ਬਿਖਿਆ ਕਾਰਣਿ ਲਬੁ ਲੋਭੁ ਕਮਾਵਹਿ ਦੁਰਮਤਿ ਕਾ ਦੋਰਾਹਾ ਹੇ ॥੯॥
ବିକାର କାରଣରୁ ସେ ଲାଳସା-ଲୋଭର ଆଚରଣ ଆପଣାଇ ଥାଏ, ଯାହାଦ୍ୱାରା ଦୁର୍ମତି ଦୋଛକିରେ ପଡି ରହିଥାଏ||9||
ਪੂਰਾ ਸਤਿਗੁਰੁ ਭਗਤਿ ਦ੍ਰਿੜਾਏ ॥
ପୂର୍ଣ୍ଣ ସଦଗୁରୁ ହିଁ ଭକ୍ତି ଦୃଢ କରାଇ ଥାଆନ୍ତି।
ਗੁਰ ਕੈ ਸਬਦਿ ਹਰਿ ਨਾਮਿ ਚਿਤੁ ਲਾਏ ॥
ଯିଏ ଗୁରୁଙ୍କ ଉପଦେଶ ଦ୍ଵାରା ହରିନାମରେ ଚିତ୍ତ ଲଗାଇ ଥାଏ,
ਮਨਿ ਤਨਿ ਹਰਿ ਰਵਿਆ ਘਟ ਅੰਤਰਿ ਮਨਿ ਭੀਨੈ ਭਗਤਿ ਸਲਾਹਾ ਹੇ ॥੧੦॥
ତାହାର ମନ-ତନରେ ପ୍ରଭୁ ରମଣ କରିଥାନ୍ତି ଏବଂ ପ୍ରଭୁଙ୍କ ଭକ୍ତି ଓ ସ୍ତୁତିଗାନ ଦ୍ଵାରା ଜୀବର ମନ ଭିଜି ଯାଇଥାଏ||10||
ਮੇਰਾ ਪ੍ਰਭੁ ਸਾਚਾ ਅਸੁਰ ਸੰਘਾਰਣੁ ॥
ମୋର ସଚ୍ଚା ପ୍ରଭୁ ବିକାର ରୂପୀ ଅସୁରର ସଂହାର କରିବା ବାଲା ଅଟନ୍ତି।
ਗੁਰ ਕੈ ਸਬਦਿ ਭਗਤਿ ਨਿਸਤਾਰਣੁ ॥
ଗୁରୁଙ୍କ ଶବ୍ଦ ଦ୍ଵାରା ଭକ୍ତି କରିଲେ ହିଁ ସଂସାର-ସାଗରରୁ ମୁକ୍ତି ମିଳିଥାଏ।
ਮੇਰਾ ਪ੍ਰਭੁ ਸਾਚਾ ਸਦ ਹੀ ਸਾਚਾ ਸਿਰਿ ਸਾਹਾ ਪਾਤਿਸਾਹਾ ਹੇ ॥੧੧॥
ମୋର ପ୍ରଭୁ ସତ୍ୟ ଅଟନ୍ତି, ସର୍ବଦା ପରମସତ୍ୟ ଅଟନ୍ତି ଏବଂ ସଂସାରର ବାଦଶାହ ଉପରେ ମଧ୍ୟ ତାହାଙ୍କ ହୁକୁମ ଚାଲିଥାଏ||11||
ਸੇ ਭਗਤ ਸਚੇ ਤੇਰੈ ਮਨਿ ਭਾਏ ॥
ହେ ଭଗବାନ! ସେହି ଭକ୍ତଜନ ସଚ୍ଚା ଅଟେ, ଯିଏ ତୋର ମନକୁ ଭଲ ଲାଗିଥାଏ,
ਦਰਿ ਕੀਰਤਨੁ ਕਰਹਿ ਗੁਰ ਸਬਦਿ ਸੁਹਾਏ ॥
ସେ ତୋର ଦ୍ଵାରରେ କୀର୍ତ୍ତି ଗାନ କରିଥାଏ ଆଉ ଗୁରୁ-ଶବ୍ଦ ଦ୍ଵାରା ହିଁ ସୁନ୍ଦର ଲାଗିଥାଏ।
ਸਾਚੀ ਬਾਣੀ ਅਨਦਿਨੁ ਗਾਵਹਿ ਨਿਰਧਨ ਕਾ ਨਾਮੁ ਵੇਸਾਹਾ ਹੇ ॥੧੨॥
ସେ ପ୍ରତିଦିନ ତୋର ସଚ୍ଚା ବାଣୀ ଗାନ କରିଥାଏ ଏବଂ ତୋର ନାମ ହିଁ ସେହି ନିର୍ଦ୍ଧନର ପୁଞ୍ଜି ଅଟେ||12||
