ਆਸ ਮਨੋਰਥੁ ਪੂਰਨੁ ਹੋਵੈ ਭੇਟਤ ਗੁਰ ਦਰਸਾਇਆ ਜੀਉ ॥੨॥
ଗୁରୁଙ୍କ ଦର୍ଶନ କରିବା ଦ୍ଵାରା ସମସ୍ତ ମନୋରଥ ଓ ହୃଦୟର ଇଚ୍ଛା ପୂର୍ଣ୍ଣ ହୋଇଯାଏ ॥2॥
ਅਗਮ ਅਗੋਚਰ ਕਿਛੁ ਮਿਤਿ ਨਹੀ ਜਾਨੀ ॥
ଅଗମ୍ୟ ଓ ଅଗୋଚର ପ୍ରଭୁଙ୍କ ଅନ୍ତ ଜାଣି ପାରିବା ନାହିଁ।
ਸਾਧਿਕ ਸਿਧ ਧਿਆਵਹਿ ਗਿਆਨੀ ॥
ଜ୍ଞାନୀ, ସିଦ୍ଧ ସାଧକ ସେହି ଭଗବାନଙ୍କ ହିଁ ଧ୍ୟାନ କରନ୍ତି।
ਖੁਦੀ ਮਿਟੀ ਚੂਕਾ ਭੋਲਾਵਾ ਗੁਰਿ ਮਨ ਹੀ ਮਹਿ ਪ੍ਰਗਟਾਇਆ ਜੀਉ ॥
ଯେଉଁ ବ୍ୟକ୍ତିର ଅହଙ୍କାର ଆଉ ଭ୍ରମ ଦୂର ହୋଇଯାଏ, ଗୁରୁ ତାହାଙ୍କ ହୃଦୟରେ ହିଁ ଭଗବାନଙ୍କୁ ପ୍ରକଟ କରାନ୍ତି ॥3॥
ਅਨਦ ਮੰਗਲ ਕਲਿਆਣ ਨਿਧਾਨਾ ॥
ଭଗବାନଙ୍କ ନାମର ଜପ କରିବା ଦ୍ଵାରା ଆନନ୍ଦ ଏବଂ ଖୁସି ପ୍ରାପ୍ତ ହୋଇଥାଏ ଆଉ ସେ ମୁକ୍ତିଦାୟକ ଏବଂ ଗୁଣର ଭଣ୍ଡାର ଅଟନ୍ତି।
ਸੂਖ ਸਹਜ ਹਰਿ ਨਾਮੁ ਵਖਾਨਾ ॥
ଯେଉଁ ବ୍ୟକ୍ତି ଭଗବାନଙ୍କ ନାମର ସ୍ମରଣ କରିଥାଏ, ତାହାକୁ ସୁଖ ଏବଂ ଆନନ୍ଦ ଉପଲବ୍ଧ ହୋଇଥାଏ।
ਹੋਇ ਕ੍ਰਿਪਾਲੁ ਸੁਆਮੀ ਅਪਨਾ ਨਾਉ ਨਾਨਕ ਘਰ ਮਹਿ ਆਇਆ ਜੀਉ ॥੪॥੨੫॥੩੨॥
ହେ ନାନକ! ଯେଉଁ ବ୍ୟକ୍ତି ଉପରେ ମୋର ସ୍ଵାମୀ କୃପାଳୁ ହୋଇଯାନ୍ତି, ତାହାର ହୃଦୟ ଘରେ ହିଁ ଭଗବାନଙ୍କ ନାମ ନିବାସ କରିଥାଏ। ॥4॥25॥32॥
ਮਾਝ ਮਹਲਾ ੫ ॥
ମାଝ ମହଲା 5 ॥
ਸੁਣਿ ਸੁਣਿ ਜੀਵਾ ਸੋਇ ਤੁਮਾਰੀ ॥
ହେ ପ୍ରଭୁ! ନିଜ କାନରେ ତୋର ଶୋଭା ଶୁଣି ଶୁଣି ବଞ୍ଚିଅଛି।
ਤੂੰ ਪ੍ਰੀਤਮੁ ਠਾਕੁਰੁ ਅਤਿ ਭਾਰੀ ॥
ହେ ମୋର ମହାନ ଠାକୁର! ତୁମେ ମୋର ପ୍ରିୟତମ ଅଟ।
ਤੁਮਰੇ ਕਰਤਬ ਤੁਮ ਹੀ ਜਾਣਹੁ ਤੁਮਰੀ ਓਟ ਗੋੁਪਾਲਾ ਜੀਉ ॥੧॥
ହେ ଗୋପାଳ! ନିଜ କର୍ମ ତୁ ହିଁ ଜାଣିଛୁ। ମୋ’ ପାଇଁ ତୋର ହିଁ ଆଶ୍ରୟ ଅଛି। ॥1॥
