Odia Page 100

ਰੇਨੁ ਸੰਤਨ ਕੀ ਮੇਰੈ ਮੁਖਿ ਲਾਗੀ ॥
ଯେତେବେଳେ ସନ୍ଥଙ୍କ ଚରଣର ଧୂଳି ମୋ’ କପାଳରେ ଲାଗିଛି,

ਦੁਰਮਤਿ ਬਿਨਸੀ ਕੁਬੁਧਿ ਅਭਾਗੀ ॥
ସେତେବେଳେ ମୋର ଦୁଷ୍ଟ ବୁଦ୍ଧି ଆଉ କୁବୁଦ୍ଧି ଲୁପ୍ତ ହୋଇଯାଇଛି।

ਸਚ ਘਰਿ ਬੈਸਿ ਰਹੇ ਗੁਣ ਗਾਏ ਨਾਨਕ ਬਿਨਸੇ ਕੂਰਾ ਜੀਉ ॥੪॥੧੧॥੧੮॥
ହେ ନାନକ! ଏବେ ମୁଁ ସତ୍ୟ ଘରେ ବସିଅଛି ଆଉ ପରମାତ୍ମାଙ୍କ ଯଶୋଗାନ କରୁଅଛି। ମୋର ଅନ୍ତଃ ମନରୁ ମୋର ମିଥ୍ୟା ମଧ୍ୟ ନାଶ ହୋଇଯାଇଛି ॥4॥111॥18॥

ਮਾਝ ਮਹਲਾ ੫ ॥
ମାଝ ମହଲା 5 ॥

ਵਿਸਰੁ ਨਾਹੀ ਏਵਡ ਦਾਤੇ ॥
ହେ ଏତେ ମହାନ ଦାନଶୀଳ ପ୍ରଭୁ! ମୁଁ ତୂତେ କଦାପି ବିସ୍ମୃତ ନ କରେ,

ਕਰਿ ਕਿਰਪਾ ਭਗਤਨ ਸੰਗਿ ਰਾਤੇ ॥
ଏଥିପାଇଁ, ମୋ’ ଉପରେ ଏପରି କୃପା କର ଯେ ମୋର ମନ ତୋର ଭକ୍ତଙ୍କ ପ୍ରେମରେ ମଗ୍ନ ରହିବ।

ਦਿਨਸੁ ਰੈਣਿ ਜਿਉ ਤੁਧੁ ਧਿਆਈ ਏਹੁ ਦਾਨੁ ਮੋਹਿ ਕਰਣਾ ਜੀਉ ॥੧॥
ହେ ପ୍ରଭୁ! ତୋତେ ଯେଉଁ ଭଳି ଭଲ ଲାଗେ, ମୋତେ ଏହି ଦାନ ଦିଅ ଯେ ଦିନ ରାତି ମୁଁ ତୋର ହିଁ ସ୍ମରଣ କରୁଅଛି ॥1॥

ਮਾਟੀ ਅੰਧੀ ਸੁਰਤਿ ਸਮਾਈ ॥
ଜୀବଙ୍କ ଶରୀର ଜ୍ଞାନହୀନ ମାଟିରେ ବନିଥାଏ ଆଉ ଏହି ଶରୀରରେ ଚେତନ ଓ ବିବେକ ଦିଆଯାଇଛି।

ਸਭ ਕਿਛੁ ਦੀਆ ਭਲੀਆ ਜਾਈ ॥
ହେ ପ୍ରଭୁ! ତୁ ଜୀବନକୁ ସବୁ କିଛି ଦେଉଛୁ। ତୁ ଜୀବଙ୍କୁ ରହିବା ପାଇଁ ଭଲ ସ୍ଥାନ ଦେଉଛୁ

