ODIA PAGE 266

ਅਨਿਕ ਜਤਨ ਕਰਿ ਤ੍ਰਿਸਨ ਨਾ ਧ੍ਰਾਪੈ ॥
ଅନେକ ଯତ୍ନ କରିବା ଦ୍ଵାରା ତୃଷ୍ଣାର ଅଗ୍ନି ଲିଭେ ନାହିଁ।

ਭੇਖ ਅਨੇਕ ਅਗਨਿ ਨਹੀ ਬੁਝੈ ॥
ଅନେକ ଧାର୍ମିକ ବେଶ ବଦଳାଇଲେ ତୃଷ୍ଣାର ଅଗ୍ନି ଲିଭେ ନାହିଁ।

ਕੋਟਿ ਉਪਾਵ ਦਰਗਹ ਨਹੀ ਸਿਝੈ ॥
ଏପରି କୋଟି କୋଟି ଉପାୟ ଦ୍ଵାରା ମନୁଷ୍ୟ ପ୍ରଭୁଙ୍କ ଦରବାରରେ ମୁକ୍ତ ହୁଏନାହିଁ।

ਛੂਟਸਿ ਨਾਹੀ ਊਭ ਪਇਆਲਿ ॥
ସେ ଆକାଶକୁ ଯାଉ କିମ୍ବା ପାତାଳକୁ ଯାଉ, ତାହାର ମୁକ୍ତି ହୁଏନାହିଁ,

ਮੋਹਿ ਬਿਆਪਹਿ ਮਾਇਆ ਜਾਲਿ ॥
ଯେଉଁ ବ୍ୟକ୍ତି ମୋହର କାରଣରୁ ମାୟାର ଜାଲରେ ଫସିଥାଏ।

ਅਵਰ ਕਰਤੂਤਿ ਸਗਲੀ ਜਮੁ ਡਾਨੈ ॥
ମନୁଷ୍ୟର ଅନ୍ୟ ସବୁ ଚେଷ୍ଟା ପାଇଁ ଯମରାଜ ତାହାକୁ ଦଣ୍ଡ ଦେଇଥାଏ।

ਗੋਵਿੰਦ ਭਜਨ ਬਿਨੁ ਤਿਲੁ ਨਹੀ ਮਾਨੈ ॥
କିନ୍ତୁ, ଗୋବିନ୍ଦଙ୍କ ଭଜନ ବିନା ମୃତ୍ୟୁ ତିଳେ ମାତ୍ର ଖାତିର କରେ ନାହିଁ।

ਹਰਿ ਕਾ ਨਾਮੁ ਜਪਤ ਦੁਖੁ ਜਾਇ ॥
\ଭଗବାନଙ୍କ ନାମ ଜପ କରିଲେ ସବୁ ପ୍ରକାର ଦୁଃଖ ଦୂର ହୋଇଯାଏ

ਨਾਨਕ ਬੋਲੈ ਸਹਜਿ ਸੁਭਾਇ ॥੪॥
ନାନକ ସ୍ଵାଭାବିକ ଭାବରେ ଏହା ବୋଲିଥାନ୍ତି ॥4॥

ਚਾਰਿ ਪਦਾਰਥ ਜੇ ਕੋ ਮਾਗੈ ॥
ଯଦି କୌଣସି ବ୍ୟକ୍ତିକୁ ଚାରି ପଦାର୍ଥ ଧର୍ମ, ଅର୍ଥ, କାମ , ମୋକ୍ଷର ଅଭିଳାଷ ହୋଇଥାଏ

ਸਾਧ ਜਨਾ ਕੀ ਸੇਵਾ ਲਾਗੈ ॥
ତାହାହେଲେ ତାହାକୁ ସନ୍ଥଜନଙ୍କ ସେବାରେ ଲାଗିବା ଉଚିତ।

ਜੇ ਕੋ ਆਪੁਨਾ ਦੂਖੁ ਮਿਟਾਵੈ ॥
ଯଦି କୌଣସି ବ୍ୟକ୍ତି ନିଜ ଦୁଃଖ ଦୂର କରିବାକୁ ଚାହେଁ, ତାହାହେଲେ

ਹਰਿ ਹਰਿ ਨਾਮੁ ਰਿਦੈ ਸਦ ਗਾਵੈ ॥
ତାହାକୁ ନିଜ ହୃଦୟରେ ହରି-ପରମେଶ୍ଵରଙ୍କ ନାମ ସର୍ବଦା ସ୍ମରଣ କରିବା ଉଚିତ।

