ਸਚੈ ਊਪਰਿ ਅਵਰ ਨ ਦੀਸੈ ਸਾਚੇ ਕੀਮਤਿ ਪਾਈ ਹੇ ॥੮॥
ସେହି ପରମ ସତ୍ୟଙ୍କ ଠାରୁ ଉପରେ କେହି ନାହାନ୍ତି, ସେ ସ୍ୱୟଂ ହିଁ ସତ୍ୟର ମହିମାକୁ ଜାଣନ୍ତି ।। 8 ।।
ਐਥੈ ਗੋਇਲੜਾ ਦਿਨ ਚਾਰੇ ॥
ଏହିଠାରେ ଜୀବ ଚାରି ଦିନ ପାଇଁ ହିଁ ଆସନ୍ତି,
ਖੇਲੁ ਤਮਾਸਾ ਧੁੰਧੂਕਾਰੇ ॥
ଏହି ଜଗତ ଖେଳ ଅଟେ, ଏବଂ ଜୀବ ଅଜ୍ଞାନତାର ଘୋର ଅନ୍ଧକାରରେ ରହିଥାଏ।
ਬਾਜੀ ਖੇਲਿ ਗਏ ਬਾਜੀਗਰ ਜਿਉ ਨਿਸਿ ਸੁਪਨੈ ਭਖਲਾਈ ਹੇ ॥੯॥
ଯେମିତି କେହି ସପ୍ନରେ ବାଉଳି ହୁଏ, ସେମିତି ହିଁ ଜୀବ ରୂପୀ ବାଜିଗର ନିଜ ଜୀବନର ବାଜି ଖେଳି କରି ଚାଲି ଯାଇଛନ୍ତି।। 9 ।।
ਤਿਨ ਕਉ ਤਖਤਿ ਮਿਲੀ ਵਡਿਆਈ ॥
ତାଙ୍କୁ ହିଁ ସତ୍ୟର ସିଂହାସନରେ ସମ୍ମାନ ମିଳେ
ਨਿਰਭਉ ਮਨਿ ਵਸਿਆ ਲਿਵ ਲਾਈ ॥
ଯେଉଁମାନେ ପରମାତ୍ମାଙ୍କୁ ମନରେ ରଖିଛନ୍ତି, ସେଥିରେ ଲଗ୍ନ ଲଗାଇଛନ୍ତି,
ਖੰਡੀ ਬ੍ਰਹਮੰਡੀ ਪਾਤਾਲੀ ਪੁਰੀਈ ਤ੍ਰਿਭਵਣ ਤਾੜੀ ਲਾਈ ਹੇ ॥੧੦॥
ଖଣ୍ଡ – ବ୍ରହ୍ମାଣ୍ଡ, ପାତାଳ, ଚଉଦ ପୁରୀ ଏବଂ ତିନି ଲୋକରେ ରହୁଥିବା ଜୀବ ମାନେ ସତ୍ୟରେ ହିଁ ସମାଧି ଲଗାଇଛନ୍ତି।। 10।।
ਸਾਚੀ ਨਗਰੀ ਤਖਤੁ ਸਚਾਵਾ ॥
ନିରାକାରଙ୍କ ସତ୍ୟ ଖଣ୍ଡ ରୂପୀ ନଗର ସତ୍ୟ ଅଟେ, ତାଙ୍କରି ସିଂହାସନ ସଦା ଅଟଳ ଅଟେ।
ਗੁਰਮੁਖਿ ਸਾਚੁ ਮਿਲੈ ਸੁਖੁ ਪਾਵਾ ॥
ଯେଉଁ ଗୁରୁମୁଖୀ ସତ୍ୟକୁ ପାଇଯାନ୍ତି, ତାଙ୍କୁ ସୁଖ ମିଳିଯାଏ।
ਸਾਚੇ ਸਾਚੈ ਤਖਤਿ ਵਡਾਈ ਹਉਮੈ ਗਣਤ ਗਵਾਈ ਹੇ ॥੧੧॥
ଯେଉଁ ସତ୍ୟର ସିଂହାସନ ଉପରେ ସମ୍ମାନ ମିଲିଥିଲା, ତାହା ଅଭିମାନକୁ ଲିଭାଇ ଦେଇଛି।। 11 ।।
ਗਣਤ ਗਣੀਐ ਸਹਸਾ ਜੀਐ ॥
ଗଣନା କରିବା ବାଲା ସଂଶୟ ରେ ହିଁ ବଞ୍ଚି ରହିଥାଏ,
ਕਿਉ ਸੁਖੁ ਪਾਵੈ ਦੂਐ ਤੀਐ ॥
ଦୈତ୍ୟଭାବ ଏବଂ ଭ୍ରମରେ ସୁଖ କେମିତି ପ୍ରାପ୍ତ ହୋଇପାରିବ?
