ODIA PAGE 1142

ਹਰਾਮਖੋਰ ਨਿਰਗੁਣ ਕਉ ਤੂਠਾ ॥
ଯଦି ସେ କୌଣସି କୌଣସି ଗୁଣବିହୀନ ପୁରୁଷ ଉପରେ ପ୍ରସନ୍ନ ହୋଇଯାନ୍ତି, ତାହାହେଲେ 

ਮਨੁ ਤਨੁ ਸੀਤਲੁ ਮਨਿ ਅੰਮ੍ਰਿਤੁ ਵੂਠਾ ॥
ତାହାର ମନ-ତନ ଶୀତଳ ହୋଇଯାଏ ଏବଂ ତାହାର ମନରେ ଅମୃତ ସ୍ଥିତ ହୋଇଯାଏ।

ਪਾਰਬ੍ਰਹਮ ਗੁਰ ਭਏ ਦਇਆਲਾ ॥
ପରଂବ୍ରହ୍ମ ଗୁରୁ ତାହା ଉପରେ ଦୟାଳୁ ହୋଇ ଯାଇଛନ୍ତି,

ਨਾਨਕ ਦਾਸ ਦੇਖਿ ਭਏ ਨਿਹਾਲਾ ॥੪॥੧੦॥੨੩॥
ଦାସ ନାନକ ତାହାଙ୍କ ଦୟା-ଦୃଷ୍ଟି ଦେଖି ଆନନ୍ଦିତ ହୋଇ ଯାଇଛନ୍ତି||4||10||23||

ਭੈਰਉ ਮਹਲਾ ੫ ॥
ଭୈରଉ ମହଲା 5॥ 

ਸਤਿਗੁਰੁ ਮੇਰਾ ਬੇਮੁਹਤਾਜੁ ॥
ମୋର ସଦଗୁରୁ କାହା ଉପରେ ନିର୍ଭର କରନ୍ତି ନାହିଁ,

ਸਤਿਗੁਰ ਮੇਰੇ ਸਚਾ ਸਾਜੁ ॥
ତାହାଙ୍କ କାର୍ଯ୍ୟ ମଧ୍ୟ ସଚ୍ଚା ଅଟେ।

ਸਤਿਗੁਰੁ ਮੇਰਾ ਸਭਸ ਕਾ ਦਾਤਾ ॥
ମୋର ସଦଗୁରୁ ସବୁଙ୍କୁ ଦେବା ବାଲା ଅଟନ୍ତି ଏବଂ 

ਸਤਿਗੁਰੁ ਮੇਰਾ ਪੁਰਖੁ ਬਿਧਾਤਾ ॥੧॥
ସେ ମୋର ବିଧାତା ଅଟନ୍ତି||1||

ਗੁਰ ਜੈਸਾ ਨਾਹੀ ਕੋ ਦੇਵ ॥
ଗୁରୁ ଭଳି ପୂଜ୍ୟ ଦେବତା ଆଉ କେହି ନାହାନ୍ତି,

ਜਿਸੁ ਮਸਤਕਿ ਭਾਗੁ ਸੁ ਲਾਗਾ ਸੇਵ ॥੧॥ ਰਹਾਉ ॥
ଯାହାର କପାଳରେ ଭାଗ୍ୟ ଅଛି, ସେ ହିଁ ତାହାଙ୍କ ସେବାରେ ଲୀନ ହୋଇଥାଏ॥1॥ରୁହ॥

