ODIA PAGE 103

ਮਾਝ ਮਹਲਾ ੫ ॥
ମାଝ ମହଲା 5 ॥

ਸਫਲ ਸੁ ਬਾਣੀ ਜਿਤੁ ਨਾਮੁ ਵਖਾਣੀ ॥
ସେହି ବାଣୀ ଶୁଭ ଫଳଦାୟକ ଅଟେ, ଯାହା ଦ୍ଵାରା ହରିନାମର ଜପ କରାଯାଇପାରିବ।

ਗੁਰ ਪਰਸਾਦਿ ਕਿਨੈ ਵਿਰਲੈ ਜਾਣੀ ॥
କେହି ବିରଳ ପୁରୁଷ ହିଁ ଅଟେ, ଯିଏ ଗୁରୁଙ୍କ କୃପାରୁ ଏପରି ବାଣୀକୁ ବୁଝିଥାଏ।

ਧੰਨੁ ਸੁ ਵੇਲਾ ਜਿਤੁ ਹਰਿ ਗਾਵਤ ਸੁਨਣਾ ਆਏ ਤੇ ਪਰਵਾਨਾ ਜੀਉ ॥੧॥
ସେହି ସମୟ ବଡ ଶୁଭ ଅଟେ, ଯେତେବେଳେ ପରମାତ୍ମାଙ୍କ ଯଶୋଗାନ କରାଯାଇ ଥାଏ ଏବଂ ଶୁଣା ଯାଇଥାଏ। ଜଗତରେ ଜନ୍ମ ନେଇ ତାହାର ହିଁ ଆଗମନ ସ୍ଵୀକୃତ ଅଟେ, ଯିଏ ଭଗବାନଙ୍କ ଯଶ ଗାଇଥାଏ ଏବଂ ଶୁଣି ଥାଏ ॥1॥

ਸੇ ਨੇਤ੍ਰ ਪਰਵਾਣੁ ਜਿਨੀ ਦਰਸਨੁ ਪੇਖਾ ॥
ଭଗବାନଙ୍କୁ ସେହି ନେତ୍ର ସ୍ଵୀକୃତ ହୋଇଥାଏ, ଯିଏ ଭଗବାନଙ୍କ ଦର୍ଶନ କରିଛି।

ਸੇ ਕਰ ਭਲੇ ਜਿਨੀ ਹਰਿ ਜਸੁ ਲੇਖਾ ॥
ସେହି ହାତ ପ୍ରଶଂସନୀୟ ଅଟେ ଯିଏ (ଈଶ୍ବରଙ୍କ) ଉପମା ଲେଖିଥାଏ।

ਸੇ ਚਰਣ ਸੁਹਾਵੇ ਜੋ ਹਰਿ ਮਾਰਗਿ ਚਲੇ ਹਉ ਬਲਿ ਤਿਨ ਸੰਗਿ ਪਛਾਣਾ ਜੀਉ ॥੨॥
ସେହି ଚରଣ ସୁନ୍ଦର ଅଟେ ଯିଏ ପରମେଶ୍ଵରଙ୍କ ମାର୍ଗରେ ଚାଲୁଥାଏ। ମୁଁ ତାଙ୍କ ପ୍ରତି ଉତ୍ସର୍ଗିତ ଅଟେ ଯାହାର ସଙ୍ଗତି କରି ମୁଁ ଭଗବାନଙ୍କ ପରିଚୟ ପାଇଛି। ॥2॥

ਸੁਣਿ ਸਾਜਨ ਮੇਰੇ ਮੀਤ ਪਿਆਰੇ ॥
ହେ ମୋର ପ୍ରିୟ ମିତ୍ର ଏବଂ ସଜ୍ଜନ! ଶୁଣ,

ਸਾਧਸੰਗਿ ਖਿਨ ਮਾਹਿ ਉਧਾਰੇ ॥
ଭଗବାନ ମୋତେ ସନ୍ଥଙ୍କ ସଙ୍ଗତିରେ ମିଶାଇ ଏକ କ୍ଷଣରେ ହିଁ ମୋର ଉଦ୍ଧାର କରିଦେଇଛନ୍ତି।

ਕਿਲਵਿਖ ਕਾਟਿ ਹੋਆ ਮਨੁ ਨਿਰਮਲੁ ਮਿਟਿ ਗਏ ਆਵਣ ਜਾਣਾ ਜੀਉ ॥੩॥
ସେ ମୋର ପାପ କାଟି ଦେଇଛନ୍ତି ଆଉ ମୋର ମନ ନିର୍ମଳ ହୋଇଯାଇଛି। ଏବେ, ମୋର ଜନ୍ମ- ମରଣ ଚକ୍ର ଦୂର ହୋଇଯାଇଛି। ॥3॥

