ਰੋਗ ਬੰਧ ਰਹਨੁ ਰਤੀ ਨ ਪਾਵੈ ॥
ରୋଗର ବନ୍ଧନରେ ପଡି ତାହାକୁ ଆଦୌ ସ୍ଥାନ ମିଳେନାହିଁ ଏବଂ
ਬਿਨੁ ਸਤਿਗੁਰ ਰੋਗੁ ਕਤਹਿ ਨ ਜਾਵੈ ॥੩॥
ସଦଗୁରୁଙ୍କ ବିନା ତାହାର ରୋଗ କଦାପି ଦୂର ହୁଏନାହିଁ||3||
ਪਾਰਬ੍ਰਹਮਿ ਜਿਸੁ ਕੀਨੀ ਦਇਆ ॥
ପରଂବ୍ରହ୍ମ ଯାହା ଉପରେ ଦୟା କରିଥାନ୍ତି,
ਬਾਹ ਪਕੜਿ ਰੋਗਹੁ ਕਢਿ ਲਇਆ ॥
ତାହାର ବାହୁ ଧରି ରୋଗରୁ ମୁକ୍ତ କରି ଦେଇଥାନ୍ତି।
ਤੂਟੇ ਬੰਧਨ ਸਾਧਸੰਗੁ ਪਾਇਆ ॥
ସାଧୁ ପୁରୁଷଙ୍କ ସଙ୍ଗ ପାଇବା ଦ୍ଵାରା ସବୁ ବନ୍ଧନ ଦୂର ହୋଇଯାଏ।
ਕਹੁ ਨਾਨਕ ਗੁਰਿ ਰੋਗੁ ਮਿਟਾਇਆ ॥੪॥੭॥੨੦॥
ହେ ନାନକ! ଗୁରୁ ସବୁ ରୋଗକୁ ଦୂର କରି ଦେଇଛନ୍ତି||4||7||20||.
ਭੈਰਉ ਮਹਲਾ ੫ ॥
ଭୈରଉ ମହଲା 3॥
ਚੀਤਿ ਆਵੈ ਤਾਂ ਮਹਾ ਅਨੰਦ ॥
ଈଶ୍ଵରଙ୍କ ସ୍ମରଣ ଆସିଲେ ପରମ ଆନନ୍ଦ ପ୍ରାପ୍ତ ହୋଇଥାଏ,
ਚੀਤਿ ਆਵੈ ਤਾਂ ਸਭਿ ਦੁਖ ਭੰਜ ॥
ପ୍ରଭୁ ସ୍ମରଣ ଆସିଲେ ସବୁ ଦୁଃଖ ନଷ୍ଟ ହୋଇଯାଏ।
ਚੀਤਿ ਆਵੈ ਤਾਂ ਸਰਧਾ ਪੂਰੀ ॥
ମନରେ ପ୍ରଭୁଙ୍କ ସ୍ମୃତି ରହିଲେ ସବୁ ଶ୍ରଦ୍ଧା ପୁରା ହୋଇଯାଏ,
ਚੀਤਿ ਆਵੈ ਤਾਂ ਕਬਹਿ ਨ ਝੂਰੀ ॥੧॥
ତାହାଙ୍କ ସ୍ମରଣ ଆସିଲେ କେବେ ଚିନ୍ତାରେ ରହିବାକୁ ପଡିବ ନାହିଁ||1||
ਅੰਤਰਿ ਰਾਮ ਰਾਇ ਪ੍ਰਗਟੇ ਆਇ ॥
ଈଶ୍ଵର ମନରେ ହିଁ ପ୍ରକଟ ହୋଇଛନ୍ତି,
ਗੁਰਿ ਪੂਰੈ ਦੀਓ ਰੰਗੁ ਲਾਇ ॥੧॥ ਰਹਾਉ ॥
ଯେତେବେଳେ ପୂର୍ଣ୍ଣ ଗୁରୁ ଈଶ୍ଵରଙ୍କ ଠାରେ ଲଗ୍ନ ଲଗାଇ ଦିଅନ୍ତି॥1॥ରୁହ॥
ਚੀਤਿ ਆਵੈ ਤਾਂ ਸਰਬ ਕੋ ਰਾਜਾ ॥
ଯଦି ପ୍ରଭୁ ସ୍ମରଣ ଆସିଥାଏ , ମନୁଷ୍ୟ ସବୁଙ୍କ ରାଜା ବନିଯାଏ,
ਚੀਤਿ ਆਵੈ ਤਾਂ ਪੂਰੇ ਕਾਜਾ ॥