ਅਨਦ ਬਿਨੋਦ ਚੋਜ ਤਮਾਸੇ ਤੁਧੁ ਭਾਵੈ ਸੋ ਹੋਣਾ ਜੀਉ ॥੨॥
ଆଉ ଏହି ଜୀବ ବିଭିନ୍ନ ପ୍ରକାରର ବିଳାସ, ବିନୋଦ, ଆଶ୍ଚର୍ଯ୍ୟମୟୀ କୌତୁକ ଏବଂ ମନୋରଞ୍ଜନ ପ୍ରାପ୍ତ କରିଥାଏ। ତୋତେ ଯାହା ଭଲ ଲାଗେ ତାହା ହିଁ ହୋଇଥାଏ ॥2॥

ਜਿਸ ਦਾ ਦਿਤਾ ਸਭੁ ਕਿਛੁ ਲੈਣਾ ॥
(ସେହି ପରମାତ୍ମାଙ୍କୁ ସ୍ମରଣ କର)ଯେଉଁ ଭଗବାନଙ୍କ ଦ୍ଵାରା ଯାହା ଦିଆହୋଇଛି ଆମେ ସବୁ କିଛି ନେଉଛନ୍ତି

ਛਤੀਹ ਅੰਮ੍ਰਿਤ ਭੋਜਨੁ ਖਾਣਾ ॥
ଆଉ ଛତିଶ ପ୍ରକାରର ଭୋଜନ ଖାଉଛ।

ਸੇਜ ਸੁਖਾਲੀ ਸੀਤਲੁ ਪਵਣਾ ਸਹਜ ਕੇਲ ਰੰਗ ਕਰਣਾ ਜੀਉ ॥੩॥
ଆମକୁ ସୁଖଦାୟକ ଶେଯ ଶୋଇବା ପାଇଁ ମିଳିଛି, ଆମେ ଶୀତଳ ପବନର ଆନନ୍ଦ ନେଉଛୁ ତଥା ବିଳାସପୂର୍ଣ୍ଣ କ୍ରିଡା କରୁଅଛୁ ॥3॥

ਸਾ ਬੁਧਿ ਦੀਜੈ ਜਿਤੁ ਵਿਸਰਹਿ ਨਾਹੀ ॥
ହେ ପ୍ରିୟତମ ପ୍ରଭୁ!ମୋତେ ସେହି ବୁଦ୍ଧି ଦିଅ, ଯାହା ତୋତେ ବିସ୍ମୃତ କରେ ନାହିଁ।

ਸਾ ਮਤਿ ਦੀਜੈ ਜਿਤੁ ਤੁਧੁ ਧਿਆਈ ॥
ମୋତେ ଏପରି ମତି ପ୍ରଦାନ କର ଯାହା ଦ୍ଵାରା ମୁଁ ତୋହର ହିଁ ଧ୍ୟାନ କରୁଥିବି।

ਸਾਸ ਸਾਸ ਤੇਰੇ ਗੁਣ ਗਾਵਾ ਓਟ ਨਾਨਕ ਗੁਰ ਚਰਣਾ ਜੀਉ ॥੪॥੧੨॥੧੯॥
ହେ ପ୍ରଭୁ ! ନିଜର ପ୍ରତ୍ୟେକ ଶ୍ଵାସରେ ମୁଁ ତୋର ଯଶୋଗାନ କରୁଛି। ନାନକ ଗୁରୁଙ୍କ ଚରଣର ଶରଣ ନେଇଛନ୍ତି ॥4॥12॥19॥

ਮਾਝ ਮਹਲਾ ੫ ॥
ମାଝ ମହଲା 5 ॥

ਸਿਫਤਿ ਸਾਲਾਹਣੁ ਤੇਰਾ ਹੁਕਮੁ ਰਜਾਈ ॥
ହେ ପ୍ରଭୁ! ତୋର ମହିମା-ସ୍ତୁତି କରିବା ହିଁ ତୋର ହୁକୁମ ଏବଂ ଇଚ୍ଛାକୁ ମାନିବା ଅଟେ।

