ਸਬਦਿ ਮੰਨਿਐ ਗੁਰੁ ਪਾਈਐ ਵਿਚਹੁ ਆਪੁ ਗਵਾਇ ॥
ଗରୁ ଉପଦେଶ ମାନି ଅନ୍ତରରୁ ଅଭିମାନ ସମାପ୍ତ କରାଯାଇପାରେ ତଥା ସର୍ବଶ୍ରେଷ୍ଠ ପରମାତ୍ମାଙ୍କୁ ପ୍ରାପ୍ତ କରାଯାଇପାରେ।
ਅਨਦਿਨੁ ਭਗਤਿ ਕਰੇ ਸਦਾ ਸਾਚੇ ਕੀ ਲਿਵ ਲਾਇ ॥
ନିତ୍ୟ ଭକ୍ତି କରି ସ୍ଥିର ଓ ସତ୍ୟ-ସ୍ୱରୂପ ପରମାତ୍ମାଙ୍କ ଠାରେ ଲୀନ ହୁଅ।
ਨਾਮੁ ਪਦਾਰਥੁ ਮਨਿ ਵਸਿਆ ਨਾਨਕ ਸਹਜਿ ਸਮਾਇ ॥੪॥੧੯॥੫੨॥
ନାନକ ଦେବା ଜୀ କହନ୍ତି ଯେ ଯେଉଁ ଜୀବଙ୍କ ମନରେ ନାମ ପଦାର୍ଥ ବାସ କରିଅଛି, ସେ ପ୍ରଭୁଙ୍କ ଠାରେ ଲୀନ ହୋଇଛି॥4॥16॥52॥
ਸਿਰੀਰਾਗੁ ਮਹਲਾ ੩ ॥
ସିରିରାଗ ମହଲା 3 ॥
ਜਿਨੀ ਪੁਰਖੀ ਸਤਗੁਰੁ ਨ ਸੇਵਿਓ ਸੇ ਦੁਖੀਏ ਜੁਗ ਚਾਰਿ ॥
ଯେଉଁ ବ୍ୟକ୍ତି ସଦଗୁରଙ୍କୁ ସେବା କରିନାହିଁ ସେ ସବୁ ଯୁଗରେ ଦୁଃଖୀ ରହିଥାଏ।
ਘਰਿ ਹੋਦਾ ਪੁਰਖੁ ਨ ਪਛਾਣਿਆ ਅਭਿਮਾਨਿ ਮੁਠੇ ਅਹੰਕਾਰਿ ॥
ସେମାନେ ହୃଦୟ ରୂପୀ ଘରରେ ସ୍ଥିର ପରମାତ୍ମାଙ୍କୁ ଚିହ୍ନନ୍ତି ନାହିଁ, ଏଥିପାଇଁ ସେ ଅଭିମାନ ଏବଂ ଅହଂକାର ଆଦି ବିକାରଗ୍ରସ୍ତ ହୋଇ ଥକିଯାଏ।
ਸਤਗੁਰੂ ਕਿਆ ਫਿਟਕਿਆ ਮੰਗਿ ਥਕੇ ਸੰਸਾਰਿ ॥
ଯେଉଁ ବ୍ୟକ୍ତି ସଦଗୁରୁଙ୍କୁ ଧିକ୍କାର କରେ, ସେ ସଂସାରରେ ମାଗି ମାଗି ଥକିଯାଏ।
ਸਚਾ ਸਬਦੁ ਨ ਸੇਵਿਓ ਸਭਿ ਕਾਜ ਸਵਾਰਣਹਾਰੁ ॥੧॥
ସେମାନେ ସେହି ସତ୍ୟ ସ୍ୱରୂପ ପରମାତ୍ମାଙ୍କ ସ୍ମରଣ କରିନାହାନ୍ତି, ଯିଏ ସମସ୍ତ କାର୍ଯ୍ୟ ସମ୍ଭାଳନ୍ତି॥1॥
ਮਨ ਮੇਰੇ ਸਦਾ ਹਰਿ ਵੇਖੁ ਹਦੂਰਿ ॥
