Odia Page 785

ਸਭ ਕੈ ਮਧਿ ਸਭ ਹੂ ਤੇ ਬਾਹਰਿ ਰਾਗ ਦੋਖ ਤੇ ਨਿਆਰੋ ॥
ଭଗବାନ ସବୁ ଜୀବଙ୍କ ଠାରେ ବାସ କରନ୍ତି ଏବଂ ସବୁଙ୍କ ବାହାରେ ମଧ୍ୟ ବାସ କରନ୍ତି, ସେ ଇର୍ଷା-ଦ୍ଵେଷରୁ ନିର୍ଲିପ୍ତ ଅଟନ୍ତି।   

ਨਾਨਕ ਦਾਸ ਗੋਬਿੰਦ ਸਰਣਾਈ ਹਰਿ ਪ੍ਰੀਤਮੁ ਮਨਹਿ ਸਧਾਰੋ ॥੩॥
ଦାସ ନାନକ ଗୋବିନ୍ଦଙ୍କ ଶରଣରେ ଅଛନ୍ତି ଆଉ ପ୍ରିୟ ପ୍ରଭୁ ହିଁ ତାହାଙ୍କ ମନର ଏକମାତ୍ର ସାହାରା ଅଟନ୍ତି॥3॥        

ਮੈ ਖੋਜਤ ਖੋਜਤ ਜੀ ਹਰਿ ਨਿਹਚਲੁ ਸੁ ਘਰੁ ਪਾਇਆ ॥
ଖୋଜି ଖୋଜି ମୁଁ ହରିଙ୍କ ନିଶ୍ଚଳ ଘର ପ୍ରାପ୍ତ କରିଛି।    

ਸਭਿ ਅਧ੍ਰੁਵ ਡਿਠੇ ਜੀਉ ਤਾ ਚਰਨ ਕਮਲ ਚਿਤੁ ਲਾਇਆ ॥
ଦୁନିଆରେ ଯେତେବେଳେ ମୋତେ ସମସ୍ତେ ନଶ୍ଵର ଦେଖାଯାଇ ଥାଆନ୍ତି, ମୁଁ ପ୍ରଭୁଙ୍କ ଚରଣ-କମଳରେ ହିଁ ଚିତ୍ତ ଲଗାଇ ଥାଏ। 

ਪ੍ਰਭੁ ਅਬਿਨਾਸੀ ਹਉ ਤਿਸ ਕੀ ਦਾਸੀ ਮਰੈ ਨ ਆਵੈ ਜਾਏ ॥
ମୁଁ ଅବିନାଶୀ ପ୍ରଭୁଙ୍କ ଦାସୀ ଅଟେ, ଯିଏ ଜନ୍ମ-ମରଣରୁ ମୁକ୍ତ ଅଟନ୍ତି।   

ਧਰਮ ਅਰਥ ਕਾਮ ਸਭਿ ਪੂਰਨ ਮਨਿ ਚਿੰਦੀ ਇਛ ਪੁਜਾਏ ॥
ଧର୍ମ, ଅର୍ଥ ଓ କାମ ଆଦି ସେଥିରେ ଭରପୁର ଅଛି ଆଉ ସେ ମନୋକାମନା ପୁରା କରିଥାନ୍ତି।               

ਸ੍ਰੁਤਿ ਸਿਮ੍ਰਿਤਿ ਗੁਨ ਗਾਵਹਿ ਕਰਤੇ ਸਿਧ ਸਾਧਿਕ ਮੁਨਿ ਜਨ ਧਿਆਇਆ ॥
ବେଦ ଓ ସ୍ମୃତି ସେହି କର୍ତ୍ତାଙ୍କ ହିଁ ଗୁଣଗାନ କରିଥାଏ ତଥା ସିଦ୍ଧ, ସାଧକ ଏବଂ ମୁନି ତାହାଙ୍କ ମନନ କରିଥାନ୍ତି।     

ਨਾਨਕ ਸਰਨਿ ਕ੍ਰਿਪਾ ਨਿਧਿ ਸੁਆਮੀ ਵਡਭਾਗੀ ਹਰਿ ਹਰਿ ਗਾਇਆ ॥੪॥੧॥੧੧॥
ହେ ନାନକ! ମୁଁ କୃପାନିଧି ସ୍ଵାମୀଙ୍କ ଶରଣରେ ହିଁ ଅଛି ଆଉ ବଡ ଭାଗ୍ୟଶାଳୀ ଯେ ପରମାତ୍ମାଙ୍କ ଯଶୋଗାନ କରିଛି||4||1||11||     

ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।                                                               

ਵਾਰ ਸੂਹੀ ਕੀ ਸਲੋਕਾ ਨਾਲਿ ਮਹਲਾ ੩ ॥
ୱାର ସୁହୀ ଶ୍ଳୋକ ନାଲି ମହଲା 3 ॥  

ਸਲੋਕੁ ਮਃ ੩ ॥
ଶ୍ଳୋକ ମହଲା 3 ॥ 

ਸੂਹੈ ਵੇਸਿ ਦੋਹਾਗਣੀ ਪਰ ਪਿਰੁ ਰਾਵਣ ਜਾਇ ॥
ଯିଏ ପର ପତିଙ୍କ ସଙ୍ଗରେ ରମଣ କରିଥାଏ, ଏପରି ସ୍ତ୍ରୀ ସଧବା ବେଶରେ ମଧ୍ୟ ବିଧବା ହୋଇଥାଏ।       

ਪਿਰੁ ਛੋਡਿਆ ਘਰਿ ਆਪਣੈ ਮੋਹੀ ਦੂਜੈ ਭਾਇ ॥
ସେ ନିଜ ଘର ଓ ପତି-ପ୍ରଭୁଙ୍କୁ ତ୍ୟାଗ କରି ଦୈତ୍ୟଭାବରେ ଲୀନ ରହିଥାଏ।             

ਮਿਠਾ ਕਰਿ ਕੈ ਖਾਇਆ ਬਹੁ ਸਾਦਹੁ ਵਧਿਆ ਰੋਗੁ ॥
ଯେଉଁ ପଦାର୍ଥକୁ ସେ ମିଠା ଭାବି ରଖିଥାଏ, ତାହାର ଅଧିକ ସ୍ଵାଦ ଦ୍ଵାରା ତାହାର ଶରୀରରେ ରୋଗ ବଢିଥାଏ।             

ਸੁਧੁ ਭਤਾਰੁ ਹਰਿ ਛੋਡਿਆ ਫਿਰਿ ਲਗਾ ਜਾਇ ਵਿਜੋਗੁ ॥
ସେ ନିଜ ଶୁଦ୍ଧ ପତି ହରିଙ୍କୁ ତ୍ୟାଗ କରିଥାଏ ଆଉ ତାହାର ପୁନଃ ବିୟୋଗ ହୋଇଥାଏ। 

ਗੁਰਮੁਖਿ ਹੋਵੈ ਸੁ ਪਲਟਿਆ ਹਰਿ ਰਾਤੀ ਸਾਜਿ ਸੀਗਾਰਿ ॥
ଯେଉଁ ଜୀବ-ସ୍ତ୍ରୀ ଗୁରୁମୁଖୀ ବନିଯାଏ, ସେ ଦୈତ୍ୟଭାବରୁ ଓହରି ଯାଏ ଆଉ ନିଜ ଶୃଙ୍ଗାର ବନାଇ ହରିଙ୍କ ରଙ୍ଗରେ ଲୀନ ରହିଥାଏ।          

ਸਹਜਿ ਸਚੁ ਪਿਰੁ ਰਾਵਿਆ ਹਰਿ ਨਾਮਾ ਉਰ ਧਾਰਿ ॥
ସେ ହରିନାମକୁ ନିଜ ହୃଦୟରେ ସ୍ଥାପନ କରି ସ୍ଵାଭାବିକ ଭାବରେ ସଚ୍ଚା ପ୍ରଭୁଙ୍କ ସହିତ ରମଣ କରିଥାଏ।    

ਆਗਿਆਕਾਰੀ ਸਦਾ ਸੋੁਹਾਗਣਿ ਆਪਿ ਮੇਲੀ ਕਰਤਾਰਿ ॥
ପ୍ରଭୁଙ୍କ ଆଜ୍ଞାକାରିଣୀ ଜୀବ-ସ୍ତ୍ରୀ ସଦା ସୁହାଗିନୀ ଅଟେ ଆଉ ତାହାକୁ ପରମାତ୍ମା ସ୍ଵୟଂ ନିଜ ସାଥିରେ ମିଳାଇଛନ୍ତି।  