ਸਤਿਗੁਰੁ ਮੇਰਾ ਸਰਬ ਪ੍ਰਤਿਪਾਲੈ ॥
ମୋର ସଦଗୁରୁ ସବୁଙ୍କୁ ପୋଷଣ କରିଥାନ୍ତି,

ਸਤਿਗੁਰੁ ਮੇਰਾ ਮਾਰਿ ਜੀਵਾਲੈ ॥
ସେ ହିଁ ମାରିବା ଓ ବଞ୍ଚାଇବା ବାଲା ଅଟନ୍ତି।

ਸਤਿਗੁਰ ਮੇਰੇ ਕੀ ਵਡਿਆਈ ॥
ମୋର ସଦଗୁରୁଙ୍କ କୀର୍ତ୍ତି 

ਪ੍ਰਗਟੁ ਭਈ ਹੈ ਸਭਨੀ ਥਾਈ ॥੨॥
ସାରା ସଂସାରରେ ପ୍ରସାରିତ ହୋଇଛି||2||

ਸਤਿਗੁਰੁ ਮੇਰਾ ਤਾਣੁ ਨਿਤਾਣੁ ॥
ମୋର ସଦଗୁରୁ ବଳହୀନର ବଳ ଅଟନ୍ତି ଏବଂ 

ਸਤਿਗੁਰੁ ਮੇਰਾ ਘਰਿ ਦੀਬਾਣੁ ॥
ମୋର ସଦଗୁରୁ ମୋର ସାହାରା ଅଟନ୍ତି। 

ਸਤਿਗੁਰ ਕੈ ਹਉ ਸਦ ਬਲਿ ਜਾਇਆ ॥
ମୋର ସଦଗୁରୁଙ୍କ ପ୍ରତି ସଦା ସମର୍ପିତ ଅଟେ,

ਪ੍ਰਗਟੁ ਮਾਰਗੁ ਜਿਨਿ ਕਰਿ ਦਿਖਲਾਇਆ ॥੩॥
ଯିଏ ସଚ୍ଚା ମାର୍ଗ ଦେଖାଇଛନ୍ତି||3||

ਜਿਨਿ ਗੁਰੁ ਸੇਵਿਆ ਤਿਸੁ ਭਉ ਨ ਬਿਆਪੈ ॥
ଯିଏ ଗୁରୁଙ୍କ ସେବା କରିଛନ୍ତି, ତାହାଙ୍କୁ କୌଣସି ଭୟ ସ୍ପର୍ଶ କରେନାହିଁ।

ਜਿਨਿ ਗੁਰੁ ਸੇਵਿਆ ਤਿਸੁ ਦੁਖੁ ਨ ਸੰਤਾਪੈ ॥
ଗୁରୁଙ୍କ ଆରାଧନା କରିବା ବାଲା ଜୀବକୁ କୌଣସି ଦୁଃଖ ଅଥବା ସନ୍ତାପ ବିଚଳିତ କରେନାହିଁ।

ਨਾਨਕ ਸੋਧੇ ਸਿੰਮ੍ਰਿਤਿ ਬੇਦ ॥
ନାନକ କହନ୍ତି ଯେ ବେଦ ଓ ସ୍ମୃତିର ବିଶ୍ଳେଷଣ କରି ପରିଣାମ ମିଳିଛି ଯେ  

ਪਾਰਬ੍ਰਹਮ ਗੁਰ ਨਾਹੀ ਭੇਦ ॥੪॥੧੧॥੨੪॥
ପରଂବ୍ରହ୍ମ ଏବଂ ଗୁରୁଙ୍କ ମଧ୍ୟରେ କୌଣସି ଭେଦ ନାହିଁ||4||11||24||

ਭੈਰਉ ਮਹਲਾ ੫ ॥
ଭୈରଉ ମହଲା 5॥

ਨਾਮੁ ਲੈਤ ਮਨੁ ਪਰਗਟੁ ਭਇਆ ॥
ଈଶ୍ଵରଙ୍କ ନାମ ନେବା ଦ୍ଵାରା ସେ ମନରେ ପ୍ରକଟ ହୋଇ ଯାଇଛନ୍ତି,

ਨਾਮੁ ਲੈਤ ਪਾਪੁ ਤਨ ਤੇ ਗਇਆ ॥
ପ୍ରଭୁଙ୍କ ନାମ ଜପିବା ଦ୍ଵାରା ତନର ପାପ ନିବୃତ୍ତ ହୋଇଯାଏ। 

ਨਾਮੁ ਲੈਤ ਸਗਲ ਪੁਰਬਾਇਆ ॥
ପ୍ରଭୁଙ୍କ ନାମ ଜପିବା ଦ୍ଵାରା ସବୁ ପର୍ବର ଫଳ ପ୍ରାପ୍ତ ହୋଇଥାଏ,

ਨਾਮੁ ਲੈਤ ਅਠਸਠਿ ਮਜਨਾਇਆ ॥੧॥
ପ୍ରଭୁଙ୍କ ନାମ ଜପିବା ଦ୍ଵାରା ଅଠଷଠି ତୀର୍ଥର ସ୍ନାନ ହୋଇଯାଏ॥1॥ 

ਤੀਰਥੁ ਹਮਰਾ ਹਰਿ ਕੋ ਨਾਮੁ ॥
ପ୍ରଭୁଙ୍କ ନାମ ଜପିବା ହିଁ ଆମର ତୀର୍ଥ ଅଟେ ଏବଂ 

ਗੁਰਿ ਉਪਦੇਸਿਆ ਤਤੁ ਗਿਆਨੁ ॥੧॥ ਰਹਾਉ ॥
ଗୁରୁ ଉପଦେଶ ଦେଇ ଏହି ତତ୍ତ୍ଵ ଜ୍ଞାନ ବତାଇଛନ୍ତି॥1॥ରୁହ॥

