ਅਟਲ ਅਖਇਓ ਦੇਵਾ ਮੋਹਨ ਅਲਖ ਅਪਾਰਾ ॥
ହେ ମୋହନ ଦେବ! ତୁ ଅଲକ୍ଷ୍ୟ, ଅପରାମ୍ପର, ଅଟଳ ଏବଂ ଅନଶ୍ଵର ଅଟୁ।
ਦਾਨੁ ਪਾਵਉ ਸੰਤਾ ਸੰਗੁ ਨਾਨਕ ਰੇਨੁ ਦਾਸਾਰਾ ॥੪॥੬॥੨੨॥
ନାନକ ବନ୍ଦନା କରନ୍ତି ଯେ ତାହାଙ୍କୁ ସନ୍ଥଙ୍କ ସଙ୍ଗତ ଏବଂ ଭକ୍ତଜନଙ୍କ ଚରଣ-ଧୂଳିର ଦାନ ଉପଲବ୍ଧ ହେଉ||4||6||22||
ਮਾਰੂ ਮਹਲਾ ੫ ॥
ମାରୁ ମହଲା 5॥
ਤ੍ਰਿਪਤਿ ਆਘਾਏ ਸੰਤਾ ॥ ਗੁਰ ਜਾਨੇ ਜਿਨ ਮੰਤਾ ॥
ସେହି ସନ୍ଥଜନ ତୃପ୍ତ ଓ ସନ୍ତୁଷ୍ଟ ହୋଇ ଯାଇଛନ୍ତି, ଯିଏ ଗୁରୁଙ୍କ ମନ୍ତ୍ର ଜାଣି ନେଇଛନ୍ତି।
ਤਾ ਕੀ ਕਿਛੁ ਕਹਨੁ ਨ ਜਾਈ ॥ ਜਾ ਕਉ ਨਾਮ ਬਡਾਈ ॥੧॥
ତାହାଙ୍କ ମହିମା ବ୍ୟକ୍ତ କରାଯାଇ ପାରିବ ନାହିଁ, ଯାହାକୁ ନାମର ବଡିମା ମିଳିଥାଏ॥1॥
ਲਾਲੁ ਅਮੋਲਾ ਲਾਲੋ ॥ ਅਗਹ ਅਤੋਲਾ ਨਾਮੋ ॥੧॥ ਰਹਾਉ ॥
ମୋର ପ୍ରିୟ ପ୍ରଭୁ ଅମୂଲ୍ୟ ରତ୍ନ ଅଟନ୍ତି, ଯାହାର ନାମ ଅମୂଲ୍ୟ ଓ ଗମ୍ଭୀର ଅଟେ॥1॥ରୁହ॥
ਅਵਿਗਤ ਸਿਉ ਮਾਨਿਆ ਮਾਨੋ ॥
ଯାହାର ମନ ଈଶ୍ଵରଙ୍କ ସହିତ ଲୀନ ହୋଇ ଯାଇଛି,
ਗੁਰਮੁਖਿ ਤਤੁ ਗਿਆਨੋ ॥
ସେହି ଗୁରୁମୁଖୀକୁ ପରମ ତତ୍ତ୍ଵର ଜ୍ଞାନ ପ୍ରାପ୍ତ ହୋଇ ଯାଇଛି।
ਪੇਖਤ ਸਗਲ ਧਿਆਨੋ ॥
ସେ ନିଜ ମନର ଅଭିମାନ ତ୍ୟାଗ କରି ଦେଇଛି,
ਤਜਿਓ ਮਨ ਤੇ ਅਭਿਮਾਨੋ ॥੨॥
ଭଗବାନଙ୍କ ଠାରେ ଧ୍ୟାନ ଲଗାଇ ରହିଥାଏ||2||
ਨਿਹਚਲੁ ਤਿਨ ਕਾ ਠਾਣਾ ॥
ତାହାର ସ୍ଥାନ ନିଶ୍ଚଳ ବନି ଯାଏ,
ਗੁਰ ਤੇ ਮਹਲੁ ਪਛਾਣਾ ॥
