ਨਾ ਤਿਸੁ ਗਿਆਨੁ ਨ ਧਿਆਨੁ ਹੈ ਨਾ ਤਿਸੁ ਧਰਮੁ ਧਿਆਨੁ ॥
ନା ତାହା ପାଖରେ କୌଣସି ଜ୍ଞାନ-ଧ୍ୟାନ ଥାଏ ଆଉ ନା କୌଣସି ଧର୍ମର ଧ୍ୟାନ ଥାଏ।
ਵਿਣੁ ਨਾਵੈ ਨਿਰਭਉ ਕਹਾ ਕਿਆ ਜਾਣਾ ਅਭਿਮਾਨੁ ॥
ନାମ ବିନା କେହି ନିର୍ଭୀକ ହୋଇପାରେ ନାହିଁ ଆଉ ଅଭିମାନର ଦୁଃଖ ବୁଝିପାରେ ନାହିଁ।
ਥਾਕਿ ਰਹੀ ਕਿਵ ਅਪੜਾ ਹਾਥ ਨਹੀ ਨਾ ਪਾਰੁ ॥
ମୁଁ ଥକି ଯାଇଛି, ପୁଣି ମୁଁ ନିଜ ଲକ୍ଷ୍ୟ ସ୍ଥଳ ପର୍ଯ୍ୟନ୍ତ କିପରି ପହଞ୍ଚି ପାରିବି? ମୋର ଜୀବନ ନଉକା ଭବସାଗରରେ ଭାସୁଅଛି, ଯାହାର ସୀମା କିଛି ନାହିଁ।
ਨਾ ਸਾਜਨ ਸੇ ਰੰਗੁਲੇ ਕਿਸੁ ਪਹਿ ਕਰੀ ਪੁਕਾਰ ॥
ଏପରି ସନ୍ଥଜନ ମଧ୍ୟ ମୋର ସଜ୍ଜନ ନାହାନ୍ତି, ଯିଏ ପରମାତ୍ମାଙ୍କ ରଙ୍ଗରେ ଲୀନ ଥାଆନ୍ତି, ପୁଣି କାହା ପାଖରେ ଗୁହାରି କରିବି।
ਨਾਨਕ ਪ੍ਰਿਉ ਪ੍ਰਿਉ ਜੇ ਕਰੀ ਮੇਲੇ ਮੇਲਣਹਾਰੁ ॥
ହେ ନାନକ! ଯଦି ପ୍ରିୟ-ପ୍ରିୟ କର, ମିଳାଇବା ବାଲା ପ୍ରଭୁ ନିଜ ସାଥିରେ ମିଳାଇ ନେବେ।
ਜਿਨਿ ਵਿਛੋੜੀ ਸੋ ਮੇਲਸੀ ਗੁਰ ਕੈ ਹੇਤਿ ਅਪਾਰਿ ॥੩੭॥
ଯିଏ ମୋତେ ବିୟୋଗ ଦେଇଛନ୍ତି, ସେ ହି ଗୁରୁଙ୍କ ଅପାର ପ୍ରେମ ଦ୍ଵାରା ମିଳାଇ ନେବେ||37||
ਪਾਪੁ ਬੁਰਾ ਪਾਪੀ ਕਉ ਪਿਆਰਾ ॥
ପାପ ମନ୍ଦ ଅଟେ, କିନ୍ତୁ ପାପୀକୁ ଏହା ପ୍ରିୟ ଲାଗିଥାଏ।
ਪਾਪਿ ਲਦੇ ਪਾਪੇ ਪਾਸਾਰਾ ॥
ପାପୀ ମନୁଷ୍ୟ ପାପର ଭାର ହିଁ ମସ୍ତକ ଉପରେ ଲଦି ଥାଏ ଆଉ ନିଜ ପାପର ପ୍ରସାର କରିଥାଏ।
ਪਰਹਰਿ ਪਾਪੁ ਪਛਾਣੈ ਆਪੁ ॥
ଯଦି ସେ ପାପ ତ୍ୟାଗ କରି ନିଜକୁ ନିଜେ ଜାଣି ନିଏ, ତାହାହେଲେ
ਨਾ ਤਿਸੁ ਸੋਗੁ ਵਿਜੋਗੁ ਸੰਤਾਪੁ ॥
ତାହାକୁ କୌଣସି ଦୁଃଖ, ବିୟୋଗ ଏବଂ ସଂତାପ ଲାଗେ ନାହିଁ।
ਨਰਕਿ ਪੜੰਤਉ ਕਿਉ ਰਹੈ ਕਿਉ ਬੰਚੈ ਜਮਕਾਲੁ ॥
ସେ କିପରି ନରକରୁ ରକ୍ଷା ପାଇ ପାରିବ ଆଉ ଯମକାଳରୁ ମୁକ୍ତି ପାଇବ?
