odia page 101

ਜੋ ਜੋ ਪੀਵੈ ਸੋ ਤ੍ਰਿਪਤਾਵੈ ॥
ଯେ କେହି ବି ଏହି ହରି-ରସକୁ ପାନ କରେ, ସେ ପ୍ରସନ୍ନ ରହିଥାଏ।

ਅਮਰੁ ਹੋਵੈ ਜੋ ਨਾਮ ਰਸੁ ਪਾਵੈ ॥
ଯିଏ ନାମ ରସକୁ ପ୍ରାପ୍ତ କରିନିଏ, ସେ ଅମର ହୋଇଯାଏ।

ਨਾਮ ਨਿਧਾਨ ਤਿਸਹਿ ਪਰਾਪਤਿ ਜਿਸੁ ਸਬਦੁ ਗੁਰੂ ਮਨਿ ਵੂਠਾ ਜੀਉ ॥੨॥
ନାମର ନିଧି ତାହାକୁ ମିଳିଥାଏ, ଯାହାର ହୃଦୟରେ ଗୁରୁଙ୍କ ବାଣୀ ବାସ କରିଥାଏ ॥2॥

ਜਿਨਿ ਹਰਿ ਰਸੁ ਪਾਇਆ ਸੋ ਤ੍ਰਿਪਤਿ ਅਘਾਨਾ ॥
ଯିଏ ହରି-ରସକୁ ପାଇଛି, ସେ ତୃପ୍ତ ହୋଇଯାଇଛି।

ਜਿਨਿ ਹਰਿ ਸਾਦੁ ਪਾਇਆ ਸੋ ਨਾਹਿ ਡੁਲਾਨਾ ॥
ଯେଉଁ ବ୍ୟକ୍ତି ହରି-ରସର ସ୍ଵାଦ ପ୍ରାପ୍ତ କରିଛି, ସେ କେବେ ବିଚଳିତ ହୁଏ ନାହିଁ।

ਤਿਸਹਿ ਪਰਾਪਤਿ ਹਰਿ ਹਰਿ ਨਾਮਾ ਜਿਸੁ ਮਸਤਕਿ ਭਾਗੀਠਾ ਜੀਉ ॥੩॥
ଭଗବାନଙ୍କ ହରି ନାମ ତାହାକୁ ପ୍ରାପ୍ତ ହୋଇଥାଏ, ଯାହାର କପାଳରେ ଭାଗ୍ୟ ଥାଏ। ॥3॥

ਹਰਿ ਇਕਸੁ ਹਥਿ ਆਇਆ ਵਰਸਾਣੇ ਬਹੁਤੇਰੇ ॥
ପରମାତ୍ମା ଗୁରୁଙ୍କ ହାତରେ ଲାଗନ୍ତି, ଯାହା ଦ୍ଵାରା ବହୁତ ଲାଭ ପ୍ରାପ୍ତ ହୋଇଥାଏ।

ਤਿਸੁ ਲਗਿ ਮੁਕਤੁ ਭਏ ਘਣੇਰੇ ॥
ତାଙ୍କରି ସହିତ ସଙ୍ଗତି କରି ବହୁତ ଲୋକ ମୁକ୍ତ ହୋଇଯାନ୍ତି।

ਨਾਮੁ ਨਿਧਾਨਾ ਗੁਰਮੁਖਿ ਪਾਈਐ ਕਹੁ ਨਾਨਕ ਵਿਰਲੀ ਡੀਠਾ ਜੀਉ ॥੪॥੧੫॥੨੨॥
ନାମର ନିଧି ଗୁରୁଦେବଙ୍କ ଦ୍ଵାରା ହିଁ ପ୍ରାପ୍ତ ହୋଇଥାଏ। ହେ ନାନକ! ସେହି ନାମ ନିଧିର ବିରଳ ପୁରୁଷ ହିଁ ଦର୍ଶନ କରିଛନ୍ତି ॥4॥15॥22॥

ਮਾਝ ਮਹਲਾ ੫ ॥
ମାଝ ମହଲା 5 ॥

ਨਿਧਿ ਸਿਧਿ ਰਿਧਿ ਹਰਿ ਹਰਿ ਹਰਿ ਮੇਰੈ ॥
ହରି-ପରମେଶ୍ଵରଙ୍କ ହରିନାମ ହିଁ ମୋର ନିଧି, ସିଦ୍ଧି ଏବଂ ରିଦ୍ଧି ଅଟେ।

