Odia Page 924

ਸਤਿਗੁਰੁ ਪੁਰਖੁ ਜਿ ਬੋਲਿਆ ਗੁਰਸਿਖਾ ਮੰਨਿ ਲਈ ਰਜਾਇ ਜੀਉ ॥
ଯେପରି ସଦଗୁରୁ ଅମରଦାସ କହିଛନ୍ତି, ସେପରି ହିଁ ଗୁରୁ-ଶିଷ୍ୟ ତାହାଙ୍କ ଇଚ୍ଛାକୁ ମାନିଛନ୍ତି।         

ਮੋਹਰੀ ਪੁਤੁ ਸਨਮੁਖੁ ਹੋਇਆ ਰਾਮਦਾਸੈ ਪੈਰੀ ਪਾਇ ਜੀਉ ॥
ସର୍ବ ପ୍ରଥମ ସଦଗୁରୁ ଅମରଦାସଙ୍କ ନିଜ ପୁତ୍ର ବାବା ମୋହରୀ ତାହାଙ୍କ ସମ୍ମୁଖ ହୋଇଛନ୍ତି ଆଉ ସଦଗୁରୁ(ଅମରଦାସ) ତାହାଙ୍କୁ ଗୁରୁ ରାମଦାସଙ୍କ ଚରଣ-ସ୍ପର୍ଶ କରିବା ପାଇଁ କହିଛନ୍ତି ଆଉ      

ਸਭ ਪਵੈ ਪੈਰੀ ਸਤਿਗੁਰੂ ਕੇਰੀ ਜਿਥੈ ਗੁਰੂ ਆਪੁ ਰਖਿਆ ॥
ତାହାଙ୍କ ଦ୍ଵାରା ଗୁରୁ ରାମଦାସଙ୍କ ଚରଣ-ସ୍ପର୍ଶ କରାଇବା ଆଉ ସବୁ ଶିଷ୍ୟ ଗୁରୁ ରାମଦାସଙ୍କ ଚରଣରେ ପଡିଛନ୍ତି, ଯାହାଠାରେ ଅମରଦାସ ନିଜ ଜ୍ୟୋତି ସ୍ଥାପନ କରିଛନ୍ତି।    

ਕੋਈ ਕਰਿ ਬਖੀਲੀ ਨਿਵੈ ਨਾਹੀ ਫਿਰਿ ਸਤਿਗੁਰੂ ਆਣਿ ਨਿਵਾਇਆ ॥
ଯଦି କେହି ଈର୍ଷା ବଶତଃ ଗୁରୁ ରାମଦାସଙ୍କ ସମ୍ମୁଖରେ ନଥିଲେ, ସଦଗୁରୁ ତାହାକୁ ନମ୍ରତାପୂର୍ବକ ଶରଣରେ ନେଇଛନ୍ତି।             

ਹਰਿ ਗੁਰਹਿ ਭਾਣਾ ਦੀਈ ਵਡਿਆਈ ਧੁਰਿ ਲਿਖਿਆ ਲੇਖੁ ਰਜਾਇ ਜੀਉ ॥
ଗୁରୁ ଅମରଦାସଙ୍କୁ ପରମାତ୍ମା ସହର୍ଷ ସ୍ଵୀକାର କରିଛନ୍ତି ଆଉ ତାହାଙ୍କୁ ବଡିମା ପ୍ରଦାନ କରିଛନ୍ତି।          

ਕਹੈ ਸੁੰਦਰੁ ਸੁਣਹੁ ਸੰਤਹੁ ਸਭੁ ਜਗਤੁ ਪੈਰੀ ਪਾਇ ਜੀਉ ॥੬॥੧॥
ସୁନ୍ଦର ଜୀ କହନ୍ତି ଯେ ହେ ସଜ୍ଜନ! ଶୁଣ; ଗୁରୁ ଅମରଦାସ ଗୁରୁ ରାମଦାସଙ୍କୁ ଗୁରୁଗାଦି ଓ ପୁରା ଜଗତକୁ ତାହାଙ୍କ ଚରଣରେ ରଖିଛନ୍ତି||6||1|| 