ਜੇ ਕੋ ਅਪੁਨੀ ਸੋਭਾ ਲੋਰੈ ॥
ଯଦି କୌଣସି ବ୍ୟକ୍ତି ନିଜ ଶୋଭା ଚାହିଁଥାଏ, ତାହାହେଲେ

ਸਾਧਸੰਗਿ ਇਹ ਹਉਮੈ ਛੋਰੈ ॥
ସେ ସନ୍ଥଙ୍କ ସଙ୍ଗତିରେ ରହି ଏହି ଅହଂକାରକୁ ତ୍ୟାଗ କର।

ਜੇ ਕੋ ਜਨਮ ਮਰਣ ਤੇ ਡਰੈ ॥
ଯଦି କୌଣସି ବ୍ୟକ୍ତି ଜନ୍ମ ମରଣର ଦୁଃଖକୁ ଡରିଥାଏ,

ਸਾਧ ਜਨਾ ਕੀ ਸਰਨੀ ਪਰੈ ॥
ତାହାହେଲେ ତାହାକୁ ସନ୍ଥଜନଙ୍କ ଶରଣ ନେବା ଉଚିତ।

ਜਿਸੁ ਜਨ ਕਉ ਪ੍ਰਭ ਦਰਸ ਪਿਆਸਾ ॥
ଯଦି କୌଣସି ବ୍ୟକ୍ତିକୁ ପରମାତ୍ମାଙ୍କ ଦର୍ଶନର ତୀବ୍ର ଲାଳସା ଥାଏ,