ହେ ମୋର ମନ! ତୁ ହରିଙ୍କୁ ସର୍ବଦା ପ୍ରତ୍ୟେକ୍ଷ ଭାବରେ ଦେଖ।
ਜਨਮ ਮਰਨ ਦੁਖੁ ਪਰਹਰੈ ਸਬਦਿ ਰਹਿਆ ਭਰਪੂਰਿ ॥੧॥ ਰਹਾਉ ॥
ଯଦି ତୁମେ ପରମାତ୍ମାଙ୍କୁ ପରିପୂର୍ଣ୍ଣ ମାନ ତାହାହେଲେ ସେ ତୁମକୁ ଜନ୍ମ-ମୃତ୍ୟୁ ଚକ୍ରରୁ ମୁକ୍ତ କରିଦେବେ॥1॥ରୁହ॥
ਸਚੁ ਸਲਾਹਨਿ ਸੇ ਸਚੇ ਸਚਾ ਨਾਮੁ ਅਧਾਰੁ ॥
ଯିଏ ସତ୍ୟ ନାମର ଆଶ୍ରୟ ନେଇ ସତ୍ୟର ସ୍ତୁତି କରିଥାଏ, ସେ ହିଁ ସତ୍ୟ ଅଟେ।
ਸਚੀ ਕਾਰ ਕਮਾਵਣੀ ਸਚੇ ਨਾਲਿ ਪਿਆਰੁ ॥
ଯିଏ ଭକ୍ତି ରୂପୀ ସତ୍ୟ କର୍ମ କରିଅଛି, ତାହାର ସତ୍ୟ ପରମାତ୍ମା (ୱାହିଗୁରୁ)ଙ୍କ ସାଥିରେ ପ୍ରେମ ରହିଛି।
ਸਚਾ ਸਾਹੁ ਵਰਤਦਾ ਕੋਇ ਨ ਮੇਟਣਹਾਰੁ ॥
ସତ୍ୟ ସ୍ୱରୂପ ପରମାତ୍ମା ହିଁ ଅଟନ୍ତି, ଯାହାଙ୍କର ଆଦେଶ ଚାଲିଥାଏ, ତାଙ୍କରି ଆଦେଶକୁ କେହି ମଧ୍ୟ ବନ୍ଦ କରିପାରିବେ ନାହିଁ।
ਮਨਮੁਖ ਮਹਲੁ ਨ ਪਾਇਨੀ ਕੂੜਿ ਮੁਠੇ ਕੂੜਿਆਰ ॥੨॥
ସ୍ଵେଚ୍ଛାଚାରୀ ଜୀବ ପରମାତ୍ମାଙ୍କ ମହଲ ପର୍ଯ୍ୟନ୍ତ ପହଞ୍ଚେ ନାହିଁ, ସେହି ଅସତ୍ୟ ଜୀବ ରାସ୍ତାରେ ହିଁ ଅସତ୍ୟ ଦ୍ଵାରା ଲୁଟର ଶିକାର ହୁଏ॥2॥
ਹਉਮੈ ਕਰਤਾ ਜਗੁ ਮੁਆ ਗੁਰ ਬਿਨੁ ਘੋਰ ਅੰਧਾਰੁ ॥
ଅଭିମାନ କରିଥିବା ସଂପୂର୍ଣ୍ଣ ସଂସାର ନଷ୍ଟ ହୋଇଯାଇଛି, ଗୁରୁଙ୍କ ବିନା ଏହି ସଂସାରରେ ଅଜ୍ଞାନତାର ଘୋର ଅନ୍ଧକାର ବନିରହିଥାଏ।
ਮਾਇਆ ਮੋਹਿ ਵਿਸਾਰਿਆ ਸੁਖਦਾਤਾ ਦਾਤਾਰੁ ॥
ମାୟାରେ ଲିପ୍ତ ପ୍ରାଣୀ ସୁଖ ପ୍ରଦାନ କରୁଥିବା ପରମାତ୍ମାଙ୍କୁ ବିସ୍ମୃତ କରିଦେଇଛି।
