ਹਰਿ ਰਸਿ ਰਾਤਾ ਜਨੁ ਪਰਵਾਣੁ ॥੭
ଯେଉଁ ବ୍ୟକ୍ତି ଇଶ୍ଵରଙ୍କ ଭକ୍ତିରେ ଲୀନ ରହିଥାଏ,ସେ ସଫଳ ହୋଇଥାଏ।।7।।
ਇਤ ਉਤ ਦੇਖਉ ਸਹਜੇ ਰਾਵਉ ॥
ହେ ମାଲିକ ! ଏପଟ ସେପଟ ତୁମକୁ ହିଁ ଦେଖୁଛି ଏବଂ ସହଜ ସ୍ଵଭାବରେ ତୁମର ଭକ୍ତିରେ ଲୀନ ଅଛି ।
ਤੁਝ ਬਿਨੁ ਠਾਕੁਰ ਕਿਸੈ ਨ ਭਾਵਉ ॥
ତୁମ ବିନା କାହାକୁ ଚାହେଁ ନାହିଁ ।
ਨਾਨਕ ਹਉਮੈ ਸਬਦਿ ਜਲਾਇਆ ॥
ଗୁରୁ ନାନକଙ୍କ ଇଚ୍ଛା ଏହା ଯେ ଯେବେ ଜୀବ ଗୁରୁଙ୍କ ଶବ୍ଦ ଦ୍ଵାରା ଅହଂ ଜଳାଇ ଦେଇଥାଏ,
ਸਤਿਗੁਰਿ ਸਾਚਾ ਦਰਸੁ ਦਿਖਾਇਆ ॥੮॥੩॥
ସଦଗୁରୁ ତାକୁ ଇଶ୍ଵରଙ୍କ ଦର୍ଶନ କରାଇ ଥାଆନ୍ତି।।8।।3।।
ਬਸੰਤੁ ਮਹਲਾ ੧ ॥
ବସନ୍ତ ମହଲା 1 ।।
ਚੰਚਲੁ ਚੀਤੁ ਨ ਪਾਵੈ ਪਾਰਾ ॥
ଚଞ୍ଚଳ ମନ ସଂସାରରୁ ପାର ହୋଇପାରେ ନାହିଁ ଏବଂ
ਆਵਤ ਜਾਤ ਨ ਲਾਗੈ ਬਾਰਾ ॥
ବାରମ୍ବାର ସଂସାର କୁ ଯିବା ଆସିବା କରିଥାଏ।
ਦੂਖੁ ਘਣੋ ਮਰੀਐ ਕਰਤਾਰਾ ॥
ହେ ଇଶ୍ଵର ! ଏହି କାରଣରୁ ବହୁତ ଦୁଃଖ ଭୋଗ କରିବାକୁ ପଡ଼ିଥାଏ ଏବଂ
ਬਿਨੁ ਪ੍ਰੀਤਮ ਕੋ ਕਰੈ ਨ ਸਾਰਾ ॥੧॥
ତୁମ ବିନା ଆମର କେହି ସାହାଯ୍ୟ କରିପାରିବେ ନାହିଁ ।।1।।
ਸਭ ਊਤਮ ਕਿਸੁ ਆਖਉ ਹੀਨਾ ॥
ସବୁ ଲୋକ ଯଦି ଭଲ ଅଟନ୍ତି ତେବେ କାହାକୁ ଖରାପ କହି ପାରିବି ।
ਹਰਿ ਭਗਤੀ ਸਚਿ ਨਾਮਿ ਪਤੀਨਾ ॥੧॥ ਰਹਾਉ ॥
ଯିଏ ପରମାତ୍ମାଙ୍କ ଭକ୍ତି କରିଥାଏ, ସଚ୍ଚା ନାମର ସଂକୀର୍ତ୍ତନରେ ଲୀନ ରହିଥାଏ, ତାହାର ମନ ହିଁ ସନ୍ତୁଷ୍ଟ ହୋଇଥାଏ ।।1।।ରୁହ।।
ਅਉਖਧ ਕਰਿ ਥਾਕੀ ਬਹੁਤੇਰੇ ॥
ବହୁତ ଔଷଧର ବ୍ୟବହାର କରି ଥକି ଗଲିଣି,
ਕਿਉ ਦੁਖੁ ਚੂਕੈ ਬਿਨੁ ਗੁਰ ਮੇਰੇ ॥
କିନ୍ତୁ ଗୁରୁଙ୍କ ବିନା କେମିତି ମୋ ଦୁଃଖରୁ ମୁକ୍ତି ହୋଇପାରିବ ।
ਬਿਨੁ ਹਰਿ ਭਗਤੀ ਦੂਖ ਘਣੇਰੇ ॥
