ਗੁਪਤੀ ਬਾਣੀ ਪਰਗਟੁ ਹੋਇ ॥
ହେ ନାନକ ! ଯାହାର ମନରେ ଅନାହତ ଶବ୍ଦ ରୂପୀ ଗୁପ୍ତ ବାଣୀ ପ୍ରକଟ ହୋଇଯାଏ,
ਨਾਨਕ ਪਰਖਿ ਲਏ ਸਚੁ ਸੋਇ ॥੫੩॥
ସେ ସତ୍ୟକୁ ଜାଣି ଦିଅନ୍ତି।। 53 ।।
ਸਹਜ ਭਾਇ ਮਿਲੀਐ ਸੁਖੁ ਹੋਵੈ ॥
ସହଜ ସ୍ଵଭାବପରମାତ୍ମା ଙ୍କୁ ମିଶିବା ଦ୍ଵାରା ହିଁ ସୁଖ ଉପଲବ୍ଧ ହୋଇଥାଏ।
ਗੁਰਮੁਖਿ ਜਾਗੈ ਨੀਦ ਨ ਸੋਵੈ ॥
ଗୁରୁମୁଖୀ ସର୍ବଦା ହିଁ ଜାଗୃତ ରହିଥାନ୍ତି ଏବଂ ସେ ଅଜ୍ଞାନତାର ନିଦ୍ରାରେ ଶୟନ କରନ୍ତି ନାହିଁ।
ਸੁੰਨ ਸਬਦੁ ਅਪਰੰਪਰਿ ਧਾਰੈ ॥
ଅନାହତ ଶବ୍ଦ କୁ ଅପରମ୍ପାର ପ୍ରଭୁ ହିଁ ଉତ୍ପନ୍ନକରନ୍ତି।
ਕਹਤੇ ਮੁਕਤੁ ਸਬਦਿ ਨਿਸਤਾਰੈ ॥
ନାମ ସ୍ମରଣ କରିବା ବ୍ୟକ୍ତି ର ଉଦ୍ଧାର ହୋଇଯାଏ ଏବଂ ଶବ୍ଦ ଦ୍ଵାରା ଅନ୍ୟର ମଧ୍ୟ କଲ୍ୟାଣ ହୋଇଯାଏ।
ਗੁਰ ਕੀ ਦੀਖਿਆ ਸੇ ਸਚਿ ਰਾਤੇ ॥
ଗୁରୁଙ୍କ ଠାରୁ ଦୀକ୍ଷା ନେବା ବ୍ୟକ୍ତି ସତ୍ୟ ରେ ହିଁ ବିଲୀନ ରହିଥାଏ।
ਨਾਨਕ ਆਪੁ ਗਵਾਇ ਮਿਲਣ ਨਹੀ ਭ੍ਰਾਤੇ ॥੫੪॥
ହେ ନାନକ ! ଅହଙ୍କାରକୁ ଦୂର କରିବା ଦ୍ୱାରା ସତ୍ୟ ସହ ମିଳନ ହୋଇଯାଏ କିନ୍ତୁ ଭ୍ରମ ରେ ଫସିବା ଦ୍ଵାରା ମିଳନ ହୁଏନାହିଁ।। 54 ।।
ਕੁਬੁਧਿ ਚਵਾਵੈ ਸੋ ਕਿਤੁ ਠਾਇ ॥
“[ସିଦ୍ଧ ମାନେ ପୁଣି ପ୍ରଶ୍ନ କରନ୍ତି ଯେ] ସେ କିଭଳି ଠିକଣା ଅଟେ , ଯେଉଁଠି ରହିକରି ମନମୁଖୀ ନିଜର ଖରାପ ବୁଦ୍ଧିକୁ ନାଶ କରିଦିଏ?”
ਕਿਉ ਤਤੁ ਨ ਬੂਝੈ ਚੋਟਾ ਖਾਇ ॥
ସେ ଯମ ଠାରୁ ଚୋଟ ଖାଇ ଖାଇ ରହିଥାଏ ଏବଂ ପରମ ତତ୍ତ୍ୱ କୁ କଣ ପାଇଁ ବୁଝେ ନାହିଁ?
