ਆਲ ਜਾਲ ਬਿਕਾਰ ਤਜਿ ਸਭਿ ਹਰਿ ਗੁਨਾ ਨਿਤਿ ਗਾਉ ॥
ବ୍ୟର୍ଥର ଜଞ୍ଜାଳ ଏବଂ ସବୁ ବିକାରକୁ ତ୍ୟାଗ କରି ନିତ୍ୟ ଭଗବାନ ଙ୍କ ଗୁଣ ଗାନ କର।
ਕਰ ਜੋੜਿ ਨਾਨਕੁ ਦਾਨੁ ਮਾਂਗੈ ਦੇਹੁ ਅਪਨਾ ਨਾਉ ॥੨॥੧॥੬॥
ନାନକ ଦୁଇ ହାତ ଯୋଡ଼ିକରି ପରମାତ୍ମା ଙ୍କୁ ଏହି ଭିକ୍ଷା ମାଗନ୍ତି ଯେ ମୋତେ ନିଜର ନାମ ପ୍ରଦାନ କର।। 2 ।। 1।। 6।।
ਮਾਲੀ ਗਉੜਾ ਮਹਲਾ ੫ ॥
ମାଲୀ ଗଉଡା ମହଲା 5॥
ਪ੍ਰਭ ਸਮਰਥ ਦੇਵ ਅਪਾਰ ॥
ହେ ଦେବାଧିଦେବ, ତୁମେ ସବୁକିଛି କରିବାରେ ସମର୍ଥ ଏବଂ ଅପରଂପାର ଅଟ।
ਕਉਨੁ ਜਾਨੈ ਚਲਿਤ ਤੇਰੇ ਕਿਛੁ ਅੰਤੁ ਨਾਹੀ ਪਾਰ ॥੧॥ ਰਹਾਉ ॥
ତୁମର ଅଦ୍ଭୁତଲୀଳା କେହି ମଧ୍ୟ ଜାଣିପାରେ ନାହିଁ ଏବଂ ତୁମର ମହିମା ର କିଛି ସୀମା ନାହିଁ।।1।।
ਇਕ ਖਿਨਹਿ ਥਾਪਿ ਉਥਾਪਦਾ ਘੜਿ ਭੰਨਿ ਕਰਨੈਹਾਰੁ ॥
ଗୋଟିଏ କ୍ଷଣ ରେ ଜନ୍ମ କରିବା ଏବଂ ଧ୍ଵଂସ କରୁଥିବା ରଚୟିତା ପରମେଶ୍ବର ଅଟନ୍ତି ଏବଂ ସେ ହିଁ ଦୁନିଆ କୁ ତିଆରି ଏବଂ ଧ୍ଵଂସ କରିଥାନ୍ତି।
ਜੇਤ ਕੀਨ ਉਪਾਰਜਨਾ ਪ੍ਰਭੁ ਦਾਨੁ ਦੇਇ ਦਾਤਾਰ ॥੧॥
ସେ ଯେତେ ମଧ୍ୟ ଜୀବ ଜନ୍ମ ଦେଇଛନ୍ତି, ସେହି ଦାତା ସମସ୍ତଙ୍କୁ ଦାନ ଦିଅନ୍ତି।। 1।।
ਹਰਿ ਸਰਨਿ ਆਇਓ ਦਾਸੁ ਤੇਰਾ ਪ੍ਰਭ ਊਚ ਅਗਮ ਮੁਰਾਰ ॥
ହେ ମହାନ ଅପରମ୍ପାର ପରମେଶ୍ୱର ! ତୋର ଦାସ ତୋ ଶରଣ କୁ ଆସିଛି
ਕਢਿ ਲੇਹੁ ਭਉਜਲ ਬਿਖਮ ਤੇ ਜਨੁ ਨਾਨਕੁ ਸਦ ਬਲਿਹਾਰ ॥੨॥੨॥੭॥
ତାହାକୁ ବିଷମ ଭବ ସାଗରରୁ ଉଦ୍ଧାର କର, ଦାସ ନାନକ ସର୍ବଦା ତୁମ ଠାରେ ସମର୍ପିତ ଅଟେ।। 2 ।। 2 ।। 7 ।।