ਕਿਉ ਆਵਣ ਜਾਣਾ ਵੀਸਰੈ ਝੂਠੁ ਬੁਰਾ ਖੈ ਕਾਲੁ ॥
ତାହାକୁ ଜନ୍ମ-ମରଣ ଚକ୍ର କିପରି ଭୁଲି ପାରିବ? ମିଥ୍ୟା ମନ୍ଦ ଅଟେ ଆଉ କାଳ ମିଥ୍ୟା ମନୁଷ୍ୟକୁ ଗ୍ରାସ କରିନିଏ।
ਮਨੁ ਜੰਜਾਲੀ ਵੇੜਿਆ ਭੀ ਜੰਜਾਲਾ ਮਾਹਿ ॥
ଦୁନିଆର ଜାଲରେ ଫସିଥିବା ମନ ମଧ୍ୟ ଜଞ୍ଜାଳରେ ଫସିଯାଏ।
ਵਿਣੁ ਨਾਵੈ ਕਿਉ ਛੂਟੀਐ ਪਾਪੇ ਪਚਹਿ ਪਚਾਹਿ ॥੩੮॥
ହରିନାମ ବିନା ତାହାର ମୁକ୍ତି କିପରି ସମ୍ଭବ ହେବ? ସେ ପାପରେ ଫସି ବରବାଦ ହୋଇଯାଏ||38||
ਫਿਰਿ ਫਿਰਿ ਫਾਹੀ ਫਾਸੈ ਕਊਆ ॥
ଜୀବ ରୂପୀ କାଉ ବାରମ୍ବାର ଫନ୍ଦାରେ ଫସି ରହିଥାଏ, କିନ୍ତୁ
ਫਿਰਿ ਪਛੁਤਾਨਾ ਅਬ ਕਿਆ ਹੂਆ ॥
ପୁଣି ସେ ପଶ୍ଚାତାପ କରିଥାଏ, ଫନ୍ଦାରୁ ମୁକୁଳିବା ପାଇଁ ସେ ଆଉ କିଛି କରି ପାରିବ ନାହିଁ।
ਫਾਥਾ ਚੋਗ ਚੁਗੈ ਨਹੀ ਬੂਝੈ ॥
ସେ ଫନ୍ଦାରେ ଫସି ରହି ମଧ୍ୟ ବିକାର ରୂପୀ ଖାଦ୍ୟ ଖାଇଥାଏ, କିନ୍ତୁ ଏହା ବୁଝେ ନାହିଁ।
ਸਤਗੁਰੁ ਮਿਲੈ ਤ ਆਖੀ ਸੂਝੈ ॥
ଯଦି ତାହାକୁ ସଦଗୁରୁ ମିଳିଯାନ୍ତି, ତାହାକୁ ଏହି ଫନ୍ଦାର ଜ୍ଞାନ ହୋଇଯାଏ।
ਜਿਉ ਮਛੁਲੀ ਫਾਥੀ ਜਮ ਜਾਲਿ ॥
ଯେପରି ମାଛ ଫସି ରହିଥାଏ, ସେପରି ହିଁ ଜୀବ ମୃତ୍ୟୁର ଜାଲରେ ଫସିଥାଏ।
ਵਿਣੁ ਗੁਰ ਦਾਤੇ ਮੁਕਤਿ ਨ ਭਾਲਿ ॥
ଦାତା ଗୁରୁଙ୍କ ବିନା କାହାଠାରୁ ମଧ୍ୟ ମୁକ୍ତିର ଆଶା କରାଯାଇ ପାରିବ ନାହିଁ,
ਫਿਰਿ ਫਿਰਿ ਆਵੈ ਫਿਰਿ ਫਿਰਿ ਜਾਇ ॥
ଜୀବ ବାରମ୍ବାର ଜନ୍ମ ନେଇଥାଏ ଆଉ ବାରମ୍ବାର ମରିଥାଏ।