ਨਾਮੁ ਲੈਤ ਦੁਖੁ ਦੂਰਿ ਪਰਾਨਾ ॥
ପ୍ରଭୁଙ୍କ ନାମ ଜପିବା ଦ୍ଵାରା ସବୁ ଦୁଃଖ ଦୂର ହୋଇଯାଏ,

ਨਾਮੁ ਲੈਤ ਅਤਿ ਮੂੜ ਸੁਗਿਆਨਾ ॥
ପ୍ରଭୁଙ୍କ ନାମ ଜପିବା ଦ୍ଵାରା ମୂର୍ଖ ମଧ୍ୟ ଜ୍ଞାନୀ ହୋଇଯାଏ।

ਨਾਮੁ ਲੈਤ ਪਰਗਟਿ ਉਜੀਆਰਾ ॥
ପ୍ରଭୁଙ୍କ ନାମ ଜପିବା ଦ୍ଵାରା ଜ୍ଞାନର ପ୍ରକାଶ ହୋଇଯାଏ। 

ਨਾਮੁ ਲੈਤ ਛੁਟੇ ਜੰਜਾਰਾ ॥੨॥
ପ୍ରଭୁଙ୍କ ନାମ ଜପିବା ଦ୍ଵାରା ସବୁ ଜଞ୍ଜାଳରୁ ମୁକ୍ତି ମିଳିଯାଏ||2||

ਨਾਮੁ ਲੈਤ ਜਮੁ ਨੇੜਿ ਨ ਆਵੈ ॥
ପ୍ରଭୁଙ୍କ ନାମ ଜପିବା ଦ୍ଵାରା ଯମ ମଧ୍ୟ ପାଖକୁ ଆସେ ନାହିଁ,

ਨਾਮੁ ਲੈਤ ਦਰਗਹ ਸੁਖੁ ਪਾਵੈ ॥
ପ୍ରଭୁଙ୍କ ନାମ ଜପିବା ଦ୍ଵାରା ପ୍ରଭୁ-ଦରବାରରେ ସୁଖ ପ୍ରାପ୍ତ ହୋଇଥାଏ। 

ਨਾਮੁ ਲੈਤ ਪ੍ਰਭੁ ਕਹੈ ਸਾਬਾਸਿ ॥
ନାମ ଜପିବା ବାଲା ଭକ୍ତକୁ ପ୍ରଭୁ ଗୁରୁତ୍ଵ ଦେଇଥାନ୍ତି,

ਨਾਮੁ ਹਮਾਰੀ ਸਾਚੀ ਰਾਸਿ ॥੩॥
ଏଣୁ ପ୍ରଭୁ-ନାମ ହିଁ ଆମର ସଚ୍ଚା ଜୀବନ-ରାଶି ଅଟେ||3||

ਗੁਰਿ ਉਪਦੇਸੁ ਕਹਿਓ ਇਹੁ ਸਾਰੁ ॥
ଗୁରୁ ଉପଦେଶ ଦେଇ ଏହି ସାର ବତାଇଛନ୍ତି ଯେ 

ਹਰਿ ਕੀਰਤਿ ਮਨ ਨਾਮੁ ਅਧਾਰੁ ॥
ହରିନାମର କୀର୍ତ୍ତି ଗାନ ହିଁ ମନର ଆଶ୍ରା ଅଟେ।

ਨਾਨਕ ਉਧਰੇ ਨਾਮ ਪੁਨਹਚਾਰ ॥
ହେ ନାନକ! ପ୍ରଭୁଙ୍କ ନାମ ଜପିବା ଦ୍ଵାରା ପ୍ରାୟଶ୍ଚିତ ହୋଇଥାଏ,

ਅਵਰਿ ਕਰਮ ਲੋਕਹ ਪਤੀਆਰ ॥੪॥੧੨॥੨੫॥
ଅନ୍ୟ କର୍ମକାଣ୍ଡ ଲୋକଙ୍କ ଖୁସି କରିବା ପାଇଁ ଅଟେ||4||12||25||

