ਕੋਈ ਜਿ ਮੂਰਖੁ ਲੋਭੀਆ ਮੂਲਿ ਨ ਸੁਣੀ ਕਹਿਆ ॥੨॥
ପରନ୍ତୁ, ମୂର୍ଖ ଏବଂ ଲୋଭୀ ମନୁଷ୍ୟ ଏହି କଥାକୁ ଆଦୌ ଶୁଣେ ନାହିଁ ॥2॥
ਇਕਸੁ ਦੁਹੁ ਚਹੁ ਕਿਆ ਗਣੀ ਸਭ ਇਕਤੁ ਸਾਦਿ ਮੁਠੀ ॥
ହେ ଭାଇ! ଅଳ୍ପ କେତେଜଣଙ୍କ କଥା କଣ କହିବି? ସାରା ଦୁନିଆ ହିଁ ସାଂସାରିକ ସ୍ଵାଦରେ ଠକି ହୋଇଯାଇଛି।
ਇਕੁ ਅਧੁ ਨਾਇ ਰਸੀਅੜਾ ਕਾ ਵਿਰਲੀ ਜਾਇ ਵੁਠੀ ॥੩॥
କେହି ବିରଳ ବ୍ୟକ୍ତି ହିଁ ପ୍ରଭୁଙ୍କ ନାମର ରସିକ ଅଟେ ଆଉ କୌଣସି ବିରଳ ସ୍ଥାନ ହିଁ ପ୍ରଫୁଲ୍ଲିତ ରହିଯାଇଛି ॥3॥
ਭਗਤ ਸਚੇ ਦਰਿ ਸੋਹਦੇ ਅਨਦ ਕਰਹਿ ਦਿਨ ਰਾਤਿ ॥
ପ୍ରଭୁଙ୍କ ଭକ୍ତ ସତ୍ୟର ଦରବାରରେ ସୁନ୍ଦର ଲାଗିଥାଏ, ସେ ଦିନ ରାତି ଆନନ୍ଦ ପ୍ରାପ୍ତ କରିଥାଏ।
ਰੰਗਿ ਰਤੇ ਪਰਮੇਸਰੈ ਜਨ ਨਾਨਕ ਤਿਨ ਬਲਿ ਜਾਤ ॥੪॥੧॥੧੬੯॥
ହେ ନାନକ! ଯେଉଁ ବ୍ୟକ୍ତି ପରମେଶ୍ଵରଙ୍କ ପ୍ରେମ ରଙ୍ଗରେ ମଗ୍ନ ରହିଥାଏ, ମୁଁ ତାହାଙ୍କ ଉପରେ ସମର୍ପିତ ଅଟେ ॥4॥1॥166॥
ਗਉੜੀ ਮਹਲਾ ੫ ਮਾਂਝ ॥
ଗଉଡି ମହଲା 5 ମାଝ ॥
ਦੁਖ ਭੰਜਨੁ ਤੇਰਾ ਨਾਮੁ ਜੀ ਦੁਖ ਭੰਜਨੁ ਤੇਰਾ ਨਾਮੁ ॥
ହେ ଭଗବାନ! ତୋର ନାମ ଦୁଃଖର ନାଶ କରିଦିଏ।
ਆਠ ਪਹਰ ਆਰਾਧੀਐ ਪੂਰਨ ਸਤਿਗੁਰ ਗਿਆਨੁ ॥੧॥ ਰਹਾਉ ॥
ଆଠ ପହର ନାମର ଆରାଧନା କରିବା ଉଚିତ, ପୂର୍ଣ୍ଣ ସଦଗୁରୁଙ୍କ ଏହି ଜ୍ଞାନ ଅଟେ ( ଯାହା ଈଶ୍ବରଙ୍କ ସହିତ ମିଳନ କରାଇପାରେ) ॥1॥ରୁହ॥
ਜਿਤੁ ਘਟਿ ਵਸੈ ਪਾਰਬ੍ਰਹਮੁ ਸੋਈ ਸੁਹਾਵਾ ਥਾਉ ॥
ଯାହାର ଅନ୍ତଃ ମନରେ ପରଂବ୍ରହ୍ମ ନିବାସ କରିଥାଏ, ସେହି ସ୍ଥାନ ସୁନ୍ଦର ଅଟେ।
ਜਮ ਕੰਕਰੁ ਨੇੜਿ ਨ ਆਵਈ ਰਸਨਾ ਹਰਿ ਗੁਣ ਗਾਉ ॥੧॥