ਨਿਰਮਲੁ ਏਕੁ ਨਿਰੰਜਨੁ ਦਾਤਾ ਗੁਰ ਪੂਰੇ ਤੇ ਪਤਿ ਪਾਈ ਹੇ ॥੧੨॥
ଦେବା ବାଲା ମାୟାତୀତ ଏକ ପରମାତ୍ମା ହିଁ ନିର୍ମଳ ଅଟନ୍ତି ଆଉ ପୂର୍ଣ୍ଣ ଗୁରୁଙ୍କ ସେବା ଦ୍ଵାରା ହିଁ ଶୋଭା ହାସଲ ହୋଇଥାଏ||12||
ਜੁਗਿ ਜੁਗਿ ਵਿਰਲੀ ਗੁਰਮੁਖਿ ਜਾਤਾ ॥
ଯୁଗ ଯୁଗାନ୍ତର କେହି ବିରଳ ଗୁରୁମୁଖୀ ହିଁ ସତ୍ୟର ରହସ୍ୟ ଜାଣିଥିବେ ଏବଂ
ਸਾਚਾ ਰਵਿ ਰਹਿਆ ਮਨੁ ਰਾਤਾ ॥
ଏହି ମନ ମଧ୍ୟ ସେହି ପରମସତ୍ୟରେ ଲୀନ ଅଟେ।
ਤਿਸ ਕੀ ਓਟ ਗਹੀ ਸੁਖੁ ਪਾਇਆ ਮਨਿ ਤਨਿ ਮੈਲੁ ਨ ਕਾਈ ਹੇ ॥੧੩॥
ତାହାଙ୍କ ଆଶ୍ରୟ ନେଇ ସୁଖ ହାସଲ ହୋଇ ଯାଇଛି, ବର୍ତ୍ତମାନ ମନ-ତନ ଶୁଦ୍ଧ ହୋଇ ଯାଇଛି||13||
ਜੀਭ ਰਸਾਇਣਿ ਸਾਚੈ ਰਾਤੀ ॥
ଏହି ଜିଭ ସତ୍ୟର ରସରେ ହିଁ ଲୀନ ରହିଥାଏ।
ਹਰਿ ਪ੍ਰਭੁ ਸੰਗੀ ਭਉ ਨ ਭਰਾਤੀ ॥
ଯଦି ପ୍ରଭୁ ସାଥୀ ଅଛନ୍ତି ତେବେ କିଛି ଭୟ ଏବଂ ଅହଂ ନାହିଁ।
ਸ੍ਰਵਣ ਸ੍ਰੋਤ ਰਜੇ ਗੁਰਬਾਣੀ ਜੋਤੀ ਜੋਤਿ ਮਿਲਾਈ ਹੇ ॥੧੪॥
ଗୁରୁଙ୍କ ବାଣୀ ଶୁଣିକରି କାନ ତୃପ୍ତ ହୋଇଯାଇଛି ଏବଂ ଏହି ଜ୍ୟୋତି ପରମ ଜ୍ୟୋତିରେ ବିଲୀନ ହୋଇଯାଇଛି।। 14 ।।
ਰਖਿ ਰਖਿ ਪੈਰ ਧਰੇ ਪਉ ਧਰਣਾ ॥
ମୁଁ ବୁଝି ସୁଝି ପାଦ ଧରାରେ ରଖି ଚାଲୁଛି।
ਜਤ ਕਤ ਦੇਖਉ ਤੇਰੀ ਸਰਣਾ ॥
ହେ ଇଶ୍ଵର ! ଯେଉଁଠି ମଧ୍ୟ ତୋର ହିଁ ଶରଣ ଚାହୁଁଛି ।