ਮਾਲੀ ਗਉੜਾ ਮਹਲਾ ੫ ॥
ମାଲୀ ଗଉଡା ମହଲା 5॥
ਮਨਿ ਤਨਿ ਬਸਿ ਰਹੇ ਗੋਪਾਲ ॥
ମୋର ମନ ଶରୀର ରେ ପରମାତ୍ମା ହିଁ ବାସ କରିଛନ୍ତି।
ਦੀਨ ਬਾਂਧਵ ਭਗਤਿ ਵਛਲ ਸਦਾ ਸਦਾ ਕ੍ਰਿਪਾਲ ॥੧॥ ਰਹਾਉ ॥
ସେ ଦୀନବନ୍ଧୁ, ଭକ୍ତ ବତ୍ସଳ ସର୍ବଦା କୃପା ର ଭଣ୍ଡାର ଅଟନ୍ତି।। 1 ।।
ਆਦਿ ਅੰਤੇ ਮਧਿ ਤੂਹੈ ਪ੍ਰਭ ਬਿਨਾ ਨਾਹੀ ਕੋਇ ॥
ହେ ପରମେଶ୍ବର ! ସୃଷ୍ଟିର ଆଦି, ଅନ୍ତଏବଂ ମଧ୍ୟ ରେ ତୁମେ ହିଁ ଅଛ ।
ਪੂਰਿ ਰਹਿਆ ਸਗਲ ਮੰਡਲ ਏਕੁ ਸੁਆਮੀ ਸੋਇ ॥੧॥
“( ଅତୀତ,ବର୍ତ୍ତମାନ, ଏବଂ ଭବିଷ୍ୟ ରେ) ତୁମ ଛଡ଼ା କେହି ନାହିଁ । ଜଣେ ସ୍ବାମୀ ହିଁ ସମସ୍ତ ବ୍ରହ୍ମାଣ୍ଡ ରେ ରମଣ କରୁଛନ୍ତି।। 1 ।।
ਕਰਨਿ ਹਰਿ ਜਸੁ ਨੇਤ੍ਰ ਦਰਸਨੁ ਰਸਨਿ ਹਰਿ ਗੁਨ ਗਾਉ ॥
ମୁଁ ନିଜ କାନରେ ହରି ଯଶ ଶୁଣିଥାଏ, ନେତ୍ର ରେ ତାଙ୍କର ହିଁ ଦର୍ଶନ କରିଥାଏ ଏବଂ ଜିଭ ରେ ହରିଙ୍କ ଗୁଣ ଅନୁବାଦ କରୁଛି।
ਬਲਿਹਾਰਿ ਜਾਏ ਸਦਾ ਨਾਨਕੁ ਦੇਹੁ ਅਪਣਾ ਨਾਉ ॥੨॥੩॥੮॥੬॥੧੪॥
ନାନକ ତୁମ ଉପରେ ସର୍ବଦା ସମର୍ପିତ ଅଟନ୍ତି, ମୋତେ ନିଜର ନାମ ପ୍ରଦାନ କର।। 2 ।। 3 ।। 8 ।। 6 ।। 14 ।।
ਮਾਲੀ ਗਉੜਾ ਬਾਣੀ ਭਗਤ ਨਾਮਦੇਵ ਜੀ ਕੀ
ମାଲୀ ଗଉଡା ବାଣୀ ଭଗତ ନାମଦେବ ॥
ੴ ਸਤਿਗੁਰ ਪ੍ਰਸਾਦਿ ॥
ଈଶ୍ଵର ଏକ ଅଟନ୍ତି ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਧਨਿ ਧੰਨਿ ਓ ਰਾਮ ਬੇਨੁ ਬਾਜੈ ॥
ପ୍ରଭୁଙ୍କ ବାଜୁଥିବା ବଂଶୀ ଧନ୍ୟ ଅଟେ,
