ਪੰਚ ਸਿੰਘ ਰਾਖੇ ਪ੍ਰਭਿ ਮਾਰਿ ॥
କାମ, କ୍ରୋଧ, ଲୋଭ, ମୋହ ରୂପୀ ଅହଂକାର ରୂପୀ ପାଞ୍ଚ ସିଂହକୁ ପ୍ରଭୁ ମାରି ଦେଇଛନ୍ତି,
ਦਸ ਬਿਘਿਆੜੀ ਲਈ ਨਿਵਾਰਿ ॥
ଦଶ ଇନ୍ଦ୍ରିୟର ପ୍ରଭାବକୁ ମଧ୍ୟ ସେ ଦୂର କରି ଦେଇଛନ୍ତି,
ਤੀਨਿ ਆਵਰਤ ਕੀ ਚੂਕੀ ਘੇਰ ॥
ମାୟାର ରଜ, ତମ ଏବଂ ସତ୍ତ୍ଵ ଗୁଣର ପ୍ରଭାବ ମଧ୍ୟ ସମାପ୍ତ ହୋଇ ଯାଇଛି ଆଉ
ਸਾਧਸੰਗਿ ਚੂਕੇ ਭੈ ਫੇਰ ॥੧॥
ସାଧୁଙ୍କ ସଙ୍ଗତିରେ ଜନ୍ମ-ମରଣର ଚକ୍ରର ଭୟ ସମାପ୍ତ ହୋଇ ଯାଇଛି॥1॥
ਸਿਮਰਿ ਸਿਮਰਿ ਜੀਵਾ ਗੋਵਿੰਦ ॥
ମୁଁ ଗୋବିନ୍ଦଙ୍କ ସ୍ମରଣ କରି ହିଁ ଜୀବିତ ରହିଥାଏ।
ਕਰਿ ਕਿਰਪਾ ਰਾਖਿਓ ਦਾਸੁ ਅਪਨਾ ਸਦਾ ਸਦਾ ਸਾਚਾ ਬਖਸਿੰਦ ॥੧॥ ਰਹਾਉ ॥
ସଚ୍ଚା ପ୍ରଭୁ ସର୍ବଦା କ୍ଷମାବାନ ଅଛନ୍ତି, ସେ କୃପା କରି ନିଜ ଦାସର ରକ୍ଷା କରିଛନ୍ତି॥1॥ରୁହ॥
ਦਾਝਿ ਗਏ ਤ੍ਰਿਣ ਪਾਪ ਸੁਮੇਰ ॥
ପାପର ସୁମେର ପର୍ବତ କୁଟା ଭଳି ଜଳି ପାଉଁଶ ହୋଇ ଯାଇଛି।
ਜਪਿ ਜਪਿ ਨਾਮੁ ਪੂਜੇ ਪ੍ਰਭ ਪੈਰ ॥
ମୁଁ ନାମ ଜପ କରି ପ୍ରଭୁଙ୍କ ଚରଣର ପୂଜା କରିଥାଏ।
ਅਨਦ ਰੂਪ ਪ੍ਰਗਟਿਓ ਸਭ ਥਾਨਿ ॥
ଆନନ୍ଦ ରୂପ ପ୍ରଭୁ ସବୁ ସ୍ଥାନରେ ପ୍ରକଟ ହୋଇ ଯାଇଛନ୍ତି ଆଉ
ਪ੍ਰੇਮ ਭਗਤਿ ਜੋਰੀ ਸੁਖ ਮਾਨਿ ॥੨॥
ପ୍ରେମ-ଭକ୍ତିରେ ଧ୍ୟାନ ଲଗାଇବା ଦ୍ଵାରା ସୁଖ ଉପଲବ୍ଧ ହୋଇ ଯାଇଛି||2||
ਸਾਗਰੁ ਤਰਿਓ ਬਾਛਰ ਖੋਜ ॥
ମୁଁ ସଂସାର-ସାଗରରୁ ଏପରି ପାର ହୋଇ ଯାଇଛି, ସତେ ଯେପରି ବାଛୁରୀର ପାଦରେ ସାଗର ପାଣିର ଚିହ୍ନ ଥିଲା।
ਖੇਦੁ ਨ ਪਾਇਓ ਨਹ ਫੁਨਿ ਰੋਜ ॥
ବର୍ତ୍ତମାନ ମୋର କୌଣସି ଦୁଃଖ ଏବଂ ଚିନ୍ତା ନାହିଁ।
ਸਿੰਧੁ ਸਮਾਇਓ ਘਟੁਕੇ ਮਾਹਿ ॥