ਨਾਨਕ ਤਾ ਕੈ ਬਲਿ ਬਲਿ ਜਾਸਾ ॥੫॥
ହେ ନାନକ! ମୁଁ ତାହାଙ୍କ ପ୍ରତି ସଦା ସମର୍ପିତ ଥାଏ ॥5॥

ਸਗਲ ਪੁਰਖ ਮਹਿ ਪੁਰਖੁ ਪ੍ਰਧਾਨੁ ॥
ସବୁ ପୁରୁଷଙ୍କ ମଧ୍ୟରେ ସେହି ପୁରୁଷ ପ୍ରଧାନ ଅଟେ

ਸਾਧਸੰਗਿ ਜਾ ਕਾ ਮਿਟੈ ਅਭਿਮਾਨੁ ॥
ସତସଙ୍ଗରେ ରହି ଯେଉଁ ପୁରୁଷର ଅଭିମାନ ଦୂର ହୋଇଥାଏ।

ਆਪਸ ਕਉ ਜੋ ਜਾਣੈ ਨੀਚਾ ॥
ଯେଉଁ ପୁରୁଷ ନିଜକୁ ନିଜେ ନିମ୍ନ ଭାବିଥାଏ,

ਸੋਊ ਗਨੀਐ ਸਭ ਤੇ ਊਚਾ ॥
ସେ ସବୁଠାରୁ ଭଲ(ଉଚ୍ଚ) ବୁଝାଯାଏ।

ਜਾ ਕਾ ਮਨੁ ਹੋਇ ਸਗਲ ਕੀ ਰੀਨਾ ॥
ଯେଉଁ ପୁରୁଷର ମନ ସବୁଙ୍କ ଚରଣର ଧୁଳି ବନିଥାଏ,

ਹਰਿ ਨਾਮੁ ਤਿਨਿ ਘਟਿ ਘਟਿ ਚੀਨਾ ॥
ସେ ହରି-ପରମେଶ୍ଵରଙ୍କ ନାମକୁ ପ୍ରତ୍ୟେକ ହୃଦୟରେ ଦେଖିଥାଏ।

ਮਨ ਅਪੁਨੇ ਤੇ ਬੁਰਾ ਮਿਟਾਨਾ ॥
ଯିଏ ନିଜ ମନରୁ ମନ୍ଦ ଦୂର କରିଥାଏ,

ਪੇਖੈ ਸਗਲ ਸ੍ਰਿਸਟਿ ਸਾਜਨਾ ॥
ସେ ସାରା ସୃଷ୍ଟିକୁ ନିଜର ମିତ୍ର ଭାବିଥାଏ।

ਸੂਖ ਦੂਖ ਜਨ ਸਮ ਦ੍ਰਿਸਟੇਤਾ ॥
ହେ ନାନକ! ଯେଉଁ ପୁରୁଷ ସୁଖ ଦୁଃଖକୁ ଏକ ଭଳି ଦେଖିଥାଏ,

ਨਾਨਕ ਪਾਪ ਪੁੰਨ ਨਹੀ ਲੇਪਾ ॥੬॥
ସେ ପାପ ପୂଣ୍ୟ ଠାରୁ ନିର୍ଲିପ୍ତ ରହିଥାଏ ॥6॥

ਨਿਰਧਨ ਕਉ ਧਨੁ ਤੇਰੋ ਨਾਉ ॥
ହେ ନାଥ! ନିଦ୍ନ ପାଇଁ ତୋର ନାମ ହିଁ ଧନ-ଦୌଲତ ଅଟେ।

ਨਿਥਾਵੇ ਕਉ ਨਾਉ ਤੇਰਾ ਥਾਉ ॥
ନିରାଶ୍ରୟକୁ ତୋର ନାମ ହିଁ ଆଶ୍ରୟ ଅଟେ।

ਨਿਮਾਨੇ ਕਉ ਪ੍ਰਭ ਤੇਰੋ ਮਾਨੁ ॥
ହେ ପ୍ରଭୁ! ନିରାଦରକୁ ତୁ ଆଦର ଅଟୁ।

ਸਗਲ ਘਟਾ ਕਉ ਦੇਵਹੁ ਦਾਨੁ ॥
ତୁ ହିଁ ସମସ୍ତ ପ୍ରାଣିକୁ ଦାନ ଦେଉ।

ਕਰਨ ਕਰਾਵਨਹਾਰ ਸੁਆਮੀ ॥
ହେ ଜଗତର ସ୍ଵାମୀ! ତୁମେ ସ୍ଵୟଂ ହିଁ ସବୁ କିଛି କରୁଥାଅ ଏବଂ ସ୍ଵୟଂ ହିଁ ଜୀବଙ୍କ ଦ୍ଵାରା କରାଉ ଥାଅ।

ਸਗਲ ਘਟਾ ਕੇ ਅੰਤਰਜਾਮੀ ॥
ତୁ ବଡ ଅନ୍ତର୍ଯାମୀ ଅଟୁ

ਅਪਨੀ ਗਤਿ ਮਿਤਿ ਜਾਨਹੁ ਆਪੇ ॥
ହେ ଠାକୁର! ନିଜର ଗତି ଏବଂ ନିଜର ମର୍ଯ୍ୟାଦା ତୁମେ ସ୍ଵୟଂ ହିଁ ଜାଣି ଅଛ।

