ODIA PAGE 1204

ਪੂਛਉ ਪੂਛਉ ਦੀਨ ਭਾਂਤਿ ਕਰਿ ਕੋਊ ਕਹੈ ਪ੍ਰਿਅ ਦੇਸਾਂਗਿਓ ॥
ମୁଁ ବିନମ୍ରତା ପୂର୍ବକ ପଚାରି ଥାଏ, କେହି ମୋତେ ପ୍ରିୟତମ ପ୍ରଭୁଙ୍କ ଦେଶ ବତାଇ ଦିଅ। 

ਹੀਂਓੁ ਦੇਂਉ ਸਭੁ ਮਨੁ ਤਨੁ ਅਰਪਉ ਸੀਸੁ ਚਰਣ ਪਰਿ ਰਾਖਿਓ ॥੨॥
ମୁଁ ନିଜ ତନ-ମନ ସର୍ବସ୍ଵ ତାହାକୁ ଅର୍ପଣ କରିଦେବି ଏବଂ ନିଜ ମସ୍ତକ ତାହାଙ୍କ ଚରଣରେ ରଖିଦେବି||2||

ਚਰਣ ਬੰਦਨਾ ਅਮੋਲ ਦਾਸਰੋ ਦੇਂਉ ਸਾਧਸੰਗਤਿ ਅਰਦਾਗਿਓ ॥
ମୁଁ ଚରଣ ବନ୍ଦନା କରି ବିନା ମୂଲ୍ୟରେ ତାହାଙ୍କ ଦାସୀ ଅଟେ ଏବଂ ସାଧୁ-ପୁରୁଷଙ୍କ ସଙ୍ଗତରେ ପ୍ରାର୍ଥନା କରିଥାଏ ଯେ 

ਕਰਹੁ ਕ੍ਰਿਪਾ ਮੋਹਿ ਪ੍ਰਭੂ ਮਿਲਾਵਹੁ ਨਿਮਖ ਦਰਸੁ ਪੇਖਾਗਿਓ ॥੩॥
କୃପା କରି ମୋତେ ପ୍ରଭୁଙ୍କ ସହିତ ମିଳାଇ ଦିଅ ଯେପରି ପ୍ରତି କ୍ଷଣରେ ତାହାଙ୍କ ଦର୍ଶନ ପ୍ରାପ୍ତ କରି ପାରିବି||3||

ਦ੍ਰਿਸਟਿ ਭਈ ਤਬ ਭੀਤਰਿ ਆਇਓ ਮੇਰਾ ਮਨੁ ਅਨਦਿਨੁ ਸੀਤਲਾਗਿਓ ॥
ଯେତେବେଳେ କୃପା-ଦୃଷ୍ଟି ହୋଇଥାଏ, ପ୍ରଭୁ ମନରେ ବାସ କରିଥାନ୍ତି ଏବଂ ସବୁ ଦିନ ପାଇଁ ମନ ଶୀତଳ ହୋଇଯାଏ। 

ਕਹੁ ਨਾਨਕ ਰਸਿ ਮੰਗਲ ਗਾਏ ਸਬਦੁ ਅਨਾਹਦੁ ਬਾਜਿਓ ॥੪॥੫॥
ହେ ନାନକ! ସେତେବେଳେ ଆନନ୍ଦ ସହିତ ମଙ୍ଗଳଗାନ କରିଥାଏ ଆଉ ଅନାହତ ଶବ୍ଦ ଗୁଞ୍ଜନ କରିଥାଏ||4||5||

ਸਾਰਗ ਮਹਲਾ ੫ ॥
ସାରଙ୍ଗ ମହଲା 5॥ 

ਮਾਈ ਸਤਿ ਸਤਿ ਸਤਿ ਹਰਿ ਸਤਿ ਸਤਿ ਸਤਿ ਸਾਧਾ ॥
ହେ ମା’ ସଚ୍ଚିଦାନନ୍ଦ ପରମେଶ୍ଵର ସତ୍ୟ ଅଟନ୍ତି, ଶାଶ୍ଵତ ସ୍ୱରୂପ ଅଟନ୍ତି ଏବଂ ସାଧୁ ପୁରୁଷ ମଧ୍ୟ ସତ୍ୟ ଅଟନ୍ତି।