ଇଶ୍ଵର ରୂପୀ ସମୁଦ୍ର ମୋର ହୃଦୟ ରୂପୀ ପାତ୍ରରେ ରହିଛନ୍ତି।
ਕਰਣਹਾਰ ਕਉ ਕਿਛੁ ਅਚਰਜੁ ਨਾਹਿ ॥੩॥
ସେହି କରିବା ବାଲା ପରମେଶ୍ଵରଙ୍କ ପାଇଁ ଏହା କିଛି ଅଦ୍ଭୁତ ନୁହେଁ||3||
ਜਉ ਛੂਟਉ ਤਉ ਜਾਇ ਪਇਆਲ ॥
ଯଦି ମୋ’ ଠାରୁ ପରମାତ୍ମାଙ୍କ ଆଞ୍ଚଲ ଫିଟିଯାଏ, ତାହାହେଲେ ପାତାଳରେ ଯାଇ ପଡିଥାଏ,
ਜਉ ਕਾਢਿਓ ਤਉ ਨਦਰਿ ਨਿਹਾਲ ॥
ପରନ୍ତୁ ଯେତେବେଳେ ସେ ମୋତେ ବାହାରକୁ ଆଣନ୍ତି, ତାହାଙ୍କ କରୁଣା ଦୃଷ୍ଟିରେ ଆନନ୍ଦିତ ହୋଇଯାଏ।
ਪਾਪ ਪੁੰਨ ਹਮਰੈ ਵਸਿ ਨਾਹਿ ॥
ପାପ-ପୁଣ୍ୟର କର୍ମ ଆମ ବଶରେ ନଥାଏ।
ਰਸਕਿ ਰਸਕਿ ਨਾਨਕ ਗੁਣ ਗਾਹਿ ॥੪॥੪੦॥੫੧॥
ହେ ନାନକ! ଖୁବ ମଜା ନେଇ ଈଶ୍ଵରଙ୍କ ଗୁଣଗାନ କରିଥାଏ||4||40||51||
ਰਾਮਕਲੀ ਮਹਲਾ ੫ ॥
ରାମକଲୀ ମହଲା 5 ॥
ਨਾ ਤਨੁ ਤੇਰਾ ਨਾ ਮਨੁ ਤੋਹਿ ॥
ହେ ପ୍ରାଣୀ! ନା ଏହି ଶରୀର ତୋର ଅଟେ ଆଉ ନା ମନ ତୋର ବଶରେ ଥାଏ।
ਮਾਇਆ ਮੋਹਿ ਬਿਆਪਿਆ ਧੋਹਿ ॥
ତୁ ମୋହ-ମାୟାର କାରଣରୁ ଧୋକାରେ ଫସି ରହିଛୁ।
ਕੁਦਮ ਕਰੈ ਗਾਡਰ ਜਿਉ ਛੇਲ ॥
ତୁ ମେଣ୍ଢା ଛୁଆ ଭଳି ଖେଳି ରହିଛୁ ଏବଂ
ਅਚਿੰਤੁ ਜਾਲੁ ਕਾਲੁ ਚਕ੍ਰੁ ਪੇਲ ॥੧॥
ଅଚାନକ ମୃତ୍ୟୁ ଜାଲରେ ଫସି ରହିଥାଏ॥1॥
ਹਰਿ ਚਰਨ ਕਮਲ ਸਰਨਾਇ ਮਨਾ ॥
ହେ ମନ! ପ୍ରଭୁ ଚରଣର ଶରଣ ଗ୍ରହଣ କର,
ਰਾਮ ਨਾਮੁ ਜਪਿ ਸੰਗਿ ਸਹਾਈ ਗੁਰਮੁਖਿ ਪਾਵਹਿ ਸਾਚੁ ਧਨਾ ॥੧॥ ਰਹਾਉ ॥
ରାମ ନାମର ଜପ କର, ଯାହା ତୋର ସାଥି ଏବଂ ସହାୟକ ଅଟେ, ଗୁରୁମୁଖୀ ହିଁ ନାମ ରୂପୀ ଧନ ପ୍ରାପ୍ତ କରିଥାଏ॥1॥ରୁହ॥
ਊਨੇ ਕਾਜ ਨ ਹੋਵਤ ਪੂਰੇ ॥
ମନୁଷ୍ୟର ଅଧୁରା କାର୍ଯ୍ୟ ପୁରା ହୁଏନାହିଁ,
ਕਾਮਿ ਕ੍ਰੋਧਿ ਮਦਿ ਸਦ ਹੀ ਝੂਰੇ ॥
