ਰਾਮਕਲੀ ਕੀ ਵਾਰ ਮਹਲਾ ੫
ରାମକଲୀ ୱାର ମହଲା 5
ੴ ਸਤਿਗੁਰ ਪ੍ਰਸਾਦਿ ॥
ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਸਲੋਕ ਮਃ ੫ ॥
ଶ୍ଳୋକ ମହଲା 5॥
ਜੈਸਾ ਸਤਿਗੁਰੁ ਸੁਣੀਦਾ ਤੈਸੋ ਹੀ ਮੈ ਡੀਠੁ ॥
ଯେପରି ସଦଗୁରୁଙ୍କ ଯଶ ଶୁଣି ଅଛି, ସେପରି ହିଁ ମୁଁ ତାହାଙ୍କୁ ଦେଖିଅଛି।
ਵਿਛੁੜਿਆ ਮੇਲੇ ਪ੍ਰਭੂ ਹਰਿ ਦਰਗਹ ਕਾ ਬਸੀਠੁ ॥
ସେ ବିଚ୍ଛେଦ ହୋଇଥିବା ଜୀବଙ୍କୁ ପ୍ରଭୁଙ୍କ ସହିତ ମିଳାଇ ଦେଇଥାନ୍ତି ଏବଂ ହରିଙ୍କ ଦରବାରରେ ମଧ୍ୟସ୍ଥ ଅଟନ୍ତି।
ਹਰਿ ਨਾਮੋ ਮੰਤ੍ਰੁ ਦ੍ਰਿੜਾਇਦਾ ਕਟੇ ਹਉਮੈ ਰੋਗੁ ॥
ସେ ହରିନାମର ମନ୍ତ୍ର ଜୀବଙ୍କ ଠାରେ ଦୃଢ କରାଇ ଥାଆନ୍ତି ଆଉ ତାହାର ଅଭିମାନର ରୋଗ ଦୂର ହୋଇଯାଏ।
ਨਾਨਕ ਸਤਿਗੁਰੁ ਤਿਨਾ ਮਿਲਾਇਆ ਜਿਨਾ ਧੁਰੇ ਪਇਆ ਸੰਜੋਗੁ ॥੧॥
ନାନକ କହନ୍ତି ଯେ ପରମେଶ୍ଵର ତାହାକୁ ସଦଗୁରୁଙ୍କ ସହିତ ମିଳାଇଛନ୍ତି, ଯାହାର ଭାଗ୍ୟରେ ଏପରି ସଂଯୋଗ ଲେଖା ହୋଇଛି||1||
ਮਃ ੫ ॥
ମହଲା 5॥
ਇਕੁ ਸਜਣੁ ਸਭਿ ਸਜਣਾ ਇਕੁ ਵੈਰੀ ਸਭਿ ਵਾਦਿ ॥
ଯଦି ଏକ ଈଶ୍ଵର ମୋର ସଜ୍ଜନ ବନିଯାନ୍ତି, ସମସ୍ତ ଜୀବ ମୋର ସଜ୍ଜନ ବନିଯାନ୍ତି। ଯଦି ସେ ମୋର ଶତ୍ରୁ ବନିଯାନ୍ତି, ସମସ୍ତେ ମୋ’ ସହିତ ଝଗଡା କରିଥାନ୍ତି।
ਗੁਰਿ ਪੂਰੈ ਦੇਖਾਲਿਆ ਵਿਣੁ ਨਾਵੈ ਸਭ ਬਾਦਿ ॥
ପୂର୍ଣ୍ଣ ଗୁରୁ ମୋତେ ଏହା ଦେଖାଇ ଦେଇଛନ୍ତି ଯେ ନାମ ବିନା ସବୁକିଛି ବ୍ୟର୍ଥ ଅଟେ।
ਸਾਕਤ ਦੁਰਜਨ ਭਰਮਿਆ ਜੋ ਲਗੇ ਦੂਜੈ ਸਾਦਿ ॥
ଯିଏ ଦୈତ୍ୟଭାବର ସ୍ଵାଦରେ ଲାଗି ରହିଥାଏ, ଏପରି ଦୁଷ୍ଟ ଶାକ୍ତ ଯୋନିରେ ପଥଭ୍ରଷ୍ଟ ରହିଥାଏ।
ਜਨ ਨਾਨਕਿ ਹਰਿ ਪ੍ਰਭੁ ਬੁਝਿਆ ਗੁਰ ਸਤਿਗੁਰ ਕੈ ਪਰਸਾਦਿ ॥੨॥
ଗୁରୁ-ସଦଗୁରୁଙ୍କ ଆଶୀର୍ବାଦ ଦ୍ଵାରା ନାନକ ପ୍ରଭୁଙ୍କୁ ବୁଝି ନେଇଛନ୍ତି||2||
ਪਉੜੀ ॥
ପଉଡୀ॥
ਥਟਣਹਾਰੈ ਥਾਟੁ ਆਪੇ ਹੀ ਥਟਿਆ ॥
ରଚୟିତା ପରମେଶ୍ଵର ସ୍ଵୟଂ ହିଁ ଜଗତ-ରଚନା କରିଛନ୍ତି।
ਆਪੇ ਪੂਰਾ ਸਾਹੁ ਆਪੇ ਹੀ ਖਟਿਆ ॥
ସ୍ଵୟଂ ହିଁ ନାମ ରୂପୀ ଧନର ପୂର୍ଣ୍ଣ ସାହୁକାର ଅଟନ୍ତି ଆଉ ସେ ସ୍ଵୟଂ ହିଁ ନାମ ରୂପୀ ଲାଭ ହାସଲ କରିଛନ୍ତି।
ਆਪੇ ਕਰਿ ਪਾਸਾਰੁ ਆਪੇ ਰੰਗ ਰਟਿਆ ॥
ସେ ସ୍ଵୟଂ ହିଁ ଜଗତ-ପ୍ରସାର କରି ରଙ୍ଗ-ତମାସାରେ ପ୍ରସନ୍ନ ରହିଥାନ୍ତି।
ਕੁਦਰਤਿ ਕੀਮ ਨ ਪਾਇ ਅਲਖ ਬ੍ਰਹਮਟਿਆ ॥
ସେହି ଅଲଖ ବ୍ରହ୍ମଙ୍କ ପ୍ରକୃତିର ସଠିକ ମୂଲ୍ୟ ଅଙ୍କନ କରାଯାଇ ପାରିବ ନାହିଁ।
ਅਗਮ ਅਥਾਹ ਬੇਅੰਤ ਪਰੈ ਪਰਟਿਆ ॥
ସେ ଅଗମ୍ୟ, ଅଥଳ, ଅନନ୍ତ ଏବଂ ମହାନ ଅଟନ୍ତି।
ਆਪੇ ਵਡ ਪਾਤਿਸਾਹੁ ਆਪਿ ਵਜੀਰਟਿਆ ॥
ସେ ସ୍ଵୟଂ ହିଁ ସଂପୂର୍ଣ୍ଣ ବିଶ୍ଵର ବଡ ବାଦଶାହ ଅଟନ୍ତି ଆଯ ସ୍ଵୟଂ ହିଁ ପରମର୍ଶଦାତା ଅଟନ୍ତି।
ਕੋਇ ਨ ਜਾਣੈ ਕੀਮ ਕੇਵਡੁ ਮਟਿਆ ॥
କେହି ମଧ୍ୟ ତାହାଙ୍କ ମହିମାର ମୂଲ୍ୟ ଜାଣନ୍ତି ନାହିଁ ଆଉ ନା ତାହାଙ୍କ ଧାମକୁ ଜାଣିଥାନ୍ତି।
ਸਚਾ ਸਾਹਿਬੁ ਆਪਿ ਗੁਰਮੁਖਿ ਪਰਗਟਿਆ ॥੧॥
ସେହି ସଚ୍ଚା ମାଲିକ ସ୍ଵୟଂ ହିଁ ନିଜ ଭକ୍ତକୁ ଦର୍ଶନ ଦେବା ପାଇଁ ଗୁରୁଙ୍କ ମାଧ୍ୟମରୁ ପ୍ରକଟ ହୋଇଥାନ୍ତି||1||
ਸਲੋਕੁ ਮਃ ੫ ॥
ଶ୍ଳୋକ ମହଲା 5॥
ਸੁਣਿ ਸਜਣ ਪ੍ਰੀਤਮ ਮੇਰਿਆ ਮੈ ਸਤਿਗੁਰੁ ਦੇਹੁ ਦਿਖਾਲਿ ॥
ହେ ମୋର ସଜ୍ଜନ, ପ୍ରିୟତମ ପ୍ରଭୁ! ଶୁଣ; ମୋତେ ସଦଗୁରୁଙ୍କ ଦର୍ଶନ କରାଇ ଦିଅ।
ਹਉ ਤਿਸੁ ਦੇਵਾ ਮਨੁ ਆਪਣਾ ਨਿਤ ਹਿਰਦੈ ਰਖਾ ਸਮਾਲਿ ॥
ମୁଁ ନିଜ ମନ ତାହାଙ୍କୁ ଅର୍ପଣ କରିଦେବି ଆଉ ନିତ୍ୟ ହୃଦୟରେ ତାହାଙ୍କୁ ସ୍ମରଣ କରୁଥିବି।
ਇਕਸੁ ਸਤਿਗੁਰ ਬਾਹਰਾ ਧ੍ਰਿਗੁ ਜੀਵਣੁ ਸੰਸਾਰਿ ॥
ଏକ ସଦଗୁରୁଙ୍କ ବିନା ସଂସାରରେ ବଞ୍ଚିବା ଧିକ୍କାର ଯୋଗ୍ୟ ଅଟେ।
ਜਨ ਨਾਨਕ ਸਤਿਗੁਰੁ ਤਿਨਾ ਮਿਲਾਇਓਨੁ ਜਿਨ ਸਦ ਹੀ ਵਰਤੈ ਨਾਲਿ ॥੧॥
ହେ ନାନକ! ସଚ୍ଚା ଗୁରୁ ତାହାକୁ ମିଳିଥାନ୍ତି, ଯାହା ସାଥିରେ ପ୍ରଭୁ ରହିଥାନ୍ତି||1||
ਮਃ ੫ ॥
ମହଲା 5॥
ਮੇਰੈ ਅੰਤਰਿ ਲੋਚਾ ਮਿਲਣ ਕੀ ਕਿਉ ਪਾਵਾ ਪ੍ਰਭ ਤੋਹਿ ॥
ହେ ପ୍ରଭୁ! ମୋର ଅନ୍ତର୍ମନରେ ତୁମକୁ ମିଳନ କରିବାର ତୀବ୍ର ଲାଳସା ଅଛି, ମୁଁ କିପରି ତୁମକୁ ପ୍ରାପ୍ତ କରି ପାରିବି?
ਕੋਈ ਐਸਾ ਸਜਣੁ ਲੋੜਿ ਲਹੁ ਜੋ ਮੇਲੇ ਪ੍ਰੀਤਮੁ ਮੋਹਿ ॥
କୌଣସି ଏପରି ସଜ୍ଜନ ଖୋଜିବାକୁ ଅଛି, ଯିଏ ମୋତେ ପ୍ରିୟତମଙ୍କ ସହିତ ମିଳନ କରାଇ ଦେବେ।
ਗੁਰਿ ਪੂਰੈ ਮੇਲਾਇਆ ਜਤ ਦੇਖਾ ਤਤ ਸੋਇ ॥
ପୂର୍ଣ୍ଣ ଗୁରୁ ମୋତେ ପରମାତ୍ମାଙ୍କ ସହିତ ମିଳନ କରାଇ ଦେଇଛନ୍ତି, ବର୍ତ୍ତମାନ ଯେଉଁଠି ଦେଖିଲେ ମଧ୍ୟ ନଜରରେ ଆସିଥାନ୍ତି।
ਜਨ ਨਾਨਕ ਸੋ ਪ੍ਰਭੁ ਸੇਵਿਆ ਤਿਸੁ ਜੇਵਡੁ ਅਵਰੁ ਨ ਕੋਇ ॥੨॥
ନାନକ ସେହି ପ୍ରଭୁଙ୍କ ଉପାସନା କରିଛନ୍ତି, ଯାହାଙ୍କ ଭଳି ମହାନ ଅନ୍ୟ କେହି ନାହାନ୍ତି||2||
ਪਉੜੀ ॥
ପଉଡୀ॥
ਦੇਵਣਹਾਰੁ ਦਾਤਾਰੁ ਕਿਤੁ ਮੁਖਿ ਸਾਲਾਹੀਐ ॥
ସର୍ବସୁଖ ଦେବା ବାଲା ସେହି ଦାତାଙ୍କ ପ୍ରଶଂସା କେଉଁ ମୁଖରେ କରାଯିବ?