ਬਚਨੁ ਗੁਰੂ ਜੋ ਪੂਰੈ ਕਹਿਓ ਮੈ ਛੀਕਿ ਗਾਂਠਰੀ ਬਾਧਾ ॥੧॥ ਰਹਾਉ ॥
ଗୁରୁ ଯେଉଁ ପୂର୍ଣ୍ଣ ବଚନ କହିଥାନ୍ତି, ମୁଁ ତାହାକୁ ସାଇତି କରି ରଖିଥାଏ॥1॥ରୁହ॥

ਨਿਸਿ ਬਾਸੁਰ ਨਖਿਅਤ੍ਰ ਬਿਨਾਸੀ ਰਵਿ ਸਸੀਅਰ ਬੇਨਾਧਾ ॥
ଦିନରାତି, ନକ୍ଷତ୍ର ନଶ୍ଵର ଅଟେ, ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ୟ ନଶ୍ଵର ଅଟେ। 

ਗਿਰਿ ਬਸੁਧਾ ਜਲ ਪਵਨ ਜਾਇਗੋ ਇਕਿ ਸਾਧ ਬਚਨ ਅਟਲਾਧਾ ॥੧॥
ପର୍ବତ, ପୃଥିବୀ, ଜଳ, ପବନ ଇତ୍ୟାଦି ସମାପ୍ତ ହୋଇଯାଏ, ଏକମାତ୍ର ସାଧୁଙ୍କ ବଚନ ଅଟଳ ଅଟେ||1||

ਅੰਡ ਬਿਨਾਸੀ ਜੇਰ ਬਿਨਾਸੀ ਉਤਭੁਜ ਸੇਤ ਬਿਨਾਧਾ ॥
ଅଣ୍ଡାରୁ ଉତ୍ପନ୍ନ ହେଉଥିବା ଜୀବ, ସ୍ଵେଦ, ବନସ୍ପତି ଓ ମା’ର ଗର୍ଭରୁ ରୁ ଉତ୍ପନ୍ନ ହେଉଥିବା ସମସ୍ତେ ନଶ୍ଵର ଅଟନ୍ତି।

ਚਾਰਿ ਬਿਨਾਸੀ ਖਟਹਿ ਬਿਨਾਸੀ ਇਕਿ ਸਾਧ ਬਚਨ ਨਿਹਚਲਾਧਾ ॥੨॥
ଚାରି ବେଦ ତଥା ଛଅ ଶାସ୍ତ୍ର ମଧ୍ୟ ନଷ୍ଟ ହୋଇଯାଏ, କେବଳ ସାଧୁଙ୍କ ବଚନ ନିଶ୍ଚଳ ଅଟେ||2||

ਰਾਜ ਬਿਨਾਸੀ ਤਾਮ ਬਿਨਾਸੀ ਸਾਤਕੁ ਭੀ ਬੇਨਾਧਾ ॥
ରଜ, ତମ ଓ ସତ୍ତ୍ଵ ଗୁଣ ମଧ୍ୟ ନଷ୍ଟ ହୋଇଯାଏ।

ਦ੍ਰਿਸਟਿਮਾਨ ਹੈ ਸਗਲ ਬਿਨਾਸੀ ਇਕਿ ਸਾਧ ਬਚਨ ਆਗਾਧਾ ॥੩॥
ନେତ୍ରରେ ଯାହା ସବୁ ଦେଖାଯାଏ, ସବୁ ନଶ୍ଵର ଅଟେ, କେବଳ ସାଧୁଙ୍କ ବଚନ ଅଟଳ ଅଟେ||3||

ਆਪੇ ਆਪਿ ਆਪ ਹੀ ਆਪੇ ਸਭੁ ਆਪਨ ਖੇਲੁ ਦਿਖਾਧਾ ॥
ସ୍ଵୟଂ ପରମାତ୍ମା ହିଁ ସର୍ବସ୍ଵ ଅଟନ୍ତି ଆଉ ନିଜ ଲୀଳା ସବୁ ଦେଖିଥାନ୍ତି।