ਸਤਗੁਰੁ ਸੇਵਹਿ ਤਾ ਉਬਰਹਿ ਸਚੁ ਰਖਹਿ ਉਰ ਧਾਰਿ ॥
ଯଦି ପ୍ରାଣୀ ସଦଗୁରୁଙ୍କ ସେବା କରେ, ତଥା ସତ୍ୟ ନାମକୁ ହୃଦୟରେ ଧାରଣ କରେ, ତାହାହେଲେ ଏହି ଅଜ୍ଞାନରୂପୀ ଅନ୍ଧକାରରୁ ବଞ୍ଚିଯାଏ।
ਕਿਰਪਾ ਤੇ ਹਰਿ ਪਾਈਐ ਸਚਿ ਸਬਦਿ ਵੀਚਾਰਿ ॥੩॥
ଗୁରୁ ଦ୍ଵାରା ପ୍ରଦତ୍ତ ସତ୍ୟ ଉପଦେଶକୁ ମନନ କଲେ ହିଁ ପରମାତ୍ମାଙ୍କୁ ପ୍ରାପ୍ତ କରାଯାଇପାରିବ॥3॥
ਸਤਗੁਰੁ ਸੇਵਿ ਮਨੁ ਨਿਰਮਲਾ ਹਉਮੈ ਤਜਿ ਵਿਕਾਰ ॥
ଜୀବ ସଦଗୁରୁଙ୍କ ସେବା କରି ଅହଂକାର ଆଦି ବିକାରକୁ ତ୍ୟାଗ କରି ନିଜ ହୃଦୟକୁ ପବିତ୍ର କର।
ਆਪੁ ਛੋਡਿ ਜੀਵਤ ਮਰੈ ਗੁਰ ਕੈ ਸਬਦਿ ਵੀਚਾਰ ॥
ଗୁରୁ ଉପଦେଶ ଦ୍ଵାରା ପରମାତ୍ମାଙ୍କ ଗୁଣସ୍ତୁତି ମନନ କରି ଅହଂକାର ତ୍ୟାଗ କଲେ ବିକାରରେ କ୍ଷୀଣ ହୋଇଯାଏ।
ਧੰਧਾ ਧਾਵਤ ਰਹਿ ਗਏ ਲਾਗਾ ਸਾਚਿ ਪਿਆਰੁ ॥
ଯେତେବେଳେ ସତ୍ୟ ସାଥିରେ ପ୍ରେମ ହୋଇଯାଏ ମୋହ ମାୟାର ଧନ୍ଧାରୁ ନିବୃତ୍ତି ମିଳିଯାଏ।
ਸਚਿ ਰਤੇ ਮੁਖ ਉਜਲੇ ਤਿਤੁ ਸਾਚੈ ਦਰਬਾਰਿ ॥੪॥
ଯିଏ ସତ୍ୟ ପ୍ରତି ଅନୁରକ୍ତ ଅଛି, ତାହାର ମୁହଁ ସେହି ସତ୍ୟ ପରମାତ୍ମାଙ୍କ ଦରବାରରେ ଉଜ୍ଜଳ ହୋଇଥାଏ॥4॥
ਸਤਗੁਰੁ ਪੁਰਖੁ ਨ ਮੰਨਿਓ ਸਬਦਿ ਨ ਲਗੋ ਪਿਆਰੁ ॥
ଯିଏ ସଦଗୁରୁଙ୍କ ଠାରେ ଶ୍ରଦ୍ଧା ବ୍ୟକ୍ତ କରିନାହାନ୍ତି, ତାହାଙ୍କର ଉପଦେଶରେ ପ୍ରୀତି ଲଗାଇନାହି
ਇਸਨਾਨੁ ਦਾਨੁ ਜੇਤਾ ਕਰਹਿ ਦੂਜੈ ਭਾਇ ਖੁਆਰੁ ॥
ସିଏ ଜୀ ତୀର୍ଥ ସ୍ନାନ ଅଥବା ଦାନ ଆଦି କଲେ ମଧ୍ୟ ଦୈତ୍ୟ-ଭାବ ଯୋଗୁଁ ଅପମାନିତ ହୋଇଥାଏ।