ਸੋ ਗਿਆਨੁ ਧਿਆਨੁ ਜੋ ਤੁਧੁ ਭਾਈ ॥
ତୋତେ ଯାହା ଭଲ ଲାଗେ, ତାହାକୁ ଭଲ ଭାବିବା ହିଁ ଜ୍ଞାନ ଏବଂ ଧ୍ୟାନ ଅଟେ।

ਸੋਈ ਜਪੁ ਜੋ ਪ੍ਰਭ ਜੀਉ ਭਾਵੈ ਭਾਣੈ ਪੂਰ ਗਿਆਨਾ ਜੀਉ ॥੧॥
ଯାହା ପୂଜ୍ୟ ପ୍ରଭୁଙ୍କୁ ଭଲ ଲାଗେ, ତାହା ଜପ ଅଟେ, ତାହାଙ୍କ ଇଚ୍ଛାରେ ହିଁ ରହିବା ପୂର୍ଣ୍ଣ ଜ୍ଞାନ ଅଟେ। ॥1॥

ਅੰਮ੍ਰਿਤੁ ਨਾਮੁ ਤੇਰਾ ਸੋਈ ਗਾਵੈ ॥ ਜੋ ਸਾਹਿਬ ਤੇਰੈ ਮਨਿ ਭਾਵੈ ॥
ହେ ପ୍ରଭୁ ତୋର ନାମ ଅମୃତ ଅଟେ, ପରନ୍ତୁ, ଏହି ନାମକୁ ସେ ଗାନ କରେ,

ਤੂੰ ਸੰਤਨ ਕਾ ਸੰਤ ਤੁਮਾਰੇ ਸੰਤ ਸਾਹਿਬ ਮਨੁ ਮਾਨਾ ਜੀਉ ॥੨॥
ଯିଏ ତୋର ମନକୁ ପ୍ରିୟ ଲାଗିଥାଏ।

ਤੂੰ ਸੰਤਨ ਕੀ ਕਰਹਿ ਪ੍ਰਤਿਪਾਲਾ ॥
ତୁମେ ସନ୍ଥଙ୍କ ଆଉ ସନ୍ଥ ତୁମର ଅଟେ। ହେ ସ୍ଵାମୀ! ସନ୍ଥଙ୍କ ଚିତ୍ତ ତୋ ପାଖରେ ମଗ୍ନ ଅଛି ॥2॥

ਸੰਤ ਖੇਲਹਿ ਤੁਮ ਸੰਗਿ ਗੋਪਾਲਾ ॥
ହେ ଇଶ୍ଵର! ତୁମେ ସନ୍ଥଙ୍କ ପାଳନ କରୁଅଛ।

ਸੰਤ ਖੇਲਹਿ ਤੁਮ ਸੰਗਿ ਗੋਪਾਲਾ ॥
ହେ ଗୋପାଳ! ସନ୍ଥ ତୋର ସାଥିରେ ପ୍ରେମର ଖେଳ ଖେଳନ୍ତି।

ਅਪੁਨੇ ਸੰਤ ਤੁਧੁ ਖਰੇ ਪਿਆਰੇ ਤੂ ਸੰਤਨ ਕੇ ਪ੍ਰਾਨਾ ਜੀਉ ॥੩॥
ତୋତେ ନିଜ ସନ୍ଥ ଅତି ପ୍ରିୟ ଲାଗନ୍ତି। ତୁମେ ନିଜ ସନ୍ଥଙ୍କ ପ୍ରାଣ ଅଟ ॥3॥

ਉਨ ਸੰਤਨ ਕੈ ਮੇਰਾ ਮਨੁ ਕੁਰਬਾਨੇ ॥
ମୋର ମନ ସେହି ସନ୍ଥଙ୍କ ପାଖରେ ଉତ୍ସର୍ଗିତ ଅଟେ,

ਜਿਨ ਤੂੰ ਜਾਤਾ ਜੋ ਤੁਧੁ ਮਨਿ ਭਾਨੇ ॥
ଯେଉଁ ମାନେ ତୋତେ ଚିହ୍ନିଛନ୍ତି ଆଉ ଯିଏ ତୋର ମନକୁ ଭଲ ଲାଗେ।