ਭੈਰਉ ਮਹਲਾ ੫ ॥
ଭୈରଉ ମହଲା 5॥ 

ਨਮਸਕਾਰ ਤਾ ਕਉ ਲਖ ਬਾਰ ॥
ଈଶ୍ଵରଙ୍କୁ ଲକ୍ଷେ ଥର ନମସ୍କାର ଅଟେ,

ਇਹੁ ਮਨੁ ਦੀਜੈ ਤਾ ਕਉ ਵਾਰਿ ॥
ଏହି ମନ ମଧ୍ୟ ତାହାଙ୍କୁ ସମର୍ପଣ କରିଦେବା ଉଚିତ।

ਸਿਮਰਨਿ ਤਾ ਕੈ ਮਿਟਹਿ ਸੰਤਾਪ ॥
ପ୍ରଭୁଙ୍କ ନାମ ଜପିବା ଦ୍ଵାରା ସବୁ ସନ୍ତାପ ଦୂର ହୋଇଯାଏ 

ਹੋਇ ਅਨੰਦੁ ਨ ਵਿਆਪਹਿ ਤਾਪ ॥੧॥
ଏବଂ ତାପ ନିବୃତ୍ତ ହୋଇ ଆନନ୍ଦ ପ୍ରାପ୍ତ ହୋଇଥାଏ||1||

ਐਸੋ ਹੀਰਾ ਨਿਰਮਲ ਨਾਮ ॥
ପ୍ରଭୁଙ୍କ ନିର୍ମଳ ନାମ ଏପରି ଅମୂଲ୍ୟ ହୀରା ଅଟେ,

ਜਾਸੁ ਜਪਤ ਪੂਰਨ ਸਭਿ ਕਾਮ ॥੧॥ ਰਹਾਉ ॥
ଯାହାର ଜପ କରିବା ଦ୍ଵାରା ସବୁ କାର୍ଯ୍ୟ ସଂପୂର୍ଣ୍ଣ ହୋଇଯାଏ ॥1॥ରୁହ॥ 

ਜਾ ਕੀ ਦ੍ਰਿਸਟਿ ਦੁਖ ਡੇਰਾ ਢਹੈ ॥
ଯାହାର କୃପାଦୃଷ୍ଟି ଦ୍ଵାରା ଦୁଃଖର ପାହାଡ ନଷ୍ଟ ହୋଇଯାଏ ଏବଂ 

ਅੰਮ੍ਰਿਤ ਨਾਮੁ ਸੀਤਲੁ ਮਨਿ ਗਹੈ ॥
ମନ ଅମୃତମୟ ଶୀତଳ ନାମ ନେଇଥାଏ।

ਅਨਿਕ ਭਗਤ ਜਾ ਕੇ ਚਰਨ ਪੂਜਾਰੀ ॥
ଅନେକ ଭକ୍ତ ଯାହାଙ୍କ ଚରଣର ପୂଜାରୀ ଅଟନ୍ତି,  

ਸਗਲ ਮਨੋਰਥ ਪੂਰਨਹਾਰੀ ॥੨॥
ସେ ତାହାର ସବୁ ମନୋରଥ ପୁରା କରିବା ବାଲା ଅଟେ||2||

ਖਿਨ ਮਹਿ ਊਣੇ ਸੁਭਰ ਭਰਿਆ ॥
ଈଶ୍ଵରଙ୍କ ଲୀଳା ଏତେ ବିଚିତ୍ର ଯେ ସେ ଏକ କ୍ଷଣରେ ଖାଲି ପାତ୍ରକୁ ପୂର୍ଣ୍ଣ ଭାବରେ ଭରି ଦେଇଥାନ୍ତି,

ਖਿਨ ਮਹਿ ਸੂਕੇ ਕੀਨੇ ਹਰਿਆ ॥
ଏକ କ୍ଷଣରେ ହିଁ ଶୁଖିଲା ସ୍ଥାନକୁ ସବୁଜ କରି ଦେଇଥାନ୍ତି।

ਖਿਨ ਮਹਿ ਨਿਥਾਵੇ ਕਉ ਦੀਨੋ ਥਾਨੁ ॥
ଏକ କ୍ଷଣରେ ହିଁ ଆଶ୍ରୟହୀନକୁ ଆଶ୍ରୟ ଦେଇଥାନ୍ତି ଏବଂ

ਖਿਨ ਮਹਿ ਨਿਮਾਣੇ ਕਉ ਦੀਨੋ ਮਾਨੁ ॥੩॥
ଏକ କ୍ଷଣରେ ହିଁ ମାନହୀନକୁ ମାନ ପ୍ରଦାନ କରିଥାନ୍ତି||3||

error: Content is protected !!