ଯେଉଁ ବ୍ୟକ୍ତି ନିଜ ଜିହ୍ଵାରେ ପ୍ରଭୁଙ୍କ ଗୁଣସ୍ତୁତି କରିଥାଏ, ଯମଦୂତ ତାହାର ନିକଟକୁ ଆସେ ନାହିଁ ॥1॥
ਸੇਵਾ ਸੁਰਤਿ ਨ ਜਾਣੀਆ ਨਾ ਜਾਪੈ ਆਰਾਧਿ ॥
ମୁଁ ପ୍ରଭୁଙ୍କ ସେବାର ମୂଲ୍ୟ ବୁଝି ନାହିଁ ଆଉ ନା ମୁଁ ତାହାଙ୍କ ଆରାଧନାର ଅନୁଭବ କରିଛି।
ਓਟ ਤੇਰੀ ਜਗਜੀਵਨਾ ਮੇਰੇ ਠਾਕੁਰ ਅਗਮ ਅਗਾਧਿ ॥੨॥
ହେ ଜଗଜୀବନ! ହେ ମୋର ଅଗମ୍ଯ ଏବଂ ଅଗାଧ ଠାକୁର! ଏବେ ତୁ ହିଁ ମୋର ସାହାରା ଅଟୁ ॥2॥
ਭਏ ਕ੍ਰਿਪਾਲ ਗੁਸਾਈਆ ਨਠੇ ਸੋਗ ਸੰਤਾਪ ॥
ଯେଉଁ ବ୍ୟକ୍ତି ଉପରେ ମାଲିକଙ୍କ କୃପା ଆସିଥାଏ, ତାହାର ଶୋକ ଏବଂ ସନ୍ତାପ ଦୂର ହୋଇଯାଏ।
ਤਤੀ ਵਾਉ ਨ ਲਗਈ ਸਤਿਗੁਰਿ ਰਖੇ ਆਪਿ ॥੩॥
ତାହାକୁ କିଛି ଦୁଃଖ ସ୍ପର୍ଶ କରେ ନାହିଁ, ଯାହାକୁ ସଦଗୁରୁ ସ୍ଵୟଂ ରକ୍ଷା କରନ୍ତି ॥3॥
ਗੁਰੁ ਨਾਰਾਇਣੁ ਦਯੁ ਗੁਰੁ ਗੁਰੁ ਸਚਾ ਸਿਰਜਣਹਾਰੁ ॥
ଗୁରୁ ହିଁ ନାରାୟଣ ଅଟନ୍ତି, ଗୁରୁ ହିଁ ଦୟାର ଘର ଇଶ୍ଵର ଏବଂ ଗୁରୁ ହିଁ ସତ୍ୟସ୍ଵରୂପ କର୍ତ୍ତା ଅଟନ୍ତି।
ਗੁਰਿ ਤੁਠੈ ਸਭ ਕਿਛੁ ਪਾਇਆ ਜਨ ਨਾਨਕ ਸਦ ਬਲਿਹਾਰ ॥੪॥੨॥੧੭੦॥
ଯେତେବେଳେ ଗୁରୁ ପ୍ରସନ୍ନ ହୋଇଯାନ୍ତି, ସବୁ କିଛି ମିଳିଯାଏ, ହେ ନାନକ! ମୁଁ ମନ ତନରେ ଗୁରୁଙ୍କ ପାଖରେ ସମର୍ପିତ ଅଟେ ॥4॥2॥170॥
ਗਉੜੀ ਮਾਝ ਮਹਲਾ ੫ ॥
ଗଉଡି ମାଝ ମହଲା 5 ॥
ਹਰਿ ਰਾਮ ਰਾਮ ਰਾਮ ਰਾਮਾ ॥
ହେ ଜିଜ୍ଞାସୁ ! ହରି –ରାମ-ରାମ-ରାମ ର
ਜਪਿ ਪੂਰਨ ਹੋਏ ਕਾਮਾ ॥੧॥ ਰਹਾਉ ॥
ଲଗାତର ଜପ କରିଲେ ସବୁ କାର୍ଯ୍ୟ ସଫଳ ହୁଏ ॥1॥ରୁହ॥
ਰਾਮ ਗੋਬਿੰਦ ਜਪੇਦਿਆ ਹੋਆ ਮੁਖੁ ਪਵਿਤ੍ਰੁ ॥
ରାମ ଗୋବିନ୍ଦଙ୍କ ଜପ କରିଲେ ମୁଖ ପବିତ୍ର ହୋଇଯାଏ।
ਹਰਿ ਜਸੁ ਸੁਣੀਐ ਜਿਸ ਤੇ ਸੋਈ ਭਾਈ ਮਿਤ੍ਰੁ ॥੧॥
