ODIA PAGE 313

ਜਿਨਾ ਸਾਸਿ ਗਿਰਾਸਿ ਨ ਵਿਸਰੈ ਸੇ ਪੂਰੇ ਪੁਰਖ ਪਰਧਾਨ ॥
ଯିଏ ଶ୍ଵାସ ନେବା ଏବଂ ଭୋଜନ କରିବା ସମୟରେ ଏକ କ୍ଷଣ ପାଇଁ ମଧ୍ୟ ଭଗବାନଙ୍କ ନାମ ବିସ୍ମରଣ କରେ ନାହିଁ, ସେ ହିଁ ସର୍ବଗୁଣ ସମ୍ପର୍ଣ୍ଣ ଏବଂ ପ୍ରଧାନ ଅଟେ।

ਕਰਮੀ ਸਤਿਗੁਰੁ ਪਾਈਐ ਅਨਦਿਨੁ ਲਗੈ ਧਿਆਨੁ ॥
ଭଗବାନଙ୍କ କୃପାରୁ ସଦଗୁରୁ ତାହାକୁ ମିଳିଥାନ୍ତି ଆଉ ତାହାର ଧ୍ୟାନ ରାତି ଦିନ ଭଗବାନଙ୍କ ଠାରେ ଲାଗି ରହିଥାଏ।

ਤਿਨ ਕੀ ਸੰਗਤਿ ਮਿਲਿ ਰਹਾ ਦਰਗਹ ਪਾਈ ਮਾਨੁ ॥
ମୁଁ ମଧ୍ୟ ସେହି ଗୁରୁମୁଖୀଙ୍କ ସଂଗତି କରିବି, ଯାହା ଫଳରେ ଭଗବାନଙ୍କ ଦରବାରରେ ସମ୍ମାନ ପ୍ରାପ୍ତ ହେବ।

ਸਉਦੇ ਵਾਹੁ ਵਾਹੁ ਉਚਰਹਿ ਉਠਦੇ ਭੀ ਵਾਹੁ ਕਰੇਨਿ ॥
ସେ ଶୋଇବା ଓ ଜାଗିବା ସମୟରେ ଈଶ୍ଵରଙ୍କ ଗୁଣସ୍ତୁତି କରିଥାଏ।

ਨਾਨਕ ਤੇ ਮੁਖ ਉਜਲੇ ਜਿ ਨਿਤ ਉਠਿ ਸੰਮਾਲੇਨਿ ॥੧॥
ହେ ନାନକ! ତାହାର ଚେହେରା ଉଜ୍ଜଳ ହୋଇଯାଏ, ଯିଏ ପ୍ରତିଦିନ ପ୍ରାତଃ ଉଠି ଈଶ୍ଵରଙ୍କୁ ସ୍ମରଣ କରିଥାଏ ॥1॥

ਮਃ ੪ ॥
ମହଲା 4 ॥

ਸਤਿਗੁਰੁ ਸੇਵੀਐ ਆਪਣਾ ਪਾਈਐ ਨਾਮੁ ਅਪਾਰੁ ॥
ନିଜ ସଦଗୁରୁଙ୍କ ସେବା କରି ମନୁଷ୍ୟ ଅପାର ନାମ ପ୍ରାପ୍ତ କରିଥାଏ।

ਭਉਜਲਿ ਡੁਬਦਿਆ ਕਢਿ ਲਏ ਹਰਿ ਦਾਤਿ ਕਰੇ ਦਾਤਾਰੁ ॥
ଦାତା ଗୁରୁଦେବ ଭଗବାନଙ୍କ ନାମର ଉପହାର ପ୍ରଦାନ କରିଥାନ୍ତି ଆଉ ବୁଡୁଥିବା ମନୁଷ୍ୟକୁ ଭୟାନକ ସଂସାର ସାଗରରୁ ବାହାରକୁ ଆଣନ୍ତି।