ਰਾਮਕਲੀ ਮਹਲਾ ਛੰਤ
ରାମକଲୀ ମହଲା 5 ଛନ୍ତ 

ੴ ਸਤਿਗੁਰ ਪ੍ਰਸਾਦਿ ॥
ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।                     

ਸਾਜਨੜਾ ਮੇਰਾ ਸਾਜਨੜਾ ਨਿਕਟਿ ਖਲੋਇਅੜਾ ਮੇਰਾ ਸਾਜਨੜਾ ॥
ମୋର ପ୍ରିୟ ପ୍ରଭୁ ମୋ’ ନିକଟରେ ହିଁ ଅଛନ୍ତି। 

ਜਾਨੀਅੜਾ ਹਰਿ ਜਾਨੀਅੜਾ ਨੈਣ ਅਲੋਇਅੜਾ ਹਰਿ ਜਾਨੀਅੜਾ ॥
ସେ ମୋତେ ପ୍ରାଣ ଠାରୁ ମଧ୍ୟ ଅଧିକ ପ୍ରିୟ ଲାଗନ୍ତି ଏବଂ ତାହାଙ୍କୁ ନିଜ ନେତ୍ରରେ ଦର୍ଶନ କରି ନେଇଛି।         

ਨੈਣ ਅਲੋਇਆ ਘਟਿ ਘਟਿ ਸੋਇਆ ਅਤਿ ਅੰਮ੍ਰਿਤ ਪ੍ਰਿਅ ਗੂੜਾ ॥
ମୁଁ ନିଜ ପ୍ରିୟଙ୍କୁ ନିଜ ନେତ୍ରରେ ଦର୍ଶନ କରିଛି, ଯିଏ ପ୍ରତି ଜୀବ ଦେହରେ ବ୍ୟାପକ ଅଛନ୍ତି ଏବଂ ମୋର ପ୍ରିୟତମ ଅମୃତ ସମାନ ମଧୁର ଅଟନ୍ତି।     

ਨਾਲਿ ਹੋਵੰਦਾ ਲਹਿ ਨ ਸਕੰਦਾ ਸੁਆਉ ਨ ਜਾਣੈ ਮੂੜਾ ॥
ଜୀବ ମନରେ ସ୍ଥିତ ପ୍ରିୟତମଙ୍କ ଅନୁଭବ କରିପାରେ ନାହିଁ ଆଉ ସେହି ମୂର୍ଖ ନିଜ ଜୀବନ ଲକ୍ଷ୍ୟକୁ ମଧ୍ୟ ଜାଣେ ନାହିଁ।           

ਮਾਇਆ ਮਦਿ ਮਾਤਾ ਹੋਛੀ ਬਾਤਾ ਮਿਲਣੁ ਨ ਜਾਈ ਭਰਮ ਧੜਾ ॥
ମାୟାର ନିଶାରେ ମସ୍ତ ହୋଇ ସେ ବ୍ୟର୍ଥରେ ହିଁ କଥା କରିଥାଏ ଏବଂ ଭ୍ରମ କାରଣରୁ ପ୍ରଭୁଙ୍କ ସହିତ ତାହାର ମିଳନ ହୋଇପାରେ ନାହିଁ।          

ਕਹੁ ਨਾਨਕ ਗੁਰ ਬਿਨੁ ਨਾਹੀ ਸੂਝੈ ਹਰਿ ਸਾਜਨੁ ਸਭ ਕੈ ਨਿਕਟਿ ਖੜਾ ॥੧॥
ହେ ନାନକ! ପ୍ରିୟ ପ୍ରଭୁ ସବୁଙ୍କ ନିକଟରେ ବିଦ୍ୟମାନ ଅଛନ୍ତି, ପରନ୍ତୁ ଗୁରୁଙ୍କ ବିନା ତାହାଙ୍କ ଜ୍ଞାନ ହୁଏନାହିଁ||1||         

ਗੋਬਿੰਦਾ ਮੇਰੇ ਗੋਬਿੰਦਾ ਪ੍ਰਾਣ ਅਧਾਰਾ ਮੇਰੇ ਗੋਬਿੰਦਾ ॥
ମୋର ଗୋବିନ୍ଦ ମୋର ପ୍ରାଣର ଆଧାର ଅଟନ୍ତି।            

