ਗੁਰ ਸਬਦੁ ਬੀਚਾਰਹਿ ਆਪੁ ਜਾਇ ॥
ଯେବେ ଗୁରୁ ଉପଦେଶର ଚିନ୍ତନ କରି ଅହଙ୍କାର ଦୂର ହୋଇଥାଏ ତେବେ
ਸਾਚ ਜੋਗੁ ਮਨਿ ਵਸੈ ਆਇ ॥੮॥
ନରେ ସତ୍ୟ ଯୋଗ ବସିଯାଏ।।। 8।।
ਜਿਨਿ ਜੀਉ ਪਿੰਡੁ ਦਿਤਾ ਤਿਸੁ ਚੇਤਹਿ ਨਾਹਿ ॥
ହେ ମୂର୍ଖ ! ଯିଏ ତୋତେ ଶରୀର ଏବଂ ପ୍ରାଣ ଦେଇଛନ୍ତି, ତାହାର ତୁ ଚିନ୍ତନ କରୁ ନାହିଁ ।
ਮੜੀ ਮਸਾਣੀ ਮੂੜੇ ਜੋਗੁ ਨਾਹਿ ॥੯॥
ଶ୍ମଶାନ ଘାଟରେ ମଧ୍ୟ ସତ୍ୟ ଯୋଗ ନାହିଁ ।।9।।
ਗੁਣ ਨਾਨਕੁ ਬੋਲੈ ਭਲੀ ਬਾਣਿ ॥
ନାନକ ଏହି କଲ୍ୟାଣକାରୀ ଏବଂ ଭଲ କଥା କହନ୍ତି ଯେ
ਤੁਮ ਹੋਹੁ ਸੁਜਾਖੇ ਲੇਹੁ ਪਛਾਣਿ ॥੧੦॥੫॥
ତୁମେ ଜ୍ଞାନବାନ ହୋଇକରି ସତ୍ୟକୁ ଚିହ୍ନି ନିଅ।।10।। 5।।
ਬਸੰਤੁ ਮਹਲਾ ੧ ॥
ବସନ୍ତ ମହଲା 1 ।।
ਦੁਬਿਧਾ ਦੁਰਮਤਿ ਅਧੁਲੀ ਕਾਰ ॥
ଦୁନିଆ ଏବଂ ଦୁର୍ମତି ଅନ୍ଧ କାର୍ଯ୍ୟରେ ପ୍ରବୃତ୍ତ କରିଥାଏ ଏବଂ
ਮਨਮੁਖਿ ਭਰਮੈ ਮਝਿ ਗੁਬਾਰ ॥੧॥
ସ୍ଵେଚ୍ଛାଚାରୀ ଖୁସିରେ ପଥଭ୍ରଷ୍ଟ ରହିଥାଏ॥1॥
ਮਨੁ ਅੰਧੁਲਾ ਅੰਧੁਲੀ ਮਤਿ ਲਾਗੈ ॥
ଅଜ୍ଞାନ ମନ ଅନ୍ଧ ମତିରେ ହିଁ ଲୀନ ରହିଥାଏ ଏବଂ
ਗੁਰ ਕਰਣੀ ਬਿਨੁ ਭਰਮੁ ਨ ਭਾਗੈ ॥੧॥ ਰਹਾਉ ॥
ଗୁରୁଙ୍କ ଦ୍ଵାରା କୁହାଯାଇଥିବା କାର୍ଯ୍ୟ ନକରି ତାହାର ଭ୍ରମ ଦୂର କରି ହେବ ନାହିଁ ।।1।।ରୁହ।।
ਮਨਮੁਖਿ ਅੰਧੁਲੇ ਗੁਰਮਤਿ ਨ ਭਾਈ ॥
ଅନ୍ଧ ସ୍ୱେଛାଚାରୀକୁ ଗୁରୁମତ ଭଲ ଲାଗେ ନାହିଁ ।
ਪਸੂ ਭਏ ਅਭਿਮਾਨੁ ਨ ਜਾਈ ॥੨॥
ଏହିଭଳି ସେ ପଶୁ ହୋଇଯାଏ ଏବଂ ତାହାର ଅଭିମାନ ଦୂର ହୁଏ ନାହିଁ ।।2।।
ਲਖ ਚਉਰਾਸੀਹ ਜੰਤ ਉਪਾਏ ॥
ଇଶ୍ଵର ଚଉରାଶି ଲକ୍ଷ୍ୟ ଯୋନିର ଜୀବକୁ ଉତ୍ପନ୍ନ କରିଛନ୍ତି,
ਮੇਰੇ ਠਾਕੁਰ ਭਾਣੇ ਸਿਰਜਿ ਸਮਾਏ ॥੩॥