ਗੁਣ ਗਾਵਤ ਮਨੁ ਹਰਿਆ ਹੋਵੈ ॥
ତୋର ମହିମା-ସ୍ତୁତି ଗାନ ଦ୍ଵାରା ମନ ପ୍ରଫୁଲ୍ଲିତ ହୋଇଯାଏ।
ਕਥਾ ਸੁਣਤ ਮਲੁ ਸਗਲੀ ਖੋਵੈ ॥
ତୋର କଥା ଶୁଣିଲେ ମନର ବିକାରତାର ମଳିନତା ଦୂର ହୋଇଯାଏ।
ਭੇਟਤ ਸੰਗਿ ਸਾਧ ਸੰਤਨ ਕੈ ਸਦਾ ਜਪਉ ਦਇਆਲਾ ਜੀਉ ॥੨॥
ସାଧୁ ଏବଂ ସନ୍ଥଙ୍କ ସଙ୍ଗତିରେ ମିଶି ମୁଁ ସର୍ବଦା ଦୟାର ଘର ପରମାତ୍ମାଙ୍କ ଚିନ୍ତନ କରୁଅଛି। ॥2॥
ਪ੍ਰਭੁ ਅਪੁਨਾ ਸਾਸਿ ਸਾਸਿ ਸਮਾਰਉ ॥
ନିଜ ପ୍ରଭୁଙ୍କୁ ମୁଁ ପ୍ରତି ଶ୍ଵାସରେ ସ୍ମରଣ କରୁଅଛି।
ਇਹ ਮਤਿ ਗੁਰ ਪ੍ਰਸਾਦਿ ਮਨਿ ਧਾਰਉ ॥
ଏହି ମାଟି ଗୁରୁଙ୍କ କୃପାରୁ ନିଜ ମନରେ ଧାରଣ କର।
ਤੁਮਰੀ ਕ੍ਰਿਪਾ ਤੇ ਹੋਇ ਪ੍ਰਗਾਸਾ ਸਰਬ ਮਇਆ ਪ੍ਰਤਿਪਾਲਾ ਜੀਉ ॥੩॥
ହେ ଭଗବାନ! ତୋର କୃପାରୁ ହିଁ ମୋର ମନରେ ତୋର ଜ୍ୟୋତିର ପ୍ରକାଶ ହୋଇଛି। ତୁ ସମସ୍ତ ଜୀବ-ଜନ୍ତୁ ତଥା ସବୁଙ୍କ ରକ୍ଷକ ଅଟୁ ॥3॥
ਸਤਿ ਸਤਿ ਸਤਿ ਪ੍ਰਭੁ ਸੋਈ ॥
ପ୍ରଭୁ ଆଦିରୁ ସତ୍ୟ , ଯୁଗ ଯୁଗରୁ ସତ୍ୟ ରହିଛନ୍ତି, ବର୍ତ୍ତମାନ ମଧ୍ୟ ସତ୍ୟ ଅଟନ୍ତି।
ਸਦਾ ਸਦਾ ਸਦ ਆਪੇ ਹੋਈ ॥
ଆଉ ସେ ପ୍ରଭୁ ସର୍ବଦା ହିଁ ସତ୍ୟ ରହିବେ।
ਚਲਿਤ ਤੁਮਾਰੇ ਪ੍ਰਗਟ ਪਿਆਰੇ ਦੇਖਿ ਨਾਨਕ ਭਏ ਨਿਹਾਲਾ ਜੀਉ ॥੪॥੨੬॥੩੩॥
ହେ ପ୍ରିୟ ପ୍ରଭୁ! ତୋର ଅଦ୍ଭୁତ ଲୀଳା ଜଗତରେ ପ୍ରତ୍ୟକ୍ଷ ଅଟେ। ହେ ନାନକ! ମୁଁ ପ୍ରଭୁଙ୍କ ସେହି ଅଦ୍ଭୁତ ଲୀଳାକୁ ଦେଖି କୃତାର୍ଥ ହୋଇଯାଇଛି। ॥4॥26॥33॥
ਮਾਝ ਮਹਲਾ ੫ ॥
ମାଝ ମହଲା 5 ॥
ਹੁਕਮੀ ਵਰਸਣ ਲਾਗੇ ਮੇਹਾ ॥
ଭଗବାନଙ୍କ ହୁକୁମରୁ ମେଘ ବର୍ଷିଥାଏ।
ਸਾਜਨ ਸੰਤ ਮਿਲਿ ਨਾਮੁ ਜਪੇਹਾ ॥
