ਗੰਗਾ ਜਮੁਨਾ ਕੇਲ ਕੇਦਾਰਾ ॥
ଗଙ୍ଗା,ଯମୁନା,ବୃନ୍ଦାବନ, କେଦାରନାଥ,
ਕਾਸੀ ਕਾਂਤੀ ਪੁਰੀ ਦੁਆਰਾ ॥
କାଶୀ,ମଥୁରା,ଦ୍ବାରିକା ପୁରୀ,
ਗੰਗਾ ਸਾਗਰੁ ਬੇਣੀ ਸੰਗਮੁ ਅਠਸਠਿ ਅੰਕਿ ਸਮਾਈ ਹੇ ॥੯॥
ଗଙ୍ଗାସାଗର ଏବଂ ତ୍ରିବେଣୀ ସଙ୍ଗମ ଇତ୍ୟାଦି ଅଠଷଠି ତୀର୍ଥ ଇଶ୍ଵରଙ୍କ ସ୍ଵରୂପରେ ଲୀନ ହୋଇଥାନ୍ତି। ।। 9 ।।
ਆਪੇ ਸਿਧ ਸਾਧਿਕੁ ਵੀਚਾਰੀ ॥
ସେ ସ୍ଵୟଂ ହିଁ ସିଦ୍ଧ, ସାଧକ ଏବଂ ବିଚାର କରିଥିବା ବିଦ୍ୱାନ ଅଟେ।
ਆਪੇ ਰਾਜਨੁ ਪੰਚਾ ਕਾਰੀ ॥
ପଞ୍ଚଙ୍କ ସଭାରେ ସେ ସ୍ୱୟଂ ହିଁ ରାଜା ଅଟନ୍ତି।
ਤਖਤਿ ਬਹੈ ਅਦਲੀ ਪ੍ਰਭੁ ਆਪੇ ਭਰਮੁ ਭੇਦੁ ਭਉ ਜਾਈ ਹੇ ॥੧੦॥
ପ୍ରଭୁ ସ୍ୱୟଂ ହିଁ ନ୍ୟାୟଧିଶ ହୋଇକରି ସିହାଂସନ ଉପରେ ବିରାଜମାନ ହୋଇଥାନ୍ତି ଏବଂ ତାଙ୍କର କୃପାରୁ ଭ୍ରମ, ଭେଦ ଏବଂ ଭୟ ଦୂର ହୋଇଯାଏ।। 10 ।
ਆਪੇ ਕਾਜੀ ਆਪੇ ਮੁਲਾ ॥
କାଜି ଏବଂ ବ୍ରାହ୍ମଣ ସେ ସ୍ୱୟଂ ହିଁ ଅଟନ୍ତି।
ਆਪਿ ਅਭੁਲੁ ਨ ਕਬਹੂ ਭੁਲਾ ॥
ସେ ଅବିସ୍ମରଣୀୟ ଅଟନ୍ତି ଏବଂ କିଛି ଭୁଲ କରନ୍ତି ନାହିଁ,
ਆਪੇ ਮਿਹਰ ਦਇਆਪਤਿ ਦਾਤਾ ਨਾ ਕਿਸੈ ਕੋ ਬੈਰਾਈ ਹੇ ॥੧੧॥
ସେ ଦାତା ବହୁତ ବଡ଼ ଦୟାଳୁ ଅଟେ ଏବଂ ତାଙ୍କର କାହା ସହିତ କିଛି ଶତ୍ରୁତା ନାହିଁ । ।। 11।।
ਜਿਸੁ ਬਖਸੇ ਤਿਸੁ ਦੇ ਵਡਿਆਈ ॥
ଯାହା ଉପରେ କୃପା କରନ୍ତି, ତାକୁ ହିଁ ଯଶ ପ୍ରଦାନ କରନ୍ତି ।
ਸਭਸੈ ਦਾਤਾ ਤਿਲੁ ਨ ਤਮਾਈ ॥