ਜਮ ਦਰਿ ਬਾਧੇ ਕੋਇ ਨ ਰਾਖੈ ॥
( ଗୁରୁଜୀ ଉତ୍ତର ଦିଅନ୍ତି ଯେ) ଯମଙ୍କ ଦ୍ଵାରା ରେ ବାନ୍ଧି ହୋଇଥିବା ଜୀବ କୁ କେହି ମଧ୍ୟ ରକ୍ଷା କରେନାହିଁ ଏବଂ
ਬਿਨੁ ਸਬਦੈ ਨਾਹੀ ਪਤਿ ਸਾਖੈ ॥
ଶବ୍ଦ ବିନା କିଏ ମଧ୍ୟ ତାଙ୍କର ସମ୍ମାନ ଏବଂ ତାହାଙ୍କ ଉପରେ ଭରସା କରେ ନାହିଁ।
ਕਿਉ ਕਰਿ ਬੂਝੈ ਪਾਵੈ ਪਾਰੁ ॥
ସେ ସତ୍ୟ କୁ କେମିତି ଜାଣି ପାରିବେ ଏବଂ କେମିତି ଭବ ସାଗର ରୁ ପାରି ହୋଇପାରିବେ।
ਨਾਨਕ ਮਨਮੁਖਿ ਨ ਬੁਝੈ ਗਵਾਰੁ ॥੫੫॥
ହେ ନାନକ ! ମୁର୍ଖ ମନମୁଖୀକୁ କେବେ ଜ୍ଞାନ ହୁଏନାହିଁ।। 55।।
ਕੁਬੁਧਿ ਮਿਟੈ ਗੁਰ ਸਬਦੁ ਬੀਚਾਰਿ ॥
{ଗୁରୁଜୀ ଉତ୍ତର ଦିଅନ୍ତି ଯେ} ଗୁରୁ ଶବ୍ଦର ଚିନ୍ତନ କରିବା ଦ୍ୱାରା ଖରାପ ବୁଦ୍ଧିର ନାଶ ହୋଇଯାଏ।
ਸਤਿਗੁਰੁ ਭੇਟੈ ਮੋਖ ਦੁਆਰ ॥
ସତ୍ ଗୁରୁ ଙ୍କ ସହ ସାକ୍ଷାତକାର ହୋଇବ ଦ୍ଵାରା ମୋକ୍ଷ ପ୍ରାପ୍ତି ହୋଇଯାଏ।
ਤਤੁ ਨ ਚੀਨੈ ਮਨਮੁਖੁ ਜਲਿ ਜਾਇ ॥
ମନମୁଖୀ ପରମ ତତ୍ତ୍ୱର ପରିଚୟ କରେନାହିଁ ଏଥିପାଇଁ ଜଳି କରି ଧ୍ୱଂସହୋଇଯାଏ।
ਦੁਰਮਤਿ ਵਿਛੁੜਿ ਚੋਟਾ ਖਾਇ ॥
ଜୀବ ନିଜର ଦୁର୍ମତି କାରଣରୁ ସତ୍ୟ ରୁ ଅଲଗା ହୋଇ ଯମର ଦୁଃଖ ଭୋଗ କରିଥାଏ।
ਮਾਨੈ ਹੁਕਮੁ ਸਭੇ ਗੁਣ ਗਿਆਨ ॥
ପରମାତ୍ମା ଙ୍କ ଆଦେଶ କୁ ପାଳନ କରିବା ବ୍ୟକ୍ତି ସବୁ ଗୁଣ ଏବଂ ଜ୍ଞାନ କୁ ହାସଲ କରି ନିଏ।
ਨਾਨਕ ਦਰਗਹ ਪਾਵੈ ਮਾਨੁ ॥੫੬॥
ହେ ନାନକ! ସେହି ମନୁଷ୍ୟ ଦରବାର ରେ ସମ୍ମାନ ପ୍ରାପ୍ତ କରିଥାଏ।। 56 ।।
ਸਾਚੁ ਵਖਰੁ ਧਨੁ ਪਲੈ ਹੋਇ ॥
ଯାହା ପାଖରେ ସତ୍ୟ ରୂପୀ ଧନ ରାଶି ଥାଏ,
ਆਪਿ ਤਰੈ ਤਾਰੇ ਭੀ ਸੋਇ ॥