ପ୍ରଭୁଙ୍କ ସ୍ମରଣ ଆସିଲେ, ସବୁ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଯାଏ।
ਚੀਤਿ ਆਵੈ ਤਾਂ ਰੰਗਿ ਗੁਲਾਲ ॥
ପ୍ରଭୁଙ୍କ ସ୍ମରଣ ଆସିଲେ, ପ୍ରେମର ରଙ୍ଗ ରହିଥାଏ,
ਚੀਤਿ ਆਵੈ ਤਾਂ ਸਦਾ ਨਿਹਾਲ ॥੨॥
ପ୍ରଭୁଙ୍କ ସ୍ମରଣ ଆସିଲେ, ଜୀବ ସଦା ଆନନ୍ଦିତ ରହିଥାଏ||2||
ਚੀਤਿ ਆਵੈ ਤਾਂ ਸਦ ਧਨਵੰਤਾ ॥
ପ୍ରଭୁଙ୍କ ସ୍ମରଣ ଆସିଲେ, ମନୁଷ୍ୟ ସଦା ଧନବାନ ରହିଥାଏ,
ਚੀਤਿ ਆਵੈ ਤਾਂ ਸਦ ਨਿਭਰੰਤਾ ॥
ପ୍ରଭୁଙ୍କ ସ୍ମରଣ ଆସିଲେ, ସଦା ଆତ୍ମ-ନିର୍ଭର ରହିଥାଏ।
ਚੀਤਿ ਆਵੈ ਤਾਂ ਸਭਿ ਰੰਗ ਮਾਣੇ ॥
ପ୍ରଭୁଙ୍କ ସ୍ମରଣ ଆସିଲେ, ସବୁ ଖୁସି ପ୍ରାପ୍ତ ହୋଇଥାଏ,
ਚੀਤਿ ਆਵੈ ਤਾਂ ਚੂਕੀ ਕਾਣੇ ॥੩॥
ପ୍ରଭୁଙ୍କ ସ୍ମରଣ ଆସିଲେ, କାହା ଉପରେ ନିର୍ଭର ରହିବାକୁ ପଡେ ନାହିଁ||3||
ਚੀਤਿ ਆਵੈ ਤਾਂ ਸਹਜ ਘਰੁ ਪਾਇਆ ॥
ପ୍ରଭୁଙ୍କ ସ୍ମରଣ ଆସିଲେ, ସ୍ଵାଭାବିକ ଭାବରେ ସଚ୍ଚା ଘର ପ୍ରାପ୍ତ ହୋଇଯାଏ,
ਚੀਤਿ ਆਵੈ ਤਾਂ ਸੁੰਨਿ ਸਮਾਇਆ ॥
ପ୍ରଭୁଙ୍କ ସ୍ମରଣ ଆସିଲେ, ଶୂନ୍ୟାବସ୍ଥାରେ ଲୀନ ହୋଇଯାଏ।
ਚੀਤਿ ਆਵੈ ਸਦ ਕੀਰਤਨੁ ਕਰਤਾ ॥ ਮਨੁ ਮਾਨਿਆ ਨਾਨਕ ਭਗਵੰਤਾ ॥੪॥੮॥੨੧॥
ପ୍ରଭୁଙ୍କ ସ୍ମରଣ ଆସିଲେ, ଜୀବ ସର୍ବଦା ତାହାଙ୍କ କୀର୍ତ୍ତନ କରିଥାଏ। ନାନକ କହନ୍ତି ଯେ ଏହିପରି ଭଗବାନଙ୍କ ପାଖରେ ଲୀନ ରହି ଆନନ୍ଦିତ ହୁଅ ||4||8||21||
ਭੈਰਉ ਮਹਲਾ ੫ ॥
ଭୈରଉ ମହଲା 5॥
ਬਾਪੁ ਹਮਾਰਾ ਸਦ ਚਰੰਜੀਵੀ ॥
ଆମର ପିତା ପରମେଶ୍ଵର ଚିରଞ୍ଜିବୀ ଅଟେନ୍ତି,
ਭਾਈ ਹਮਾਰੇ ਸਦ ਹੀ ਜੀਵੀ ॥
ଆମର ଭାଇ-ବନ୍ଧୁ ସଦା ଜୀବନ ପାଇଥାନ୍ତି,
ਮੀਤ ਹਮਾਰੇ ਸਦਾ ਅਬਿਨਾਸੀ ॥
ଆମର ପିତା ସଦା ଅବିନାଶୀ ଅଟନ୍ତି।