ਦੁਖੁ ਸੁਖੁ ਦੇਹਿ ਤੂਹੈ ਮਨਿ ਭਾਵਹਿ ਤੁਝ ਹੀ ਸਿਉ ਬਣਿ ਆਈ ਹੇ ॥੧੫॥
ତୁମେ ଦୁଃଖ ଦିଅ କି ସୁଖ ଦିଅ ତୁମେ ହିଁ ମନକୁ ଭଲ ଲାଗିଥାଅ ଏବଂ ମୋର ତୁମ ସହ ହିଁ ପ୍ରୀତି ରହିଥିବ ।। 15 ।।
ਅੰਤ ਕਾਲਿ ਕੋ ਬੇਲੀ ਨਾਹੀ ॥
ଅନ୍ତିମ ସମୟରେ କିଏ କାହାର ସାଥୀ ନୁହଁ ଏବଂ
ਗੁਰਮੁਖਿ ਜਾਤਾ ਤੁਧੁ ਸਾਲਾਹੀ ॥
ଗୁରୁଙ୍କ ମାଧ୍ୟମରେ ଏହି ସତ୍ୟକୁ ବୁଝିକରି ତୁମର ହିଁ ପ୍ରଶଂସା କରୁଛି।
ਨਾਨਕ ਨਾਮਿ ਰਤੇ ਬੈਰਾਗੀ ਨਿਜ ਘਰਿ ਤਾੜੀ ਲਾਈ ਹੇ ॥੧੬॥੩॥
ହେ ନାନକ ! ସତ୍ୟ ନାମରେ ଲୀନ ରହୁଥିବା ବ୍ୟକ୍ତି ହିଁ ବାସ୍ତବରେ ବୈରାଗୀ ଅଟେ ଏବଂ ସେ ସତ୍ୟ ଘରେ ହିଁ ସମାଧି ଲଗାଇଛନ୍ତି।। 16।। 3 ।।
ਮਾਰੂ ਮਹਲਾ ੧ ॥
ମାରୁ ମହଲା 1 ।।
ਆਦਿ ਜੁਗਾਦੀ ਅਪਰ ਅਪਾਰੇ ॥
ଜଗତର ଆରମ୍ଭରେ ଅଥବା ଯୁଗ-ଯୁଗାନ୍ତରରୁ ସେହି ଅପରଂପାର ଇଶ୍ଵର ହିଁ ବ୍ୟାପ୍ତ ଅଟନ୍ତି।
ਆਦਿ ਨਿਰੰਜਨ ਖਸਮ ਹਮਾਰੇ ॥
ମାୟାତୀତ ଅଟନ୍ତି, ସୃଷ୍ଟିର ଆରମ୍ଭ ଅଟନ୍ତି ଏବଂ ସେ ହିଁ ଆମର ମାଲିକ ଅଟନ୍ତି।
ਸਾਚੇ ਜੋਗ ਜੁਗਤਿ ਵੀਚਾਰੀ ਸਾਚੇ ਤਾੜੀ ਲਾਈ ਹੇ ॥੧॥
ସେହି ପରମ ସତ୍ୟ ଯୋଗ ଉକ୍ତିର ବିଚାର କରିଥିଲେ ଏବଂ ନିର୍ଗୁଣ ରୂପରେ ସମାଧି ଲଗାଇଥିଲେ।। 1।।
ਕੇਤੜਿਆ ਜੁਗ ਧੁੰਧੂਕਾਰੈ ॥ ਤਾੜੀ ਲਾਈ ਸਿਰਜਣਹਾਰੈ ॥