ਮਧੁਰ ਮਧੁਰ ਧੁਨਿ ਅਨਹਤ ਗਾਜੈ ॥੧॥ ਰਹਾਉ ॥
ଯେଉଁଥିରୁ ବହୁତ ହିଁ ମଧୁର ମଧୁର ଅନାହତ ଧ୍ଵନି ପ୍ରକଟ ହୋଇଥାଏ।। 1 ।।
ਧਨਿ ਧਨਿ ਮੇਘਾ ਰੋਮਾਵਲੀ ॥
ମେଣ୍ଢା ମାନଙ୍କ ସେହି ରେଶମ ଧନ୍ୟ ଅଟେ,
ਧਨਿ ਧਨਿ ਕ੍ਰਿਸਨ ਓਢੈ ਕਾਂਬਲੀ ॥੧॥
ସେହି କମ୍ବଳ ଧନ୍ୟ ଅଟେ, ଯାହାକୁ ଶ୍ରୀ କୃଷ୍ଣ ଘୋଡାଇଛନ୍ତି ।। 1 ।।
ਧਨਿ ਧਨਿ ਤੂ ਮਾਤਾ ਦੇਵਕੀ ॥
ହେ ମାତା ଦେବକୀ ! ତୁମେ ଧନ୍ୟ ଅଟ,”
ਜਿਹ ਗ੍ਰਿਹ ਰਮਈਆ ਕਵਲਾਪਤੀ ॥੨॥
ଯାହାର ଘରେ କମଳାପତି ପ୍ରଭୁ ହୋଇଛନ୍ତି ।। 2 ।।
ਧਨਿ ਧਨਿ ਬਨ ਖੰਡ ਬਿੰਦ੍ਰਾਬਨਾ ॥
ବୃନ୍ଦାବନର ସେହି ବନ ସ୍ଥଳ ଭାଗ୍ୟବାନ ଅଟେ,
ਜਹ ਖੇਲੈ ਸ੍ਰੀ ਨਾਰਾਇਨਾ ॥੩॥
ଯେଉଁଠି ଶ୍ରୀ ନାରାୟଣ ଖେଳୁଥିଲେ।। 3 ।।
ਬੇਨੁ ਬਜਾਵੈ ਗੋਧਨੁ ਚਰੈ ॥ ਨਾਮੇ ਕਾ ਸੁਆਮੀ ਆਨਦ ਕਰੈ ॥੪॥੧॥
ସେ ବଂଶୀ ବଜାନ୍ତି ଏବଂ ଗାଈ ଚରାଉ ଥାନ୍ତି, ନାମଦେବଙ୍କ ସ୍ବାମୀ ଆନନ୍ଦ କରିଥାନ୍ତି।। 4।।1।।
ਮੇਰੋ ਬਾਪੁ ਮਾਧਉ ਤੂ ਧਨੁ ਕੇਸੌ ਸਾਂਵਲੀਓ ਬੀਠੁਲਾਇ ॥੧॥ ਰਹਾਉ ॥
ହେ ମୋର ପିତା ମାଧବ, ହେ କେଶବ, ହେ କଳା କୃଷ୍ଣ! ତୁମେ ଧନ୍ୟ ଅଟ ।। 1 ।।
ਕਰ ਧਰੇ ਚਕ੍ਰ ਬੈਕੁੰਠ ਤੇ ਆਏ ਗਜ ਹਸਤੀ ਕੇ ਪ੍ਰਾਨ ਉਧਾਰੀਅਲੇ ॥
ତୁମେ ହାତରେ ସୁଦର୍ଶନ ଚକ୍ର ଧାରଣ କରି ବୈକୁଣ୍ଠ ରୁ ଆସିଥିଲ ଏବଂ କୁମ୍ଭୀର ଠାରୁ ହାତୀ ର ପ୍ରାଣ କୁ ଉଦ୍ଧାର କରିଥିଲ ।
ਦੁਹਸਾਸਨ ਕੀ ਸਭਾ ਦ੍ਰੋਪਤੀ ਅੰਬਰ ਲੇਤ ਉਬਾਰੀਅਲੇ ॥੧॥
ଦୁଃଶାସନ ର ସଭାରେ ଦ୍ରୌପଦୀ କୁ ନିବସ୍ତ୍ର ହେବା ରୁ ବଞ୍ଚାଇ ଥିଲ ।। 1 ।।
