Odia Page 710

ਭਾਹਿ ਬਲੰਦੜੀ ਬੁਝਿ ਗਈ ਰਖੰਦੜੋ ਪ੍ਰਭੁ ਆਪਿ ॥
ମୋର ମନରେ ପ୍ରଜ୍ଜ୍ଵଳିତ ତୃଷ୍ଣାର ଅଗ୍ନି ଲିଭିଯାଇଛି ତଥା ପ୍ରଭୁ ସ୍ଵୟଂ ହିଁ ମୋର ରକ୍ଷାକାରୀ ବନିଛନ୍ତି।         

ਜਿਨਿ ਉਪਾਈ ਮੇਦਨੀ ਨਾਨਕ ਸੋ ਪ੍ਰਭੁ ਜਾਪਿ ॥੨॥
ହେ ନାନକ! ଯିଏ ଏହି ପୃଥିବୀ ଉତ୍ପନ୍ନ କରିଛନ୍ତି, ସେହି ପ୍ରଭୁଙ୍କ ଜପ କର॥2॥        

ਪਉੜੀ ॥
ପଉଡୀ॥ 

ਜਾ ਪ੍ਰਭ ਭਏ ਦਇਆਲ ਨ ਬਿਆਪੈ ਮਾਇਆ ॥
ଯେବେ ପ୍ରଭୁ ଦୟାଳୁ ହୋଇଛନ୍ତି, ମାୟା ମୋତେ ପ୍ରଭାବିତ କରିପାରି ନାହିଁ।          

ਕੋਟਿ ਅਘਾ ਗਏ ਨਾਸ ਹਰਿ ਇਕੁ ਧਿਆਇਆ ॥
ଏକ ପରମେଶ୍ଵରଙ୍କ ଧ୍ୟାନ କରିବା ଦ୍ଵାରା କୋଟି କୋଟି ପାପ ନାଶ ହୋଇଯାଏ।  

ਨਿਰਮਲ ਭਏ ਸਰੀਰ ਜਨ ਧੂਰੀ ਨਾਇਆ ॥
ସନ୍ଥଙ୍କ ଚରଣ ଧୂଳିରେ ସ୍ନାନ କରିବା ଦ୍ଵାରା ଶରୀର ଶୁଦ୍ଧ ହୋଇଯାଏ।     

ਮਨ ਤਨ ਭਏ ਸੰਤੋਖ ਪੂਰਨ ਪ੍ਰਭੁ ਪਾਇਆ ॥
ଯେତେବେଳେ ପୂର୍ଣ୍ଣ ପ୍ରଭୁ ପ୍ରାପ୍ତ ହୁଅନ୍ତି, ମନ ଓ ତନ ସନ୍ତୁଷ୍ଟ ହୋଇଯାଏ। 

ਤਰੇ ਕੁਟੰਬ ਸੰਗਿ ਲੋਗ ਕੁਲ ਸਬਾਇਆ ॥੧੮॥
ପୁଣି ପରିବାର ଓ ବଂଶ ଭବସାଗରରୁ ପାର ହୋଇଯାନ୍ତି॥18॥       

ਸਲੋਕ ॥
ଶ୍ଳୋକ॥ 

ਗੁਰ ਗੋਬਿੰਦ ਗੋਪਾਲ ਗੁਰ ਗੁਰ ਪੂਰਨ ਨਾਰਾਇਣਹ ॥
ଗୁରୁ ହିଁ ଗୋବିନ୍ଦ ଓ ଗୁରୁ ହିଁ ଗୋପାଳ ଅଟନ୍ତି ଆଉ ଗୁରୁ ହିଁ ପୂର୍ଣ୍ଣ ନାରାୟଣଙ୍କ ରୂପ ଅଟନ୍ତି।           

ਗੁਰ ਦਇਆਲ ਸਮਰਥ ਗੁਰ ਗੁਰ ਨਾਨਕ ਪਤਿਤ ਉਧਾਰਣਹ ॥੧॥
ହେ ନାନକ! ଗୁରୁ ହିଁ ଦୟାର ସାଗର ଅଟନ୍ତି, ସେ ସର୍ବକଳା ସମର୍ଥ ଆଉ ସେ ହିଁ ପତିତର ଉଦ୍ଧାର କରିବା ବାଲା ଅଟନ୍ତି॥1॥         