ਹਰਿ ਜੀਉ ਆਪਣੀ ਕ੍ਰਿਪਾ ਕਰੇ ਤਾ ਲਾਗੈ ਨਾਮ ਪਿਆਰੁ ॥
ଯେବେ ପରମାତ୍ମା ନିଜ କୃପା କରନ୍ତି, ସେତେବେଳେ ନାମ ସ୍ମରଣରେ ପ୍ରୀତି ଲଗାନ୍ତି।
ਨਾਨਕ ਨਾਮੁ ਸਮਾਲਿ ਤੂ ਗੁਰ ਕੈ ਹੇਤਿ ਅਪਾਰਿ ॥੫॥੨੦॥੫੩॥
ନାନକ ଦେବ ଜୀ କହନ୍ତି ଯେ ହେ ଜୀବ! ତୁମେ ଗୁରୁଙ୍କ ଅପାର ପ୍ରେମ ଦ୍ଵାରା ପରମାତ୍ମାଙ୍କ ନାମର ସ୍ମରଣ କର॥5॥20॥53॥
ਸਿਰੀਰਾਗੁ ਮਹਲਾ ੩ ॥
ସିରିରାଗ ମହଲା 3॥
ਕਿਸੁ ਹਉ ਸੇਵੀ ਕਿਆ ਜਪੁ ਕਰੀ ਸਤਗੁਰ ਪੂਛਉ ਜਾਇ ॥
ଯେବେ ମୁଁ ନିଜ ଗୁରୁଙ୍କୁ ଯାଇ ପଚାରେ ଯେ କାହାର ସେବା ଆଉ କେଉଁ ଜପ କରିବି?
ਸਤਗੁਰ ਕਾ ਭਾਣਾ ਮੰਨਿ ਲਈ ਵਿਚਹੁ ਆਪੁ ਗਵਾਇ ॥
ତାହାହେଲେ ଆଦେଶ ମିଳିଥାଏ ଯେ – ନିଜର ଅନ୍ତର୍ମନରୁ ଅହଂତ୍ଵ ତ୍ୟାଗ କରି ସଦଗୁରୁଙ୍କ ଆଦେଶ ମାନି ନିଅ ।
ਏਹਾ ਸੇਵਾ ਚਾਕਰੀ ਨਾਮੁ ਵਸੈ ਮਨਿ ਆਇ ॥
ସଦଗୁରୁଙ୍କ ଆଦେଶ ମାନିବା ହିଁ ବାସ୍ତବିକ ସେବା ଏବଂ ବୃତ୍ତି ଅଟେ, ତାହାଙ୍କ ଦ୍ଵାରା ହିଁ ମନରେ ପ୍ରଭୁଙ୍କ ନାମ ବସିଥାଏ।
ਨਾਮੈ ਹੀ ਤੇ ਸੁਖੁ ਪਾਈਐ ਸਚੈ ਸਬਦਿ ਸੁਹਾਇ ॥੧॥
ଈଶ୍ଵରଙ୍କ ନାମ ସ୍ନ୍ମରଣ ଦ୍ଵାରା ହିଁ ସୁଖର ପ୍ରାପ୍ତି ହୋଇଥାଏ ତଥା ସତ୍ୟ ନାମରେ ହିଁ ଜୀବ ଶୋଭାବାନ ହୋଇଥାଏ॥1॥
ਮਨ ਮੇਰੇ ਅਨਦਿਨੁ ਜਾਗੁ ਹਰਿ ਚੇਤਿ ॥
ହେ ମୋର ମନ! ତୁମେ ଦିନ ରାତି ପ୍ରଭୁଙ୍କ ଚିନ୍ତନରେ ଜାଗୃତ ରୁହ।
ਆਪਣੀ ਖੇਤੀ ਰਖਿ ਲੈ ਕੂੰਜ ਪੜੈਗੀ ਖੇਤਿ ॥੧॥ ਰਹਾਉ ॥