ਇਕ ਰੰਗਿ ਰਚੈ ਰਹੈ ਲਿਵ ਲਾਇ ॥
ଯଦି ସେ ଈଶ୍ଵରଙ୍କ ରଙ୍ଗରେ ଲୀନ ହୋଇ ତାହାଙ୍କ ଧ୍ୟାନ କରିଥାଏ,
ਇਵ ਛੂਟੈ ਫਿਰਿ ਫਾਸ ਨ ਪਾਇ ॥੩੯॥
ଜନ୍ମ-ମରଣ ଚକ୍ରରୁ ମୁକ୍ତ ହୋଇଯାଏ ଆଉ ପୁନଃ ତାହାଠାରେ ମୃତ୍ୟୁର ଫାଶୀ ପଡେ ନାହିଁ||39||
ਬੀਰਾ ਬੀਰਾ ਕਰਿ ਰਹੀ ਬੀਰ ਭਏ ਬੈਰਾਇ ॥
ମନୁଷ୍ୟର କାୟା ଆତ୍ମାକୁ ଭାଇ-ଭାଇ କହିଥାଏ, ପରନ୍ତୁ ପ୍ରାଣ ଯିବା ପରେ ତାହାର ଭାଇ ପର ବନି ତାହା ଆଡକୁ ଦୃଷ୍ଟି ଦିଏ ନାହିଁ।
ਬੀਰ ਚਲੇ ਘਰਿ ਆਪਣੈ ਬਹਿਣ ਬਿਰਹਿ ਜਲਿ ਜਾਇ ॥
ଆତ୍ମା ରୂପୀ ଭାଇ ପରଲୋକକୁ ଚାଲିଯାଏ ଆଉ ତାହାର କାୟା ଅଗ୍ନିରେ ଜଳିଯାଏ।
ਬਾਬੁਲ ਕੈ ਘਰਿ ਬੇਟੜੀ ਬਾਲੀ ਬਾਲੈ ਨੇਹਿ ॥
ନିଜ ପିତାର ଘରେ ରହି ପୁତ୍ରୀ ଖେଳଣାରେ ଖେଳି ଖେଳି ବିବାହ ଯୋଗ୍ୟା ହୋଇଯାଏ,
ਜੇ ਲੋੜਹਿ ਵਰੁ ਕਾਮਣੀ ਸਤਿਗੁਰੁ ਸੇਵਹਿ ਤੇਹਿ ॥
ଯଦି ସେହି କାମିନୀ ନିଜ ପତିକୁ ପାଇବା ଚାହେଁ, ସେ ସଚ୍ଚା ଗୁରୁଙ୍କ ସେବା କରିବା ଉଚିତ।
ਬਿਰਲੋ ਗਿਆਨੀ ਬੂਝਣਉ ਸਤਿਗੁਰੁ ਸਾਚਿ ਮਿਲੇਇ ॥
କେହି ବିରଳ ଜ୍ଞାନୀ ହିଁ ଏହି ତଥ୍ୟକୁ ବୁଝିଥାଏ ଯେ ସଦଗୁରୁ ହିଁ ସତ୍ୟ ସହିତ ମିଳନ କରାଇ ଥାଆନ୍ତି।
ਠਾਕੁਰ ਹਾਥਿ ਵਡਾਈਆ ਜੈ ਭਾਵੈ ਤੈ ਦੇਇ ॥
ସେହି ଠାକୁରଙ୍କ ହାତରେ ସବୁ ବଡିମା ଅଛି, ଯାହାକୁ ଚାହାନ୍ତି, ତାହାକୁ ଦେଇଥାନ୍ତି।
ਬਾਣੀ ਬਿਰਲਉ ਬੀਚਾਰਸੀ ਜੇ ਕੋ ਗੁਰਮੁਖਿ ਹੋਇ ॥
ଯଦି କେହି ଗୁରୁମୁଖୀ ବନିଯାଏ, ତାହାହେଲେ ଏପରି ବିରଳ ବାଣୀର ବିଚାର କରିଥାଏ।