ਜਿਨ ਆਪੇ ਮੇਲਿ ਵਿਛੋੜਹਿ ਨਾਹੀ ॥
ଯାହାକୁ ତୁ ସ୍ଵୟଂ ହିଁ ମିଳାଇ ନେଉ, ସେ ତୋ’ ଠାରୁ ପୁଣି ବିଚ୍ଛେଦ ହୁଏନାହିଁ।
ਗੁਰ ਕੈ ਸਬਦਿ ਸਦਾ ਸਾਲਾਹੀ ॥
ସେ ଗୁରୁଙ୍କ ଉପଦେଶ ଦ୍ଵାରା ସଦା ତୋର ପ୍ରଶଂସା କରିଥାଏ।
ਸਭਨਾ ਸਿਰਿ ਤੂ ਏਕੋ ਸਾਹਿਬੁ ਸਬਦੇ ਨਾਮੁ ਸਲਾਹਾ ਹੇ ॥੧੩॥
ସଂପୂର୍ଣ୍ଣ ବିଶ୍ଵରେ ଏକ ତୁ ହିଁ ସବୁଙ୍କ ମାଲିକ ଅଟୁ ଆଉ ସେ ଶବ୍ଦ-ଗୁରୁ ଦ୍ଵାରା ତୋର ନାମର ହିଁ ସ୍ତୁତିଗାନ କରିଥାଏ||13||
ਬਿਨੁ ਸਬਦੈ ਤੁਧੁਨੋ ਕੋਈ ਨ ਜਾਣੀ ॥
ଶବ୍ଦ-ଗୁରୁଙ୍କ ବିନା ତୋତେ କେହି ଅନୁଭବ କରି ପାରିବ ନାହିଁ।
ਤੁਧੁ ਆਪੇ ਕਥੀ ਅਕਥ ਕਹਾਣੀ ॥
ତୁ ନିଜର ଅକଥନୀୟ କଥା ସ୍ଵୟଂ ହିଁ କହିଥାଉ।
ਆਪੇ ਸਬਦੁ ਸਦਾ ਗੁਰੁ ਦਾਤਾ ਹਰਿ ਨਾਮੁ ਜਪਿ ਸੰਬਾਹਾ ਹੇ ॥੧੪॥
ତୁ ସ୍ଵୟଂ ହିଁ ଶବ୍ଦ ଅଟୁ, ସଦା ନାମ ଦେବା ବାଲା ଗୁରୁ ଅଟୁ ଆଉ ସ୍ଵୟଂ ହିଁ ହରିନାମ ଜପ କରୁ||14||
ਤੂ ਆਪੇ ਕਰਤਾ ਸਿਰਜਣਹਾਰਾ ॥
ତୁ ସ୍ଵୟଂ ହିଁ ସୃଜନହାର କର୍ତ୍ତା ଅଟୁ,
ਤੇਰਾ ਲਿਖਿਆ ਕੋਇ ਨ ਮੇਟਣਹਾਰਾ ॥
ତୋର ଲେଖା କେହି ଦୂର କରିବା ବାଲା ନାହାନ୍ତି।
ਗੁਰਮੁਖਿ ਨਾਮੁ ਦੇਵਹਿ ਤੂ ਆਪੇ ਸਹਸਾ ਗਣਤ ਨ ਤਾਹਾ ਹੇ ॥੧੫॥
ତୁ ସ୍ଵୟଂ ହିଁ ଗୁରୁମୁଖୀ ଜୀବକୁ ନାମ ଦେଉ ଆଉ ତାହା ପାଇଁ କର୍ମ ଲେଖାର ଭୟ ରହେ ନାହିଁ||15||
ਭਗਤ ਸਚੇ ਤੇਰੈ ਦਰਵਾਰੇ ॥
ସଚ୍ଚା ଭକ୍ତ ତୋର ଦରବାରରେ
ਸਬਦੇ ਸੇਵਨਿ ਭਾਇ ਪਿਆਰੇ ॥
ଶ୍ରଦ୍ଧା ପ୍ରେମ ଦ୍ଵାରା ଶବ୍ଦର ବନ୍ଦନା କରିଥାଏ।
ਨਾਨਕ ਨਾਮਿ ਰਤੇ ਬੈਰਾਗੀ ਨਾਮੇ ਕਾਰਜੁ ਸੋਹਾ ਹੇ ॥੧੬॥੩॥੧੨॥
ହେ ନାନକ! ସେ ବୈରାଗୀ ହୋଇ ତୋର ନାମରେ ଲୀନ ରହିଥାଏ ଆଉ ନାମ ଦ୍ଵାରା ତାହର ପ୍ରତ୍ୟେକ କାର୍ଯ୍ୟ ସୁନ୍ଦର ହୋଇଯାଏ||16||3||12||