ସେ ସମସ୍ତଙ୍କ ଦାତା ଅଟନ୍ତି, ଯାହାକୁ ତିଳେ ମାତ୍ର କିଛି କଥାର ଲୋଭ ନାହିଁ ।
ਭਰਪੁਰਿ ਧਾਰਿ ਰਹਿਆ ਨਿਹਕੇਵਲੁ ਗੁਪਤੁ ਪ੍ਰਗਟੁ ਸਭ ਠਾਈ ਹੇ ॥੧੨॥
ଗୁପ୍ତ ଏବଂ ଦୃଶ୍ୟମାନ ରୂପ ରେ ସବୁ ସ୍ଥାନରେ ସେ ଶୁଦ୍ଧ ରୂପରେ ସର୍ବବ୍ୟାପକ ହୋଇଥାନ୍ତି।।12।।
ਕਿਆ ਸਾਲਾਹੀ ਅਗਮ ਅਪਾਰੈ ॥
ଅଗମ୍ୟ, ଅପାର ଇଶ୍ଵରଙ୍କ କଣ ପ୍ରଶଂସା କରିବି,
ਸਾਚੇ ਸਿਰਜਣਹਾਰ ਮੁਰਾਰੈ ॥
ପରମ ସତ୍ୟ ସୃଜନହାର
ਜਿਸ ਨੋ ਨਦਰਿ ਕਰੇ ਤਿਸੁ ਮੇਲੇ ਮੇਲਿ ਮਿਲੈ ਮੇਲਾਈ ਹੇ ॥੧੩॥
ଯାହା ଉପରେ କରୁଣା ଦୃଷ୍ଟି କରନ୍ତି, ତାକୁ ନିଜ ସହ ମିଶାଇ ଦିଅନ୍ତି, ମିଶାଇବା ବାଲା ସେ ହିଁ ଅଟନ୍ତି।। 13 ।।
ਬ੍ਰਹਮਾ ਬਿਸਨੁ ਮਹੇਸੁ ਦੁਆਰੈ ॥ ਊਭੇ ਸੇਵਹਿ ਅਲਖ ਅਪਾਰੈ ॥
ବ୍ରହ୍ମା, ବିଷ୍ଣୁ ଏବଂ ଶିବଶଙ୍କର ମଧ୍ୟ ଅଲକ୍ଷ ଅପାର ପରମାତ୍ମାଙ୍କ ଦ୍ଵାରରେ ଛିଡା ହୋଇ ତାଙ୍କର ସେବାରେ ଲୀନ ହୋଇଛନ୍ତି ଏବଂ
ਹੋਰ ਕੇਤੀ ਦਰਿ ਦੀਸੈ ਬਿਲਲਾਦੀ ਮੈ ਗਣਤ ਨ ਆਵੈ ਕਾਈ ਹੇ ॥੧੪॥
କେତେ ଯେ ସୃଷ୍ଟି ତାଙ୍କ ଦ୍ଵାରରେ ପ୍ରାର୍ଥନା କରୁଛନ୍ତି ପରନ୍ତୁ ତାଙ୍କର ଗଣନା କରିବା ସମ୍ଭବ ନୁହେଁ।। 14 ।।
ਸਾਚੀ ਕੀਰਤਿ ਸਾਚੀ ਬਾਣੀ ॥
ତାଙ୍କର ବାଣୀ ଏବଂ କୀର୍ତ୍ତି ସର୍ବଦା ସତ୍ୟ ଅଟେ ଏବଂ
ਹੋਰ ਨ ਦੀਸੈ ਬੇਦ ਪੁਰਾਣੀ ॥
ବେଦ – ପୁରାଣରେ ମଧ୍ୟ ସତ୍ୟର ସ୍ତୁତି ଛଡ଼ା କିଛି ଦେଖାଯାଏ ନାହିଁ ।
