ਜਿਸੁ ਨਾਮੈ ਕਉ ਤਰਸਹਿ ਬਹੁ ਦੇਵਾ ॥
ଯେଉଁ ନାମକୁ ପାଇବା ପାଇଁ ଅନେକ ଦେବୀ-ଦେବତା ମଧ୍ୟ ବ୍ୟାକୁଳ ହୋଇଥାନ୍ତି,
ਸਗਲ ਭਗਤ ਜਾ ਕੀ ਕਰਦੇ ਸੇਵਾ ॥
ସବୁ ଭକ୍ତ ଯାହାର ଉପାସନା କରିଥାନ୍ତି,
ਅਨਾਥਾ ਨਾਥੁ ਦੀਨ ਦੁਖ ਭੰਜਨੁ ਸੋ ਗੁਰ ਪੂਰੇ ਤੇ ਪਾਇਣਾ ