ਮਨਮੁਖ ਜਨਮੁ ਬਿਰਥਾ ਗਇਆ ਕਿਆ ਮੁਹੁ ਦੇਸੀ ਜਾਇ ॥੩॥
ସ୍ଵେଚ୍ଛାଚାରୀ ଜୀବର ଜୀବନ ବ୍ୟର୍ଥ ହୋଇଯାଏ, ଏପରି ସେ ପରଲୋକକୁ ଯାଇ ମୁହଁ କିପରି ଦେଖାଇବ?॥3॥
ਸਭ ਕਿਛੁ ਆਪੇ ਆਪਿ ਹੈ ਹਉਮੈ ਵਿਚਿ ਕਹਨੁ ਨ ਜਾਇ ॥
ସେହି ପରମାତ୍ମା ହିଁ ସର୍ବସ୍ଵ ଅଟନ୍ତି, ଅହଙ୍କାରୀ ଜୀବ ଦ୍ଵାରା ଏହି କଥା କୁହାଯାଇ ପାରିବ ନାହିଁ।
ਗੁਰ ਕੈ ਸਬਦਿ ਪਛਾਣੀਐ ਦੁਖੁ ਹਉਮੈ ਵਿਚਹੁ ਗਵਾਇ ॥
ଗୁରୁଙ୍କ ଉପଦେଶ ଜାଣି ହିଁ କଷ୍ଟଦାୟକ ଅହଂକାରକୁ ହୃଦୟରୁ ବାହାର କରାଯାଇପାରେ।
ਸਤਗੁਰੁ ਸੇਵਨਿ ਆਪਣਾ ਹਉ ਤਿਨ ਕੈ ਲਾਗਉ ਪਾਇ ॥
ନିଜ କର୍ତ୍ତବ୍ୟ ଜାଣି ଯିଏ ସଦଗୁରୁଙ୍କ ସେବା କରିଥାଏ, ମୁଁ ତାହାରି ଚରଣ ସ୍ପର୍ଶ କରିଥାଏ।
ਨਾਨਕ ਦਰਿ ਸਚੈ ਸਚਿਆਰ ਹਹਿ ਹਉ ਤਿਨ ਬਲਿਹਾਰੈ ਜਾਉ ॥੪॥੨੧॥੫੪॥
ନାନକ ଦେବ ଜୀ କହନ୍ତି ଯେ ଯେଉଁ ଜୀବ ସତ୍ୟ ସ୍ୱରୂପ ପରମାତ୍ମାଙ୍କ ଦ୍ଵାରକୁ ଯାଏ ସେହି ଜୀବ ହିଁ ସତ୍ୟ ଧାରଣ କରିଥାଏ ଆଉ ମୁଁ ତାହା ପାଖରେ ସମର୍ପିତ ଅଟେ॥4॥21॥54॥
ਸਿਰੀਰਾਗੁ ਮਹਲਾ ੩ ॥
ସିରିରାଗ ମହଲା 3 ॥
ਜੇ ਵੇਲਾ ਵਖਤੁ ਵੀਚਾਰੀਐ ਤਾ ਕਿਤੁ ਵੇਲਾ ਭਗਤਿ ਹੋਇ ॥
ପରମାତ୍ମାଙ୍କୁ ଚିନ୍ତନ କରିବା ପାଇଁ ଯଦି ସମୟ ନିଶ୍ଚିତ କରିବା କଥା ବିଚାର କରୁଥାଅ, ତାହାହେଲେ କେବେ ମଧ୍ୟ ଭକ୍ତି ହୋଇ ନ ପାରେ।
ਅਨਦਿਨੁ ਨਾਮੇ ਰਤਿਆ ਸਚੇ ਸਚੀ ਸੋਇ ॥
ଦିନ ରାତି ପରମାତ୍ମାଙ୍କ ନାମରେ ବିଲୀନ ରହୁଥିବା ଜୀବର ଶୋଭା ଥାଏ।
ਇਕੁ ਤਿਲੁ ਪਿਆਰਾ ਵਿਸਰੈ ਭਗਤਿ ਕਿਨੇਹੀ ਹੋਇ ॥
ଯଦି କ୍ଷଣ ପାଇଁ ମଧ୍ୟ ପ୍ରିୟତମ ପ୍ରଭୁ ବିସ୍ମୃତ ହୋଇଯାନ୍ତି, ତାହାହେଲେ ଏହା କିପରି ଭକ୍ତି ଅଟେ।?
ਮਨੁ ਤਨੁ ਸੀਤਲੁ ਸਾਚ ਸਿਉ ਸਾਸੁ ਨ ਬਿਰਥਾ ਕੋਇ ॥੧॥
ସତ୍ୟ ସ୍ମରଣ ଦ୍ଵାରା ହିଁ ମନ-ତନ ଶୀତଳ ରହିଥାଏ ଆଉ କୌଣସି ଶ୍ଵାସ ନିଷ୍ଫଳ ଯାଏ ନାହିଁ॥1॥
ਮੇਰੇ ਮਨ ਹਰਿ ਕਾ ਨਾਮੁ ਧਿਆਇ ॥
ହେ ମୋର ମନ! ତୁମେ ମଧ୍ୟ ପ୍ରଭୁ ନାମର ସ୍ମରଣ କର।
ਸਾਚੀ ਭਗਤਿ ਤਾ ਥੀਐ ਜਾ ਹਰਿ ਵਸੈ ਮਨਿ ਆਇ ॥੧॥ ਰਹਾਉ ॥
ସତ୍ୟ ଭକ୍ତି ହୋଇଥାଏ, ଯେତେବେଳେ ହଋ-ପ୍ରଭୁ ଆସି ମନରେ ବସି ଯାଆନ୍ତି॥1॥ରୁହ॥
ਸਹਜੇ ਖੇਤੀ ਰਾਹੀਐ ਸਚੁ ਨਾਮੁ ਬੀਜੁ ਪਾਇ ॥
ଅନ୍ତଃ ସନ୍ତୁଳନ ଅବସ୍ଥାରେ ସ୍ଥିର ହୋଇ ହୃଦୟ-ରୂପୀ ଖେତରେ ସତ୍ୟ ନାମର ବୀଜ ବୁଣାଯାଏ
ਖੇਤੀ ਜੰਮੀ ਅਗਲੀ ਮਨੂਆ ਰਜਾ ਸਹਜਿ ਸੁਭਾਇ ॥
ତାହାହେଲେ ଶୁଭ-ଗୁଣ ରୂପୀ ଅମଳ ବହୁତ ହୁଏ, ଅର୍ଥାତ ଫସଲ ଦେଖି ମନ ସ୍ଵାଭାବିକ ରୂପରେ ତୃପ୍ତ ହୋଇଯାଏ।
ਗੁਰ ਕਾ ਸਬਦੁ ਅੰਮ੍ਰਿਤੁ ਹੈ ਜਿਤੁ ਪੀਤੈ ਤਿਖ ਜਾਇ ॥
ଗୁରୁଙ୍କ ଉପଦେଶ ଅମୃତ ରୂପ ଅଟେ, ଯାହାର ପାନ କଲେ ମାୟାର ତୃଷ୍ଣା ମେଣ୍ଟି ଯାଏ।
ਇਹੁ ਮਨੁ ਸਾਚਾ ਸਚਿ ਰਤਾ ਸਚੇ ਰਹਿਆ ਸਮਾਇ ॥੨॥
ଯେଉଁ ଜୀବର ଏହି ସତ୍ୟ ମନ ସତ୍ୟ ନାମରେ ଲୀନ ଅଛି, ସେ ସତ୍ୟ ସ୍ୱରୂପ ପରମାତ୍ମାଙ୍କ ଠାରେ ସମାହିତ ହୋଇଯାଏ॥2॥
ਆਖਣੁ ਵੇਖਣੁ ਬੋਲਣਾ ਸਬਦੇ ਰਹਿਆ ਸਮਾਇ ॥
ତାଙ୍କରି ସ୍ଵୟଂ କିଛି କହିବା, ଓ ଦେଖିବା ଆଦି ଶବ୍ଦ ଗୁରୁବାଣୀ ଅନୁସାରେ ହିଁ ଥାଏ।
ਬਾਣੀ ਵਜੀ ਚਹੁ ਜੁਗੀ ਸਚੋ ਸਚੁ ਸੁਣਾਇ ॥
ତାହାର ବଚନ ଚାରିଯୁଗରେ ବିଖ୍ୟାତ ହୋଇଯାଏ, କାରଣ ସେ ପୂର୍ଣ୍ଣ ରୂପରେ ସତ୍ୟ ଉପରେ ଆଧାରିତ ହୋଇଥାଏ।
ਹਉਮੈ ਮੇਰਾ ਰਹਿ ਗਇਆ ਸਚੈ ਲਇਆ ਮਿਲਾਇ ॥
ଜୀବର ଅହଂକାର ଓ ଅହଂ ଭାବ ସମାପ୍ତ ହୋଇଯାଏ ଆଉ ସତ୍ୟ ପ୍ରଭୁ ତାହା ସହିତ ସ୍ଵୟଂ ମିଳିଥାନ୍ତି।
ਤਿਨ ਕਉ ਮਹਲੁ ਹਦੂਰਿ ਹੈ ਜੋ ਸਚਿ ਰਹੇ ਲਿਵ ਲਾਇ ॥੩॥
ଯେଉଁ ଜୀବ ସତ୍ୟ ସ୍ଵରୂପରେ ଲୀନ ଅଛି, ତାହାଙ୍କୁ ପରମାତ୍ମାଙ୍କ ସ୍ୱରୂପ ପ୍ରତ୍ୟକ୍ଷ ଦେଖାଦିଏ॥3॥
ਨਦਰੀ ਨਾਮੁ ਧਿਆਈਐ ਵਿਣੁ ਕਰਮਾ ਪਾਇਆ ਨ ਜਾਇ ॥
ପରମାତ୍ମାଙ୍କ କୃପା ଦୃଷ୍ଟିରେ ହିଁ ପରମାତ୍ମାଙ୍କ ନାମ ସ୍ମରଣ କରାଯାଇପାରେ, ସଦକର୍ମ ବିନା ନାମ-ସ୍ମରଣ ପ୍ରାପ୍ତ କରାଯାଇପାରିବ ନାହିଁ।
ਪੂਰੈ ਭਾਗਿ ਸਤਸੰਗਤਿ ਲਹੈ ਸਤਗੁਰੁ ਭੇਟੈ ਜਿਸੁ ਆਇ ॥
ଯେଉଁ ଜୀବକୁ ସୌଭାଗ୍ୟରୁ ସତସଙ୍ଗତି ମିଳିଥାଏ, ତାହାକୁ ସଦଗୁରୁ ଆସି ମିଳନ୍ତି।
ਅਨਦਿਨੁ ਨਾਮੇ ਰਤਿਆ ਦੁਖੁ ਬਿਖਿਆ ਵਿਚਹੁ ਜਾਇ ॥
ପ୍ରତିଦିନ ନାମରେ ଅନୁରକ୍ତ ହେଲେ ହୃଦୟରେ ବିକାରର ଦୁଃଖ ଦୂର ହୋଇଯାଏ।
ਨਾਨਕ ਸਬਦਿ ਮਿਲਾਵੜਾ ਨਾਮੇ ਨਾਮਿ ਸਮਾਇ ॥੪॥੨੨॥੫੫॥
ନାନକ ଦେବ ଜୀ କହନ୍ତି ଯେ ଗୁରୁଙ୍କ ଉପଦେଶ ଦ୍ଵାରା ହିଁ ଜୀବର ପରମାତ୍ମାଙ୍କ ସହିତ ମିଲନ ହୋଇଥାଏ ତଥା ନାମ-ସ୍ମରଣରେ ଲୀନ ରହିଥାଏ॥4॥22॥55॥