ପରମାତ୍ମାଙ୍କ ଭକ୍ତି ବିନା ବହୁତ ଦୁଃଖ ସହିବାକୁ ପଡେ କିନ୍ତୁ
ਦੁਖ ਸੁਖ ਦਾਤੇ ਠਾਕੁਰ ਮੇਰੇ ॥੨
ହେ ପ୍ରଭୁ ତୁମେ ହିଁ ମୋର ଦୁଃଖ ସୁଖର ମାଲିକ ଅଟ ।।2।।
ਰੋਗੁ ਵਡੋ ਕਿਉ ਬਾਂਧਉ ਧੀਰਾ ॥
ମୋର ରୋଗ ବହୁତ ବଡ଼ ଅଟେ, ତେବେ ମୋତେ କେମିତି ସାହସ ହୋଇପାରିବ ।
ਰੋਗੁ ਬੁਝੈ ਸੋ ਕਾਟੈ ਪੀਰਾ ॥
ଇଶ୍ଵର ମୋର ରୋଗ ଜାଣିଛନ୍ତି, ସେ ହିଁ ମୋର ଦୁଃଖ କାଟି ପାରିବେ।
ਮੈ ਅਵਗਣ ਮਨ ਮਾਹਿ ਸਰੀਰਾ ॥
ମୋର ମନରେ ଅବଗୁଣ ହିଁ ଉପସ୍ଥିତ ଅଛି,
ਢੂਢਤ ਖੋਜਤ ਗੁਰਿ ਮੇਲੇ ਬੀਰਾ ॥੩॥
ଖୋଜି ଖୋଜି ଗୁରୁଙ୍କ ସନ୍ଧାନ ମିଳିବ ତେବେ ସେ ଅବଗୁଣ ଦୂର କରିଦେବେ ।। 3 ।।
ਗੁਰ ਕਾ ਸਬਦੁ ਦਾਰੂ ਹਰਿ ਨਾਉ ॥
ଏହି ରୋଗର ଔଷଧ ଗୁରୁଙ୍କ ଶବ୍ଦ ହରି ନାମ ଅଟେ ।
ਜਿਉ ਤੂ ਰਾਖਹਿ ਤਿਵੈ ਰਹਾਉ ॥
ହେ ପ୍ରଭୁ! ଯେମିତି ତୁ ରଖିଛୁ, ସେମିତି ହିଁ ଆମକୁ ରହିବାର ଅଛି ।
ਜਗੁ ਰੋਗੀ ਕਹ ਦੇਖਿ ਦਿਖਾਉ ॥
ଯେବେ ପୁରା ଜଗତ ହିଁ ରୋଗୀ ଅଟେ , ତେବେ କାହାକୁ ନିଜର ରୋଗ ଦେଖାଇବ ।
ਹਰਿ ਨਿਰਮਾਇਲੁ ਨਿਰਮਲੁ ਨਾਉ ॥੪॥
କେବଳ ଇଶ୍ଵର ହିଁ ପବିତ୍ର ପାବନ ଅଟନ୍ତି, ତାଙ୍କର ନାମ ମଧ୍ୟ ପାବନ ଅଟେ।।। 4 ।।
ਘਰ ਮਹਿ ਘਰੁ ਜੋ ਦੇਖਿ ਦਿਖਾਵੈ ॥
ଯେଉଁ ହୃଦୟରେ ଭଗବାନଙ୍କ ଦର୍ଶନ ପାଇ ଅନ୍ୟ ଜିଜ୍ଞାସୁ ମାନଙ୍କୁ ଦର୍ଶନ କରାଏ,
ਗੁਰ ਮਹਲੀ ਸੋ ਮਹਲਿ ਬੁਲਾਵੈ ॥
ସେ ଗୁରୁ ଭଗବାନଙ୍କ ଘରକୁ ଡାକନ୍ତି।
ਮਨ ਮਹਿ ਮਨੂਆ ਚਿਤ ਮਹਿ ਚੀਤਾ ॥
ତାଙ୍କ ମନ ସ୍ଥିରଚିତ ହୋଇଯାଏ,
ਐਸੇ ਹਰਿ ਕੇ ਲੋਗ ਅਤੀਤਾ ॥੫॥
ଏମିତି ଇଶ୍ଵରଙ୍କ ଉପାସକ ମୋହ ମାୟାରୁ ନିର୍ଲିପ୍ତ ରହିଥାନ୍ତି।।। 5 ।।
ਹਰਖ ਸੋਗ ਤੇ ਰਹਹਿ ਨਿਰਾਸਾ ॥
ସେମାନେ ଖୁସି ଏବଂ ଦୁଃଖରୁ ନିର୍ଲିପ୍ତ ରହିଥାନ୍ତି ଏବଂ
