Odia Page 989

ਰਾਗੁ ਮਾਰੂ ਮਹਲਾ ੧ ਘਰੁ ੧ ਚਉਪਦੇ
ରାଗୁ ମାରୁ ମହଲା  1 ଘରୁ   1   ଚଉପଦ

ੴ ਸਤਿ ਨਾਮੁ ਕਰਤਾ ਪੁਰਖੁ ਨਿਰਭਉ ਨਿਰਵੈਰੁ ਅਕਾਲ ਮੂਰਤਿ ਅਜੂਨੀ ਸੈਭੰ ਗੁਰਪ੍ਰਸਾਦਿ ॥
ଇଶ୍ଵର କେବଳ ଜଣେ ଅଟନ୍ତି, ତାଙ୍କର ନାମ ସତ୍ୟ ଅଟେ,ସେ ହିଁ ସଂସାର ର ରଚନା କାରୀ ଅଟନ୍ତି, ସର୍ବଶକ୍ତିମାନ ଅଟନ୍ତି, ତାଙ୍କୁ କିଛି ଭୟ ନାହିଁ,ଅର୍ଥାତ୍ କର୍ମ ଦୋଷ ଠାରୁ ଅଲଗା ଅଟେ, ସମସ୍ତଙ୍କ ଉପରେ ଗୋଟେ ସମାନ ଦୃଷ୍ଟି ରଖିବା କାରଣରୁ ସେ ପ୍ରେମ ସ୍ୱରୂପ ଅଟନ୍ତି, ଏଣୁ ବୈରାଗ ଭାବନା ରୁ ଅଲଗା ଅଟନ୍ତି, ସେ କାଳତିତ ବ୍ରହ୍ମ ମୂର୍ତ୍ତି ସର୍ବଦା ଅମର ଅଟେ,ଜନ୍ମ ମରଣ ରୁ ବଞ୍ଚିତ ଅଟନ୍ତି, ସ୍ଵୟଂଭୂ ଅର୍ଥାତ୍ ସ୍ଵୟଂ ହିଁ ପ୍ରକାଶମାନ ହୁଅନ୍ତି, ତାଙ୍କୁ ଗୁରୁ କୃପା ରୁ ହିଁ ଲାଭ କରିହେବ।

ਸਲੋਕੁ ॥
ଶ୍ଲୋକ ।।

ਸਾਜਨ ਤੇਰੇ ਚਰਨ ਕੀ ਹੋਇ ਰਹਾ ਸਦ ਧੂਰਿ ॥
ଇଶ୍ଵର ! ମୁଁ ସର୍ବଦା ତୁମ ଚରଣ ର ଧୂଳି ହୋଇ ରହିବି।

ਨਾਨਕ ਸਰਣਿ ਤੁਹਾਰੀਆ ਪੇਖਉ ਸਦਾ ਹਜੂਰਿ ॥੧॥
ଗୁରୁ ନାନକ କହନ୍ତି ଯେ ମୁଁ ତୁମ ଶରଣ ରେ ସର୍ବଦା ତୁମକୁ ପ୍ରତ୍ୟକ୍ଷ ଦେଖି ରହୁଥିବି ।।  1  ।।

ਸਬਦ ॥
ଶବ୍ଦ ।।

ਪਿਛਹੁ ਰਾਤੀ ਸਦੜਾ ਨਾਮੁ ਖਸਮ ਕਾ ਲੇਹਿ ॥
ଯେଉଁ ଲୋକମାନଙ୍କୁ ରାତିର ପର ପ୍ରହରରେ ଆହ୍ବାନ ହୋଇଥାଏ, ସେ ହିଁ ପରମାତ୍ମା ଙ୍କ ନାମ ସ୍ମରଣ କରିଥାନ୍ତି।

ਖੇਮੇ ਛਤ੍ਰ ਸਰਾਇਚੇ ਦਿਸਨਿ ਰਥ ਪੀੜੇ ॥
ତାଙ୍କ ପାଇଁ ଛତ୍ର, ଦାନୀ, ପାର୍ଶ୍ଵ କାନ୍ଥ ଏବଂ ସୁସଜ୍ଜିତ ରଥ ସବୁ ସମୟ ରେ ପ୍ରସ୍ତୁତ ଥାଏ ଅର୍ଥାତ୍ ତାଙ୍କୁ ହିଁ ଯଶ ମିଳିଥାଏ।

ਜਿਨੀ ਤੇਰਾ ਨਾਮੁ ਧਿਆਇਆ ਤਿਨ ਕਉ ਸਦਿ ਮਿਲੇ ॥੧॥
ହେ ପରମେଶ୍ବର ! ଯିଏ ତୁମ ନାମ ର ଚିନ୍ତା କରିଛି, ତାଙ୍କୁ ଡାକି ତୁମେ ସ୍ଵୟଂ ହିଁ ଦାନ କର  ତାଙ୍କ ମନ କାମନା ପୁରା ହୋଇଯାଏ।।  1  ।।