ਸਿਰੀਰਾਗੁ ਮਹਲਾ ੩ ॥
ସିରିରାଗ ମହଲା 3॥
ਆਪਣਾ ਭਉ ਤਿਨ ਪਾਇਓਨੁ ਜਿਨ ਗੁਰ ਕਾ ਸਬਦੁ ਬੀਚਾਰਿ ॥
ଯିଏ ଗୁରୁଙ୍କ ଉପଦେଶ ମନନ କରିଅଛି, ପରମେଶ୍ଵର ତାଙ୍କରି ମନରେ ନିଜର ଭୟ ଦେଇଛନ୍ତି।
ਸਤਸੰਗਤੀ ਸਦਾ ਮਿਲਿ ਰਹੇ ਸਚੇ ਕੇ ਗੁਣ ਸਾਰਿ ॥
ସେହି ବ୍ୟକ୍ତିତ୍ଵ ପ୍ରାୟତଃ ସତସଙ୍ଗତିରେ ରହିଥାଏ ତଥା ସତ୍ୟ ପରମାତ୍ମାଙ୍କ ଗୁଣକୁ ଗ୍ରହଣ କରିଥାଏ।
ਦੁਬਿਧਾ ਮੈਲੁ ਚੁਕਾਈਅਨੁ ਹਰਿ ਰਾਖਿਆ ਉਰ ਧਾਰਿ ॥
ପରମାତ୍ମା ତାହାର ହୃଦୟରେ ଦ୍ଵିଧାର ମଇଳା ଦୂର କରିଦେଇଛନ୍ତି ତଥା ଏପରି ବ୍ୟକ୍ତିତ୍ଵ ପରମାତ୍ମାଙ୍କ ନାମକୁ ହୃଦୟରେ ଧାରଣ କରି ରଖିଥାନ୍ତି।
ਸਚੀ ਬਾਣੀ ਸਚੁ ਮਨਿ ਸਚੇ ਨਾਲਿ ਪਿਆਰੁ ॥੧॥
ଗୁରୁଙ୍କ ସତ୍ୟ ଉପଦେଶ ତାହାଙ୍କ ମନରେ ବାସ କରେ ଆଉ ସେହି ସତ୍ୟ ସ୍ୱରୂପ ପରମାତ୍ମାଙ୍କ ସାଥିରେ ତାହାର ପ୍ରେମ ହୋଇଯାଏ॥1॥
ਮਨ ਮੇਰੇ ਹਉਮੈ ਮੈਲੁ ਭਰ ਨਾਲਿ ॥
ହେ ମୋର ମନ! ଏହି ଜୀବ ଅହଂକାର ରୂପୀ ମଇଳାରେ ଭାରି ରହିଛି।
ਹਰਿ ਨਿਰਮਲੁ ਸਦਾ ਸੋਹਣਾ ਸਬਦਿ ਸਵਾਰਣਹਾਰੁ ॥੧॥ ਰਹਾਉ ॥
ପରମାତ୍ମା ଏହି ମଇଳା ରହିତ ଆଉ ସେ ପବିତ୍ର ଓ ସୁନ୍ଦର ଅଟନ୍ତି, ପରମାତ୍ମା ପବିତ୍ର ଜୀବକୁ ହିଁ ଗୁରୁ-ଉପଦେଶରେ ଯୋଡି ସମ୍ଭାଳନ୍ତି॥1॥ରୁହ॥
ਸਚੈ ਸਬਦਿ ਮਨੁ ਮੋਹਿਆ ਪ੍ਰਭਿ ਆਪੇ ਲਏ ਮਿਲਾਇ ॥