ਭਉਜਲੁ ਬਿਖਮੁ ਅਸਗਾਹੁ ਗੁਰਿ ਬੋਹਿਥੈ ਤਾਰਿਅਮੁ ॥
ସେହି ଭବସାଗର ବଡ ବିଷମ ଓ ଭୟାନକ ଅଟେ, କିନ୍ତୁ ଗୁରୁ ରୂପୀ ଜାହାଜ ଦ୍ଵାରା ଏହି ଭବସାଗରରୁ ପାର ହୋଇ ଯାଇଛି। 

ਨਾਨਕ ਪੂਰ ਕਰੰਮ ਸਤਿਗੁਰ ਚਰਣੀ ਲਗਿਆ ॥੨॥
ହେ ନାନକ! ପୂର୍ଣ୍ଣ ଭାଗ୍ୟରୁ ହିଁ ସଦଗୁରୁଙ୍କ ଚରଣରେ ଲାଗିଛି॥2॥      

ਪਉੜੀ ॥
ପଉଡୀ॥ 

ਧੰਨੁ ਧੰਨੁ ਗੁਰਦੇਵ ਜਿਸੁ ਸੰਗਿ ਹਰਿ ਜਪੇ ॥
ସେହି ଗୁରୁଦେବ ଧନ୍ୟ ଧନ୍ୟ ଅଟନ୍ତି, ଯାହାଙ୍କ ସଙ୍ଗତିରେ ଭଗବାନଙ୍କ ସ୍ମରଣ କରାଯାଏ।     

ਗੁਰ ਕ੍ਰਿਪਾਲ ਜਬ ਭਏ ਤ ਅਵਗੁਣ ਸਭਿ ਛਪੇ ॥
ଯେବେ ଗୁରୁ କୃପାର ଘରକୁ ଆସିଥାନ୍ତି, ସବୁ ଅବଗୁଣ ଲୁପ୍ତ ହୋଇଯାଏ।    

ਪਾਰਬ੍ਰਹਮ ਗੁਰਦੇਵ ਨੀਚਹੁ ਉਚ ਥਪੇ ॥
ପରଂବ୍ରହ୍ମ ଗୁରୁଦେବ ମୋତେ ନୀଚରୁ ଉଚ୍ଚ ବନାଇଛନ୍ତି।    

ਕਾਟਿ ਸਿਲਕ ਦੁਖ ਮਾਇਆ ਕਰਿ ਲੀਨੇ ਅਪ ਦਸੇ ॥
ସେ ମାୟାର ଦୁଃଖର ବନ୍ଧନକୁ କାଟି ଆମକୁ ନିଜ ଦାସ ବନାଇଛନ୍ତି।     

ਗੁਣ ਗਾਏ ਬੇਅੰਤ ਰਸਨਾ ਹਰਿ ਜਸੇ ॥੧੯॥
ବର୍ତ୍ତମାନ ଆମର ଜିହ୍ଵା ଭଗବାନଙ୍କ ଯଶ ଏବଂ ତାହାଙ୍କ ଗୁଣଗାନ କରିଥାଏ॥16॥            

ਸਲੋਕ ॥
ଶ୍ଳୋକ॥ 

ਦ੍ਰਿਸਟੰਤ ਏਕੋ ਸੁਨੀਅੰਤ ਏਕੋ ਵਰਤੰਤ ਏਕੋ ਨਰਹਰਹ ॥
ଏକ ପରମେଶ୍ଵର ହିଁ ସର୍ବତ୍ର ଦେଖା ଯାଉଛନ୍ତି, ଏକ ସେ ହିଁ ସବୁ ଜାଗାରେ ଶୁଣା ଯାଉଛନ୍ତି ଆଉ ଏକ ସେ ହିଁ ସାରା ସୃଷ୍ଟିରେ ବ୍ୟାପକ ହୋଇ ରହିଛନ୍ତି।

ਨਾਮ ਦਾਨੁ ਜਾਚੰਤਿ ਨਾਨਕ ਦਇਆਲ ਪੁਰਖ ਕ੍ਰਿਪਾ ਕਰਹ ॥੧॥
ହେ ଦୟାଳୁ ପରମେଶ୍ଵର! କୃପା କର, କାରଣ ନାନକ ତୋ’ ଠାରୁ ନାମ-ଦାନର ହିଁ ଯାଚନା କରୁଛନ୍ତି॥1॥              

ਹਿਕੁ ਸੇਵੀ ਹਿਕੁ ਸੰਮਲਾ ਹਰਿ ਇਕਸੁ ਪਹਿ ਅਰਦਾਸਿ ॥
ମୁଁ ସେହି ଏକ ପରମେଶ୍ଵରଙ୍କ ହିଁ ଉପାସନା କରିଥାଏ, ସେହି ଏକକୁ ହିଁ ସ୍ମରଣ କରିଥାଏ ତଥା ଏକ ସମ୍ମୁଖରେ ହିଁ ପ୍ରାର୍ଥନା କରିଥାଏ।            