ଯେବେ ମୋ ମାଲିକଙ୍କ ଇଛା ଥାଏ ତେବେ ସେ ତାହାର ରଚନା କରି ଦିଅନ୍ତି ଏବଂ ସେ ତାହା ଠାରେ ବିଲୀନ ହୋଇଯାଆନ୍ତି।।।3।।
ਸਗਲੀ ਭੂਲੈ ਨਹੀ ਸਬਦੁ ਅਚਾਰੁ ॥
ଯାହା ପାଖରେ ଶବ୍ଦ ଗୁରୁ ଏବଂ ଠିକ୍ ଜୀବନ ଆଚରଣ ନାହିଁ, ଏମିତି ସବୁ ଲୋକ ଭୁଲି ଯାଆନ୍ତି।
ਸੋ ਸਮਝੈ ਜਿਸੁ ਗੁਰੁ ਕਰਤਾਰੁ ॥੪॥
ଏହି ତଥ୍ୟକୁ ସେ ହିଁ ବୁଝେ, ଯାହାର ଗୁରୁ ପରମେଶ୍ବର ମାର୍ଗଦର୍ଶନ କରିଥାନ୍ତି।।4।।
ਗੁਰ ਕੇ ਚਾਕਰ ਠਾਕੁਰ ਭਾਣੇ ॥
ଗୁରୁଙ୍କ ସେବକ ଇଶ୍ଵରଙ୍କ ଇଛାରେ ଖୁସି ରହିଥାଏ।
ਬਖਸਿ ਲੀਏ ਨਾਹੀ ਜਮ ਕਾਣੇ ॥੫॥
ପରମେଶ୍ବର କୃପା କରି ତାଙ୍କୁ ବଞ୍ଚାଇ ଦିଅନ୍ତି ଏବଂ ସେ ଯମଙ୍କ ଫାଶରେ ପଡନ୍ତି ନାହିଁ ।।।5।।
ਜਿਨ ਕੈ ਹਿਰਦੈ ਏਕੋ ਭਾਇਆ ॥
ଯାହାର ହୃଦୟକୁ ଇଶ୍ଵର ମୋହିଛନ୍ତି ,
ਆਪੇ ਮੇਲੇ ਭਰਮੁ ਚੁਕਾਇਆ ॥੬॥
ସେ ସ୍ୱୟଂ ହିଁ ମିଶିକରି ଭ୍ରମ ଦୂର କରି ଦିଅନ୍ତି ।।।6।।
ਬੇਮੁਹਤਾਜੁ ਬੇਅੰਤੁ ਅਪਾਰਾ ॥
ସ୍ରଷ୍ଟା ପରମେଶ୍ବର କାହା ଉପରେ ନିର୍ଭର ନୁହନ୍ତି,ସେ ଅନନ୍ତ ଏବଂ ଅପାର ଅଟନ୍ତି,
ਸਚਿ ਪਤੀਜੈ ਕਰਣੈਹਾਰਾ ॥੭
ସେହି କର୍ତ୍ତା ପୁରୁଷ ସତ୍ୟ ଏବଂ କିର୍ତ୍ତିଗାନ ଦ୍ଵାରା ହିଁ ପ୍ରସନ୍ନ ହୋଇଥାଏ।।7।।
ਨਾਨਕ ਭੂਲੇ ਗੁਰੁ ਸਮਝਾਵੈ ॥
ଗୁରୁ ନାନକ କହନ୍ତି ଯେ ଭୁଲ୍ କରୁଥିବା ଜୀବକୁ ଗୁରୁ ହିଁ ବୁଝାଇକରି ଠିକ୍ ରାସ୍ତା ଦେଖାନ୍ତି,
ਏਕੁ ਦਿਖਾਵੈ ਸਾਚਿ ਟਿਕਾਵੈ ॥੮॥੬॥
ସେ ଜଣେ ପରମ ସତ୍ୟକୁ ଦେଖାଇ ଥାଆନ୍ତି ଏବଂ ସତ୍ୟରେ ସ୍ଥିର କରିଥାନ୍ତି।।8।।6।।
ਬਸੰਤੁ ਮਹਲਾ ੧ ॥
ବସନ୍ତ ମହଲା 1 ।।
ਆਪੇ ਭਵਰਾ ਫੂਲ ਬੇਲਿ ॥
ଇଶ୍ଵର ସ୍ୱୟଂ ହିଁ ଭ୍ରମର,ଫୁଲ ଏବଂ
ਆਪੇ ਸੰਗਤਿ ਮੀਤ ਮੇਲਿ ॥੧॥
ସେ ସ୍ୱୟଂ ହିଁ ସଜ୍ଜନ ମାନଙ୍କ ସାଙ୍ଗରେ ମିଶିଯିବେ ।।1।।