ଗୁରୁଙ୍କ ସତ୍ୟ ଉପଦେଶ ଦ୍ଵାରା ଯେଉଁ ଜୀବର ମନ ମୋହିତ ହୋଇଅଛି, ତାହା ସହିତ ପ୍ରଭୁ ସ୍ଵୟଂ ନିଜ ସ୍ଵରୂପରେ ମିଳନ କରିଛନ୍ତି।
ਅਨਦਿਨੁ ਨਾਮੇ ਰਤਿਆ ਜੋਤੀ ਜੋਤਿ ਸਮਾਇ ॥
ରାତି ଦିନ ନାମ ସ୍ମରଣରେ ଲୀନ ରହିବା ଦ୍ଵାରା ତାହାର ଜ୍ୟୋତି ପ୍ରଭୁଙ୍କ ଜ୍ୟୋତିରେ ଲୀନ ହୋଇଯାଏ।
ਜੋਤੀ ਹੂ ਪ੍ਰਭੁ ਜਾਪਦਾ ਬਿਨੁ ਸਤਗੁਰ ਬੂਝ ਨ ਪਾਇ ॥
ନିଜ ଅନ୍ତଃ ମନର ପ୍ରକାଶ ଦ୍ଵାରା ହିଁ ପରମାତ୍ମାଙ୍କୁ ଜାଣି ହୋଇଥାଏ, କିନ୍ତୁ ସଦଗୁରୁ ବିନା ଏପରି ଜ୍ଞାନ ପ୍ରାପ୍ତ ହେବା ଅସମ୍ଭବ ଅଟେ।
ਜਿਨ ਕਉ ਪੂਰਬਿ ਲਿਖਿਆ ਸਤਗੁਰੁ ਭੇਟਿਆ ਤਿਨ ਆਇ ॥੨॥
ଯାହାର ଭାଗ୍ୟରେ ପୂର୍ବରୁ ହିଁ ଲେଖାଯାଅଛି, ସେ ଆସି ଗୁରୁଙ୍କୁ ସାକ୍ଷାତ କରେ॥2॥
ਵਿਣੁ ਨਾਵੈ ਸਭ ਡੁਮਣੀ ਦੂਜੈ ਭਾਇ ਖੁਆਇ
ନାମ ସାଧନା ବିନା ସମସ୍ତ ଜୀବ ଦୈତ୍ୟ-ଭାବ ରଖି ନଷ୍ଟ ହେଉଛନ୍ତି।
ਤਿਸੁ ਬਿਨੁ ਘੜੀ ਨ ਜੀਵਦੀ ਦੁਖੀ ਰੈਣਿ ਵਿਹਾਇ ॥
ସେହି ପରମାତ୍ମାଙ୍କ ବିନା ଏକ କ୍ଷଣ ମଧ୍ୟ ସୁଖ ସାଥିରେ ବିତାଇ ପାରିବା ନାହିଁ, ଦୁଃଖରେ ହିଁ ଅତିବାହିତ ହୁଏ।
ਭਰਮਿ ਭੁਲਾਣਾ ਅੰਧੁਲਾ ਫਿਰਿ ਫਿਰਿ ਆਵੈ ਜਾਇ ॥
ଅହଂରେ ଭୁଲିଯାଇଥିବା ଅଜ୍ଞାନ ଜୀବ ଜନ୍ମ-ମୃତ୍ୟୁ ଚକ୍ରରେ ଫସି ରହିଥାଏ।
ਨਦਰਿ ਕਰੇ ਪ੍ਰਭੁ ਆਪਣੀ ਆਪੇ ਲਏ ਮਿਲਾਇ ॥੩॥
ପରମାତ୍ମା ନିଜ କୃପା ଦୃଷ୍ଟି କରିଲେ ନିଜ ସାଥିରେ ମିଳନ କରିଦିଅନ୍ତି॥3॥