ସୃଷ୍ଟି ରଚନା ପୂର୍ବରୁ କେତେ ଯୁଗ ଘୋର ଅନ୍ଧକାର ହୋଇଥିଲା, ସ୍ରଷ୍ଟା ସେତେବେଳେ ସମାଧି ଲଗାଇ ଥିଲେ
ਸਚੁ ਨਾਮੁ ਸਚੀ ਵਡਿਆਈ ਸਾਚੈ ਤਖਤਿ ਵਡਾਈ ਹੇ ॥੨॥
ତାଙ୍କର ନାମ ସର୍ବଦା ସତ୍ୟ ଅଟେ, ତାହାଙ୍କ ବଡିମା ସଦା ଶାଶ୍ଵତ ଅଟେ, ଯାହାଙ୍କ ମହିମା ଗାନ କରୁଛି, ସେ ସଦା ସତ୍ୟର ସିଂହାସନରେ ବିରାଜମାନ ଅଛନ୍ତି ॥2॥
ਸਤਜੁਗਿ ਸਤੁ ਸੰਤੋਖੁ ਸਰੀਰਾ ॥
ଯେବେ ସତ୍ୟ ଯୁଗ ଆସିଲା ସେତେବେଳେ ଲୋକମାନଙ୍କ ମଧ୍ୟରେ ସତ୍ୟ ଏବଂ ସନ୍ତୋଷ ଥିଲା।
ਸਤਿ ਸਤਿ ਵਰਤੈ ਗਹਿਰ ਗੰਭੀਰਾ ॥
ଚତୁର୍ଦ୍ଦିଗରେ ସତ୍ୟର ପ୍ରସାର ଥିଲା।
ਸਚਾ ਸਾਹਿਬੁ ਸਚੁ ਪਰਖੈ ਸਾਚੈ ਹੁਕਮਿ ਚਲਾਈ ਹੇ ॥੩॥
ସତ୍ୟ ପରମେଶ୍ବର ସତ୍ୟକୁ ହିଁ ଚିହ୍ନି ଥାଆନ୍ତି ଏବଂ ତାଙ୍କର ଆଦେଶରେ ଦୁନିଆ ଚାଲୁଛି।। 3।।
ਸਤ ਸੰਤੋਖੀ ਸਤਿਗੁਰੁ ਪੂਰਾ ॥
ପୂର୍ଣ୍ଣ ସଦଗୁରୁ ସନ୍ତୋଷ ଏବଂ ସତ୍ୟନିଷ୍ଠ ଅଟନ୍ତି।
ਗੁਰ ਕਾ ਸਬਦੁ ਮਨੇ ਸੋ ਸੂਰਾ ॥
ଯିଏ ଗୁରୁଙ୍କ ଶବ୍ଦରେ ଆସ୍ଥା ରଖିଥାଏ, ସେ ହିଁ ସୁରବୀର ଅଟେ ।
ਸਾਚੀ ਦਰਗਹ ਸਾਚੁ ਨਿਵਾਸਾ ਮਾਨੈ ਹੁਕਮੁ ਰਜਾਈ ਹੇ ॥੪॥
ଯିଏ ପରମାତ୍ମାଙ୍କ ହୁକୁମ ଏବଂ ଆଜ୍ଞା କୁ ମାନିଥାନ୍ତି, ତାଙ୍କର ସତ୍ୟର ଦରବାରରେ ନିବାସ ହୋଇଥାଏ।। 4 ।।
ਸਤਜੁਗਿ ਸਾਚੁ ਕਹੈ ਸਭੁ ਕੋਈ ॥
ସତ୍ୟ ଯୁଗରେ ପ୍ରତ୍ୟେକ ମନୁଷ୍ୟ ସତ୍ୟ କହୁଥିଲେ ଏବଂ