ਧੰਨੁ ਧੰਨੁ ਸੇ ਸਾਹ ਹੈ ਜਿ ਨਾਮਿ ਕਰਹਿ ਵਾਪਾਰੁ ॥
ସେହି ଶାହ ଧନ୍ୟ ଅଟେ, ଯିଏ ଈଶ୍ଵରଙ୍କ ନାମର ବ୍ୟାପାର କରିଥାଏ।

ਵਣਜਾਰੇ ਸਿਖ ਆਵਦੇ ਸਬਦਿ ਲਘਾਵਣਹਾਰੁ ॥
ଶିଷ୍ୟ ବ୍ୟାପାରୀ ଆସିଥାନ୍ତି ଆଉ ସଦଗୁରୁ ତାହାଙ୍କୁ ଶବ୍ଦ ଦ୍ଵାରା ଭବସାଗରରୁ ପାର କରାଇଥାନ୍ତି।

ਜਨ ਨਾਨਕ ਜਿਨ ਕਉ ਕ੍ਰਿਪਾ ਭਈ ਤਿਨ ਸੇਵਿਆ ਸਿਰਜਣਹਾਰੁ ॥੨॥
ହେ ନାନକ! ପ୍ରଭୁଙ୍କ ସେବା ଭକ୍ତି ସେହି ମନୁଷ୍ୟ କରିଥାଏ, ଯାହା ଉପରେ ସେ ସ୍ଵୟଂ କୃପା କରିଥାନ୍ତି ॥2॥

ਪਉੜੀ ॥
ପଉଡି॥

ਸਚੁ ਸਚੇ ਕੇ ਜਨ ਭਗਤ ਹਹਿ ਸਚੁ ਸਚਾ ਜਿਨੀ ਅਰਾਧਿਆ ॥
ଯିଏ ସତ୍ୟର ପୁଞ୍ଜି ପରମାତ୍ମାଙ୍କ ସତ୍ୟରେ ଭକ୍ତି କରିଥାଏ, ସେ ପରମାତ୍ମାଙ୍କ ଭକ୍ତ ଅଟେ।

ਜਿਨ ਗੁਰਮੁਖਿ ਖੋਜਿ ਢੰਢੋਲਿਆ ਤਿਨ ਅੰਦਰਹੁ ਹੀ ਸਚੁ ਲਾਧਿਆ ॥
ଯେଉଁ ମନୁଷ୍ୟ ଗୁରୁଙ୍କ ସମ୍ମୁଖରେ ରହି ପ୍ରଭୁଙ୍କୁ ଖୋଜିଥାନ୍ତି, ସେ ନିଜ ହୃଦୟରେ ହିଁ ପ୍ରଭୁଙ୍କୁ ପ୍ରାପ୍ତ କରିଥାଏ।

ਸਚੁ ਸਾਹਿਬੁ ਸਚੁ ਜਿਨੀ ਸੇਵਿਆ ਕਾਲੁ ਕੰਟਕੁ ਮਾਰਿ ਤਿਨੀ ਸਾਧਿਆ ॥
ଯେଉଁ ମନୁଷ୍ୟ ସଚ୍ଚା ମାଲିକଙ୍କ ସଂପୂର୍ଣ୍ଣ ସେବା କରିଥାଏ, ସେ ଦୁଃଖଦାୟକ କାଳକୁ ମାରି ନିୟନ୍ତ୍ରଣରେ ରଖିଥାଏ ।

ਸਚੁ ਸਚਾ ਸਭ ਦੂ ਵਡਾ ਹੈ ਸਚੁ ਸੇਵਨਿ ਸੇ ਸਚਿ ਰਲਾਧਿਆ ॥
ସତ୍ୟର ପୁଞ୍ଜି ପରମାତ୍ମା ମହାନ ଅଟନ୍ତି, ତାହାଙ୍କ ସେବା-ଭକ୍ତି ଯେଉଁ ମନୁଷ୍ୟ କରିଥାଏ, ସେ ସତ୍ୟରେ ହିଁ ଲୀନ ହୋଇଯାଏ।