ਅੰਮ੍ਰਿਤੁ ਚਾਖਿ ਹਰਿ ਨਾਮਿ ਨਿਵਾਸਾ ॥
ଇଶ୍ଵରଙ୍କ ନାମ ଅମୃତକୁ ଚାଖି ସେଥିରେ ହିଁ ଲୀନ ହୋଇଯାଆନ୍ତି।
ਆਪੁ ਪਛਾਣਿ ਰਹੈ ਲਿਵ ਲਾਗਾ ॥
ଯେଉଁ ମାନେ ଆତ୍ମ ଜ୍ଞାନ ପାଇକରି ଇଶ୍ଵରଙ୍କ
ਜਨਮੁ ਜੀਤਿ ਗੁਰਮਤਿ ਦੁਖੁ ਭਾਗਾ ॥੬॥
ସେମାନେ ନିଜ ଜୀବନ ଜିତି ନିଅନ୍ତି ଏବଂ ଗୁରୁଙ୍କ ମତ ଅନୁସାରେ ତାଙ୍କ ଦୁଃଖ ମଧ୍ୟ ସମାପ୍ତ ହୋଇଯାଏ।।।6।।
ਗੁਰਿ ਦੀਆ ਸਚੁ ਅੰਮ੍ਰਿਤੁ ਪੀਵਉ ॥
ଗୁରୁଙ୍କ ଦ୍ଵାରା ପ୍ରଦାନ ହୋଇଥିବା ଈଶ୍ଵର ଉପାସନା ରୂପୀ ସଚ୍ଚା ଅମୃତପାନ କର,
ਸਹਜਿ ਮਰਉ ਜੀਵਤ ਹੀ ਜੀਵਉ ॥
ଏହିଭଳି ସହଜ ସ୍ଵାଭାବିକ ବିଷୟ ବିକାର ଠାରୁ ଦୂରେଇ ଯାଏ,
ਅਪਣੋ ਕਰਿ ਰਾਖਹੁ ਗੁਰ ਭਾਵੈ ॥
ଯଦି ଗୁରୁଙ୍କୁ ଉପଯୁକ୍ତ ଲାଗିଥାଏ ତେବେ ନିଜର କରି ରଖିବେ।
ਤੁਮਰੋ ਹੋਇ ਸੁ ਤੁਝਹਿ ਸਮਾਵੈ ॥੭॥
ଯିଏ ତୁମର (ଭକ୍ତ) ହୋଇଥାଏ,ସେ ତୁମ ଠାରେ ହିଁ ବିଲୀନ ହୋଇଯାଏ।।।7।।
ਭੋਗੀ ਕਉ ਦੁਖੁ ਰੋਗ ਵਿਆਪੈ ॥
ଭୋଗୀ ବ୍ୟକ୍ତିକୁ ଦୁଃଖ ରୋଗ ବିରକ୍ତ କରିଥାନ୍ତି,”
ਘਟਿ ਘਟਿ ਰਵਿ ਰਹਿਆ ਪ੍ਰਭੁ ਜਾਪੈ ॥
ପରନ୍ତୁ ଯେ ପ୍ରଭୁଙ୍କ ଅର୍ଚ୍ଚନା କରିଥାଏ,ତାହାକୁ ସବୁ ଠାରେ ପ୍ରଭୁ ହିଁ ଦୃଷ୍ଟି ଗୋଚର ହୋଇଥାନ୍ତି।
ਸੁਖ ਦੁਖ ਹੀ ਤੇ ਗੁਰ ਸਬਦਿ ਅਤੀਤਾ ॥
ଗୁରୁଙ୍କ ବଚନ ଠାରୁ ସେ ସଂସାରର ସୁଖ ଦୁଃଖ ଠାରୁ ନିର୍ଲିପ୍ତ ରହିଥାଏ।
ਨਾਨਕ ਰਾਮੁ ਰਵੈ ਹਿਤ ਚੀਤਾ ॥੮॥੪॥
ଗୁରୁ ନାନକ ପ୍ରାର୍ଥନା କରନ୍ତି ଯେ ସେ ପ୍ରେମ ପୂର୍ବକ ହୋଇ ଈଶ୍ଵରଙ୍କ ଉପାସନାରେ ରତ ରହିଥାଏ॥8॥4॥
ਬਸੰਤੁ ਮਹਲਾ ੧ ਇਕ ਤੁਕੀਆ ॥
ବସନ୍ତ ମହଲା 1 ଏକ ତୁକିଆ
ਮਤੁ ਭਸਮ ਅੰਧੂਲੇ ਗਰਬਿ ਜਾਹਿ ॥
ଆରେ ମୂର୍ଖ! ଶରୀରରେ ଭସ୍ମ ଲଗାଇ ଅଭିମାନ କରିବା ଉଚିତ ନୁହେଁ,
ਇਨ ਬਿਧਿ ਨਾਗੇ ਜੋਗੁ ਨਾਹਿ ॥੧॥