ଯିଏ ଗୁରୁ ଦ୍ଵାରା ନିଜ ସଚ୍ଚା ଘରକୁ ଜାଣି ନିଏ।
ਅਨਦਿਨੁ ਗੁਰ ਮਿਲਿ ਜਾਗੇ ॥ ਹਰਿ ਕੀ ਸੇਵਾ ਲਾਗੇ ॥੩॥
ସେ ଗୁରୁଙ୍କ ସହିତ ମିଶି ରାତି-ଦିନ ଜାଗ୍ରତ ରହିଥାଏ ଏବଂ ଭଗବାନଙ୍କ ଭକ୍ତିରେ ଲୀନ ରହିଥାଏ||3||
ਪੂਰਨ ਤ੍ਰਿਪਤਿ ਅਘਾਏ ॥ ਸਹਜ ਸਮਾਧਿ ਸੁਭਾਏ ॥
ସେ ପୂର୍ଣ୍ଣ ତୃପ୍ତ ଏବଂ ସନ୍ତୁଷ୍ଟ ରହିଥାଏ ଏବଂ ସ୍ଵାଭାବିକ ଭାବରେ ସମାଧିସ୍ଥ ହୋଇ ସତ୍ୟରେ ଲୀନ ରହିଥାଏ।
ਹਰਿ ਭੰਡਾਰੁ ਹਾਥਿ ਆਇਆ ॥ ਨਾਨਕ ਗੁਰ ਤੇ ਪਾਇਆ ॥੪॥੭॥੨੩॥
ହରିନାମ ରୂପୀ ଭଣ୍ଡାର ହାତରେ ଆସିଛି, ହେ ନାନକ! ଯାହା ଗୁରୁଙ୍କ କୃପାରୁ ଉପଲବ୍ଧ ହୋଇଥାଏ||4||7||23||
ਮਾਰੂ ਮਹਲਾ ੫ ਘਰੁ ੬ ਦੁਪਦੇ
ମାରୁ ମହଲା 5 ଘର 6 ଦୁପଦୀ
ੴ ਸਤਿਗੁਰ ਪ੍ਰਸਾਦਿ ॥
ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ ହୋଇଥାଏ।
ਛੋਡਿ ਸਗਲ ਸਿਆਣਪਾ ਮਿਲਿ ਸਾਧ ਤਿਆਗਿ ਗੁਮਾਨੁ ॥
ସବୁ ଚତୁରତା ତ୍ୟାଗ କର, ସାଧୁଙ୍କ ସହିତ ମିଶି ଅହଂ ତ୍ୟାଗ କର।
ਅਵਰੁ ਸਭੁ ਕਿਛੁ ਮਿਥਿਆ ਰਸਨਾ ਰਾਮ ਰਾਮ ਵਖਾਨੁ ॥੧॥
ଅନ୍ୟସବୁ କିଛି ମିଥ୍ୟା ଅଟେ, ଏଥିପାଇଁ ଜିହ୍ଵାରେ ରାମନାମ ଜପ କର||1||
ਮੇਰੇ ਮਨ ਕਰਨ ਸੁਣਿ ਹਰਿ ਨਾਮੁ ॥
ହେ ମନ! କାନରେ ହରିନାମର ସ୍ତୁତି ଶୁଣ;
ਮਿਟਹਿ ਅਘ ਤੇਰੇ ਜਨਮ ਜਨਮ ਕੇ ਕਵਨੁ ਬਪੁਰੋ ਜਾਮੁ ॥੧॥ ਰਹਾਉ ॥
ଏହା ଦ୍ଵାରା ତୋର ଜନ୍ମ-ଜନ୍ମାନ୍ତରର ପାପ ଦୂର ହୋଇଯିବ, ପୁଣି ବିଚରା ଯମ କଣ ବିଗାଡି ପାରିବ॥1॥ରୁହ॥