ਇਹ ਬਾਣੀ ਮਹਾ ਪੁਰਖ ਕੀ ਨਿਜ ਘਰਿ ਵਾਸਾ ਹੋਇ ॥੪੦॥
ଏହି ବାଣୀ ମହାପୁରୁଷଙ୍କ ଦ୍ଵାରା ରଚା ଯାଇଛି ଆଉ ଏହା ଦ୍ଵାରା ନିଜର ସଚ୍ଚା ଘରେ ଜୀବର ନିବାସ ହୋଇଯାଏ।||40||
ਭਨਿ ਭਨਿ ਘੜੀਐ ਘੜਿ ਘੜਿ ਭਜੈ ਢਾਹਿ ਉਸਾਰੈ ਉਸਰੇ ਢਾਹੈ ॥
ପରମେଶ୍ଵର ତତ୍ତ୍ଵକୁ ଭାଙ୍ଗି ଜଗତର ନିର୍ମାଣ କରିଥାନ୍ତି ଆଉ ଜଗତ ନିର୍ମାଣ କରି ତାହାର ବିନାଶ କରିଥାନ୍ତି, ସେ ବିଗାଡି ପୁଣି ବନାଇ ଥାଆନ୍ତି, ସେ ଜୀବକୁ ଜାତ କରି ତାହାର ନାଶ କରିଥାନ୍ତି।
ਸਰ ਭਰਿ ਸੋਖੈ ਭੀ ਭਰਿ ਪੋਖੈ ਸਮਰਥ ਵੇਪਰਵਾਹੈ ॥
ସେହି ସର୍ବକଳା ସମର୍ଥ ଏବଂ ନିଶ୍ଚିନ୍ତ ପରମେଶ୍ଵର ଭରି ରହିଥିବା ସରୋବରକୁ ସୁଖ ଦେଇଥାନ୍ତି ଆଉ ପୁନଶ୍ଚ ତାହାକୁ ଭରି ଦେଇଥାନ୍ତି।
ਭਰਮਿ ਭੁਲਾਨੇ ਭਏ ਦਿਵਾਨੇ ਵਿਣੁ ਭਾਗਾ ਕਿਆ ਪਾਈਐ ॥
ଯେଉଁ ଜୀବ ଭ୍ରମରେ ଥାଏ, ସେ ପାଗଳ ହୋଇଯାଏ, ଆଉ ଭାଗ୍ୟ ବିନା କିଛି ମଧ୍ୟ ହାସଲ ହୁଏନାହିଁ।
ਗੁਰਮੁਖਿ ਗਿਆਨੁ ਡੋਰੀ ਪ੍ਰਭਿ ਪਕੜੀ ਜਿਨ ਖਿੰਚੈ ਤਿਨ ਜਾਈਐ ॥
ଗୁରୁଙ୍କ ମାଧ୍ୟମରୁ ଏହି ଜ୍ଞାନ ହୋଇଥାଏ ଯେ ପ୍ରତ୍ୟେକ ଜୀବର ଜୀବନ-ଡୋରୀ ପ୍ରଭୁ ନିଜ ହାତରେ ଧରିଛନ୍ତି, ସେ ଜୀବକୁ ଯେଉଁ ଆଡେ ଚଳାଇ ଥାଆନ୍ତି, ଜୀବ ସେହି ଆଡେ ଚାଲି ଥାଏ।
ਹਰਿ ਗੁਣ ਗਾਇ ਸਦਾ ਰੰਗਿ ਰਾਤੇ ਬਹੁੜਿ ਨ ਪਛੋਤਾਈਐ ॥
ଯିଏ ଭଗବାନଙ୍କ ଗୌରବ ଗାନ କରି ସର୍ବଦା ତାହାଙ୍କ ରଙ୍ଗରେ ଲୀନ ରହିଥାଏ, ତାହାକୁ ପୁଣି କେବେ ପଶ୍ଚାତାପ ହୁଏନାହିଁ।