ਦੁਇ ਕਰ ਜੋੜਿ ਇਕੁ ਬਿਨਉ ਕਰੀਜੈ ॥
ପ୍ରଭୁ! ନିଜର ଦୁଇ ହାତ ଯୋଡି ମୁଁ ଏକ ପ୍ରାର୍ଥନା କରେ ଯେ

ਕਰਿ ਕਿਰਪਾ ਡੁਬਦਾ ਪਥਰੁ ਲੀਜੈ ॥
ମୋ’ ଉପରେ ଦୟା କରନ୍ତୁ ଆଉ ଡୁବୁଥିବା ପଥର(ପଥର ହୃଦୟ)କୁ ବଞ୍ଚାନ୍ତୁ।

ਨਾਨਕ ਕਉ ਪ੍ਰਭ ਭਏ ਕ੍ਰਿਪਾਲਾ ਪ੍ਰਭ ਨਾਨਕ ਮਨਿ ਭਾਣਾ ਜੀਉ ॥੪॥੨੨॥੨੯॥
ଭଗବାନ ନାନକ ଉପରେ ଦୟାଳୁ ହୋଇଛନ୍ତି ଆଉ ନାନକଙ୍କ ମନକୁ ଭଗବାନ ହିଁ ଭଲ ଲାଗିଥାଏ ॥4॥22॥29॥

ਮਾਝ ਮਹਲਾ ੫ ॥
ମାଝ ମହଲା 5 ॥

ਅੰਮ੍ਰਿਤ ਬਾਣੀ ਹਰਿ ਹਰਿ ਤੇਰੀ ॥
ହେ ହରି ପରମେଶ୍ଵର! ତୋର ବାଣୀ ଅମୃତ ଅଟେ।

ਸੁਣਿ ਸੁਣਿ ਹੋਵੈ ਪਰਮ ਗਤਿ ਮੇਰੀ ॥
ଏହି ଅମୃତ ବାଣୀକୁ ଶୁଣି ମୋତେ ପରମ ଗତି ପ୍ରାପ୍ତ ହୋଇଛି।

ਜਲਨਿ ਬੁਝੀ ਸੀਤਲੁ ਹੋਇ ਮਨੂਆ ਸਤਿਗੁਰ ਕਾ ਦਰਸਨੁ ਪਾਏ ਜੀਉ ॥੧॥
ସଦଗୁରୁଙ୍କ ଦର୍ଶନ କରି ମୋର ମନର ତୃଷ୍ଣା ରୂପୀ ଜ୍ଵଳନ ଲିଭିଯାଇଛି ଆଉ ମୋର ମନ ଶୀତଳ ହୋଇଯାଇଛି। ॥1॥

ਸੂਖੁ ਭਇਆ ਦੁਖੁ ਦੂਰਿ ਪਰਾਨਾ ॥
ଏଠି ଦ୍ଵାରା ବଡ ସୁଖ ପ୍ରାପ୍ତ ହୋଇଥାଏ ଆଉ ତାହାର ଦୁଖ ଦୂରକୁ ଚାଲିଯାଏ।

ਸੰਤ ਰਸਨ ਹਰਿ ਨਾਮੁ ਵਖਾਨਾ ॥
ଯେଉଁ ସନ୍ଥ ନିଜ ଜିହ୍ଵାରେ ପରମାତ୍ମାଙ୍କ ନାମ ଉଚ୍ଚାରଣ କରୁଥାଏ,

ਜਲ ਥਲ ਨੀਰਿ ਭਰੇ ਸਰ ਸੁਭਰ ਬਿਰਥਾ ਕੋਇ ਨ ਜਾਏ ਜੀਉ ॥੨॥
ଯେପରି ବର୍ଷା ହେଲେ ସବୁ ସରୋବର ଜଳରେ ପରିପୂର୍ଣ୍ଣ ହୋଇଯାଏ, ସେପରି ହିଁ ଗୁରୁଙ୍କ ପାଖକୁ ଆସୁଥିବା ଯେ କେହି ବ୍ୟକ୍ତି ଖାଲି ହାତରେ ଯାଏ ନାହିଁ। ॥2॥

ਦਇਆ ਧਾਰੀ ਤਿਨਿ ਸਿਰਜਨਹਾਰੇ ॥
ରଚୟିତା ପ୍ରଭୁ ନିଜ ଦୟା ବର୍ଷା କରିଛନ୍ତି

ਜੀਅ ਜੰਤ ਸਗਲੇ ਪ੍ਰਤਿਪਾਰੇ ॥
ଆଉ ସମସ୍ତ ଜୀବଜନ୍ତୁଙ୍କୁ ପାଳନ କରିଛନ୍ତି।

ਮਿਹਰਵਾਨ ਕਿਰਪਾਲ ਦਇਆਲਾ ਸਗਲੇ ਤ੍ਰਿਪਤਿ ਅਘਾਏ ਜੀਉ ॥੩॥
ଭଗବାନ ଦୟାଳୁ ଓ କୃପାଳୁ ଅଟନ୍ତି। ଭଗବାନଙ୍କ ଦ୍ଵାରା ଦିଆଯାଇଥିବା ଆଶ୍ରୟରେ ସବୁ ଜୀବଜନ୍ତୁ ତୃପ୍ତ ଏବଂ ସନ୍ତୁଷ୍ଟ ହୋଇଛନ୍ତି ॥3॥