ਦੂਖ ਦੀਨ ਨ ਭਉ ਬਿਆਪੈ ਮਿਲੈ ਸੁਖ ਬਿਸ੍ਰਾਮੁ ॥
ଦୁଃଖ, ନିର୍ଦ୍ଧନତା ଏବଂ ଭୟ ପ୍ରଭାବିତ କରେ ନାହିଁ ଏବଂ ସୁଖ-ଶାନ୍ତି ପ୍ରାପ୍ତ ହୋଇଥାଏ।
ਗੁਰ ਪ੍ਰਸਾਦਿ ਨਾਨਕੁ ਬਖਾਨੈ ਹਰਿ ਭਜਨੁ ਤਤੁ ਗਿਆਨੁ ॥੨॥੧॥੨੪॥
ନାନକ କହନ୍ତି ଯେ ଗୁରୁ-କୃପାରୁ ହରି-ଭଜନ କରିବା ଦ୍ଵାରା ହିଁ ପରମତତ୍ତ୍ଵର ଜ୍ଞାନ ହୋଇଥାଏ||2||1||24||
ਮਾਰੂ ਮਹਲਾ ੫ ॥
ମାରୁ ମହଲା 5॥
ਜਿਨੀ ਨਾਮੁ ਵਿਸਾਰਿਆ ਸੇ ਹੋਤ ਦੇਖੇ ਖੇਹ ॥
ଯିଏ ହରିନାମକୁ ଭୁଲି ଯାଇଛି, ସେ ଧ୍ଵଂସ ହୋଇଥାଏ।
ਪੁਤ੍ਰ ਮਿਤ੍ਰ ਬਿਲਾਸ ਬਨਿਤਾ ਤੂਟਤੇ ਏ ਨੇਹ ॥੧॥
ପୁତ୍ର, ମିତ୍ର ଏବଂ ପତ୍ନୀ ଯାହା ସହିତ ମନୁଷ୍ୟ ବିଳାସ କରିଥାଏ, ସେହି ସବୁ ସ୍ନେହ ଭାଙ୍ଗି ଯାଏ||1||
ਮੇਰੇ ਮਨ ਨਾਮੁ ਨਿਤ ਨਿਤ ਲੇਹ ॥
ହେ ମୋର ମନ! ନିତ୍ୟ ନାମ ସ୍ମରଣ କର;
ਜਲਤ ਨਾਹੀ ਅਗਨਿ ਸਾਗਰ ਸੂਖੁ ਮਨਿ ਤਨਿ ਦੇਹ ॥੧॥ ਰਹਾਉ ॥
ଏହାଦ୍ୱାରା ତୃଷ୍ଣା ରୂପୀ ଅଗ୍ନି ସାଗରରେ ଜଳିବାକୁ ପଡେ ନାହିଁ ଏବଂ ମନ-ତନକୁ ସୁଖ ଉପଲବ୍ଧ ହୋଇଥାଏ॥1॥ରୁହ॥
ਬਿਰਖ ਛਾਇਆ ਜੈਸੇ ਬਿਨਸਤ ਪਵਨ ਝੂਲਤ ਮੇਹ ॥
ଯେପରି ବୃକ୍ଷର ଛାୟା ନାଶ ହୋଇଯାଏ, ବାୟୁ ବାଦଲ ଉଡି ଚାଲିଯାଏ, ସେହିପରି ହିଁ ଦୁନିଆର ରଙ୍ଗ ଚାଲିଯାଏ।
ਹਰਿ ਭਗਤਿ ਦ੍ਰਿੜੁ ਮਿਲੁ ਸਾਧ ਨਾਨਕ ਤੇਰੈ ਕਾਮਿ ਆਵਤ ਏਹ ॥੨॥੨॥੨੫॥
ହେ ନାନକ! ସାଧୁଙ୍କ ସହିତ ମିଶି ଭଗବାନଙ୍କ ଭକ୍ତି ଦୃଢ କର, ଏହା ହିଁ ତୁମର କାମ||2||2||25||