ਨਾਨਕ ਪਿਰੁ ਪਾਇਆ ਹਰਿ ਸਾਚਾ ਸਦਾ ਸੋੁਹਾਗਣਿ ਨਾਰਿ ॥੧॥
ହେ ନାନକ! ସେ ନିଜର ସଚ୍ଚା ପତି ହରିଙ୍କୁ ପ୍ରାପ୍ତ କରିଥାଏ ଆଉ ସଦା ସୁହାଗିନୀ ନାରୀ ବନି ରହିଥାଏ॥1॥ 

ਮਃ ੩ ॥
ମହଲା 3 ॥ 

ਸੂਹਵੀਏ ਨਿਮਾਣੀਏ ਸੋ ਸਹੁ ਸਦਾ ਸਮ੍ਹ੍ਹਾਲਿ ॥
ହେ ସଧବା ବେଶ ବାଲୀ ଜୀବ ରୂପୀ ନାରୀ! ନିଜ ମାଲିକଙ୍କ ସଦା ସ୍ମରଣ କର।        

ਨਾਨਕ ਜਨਮੁ ਸਵਾਰਹਿ ਆਪਣਾ ਕੁਲੁ ਭੀ ਛੁਟੀ ਨਾਲਿ ॥੨॥
ହେ ନାନକ! ଏହିପରି ସେ ନିଜ ଜନ୍ମ ସଫଳ କରିନିଏ ଏବଂ ବଂଶକୁ ମଧ୍ୟ ସଫଳ କରାଇ ଥାଏ॥2॥           

ਪਉੜੀ ॥
ପଉଡୀ ॥ 

ਆਪੇ ਤਖਤੁ ਰਚਾਇਓਨੁ ਆਕਾਸ ਪਤਾਲਾ ॥
ଇଶ୍ଵର ସ୍ଵୟଂ ହିଁ ଆକାଶ ଓ ପାତଳ ରୂପୀ ନିଜର ସିଂହାସନ ରଚନା କରିଛନ୍ତି।      

ਹੁਕਮੇ ਧਰਤੀ ਸਾਜੀਅਨੁ ਸਚੀ ਧਰਮ ਸਾਲਾ ॥
ତାହାଙ୍କ ହୁକୁମରୁ ହିଁ ଧରିତ୍ରୀର ନିର୍ମାଣ ହୋଇଛି, ଯାହା ଜୀବଙ୍କ ପାଇଁ ଧର୍ମ ଅର୍ଜନ କରିବାକୁ ସଚ୍ଚା ଧର୍ମଶାଳା ଅଟେ।      

ਆਪਿ ਉਪਾਇ ਖਪਾਇਦਾ ਸਚੇ ਦੀਨ ਦਇਆਲਾ ॥
ହେ ସଚ୍ଚା ଦୀନଦୟାଳୁ! ତୁ ସ୍ଵୟଂ ହିଁ ଦୁନିଆକୁ ବନାଇ ନାଶ କରୁ।              

ਸਭਨਾ ਰਿਜਕੁ ਸੰਬਾਹਿਦਾ ਤੇਰਾ ਹੁਕਮੁ ਨਿਰਾਲਾ ॥
ତୁ ସବୁ ଜୀବଙ୍କୁ ଭୋଜନ ଦେଉ ଆଉ ତୋର ହୁକୁମ ବଡ ନିରଳ ଅଟେ।         

ਆਪੇ ਆਪਿ ਵਰਤਦਾ ਆਪੇ ਪ੍ਰਤਿਪਾਲਾ ॥੧॥
ସେ ସବୁ ଜୀବଙ୍କ ଠାରେ କ୍ରିୟାନ୍ଵିତ ଅଛନ୍ତି ଆଉ ସ୍ଵୟଂ ହିଁ ତାହାଙ୍କ ପୋଷଣ କରିଥାନ୍ତି॥1॥     

ਸਲੋਕੁ ਮਃ ੩ ॥
ଶ୍ଳୋକ ମହଲା 3॥       

ਸੂਹਬ ਤਾ ਸੋਹਾਗਣੀ ਜਾ ਮੰਨਿ ਲੈਹਿ ਸਚੁ ਨਾਉ ॥
ହେ ସଧବା ବେଶ ବାଲୀ ଜୀବ-ସ୍ତ୍ରୀ! ତୁ ସୁହାଗିନୀ ବନିପାରୁ, ଯଦି ତୁ ସତ୍ୟନାମରେ ମନ ରଖୁ।      