ਜਿਸੁ ਰਖੈ ਕਿਰਪਾ ਧਾਰਿ ਰਿਜਕੁ ਸਮਾਹੀਐ ॥
ସେ ନିଜ କୃପା କରି ଯାହାର ରକ୍ଷା କରିଥାନ୍ତି, ତାହାକୁ ଭୋଜନ ମଧ୍ୟ ଦେଇଥାନ୍ତି।
ਕੋਇ ਨ ਕਿਸ ਹੀ ਵਸਿ ਸਭਨਾ ਇਕ ਧਰ ॥
ଏକ ପରମାତ୍ମା ହିଁ ସବୁଙ୍କ ଆଧାର ଅଟନ୍ତି ଆଉ କେହି ଜୀବ କାହାର ମଧ୍ୟ ବଶରେ ନାହାନ୍ତି।
ਪਾਲੇ ਬਾਲਕ ਵਾਗਿ ਦੇ ਕੈ ਆਪਿ ਕਰ ॥
ସେ ସ୍ଵୟଂ ହିଁ ନିଜ ହାତରେ ସବୁ ଜୀବଙ୍କୁ ବାଳକ ଭଳି ପୋଷଣ କରିଥାନ୍ତି।
ਕਰਦਾ ਅਨਦ ਬਿਨੋਦ ਕਿਛੂ ਨ ਜਾਣੀਐ ॥
ସେ ସ୍ଵୟଂ ହିଁ ଅନାଦ-ବିନୋଦ ଅନେକ ଲୀଳା କରିଥାନ୍ତି, ଯାହାଙ୍କ ଜ୍ଞାନ ଜୀବ ନିକଟରେ ନାହିଁ।
ਸਰਬ ਧਾਰ ਸਮਰਥ ਹਉ ਤਿਸੁ ਕੁਰਬਾਣੀਐ ॥
ମୁଁ ତାହାଙ୍କ ପ୍ରତି ସମର୍ପିତ ଯାଇଥାଏ, ଯିଏ ସର୍ବକଳା ସମର୍ଥ ଏବଂ ସବୁଙ୍କ ଜୀବନାଧାର ଅଟନ୍ତି।
ਗਾਈਐ ਰਾਤਿ ਦਿਨੰਤੁ ਗਾਵਣ ਜੋਗਿਆ ॥
ଆମେ ରାତି-ଦିନ ତାହାଙ୍କ ଗୁଣଗାନ କରିବା ଉଚିତ, କାରଣ ସେ ହିଁ ସ୍ତୁତି ଯୋଗ୍ୟ ଅଟନ୍ତି।
ਜੋ ਗੁਰ ਕੀ ਪੈਰੀ ਪਾਹਿ ਤਿਨੀ ਹਰਿ ਰਸੁ ਭੋਗਿਆ ॥੨॥
ଯେଉଁ ବ୍ୟକ୍ତି ଗୁରୁଙ୍କ ଚରଣରେ ପଡିଥାଏ, ସେ ହି ନାମ ରୂପୀ ହରିରସ ଭୋଗ କରିଥାଏ||2||
ਸਲੋਕ ਮਃ ੫ ॥
ଶ୍ଳୋକ ମହଲା 5॥
ਭੀੜਹੁ ਮੋਕਲਾਈ ਕੀਤੀਅਨੁ ਸਭ ਰਖੇ ਕੁਟੰਬੈ ਨਾਲਿ ॥
ପରମେଶ୍ଵର ପରିବାର ସହିତ ଆମର ରକ୍ଷା କରିଛନ୍ତି ଆଉ ଦୁଃଖ ସଙ୍କଟ ଦୂର କରିଛନ୍ତି।
ਕਾਰਜ ਆਪਿ ਸਵਾਰਿਅਨੁ ਸੋ ਪ੍ਰਭ ਸਦਾ ਸਭਾਲਿ ॥
ସେ ସ୍ଵୟଂ ହିଁ ଆମର ସବୁ କାର୍ଯ୍ୟ ସଫଳ କରିଛନ୍ତି, ସେହି ପ୍ରଭୁଙ୍କୁ ଆମେ ସର୍ବଦା ଧ୍ୟାନ କରୁ।
ਪ੍ਰਭੁ ਮਾਤ ਪਿਤਾ ਕੰਠਿ ਲਾਇਦਾ ਲਹੁੜੇ ਬਾਲਕ ਪਾਲਿ ॥
ପ୍ରଭୁ ମାତା-ପିତା ଭଳି ଆମକୁ ଗଳାରେ ଲଗାଇ ରଖିଥାନ୍ତି ଆଉ ଛୋଟ ବାଳକ ଭଳି ପୋଷଣ କରିଥାନ୍ତି।
ਦਇਆਲ ਹੋਏ ਸਭ ਜੀਅ ਜੰਤ੍ਰ ਹਰਿ ਨਾਨਕ ਨਦਰਿ ਨਿਹਾਲ ॥੧॥
ସବୁ ଜୀବଜନ୍ତୁ ଦୟାଳୁ ହୋଇ ଯାଇଛନ୍ତି, ହେ ନାନକ! ପରମେଶ୍ଵର କୃପା ଦୃଷ୍ଟି କରି ପ୍ରସନ୍ନ କରିଛନ୍ତି ||1||