ਮਾਰੂ ਮਹਲਾ ੫ ॥
ମାରୁ ମହଲା 5॥
ਪੁਰਖੁ ਪੂਰਨ ਸੁਖਹ ਦਾਤਾ ਸੰਗਿ ਬਸਤੋ ਨੀਤ ॥
ସୁଖ ଦେବା ବାଲା ପୂର୍ଣ୍ଣ ପରମେଶ୍ଵର ନିରନ୍ତର ଭକ୍ତଙ୍କ ସହିତ ରହିଥାନ୍ତି।
ਮਰੈ ਨ ਆਵੈ ਨ ਜਾਇ ਬਿਨਸੈ ਬਿਆਪਤ ਉਸਨ ਨ ਸੀਤ ॥੧॥
ସେ ଜନ୍ମ-ମରଣ ରହିତ ଓ ଅନଶ୍ଵର ଅଟନ୍ତି ଏବଂ ତାହାଙ୍କ ଉପରେ ଗରମ ଓ ଥଣ୍ଡାର ପ୍ରଭାବ ପଡେ ନାହିଁ ||1||
ਮੇਰੇ ਮਨ ਨਾਮ ਸਿਉ ਕਰਿ ਪ੍ਰੀਤਿ ॥
ହେ ମୋର ମନ! ପ୍ରଭୁ-ନାମ ସହିତ ପ୍ରୀତି କର;
ਚੇਤਿ ਮਨ ਮਹਿ ਹਰਿ ਹਰਿ ਨਿਧਾਨਾ ਏਹ ਨਿਰਮਲ ਰੀਤਿ ॥੧॥ ਰਹਾਉ ॥
ମନରେ ହରିନାମ ରୂପୀ ନିଧିକୁ ସ୍ମରଣ କର, ଏହା ହିଁ ନିର୍ମଳ ଜୀବନ-ଆଚରଣ ଅଟେ॥1॥ରୁହ॥
ਕ੍ਰਿਪਾਲ ਦਇਆਲ ਗੋਪਾਲ ਗੋਬਿਦ ਜੋ ਜਪੈ ਤਿਸੁ ਸੀਧਿ ॥
ଯିଏ ଦୟାଳୁ, କୃପାଳୁ ଈଶ୍ଵରଙ୍କ ନାମ ଜପ କରିଥାଏ, ତାହାକୁ ସର୍ବସିଦ୍ଧି ଉପଲବ୍ଧ ହୋଇଥାଏ।
ਨਵਲ ਨਵਤਨ ਚਤੁਰ ਸੁੰਦਰ ਮਨੁ ਨਾਨਕ ਤਿਸੁ ਸੰਗਿ ਬੀਧਿ ॥੨॥੩॥੨੬॥
ହେ ନାନକ! ଏହି ମନ ସତେଜ, ନବ ନୂତନ, ଚତୁର ଏବଂ ସୁନ୍ଦର ପ୍ରଭୁଙ୍କ ସହିତ ଲୀନ ହୋଇ ଯାଇଛି||2||3||26||
ਮਾਰੂ ਮਹਲਾ ੫ ॥
ମାରୁ ମହଲା 5॥
ਚਲਤ ਬੈਸਤ ਸੋਵਤ ਜਾਗਤ ਗੁਰ ਮੰਤ੍ਰੁ ਰਿਦੈ ਚਿਤਾਰਿ ॥
ହେ ମାନବ! ସର୍ବଦା ପ୍ରତି କ୍ଷଣରେ ଗୁରୁମନ୍ତ୍ର ସ୍ମରଣ କର।
ਚਰਣ ਸਰਣ ਭਜੁ ਸੰਗਿ ਸਾਧੂ ਭਵ ਸਾਗਰ ਉਤਰਹਿ ਪਾਰਿ ॥੧॥
ସନଥଙ୍କ ସହିତ ପ୍ରଭୁ-ଚରଣର ଭଜନ କର, ଭବସାଗରରୁ ମୁକ୍ତି ସମ୍ଭବ ହେବ||1||