ਪਾਇਓ ਨ ਜਾਈ ਕਹੀ ਭਾਂਤਿ ਰੇ ਪ੍ਰਭੁ ਨਾਨਕ ਗੁਰ ਮਿਲਿ ਲਾਧਾ ॥੪॥੬॥
ନାନକ କହନ୍ତି ଯେ ହେ ଭାଇ! କୌଣସି ଉପାୟରେ ପାଇବା ସମ୍ଭବ ନୁହେଁ, ପରନ୍ତୁ ଗୁରୁ ମିଳିଗଲେ ପ୍ରଭୁ ପ୍ରାପ୍ତ ହୋଇଯାନ୍ତି||4||6||

ਸਾਰਗ ਮਹਲਾ ੫ ॥
ସାରଙ୍ଗ ମହଲା 5॥ 

ਮੇਰੈ ਮਨਿ ਬਾਸਿਬੋ ਗੁਰ ਗੋਬਿੰਦ ॥
ମୋର ମନରେ ଗୁରୁ ପରମେଶ୍ଵର ହିଁ ବାସ କରୁଛନ୍ତି। 

ਜਹਾਂ ਸਿਮਰਨੁ ਭਇਓ ਹੈ ਠਾਕੁਰ ਤਹਾਂ ਨਗਰ ਸੁਖ ਆਨੰਦ ॥੧॥ ਰਹਾਉ ॥
ଯେଉଁଠି ମାଲିକଙ୍କ ସ୍ମରଣ ହୋଇଥାଏ, ସେଠାରେ ସୁଖ ଓ ଆନନ୍ଦ ସ୍ଥିତ ହୋଇଥାଏ॥1॥ରୁହ॥

ਜਹਾਂ ਬੀਸਰੈ ਠਾਕੁਰੁ ਪਿਆਰੋ ਤਹਾਂ ਦੂਖ ਸਭ ਆਪਦ ॥
ଯେଉଁଠି ପ୍ରିୟ ପ୍ରଭୁ ଭୁଲି ହୋଇଯାନ୍ତି, ସେଇଠି ଦୁଃଖ ଏବଂ ବିପତ୍ତି ଘରକୁ ଆସିଥାଏ। 

ਜਹ ਗੁਨ ਗਾਇ ਆਨੰਦ ਮੰਗਲ ਰੂਪ ਤਹਾਂ ਸਦਾ ਸੁਖ ਸੰਪਦ ॥੧॥
ଯେଉଁଠି ପରମେଶ୍ଵରଙ୍କ ଆନନ୍ଦ ମଙ୍ଗଳ-ରୂପଙ୍କ ଗୁଣଗାନ ହୋଇଥାଏ, ସେଠାରେ ସର୍ବଦା ସୁଖ ମିଳିଥାଏ। ||1||

ਜਹਾ ਸ੍ਰਵਨ ਹਰਿ ਕਥਾ ਨ ਸੁਨੀਐ ਤਹ ਮਹਾ ਭਇਆਨ ਉਦਿਆਨਦ ॥
ଯେଉଁଠି ସଜ୍ଜନ ପୁରୁଷଙ୍କ ସଙ୍ଗତରେ ପରମେଶ୍ଵରଙ୍କ ସଙ୍କୀର୍ତ୍ତନ ହୋଇଥାଏ, ସେଠାରେ ଆନନ୍ଦ ରହିଥାଏ॥1॥

ਜਹਾਂ ਕੀਰਤਨੁ ਸਾਧਸੰਗਤਿ ਰਸੁ ਤਹ ਸਘਨ ਬਾਸ ਫਲਾਂਨਦ ॥੨॥
ଯେଉଁଠି କାନରେ ହରିକଥା ଶୁଣାଯାଏ ନାହିଁ, ସେଠାରେ ମହା ଭୟାନକ ରାକ୍ଷସ ରହିଥାଏ||2||

ਬਿਨੁ ਸਿਮਰਨ ਕੋਟਿ ਬਰਖ ਜੀਵੈ ਸਗਲੀ ਅਉਧ ਬ੍ਰਿਥਾਨਦ ॥
ଭଗବାନଙ୍କ ସ୍ମରଣ ବିନା କୋଟି କୋଟି ବର୍ଷ ବଞ୍ଚିବା ମଧ୍ୟ ବ୍ୟର୍ଥ ଅଟେ ଆଉ ସମସ୍ତ ଆୟୁଷ ବ୍ୟର୍ଥ ହିଁ ସିଦ୍ଧ ହୋଇଥାଏ।