ਐਸੀ ਭਵਰਾ ਬਾਸੁ ਲੇ ॥
ଏମିତି ଭ୍ରମର ସୁଗନ୍ଧ ପ୍ରାପ୍ତ କର ଯେ
ਤਰਵਰ ਫੂਲੇ ਬਨ ਹਰੇ ॥੧॥ ਰਹਾਉ ॥
ଗଛ – ପତ୍ର, ଫଳ ଫୁଲ, ବନ ସବୁ ହରାଭରା ଲାଗିବ ।।1।।ରୁହ।।
ਆਪੇ ਕਵਲਾ ਕੰਤੁ ਆਪਿ ॥
ଲକ୍ଷ୍ମୀ ଏବଂ ଲକ୍ଷ୍ମୀପତି ନାରାୟଣ ସ୍ୱୟଂ ହିଁ ଅଟନ୍ତି ।
ਆਪੇ ਰਾਵੇ ਸਬਦਿ ਥਾਪਿ ॥੨॥
ସେ ଶବ୍ଦରେ ସ୍ଥିର ହୋଇକରି ସ୍ୱୟଂ ହିଁ ରମଣ କରୁଛନ୍ତି।।2।।
ਆਪੇ ਬਛਰੂ ਗਊ ਖੀਰੁ ॥
ବାଛୁରୀ,ଗାଈ ଏବଂ କ୍ଷୀର ମଧ୍ୟ ସେ ସ୍ୱୟଂ ହିଁ ଅଟନ୍ତି।
ਆਪੇ ਮੰਦਰੁ ਥੰਮ੍ਹ੍ਹੁ ਸਰੀਰੁ ॥੩॥
ସେ ସ୍ୱୟଂ ହିଁ ଶରୀର ରୂପୀ ମନ୍ଦିରକୁ ସ୍ଥାପିତ ରଖୁଥିବା ସ୍ତମ୍ଭ ଅଟନ୍ତି।।3।।
ਆਪੇ ਕਰਣੀ ਕਰਣਹਾਰੁ ॥
ସେ ସ୍ୱୟଂ ହିଁ କାରଣ ଏବଂ କରିବା ବାଲା ମଧ୍ୟ ସେ ହିଁ ଅଟନ୍ତି ଏବଂ
ਆਪੇ ਗੁਰਮੁਖਿ ਕਰਿ ਬੀਚਾਰੁ ॥੪॥
ସେ ସ୍ୱୟଂ ହିଁ ଗୁରୁମୁଖୀ ହୋଇକରି ଚିନ୍ତନ କରିଥାନ୍ତି।।4।।
ਤੂ ਕਰਿ ਕਰਿ ਦੇਖਹਿ ਕਰਣਹਾਰੁ ॥
ହେ ସ୍ରଷ୍ଟା! ତୁମେ ସର୍ବ ଶକ୍ତିମାନ ଅଟ ଏବଂ ସୃଷ୍ଟି ରଚନା କରି ତୁମେ ହିଁ ସମ୍ଭାଳୁ ଅଛ।
ਜੋਤਿ ਜੀਅ ਅਸੰਖ ਦੇਇ ਅਧਾਰੁ ॥੫॥
ତୁମେ ଅସଂଖ୍ୟ ଜୀବ ମାନଙ୍କୁ ନିଜର ଜ୍ୟୋତି ଦ୍ଵାରା ଆଶ୍ରା ଦେଇଛ।।।5।।
ਤੂ ਸਰੁ ਸਾਗਰੁ ਗੁਣ ਗਹੀਰੁ ॥
ତୁମେ ଗୁଣର ସରୋବର ଏବଂ ଗମ୍ଭୀର ସାଗର ଅଟ।
ਤੂ ਅਕੁਲ ਨਿਰੰਜਨੁ ਪਰਮ ਹੀਰੁ ॥੬॥
ତୁମେ କୁଳାତୀତ, କାଳିମା ଠାରୁ ଉପରେ ହୀରା ଅଟ ।।6।।
ਤੂ ਆਪੇ ਕਰਤਾ ਕਰਣ ਜੋਗੁ ॥
ତୁମେ ହିଁ ତିଆରି କରିଛ, ସବୁକିଛି କରିବାରେ ପରିପୂର୍ଣ୍ଣ ଅଟ ।
ਨਿਹਕੇਵਲੁ ਰਾਜਨ ਸੁਖੀ ਲੋਗੁ ॥੭॥
ତୁମେ ସ୍ଵାଧୀନ ରାଜା ଏବଂ ତୁମର ପ୍ରଜା ସୁଖୀ ଅଟନ୍ତି।। 7 ।।
ਨਾਨਕ ਧ੍ਰਾਪੇ ਹਰਿ ਨਾਮ ਸੁਆਦਿ ॥