ਵਣੁ ਤ੍ਰਿਣੁ ਤ੍ਰਿਭਵਣੁ ਕੀਤੋਨੁ ਹਰਿਆ ॥
ବନ, ତରୁଣ, ତିନି ଲୋକରେ ପ୍ରଭୁ ସବୁଜ ଭରି କରିଛନ୍ତି।

ਕਰਣਹਾਰਿ ਖਿਨ ਭੀਤਰਿ ਕਰਿਆ ॥
କର୍ତ୍ତା ପରମେଶ୍ଵର ଏକ କ୍ଷଣରେ ହିଁ ଏହି ସବୁ କିଛି କରିଦେଉଛନ୍ତି।

ਗੁਰਮੁਖਿ ਨਾਨਕ ਤਿਸੈ ਅਰਾਧੇ ਮਨ ਕੀ ਆਸ ਪੁਜਾਏ ਜੀਉ ॥੪॥੨੩॥੩੦॥
ହେ ନାନକ! ଯେଉଁ ବ୍ୟକ୍ତି ଗୁରୁଙ୍କ ମାଧ୍ୟମରେ ଭଗବାନଙ୍କ ଆରାଧନା କରିଥାଏ, ଭଗବାନ ତାହାର ମନର ଆଶା ପୂର୍ଣ୍ଣ କରିଦେଇଛନ୍ତି ॥4॥23॥30॥

ਮਾਝ ਮਹਲਾ ੫ ॥
ମାଝ ମହଲା 5 ॥

ਤੂੰ ਮੇਰਾ ਪਿਤਾ ਤੂੰਹੈ ਮੇਰਾ ਮਾਤਾ ॥
ହେ ଭଗବାନ! ତୁ ହିଁ ମୋର ପିତା ଏବଂ ତୁ ହିଁ ମୋର ମାତା ଅଟୁ।

ਤੂੰ ਮੇਰਾ ਬੰਧਪੁ ਤੂੰ ਮੇਰਾ ਭ੍ਰਾਤਾ ॥
ତୁ ହିଁ ମୋର ବନ୍ଧୁ ଏବଂ ତୁ ହିଁ ମୋର ଭ୍ରାତା ଅଟୁ

ਤੂੰ ਮੇਰਾ ਰਾਖਾ ਸਭਨੀ ਥਾਈ ਤਾ ਭਉ ਕੇਹਾ ਕਾੜਾ ਜੀਉ ॥੧॥
ଯଦି ତୁ ହିଁ ସମସ୍ତ ସ୍ଥାନରେ ମୋର ରକ୍ଷକ ଅଟୁ, ତାହାହେଲେ ମୋତେ କେଉଁ ଭୟର ଚିନ୍ତା ହେବ? ॥1॥

ਤੁਮਰੀ ਕ੍ਰਿਪਾ ਤੇ ਤੁਧੁ ਪਛਾਣਾ ॥
ତୁମର ଦୟାରୁ ମୁଁ ତୁମକୁ ବୁଝିଥାଏ।

ਤੂੰ ਮੇਰੀ ਓਟ ਤੂੰਹੈ ਮੇਰਾ ਮਾਣਾ ॥
ତୁ ହିଁ ମୋର ଶରଣ ଅଟୁ ଔ ତୁ ହିଁ ମୋର ପ୍ରତିଷ୍ଠା ଅଟୁ।

ਤੁਝ ਬਿਨੁ ਦੂਜਾ ਅਵਰੁ ਨ ਕੋਈ ਸਭੁ ਤੇਰਾ ਖੇਲੁ ਅਖਾੜਾ ਜੀਉ ॥੨॥
ତୋ’ ବିନା ମୋର ଆଉ କେହି ନାହାନ୍ତି, ଏହି ସାରା ସୃଷ୍ଟି ତୋର ଏକ ଖେଳ ଅଟେ ଆଉ ଏହି ଧରିତ୍ରୀ ଜୀବଙ୍କ ପାଇଁ ଏକ ଖେଳ ପଡିଆ ଅଟେ ॥2॥