ਪੂੰਜੀ ਸਾਚੁ ਸਚੇ ਗੁਣ ਗਾਵਾ ਮੈ ਧਰ ਹੋਰ ਨ ਕਾਈ ਹੇ ॥੧੫॥
ପରମାତ୍ମାଙ୍କ ନାମ ହିଁ ମୋର ଜୀବନ ପୁଞ୍ଜି ଅଟେ, ତାଙ୍କର ହିଁ ଗୁଣ ଗାନ କରୁଛି ଏବଂ ତାଙ୍କ ଛଡ଼ା ମୋର ଅନ୍ୟ କିଛି ସହଯୋଗ ନାହିଁ।। 15 ।।
ਜੁਗੁ ਜੁਗੁ ਸਾਚਾ ਹੈ ਭੀ ਹੋਸੀ ॥
ଯୁଗ ଯୁଗାନ୍ତରରୁ ପରମ ସତ୍ୟ ପରମାତ୍ମା ହିଁ ଅଛନ୍ତି, ସେ ବର୍ତ୍ତମାନ ମଧ୍ୟ ଅଛନ୍ତି ଏବଂ ଭବିଷ୍ୟରେ ମଧ୍ୟ ସେ ହିଁ ରହିବେ।
ਕਉਣੁ ਨ ਮੂਆ ਕਉਣੁ ਨ ਮਰਸੀ ॥
ସେ କିଏ ଯିଏ ମରି ନାହିଁ ଏବଂ କିଏ ଯିଏ ମରିବ ନାହିଁ।
ਨਾਨਕੁ ਨੀਚੁ ਕਹੈ ਬੇਨੰਤੀ ਦਰਿ ਦੇਖਹੁ ਲਿਵ ਲਾਈ ਹੇ ॥੧੬॥੨॥
ଗୁରୁ ନାନକ ସ୍ୱୟଂକୁ ନିମ୍ନ ଭାବି ବିନତି କରନ୍ତି ଯେ ଭଗବାନଙ୍କ ଠାରେ ଧ୍ୟାନ ଲଗାଇ ତାଙ୍କୁ ହୃଦୟ ଘରେ ଦେଖିନିଅ ।। 16 ।। 2 ।।
ਮਾਰੂ ਮਹਲਾ ੧ ॥
ମାରୁ ମହଲା 1।।
ਦੂਜੀ ਦੁਰਮਤਿ ਅੰਨੀ ਬੋਲੀ ॥
ଦୈତ୍ୟଭାବ ଏବଂ ଦୁର୍ମତି କାରଣରୁ ଜୀବ ରୂପୀ ନାରୀ ଅନ୍ଧ ଏବଂ
ਕਾਮ ਕ੍ਰੋਧ ਕੀ ਕਚੀ ਚੋਲੀ ॥
ସେ କାମ କ୍ରୋଧର କଚ୍ଚା ଆବରଣ ଧାରଣ କରିଥାଏ।
ਘਰਿ ਵਰੁ ਸਹਜੁ ਨ ਜਾਣੈ ਛੋਹਰਿ ਬਿਨੁ ਪਿਰ ਨੀਦ ਨ ਪਾਈ ਹੇ ॥੧॥
ସେ କିଶୋରୀ ଏହି କଥାରୁ ଅଜଣା ଅଛି ଯେ ତାର ସ୍ବାମୀ ପ୍ରଭୁ ହୃଦୟ ଘରେ ହିଁ ଅଛି, ନିଜ ସ୍ବାମୀ ବିନା ତାକୁ ରାତିରେ ନିଦ ମଧ୍ୟ ଆସେନାହିଁ ।। 1।।
ਅੰਤਰਿ ਅਗਨਿ ਜਲੈ ਭੜਕਾਰੇ ॥ ਮਨਮੁਖੁ ਤਕੇ ਕੁੰਡਾ ਚਾਰੇ ॥