ଯେଉଁ ବ୍ୟକ୍ତି ମୋତେ ଭଗବାନଙ୍କ ଯଶ ଶୁଣାଇଥାନ୍ତି, ସେ ମୋର ମିତ୍ର ଏବଂ ଭାଇ ଅଟେ ॥1॥
ਸਭਿ ਪਦਾਰਥ ਸਭਿ ਫਲਾ ਸਰਬ ਗੁਣਾ ਜਿਸੁ ਮਾਹਿ ॥
ଯେଉଁ ଗୋବିନ୍ଦଙ୍କ ପାଖରେ ସମସ୍ତ ପଦାର୍ଥ, ସମସ୍ତ ଫଳ ଏବଂ ସର୍ବଗୁଣ ଥାଏ
ਕਿਉ ਗੋਬਿੰਦੁ ਮਨਹੁ ਵਿਸਾਰੀਐ ਜਿਸੁ ਸਿਮਰਤ ਦੁਖ ਜਾਹਿ ॥੨॥
ଆମେ ନିଜ ମନରୁ ଗୋବିନ୍ଦଙ୍କୁ କାହିଁକି ବିସ୍ମୃତ କରିବା, ଯାହାର ସ୍ମରଣ କରିଲେ ସବୁ ଦୁଃଖ ନିବୃତ୍ତ ହୋଇଯାଏ ॥2॥
ਜਿਸੁ ਲੜਿ ਲਗਿਐ ਜੀਵੀਐ ਭਵਜਲੁ ਪਈਐ ਪਾਰਿ ॥
ହେ ଜିଜ୍ଞାସୁ! ସେ ଭଗବାନଙ୍କ ହିଁ ସ୍ମରଣ କରିବା ଉଚିତ, ଯାହାର ସାଥିରେ ଯୋଡି ରହିଲେ ମନୁଷ୍ୟକୁ ଜୀବନ ମିଳିଥାଏ ଆଉ ଜୀବ ଭବସାଗରରୁ ପାର ହୋଇଯାଏ।
ਮਿਲਿ ਸਾਧੂ ਸੰਗਿ ਉਧਾਰੁ ਹੋਇ ਮੁਖ ਊਜਲ ਦਰਬਾਰਿ ॥੩॥
ସନ୍ଥଙ୍କ ସଙ୍ଗତିରେ ରହିଲେ ପ୍ରାଣୀ ଉଦ୍ଧାର ହୋଇଯାଏ ଆଉ ପ୍ରଭୁଙ୍କ ଦରବାରରେ ତାହାର ମୁଖ ଉଜ୍ଜଳ ହୋଇଯାଏ ॥3॥
ਜੀਵਨ ਰੂਪ ਗੋਪਾਲ ਜਸੁ ਸੰਤ ਜਨਾ ਕੀ ਰਾਸਿ ॥
ସୃଷ୍ଟିର ପାଳନ କର୍ତ୍ତା ଗୋପାଳଙ୍କ ଯଶ ଜୀବନର ସାରାଂଶ ଏବଂ ସନ୍ଥଜନଙ୍କ ପୁଞ୍ଜି ଅଟେ।
ਨਾਨਕ ਉਬਰੇ ਨਾਮੁ ਜਪਿ ਦਰਿ ਸਚੈ ਸਾਬਾਸਿ ॥੪॥੩॥੧੭੧॥
ହେ ନାନକ! ପ୍ରଭୁଙ୍କ ନାମର ଭଜନ କରିଲେ ସନ୍ଥ ଉଦ୍ଧାର ହୋଇଯାଏ ଆଉ ସତ୍ୟର ଦରବାରରେ ତାହାକୁ ବଡ ଶୋଭା ମିଳିଥାଏ ॥4॥3॥171॥
ਗਉੜੀ ਮਾਝ ਮਹਲਾ ੫ ॥
ଗଉଡି ମାଝ ମହଲା 5 ॥
ਮੀਠੇ ਹਰਿ ਗੁਣ ਗਾਉ ਜਿੰਦੂ ਤੂੰ ਮੀਠੇ ਹਰਿ ਗੁਣ ਗਾਉ ॥
ହେ ମୋର ପ୍ରାଣ! ତୁ ଭଗବାନଙ୍କ ମିଠା ଗୁଣ ଗାଅ, ତାହାଙ୍କ ହିଁ ଗୁଣାନୁବାଦ କର।
ਸਚੇ ਸੇਤੀ ਰਤਿਆ ਮਿਲਿਆ ਨਿਥਾਵੇ ਥਾਉ ॥੧॥ ਰਹਾਉ ॥