ਜਨਮੁ ਪਦਾਰਥੁ ਗਹਿਰ ਗੰਭੀਰੈ ॥
ଗମ୍ଭୀର ଏବଂ ଗହୀର ଈଶ୍ଵରଙ୍କ ଦୟାରୁ ମୋତେ ଦୁର୍ଲଭ ମନୁଷ୍ୟ ଜନ୍ମ ମିଳିଛି।

ਲਾਖ ਕੋਟ ਖੁਸੀਆ ਰੰਗ ਰਾਵੈ ਜੋ ਗੁਰ ਲਾਗਾ ਪਾਈ ਜੀਉ ॥੧॥
ଯେଉଁ ପ୍ରାଣୀ ଗୁରୁଙ୍କ ଚରଣ-ସେବାରେ ଲାଗିଥାଏ, ସେ କୋଟି କୋଟି ଖୁସି ଓ ଆନନ୍ଦ ଭୋଗିଥାଏ। ॥1॥

ਦਰਸਨੁ ਪੇਖਤ ਭਏ ਪੁਨੀਤਾ ॥
ଗୁରୁଙ୍କ ଦର୍ଶନ କରି ପ୍ରାଣୀ ପବିତ୍ର ହୋଇଯାଏ

ਸਗਲ ਉਧਾਰੇ ਭਾਈ ਮੀਤਾ ॥
ଆଉ ସେ ନିଜେ ଭାଇ ଏବଂ ସଜ୍ଜନକୁ ବଞ୍ଚାଇଦିଏ।

ਅਗਮ ਅਗੋਚਰੁ ਸੁਆਮੀ ਅਪੁਨਾ ਗੁਰ ਕਿਰਪਾ ਤੇ ਸਚੁ ਧਿਆਈ ਜੀਉ ॥੨॥
ଗୁରୁଦେବଙ୍କ ଦୟାରୁ ମୁଁ ନିଜ ଅଗମ୍ୟ, ଅଗୋଚର ଓ ମହାନ ସତ୍ୟ ପରମାତ୍ମାଙ୍କ ଚିନ୍ତନ କରିଥାଏ ॥2॥

ਜਾ ਕਉ ਖੋਜਹਿ ਸਰਬ ਉਪਾਏ ॥
ଯେଉଁ ଭଗବାନଙ୍କୁ ତାଙ୍କରି ଦ୍ଵାରା ଉତ୍ପର୍ଣ୍ଣ ହୋଇଥିବା ସମସ୍ତ ଜୀବ ଚାହିଁ ଥାନ୍ତି,

ਵਡਭਾਗੀ ਦਰਸਨੁ ਕੋ ਵਿਰਲਾ ਪਾਏ ॥
ତାହାଙ୍କ ଦର୍ଶନ କେହି ବିରଳ ଭାଗ୍ୟଶାଳୀ ହିଁ ପ୍ରାପ୍ତ କରିଥାଏ।

ਊਚ ਅਪਾਰ ਅਗੋਚਰ ਥਾਨਾ ਓਹੁ ਮਹਲੁ ਗੁਰੂ ਦੇਖਾਈ ਜੀਉ ॥੩॥
ପ୍ରଭୁଙ୍କ ନିବାସ ସର୍ବୋଚ୍ଚ, ଅପାର ଏବଂ ଅଗୋଚର ଅଟେ ତଥା ଗୁରୁ ମୋତେ ପ୍ରଭୁ ନିବାସର ଦର୍ଶନ କରାଇଛନ୍ତି ॥3॥

ਗਹਿਰ ਗੰਭੀਰ ਅੰਮ੍ਰਿਤ ਨਾਮੁ ਤੇਰਾ ॥
ହେ ପ୍ରଭୁ! ତୁ ଗହୀର ଓ ଗମ୍ଭୀର ଅଟୁ, ତୋର ନାମ ଅମୃତ ରୂପ ଅଟେ।