ਤਿਨ ਕੈ ਸੰਗਿ ਸਦਾ ਸੁਖੁ ਪਾਇਆ ਹਰਿ ਰਸ ਨਾਨਕ ਤ੍ਰਿਪਤਿ ਅਘਾਨਾ ਜੀਉ ॥੪॥੧੩॥੨੦॥
ତାଙ୍କରି ସଙ୍ଗତିରେ ରହି ମୁଁ ସର୍ବଦା ସୁଖ ପାଇଛି, ହେ ନାନକ! ହରି ରସର ପାନ କରି ମୁଁ ତୃପ୍ତ ଏବଂ ସନ୍ତୁଷ୍ଟ ହୋଇଯାଇଛି ॥4॥13॥20॥

ਮਾਝ ਮਹਲਾ ੫ ॥
ମାଝ ମହଲା 5 ॥

ਤੂੰ ਜਲਨਿਧਿ ਹਮ ਮੀਨ ਤੁਮਾਰੇ ॥
ହେ ପରମେଶ୍ଵର! ତୁମେ ଜଳନିଧି ଅଟ ଆଉ ଆମେ ଜଳରେ ରହୁଥିବା ମାଛ ଅଟୁ।

ਤੇਰਾ ਨਾਮੁ ਬੂੰਦ ਹਮ ਚਾਤ੍ਰਿਕ ਤਿਖਹਾਰੇ ॥
ତୋର ନାମ ବର୍ଷାର ବୁନ୍ଦା ଅଟେ ଆଉ ଆମେ ତୃଷାର୍ତ୍ତ ପକ୍ଷୀ ଅଟୁ।

ਤੁਮਰੀ ਆਸ ਪਿਆਸਾ ਤੁਮਰੀ ਤੁਮ ਹੀ ਸੰਗਿ ਮਨੁ ਲੀਨਾ ਜੀਉ ॥੧॥
ତୁମେ ହିଁ ମୋର ଆଶା ଅଟ ଆଉ ମୋତେ ତୋର ନାମ ରୂପୀ ଅମୃତ ପାନ କରିବା ତୃଷ୍ଣା ଲାଗୁଅଛି। ମୋ’ ଉପରେ ଏପରି କୃପା କର ଯାହା ଫଳରେ ମୋର ମନ ତୋ’ ଠାରେ ଲୀନ ହେବ। ॥1॥

ਜਿਉ ਬਾਰਿਕੁ ਪੀ ਖੀਰੁ ਅਘਾਵੈ ॥
ଯେପରୋଇ ବାଳକ ଦୁଗ୍ଧ ପାନ କରି ତୃପ୍ତ ହୋଇଯାଏ,

ਜਿਉ ਨਿਰਧਨੁ ਧਨੁ ਦੇਖਿ ਸੁਖੁ ਪਾਵੈ ॥
ଯେପରି ଏକ ନିର୍ଦ୍ଧନ ଦୌଲତ ମିଳିବା ପରେ ପ୍ରସନ୍ନ ହୋଇଥାଏ,

ਤ੍ਰਿਖਾਵੰਤ ਜਲੁ ਪੀਵਤ ਠੰਢਾ ਤਿਉ ਹਰਿ ਸੰਗਿ ਇਹੁ ਮਨੁ ਭੀਨਾ ਜੀਉ ॥੨॥
ଯେପରି ତୃଷାର୍ତ୍ତ ପୁରୁଷ ଶୀତଳ ଜଳ ପାନ କରି ଶୀତଳ ହୋଇଯାଏ, ସେପରି ହିଁ ମୋର ଏହି ମନ ଭଗବାନଙ୍କ ପ୍ରେମରେ ଆର୍ଦ୍ର ହୋଇଯାଇଛି ॥2॥