କାରଣ ନାଗା ହୋଇକରି ଏହି ବିଧିରେ ଯୋଗ ହୁଏ ନାହିଁ ।।1।।
ਮੂੜ੍ਹ੍ਹੇ ਕਾਹੇ ਬਿਸਾਰਿਓ ਤੈ ਰਾਮ ਨਾਮ ॥
ହେ ମୂର୍ଖ ! ତୁ ଇଶ୍ଵରଙ୍କ ନାମ କାହିଁକି ଭୁଲି ଯାଇଛୁ ,
ਅੰਤ ਕਾਲਿ ਤੇਰੈ ਆਵੈ ਕਾਮ ॥੧॥ ਰਹਾਉ ॥
କାରଣ ଅନ୍ତିମ ସମୟରେ ଏହା ହିଁ ତୋର କାମରେ ଆସିବ ।।1।।ରୁହ।।
ਗੁਰ ਪੂਛਿ ਤੁਮ ਕਰਹੁ ਬੀਚਾਰੁ ॥
ଗୁରୁଙ୍କୁ ପଚାରି ତୁମେ ଚିନ୍ତନ କରି ନିଅ,
ਜਹ ਦੇਖਉ ਤਹ ਸਾਰਿਗਪਾਣਿ ॥੨॥
ଯେଉଁଠିକୁ ମଧ୍ୟ ଦୃଷ୍ଟି ଯାଉଛି, ସେଇଠି ଇଶ୍ଵର ହିଁ ବିଦ୍ୟମାନ ଅଛନ୍ତି।।।2।।
ਕਿਆ ਹਉ ਆਖਾ ਜਾਂ ਕਛੂ ਨਾਹਿ ॥
ହେ ପରମେଶ୍ବର ! ଯେତେବେଳେ କିଛି ମଧ୍ୟ ନିଜର ନାହିଁ,କେମିତି କହିପାରିବି, ଏଇଟା ମୋର
ਜਾਤਿ ਪਤਿ ਸਭ ਤੇਰੈ ਨਾਇ ॥੩॥
ତୋର ନାମ ହିଁ ମୋର ଜାତି ଏବଂ ପ୍ରତିଷ୍ଠା ଅଟେ ।। 3 ।।
ਕਾਹੇ ਮਾਲੁ ਦਰਬੁ ਦੇਖਿ ਗਰਬਿ ਜਾਹਿ ॥
ତୁ ଧନ ଦୌଲତକୁ ଦେଖି କାହିଁକି ଅଭିମାନ କରୁଛୁ,
ਚਲਤੀ ਬਾਰ ਤੇਰੋ ਕਛੂ ਨਾਹਿ ॥੪॥
କାରଣ ସଂସାରରୁ ଯିବା ସମୟରେ ତୋ ସହ କିଛି ମଧ୍ୟ ଯିବ ନାହିଁ ।।4।।
ਪੰਚ ਮਾਰਿ ਚਿਤੁ ਰਖਹੁ ਥਾਇ ॥
ପାଞ୍ଚ ବିକାରକୁ ନିୟନ୍ତ୍ରଣ କରି ନିଜ ମନ ସ୍ଥିର କରି ରଖ,
ਜੋਗ ਜੁਗਤਿ ਕੀ ਇਹੈ ਪਾਂਇ ॥੫॥
ଯୋଗ ଉକ୍ତିର ଏହା ଆଧାର ଅଟେ।। 5।।
ਹਉਮੈ ਪੈਖੜੁ ਤੇਰੇ ਮਨੈ ਮਾਹਿ ॥
ତୋର ମନରେ ଅଭିମାନର ବନ୍ଧନ ପଡ଼ି ଯାଇଛି,
ਹਰਿ ਨ ਚੇਤਹਿ ਮੂੜੇ ਮੁਕਤਿ ਜਾਹਿ ॥੬॥
ହେ ମୂର୍ଖ ! ଇଶ୍ଵରଙ୍କ ତୁ ଚିନ୍ତନ କରୁ ନାହୁଁ, ଯେଉଁଥିରେ ମୁକ୍ତି ପ୍ରାପ୍ତ ହୋଇପାରିବ ।। 6 ।।
ਮਤ ਹਰਿ ਵਿਸਰਿਐ ਜਮ ਵਸਿ ਪਾਹਿ ॥ ਅੰਤ ਕਾਲਿ ਮੂੜੇ ਚੋਟ ਖਾਹਿ ॥੭॥
ପରମାତ୍ମାଙ୍କୁ ଭୁଲ ନାହିଁ, ଅନ୍ୟଥା ଯମ ବାନ୍ଧି ନେବ, ତୁ ଅନ୍ତକାଳରେ କଷ୍ଟ ଭୋଗ କରିବୁ॥7॥