ਜੀਅ ਜੰਤ ਸਭਿ ਤੁਧੁ ਉਪਾਏ ॥
ହେ ଭଗବାନ! ସମସ୍ତ ଜୀବଜନ୍ତୁ ତୁମେ ହିଁ ଉତ୍ପର୍ଣ୍ଣ କରିଛ।

ਜਿਤੁ ਜਿਤੁ ਭਾਣਾ ਤਿਤੁ ਤਿਤੁ ਲਾਏ ॥
ଯେଉଁ ଭଳି ତୋର ଇଚ୍ଛା ହେଉଛି ସେପରି ହିଁ କାର୍ଯ୍ୟରେ ତୁ ତାହାଙ୍କୁ କାର୍ଯ୍ୟରତ କରିଛୁ।

ਸਭ ਕਿਛੁ ਕੀਤਾ ਤੇਰਾ ਹੋਵੈ ਨਾਹੀ ਕਿਛੁ ਅਸਾੜਾ ਜੀਉ ॥੩॥
ଜଗତରେ ଯାହା କିଛି ମଧ୍ୟ ହେଉଛି, ସବୁ ତୋ ଦ୍ଵାରା ହେଉଛି। ଏଥିରେ ଆମର କିଛି ମଧ୍ୟ ନାହିଁ ॥3॥

ਨਾਮੁ ਧਿਆਇ ਮਹਾ ਸੁਖੁ ਪਾਇਆ ॥
ତୋର ନାମର ଆରାଧନା କରିବା ଦ୍ଵାରା ମୋତେ ମହାସୁଖ ପ୍ରାପ୍ତ ହୋଇଛି।

ਹਰਿ ਗੁਣ ਗਾਇ ਮੇਰਾ ਮਨੁ ਸੀਤਲਾਇਆ ॥
ହରି-ପ୍ରଭୁଙ୍କ ଯଶୋଗାନ କରିବା ଦ୍ଵାରା ମୋର ମନ ଶୀତଳ ହୋଇଯାଇଛି।

ਗੁਰਿ ਪੂਰੈ ਵਜੀ ਵਾਧਾਈ ਨਾਨਕ ਜਿਤਾ ਬਿਖਾੜਾ ਜੀਉ ॥੪॥੨੪॥੩੧॥
ହେ ନାନକ! ପୂର୍ଣ୍ଣ ଗୁରୁଙ୍କ ଦୟାରୁ ମୁଁ କାମ କ୍ରୋଧ, ଲୋଭ, ମୋହ ଏବଂ ଅହଂକାର ରୂପୀ ବିଷମ ଯୁଦ୍ଧରେ ଜିତିଯାଇଛି ଆଉ ମୋତେ ବିଜୟର ଶୁଭକାମନା ମିଳୁଅଛି ॥4॥24॥31॥

ਮਾਝ ਮਹਲਾ ੫ ॥
ମାଝ ମହଲା 5 ॥

ਜੀਅ ਪ੍ਰਾਣ ਪ੍ਰਭ ਮਨਹਿ ਅਧਾਰਾ ॥
ଭଗବାନ ନିଜ ଭକ୍ତଙ୍କ ଆତ୍ମା, ପ୍ରାଣ ଏବଂ ମନର ଆଧାର ଅଟେ।

ਭਗਤ ਜੀਵਹਿ ਗੁਣ ਗਾਇ ਅਪਾਰਾ ॥
ଭକ୍ତ ଭଗବାନଙ୍କ ଅପାର ମହିମା-ସ୍ତୁତି ଗାନ କରି ହିଁ ଜିତି ଥାଏ।

ਗੁਣ ਨਿਧਾਨ ਅੰਮ੍ਰਿਤੁ ਹਰਿ ਨਾਮਾ ਹਰਿ ਧਿਆਇ ਧਿਆਇ ਸੁਖੁ ਪਾਇਆ ਜੀਉ ॥੧॥
ଭଗବାନଙ୍କ ନାମ ଅମୃତ ଏବଂ ଗୁଣର ଭଣ୍ଡାର ଅଟେ ଆଉ ଭଗବାନଙ୍କ ଭକ୍ତ ତାହାଙ୍କ ନାମ-ସ୍ମରଣ କରି ବଡ ସୁଖ ପ୍ରାପ୍ତ କରିଥାନ୍ତି ॥1॥

ਮਨਸਾ ਧਾਰਿ ਜੋ ਘਰ ਤੇ ਆਵੈ ॥
ଯେଉଁ ବ୍ୟକ୍ତି ଅଭିଳାଷ ଧାରଣ କରି ଘରୁ ଆସିଥାଏ,

ਸਾਧਸੰਗਿ ਜਨਮੁ ਮਰਣੁ ਮਿਟਾਵੈ ॥
ସେ ସନ୍ଥଙ୍କ ସଙ୍ଗତି କରି ନିଜ ଜନ୍ମ ମରଣର ଚକ୍ର ଦୂର କରିଦିଏ।

error: Content is protected !!