ਸਚੁ ਸਚੇ ਨੋ ਸਾਬਾਸਿ ਹੈ ਸਚੁ ਸਚਾ ਸੇਵਿ ਫਲਾਧਿਆ ॥੨੨॥
ସେହି ସତ୍ୟର ପୁଞ୍ଜି ପରମାତ୍ମା ଧନ୍ୟ ଅଟନ୍ତି, ଯେଉଁ ବ୍ୟକ୍ତି ସଚ୍ଚା ପରମାତ୍ମାଙ୍କ ଭକ୍ତି କରିଥାଏ, ତାହାକୁ ଉତ୍ତମ ଫଳ ମିଳିଥାଏ ॥22॥

ਸਲੋਕ ਮਃ ੪ ॥
ଶ୍ଳୋକ ମହଲା 4 ॥

ਮਨਮੁਖੁ ਪ੍ਰਾਣੀ ਮੁਗਧੁ ਹੈ ਨਾਮਹੀਣ ਭਰਮਾਇ ॥
ସ୍ଵେଚ୍ଛାଚାରୀ ପ୍ରାଣୀ ମୂର୍ଖ ଅଟେ, କାରଣ ଏପରି ନାମ ବିହୀନ ମନୁଷ୍ୟ ପଥଭ୍ରଷ୍ଟ ରହିଥାଏ।

ਬਿਨੁ ਗੁਰ ਮਨੂਆ ਨਾ ਟਿਕੈ ਫਿਰਿ ਫਿਰਿ ਜੂਨੀ ਪਾਇ ॥
ଗୁରୁଙ୍କ ବିନା ତାହାର ମନ ସ୍ଥିର ରହେ ନାହିଁ ଆଉ ସେ ବାରମ୍ବାର ଗର୍ଭ ଯୋନିରେ ପଡିଥାଏ।

ਹਰਿ ਪ੍ਰਭੁ ਆਪਿ ਦਇਆਲ ਹੋਹਿ ਤਾਂ ਸਤਿਗੁਰੁ ਮਿਲਿਆ ਆਇ ॥
ଯେତେବେଳେ ହରି-ପ୍ରଭୁ ସ୍ଵୟଂ ଦୟାର ଘରେ ଆସିଥାନ୍ତି, ସେତେବେଳେ ତାହାକୁ ସଦଗୁରୁ ଆସି ମିଳନ କରିଥାନ୍ତି।

ਜਨ ਨਾਨਕ ਨਾਮੁ ਸਲਾਹਿ ਤੂ ਜਨਮ ਮਰਣ ਦੁਖੁ ਜਾਇ ॥੧॥
(ଏଥିପାଇଁ) ହେ ନାନକ! ତୁମେ ମଧ୍ୟ ନାମର ମହିମା ସ୍ତୁତି କର, କାରଣ, ତୋର ଜନ୍ମ ମରଣର ଦୁଃଖ ଦୂର ହୋଇଯିବ ॥1॥

ਮਃ ੪ ॥
ମହଲା 4॥

ਗੁਰੁ ਸਾਲਾਹੀ ਆਪਣਾ ਬਹੁ ਬਿਧਿ ਰੰਗਿ ਸੁਭਾਇ ॥
ମୁଁ ନିଜ ଗୁରୁଙ୍କୁ ବଡ ପ୍ରେମରେ ଅନେକ ବିଧି ସହିତ ପ୍ରଶଂସା କରିଥାଏ।

ਸਤਿਗੁਰ ਸੇਤੀ ਮਨੁ ਰਤਾ ਰਖਿਆ ਬਣਤ ਬਣਾਇ ॥
ମୋର ମନ ଗୁରୁଙ୍କ ସାଥିରେ ମଗ୍ନ ରହିଥାଏ, ଗୁରୁଜୀ ମୋର ମନକୁ ସଫଳ କରିଛନ୍ତି।