ਸਚਿ ਵਰਤੈ ਸਾਚਾ ਸੋਈ ॥
ଯିଏ ସତ୍ୟରେ ବିଚରଣ କରିଥାଏ, ସେ ହିଁ ସତ୍ୟବାଦୀ ଥିଲେ ।
ਮਨਿ ਮੁਖਿ ਸਾਚੁ ਭਰਮ ਭਉ ਭੰਜਨੁ ਗੁਰਮੁਖਿ ਸਾਚੁ ਸਖਾਈ ਹੇ ॥੫॥
ମନ ଏବଂ ମୁଖରେ ସତ୍ୟର କାରଣରୁ ଭ୍ରମ – ଭୟ ଲିଭି ଯାଇଛି ଏବଂ ଗୁରୁଙ୍କ ମାଧ୍ୟମରେ ସତ୍ୟ ହିଁ ସାଥି ଥିଲା।। 5 ।।
ਤ੍ਰੇਤੈ ਧਰਮ ਕਲਾ ਇਕ ਚੂਕੀ ॥
ତ୍ରେତୟା ଯୁଗରେ ଧର୍ମ ( ରୂପୀ ବୃଷଭ) ର ଗୋଟିଏ କଳା ନଷ୍ଟ ହୋଇଗଲା,
ਤੀਨਿ ਚਰਣ ਇਕ ਦੁਬਿਧਾ ਸੂਕੀ ॥
ଧର୍ମର ତିନୋଟି ପାଦ ରହିଗଲା ଏବଂ ଜୀବଙ୍କ ମନରେ ଦ୍ଵିଧା ପ୍ରକଟ ହୋଇଗଲା।
ਗੁਰਮੁਖਿ ਹੋਵੈ ਸੁ ਸਾਚੁ ਵਖਾਣੈ ਮਨਮੁਖਿ ਪਚੈ ਅਵਾਈ ਹੇ ॥੬॥
ଏହି ଯୁଗରେ ଗୁରୁମୁଖୀ ହିଁ ସତ୍ୟ କହୁଥିଲେ କିନ୍ତୁ
ਮਨਮੁਖਿ ਕਦੇ ਨ ਦਰਗਹ ਸੀਝੈ ॥
ସ୍ଵେଚ୍ଛାଚାରୀ ପ୍ରଭୁ ଦରବାରରେ କେବେ ସ୍ଵୀକୃତ ହୁଏନାହିଁ।
ਬਿਨੁ ਸਬਦੈ ਕਿਉ ਅੰਤਰੁ ਰੀਝੈ ॥
ବ୍ରହ୍ମ ଶବ୍ଦର ବିନା ତାହାର ଅନ୍ତରମନ କେମିତି ସନ୍ତୁଷ୍ଟ ହୋଇପାରିବ?
ਬਾਧੇ ਆਵਹਿ ਬਾਧੇ ਜਾਵਹਿ ਸੋਝੀ ਬੂਝ ਨ ਕਾਈ ਹੇ ॥੭॥
ସେଥିପାଇଁ ସ୍ଵେଚ୍ଛାଚାରୀ କର୍ମ-ବନ୍ଧନ କାରଣରୁ ଜନ୍ମ-ମରଣରେ ପଡି ରହିଥାଏ ଏବଂ ତାହାକୁ ସତ୍ୟର ଜ୍ଞାନ ହୁଏନାହିଁ॥7॥
ਦਇਆ ਦੁਆਪੁਰਿ ਅਧੀ ਹੋਈ ॥
ଦ୍ୱାପର ଯୁଗରେ ଦୟାର ଭାବନା ଅଧା ହୋଇଯାଇଥିଲା ଏବଂ