ମନରେ ତୃଷାଗ୍ନି ପ୍ରଜ୍ଜ୍ଵଳିତ ହୋଇଥାଏ ଏବଂ ମନମୁଖୀ ଚାରି ଦିଗରେ କାମନା କରିଥାଏ।
ਬਿਨੁ ਸਤਿਗੁਰ ਸੇਵੇ ਕਿਉ ਸੁਖੁ ਪਾਈਐ ਸਾਚੇ ਹਾਥਿ ਵਡਾਈ ਹੇ ॥੨॥
ସତ୍ ଗୁରୁଙ୍କ ସେବା ଛଡ଼ା ସୁଖ କେମିତି ପ୍ରାପ୍ତି ହୋଇପାରିବ, ଏହି ବଡିମା ସଚ୍ଚା ପରମେଶ୍ଵରଙ୍କ ହାତରେ ଅଛି ॥2॥
ਕਾਮੁ ਕ੍ਰੋਧੁ ਅਹੰਕਾਰੁ ਨਿਵਾਰੇ ॥
ଯିଏ କାମ, କ୍ରୋଧ ଏବଂ ଅହଙ୍କାରର ନିବାରଣ କରେ,
ਤਸਕਰ ਪੰਚ ਸਬਦਿ ਸੰਘਾਰੇ ॥
ଶବ୍ଦ ଦ୍ଵାରା ପାଞ୍ଚ ବିକାର ତଥା ଚୋରକୁ ମାରିଥାଏ ଏବଂ
ਗਿਆਨ ਖੜਗੁ ਲੈ ਮਨ ਸਿਉ ਲੂਝੈ ਮਨਸਾ ਮਨਹਿ ਸਮਾਈ ਹੇ ॥੩॥
ଜ୍ଞାନ ରୂପୀ ଖଡଗ ନେଇକରି ମନରେ ଭାବୁଛ, ତାହାର ସବୁ ଲାଳସା ମନରେ ହିଁ ରହିଥାଏ ।।3।।
ਮਾ ਕੀ ਰਕਤੁ ਪਿਤਾ ਬਿਦੁ ਧਾਰਾ ॥
ମାଆଙ୍କ ରକ୍ତ ଏବଂ ପିତାଙ୍କ ବୀର୍ଯ୍ୟରୁ ତୁମେ
ਮੂਰਤਿ ਸੂਰਤਿ ਕਰਿ ਆਪਾਰਾ ॥
ମାନବ ଶରୀର ରୂପୀ ସୁନ୍ଦର ମୂର୍ତ୍ତିର ନିର୍ମାଣ କରିଲ ।
ਜੋਤਿ ਦਾਤਿ ਜੇਤੀ ਸਭ ਤੇਰੀ ਤੂ ਕਰਤਾ ਸਭ ਠਾਈ ਹੇ ॥੪॥
ସମସ୍ତଙ୍କ ଠାରେ ତୁମର ପ୍ରାଣ ଜ୍ୟୋତି ବିଦ୍ୟମାନ ଅଛି, ତୁମେ କର୍ତ୍ତା, ସର୍ବବ୍ୟାପକ ଅଟ ।।4।।
ਤੁਝ ਹੀ ਕੀਆ ਜੰਮਣ ਮਰਣਾ ॥
ଜୀବନ ମୃତ୍ୟୁ ତୁମେ ହିଁ ତିଆରି କରିଛ,
ਗੁਰ ਤੇ ਸਮਝ ਪੜੀ ਕਿਆ ਡਰਣਾ ॥
ଗୁରୁଙ୍କ ଠାରୁ ଏହି ରହସ୍ୟର ଜ୍ଞାନ ହୋଇଯାଇଛି, ତେଣୁ ଏବେ ମୃତ୍ୟୁ ଠାରୁ ଡରିବାର ନାହିଁ ।
ਤੂ ਦਇਆਲੁ ਦਇਆ ਕਰਿ ਦੇਖਹਿ ਦੁਖੁ ਦਰਦੁ ਸਰੀਰਹੁ ਜਾਈ ਹੇ ॥੫॥