ਜਿਹਵਾ ਸਾਲਾਹਿ ਨ ਰਜਈ ਹਰਿ ਪ੍ਰੀਤਮ ਚਿਤੁ ਲਾਇ ॥
ପ୍ରଶଂସା କରି ମୋର ମନ ତୃପ୍ତ ହୁଏନାହିଁ ଆଉ ମନ ପ୍ରିୟତମ ପ୍ରଭୁଙ୍କ ସାଥିରେ ପ୍ରେମ କରି ତୃପ୍ତ ହୁଏନାହିଁ।

ਨਾਨਕ ਨਾਵੈ ਕੀ ਮਨਿ ਭੁਖ ਹੈ ਮਨੁ ਤ੍ਰਿਪਤੈ ਹਰਿ ਰਸੁ ਖਾਇ ॥੨॥
ହେ ନାନକ! ମନକୁ ନାମର କ୍ଷୁଧା ଅଛି ଆଉ ମନ ହରି ରସ ପାନ କରି ତୃପ୍ତ ହୋଇଥାଏ ॥2॥

ਪਉੜੀ ॥
ପଉଡି॥

ਸਚੁ ਸਚਾ ਕੁਦਰਤਿ ਜਾਣੀਐ ਦਿਨੁ ਰਾਤੀ ਜਿਨਿ ਬਣਾਈਆ ॥
ସତ୍ୟସ୍ଵରୂପ ପ୍ରଭୁ ଯିଏ ଦିନ ଆଉ ରାତି ବନାଇଛନ୍ତି, ସେହି ସତ୍ୟର ପୁଞ୍ଜି ପ୍ରକୃତି ଠାରୁ ବଡ ମହାନତା ବାଲା ଜଣାଯାଏ।

ਸੋ ਸਚੁ ਸਲਾਹੀ ਸਦਾ ਸਦਾ ਸਚੁ ਸਚੇ ਕੀਆ ਵਡਿਆਈਆ ॥
ମୁଁ ସର୍ବଦା ସେହି ସତ୍ୟସ୍ଵରୂପ ପରମାତ୍ମାଙ୍କ ପ୍ରଶଂସା କରିଥାଏ ଆଉ ସଚ୍ଚା ପରମାତ୍ମାଙ୍କ ମହିମା ସତ୍ୟ ଅଟେ।

ਸਾਲਾਹੀ ਸਚੁ ਸਲਾਹ ਸਚੁ ਸਚੁ ਕੀਮਤਿ ਕਿਨੈ ਨ ਪਾਈਆ ॥
ପ୍ରଶଂସନୀୟ ପରମାତ୍ମା ସତ୍ୟ ଅଟନ୍ତି ଆଉ ତାହାଙ୍କ ପ୍ରଶଂସା ମଧ୍ୟ ସତ୍ୟ ଅଟେ, ତାହାଙ୍କ ମୂଲ୍ୟାଙ୍କନ କରାଯାଇପାରିବ ନାହିଁ।

ਜਾ ਮਿਲਿਆ ਪੂਰਾ ਸਤਿਗੁਰੂ ਤਾ ਹਾਜਰੁ ਨਦਰੀ ਆਈਆ ॥
ଯେତେବେଳେ ପୂର୍ଣ୍ଣ ସଦଗୁରୁ ମିଳିଥାନ୍ତି, ସେତେବେଳେ ପରମାତ୍ମା ପ୍ରତ୍ୟକ୍ଷ ଦେଖା ଦିଅନ୍ତି।

ਸਚੁ ਗੁਰਮੁਖਿ ਜਿਨੀ ਸਲਾਹਿਆ ਤਿਨਾ ਭੁਖਾ ਸਭਿ ਗਵਾਈਆ ॥੨੩॥
ଯେଉଁ ଗୁରୁମୁଖ ସତ୍ୟର ଯଶ ଗାନ କରିଥାଏ, ତାହାର ସବୁ କ୍ଷୁଧା ନିବୃତ୍ତ ହୋଇଯାଏ। ॥23॥