ਬਾਬਾ ਮੈ ਕਰਮਹੀਣ ਕੂੜਿਆਰ ॥
ହେ ବାବା ! ମୁଁ ଭାଗ୍ୟହୀନ ଏବଂ ମିଥ୍ୟାବାଦୀ ଅଟେ।

ਨਾਮੁ ਨ ਪਾਇਆ ਤੇਰਾ ਅੰਧਾ ਭਰਮਿ ਭੂਲਾ ਮਨੁ ਮੇਰਾ ॥੧॥ ਰਹਾਉ ॥
ମୁଁ ତୋର ନାମ ପ୍ରାପ୍ତ କରିନାହିଁ, ମୋର ଅନ୍ଧ ମନ ଭ୍ରମ ରେ ହିଁ ପଥଭ୍ରଷ୍ଟ ହେଉଛି।। 1  ।।

ਸਾਦ ਕੀਤੇ ਦੁਖ ਪਰਫੁੜੇ ਪੂਰਬਿ ਲਿਖੇ ਮਾਇ ॥
ହେ ମା’ !  ପୂର୍ବଜନ୍ମ ରେ କର୍ମ ଅନୁସାରେ ମୁଁ ଯେତେ ମଧ୍ୟ ମାୟା ର ସ୍ଵାଦ ଭୋଗ କରିଛି, ମୋର ଦୁଃଖ ରେ ସେତିକି ହିଁ ବୃଦ୍ଧି ହୋଇଯାଇଛି।

ਸੁਖ ਥੋੜੇ ਦੁਖ ਅਗਲੇ ਦੂਖੇ ਦੂਖਿ ਵਿਹਾਇ ॥੨॥
ମୋର ଭାଗ୍ୟ ରେ ସୁଖ ନାହିଁ, ଦୁଃଖ ହିଁ ଅଧିକ ଅଛି, ମୋର ଜୀବନ ଦୁଃଖରେ ହେ ବ୍ୟତୀତ ହୋଇଯାଇଛି।। 2  ।।

ਵਿਛੁੜਿਆ ਕਾ ਕਿਆ ਵੀਛੁੜੈ ਮਿਲਿਆ ਕਾ ਕਿਆ ਮੇਲੁ ॥
ଯିଏ ପରମାତ୍ମା ଙ୍କ ଠାରୁ ଅଲଗା ହୋଇଯାଇଛି, ସେମାନଙ୍କ ପାଇଁ ଅନ୍ୟ କଣ ବିୟୋଗ ଏହା ଠାରୁ ଅଧିକ ଦୁଃଖ ଦାୟକ ଅଟେ? ଯିଏ ତାଙ୍କ ସହ ମିଶି ଅଛନ୍ତି, ତାଙ୍କ ପାଇଁ ଅନ୍ୟ କେଉଁ ମିଳନ ବାକି ରହିଯାଇଛି?

ਸਾਹਿਬੁ ਸੋ ਸਾਲਾਹੀਐ ਜਿਨਿ ਕਰਿ ਦੇਖਿਆ ਖੇਲੁ ॥੩॥
ତେଣୁ ସେହି ପରମେଶ୍ବରଙ୍କ ସ୍ତୁତି ଗାନ କର, ଯିଏ ଏହି ଜଗତ ରୂପୀ ଖେଳ ରଚନା କରି ତାହାର ଦେଖାଶୁଣା କରିଛନ୍ତି।। 3   ।।

ਸੰਜੋਗੀ ਮੇਲਾਵੜਾ ਇਨਿ ਤਨਿ ਕੀਤੇ ਭੋਗ ॥
ସଂଯୋଗରୁ ଜୀବ ମାନଙ୍କ ମିଳନ ହୋଇଛି, ପରନ୍ତୁ ଏମାନେ ସାଂସାରିକ ପଦାର୍ଥ ର ହିଁ ଭୋଗ କରିଛନ୍ତି।

ਵਿਜੋਗੀ ਮਿਲਿ ਵਿਛੁੜੇ ਨਾਨਕ ਭੀ ਸੰਜੋਗ ॥੪॥੧॥
ଏବେ ମିଳନର ପରେ ବିୟୋଗରେ ତାଙ୍କ ଠାରୁ ଅଲଗା ହୋଇଯାଇଛନ୍ତି, ତାଙ୍କର ପୁଣି ସଂଯୋଗ ହୋଇପାରିବ ।।   4।।  1  ।।