ସେ ସ୍ଵୟଂ ହିଁ ଭବ ସାଗର ରୁ ପାରି ହୋଇଯାଏ, ନିଜ ମିତ୍ର ମାନଙ୍କୁ ମଧ୍ୟ ଉଦ୍ଧାର କରିଦିଏ।
ਸਹਜਿ ਰਤਾ ਬੂਝੈ ਪਤਿ ਹੋਇ ॥
ଯିଏ ସ୍ଵାଭାବିକ ଭାବରେ ହିଁ ସତ୍ୟ ରେ ଲୀନ ରହିଥାଏ, ସେ ସତ୍ୟର ଶୋଭାର ପାତ୍ର ହୋଇଥାଏ।
ਤਾ ਕੀ ਕੀਮਤਿ ਕਰੈ ਨ ਕੋਇ ॥
ଏପରି ବ୍ୟକ୍ତିର ଉଚିତ ମୂଲ୍ୟ କେହି ଜାଣନ୍ତି ନାହିଁ।
ਜਹ ਦੇਖਾ ਤਹ ਰਹਿਆ ਸਮਾਇ ॥
ସେ ଯେଉଁଠିକୁ ମଧ୍ୟ ଦେଖିଥାଆନ୍ତି, ତାହାକୁ ଭଗବାନ ଦେଖା ଦିଅନ୍ତି।
ਨਾਨਕ ਪਾਰਿ ਪਰੈ ਸਚ ਭਾਇ ॥੫੭॥
ହେ ନାନକ ! ସତ୍ୟ ରେ ଶ୍ରଦ୍ଧା ଭାବନା ରଖିବା ଦ୍ଵାରା ଜୀବ ର କଲ୍ୟାଣ ହୋଇଯାଏ।। 57।।
ਸੁ ਸਬਦ ਕਾ ਕਹਾ ਵਾਸੁ ਕਥੀਅਲੇ ਜਿਤੁ ਤਰੀਐ ਭਵਜਲੁ ਸੰਸਾਰੋ ॥
“(ସିଦ୍ଧ ମାନେ ପୁଣି ପଚାରିଲେ-)ସେହି ଶବ୍ଦର ନିବାସ କେଉଁଠି, ଯାହା ଦ୍ଵାରା ସଂସାର ରୂପୀ ଭବ ଜଳ ରୁ ଉଦ୍ଧାର ହୋଇଥାଏ?”
ਤ੍ਰੈ ਸਤ ਅੰਗੁਲ ਵਾਈ ਕਹੀਐ ਤਿਸੁ ਕਹੁ ਕਵਨੁ ਅਧਾਰੋ ॥
ଦଶ ଆଙ୍ଗୁଠି ବାହାରକୁ ଆସିଥିବା ପ୍ରାଣବାୟୁ ର ବାସ୍ତବରେ କଣ ଆଧାର ଅଛି?
ਬੋਲੈ ਖੇਲੈ ਅਸਥਿਰੁ ਹੋਵੈ ਕਿਉ ਕਰਿ ਅਲਖੁ ਲਖਾਏ ॥
ଯେଉଁ ସତ୍ତା କହେ ଏବଂ ଖେଳେ, ସେ କେମିତି ସ୍ଥିର ହୋଇପାରିବ? ଏବଂ ଦିବ୍ୟ ପରମାତ୍ମା ଙ୍କ ଦର୍ଶନ କରିପାରିବ?”
ਸੁਣਿ ਸੁਆਮੀ ਸਚੁ ਨਾਨਕੁ ਪ੍ਰਣਵੈ ਅਪਣੇ ਮਨ ਸਮਝਾਏ ॥
ଗୁରୁଜୀ ଉତ୍ତର ଦିଅନ୍ତି – ହେ ସ୍ବାମୀ ! ଧ୍ୟାନ ର ସହିତ ଶୁଣ; ନାନକ ସତ୍ୟ ପ୍ରାର୍ଥନା କରନ୍ତି ଯେ ମନ କୁ ବୁଝାଇବା ଦ୍ଵାରା ହିଁ ସ୍ଥିର କରାଯାଇ ପାରିବ।
ਗੁਰਮੁਖਿ ਸਬਦੇ ਸਚਿ ਲਿਵ ਲਾਗੈ ਕਰਿ ਨਦਰੀ ਮੇਲਿ ਮਿਲਾਏ ॥
ଯେବେ ଗୁରୁମୁଖୀ ହୋଇ ଶବ୍ଦ ଦ୍ଵାରା ସତ୍ୟରେ ଧ୍ୟାନ ଲାଗିଯାଏ ତେବେ ଇଶ୍ଵର ନିଜର କରୁଣା ଦୃଷ୍ଟି ରେ ହାତ ମିଶାଇ ଦିଅନ୍ତି।