ਏਕ ਨਿਮਖ ਗੋਬਿੰਦ ਭਜਨੁ ਕਰਿ ਤਉ ਸਦਾ ਸਦਾ ਜੀਵਾਨਦ ॥੩॥
ଯଦି ଏକ କ୍ଷଣ ଗୋବିନ୍ଦଙ୍କ ଭଜନ କରାଯାଏ, ତାହାହେଲେ ସବୁଦିନ ପାଇଁ ଜୀବନ ଆନନ୍ଦମୟ ହୋଇଯାଏ||3||

ਸਰਨਿ ਸਰਨਿ ਸਰਨਿ ਪ੍ਰਭ ਪਾਵਉ ਦੀਜੈ ਸਾਧਸੰਗਤਿ ਕਿਰਪਾਨਦ ॥
କୃପା କରି ସଜ୍ଜନ ପୁରୁଷଙ୍କ ସଙ୍ଗତ ପ୍ରଦାନ କର, ଯେପରି ପ୍ରଭୁଙ୍କ ଶରଣ ପାଇବି। 

ਨਾਨਕ ਪੂਰਿ ਰਹਿਓ ਹੈ ਸਰਬ ਮੈ ਸਗਲ ਗੁਣਾ ਬਿਧਿ ਜਾਂਨਦ ॥੪॥੭॥
ନାନକ କହନ୍ତି ଯେ ସର୍ବଶକ୍ତିମାନ, ସର୍ବ ଗୁଣର ଭଣ୍ଡାର ପରମେଶ୍ଵର ସବୁଙ୍କ ଠାରେ ପୂର୍ଣ୍ଣ ରୂପରେ ବ୍ୟାପ୍ତ ଅଛନ୍ତି||4||7||

ਸਾਰਗ ਮਹਲਾ ੫
ସାରଙ୍ଗ ମହଲା 5॥

ਅਬ ਮੋਹਿ ਰਾਮ ਭਰੋਸਉ ਪਾਏ ॥
ବର୍ତ୍ତମାନ, ମୁଁ ରାମଙ୍କ ଭରସା ପ୍ରାପ୍ତ କରିଛି,

ਜੋ ਜੋ ਸਰਣਿ ਪਰਿਓ ਕਰੁਣਾਨਿਧਿ ਤੇ ਤੇ ਭਵਹਿ ਤਰਾਏ ॥੧॥ ਰਹਾਉ ॥
ଯିଏ କରୁଣାର ଭଣ୍ଡାର ପରମେଶ୍ଵରଙ୍କ ଶରଣରେ ପଡିଅଛି, ସେ ସଂସାର-ସାଗରରୁ ପାର ହୋଇ ଯାଇଛି॥1॥ରୁହ॥

ਸੁਖਿ ਸੋਇਓ ਅਰੁ ਸਹਜਿ ਸਮਾਇਓ ਸਹਸਾ ਗੁਰਹਿ ਗਵਾਏ ॥
ବର୍ତ୍ତମାନ, ମୁଁ ଖୁସି ଓ ପରମ ଆନନ୍ଦରେ ଲୀନ ଅଛି, ଗୁରୁ ମୋର ଶଙ୍କା ଦୂର କରି ଦେଇଛନ୍ତି।

ਜੋ ਚਾਹਤ ਸੋਈ ਹਰਿ ਕੀਓ ਮਨ ਬਾਂਛਤ ਫਲ ਪਾਏ ॥੧॥
ଯାହା ଚାହିଁ ଥିଲି,  ତାହା ସଂପୂର୍ଣ୍ଣ କରି ଦେଇଛନ୍ତି ଏବଂ ମୋତେ ମନୋବାଞ୍ଚିତ ଫଳ ପ୍ରାପ୍ତ ହୋଇ ଯାଇଛି||1||

ਹਿਰਦੈ ਜਪਉ ਨੇਤ੍ਰ ਧਿਆਨੁ ਲਾਵਉ ਸ੍ਰਵਨੀ ਕਥਾ ਸੁਨਾਏ ॥
ମୁଁ ହୃଦୟରେ ପ୍ରଭୁଙ୍କ ନାମ ଜପ କରିଥାଏ, ନେତ୍ର ତାହାଙ୍କ ଧ୍ୟାନରେ ଲୀନ ରହିଥାଏ ଏବଂ କାନରେ ହରିକଥା ଶୁଣିଥାଏ। 

error: Content is protected !!