ਮਾਰੂ ਮਹਲਾ ੧ ॥
ମାରୁ  ମହଲା 1  ।।

ਮਿਲਿ ਮਾਤ ਪਿਤਾ ਪਿੰਡੁ ਕਮਾਇਆ ॥
ମାତା ପିତା ଙ୍କ ସଂଯୋଗ ରୁ ଶରୀର ତିଆରି ହୋଇଛି 

ਤਿਨਿ ਕਰਤੈ ਲੇਖੁ ਲਿਖਾਇਆ ॥
ପରମେଶ୍ଵର ସେଥିରେ ଭାଗ୍ୟ ଲେଖି ଦେଇଛନ୍ତି ।

ਲਿਖੁ ਦਾਤਿ ਜੋਤਿ ਵਡਿਆਈ ॥
ଭାଗ୍ୟ ଲେଖା ଏବଂ ପ୍ରାଣୀର ଦାନ ଇଶ୍ଵରଙ୍କ ବଡ଼ ପଣିଆ ଅଟେ।

ਮਿਲਿ ਮਾਇਆ ਸੁਰਤਿ ਗਵਾਈ ॥੧॥
ପରନ୍ତୁ ମାୟାରେ ଲୀନ ହୋଇ ସବୁ ବୁଦ୍ଧି ଶୁଦ୍ଧି ହିଁ ହରାଇ ଦେଇଛି।। 1  ।।

ਮੂਰਖ ਮਨ ਕਾਹੇ ਕਰਸਹਿ ਮਾਣਾ ॥
ଆରେ ମୁର୍ଖ ମନ ! ତୁ କାହିଁକି ଅଭିମାନ କରୁଛୁ?

ਉਠਿ ਚਲਣਾ ਖਸਮੈ ਭਾਣਾ ॥੧॥ ਰਹਾਉ ॥
କାରଣ ପରମାତ୍ମାଙ୍କ ଇଛା ଅନୁସାରେ ଦିନେ ନା ଦିନେ ଜଗତ ରୁ ଚାଲି ଯିବାର ଅଛି।।  1  ।।

ਤਜਿ ਸਾਦ ਸਹਜ ਸੁਖੁ ਹੋਈ ॥
ସ୍ୱାଦକୁ ଛାଡ଼ିବା ଦ୍ଵାରା ହିଁ ସ୍ଵାଭାବିକ ସୁଖ ପ୍ରାପ୍ତ ହୋଇଥାଏ।

ਘਰ ਛਡਣੇ ਰਹੈ ਨ ਕੋਈ ॥
କେହି ମଧ୍ୟ ଜୀବ ସର୍ବଦା ରହେ ନାହିଁ ଏଣୁ ଏହି ଶରୀର ରୂପୀ ଘର ଛାଡ଼ିବାକୁ ହିଁ ପଡ଼ିଥାଏ।

ਕਿਛੁ ਖਾਜੈ ਕਿਛੁ ਧਰਿ ਜਾਈਐ ॥
ମନୁଷ୍ୟ କୁ ନିଜର ଧନ ( ଶୁଭ କାମ ) ଖର୍ଚ୍ଚ କରିବା ଦରକାର ଏବଂ କିଛି ସମ୍ଭାଳି କରି ଏଇଠି ହିଁ ରଖିବା ଦରକାର

ਜੇ ਬਾਹੁੜਿ ਦੁਨੀਆ ਆਈਐ ॥੨॥
ଯଦି ତାକୁ ପୁଣି ଦୁନିଆରେ ଆସିବାକୁ ହୁଏ ତେବେ ।।   2।।

ਸਜੁ ਕਾਇਆ ਪਟੁ ਹਢਾਏ ॥
ମନୁଷ୍ୟ ନିଜ ଜୀବନରେ ଶରୀରକୁ ସୁନ୍ଦର କରି ରେଶମ କପଡା ଧାରଣ କରିଥାଏ ଏବଂ 

ਫੁਰਮਾਇਸਿ ਬਹੁਤੁ ਚਲਾਏ ॥
ଅନ୍ୟ ମାନଙ୍କ ଉପରେ ଆଦେଶ ଚଳାଇ ଥାଏ।

ਕਰਿ ਸੇਜ ਸੁਖਾਲੀ ਸੋਵੈ ॥
ସେ ସୁଖ ଦାୟକ ଶଯ୍ୟା ତିଆରି କରି ସେଥିରେ ଶୋଇଥାଏ ।

ਹਥੀ ਪਉਦੀ ਕਾਹੇ ਰੋਵੈ ॥੩॥
ଯେବେ ତା ପ୍ରାଣ ଯମଦୂତ ମାନଙ୍କ ସାମ୍ନା କୁ ଆସିଯାଏ, ତେବେ କଣ ପାଇଁ କାନ୍ଦେ ।।  3 ।।

ਘਰ ਘੁੰਮਣਵਾਣੀ ਭਾਈ ॥
ଘରର ଝଗଡ଼ା ଭଅଁର ସମାନ ଅଟେ।

error: Content is protected !!