ਸਲੋਕ ਮਃ ੪ ॥
ଶ୍ଳୋକ ମହଲା 4॥

ਮੈ ਮਨੁ ਤਨੁ ਖੋਜਿ ਖੋਜੇਦਿਆ ਸੋ ਪ੍ਰਭੁ ਲਧਾ ਲੋੜਿ ॥
ମୁଁ ନିଜ ମନ ଏବଂ ତନରେ ଭଲ ଭାବରେ ଖୋଜି ସେହି ପ୍ରଭୁଙ୍କ ସନ୍ଧାନ କରିଅଛି, ଯାହାକୁ ମୁଁ ଚାହୁଁ ଥିଲି।

ਵਿਸਟੁ ਗੁਰੂ ਮੈ ਪਾਇਆ ਜਿਨਿ ਹਰਿ ਪ੍ਰਭੁ ਦਿਤਾ ਜੋੜਿ ॥੧॥
ମୋତେ ଗୁରୁ ମିଳିଯାଇଛନ୍ତି, ଯିଏ ମୋତେ ପ୍ରଭୁ ପରମେଶ୍ଵରଙ୍କୁ ମିଳାଇଛନ୍ତି ॥1॥

ਮਃ ੩ ॥
ମହଲା 3॥

ਮਾਇਆਧਾਰੀ ਅਤਿ ਅੰਨਾ ਬੋਲਾ ॥
ମାୟାଧାରୀ ବଡ ଅନ୍ଧ ଏବଂ ବଧିର ଅଟେ।

ਸਬਦੁ ਨ ਸੁਣਈ ਬਹੁ ਰੋਲ ਘਚੋਲਾ ॥
ଏପରି ବ୍ୟକ୍ତି ଗୁରୁଙ୍କ ଶବ୍ଦକୁ ଧ୍ୟାନ ପୂର୍ବକ ଶୁଣିଥାଏ ଆଉ ବଡ ଝାମେଲା କରିଥାଏ।

ਗੁਰਮੁਖਿ ਜਾਪੈ ਸਬਦਿ ਲਿਵ ਲਾਇ ॥
ଗୁରୁମୁଖୀ ଶବ୍ଦରେ ହିଁ ସୁରତି ଲଗାଇଥାଏ।

ਹਰਿ ਨਾਮੁ ਸੁਣਿ ਮੰਨੇ ਹਰਿ ਨਾਮਿ ਸਮਾਇ ॥
ସେ ଈଶ୍ଵରଙ୍କ ନାମକୁ ଶୁଣିଥାଏ ଆଉ ସେଥିରେ ଆସ୍ଥା ରଖିଥାଏ ଏବଂ ସେ ଈଶ୍ଵରଙ୍କ ନାମରେ ହିଁ ରହିଥାଏ।

ਜੋ ਤਿਸੁ ਭਾਵੈ ਸੁ ਕਰੇ ਕਰਾਇਆ ॥
“(ପରନ୍ତୁ ମାୟାଧାରୀ ଅଥବା ଗୁରୁମୁଖର କଣ ବଶ ଥାଏ?) ଯାହା କିଛି ଈଶ୍ଵରଙ୍କୁ ଭଲ ଲାଗିଥାଏ, ତାହା ହିଁ ହୋଇଥାଏ।

ਨਾਨਕ ਵਜਦਾ ਜੰਤੁ ਵਜਾਇਆ ॥੨॥
ହେ ନାନକ! ଜୀବ ରୂପୀ ବାଜା ଏପରି ବାଜିଥାଏ, ଯେପରି ପ୍ରଭୁ ତାହାକୁ ଯେପରି ବଜାଇଥାନ୍ତି।

error: Content is protected !!