ਆਪੇ ਦਾਨਾ ਆਪੇ ਬੀਨਾ ਪੂਰੈ ਭਾਗਿ ਸਮਾਏ ॥੫੮॥
ପରମାତ୍ମା ସ୍ଵୟଂ ହିଁ ଚତୁର ଏବଂ ସର୍ଵଜ୍ଞାତା ଅଟନ୍ତି ଏବଂ ପୂର୍ଣ୍ଣ ଭାଗ୍ୟ ରେ ହିଁ ଜୀବ ସେଥିରେ ବିଲୀନ ହୋଇଯାଏ।। 58।।
ਸੁ ਸਬਦ ਕਉ ਨਿਰੰਤਰਿ ਵਾਸੁ ਅਲਖੰ ਜਹ ਦੇਖਾ ਤਹ ਸੋਈ ॥
ସେହି ଶବ୍ଦର ନିରନ୍ତର ସମସ୍ତଙ୍କ ଠାରେ ନିବାସ ଅଟେ, ସେ ଅଦୃଶ୍ୟ ଅଟେ, ତଥାପି ଯେଉଁଠି ଦେଖା ତାହା ହିଁ ବିସ୍ତୃତ ଅଛି।
ਪਵਨ ਕਾ ਵਾਸਾ ਸੁੰਨ ਨਿਵਾਸਾ ਅਕਲ ਕਲਾ ਧਰ ਸੋਈ ॥
ଯେମିତି ପବନ ସବୁ ଜାଗାରେ ବିସ୍ତୃତ ଥାଏ, ସେମିତି ଶବ୍ଦ ର ନିବାସ ଅଟେ। ସେ ନିର୍ଗୁଣ ଏବଂ ସଗୁଣ ଅଟେ।
ਨਦਰਿ ਕਰੇ ਸਬਦੁ ਘਟ ਮਹਿ ਵਸੈ ਵਿਚਹੁ ਭਰਮੁ ਗਵਾਏ ॥
ଯେବେ ପରମାତ୍ମାନିଜର କୃପା ଦୃଷ୍ଟି କରନ୍ତି ତେବେ ହୃଦୟରେ ଶବ୍ଦର ନିବାସ ହୋଇଯାଏ ଏବଂ ମନର ଭ୍ରମ ଦୂର ହୋଇଯାଏ।
ਤਨੁ ਮਨੁ ਨਿਰਮਲੁ ਨਿਰਮਲ ਬਾਣੀ ਨਾਮੋੁ ਮੰਨਿ ਵਸਾਏ ॥
ଯିଏ ନିର୍ମଳ ବାଣୀ ଦ୍ଵାରା ନାମକୁ ମନରେ ବସାଇ ନିଏ, ତାହାର ଶରୀର ମନ ନିର୍ମଳ ହୋଇଯାଏ।
ਸਬਦਿ ਗੁਰੂ ਭਵਸਾਗਰੁ ਤਰੀਐ ਇਤ ਉਤ ਏਕੋ ਜਾਣੈ ॥
ଯେଉଁ ବ୍ୟକ୍ତି ଶବ୍ଦ ଗୁରୁ ଦ୍ଵାରା ସଂସାର ସାଗରରୁ ପାର ହୋଇଯାଏ, ସେ ଲୋକ ପରଲୋକ ରେ ବ୍ୟାପକ ଇଶ୍ଵର ଙ୍କୁ ଜାଣିନିଏ।
ਚਿਹਨੁ ਵਰਨੁ ਨਹੀ ਛਾਇਆ ਮਾਇਆ ਨਾਨਕ ਸਬਦੁ ਪਛਾਣੈ ॥੫੯॥
ହେ ନାନକ! ଏହି ମାୟା ଯେଉଁ ପରମାତ୍ମାଙ୍କ ଛାୟା ଥାଏ, ତାହାର କିଛି ଚିହ୍ନ ଏବଂ ବର୍ଣ୍ଣ ନାହିଁ। ଜୀବ ପୁଣି ଶବ୍ଦର ପରିଚୟ କରିନିଏ।। 59 ।।
ਤ੍ਰੈ ਸਤ ਅੰਗੁਲ ਵਾਈ ਅਉਧੂ ਸੁੰਨ ਸਚੁ ਆਹਾਰੋ ॥