ସେ କାମ, କ୍ରୋଧର ନିଶାରେ ସର୍ବଦା ଚିନ୍ତିତ ହୋଇଥାନ୍ତି।
ਕਰੈ ਬਿਕਾਰ ਜੀਅਰੇ ਕੈ ਤਾਈ ॥
ତୁ ନିଜ ମନ ପାଇଁ ଅନେକ ପାପ କରିଥାଏ,
ਗਾਫਲ ਸੰਗਿ ਨ ਤਸੂਆ ਜਾਈ ॥੨॥
ପରନ୍ତୁ ହେ ନଶ୍ଵର! ତୋର ସାଥିରେ କେହି ମଧ୍ୟ ଯିବା ବାଲା ନାହାନ୍ତି॥2॥
ਧਰਤ ਧੋਹ ਅਨਿਕ ਛਲ ਜਾਨੈ ॥
ତୁ ଲୋକଙ୍କ ସାଥିରେ ବଡ ଛଳ-କପଟ ଏବଂ ଅନେକ ପ୍ରକାର ଧୋକା କରିଛୁ।
ਕਉਡੀ ਕਉਡੀ ਕਉ ਖਾਕੁ ਸਿਰਿ ਛਾਨੈ ॥
ମାତ୍ର କଉଡିଟିଏ ପାଇଁ ତୁ ନିଜ କପାଳରେ ବଦନାମ ଲେଖାଇଛୁ।
ਜਿਨਿ ਦੀਆ ਤਿਸੈ ਨ ਚੇਤੈ ਮੂਲਿ ॥
ଯେଉଁ ପରମେଶ୍ଵର ଅମୂଲ୍ୟ ଜୀବନ ଦେଇଛନ୍ତି, ତାହାକୁ ତୁ ଆଦୌ ମନେ ପକାଉ ନାହୁଁ।
ਮਿਥਿਆ ਲੋਭੁ ਨ ਉਤਰੈ ਸੂਲੁ ॥੩॥
ମିଥ୍ୟା ଲୋଭ କାରଣରୁ ତୋର ପୀଡା ଦୂର ହୁଏନାହିଁ॥3॥
ਪਾਰਬ੍ਰਹਮ ਜਬ ਭਏ ਦਇਆਲ ॥
ଯେତେବେଳେ ପରଂବ୍ରହ୍ମ ଦୟାଳୁ ହୋଇଯାନ୍ତି,
ਇਹੁ ਮਨੁ ਹੋਆ ਸਾਧ ਰਵਾਲ ॥
ଏହି ମନ ସାଧୁଙ୍କ ଚରଣ-ଧୂଳି ବନି ଯାଇଥାଏ।
ਹਸਤ ਕਮਲ ਲੜਿ ਲੀਨੋ ਲਾਇ ॥
ହେ ନାନକ! ଇଶ୍ଵର ଯେତେବେଳେ ସୁନ୍ଦର ହାତରେ ନିଜ ସଙ୍ଗରେ ମିଳାଇ ଥାଆନ୍ତି,
ਨਾਨਕ ਸਾਚੈ ਸਾਚਿ ਸਮਾਇ ॥੪॥੪੧॥੫੨॥
ଜୀବ ପରମ ସତ୍ୟରେ ହିଁ ବିଲୀନ ହୋଇଯାଏ||4||41||52||
ਰਾਮਕਲੀ ਮਹਲਾ ੫ ॥
ରାମକଲୀ ମହଲା 5 ॥
ਰਾਜਾ ਰਾਮ ਕੀ ਸਰਣਾਇ ॥
ଯିଏ ବି ରାମଙ୍କ ଶରଣରେ ଆସିଛି,
ਨਿਰਭਉ ਭਏ ਗੋਬਿੰਦ ਗੁਨ ਗਾਵਤ ਸਾਧਸੰਗਿ ਦੁਖੁ ਜਾਇ ॥੧॥ ਰਹਾਉ ॥
ସେ ତାହାଙ୍କ ଗୁଣଗାନ କରି ନିର୍ଭୀକ ହୋଇ ଯାଇଛି, ସାଧୁଙ୍କ ସଂଗତି କରିବା ଦ୍ଵାରା ସବୁ ପ୍ରକାର ଦୁଃଖ ଦୂର ହୋଇଯାଏ॥1॥ରୁହ॥
ਜਾ ਕੈ ਰਾਮੁ ਬਸੈ ਮਨ ਮਾਹੀ ॥
ଯାହାର ମନରେ ରାମ ସ୍ଥିତ ହୋଇଯାନ୍ତି,