ਜਿਉ ਅੰਧਿਆਰੈ ਦੀਪਕੁ ਪਰਗਾਸਾ ॥
ଜେଭଳି ଦୀପକ ଅନ୍ଧକାରରେ ପ୍ରକାଶ ଆଣିଥାଏ,

ਭਰਤਾ ਚਿਤਵਤ ਪੂਰਨ ਆਸਾ ॥
ସେହି ଭଳି ନିଜ ପତିଙ୍କ ଧ୍ୟାନ କରୁଥିବା ପତ୍ନୀର ଆଶା ପୁରା ହୋଇଯାଏ,

ਮਿਲਿ ਪ੍ਰੀਤਮ ਜਿਉ ਹੋਤ ਅਨੰਦਾ ਤਿਉ ਹਰਿ ਰੰਗਿ ਮਨੁ ਰੰਗੀਨਾ ਜੀਉ ॥੩॥
ଯେଉଁ ଭଳି ପ୍ରାଣୀ ନିଜ ପ୍ରିୟତମ ସହିତ ମିଳି ପ୍ରସନ୍ନ ହୋଇଥାଏ, ସେହି ଭଳି ହିଁ ମୋର ଏହି ମନ ଭଗବାନଙ୍କ ପ୍ରେମରେ ମଗ୍ନ ହୋଇଯାଇଛି ॥3॥

ਸੰਤਨ ਮੋ ਕਉ ਹਰਿ ਮਾਰਗਿ ਪਾਇਆ ॥
ସନ୍ଥମାନେ ମୋତେ ପ୍ରଭୁଙ୍କ ମାର୍ଗରେ ଲଗାଇ ଦେଇଛନ୍ତି।

ਸਾਧ ਕ੍ਰਿਪਾਲਿ ਹਰਿ ਸੰਗਿ ਗਿਝਾਇਆ ॥
ସନ୍ଥଙ୍କ କୃପାରୁ ମୋର ମନ ଭଗବାନଙ୍କ ଠାରେ ମଗ୍ନ ହୋଇଛି।

ਹਰਿ ਹਮਰਾ ਹਮ ਹਰਿ ਕੇ ਦਾਸੇ ਨਾਨਕ ਸਬਦੁ ਗੁਰੂ ਸਚੁ ਦੀਨਾ ਜੀਉ ॥੪॥੧੪॥੨੧॥
ଭଗବାନ ମୋର ସ୍ଵାମୀ ଅଟନ୍ତି ଆଉ ମୁଁ ଭଗବାନଙ୍କ ସେବକ ଅଟେ। ହେ ନାନକ! ଗୁରୁଦେବ ମୋତେ ସତ୍ୟ ନାମର ଦାନ ଦେଇଛନ୍ତି ॥4॥14॥21॥

ਮਾਝ ਮਹਲਾ ੫ ॥
ମାଝ ମହଲା 5 ॥

ਅੰਮ੍ਰਿਤ ਨਾਮੁ ਸਦਾ ਨਿਰਮਲੀਆ ॥
ଭଗବାନଙ୍କ ଅମୃତମୟୀ ନାମ ସର୍ବଦା ହିଁ ନିର୍ମଳ ରହିଥାଏ।

ਸੁਖਦਾਈ ਦੂਖ ਬਿਡਾਰਨ ਹਰੀਆ ॥
ଭଗବାନ ସୁଖ ଦେବା ବାଲା ଆଉ ଦୁଃଖ ନାଶ କରିବା ବାଲା ଅଟନ୍ତି।

ਅਵਰਿ ਸਾਦ ਚਖਿ ਸਗਲੇ ਦੇਖੇ ਮਨ ਹਰਿ ਰਸੁ ਸਭ ਤੇ ਮੀਠਾ ਜੀਉ ॥੧॥
ହେ ମୋର ମନ! ତୁ ଅନ୍ୟ ସ୍ଵାଦ ଚାଖି ଦେଖିଅଛ, ପରନ୍ତୁ, ହରି ରସ ହିଁ ସବୁଠାରୁ ମିଠା ଅଟେ। ॥1॥

error: Content is protected !!