ସଜ୍ଜନ ସନ୍ଥ ମିଶି ଭଗବାନଙ୍କ ନାମ ଜପ କରିଥାନ୍ତି।
ਸੀਤਲ ਸਾਂਤਿ ਸਹਜ ਸੁਖੁ ਪਾਇਆ ਠਾਢਿ ਪਾਈ ਪ੍ਰਭਿ ਆਪੇ ਜੀਉ ॥੧॥
ସନ୍ଥଙ୍କ ହୃଦୟ ଶୀତଳ ଏବଂ ଶାନ୍ତ ହୋଇଯାଇଛି ଆଉ ତାହାଙ୍କୁ ସ୍ଵାଭାବିକ ସୁଖ ଉପଲବ୍ଧ ହୋଇଯାଇଛି। ଭଗବାନ ସ୍ଵୟଂ ହିଁ ସନ୍ଥଙ୍କ ହୃଦୟରେ ଶାନ୍ତି ପ୍ରଦାନ କରିଛନ୍ତି ॥1॥
ਸਭੁ ਕਿਛੁ ਬਹੁਤੋ ਬਹੁਤੁ ਉਪਾਇਆ ॥
ଭଗବାନ ସବୁ କିଛି ଅତ୍ୟଧିକ ମାତ୍ରାରେ ଉତ୍ପର୍ଣ୍ଣ କରିଛନ୍ତି।
ਕਰਿ ਕਿਰਪਾ ਪ੍ਰਭਿ ਸਗਲ ਰਜਾਇਆ ॥
ନିଜ କୃପାରୁ ପରମାତ୍ମା ସବୁଙ୍କୁ ସନ୍ତୁଷ୍ଟ କରିଦେଇଛନ୍ତି।
ਦਾਤਿ ਕਰਹੁ ਮੇਰੇ ਦਾਤਾਰਾ ਜੀਅ ਜੰਤ ਸਭਿ ਧ੍ਰਾਪੇ ਜੀਉ ॥੨॥
ହେ ମୋର ଦାତା! ନିଜ ଦାନ ପ୍ରଦାନ କର ଯାହା ଫଳରେ ସବୁ ଜୀବ-ଜନ୍ତୁ ତୃପ୍ତ ହୋଇଯାନ୍ତି ॥2॥
ਸਚਾ ਸਾਹਿਬੁ ਸਚੀ ਨਾਈ ॥
ମୋର ମାଲିକ ପ୍ରଭୁ ସର୍ବଦା ସତ୍ୟ ଆଉ ତାହାଙ୍କ ମହିମା ମଧ୍ୟ ସତ୍ୟ ଅଟେ।
ਗੁਰ ਪਰਸਾਦਿ ਤਿਸੁ ਸਦਾ ਧਿਆਈ ॥
ଗୃର୍ଙ୍କ କୃପାରୁ ମୁଁ ସର୍ବଦା ହିଁ ତାହାଙ୍କ ଧ୍ୟାନ କରୁଅଛି।
ਜਨਮ ਮਰਣ ਭੈ ਕਾਟੇ ਮੋਹਾ ਬਿਨਸੇ ਸੋਗ ਸੰਤਾਪੇ ਜੀਉ ॥੩॥
ସେହି ପ୍ରଭୁ ମୋର ଜନ୍ମ-ମରଣର ଭୟ ଏବଂ ମାୟାର ମୋହ ନାଶ କରିଦେଇଛନ୍ତି ॥3॥
ਸਾਸਿ ਸਾਸਿ ਨਾਨਕੁ ਸਾਲਾਹੇ ॥
ନାନକ ପ୍ରତି ଶ୍ଵାସରେ ଭଗବାନଙ୍କ ମହିମା-ସ୍ତୁତି କରିଥାନ୍ତି।
ਸਿਮਰਤ ਨਾਮੁ ਕਾਟੇ ਸਭਿ ਫਾਹੇ ॥
ଭଗବାନଙ୍କ ସ୍ମରଣ କରିବା ଦ୍ଵାରା ତାହାଙ୍କ ସବୁ ଜଞ୍ଜିର କଟିଯାଏ।
ਪੂਰਨ ਆਸ ਕਰੀ ਖਿਨ ਭੀਤਰਿ ਹਰਿ ਹਰਿ ਹਰਿ ਗੁਣ ਜਾਪੇ ਜੀਉ ॥੪॥੨੭॥੩੪॥
ଭଗବାନ ଏକ କ୍ଷଣରେ ତାହାର ଆଶା ପୂରଣ କରିଦେଇଛନ୍ତି, ଏବେ ତ ଭଗବାନଙ୍କ ନାମର ହିଁ ଜପ କରୁଅଛି ଆଉ ତାହାଙ୍କ ମହିମା ଗାନ କରୁଅଛି ॥4॥27॥34॥