ਕਿਰਪਾਲਾ ਮੇਰੇ ਕਿਰਪਾਲਾ ਦਾਨ ਦਾਤਾਰਾ ਮੇਰੇ ਕਿਰਪਾਲਾ ॥
ସବୁ ଜୀବଙ୍କୁ ଦେବା ବାଲା ଦାତା ବଡ କୃପାଳୁ ଅଟନ୍ତି। 

ਦਾਨ ਦਾਤਾਰਾ ਅਪਰ ਅਪਾਰਾ ਘਟ ਘਟ ਅੰਤਰਿ ਸੋਹਨਿਆ ॥
ସେହି ଅପରାମ୍ପର ଦାତା ସବୁ ଜୀବଙ୍କ ଅନ୍ତର୍ମନରେ ଶୋଭା ଦେଇଥାନ୍ତି।              

ਇਕ ਦਾਸੀ ਧਾਰੀ ਸਬਲ ਪਸਾਰੀ ਜੀਅ ਜੰਤ ਲੈ ਮੋਹਨਿਆ ॥
ସେ ମାୟା ରୂପୀ ଏକ ଦାସୀ ବନାଇଛନ୍ତି, ସାରା ଜଗତରେ ତାହାର ପ୍ରସାର ହୋଇଛି ଆଉ ସବୁ ଜୀବଙ୍କୁ ସେ ମୋହିତ କରିଛି।            

ਜਿਸ ਨੋ ਰਾਖੈ ਸੋ ਸਚੁ ਭਾਖੈ ਗੁਰ ਕਾ ਸਬਦੁ ਬੀਚਾਰਾ ॥
ଯାହାକୁ ସେ ରକ୍ଷା କରିଥାନ୍ତି, ସେ ହିଁ ସତ୍ୟ କହିଥାଏ ଆଉ ସେ ହିଁ ଗୁରୁ-ଶବ୍ଦ ଦ୍ଵାରା ବିଚାର କରିଥାଏ।          

ਕਹੁ ਨਾਨਕ ਜੋ ਪ੍ਰਭ ਕਉ ਭਾਣਾ ਤਿਸ ਹੀ ਕਉ ਪ੍ਰਭੁ ਪਿਆਰਾ ॥੨॥
ହେ ନାନକ! ଯାହା ପ୍ରଭୁଙ୍କୁ ଭଲ ଲାଗିଥାଏ, ତାହାକୁ ହିଁ ପ୍ରଭୁ ପ୍ରିୟ ଲାଗିଥାନ୍ତି||2||         

ਮਾਣੋ ਪ੍ਰਭ ਮਾਣੋ ਮੇਰੇ ਪ੍ਰਭ ਕਾ ਮਾਣੋ ॥
ମୋ’ ପ୍ରଭୁ ଉପରେ ମୋର ଅଭିମାନ ଅଛି, ସତ୍ୟ ଏହା ଯେ ତାହାଙ୍କ ପାଇଁ ମୁଁ ଗର୍ବିତ ଅଟେ।         

ਜਾਣੋ ਪ੍ਰਭੁ ਜਾਣੋ ਸੁਆਮੀ ਸੁਘੜੁ ਸੁਜਾਣੋ ॥
ମୋର ସ୍ଵାମୀ ପ୍ରଭୁ ଅନ୍ତର୍ଯାମୀ, ଚତୁର ଓ ବୁଦ୍ଧିମାନ ଅଟନ୍ତି।  

ਸੁਘੜ ਸੁਜਾਨਾ ਸਦ ਪਰਧਾਨਾ ਅੰਮ੍ਰਿਤੁ ਹਰਿ ਕਾ ਨਾਮਾ ॥
ସେ ସଦା ଚତୁର, ବୁଦ୍ଧିମାନ, ସାରା ସୃଷ୍ଟିର ପ୍ରଧାନ ଅଟନ୍ତି। ସେହି ହରିଙ୍କ ନାମ ଅମୃତ ତୁଲ୍ୟ ଅଟେ।     

ਚਾਖਿ ਅਘਾਣੇ ਸਾਰਿਗਪਾਣੇ ਜਿਨ ਕੈ ਭਾਗ ਮਥਾਨਾ ॥
ଯାହାର ଭାଗ୍ୟ ଉଜ୍ଜଳ ହୋଇଥାଏ, ସେ ପ୍ରଭୁଙ୍କ ନାମାମୃତ ପାନ କରି ତୃପ୍ତ ହୋଇଯାଏ।   