ହେ ଅବଧୂତ! ଦଶ ଆଙ୍ଗୁଠିର ପ୍ରମାଣ କରୁଥିବା ପ୍ରାଣବାୟୁ ର ମୁଖ୍ୟ ଆଧାର ପରମ ସତ୍ୟ ର ଚିନ୍ତନ କରନ୍ତି।
ਗੁਰਮੁਖਿ ਬੋਲੈ ਤਤੁ ਬਿਰੋਲੈ ਚੀਨੈ ਅਲਖ ਅਪਾਰੋ ॥
ଗୁରୁମୁଖୀ ନାମ ଜପିଥାଏଏବଂ ପରମ ତତ୍ତ୍ଵ କୁ ଚିନ୍ତା କରି ରହିଥାଏଏବଂ ଅଲେଖ ଅପାର କୁ ଜାଣି ନିଏ।
ਤ੍ਰੈ ਗੁਣ ਮੇਟੈ ਸਬਦੁ ਵਸਾਏ ਤਾ ਮਨਿ ਚੂਕੈ ਅਹੰਕਾਰੋ ॥
ଏହା ମାୟା ର ତିନି ଗୁଣ କୁ ଲିଭାଇ ଶବ୍ଦ କୁ ବସାଇ ନିଏ ଯାହା ଦ୍ଵାରା ତାହାର ମନ ର ଅହଙ୍କାର ଦୂର ହୋଇଯାଏ।
ਅੰਤਰਿ ਬਾਹਰਿ ਏਕੋ ਜਾਣੈ ਤਾ ਹਰਿ ਨਾਮਿ ਲਗੈ ਪਿਆਰੋ ॥
ଯଦି ସେ ଭିତରେ ଏବଂ ବାହାରେ ଇଶ୍ଵରଙ୍କ ସତ୍ତା ବୁଝି ନିଏ ତେବେ ହିଁ ତାକୁ ହରି ନାମ ରେ ପ୍ରେମ ହୋଇଥାଏ।
ਸੁਖਮਨਾ ਇੜਾ ਪਿੰਗੁਲਾ ਬੂਝੈ ਜਾ ਆਪੇ ਅਲਖੁ ਲਖਾਏ ॥
ଯେତେବେଳେ ପରମାତ୍ମା ସ୍ଵୟଂ ହିଁ ଦର୍ଶନ ଦେଇଥାନ୍ତି, ଗୁରୁମୁଖୀ ଇଡା, ପିଙ୍ଗଳା ଏବଂ ସୁଷୁମ୍ନା ନାଡି ଦ୍ଵାରା ହାସଲ ହେବା ଜ୍ଞାନକୁ ବୁଝିନିଏ।
ਨਾਨਕ ਤਿਹੁ ਤੇ ਊਪਰਿ ਸਾਚਾ ਸਤਿਗੁਰ ਸਬਦਿ ਸਮਾਏ ॥੬੦॥
ହେ ନାନକ ! ସତ୍ୟ ପରମେଶ୍ବର ଏହି ତିନି ଲୋକ ଠାରୁ ସର୍ବୋଚ୍ଚ ଅଟନ୍ତି ଏବଂ ଶବ୍ଦ ଦ୍ଵାରା ହିଁ ସେଥିରେ ଲୀନ ହୋଇପାରିବା ।।60।।
ਮਨ ਕਾ ਜੀਉ ਪਵਨੁ ਕਥੀਅਲੇ ਪਵਨੁ ਕਹਾ ਰਸੁ ਖਾਈ ॥
(ସିଦ୍ଧ ମାନେ ପୁଣି ପଚାରିଲେ-) ମନକୁ ( ଜୀବନ) ପ୍ରାଣ ବାୟୁ କୁହାଯାଏ କିନ୍ତୁ ଏହି (ପ୍ରାଣ) ବାୟୁ କେଉଁଠାରୁ ଆହାରପ୍ରାପ୍ତ କରିଥାଏ ?
ਗਿਆਨ ਕੀ ਮੁਦ੍ਰਾ ਕਵਨ ਅਉਧੂ ਸਿਧ ਕੀ ਕਵਨ ਕਮਾਈ ॥
ଜ୍ଞାନ ପ୍ରାପ୍ତ କରିବାର ମୁଦ୍ରା ଅର୍ଥାତ୍ ସାଧନା କଣ ଅଟେ ଏବଂ କେଉଁ ସାଧନା ଦ୍ଵାରା ଜୀବ ସିଦ୍ଧ ହୋଇଥାଏ?