ਕੁਟੰਬੁ ਹਮਾਰਾ ਨਿਜ ਘਰਿ ਵਾਸੀ ॥੧॥
ଆମର ସଂପୂର୍ଣ୍ଣ ପରିବାର ସଚ୍ଚା ଘରେ ରହିଥାନ୍ତି||1||
ਹਮ ਸੁਖੁ ਪਾਇਆ ਤਾਂ ਸਭਹਿ ਸੁਹੇਲੇ ॥
ଆମକୁ ପରମ ସୁଖ ଉପଲବ୍ଧ ହୋଇଥାଏମ ସମସ୍ତେ ସୁଖୀ ହୋଇଥାଉ।
ਗੁਰਿ ਪੂਰੈ ਪਿਤਾ ਸੰਗਿ ਮੇਲੇ ॥੧॥ ਰਹਾਉ ॥
ପୂର୍ଣ୍ଣ ଗୁରୁ ପିତା ପରମେଶ୍ଵରଙ୍କ ସହିତ ମିଳାଇ ଦେଇଥାନ୍ତି॥1॥ରୁହ॥
ਮੰਦਰ ਮੇਰੇ ਸਭ ਤੇ ਊਚੇ ॥
ମୋର ଘର ସବୁଠାରୁ ଉଚ୍ଚ ଅଟେ,
ਦੇਸ ਮੇਰੇ ਬੇਅੰਤ ਅਪੂਛੇ ॥
ଦେଶ ମୋର ଅନନ୍ତ ଅଟେ, କେହି ପଚାରନ୍ତି ନାହିଁ।
ਰਾਜੁ ਹਮਾਰਾ ਸਦ ਹੀ ਨਿਹਚਲੁ ॥
ଆମର ରାଜ୍ୟ ସ୍ଥିର ହୋଇ ଯାଇଛି ଏବଂ
ਮਾਲੁ ਹਮਾਰਾ ਅਖੂਟੁ ਅਬੇਚਲੁ ॥੨॥
ଆମର ସମ୍ପତ୍ତି ଅକ୍ଷୁଣ୍ଣ, ଅପ୍ରଭାବିତ ଅଟେ||2||
ਸੋਭਾ ਮੇਰੀ ਸਭ ਜੁਗ ਅੰਤਰਿ ॥
ପୁରା ଜଗତରେ ମୋର ଶୋଭା ହୋଇ ଯାଇଛି,
ਬਾਜ ਹਮਾਰੀ ਥਾਨ ਥਨੰਤਰਿ ॥
ଦେଶ-ଦେଶାନ୍ତର ଆମର ପ୍ରତିଷ୍ଠା ବନି ରହିଛି।
ਕੀਰਤਿ ਹਮਰੀ ਘਰਿ ਘਰਿ ਹੋਈ ॥
ଘରେ ଘରେ ଆମର କୀର୍ତ୍ତି ପ୍ରସାରିତ ହୋଇଛି ଏବଂ
ਭਗਤਿ ਹਮਾਰੀ ਸਭਨੀ ਲੋਈ ॥੩॥
ସବୁ ଲୋକରେ ଆମର ଭକ୍ତିର ପ୍ରଚାର ହୋଇ ଯାଇଛି||3||
ਪਿਤਾ ਹਮਾਰੇ ਪ੍ਰਗਟੇ ਮਾਝ ॥
ଆମର ଅନ୍ତର୍ମନରେ ହିଁ ପିତା ପ୍ରଭୁ ପ୍ରକଟ ହୋଇଛନ୍ତି,
ਪਿਤਾ ਪੂਤ ਰਲਿ ਕੀਨੀ ਸਾਂਝ ॥
ବର୍ତ୍ତମାନ ପିତା-ପୁତ୍ର ଭାଗୀଦାରୀ ହୋଇଛନ୍ତି।
ਕਹੁ ਨਾਨਕ ਜਉ ਪਿਤਾ ਪਤੀਨੇ ॥
ନାନକ କହନ୍ତି ଯେ ଯଦି ପିତା ଖୁସି ହୋଇଯାନ୍ତି, ତାହାହେଲେ
ਪਿਤਾ ਪੂਤ ਏਕੈ ਰੰਗਿ ਲੀਨੇ ॥੪॥੯॥੨੨॥
ସେ ନିଜ ପୁତ୍ରକୁ ନିଜ ରଙ୍ଗରେ ଲୀନ କରି ନିଅନ୍ତି||4||9||22||
ਭੈਰਉ ਮਹਲਾ ੫ ॥
