਖਰਚਿ ਕਛੁ ਤੋਟਿ ਨ ਆਵੈ ਅੰਤੁ ਨਹੀ ਹਰਿ ਪਾਰਾਵਾਰੁ ॥੧॥ ਰਹਾਉ ॥
ଯାହା ଖର୍ଚ୍ଚ କରିବା ଦ୍ଵାରା କୌଣସି ଅଭାବ ରହେ ନାହିଁ, ତାହାର କୌଣସି ଅନ୍ତ ନାହିଁ ଏବଂ ନା ହିଁ ତାହାଙ୍କ ସୀମା ପ୍ରାପ୍ତ କରାଯାଇ ପାରେ॥1॥ରୁହ॥ 

ਕੀਰਤਨੁ ਨਿਰਮੋਲਕ ਹੀਰਾ ॥
ଭଗବାନଙ୍କ କୀର୍ତ୍ତନ ଅମୂଲ୍ୟ ହୀରା ଭଳି ଅଟେ,       

ਆਨੰਦ ਗੁਣੀ ਗਹੀਰਾ ॥
ଏହା ଆନନ୍ଦ ଦାୟକ ଏବଂ ଗୁଣର ଗଭୀର ସାଗର ଅଟେ।       

ਅਨਹਦ ਬਾਣੀ ਪੂੰਜੀ ॥
ଅନାହତ ବାଣୀ ଅମୂଲ୍ୟ ପୁଞ୍ଜି ଅଟେ,                

ਸੰਤਨ ਹਥਿ ਰਾਖੀ ਕੂੰਜੀ ॥੨॥
ଯାହାର ଚାବି ଭଗବାନ ସନ୍ଥଙ୍କ ହାତରେ ରଖିଛନ୍ତି॥2॥     

error: Content is protected !!