ਮੁਕਤਿ ਭਇਆ ਜਿਸੁ ਰਿਦੈ ਵਸੇਰਾ ॥
ଯାହାର ହୃଦୟରେ ପ୍ରଭୁ ବାସ କରନ୍ତି, ସେ ମୁକ୍ତ ହୋଇଯାଏ।

ਗੁਰਿ ਬੰਧਨ ਤਿਨ ਕੇ ਸਗਲੇ ਕਾਟੇ ਜਨ ਨਾਨਕ ਸਹਜਿ ਸਮਾਈ ਜੀਉ ॥੪॥੧੬॥੨੩॥
ହେ ନାନକ! ଗୁରୁଦେବ ଯାହାର ସମସ୍ତ ବନ୍ଧନ କାଟି ଦେଇଛନ୍ତି, ସେ ସ୍ଵାଭାବିକ ଭାବରେ ପ୍ରଭୁଙ୍କ ଠାରେ ବିଲୀନ ହୋଇଯାଏ ॥4॥16॥23॥

ਮਾਝ ਮਹਲਾ ੫ ॥
ମାଝ ମହଲା 5 ॥

ਪ੍ਰਭ ਕਿਰਪਾ ਤੇ ਹਰਿ ਹਰਿ ਧਿਆਵਉ ॥
ପ୍ରଭୁଙ୍କ କୃପାରୁ ମୁଁ ହରି-ପରମେଶ୍ଵରଙ୍କ ଧ୍ୟାନ କରୁଅଛି।

ਪ੍ਰਭੂ ਦਇਆ ਤੇ ਮੰਗਲੁ ਗਾਵਉ ॥
ପ୍ରଭୁଙ୍କ ଦୟାରୁ ମୁଁ ତାଙ୍କରି ମଙ୍ଗଳ ଗାନ କରୁଅଛି।

ਊਠਤ ਬੈਠਤ ਸੋਵਤ ਜਾਗਤ ਹਰਿ ਧਿਆਈਐ ਸਗਲ ਅਵਰਦਾ ਜੀਉ ॥੧॥
ଉଠିବା, ବସିବା, ଶୋଇବା ଆଉ ଜାଗିବା ସବୁ ଅବସ୍ଥାରେ ଆମେ ହରିଙ୍କ ଧ୍ୟାନ କରିବା ଉଚିତ ॥1॥

ਨਾਮੁ ਅਉਖਧੁ ਮੋ ਕਉ ਸਾਧੂ ਦੀਆ ॥
ସନ୍ଥ ମୋତେ ନାମ ରୂପୀ ଔଷଧ ପ୍ରଦାନ କରିଛନ୍ତି।

ਕਿਲਬਿਖ ਕਾਟੇ ਨਿਰਮਲੁ ਥੀਆ ॥
ସେ ମୋର ସମସ୍ତ ପାପ କାଟି ଦେଇଛନ୍ତି ଆଉ ମୁଁ ପବିତ୍ର ହୋଇଯାଇଛି।

ਅਨਦੁ ਭਇਆ ਨਿਕਸੀ ਸਭ ਪੀਰਾ ਸਗਲ ਬਿਨਾਸੇ ਦਰਦਾ ਜੀਉ ॥੨॥
ମୋର ସବୁ ପୀଡା ଦୂର ହୋଇଯାଇଛି ଆଉ ମୋର କଷ୍ଟ ଚାଲିଯାଇଛି ତଥା ବଡ ଆନନ୍ଦ ପ୍ରାପ୍ତ ହେଉଛି ॥2॥

ਜਿਸ ਕਾ ਅੰਗੁ ਕਰੇ ਮੇਰਾ ਪਿਆਰਾ ॥
ମୋର ପ୍ରିୟତମ ପ୍ରଭୁ ଯାହାର ସହାୟତା କରନ୍ତି,

ਸੋ ਮੁਕਤਾ ਸਾਗਰ ਸੰਸਾਰਾ ॥
ସେ ସଂସାର ସାଗରରୁ ମୁକ୍ତ ହୋଇଯାଏ।

ਸਤਿ ਕਰੇ ਜਿਨਿ ਗੁਰੂ ਪਛਾਤਾ ਸੋ ਕਾਹੇ ਕਉ ਡਰਦਾ ਜੀਉ ॥੩॥
ଯେଉଁ ବ୍ୟକ୍ତି ଗୁରୁଙ୍କ ସତ୍ୟ ରୂପ ଜାଣିଦେଇଛି, ସେ ମୃତ୍ୟୁ ଦ୍ଵାରା କାହିଁକି ଭୟଭୀତ ହେବ? ॥3॥