ਸੋ ਜਨੁ ਦੁਤਰੁ ਪੇਖਤ ਨਾਹੀ ॥
ତାହାକୁ କଷ୍ଟରେ ପାର ହେଉଥିବା ସଂସାର-ସାଗର ଦେଖାଯାଏ ନାହିଁ।
ਸਗਲੇ ਕਾਜ ਸਵਾਰੇ ਅਪਨੇ ॥
ତାହାର ସବୁ କାର୍ଯ୍ୟ ସଂପୂର୍ଣ୍ଣ ହୋଇଯାଏ,
ਹਰਿ ਹਰਿ ਨਾਮੁ ਰਸਨ ਨਿਤ ਜਪਨੇ ॥੧॥
ଯିଏ ନିଜ ଜିହ୍ଵା ଦ୍ଵାରା ନିତ୍ୟ ହରିନାମର ଜପ କରିଥାଏ॥1॥
ਜਿਸ ਕੈ ਮਸਤਕਿ ਹਾਥੁ ਗੁਰੁ ਧਰੈ ॥
ଯାହାର ମସ୍ତକ ଉପରେ ଗୁରୁ ଆଶୀର୍ବାଦର ହାତ ରଖିଥାନ୍ତି,
ਸੋ ਦਾਸੁ ਅਦੇਸਾ ਕਾਹੇ ਕਰੈ ॥
ସେହି ଦାସକୁ କୌଣସି ଚିନ୍ତା ରହେ ନାହିଁ।
ਜਨਮ ਮਰਣ ਕੀ ਚੂਕੀ ਕਾਣਿ ॥
ତାହାର ଜନ୍ମ-ମରଣର ଚିନ୍ତା ସମାପ୍ତ ହୋଇଯାଏ ଏବଂ
ਪੂਰੇ ਗੁਰ ਊਪਰਿ ਕੁਰਬਾਣ ॥੨॥
ସେ ପୂର୍ଣ୍ଣ ଗୁରୁଙ୍କ ପ୍ରତି ସମର୍ପିତ ଯାଇଥାନ୍ତି ॥2॥
ਗੁਰੁ ਪਰਮੇਸਰੁ ਭੇਟਿ ਨਿਹਾਲ ॥
ଗୁରୁ-ପରମେଶ୍ଵରଙ୍କ ସହିତ ମିଶି ମନ ପ୍ରସନ୍ନ ହୋଇଯାଏ।
ਸੋ ਦਰਸਨੁ ਪਾਏ ਜਿਸੁ ਹੋਇ ਦਇਆਲੁ ॥
ତାହାଙ୍କ ଦର୍ଶନ ସେ ହିଁ ପ୍ରାପ୍ତ କରିଥାଏ, ଯାହା ଉପରେ ସେ ଦୟାଳୁ ହୋଇଥାନ୍ତି।
ਪਾਰਬ੍ਰਹਮੁ ਜਿਸੁ ਕਿਰਪਾ ਕਰੈ ॥
ପରଂବ୍ରହ୍ମ ଯାହା ଉପରେ ନିଜ କୃପା କରିଥାନ୍ତି,
ਸਾਧਸੰਗਿ ਸੋ ਭਵਜਲੁ ਤਰੈ ॥੩॥
ସେ ସାଧୁଙ୍କ ସଂଗତି କରି ଭବସାଗରରୁ ପାର ହୋଇଯାଏ।
ਅੰਮ੍ਰਿਤੁ ਪੀਵਹੁ ਸਾਧ ਪਿਆਰੇ ॥
ହେ ପ୍ରିୟ ସାଧୁଜନ! ନାମାମୃତ ପାନ କର
ਮੁਖ ਊਜਲ ਸਾਚੈ ਦਰਬਾਰੇ ॥
ସତ୍ୟର ଦରବାରରେ ମୁଖ ଉଜ୍ଜଳ ହୋଇଯାଏ।
ਅਨਦ ਕਰਹੁ ਤਜਿ ਸਗਲ ਬਿਕਾਰ ॥
ସବୁ ବିକାରକୁ ତ୍ୟାଗ କରି ଆନନ୍ଦ କର।
ਨਾਨਕ ਹਰਿ ਜਪਿ ਉਤਰਹੁ ਪਾਰਿ ॥੪॥੪੨॥੫੩॥
ହେ ନାନକ! ଭଗବାନଙ୍କ ନାମ ଜପ କରି ସଂସାର-ସାଗରରୁ ପାର ହୋଇଯାଅ||4||42||53||