ਭਭੈ ਭਾਲਹਿ ਗੁਰਮੁਖਿ ਬੂਝਹਿ ਤਾ ਨਿਜ ਘਰਿ ਵਾਸਾ ਪਾਈਐ ॥
ଭ- ସତ୍ୟର ସନ୍ଧାନ କରିବା ବାଲା ଗୁରୁଙ୍କ ଠାରୁ ସତ୍ୟର ମାର୍ଗ ବୁଝିନିଏ ଆଉ ନିଜର ସଚ୍ଚା ଘରେ ନିବାସ ପ୍ରାପ୍ତ କରିନିଏ।
ਭਭੈ ਭਉਜਲੁ ਮਾਰਗੁ ਵਿਖੜਾ ਆਸ ਨਿਰਾਸਾ ਤਰੀਐ ॥
ଭ- ଏହି ଭବସାଗରରୁ ପାର ହେବା ବାଲା ମାର୍ଗ ବହୁତ କଠିନ ଅଟେ ଆଉ କାମନା ରହିତ ହୋଇ ଏଥିରୁ ପାର କରା ଯାଇପାରେ।
ਗੁਰ ਪਰਸਾਦੀ ਆਪੋ ਚੀਨੑੈ ਜੀਵਤਿਆ ਇਵ ਮਰੀਐ ॥੪੧॥
ଯେଉଁ ବ୍ୟକ୍ତି ଗୁରୁଙ୍କ କୃପାରୁ ଆତ୍ମ ଜ୍ଞାନ ବୁଝି ନିଏ, ସେ ଜୀବନ୍ମୁକ୍ତ ହୋଇଯାଏ||41||
ਮਾਇਆ ਮਾਇਆ ਕਰਿ ਮੁਏ ਮਾਇਆ ਕਿਸੈ ਨ ਸਾਥਿ ॥
ଏହି ମାୟା ମୋର ଅଟେ, ଏହି ଧନ-ଦୌଲତ ମୋର ନିଜର ଅଟେ, ଏହା କହି ଅନେକ ଲୋକ ଦୁନିଆ ଛାଡି ଚାଲି ଯାଇଛନ୍ତି, ପରନ୍ତୁ ଏହି ମାୟା କାହା ସାଥିରେ ଯାଇ ନାହିଁ।
ਹੰਸੁ ਚਲੈ ਉਠਿ ਡੁਮਣੋ ਮਾਇਆ ਭੂਲੀ ਆਥਿ ॥
ଆତ୍ମା ରୂପୀ ହଂସ ଦୁନିଆରୁ ଚାଲି ଯାଇଥାଏ ଏବଂ ମାୟା ତାହାକୁ ଭୁଲି ଯାଇଥାଏ।
ਮਨੁ ਝੂਠਾ ਜਮਿ ਜੋਹਿਆ ਅਵਗੁਣ ਚਲਹਿ ਨਾਲਿ ॥
ମୋହ-ମାୟାରେ ଫସି ରହି ମନ ମିଥ୍ୟା ହୋଇଥାଏ, ଆଉ ମୃତ୍ୟୁ ତାହାକୁ ଦେଖିଥାଏ, ମରଣ ପରେ ଜୀବର ଅବଗୁଣ ତାହାର ସାଥିରେ ହିଁ ଯାଇଥାଏ।
ਮਨ ਮਹਿ ਮਨੁ ਉਲਟੋ ਮਰੈ ਜੇ ਗੁਣ ਹੋਵਹਿ ਨਾਲਿ ॥
ଯଦି ତାହା ପାଖରେ ଗୁଣ ଥାଏ, ତାହାହେଲେ ତାହାର ଅଶୁଦ୍ଧ ମନ ବିକାର ଠାରୁ ଫେରି ଆସି ଶୁଦ୍ଧ ଭାବନାରେ ହିଁ ରହିଥାଏ।