ਮਾਰੂ ਮਹਲਾ ੩ ॥
ମାରୁ ମହଲା 3 ॥
ਮੇਰੈ ਪ੍ਰਭਿ ਸਾਚੈ ਇਕੁ ਖੇਲੁ ਰਚਾਇਆ ॥
ମୋର ସଚ୍ଚା ପ୍ରଭୁ ଏକ ଅଦ୍ଭୁତ ଖେଳ ରଚିଛନ୍ତି ଏବଂ
ਕੋਇ ਨ ਕਿਸ ਹੀ ਜੇਹਾ ਉਪਾਇਆ ॥
କୌଣସି ଜୀବକୁ ମଧ୍ୟ ଅନ୍ୟ ଭଳି ଉତ୍ପନ୍ନ କରି ନାହାନ୍ତି।
ਆਪੇ ਫਰਕੁ ਕਰੇ ਵੇਖਿ ਵਿਗਸੈ ਸਭਿ ਰਸ ਦੇਹੀ ਮਾਹਾ ਹੇ ॥੧॥
ସେ ସ୍ଵୟଂ ହିଁ ଜୀବଙ୍କ ରଙ୍ଗ, ରୂପ, ଚେହେରାରେ ଅନ୍ତର ରଖି ତାହାକୁ ଦେଖି ପ୍ରସନ୍ନ ହୋଇଥାନ୍ତି||1||
ਵਾਜੈ ਪਉਣੁ ਤੈ ਆਪਿ ਵਜਾਏ ॥
ହେ ପରମାତ୍ମା! ତୁ ସ୍ଵୟଂ ହିଁ ଶରୀରରେ ପ୍ରାଣର ସଂଚାର କରିଛୁ।
ਸਿਵ ਸਕਤੀ ਦੇਹੀ ਮਹਿ ਪਾਏ ॥
ଶିବ(ଜୀବ) ଶକ୍ତି(ମାୟା)କୁ ତୁ ଶରୀରରେ ରଖିଛୁ।
ਗੁਰ ਪਰਸਾਦੀ ਉਲਟੀ ਹੋਵੈ ਗਿਆਨ ਰਤਨੁ ਸਬਦੁ ਤਾਹਾ ਹੇ ॥੨॥
ଗୁରୁଙ୍କ କୃପାରୁ ଯଦି ଜୀବର ମନ ମାୟା ଠାରୁ ଦୂରେଇ ଯାଇଥାଏ, ଅମୂଲ୍ୟ ରତ୍ନ ରୂପୀ ଶବ୍ଦ ଶବ୍ଦର ଜ୍ଞାନ ପ୍ରାପ୍ତ ହୋଇଯାଏ||2||
ਅੰਧੇਰਾ ਚਾਨਣੁ ਆਪੇ ਕੀਆ ॥
ଅନ୍ଧକାର ଏବଂ ଉଜ୍ଜଳ ତୁ ସ୍ଵୟଂ ହିଁ ଉତ୍ପନ୍ନ କରିଛୁ,
ਏਕੋ ਵਰਤੈ ਅਵਰੁ ਨ ਬੀਆ ॥
ସେଥିରେ ଏକ ତୁ ହିଁ ବ୍ୟାପ୍ତ ଅଛୁ ଏବଂ ତୋ’ ବିନା ଆଉ କେହି ନାହାନ୍ତି।
ਗੁਰ ਪਰਸਾਦੀ ਆਪੁ ਪਛਾਣੈ ਕਮਲੁ ਬਿਗਸੈ ਬੁਧਿ ਤਾਹਾ ਹੇ ॥੩॥
ଗୁରୁଙ୍କ କୃପାରୁ ଯେଉଁ ମନୁଷ୍ୟ ନିଜକୁ ନିଜେ ଜାଣି ନେଇଥାଏ, ତାହାର ହୃଦୟ-କମଳ ପ୍ରସନ୍ନ ହୋଇଥାଏ ଏବଂ ତାହାକୁ ଉତ୍ତମ ବୁଦ୍ଧି ପ୍ରାପ୍ତ ହୋଇଥାଏ||3||
ਅਪਣੀ ਗਹਣ ਗਤਿ ਆਪੇ ਜਾਣੈ ॥
ନିଜର ଗଭୀର ଗତି ସୀମାକୁ ତୁ ସ୍ଵୟଂ ହିଁ ଜାଣିଥାଉ।
ਹੋਰੁ ਲੋਕੁ ਸੁਣਿ ਸੁਣਿ ਆਖਿ ਵਖਾਣੈ ॥
ଅନ୍ୟ ଲୋକ ଶୁଣି ବ୍ୟାଖ୍ୟା କରିଥାଏ।