ਸਤਿਗੁਰੁ ਅਪਣਾ ਮਨਾਇ ਲੈ ਰੂਪੁ ਚੜੀ ਤਾ ਅਗਲਾ ਦੂਜਾ ਨਾਹੀ ਥਾਉ ॥
ଯଦି ତୁ ନିଜ ସଦଗୁରୁଙ୍କୁ ପ୍ରସନ୍ନ କରୁ, ତୋର ରୂପ ହଜାର ଗୁଣ ବଢିଯାଏ, ନାମ ପ୍ରାପ୍ତ କରିବା ପାଇଁ ଗୁରୁଙ୍କ ବିନା ଅନ୍ୟ କିଛି ସ୍ଥାନ ନାହିଁ।            

ਐਸਾ ਸੀਗਾਰੁ ਬਣਾਇ ਤੂ ਮੈਲਾ ਕਦੇ ਨ ਹੋਵਈ ਅਹਿਨਿਸਿ ਲਾਗੈ ਭਾਉ ॥
ନିଜର ଏପରି ଶୃଙ୍ଗାର ବନାଅ, ଯାହା କେବେ ମଧ୍ୟ ମଇଳା ହୁଏନାହିଁ ଏବଂ ରାତିଦିନ ତୋର ପ୍ରେମ ପ୍ରଭୁଙ୍କ ଠାରେ ବନି ରହିପାରିବ।      

ਨਾਨਕ ਸੋਹਾਗਣਿ ਕਾ ਕਿਆ ਚਿਹਨੁ ਹੈ ਅੰਦਰਿ ਸਚੁ ਮੁਖੁ ਉਜਲਾ ਖਸਮੈ ਮਾਹਿ ਸਮਾਇ ॥੧॥
ହେ ନାନକ! ସୁହାଗିନୀ ଠାରେ ବାସ୍ତବରେ ଏହି ଚିହ୍ନ ଥାଏ ଯେ ତାହାର ମନରେ ସତ୍ୟ ସ୍ଥିତ ଥାଏ, ତାହାର ମୁଖ ଉଜ୍ଜ୍ଵଳ ହୋଇଯାଏ ଆଉ ସେ ପ୍ରଭୁଙ୍କ ଠାରେ ହିଁ ବିଲୀନ ରହିଥାଏ॥1॥           

ਮਃ ੩ ॥
ମହଲା 3॥ 

ਲੋਕਾ ਵੇ ਹਉ ਸੂਹਵੀ ਸੂਹਾ ਵੇਸੁ ਕਰੀ ॥
ହେ ଜନ! ମୁଁ ସଧବାର ଲାଲ ବସ୍ତ୍ରରେ ଅଛି ଆଉ ମୁଁ ନବବଧୂ ଭଳି ବେଶ ଧାରଣ କରିଛି।     

ਵੇਸੀ ਸਹੁ ਨ ਪਾਈਐ ਕਰਿ ਕਰਿ ਵੇਸ ਰਹੀ ॥
କିନ୍ତୁ ସଧବା ବେଶ ଧାରଣ କରିବା ଦ୍ଵାରା ମାଲିକ-ପ୍ରଭୁ ପ୍ରାପ୍ତ ହୁଅନ୍ତି ନାହିଁ ଆଉ ମୁଁ ଏହି ବେଶ ଧାରଣ କରି କରି ଥକି ଯାଇଛି।        

ਨਾਨਕ ਤਿਨੀ ਸਹੁ ਪਾਇਆ ਜਿਨੀ ਗੁਰ ਕੀ ਸਿਖ ਸੁਣੀ ॥
ହେ ନାନକ! ପ୍ରଭୁ ତାହାଙ୍କୁ ହିଁ ପ୍ରାପ୍ତ ହୋଇଛନ୍ତି, ଯିଏ ଗୁରୁଙ୍କ ଶିକ୍ଷା ଶୁଣିଥାଏ। 

ਜੋ ਤਿਸੁ ਭਾਵੈ ਸੋ ਥੀਐ ਇਨ ਬਿਧਿ ਕੰਤ ਮਿਲੀ ॥੨॥
ଏହି ବିଧି ଦ୍ଵାରା ହିଁ ପତି-ପ୍ରଭୁ ମିଳିଥାନ୍ତି। ଯେଉଁ ବେଶ ତାହାକୁ ଉପଯୁକ୍ତ ଲାଗିଥାଏ, ଜୀବ-ସ୍ତ୍ରୀ ସେହି ବେଶ ବାଲୀ ବନିଯାଏ॥2॥  

error: Content is protected !!