ଭୈରଉ ମହଲା 5॥
ਨਿਰਵੈਰ ਪੁਰਖ ਸਤਿਗੁਰ ਪ੍ਰਭ ਦਾਤੇ ॥
ହେ ସଦଗୁରୁ ପ୍ରଭୁ! ତୁ ପ୍ରେମ ସ୍ୱରୂପ, ପରମ ପୁରୁଷ ଓ ଦାତା ଅଟୁ,
ਹਮ ਅਪਰਾਧੀ ਤੁਮ੍ਹ੍ਹ ਬਖਸਾਤੇ ॥
ଆମେ ଅପରାଧୀ ଅଟୁ ଆଉ ତୁ ହିଁ ଆମକୁ କ୍ଷମା କରିଥାଉ।
ਜਿਸੁ ਪਾਪੀ ਕਉ ਮਿਲੈ ਨ ਢੋਈ ॥
ଯେଉଁ ପାପୀ ବ୍ୟକ୍ତିକୁ କେଉଁଠି ସାହାରା ମିଳେନାହିଁ,
ਸਰਣਿ ਆਵੈ ਤਾਂ ਨਿਰਮਲੁ ਹੋਈ ॥੧॥
ଯଦି ତୋର ଶରଣରେ ଆସିଯାଏ, ପାପ-ମୁକ୍ତ ହୋଇ ନିର୍ମଳ ହୋଇଯାଏ||1||
ਸੁਖੁ ਪਾਇਆ ਸਤਿਗੁਰੂ ਮਨਾਇ ॥
ସଦଗୁରୁଙ୍କୁ ସାକ୍ଷାତ କରି ସୁଖ ପ୍ରାପ୍ତ ହୋଇଥାଏ ଏବଂ
ਸਭ ਫਲ ਪਾਏ ਗੁਰੂ ਧਿਆਇ ॥੧॥ ਰਹਾਉ ॥
ଗୁରୁଙ୍କୁ ଧ୍ୟାନ କରିବା ଦ୍ଵାରା ସବୁ ଫଳ ପ୍ରାପ୍ତ କରିଛି॥1॥ରୁହ॥
ਪਾਰਬ੍ਰਹਮ ਸਤਿਗੁਰ ਆਦੇਸੁ ॥
ହେ ପରଂବ୍ରହ୍ମ ସଦଗୁରୁ! ତୁମକୁ ଶତ ଶତ ନମନ ଅଟେ,
ਮਨੁ ਤਨੁ ਤੇਰਾ ਸਭੁ ਤੇਰਾ ਦੇਸੁ ॥
ଏହି ମନ ତନ ସବୁ ତୋର ହିଁ ଦାନ ଅଟେ।
ਚੂਕਾ ਪੜਦਾ ਤਾਂ ਨਦਰੀ ਆਇਆ ॥
ଭ୍ରମ ଦୂର କରିବା ପରେ ତୁ ଦୃଶ୍ୟ ହେଉଛୁ।
ਖਸਮੁ ਤੂਹੈ ਸਭਨਾ ਕੇ ਰਾਇਆ ॥੨॥
ହେ ବିଶ୍ଵର ବାଦଶାହ! ତୁ ହିଁ ସବୁଙ୍କ ମାଲିକ ଅଟୁ||2||
ਤਿਸੁ ਭਾਣਾ ਸੂਕੇ ਕਾਸਟ ਹਰਿਆ ॥
ଯଦି ତାହାଙ୍କ ଇଚ୍ଛା ହୋଇଥାଏ, ଶୁଖିଲା କାଠ ମଧ୍ୟ ସବୁଜ ହୋଇଯାଏ,
ਤਿਸੁ ਭਾਣਾ ਤਾਂ ਥਲ ਸਿਰਿ ਸਰਿਆ ॥
ଯଦି ତାହାଙ୍କ ଇଚ୍ଛା ହୋଇଥାଏ, ଶୁଖିଲା ସରୋବର ଜଳରେ ଭରି ଯାଏ,
ਤਿਸੁ ਭਾਣਾ ਤਾਂ ਸਭਿ ਫਲ ਪਾਏ ॥
ଯଦି ତାହାଙ୍କ ଇଚ୍ଛା ହୋଇଥାଏ, ସବୁ ଫଳ ପ୍ରାପ୍ତ ହୋଇଯାଏ,
ਚਿੰਤ ਗਈ ਲਗਿ ਸਤਿਗੁਰ ਪਾਏ ॥੩॥
ସଦଗୁରୁଙ୍କ ଚରଣରେ ଲାଗିବା ଦ୍ଵାରା ଚିନ୍ତା ଦୂର ହୋଇଯାଏ||3||