ਮਾਝ ਮਹਲਾ ੫ ॥
ମାଝ ମହଲା 5 ॥
ਆਉ ਸਾਜਨ ਸੰਤ ਮੀਤ ਪਿਆਰੇ ॥
ହେ ମୋର ସନ୍ଥ ଏବଂ ପ୍ରିୟ ମିତ୍ର! ଆସ
ਮਿਲਿ ਗਾਵਹ ਗੁਣ ਅਗਮ ਅਪਾਰੇ ॥
ଆମେ ମିଶି ଅଗମ୍ୟ ଓ ଅନନ୍ତ ପ୍ରଭୁଙ୍କ ଯଶୋଗାନ କରିବା।
ਗਾਵਤ ਸੁਣਤ ਸਭੇ ਹੀ ਮੁਕਤੇ ਸੋ ਧਿਆਈਐ ਜਿਨਿ ਹਮ ਕੀਏ ਜੀਉ ॥੧॥
ଭଗବାନଙ୍କ ମହିମା ଗାଇବା ଏବଂ ଶୁଣିବା ବାଲା ସବୁ ବ୍ୟକ୍ତି ମାୟାର ବନ୍ଧନରୁ ମୁକ୍ତ ହୋଇଯାନ୍ତି। ଆସ, ଆମେ ସେହି ପ୍ରଭୁଙ୍କ ଆରାଧନା କରିବା ଯିଏ ଆମକୁ ଉତ୍ପର୍ଣ୍ଣ କରିଛନ୍ତି। ॥1॥
ਜਨਮ ਜਨਮ ਕੇ ਕਿਲਬਿਖ ਜਾਵਹਿ ॥
ଭଗବାନଙ୍କ ସ୍ମରଣ କରିବା ଦ୍ଵାରା ଜନ୍ମ-ଜନ୍ମାନ୍ତରର ସବୁ ପାପ ନଷ୍ଟ ହୋଇଯାଇ ଥାଏ।
ਮਨਿ ਚਿੰਦੇ ਸੇਈ ਫਲ ਪਾਵਹਿ ॥
ଆଉ ମନୋବାଞ୍ଚିତ ଫଳ ପ୍ରାପ୍ତ ହୋଇଥାଏ।
ਸਿਮਰਿ ਸਾਹਿਬੁ ਸੋ ਸਚੁ ਸੁਆਮੀ ਰਿਜਕੁ ਸਭਸੁ ਕਉ ਦੀਏ ਜੀਉ ॥੨॥
ସେହି ସତ୍ୟ ପ୍ରଭୁ-ପରମେଶ୍ଵରଙ୍କ ଆରାଧନା କର, ଯିଏ ସବୁଙ୍କୁ ଭୋଜନ ଦିଅନ୍ତି ॥2॥
ਨਾਮੁ ਜਪਤ ਸਰਬ ਸੁਖੁ ਪਾਈਐ ॥
ଭଗବାନଙ୍କ ନାମର ଜପ କରିବା ଦ୍ଵାରା ସବୁ ସୁଖ ମିଳିଯାଏ।
ਸਭੁ ਭਉ ਬਿਨਸੈ ਹਰਿ ਹਰਿ ਧਿਆਈਐ ॥
ହରି-ପ୍ରଭୁଙ୍କ ଆରାଧନା କରିବା ଦ୍ଵାରା ସବୁ ଭୟ ନାଶ ହୋଇଯାଇଥାଏ।
ਜਿਨਿ ਸੇਵਿਆ ਸੋ ਪਾਰਗਿਰਾਮੀ ਕਾਰਜ ਸਗਲੇ ਥੀਏ ਜੀਉ ॥੩॥
ଯିଏ ପରମାତ୍ମାଙ୍କ ସେବା କରିଥାଏ, ସେ ପୂର୍ଣ୍ଣ ପୁରୁଷ ଅଟେ ଆଉ ତାହାର ସମସ୍ତ କାର୍ଯ୍ୟ ସମ୍ପର୍ଣ୍ଣ ହୁଏ। ॥3॥
ਆਇ ਪਇਆ ਤੇਰੀ ਸਰਣਾਈ ॥
ହେ ପ୍ରଭୁ! ମୁଁ ତୋର ଶରଣରେ ଆସିଅଛି,
ਜਿਉ ਭਾਵੈ ਤਿਉ ਲੈਹਿ ਮਿਲਾਈ ॥
ତୋତେ ଯେପରି ଭଲ ଲାଗେ ମୋତେ ସେପରି ନିଜ ସାଥିରେ ମିଳନ କର।