ତୁମେ ବହୁତ ଦୟାଳୁ ଅଟ, ଯାହାକୁ ଦୟା ଦୃଷ୍ଟିରେ ଦେଖୁଛ, ତାହାର ଶରୀରରୁ ଦୁଃଖ କଷ୍ଟ ଦୂର ହୋଇଯାଉଛି।।। 5।।
ਨਿਜ ਘਰਿ ਬੈਸਿ ਰਹੇ ਭਉ ਖਾਇਆ ॥
ଯିଏ ସତ୍ୟର ଘରେ ନିବାସ କରିଦେଇଛି, ସେ ମୃତ୍ୟୁର ଭୟକୁ ଗ୍ରାସ କରି ଦେଇଛନ୍ତି।
ਧਾਵਤ ਰਾਖੇ ਠਾਕਿ ਰਹਾਇਆ ॥
ସେ ପଥଭ୍ରଷ୍ଟ ମନରେ ଅଙ୍କୁଶ ଲଗାଇ ଦେଇଛନ୍ତି ଏବଂ ତାଙ୍କର ହୃଦୟ କମଳ ଖେଳି ଯାଇଛି।
ਕਮਲ ਬਿਗਾਸ ਹਰੇ ਸਰ ਸੁਭਰ ਆਤਮ ਰਾਮੁ ਸਖਾਈ ਹੇ ॥੬॥
ତାଙ୍କର ଜ୍ଞାନନ୍ଦ୍ରୀୟ ରୂପୀ ସରୋବର ନାଭି ଅମୃତର ଜଳରେ ପୂର୍ଣ୍ଣ ହୋଇଯାଇଛି ଏବଂ ରାମ ହିଁ ତାଙ୍କର ମିତ୍ର ହୋଇଯାଇଛନ୍ତି ।। 6 ।।
ਮਰਣੁ ਲਿਖਾਇ ਮੰਡਲ ਮਹਿ ਆਏ ॥
ସବୁ ଜୀବ ମୃତ୍ୟୁର ତିଥି ଲେଖିକରି ପୃଥିବୀକୁ ଆସନ୍ତି,
ਕਿਉ ਰਹੀਐ ਚਲਣਾ ਪਰਥਾਏ ॥
ଯଦି ମୃତ୍ୟୁ ଅଟଳ ତେବେ କିଏ କେମିତି ସର୍ବଦା ପାଇଁ ରହିପାରିବ । ତାଙ୍କୁ ପୁଣି ପରଲୋକ ଗମନ କରିବାର ଅଛି।
ਸਚਾ ਅਮਰੁ ਸਚੇ ਅਮਰਾ ਪੁਰਿ ਸੋ ਸਚੁ ਮਿਲੈ ਵਡਾਈ ਹੇ ॥੭॥
ଇଶ୍ଵରଙ୍କ ଆଦେଶ ଅଟଳ ଅଟେ, ଯିଏ ତାଙ୍କର ଆଦେଶର ପାଳନ କରନ୍ତି, ସେ
ਆਪਿ ਉਪਾਇਆ ਜਗਤੁ ਸਬਾਇਆ ॥
ସମସ୍ତ ଜଗତ ଇଶ୍ଵର ହିଁ ସ୍ୱୟଂ ଉତ୍ପନ୍ନ କରିଛନ୍ତି ।
ਜਿਨਿ ਸਿਰਿਆ ਤਿਨਿ ਧੰਧੈ ਲਾਇਆ ॥
ଯିଏ ଏହି ଜଗତ ପ୍ରସାର କରିଛନ୍ତି, ସେ ସ୍ୱୟଂ ଜୀବମାନଙ୍କୁ ଭିନ୍ନ ଭିନ୍ନ କାର୍ଯ୍ୟରେ ଲଗାଇ ଦେଇଛନ୍ତି ।