ନିଜର ପ୍ରେମ-ଭକ୍ତି ମୂଲକ ଜୀବନକୁ ସମ୍ଭାଳ, ବରଂ ଜୀବନ ରୂପୀ ଖେତକୁ ମୃତ୍ୟୁ ରୂପୀ ପରଭକ୍ଷୀ ଗ୍ରାସ କରିଦେବ॥1॥ରୁହ॥
ਮਨ ਕੀਆ ਇਛਾ ਪੂਰੀਆ ਸਬਦਿ ਰਹਿਆ ਭਰਪੂਰਿ ॥
ଯିଏ ବ୍ରହ୍ମଙ୍କୁ ପରିପୂର୍ଣ୍ଣ ମାନେ, ତାହାର ସମ୍ପୂର୍ଣ୍ଣ ମନୋକମନା ପୂର୍ଣ୍ଣ ହୋଇଥାଏ।
ਭੈ ਭਾਇ ਭਗਤਿ ਕਰਹਿ ਦਿਨੁ ਰਾਤੀ ਹਰਿ ਜੀਉ ਵੇਖੈ ਸਦਾ ਹਦੂਰਿ ॥
ଯେଉଁ ବ୍ୟକ୍ତିତ୍ଵ ପରମାତ୍ମାଙ୍କ ଭୟ ମାନି ଦିନ ରାତି ପ୍ରେମ ଭକ୍ତି କରନ୍ତି, ସେ ସର୍ବଦା ପରମାତ୍ମାଙ୍କୁ ପ୍ରତ୍ୟକ୍ଷ ଦେଖନ୍ତି।
ਸਚੈ ਸਬਦਿ ਸਦਾ ਮਨੁ ਰਾਤਾ ਭ੍ਰਮੁ ਗਇਆ ਸਰੀਰਹੁ ਦੂਰਿ ॥
ତାହାର ମନ ପରମାତ୍ମାଙ୍କ ଗୁଣସ୍ତୁତିରେ ସ୍ଥିର ଅନୁରକ୍ତ ରହିଥାଏ, ଏହା ଦ୍ଵାରା ଭ୍ରମ ଦୂର ହୋଇଥାଏ।
ਨਿਰਮਲੁ ਸਾਹਿਬੁ ਪਾਇਆ ਸਾਚਾ ਗੁਣੀ ਗਹੀਰੁ ॥੨॥
ଏହି ଜୀବ ଶୁଭ-ଗୁଣ ସ୍ୱରୂପ ପବିତ୍ର ଖଜଣା ବାଲା ପରମାତ୍ମାଙ୍କୁ ପ୍ରାପ୍ତ କରିଥାଏ॥2॥
ਜੋ ਜਾਗੇ ਸੇ ਉਬਰੇ ਸੂਤੇ ਗਏ ਮੁਹਾਇ ॥
ଯେଉଁ ଜୀବ ମଃ-ମାୟାରୁ ସଚେତନ ରହିଥାଏ, ସେ ବିକାର ଠାରୁ ବଞ୍ଚିଯାଏ ଆଉ ଯିଏ ଅଜ୍ଞାନତାର ନିଦ୍ରାରେ ଶୋଇଯାଏ, ତାହାର ଶୁଭ-ଗୁଣ ସମ୍ପତ୍ତିକୁ ଲୁଟାଯାଏ।
ਸਚਾ ਸਬਦੁ ਨ ਪਛਾਣਿਓ ਸੁਪਨਾ ਗਇਆ ਵਿਹਾਇ ॥
ସେ ପ୍ରଭୁଙ୍କ ଗୁଣ-ସ୍ତୁତିର ସାର ଜାଣିପାରେ ନାହିଁ ଆଉ ତାହାର ଜୀବନ ସ୍ଵପ୍ନ ଭଳି ଅତିବାହିତ ହୋଇଯାଏ।
ਸੁੰਞੇ ਘਰ ਕਾ ਪਾਹੁਣਾ ਜਿਉ ਆਇਆ ਤਿਉ ਜਾਇ ॥
ଏପରି ଜୀବ ଖାଲି ଘରର ଅତିଥି ଭଳି ଭୋକିଲା ଚାଲିଯାଏ।