ਗੋਤਮ ਨਾਰਿ ਅਹਲਿਆ ਤਾਰੀ ਪਾਵਨ ਕੇਤਕ ਤਾਰੀਅਲੇ ॥
ତୁମେ ହିଁ ଗୌତମ ଋଷି ଙ୍କ ପତ୍ନୀ ଅହଲ୍ୟା ଙ୍କ ଉଦ୍ଧାର କରିଥିଲ ଯିଏ ଅଭିଶାପ କାରଣରୁ ଶିଳା ହୋଇଯାଇ ଥିଲେ। ତୁମେ କେତେ ଯେ ପତିତ ମାନଙ୍କ କଲ୍ୟାଣ କରି ସେମାନଙ୍କୁ ପାବନ କରିଛ।
ਐਸਾ ਅਧਮੁ ਅਜਾਤਿ ਨਾਮਦੇਉ ਤਉ ਸਰਨਾਗਤਿ ਆਈਅਲੇ ॥੨॥੨॥
ଏଥିପାଇଁ ଅଧମ ଏବଂ ନିମ୍ନ ଜାତି ର ନମଦେବ ତୁମର ହିଁ ଶରଣ ରେ ଆସିଛନ୍ତି।। 2 ।। 2।।
ਸਭੈ ਘਟ ਰਾਮੁ ਬੋਲੈ ਰਾਮਾ ਬੋਲੈ ॥
ସମସ୍ତଙ୍କ ଶରୀରରେ ରାମହିଁ କହନ୍ତି,
ਰਾਮ ਬਿਨਾ ਕੋ ਬੋਲੈ ਰੇ ॥੧॥ ਰਹਾਉ ॥
ରାମଙ୍କ ବ୍ୟତୀତ ଅନ୍ୟ କେହି କହନ୍ତି ନାହିଁ।। 1 ।।
ਏਕਲ ਮਾਟੀ ਕੁੰਜਰ ਚੀਟੀ ਭਾਜਨ ਹੈਂ ਬਹੁ ਨਾਨਾ ਰੇ ॥
ମାଟି ଗୋଟେ ହିଁ ଅଟେ କିନ୍ତୁ ସେଥିରୁ ହାତୀ ଏବଂ ପିମ୍ପୁଡ଼ି ଭଳି ଅନେକ ପ୍ରକାର ଜୀବ ଜନ୍ମ ନିଅନ୍ତି।
ਅਸਥਾਵਰ ਜੰਗਮ ਕੀਟ ਪਤੰਗਮ ਘਟਿ ਘਟਿ ਰਾਮੁ ਸਮਾਨਾ ਰੇ ॥੧॥
ବୃକ୍ଷ,ପାହାଡ, ମନୁଷ୍ୟ, ପଶୁ – ପକ୍ଷୀ, କୀଟ ପତଙ୍ଗ ସମସ୍ତଙ୍କ ଠାରେ ରାମହିଁ ବିଦ୍ୟମାନ ଅଛନ୍ତି।। 1 ।।
ਏਕਲ ਚਿੰਤਾ ਰਾਖੁ ਅਨੰਤਾ ਅਉਰ ਤਜਹੁ ਸਭ ਆਸਾ ਰੇ ॥
ଅନ୍ୟ ସବୁ ଆଶା ତ୍ୟାଗ କରି ପରମେଶ୍ବର ଙ୍କ ହିଁ ଚିନ୍ତା କର।
ਪ੍ਰਣਵੈ ਨਾਮਾ ਭਏ ਨਿਹਕਾਮਾ ਕੋ ਠਾਕੁਰੁ ਕੋ ਦਾਸਾ ਰੇ ॥੨॥੩॥
ନାମଦେବ ବିନତି କରନ୍ତି ଯେ ଏବେ ସେ ନିଷ୍କାମ ହୋଇଯାଇଛନ୍ତି, ତେଣୁ ମାଲିକ ଏବଂ ଦାସ ରେ କିଛି ଅନ୍ତର ନାହିଁ।। 2।। 3।।