ਗਿਆਨੀ ਹੋਵੈ ਸੁ ਗੁਰਮੁਖਿ ਬੂਝੈ ਸਾਚੀ ਸਿਫਤਿ ਸਲਾਹਾ ਹੇ ॥੪॥
ଯିଏ ଜ୍ଞାନବାନ ହୋଇଥାଏ, ସେ ଗୁରୁମୁଖୀ ବନି ଏହି ରହସ୍ୟକୁ ବୁଝି ନେଇଥାଏ ଏବଂ ପରମାତ୍ମାଙ୍କ ସଚ୍ଚା ସ୍ତୁତି କରିଥାଏ||4||
ਦੇਹੀ ਅੰਦਰਿ ਵਸਤੁ ਅਪਾਰਾ ॥
ମାନବ-ଶରୀରରେ ହିଁ ଅନନ୍ତ ଅମୂଲ୍ୟ ବସ୍ତୁ ଅଛି ଏବଂ
ਆਪੇ ਕਪਟ ਖੁਲਾਵਣਹਾਰਾ ॥
ଈଶ୍ଵର ସ୍ଵୟଂ ହିଁ କବାଟ ଖୋଲିବା ବାଲା ଅଟନ୍ତି।
ਗੁਰਮੁਖਿ ਸਹਜੇ ਅੰਮ੍ਰਿਤੁ ਪੀਵੈ ਤ੍ਰਿਸਨਾ ਅਗਨਿ ਬੁਝਾਹਾ ਹੇ ॥੫॥
ଗୁରୁମୁଖୀ ସ୍ଵାଭାବିକ ଅବସ୍ଥାରେ ନାମାମୃତର ପାନ କରିଥାଏ ଏବଂ ତାହାର ତୃଷ୍ଣାଗ୍ନି ଲିଭି ଯାଇଥାଏ||5||
ਸਭਿ ਰਸ ਦੇਹੀ ਅੰਦਰਿ ਪਾਏ ॥
ପରମାତ୍ମା ସବୁ ରସ ଶରୀରରେ ରଖିଛନ୍ତି ଏବଂ
ਵਿਰਲੇ ਕਉ ਗੁਰੁ ਸਬਦੁ ਬੁਝਾਏ ॥
ଶବ୍ଦ-ଗୁରୁ ଦ୍ଵାରା ସେ କୌଣସି ବିରଳ ପୁରୁଷଙ୍କୁ ହିଁ ଏହି ତଥ୍ୟ ବୁଝାଇ ଥାଆନ୍ତି।
ਅੰਦਰੁ ਖੋਜੇ ਸਬਦੁ ਸਾਲਾਹੇ ਬਾਹਰਿ ਕਾਹੇ ਜਾਹਾ ਹੇ ॥੬॥
ଯେତେବେଳେ ମନୁଷ୍ୟ ନିଜ ଅନ୍ତର୍ମନକୁ ଖୋଜିଥାଏ, ସେ ଶବ୍ଦର ହିଁ ସ୍ତୁତି କରିଥାଏ, ପୁଣି ସେ ବାହାରକୁ କାହିଁକି ଯିବ?||6||
ਵਿਣੁ ਚਾਖੇ ਸਾਦੁ ਕਿਸੈ ਨ ਆਇਆ ॥
ନାମାମୃତକୁ ଚାଖିବା ବିନା କାହାକୁ ମଧ୍ୟ ତାହାର ସ୍ଵାଦ ଜଣା ପଡେ ନାହିଁ।
ਗੁਰ ਕੈ ਸਬਦਿ ਅੰਮ੍ਰਿਤੁ ਪੀਆਇਆ ॥
ଈଶ୍ଵର ଗୁରୁଙ୍କ ଶବ୍ଦ ଦ୍ଵାରା ହିଁ ନାମାମୃତର ପାନ କରାଇଛନ୍ତି।
ਅੰਮ੍ਰਿਤੁ ਪੀ ਅਮਰਾ ਪਦੁ ਹੋਏ ਗੁਰ ਕੈ ਸਬਦਿ ਰਸੁ ਤਾਹਾ ਹੇ ॥੭॥
ନାମାମୃତର ପାନ କରି ସେ ଅମର ହୋଇ ଯାଇଛି ଏବଂ ଗୁରୁଙ୍କ ଶବ୍ଦ ଦ୍ଵାରା ହିଁ ତାହାକୁ ରସ ପ୍ରାପ୍ତ ହୋଇଛି||7||
ਆਪੁ ਪਛਾਣੈ ਸੋ ਸਭਿ ਗੁਣ ਜਾਣੈ ॥
ଯିଏ ନିଜକୁ ନିଜେ ଜାଣି ନିଏ, ସେ ସବୁ ଗୁଣକୁ ଜାଣି ନିଏ।