ସତ୍ୟସ୍ଵରୂପ ଈଶ୍ବରଙ୍କ ସାଥିରେ ମଗ୍ନ ରହିଲେ ନିରାଶ୍ରୟକୁ ମଧ୍ୟ ଆଶ୍ରୟ ପ୍ରାପ୍ତ ହୋଇଥାଏ ॥1॥ରୁହ॥
ਹੋਰਿ ਸਾਦ ਸਭਿ ਫਿਕਿਆ ਤਨੁ ਮਨੁ ਫਿਕਾ ਹੋਇ ॥
ଅନ୍ୟ ସବୁ ସ୍ଵାଦ ଫିକା ଅଟେ ଆଉ ତାହା ଦ୍ଵାରା ତନ-ମନ ମଧ୍ୟ ଫିକା ହୋଇଯାଏ।
ਵਿਣੁ ਪਰਮੇਸਰ ਜੋ ਕਰੇ ਫਿਟੁ ਸੁ ਜੀਵਣੁ ਸੋਇ ॥੧॥
ପରମେଶ୍ଵରଙ୍କ ନାମ ସ୍ମରଣ ଛାଡି ମନୁଷ୍ୟ ଯାହା କିଛି କରିଥାଏ, ତାହାର ଜୀବନ ଧିକାର ଯୋଗ୍ୟ ଅଟେ ॥1॥
ਅੰਚਲੁ ਗਹਿ ਕੈ ਸਾਧ ਕਾ ਤਰਣਾ ਇਹੁ ਸੰਸਾਰੁ ॥
ହେ ମୋର ପ୍ରାଣ! ସନ୍ଥଙ୍କ ଚରଣ ଧରି ଏହି ଭବସାଗରରୁ ପାର ହୋଇପାରିବ!
ਪਾਰਬ੍ਰਹਮੁ ਆਰਾਧੀਐ ਉਧਰੈ ਸਭ ਪਰਵਾਰੁ ॥੨॥
ଆମେ ପରଂବ୍ରହ୍ମଙ୍କ ଆରାଧନା କରିବା ଉଚିତ, କାରଣ ଆରାଧନା କରିବା ବାଲାର ସମୁର୍ଣ୍ଣ ପରିବାର ମଧ୍ୟ ଭବସାଗରରୁ ପାର ହୋଇଯାଏ ॥2॥
ਸਾਜਨੁ ਬੰਧੁ ਸੁਮਿਤ੍ਰੁ ਸੋ ਹਰਿ ਨਾਮੁ ਹਿਰਦੈ ਦੇਇ ॥
ସେ ହିଁ ମୋର ବନ୍ଧୁ ଏବଂ ପ୍ରିୟ ମିତ୍ର ଅଟନ୍ତି, ଯିଏ ପ୍ରଭୁଙ୍କ ନାମକୁ ମୋର ହୃଦୟରେ ସ୍ଥାପିତ କରିଛି।
ਅਉਗਣ ਸਭਿ ਮਿਟਾਇ ਕੈ ਪਰਉਪਕਾਰੁ ਕਰੇਇ ॥੩॥
ସେ ମୋର ସବୁ ଅବଗୁଣକୁ ଦୂର କରିଦେଇଛନ୍ତି ଆଉ ମୋର ବଡ ଉପକାର କରିଥାନ୍ତି ॥3॥
ਮਾਲੁ ਖਜਾਨਾ ਥੇਹੁ ਘਰੁ ਹਰਿ ਕੇ ਚਰਣ ਨਿਧਾਨ ॥
ଈଶ୍ବରଙ୍କ ଚରଣ ହିଁ (ସବୁ ପଦାର୍ଥର) ଭଣ୍ଡାର ଅଟେ, ତାହା ଧନ, ଭଣ୍ଡାର ଏବଂ ପ୍ରାଣୀଙ୍କ ପାଇଁ ବାସ୍ତବିକ ନିବାସ ଅଟେ।
ਨਾਨਕੁ ਜਾਚਕੁ ਦਰਿ ਤੇਰੈ ਪ੍ਰਭ ਤੁਧਨੋ ਮੰਗੈ ਦਾਨੁ ॥੪॥੪॥੧੭੨॥
ହେ ପ୍ରଭୁ! ଯାଚକ ନାନକ ତୋର ଦ୍ଵାରରେ ଦଣ୍ଡାୟମାନ ଅଛନ୍ତି ଆଉ ତୋତେ ହିଁ ଦାନ ଆକାରରେ ମାଗୁଛନ୍ତି।॥4॥4॥172॥