ਜਬ ਤੇ ਸਾਧੂ ਸੰਗਤਿ ਪਾਏ ॥
ଯେବେଠାରୁ ମୁଁ ସାଧୁଙ୍କ ସଙ୍ଗତି ପ୍ରାପ୍ତ କରିଅଛି,

ਗੁਰ ਭੇਟਤ ਹਉ ਗਈ ਬਲਾਏ ॥
ସେବେଠାରୁ ଗୁରୁଙ୍କୁ ମିଳିବାର ଅହଂକାରର ଭୁତ ଦୂର ହୋଇଯାଇଛି।

ਸਾਸਿ ਸਾਸਿ ਹਰਿ ਗਾਵੈ ਨਾਨਕੁ ਸਤਿਗੁਰ ਢਾਕਿ ਲੀਆ ਮੇਰਾ ਪੜਦਾ ਜੀਉ ॥੪॥੧੭॥੨੪॥
ହେ ପ୍ରଭୁ! ପ୍ରତି ଶ୍ଵାସରେ ନାନକ ପରମାତ୍ମାଙ୍କ କୀର୍ତ୍ତି ଗାନ କରନ୍ତି। ସଦଗୁରୁ ମୋର ପାପ ନଷ୍ଟ କରିଦେଇଛନ୍ତି ॥4॥17॥24॥

ਮਾਝ ਮਹਲਾ ੫ ॥
ମାଝ ମହଲା 5 ॥

ਓਤਿ ਪੋਤਿ ਸੇਵਕ ਸੰਗਿ ਰਾਤਾ ॥
ଭଗବାନ ନିଜ ସେବକ ସହିତ ସଂପୂର୍ଣ୍ଣ ଭାବରେ ମିଶି ରହନ୍ତି।

ਪ੍ਰਭ ਪ੍ਰਤਿਪਾਲੇ ਸੇਵਕ ਸੁਖਦਾਤਾ ॥
ସୁଖଦାତା ପରମେଶ୍ଵର ନିଜ ସେବକଙ୍କୁ ପାଳନ କରନ୍ତି।

ਪਾਣੀ ਪਖਾ ਪੀਸਉ ਸੇਵਕ ਕੈ ਠਾਕੁਰ ਹੀ ਕਾ ਆਹਰੁ ਜੀਉ ॥੧॥
ହେ ଇଶ୍ଵର! ଯେଉଁ ଭକ୍ତ ତୋର ଭଜନରେ ଲୀନ ଅଛି, ମୁଁ ତାହାର ଘରେ ପାଣି ଭରିଦେବି, ବିଞ୍ଚି ଦେବି, ଏବଂ ଅଟା ପେଶିଦେବି ॥1॥

ਕਾਟਿ ਸਿਲਕ ਪ੍ਰਭਿ ਸੇਵਾ ਲਾਇਆ ॥
ହେ ପରମାତ୍ମା! ତୁମେ ମୋର ବାସନା ରୂପୀ ଫାଶିକୁ କାଟି ମୋତେ ନିଜ ସେବାରେ ପ୍ରବୃତ୍ତ କରିଛ।

ਹੁਕਮੁ ਸਾਹਿਬ ਕਾ ਸੇਵਕ ਮਨਿ ਭਾਇਆ ॥
ଏଥିପାଇଁ, ପ୍ରଭୁଙ୍କ ହୁକୁମ ସେବକଙ୍କ ମନକୁ ଭଲ ଲାଗିଥାଏ।

ਸੋਈ ਕਮਾਵੈ ਜੋ ਸਾਹਿਬ ਭਾਵੈ ਸੇਵਕੁ ਅੰਤਰਿ ਬਾਹਰਿ ਮਾਹਰੁ ਜੀਉ ॥੨॥
ସେବକ ସେହି କର୍ମ କରେ ଯାହା ପ୍ରଭୁଙ୍କ ମନକୁ ଭଲ ଲାଗିଥାଏ। ଏଥିପାଇଁ, ସେବକ ଭିତର ବାହାର ସେବା କରିବାରେ ପରିପକ୍ଵ ହୋଇଯାଏ ॥2॥

ਤੂੰ ਦਾਨਾ ਠਾਕੁਰੁ ਸਭ ਬਿਧਿ ਜਾਨਹਿ ॥
ହେ ପ୍ରଭୁ! ତୁମେ ବୁଦ୍ଧିମାନ ସ୍ଵାମୀ ଅଟ ଆଉ ସବୁ ଯୁକ୍ତିରେ ସର୍ବଜ୍ଞ ଅଟ।

error: Content is protected !!