ହେ ନାନକ ! ପରମାତ୍ମାଙ୍କ ନାମ ସ୍ୱାଦରୁ ହିଁ ତୃପ୍ତି ହୋଇଥାଏ ଏବଂ
ਬਿਨੁ ਹਰਿ ਗੁਰ ਪ੍ਰੀਤਮ ਜਨਮੁ ਬਾਦਿ ॥੮॥੭॥
ପ୍ରିୟତମ ଗୁରୁ ପରମେଶ୍ବରଙ୍କ ବିନା ଜୀବନ ବ୍ୟର୍ଥ ଅଟେ।। 8।।7।।
ਬਸੰਤੁ ਹਿੰਡੋਲੁ ਮਹਲਾ ੧ ਘਰੁ ੨
ବସନ୍ତ ହିଣ୍ଡୋଲ ମହଲା 1 ଘର
ੴ ਸਤਿਗੁਰ ਪ੍ਰਸਾਦਿ ॥
ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ଈଶ୍ଵରଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਨਉ ਸਤ ਚਉਦਹ ਤੀਨਿ ਚਾਰਿ ਕਰਿ ਮਹਲਤਿ ਚਾਰਿ ਬਹਾਲੀ ॥
ହେ ସୃଷ୍ଟିକର୍ତ୍ତା! ନବଖଣ୍ଡ, ସପ୍ତଦୀପ, ଚଉଦ ଭବନ, ତିନି ଲୋକ ଏବଂ ଚାରି ଯୁଗର ରଚନା କରି ତୁମେ ସମ୍ପୂର୍ଣ୍ଣ ସୃଷ୍ଟିର ସ୍ଥାପନ କରିଛ।
ਚਾਰੇ ਦੀਵੇ ਚਹੁ ਹਥਿ ਦੀਏ ਏਕਾ ਏਕਾ ਵਾਰੀ ॥੧॥
ବେଦ ରୂପୀ ଚାରି ଦୀପ ଯଥା ସତ୍ୟଯୁଗ,ତ୍ରେତୟା,ଦ୍ୱାପର ଏବଂ କଳିଯୁଗକୁ ଗୋଟିଏ ଗୋଟିଏ ଯୁଗର ଆଖ୍ୟା ଦିଆଗଲା।।1।।
ਮਿਹਰਵਾਨ ਮਧੁਸੂਦਨ ਮਾਧੌ ਐਸੀ ਸਕਤਿ ਤੁਮ੍ਹ੍ਹਾਰੀ ॥੧॥ ਰਹਾਉ ॥
ହେ ଦୟାବାନ୍ ପରମେଶ୍ବର ! ତୁମର ଶକ୍ତି ଏମିତି ଅଟେ।।1।।ରୁହ।।
ਘਰਿ ਘਰਿ ਲਸਕਰੁ ਪਾਵਕੁ ਤੇਰਾ ਧਰਮੁ ਕਰੇ ਸਿਕਦਾਰੀ ॥
ସବୁ ଜୀବ ମାନଙ୍କ ମଧ୍ୟରେ ତୁମର ବିଦ୍ୟମାନ ଅଛି,ଏହା ତୋର ସେନା ଅଟେ ଏବଂ ଧର୍ମରାଜ ଏମାନଙ୍କ ଅଧିପତି ଅଟନ୍ତି।
ਧਰਤੀ ਦੇਗ ਮਿਲੈ ਇਕ ਵੇਰਾ ਭਾਗੁ ਤੇਰਾ ਭੰਡਾਰੀ ॥੨॥
ପୃଥିବୀ ବହୁତ ବଡ଼ ଅଟେ, ଯେଉଁଠି ସବୁ କିଛି ମିଳିଯାଏ ଏବଂ କରିଥିବା କର୍ମର ଆଧାରରେ ଫଳ ମିଳିଥାଏ ॥2॥
ਨਾ ਸਾਬੂਰੁ ਹੋਵੈ ਫਿਰਿ ਮੰਗੈ ਨਾਰਦੁ ਕਰੇ ਖੁਆਰੀ ॥
ମନ ସନ୍ତୁଷ୍ଟ ହୁଏ ନାହିଁ , ଜୀବ ବାରମ୍ବାର କାମନା କରିଥାଏ ଏବଂ ଝଗଡ଼ା କରୁଥିବା ବ୍ୟକ୍ତି ଦୁଃଖୀ ହୋଇଥାଏ।