ਨਾਮ ਵਖਰੁ ਧਨੁ ਸੰਚਿਆ ਨਾਨਕ ਸਚੀ ਰਾਸਿ ॥੨॥
ହେ ନାନକ! ମୁଁ ନାମ ପଦାର୍ଥର ନାମ ଧନ ହିଁ ସଞ୍ଚିତ କରିଛି, କାରଣ ଏହି ନାମ ଧନ ହିଁ ସଚ୍ଚା ପୁଞ୍ଜି ଅଟେ॥2॥        

ਪਉੜੀ ॥
ପଉଡୀ॥ 

ਪ੍ਰਭ ਦਇਆਲ ਬੇਅੰਤ ਪੂਰਨ ਇਕੁ ਏਹੁ ॥
ପ୍ରଭୁ ବଡ ଦୟାଳୁ ଓ ଅନନ୍ତ ଅଟନ୍ତି ଆଉ ଏକ ସେ ହିଁ ସର୍ବବ୍ୟାପକ ଅଟନ୍ତି।     

ਸਭੁ ਕਿਛੁ ਆਪੇ ਆਪਿ ਦੂਜਾ ਕਹਾ ਕੇਹੁ ॥
ସେ ନିଜେ ହିଁ ସବୁକିଛି ଅଟନ୍ତି, ପୁଣି ତାହାଙ୍କ ଭଳି ଆଉ କାହାକୁ କିପରି ଦେଖି ପାରିବି?           

ਆਪਿ ਕਰਹੁ ਪ੍ਰਭ ਦਾਨੁ ਆਪੇ ਆਪਿ ਲੇਹੁ ॥
ହେ ପ୍ରଭୁ! ତୁମେ ସ୍ଵୟଂ ହିଁ ଦାନ କରୁଅଛ ଆଉ ସ୍ଵୟଂ ହିଁ ଦାନ ନେଉଅଛ।       

ਆਵਣ ਜਾਣਾ ਹੁਕਮੁ ਸਭੁ ਨਿਹਚਲੁ ਤੁਧੁ ਥੇਹੁ ॥
ଜନ୍ମ ଓ ମୃତ୍ୟୁ ତୋର ହୁକୁମରେ ହିଁ ଅଛି ଆଉ ତୋର ପବିତ୍ର ଧାମ ସଦା ଅଟଳ ଅଟେ।            

ਨਾਨਕੁ ਮੰਗੈ ਦਾਨੁ ਕਰਿ ਕਿਰਪਾ ਨਾਮੁ ਦੇਹੁ ॥੨੦॥੧॥
ନାନକ ତୋ’ ଠାରୁ ନାମର ଦାନ ମାଗିଥାନ୍ତି, ଏଥିପାଇଁ କୃପା କରି ମୋତେ ନିଜର ନାମ ପ୍ରଦାନ କର||20||1||

ਜੈਤਸਰੀ ਬਾਣੀ ਭਗਤਾ ਕੀ
ଜୈତସରୀ ବାଣୀ ଭଗତ 

ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।           

ਨਾਥ ਕਛੂਅ ਨ ਜਾਨਉ ॥
ହେ ମାଲିକ! ମୁଁ କିଛି ମଧ୍ୟ ଜାଣେ ନାହିଁ,    

ਮਨੁ ਮਾਇਆ ਕੈ ਹਾਥਿ ਬਿਕਾਨਉ ॥੧॥ ਰਹਾਉ ॥
କାରଣ ମୋର ଏହି ମନ ମାୟାର ହାତରେ ବିକ୍ରି ହୋଇ ଯାଇଛି॥1॥ରୁହ॥     

ਤੁਮ ਕਹੀਅਤ ਹੌ ਜਗਤ ਗੁਰ ਸੁਆਮੀ ॥
ହେ ସ୍ଵାମୀ! ତୋତେ ସାରା ଜଗତର ଗୁରୁ କୁହାଯାଏ,        

ਹਮ ਕਹੀਅਤ ਕਲਿਜੁਗ ਕੇ ਕਾਮੀ ॥੧॥
କିନ୍ତୁ ଆମକୁ କଳିଯୁଗର କାମାସାକ୍ତ କୁହାଯାଏ॥1॥     

ਇਨ ਪੰਚਨ ਮੇਰੋ ਮਨੁ ਜੁ ਬਿਗਾਰਿਓ ॥
ଏହି ପାଞ୍ଚ ବିକାର ମୋର ମନ ଦୂଷିତ କରି ଦେଇଛି,         

ਪਲੁ ਪਲੁ ਹਰਿ ਜੀ ਤੇ ਅੰਤਰੁ ਪਾਰਿਓ ॥੨॥
କାରଣ ସେମାନେ ପ୍ରତି କ୍ଷଣରେ ମୋର ଅନ୍ତରତ୍ମାକୁ ତୁମ ଠାରୁ ଦୂରେଇ ଦେଇଛନ୍ତି॥2॥               