ਆਪਨ ਸੰਗਿ ਆਪਿ ਪ੍ਰਭ ਰਾਤੇ ॥
ହେ ପ୍ରଭୁ! ନିଜକୁ ନିଜେ ତୁମେ ସ୍ଵୟଂ ହିଁ ରଙ୍ଗୀନ କରୁଅଛ।

ਤੁਮ੍ਹ੍ਹਰੀ ਉਸਤਤਿ ਤੁਮ ਤੇ ਹੋਇ ॥
ହେ ଇଶ୍ଵର! ନିଜର ମହିମା କେବଳ ତୁମେ ସ୍ଵୟଂ ହିଁ କରିପାର।

ਨਾਨਕ ਅਵਰੁ ਨ ਜਾਨਸਿ ਕੋਇ ॥੭॥
ହେ ନାନକ! ଆଉ କେହି ତୋର ମହିମାକୁ ଜାଣେ ନାହିଁ ॥7॥

ਸਰਬ ਧਰਮ ਮਹਿ ਸ੍ਰੇਸਟ ਧਰਮੁ ॥
ସମସ୍ତ ଧର୍ମରେ ସବୁଠାରୁ ଭଲ ଧର୍ମ

ਹਰਿ ਕੋ ਨਾਮੁ ਜਪਿ ਨਿਰਮਲ ਕਰਮੁ ॥
ଈଶ୍ଵରଙ୍କ ନାମର ଜପ କରିବା ଏବଂ ପବିତ୍ର କର୍ମ କରିବା।

ਸਗਲ ਕ੍ਰਿਆ ਮਹਿ ਊਤਮ ਕਿਰਿਆ ॥
ସମସ୍ତ ଧାର୍ମିକ କ୍ରିୟାରେ ସର୍ବଶ୍ରେଷ୍ଠ କ୍ରିୟା ଏହା ଯେ

ਸਾਧਸੰਗਿ ਦੁਰਮਤਿ ਮਲੁ ਹਿਰਿਆ ॥
ସତସଙ୍ଗରେ ମିଶି ଦୁର୍ବୁଦ୍ଧିର ମଇଳାକୁ ଧୋଇବା

ਸਗਲ ਉਦਮ ਮਹਿ ਉਦਮੁ ਭਲਾ ॥
ସମସ୍ତ ପ୍ରୟାସରେ ଉତ୍ତମ ପ୍ରୟାସ ଏହା ଯେ

ਹਰਿ ਕਾ ਨਾਮੁ ਜਪਹੁ ਜੀਅ ਸਦਾ ॥
ମନରେ ସର୍ବଦା ହରିଙ୍କ ନାମର ଜପ କର।

ਸਗਲ ਬਾਨੀ ਮਹਿ ਅੰਮ੍ਰਿਤ ਬਾਨੀ ॥
ସମସ୍ତ ବାଣୀରେ ଅମୃତ ବାଣୀ ଏହା ଯେ

ਹਰਿ ਕੋ ਜਸੁ ਸੁਨਿ ਰਸਨ ਬਖਾਨੀ ॥
ଈଶ୍ଵରଙ୍କ ମହିମା ଶୁଣ ଏହାକୁ ଜିହ୍ଵାରେ ଉଚ୍ଚାରଣ କର।

ਸਗਲ ਥਾਨ ਤੇ ਓਹੁ ਊਤਮ ਥਾਨੁ ॥
ହେ ନାନକ! ସମସ୍ତ ସ୍ଥାନରେ ସେହି ସ୍ଥାନ ଉତ୍ତମ ଅଟେ,

ਨਾਨਕ ਜਿਹ ਘਟਿ ਵਸੈ ਹਰਿ ਨਾਮੁ ॥੮॥੩॥
ଯେଉଁଠି ଈଶ୍ଵରଙ୍କ ନାମ ନିବାସ କରିଥାଏ ॥8॥3॥

ਸਲੋਕੁ ॥
ଶ୍ଳୋକ॥

ਨਿਰਗੁਨੀਆਰ ਇਆਨਿਆ ਸੋ ਪ੍ਰਭੁ ਸਦਾ ਸਮਾਲਿ ॥
ହେ ଗୁଣବିହୀନ ଏବଂ ମୂର୍ଖ ଜୀବ! ସେହି ଈଶ୍ଵରଙ୍କୁ ସର୍ବଦା ସ୍ମରଣ କର।

ਜਿਨਿ ਕੀਆ ਤਿਸੁ ਚੀਤਿ ਰਖੁ ਨਾਨਕ ਨਿਬਹੀ ਨਾਲਿ ॥੧॥
ହେ ନାନକ! ଯିଏ ତୁମକୁ ଉତ୍ପନ୍ନ କରିଛନ୍ତି, ତାହାକୁ ନିଜ ହୃଦୟରେ ସ୍ଥାପନ କର, କେବଳ ଇଶ୍ଵର ହିଁ ତୋର ସାଥି ଦେବେ। ॥1॥

ਅਸਟਪਦੀ ॥
ଅଷ୍ଟପଦୀ ॥

ਰਮਈਆ ਕੇ ਗੁਨ ਚੇਤਿ ਪਰਾਨੀ ॥
ହେ ନଶ୍ଵର ପ୍ରାଣୀ! ସର୍ବବ୍ୟାପକ ରାମଙ୍କ ଗୁଣ ସ୍ମରଣ କର।

ਕਵਨ ਮੂਲ ਤੇ ਕਵਨ ਦ੍ਰਿਸਟਾਨੀ ॥
ତୋର ମୂଲ୍ୟ କଣ ଆଉ ତୁ କିପରି ଦେଖାଯାଉଛୁ।

ਜਿਨਿ ਤੂੰ ਸਾਜਿ ਸਵਾਰਿ ਸੀਗਾਰਿਆ ॥
ଯିଏ ତୋତେ ରଚନା କରିଛନ୍ତି, ପାଳନ ଏବଂ ସୁଶୋଭିତ କରିଛନ୍ତି,

ਗਰਭ ਅਗਨਿ ਮਹਿ ਜਿਨਹਿ ਉਬਾਰਿਆ ॥
ଯିଏ ତୋତେ ଗର୍ଭର ଅଗ୍ନିରୁ ରକ୍ଷା କରିଛନ୍ତି,

ਬਾਰ ਬਿਵਸਥਾ ਤੁਝਹਿ ਪਿਆਰੈ ਦੂਧ ॥
ଯିଏ ତୋତେ ବାଲ୍ୟାବସ୍ଥାରେ ପିଇବା ପାଇଁ କ୍ଷୀର ଦେଇଛନ୍ତି,

ਭਰਿ ਜੋਬਨ ਭੋਜਨ ਸੁਖ ਸੂਧ ॥
ଯିଏ ତୋତେ ଯୌବନରେ ଭୋଜନ, ସୁଖ ଏବଂ ଜ୍ଞାନ ଦେଇଛନ୍ତି

ਬਿਰਧਿ ਭਇਆ ਊਪਰਿ ਸਾਕ ਸੈਨ ॥
ଆଉ ତୁ ବୁଢା ହୋଇଗଲେ ପରିବାର ଓ ବନ୍ଧୁ ଦେଇଥାନ୍ତି

error: Content is protected !!