ਤਿਨ ਹੀ ਪਾਇਆ ਤਿਨਹਿ ਧਿਆਇਆ ਸਗਲ ਤਿਸੈ ਕਾ ਮਾਣੋ ॥
ସେ ତାହାଙ୍କୁ ପ୍ରାପ୍ତ କରିଛି, ତାହାଙ୍କ ହିଁ ଧ୍ୟାନ କରିଛି ଆଉ ସବୁଙ୍କୁ ତାହାଙ୍କ ପ୍ରତି ଗର୍ବ ଥାଏ।     

ਕਹੁ ਨਾਨਕ ਥਿਰੁ ਤਖਤਿ ਨਿਵਾਸੀ ਸਚੁ ਤਿਸੈ ਦੀਬਾਣੋ ॥੩॥
ହେ ନାନକ! ଅଟଳ ସିଂହାସନ ଉପରେ ବିରାଜମାନ ପରମାତ୍ମାଙ୍କ ଦରବାର ଶାଶ୍ଵତ ଅଟନ୍ତି||3||       

ਮੰਗਲਾ ਹਰਿ ਮੰਗਲਾ ਮੇਰੇ ਪ੍ਰਭ ਕੈ ਸੁਣੀਐ ਮੰਗਲਾ ॥
ମୋର ପ୍ରଭୁଙ୍କ ମଙ୍ଗଳ ଗାନ ଶୁଣ।      

ਸੋਹਿਲੜਾ ਪ੍ਰਭ ਸੋਹਿਲੜਾ ਅਨਹਦ ਧੁਨੀਐ ਸੋਹਿਲੜਾ ॥
ସେହି ପ୍ରଭୁଙ୍କ ଘରେ ଅନାହତ ଧ୍ୱନି ବାଲା କୀର୍ତ୍ତନ ହୋଇଥାଏ।                

ਅਨਹਦ ਵਾਜੇ ਸਬਦ ਅਗਾਜੇ ਨਿਤ ਨਿਤ ਜਿਸਹਿ ਵਧਾਈ ॥
ତାହାର ଘରେ ଅନାହତ ଶବ୍ଦ ଗୁଞ୍ଜନ କରିଥାଏ ଆଉ ନିତ୍ୟ କଲ୍ୟାଣ ମିଳିଥାଏ।              

ਸੋ ਪ੍ਰਭੁ ਧਿਆਈਐ ਸਭੁ ਕਿਛੁ ਪਾਈਐ ਮਰੈ ਨ ਆਵੈ ਜਾਈ ॥
ପ୍ରଭୁଙ୍କ ଧ୍ୟାନ କରିବା ଦ୍ଵାରା ସବୁକିଛି ପ୍ରାପ୍ତ ହୋଇଯାଏ ଏବଂ ଜନ୍ମ-ମରଣରୁ ମୁକ୍ତି ମିଳିଥାଏ।     

ਚੂਕੀ ਪਿਆਸਾ ਪੂਰਨ ਆਸਾ ਗੁਰਮੁਖਿ ਮਿਲੁ ਨਿਰਗੁਨੀਐ ॥
ପ୍ରତ୍ୟେକ ଅଭିଳାଷ ପୂର୍ଣ୍ଣ ହୋଇଯାଏ ଆଉ ସବୁ ଲାଳସା ଦୂର ହୋଇଯାଏ, ନିର୍ଗୁଣ ପରମାତ୍ମାଙ୍କୁ ଗୁରୁ ଦ୍ଵାରା ପ୍ରାପ୍ତ କର।      

ਕਹੁ ਨਾਨਕ ਘਰਿ ਪ੍ਰਭ ਮੇਰੇ ਕੈ ਨਿਤ ਨਿਤ ਮੰਗਲੁ ਸੁਨੀਐ ॥੪॥੧॥
ହେ ନାନକ! ହୃଦୟ-ଘରେ ସର୍ବଦା ମୋର ପ୍ରଭୁଙ୍କ ମଙ୍ଗଳ ଗାନ ଶୁଣିବା ଉଚିତ||4||1||   

error: Content is protected !!