ਜਤ ਦੇਖਉ ਤਤ ਦੁਖ ਕੀ ਰਾਸੀ ॥
ମୁଁ ଯେଉଁଠି ଗଲେ ମଧ୍ୟ ଦୁଃଖ ଦେଖୁଅଛି।     

ਅਜੌਂ ਨ ਪਤੵਾਇ ਨਿਗਮ ਭਏ ਸਾਖੀ ॥੩॥
ବେଦ ଏହି କଥାକୁ ସାକ୍ଷୀ ଅଛି, କିନ୍ତୁ ଏବେ ମଧ୍ୟ ମୋର ମନ ଏହି ସତ୍ୟକୁ ସ୍ଵୀକାର କରେ ନାହିଁ ଯେ ବିକାରର ଫଳ ଦୁଃଖ ଅଟେ॥3॥            

ਗੋਤਮ ਨਾਰਿ ਉਮਾਪਤਿ ਸ੍ਵਾਮੀ ॥
ଗୌତମ ଋଷିଙ୍କ ପତ୍ନୀ ଅହଲ୍ୟା ଏବଂ ପାରବତୀଙ୍କ ସ୍ଵାମୀ ଶିବଙ୍କ ଅବସ୍ଥା କଣ? (ଗୌତମ ଋଷିଙ୍କ ଶାପ ଦ୍ଵାରା ଅହଲ୍ୟା ପଥର ବନି ଥିଲେ ଏବଂ ଅହଲ୍ୟା ସହିତ ଦେବରାଜ ଇନ୍ଦ୍ର ଛଳନା କରି ଭୋଗ କରିବା ଦ୍ଵାରା ତାହାଙ୍କ ଶରୀରରେ ହଜାର ହଜାର ଚିହ୍ନ ବନି ଯାଇଥିଲା)       

ਸੀਸੁ ਧਰਨਿ ਸਹਸ ਭਗ ਗਾਂਮੀ ॥੪॥
ବ୍ରହ୍ମା ନିଜ କନ୍ୟା ଉପରେ କୁଦୃଷ୍ଟି ରଖିବା କାରଣରୁ ଉମାପତି ଶିବ ଯେତେବେଳେ ବ୍ରହ୍ମାଙ୍କ ମସ୍ତକ କାଟିଥିଲେ, ସେହି ମସ୍ତକ ଶିବଙ୍କ ହାତରେ ଲାଗି ରହିଥିଲା॥4॥           

ਇਨ ਦੂਤਨ ਖਲੁ ਬਧੁ ਕਰਿ ਮਾਰਿਓ ॥
ଏହି ବିକାର ମୋର ମୂର୍ଖ ମନ ଉପରେ ବଡ ଆକ୍ରମଣ କରିଛି କିନ୍ତୁ        

ਬਡੋ ਨਿਲਾਜੁ ਅਜਹੂ ਨਹੀ ਹਾਰਿਓ ॥੫॥|
ଏହି ମନ ବଡ ନିର୍ଲଜ୍ଜ ଅଟେ, ଯାହା ଏବେମଧ୍ୟ ତାହାଙ୍କ ସଂଗତି ତ୍ୟାଗ କରି ନାହିଁ॥5॥    

ਕਹਿ ਰਵਿਦਾਸ ਕਹਾ ਕੈਸੇ ਕੀਜੈ ॥
ରବିଦାସ କହନ୍ତି, ‘ଏବେ ମୁଁ କେଉଁ ଆଡେ ଯିବି ଆଉ କଣ କରିବି?            

ਬਿਨੁ ਰਘੁਨਾਥ ਸਰਨਿ ਕਾ ਕੀ ਲੀਜੈ ॥੬॥੧॥
ବର୍ତ୍ତମାନ ପରମେଶ୍ଵରଙ୍କ ବିନା ଆଉ କାହାର ଶରଣ ନେବି?||6||1||     

error: Content is protected !!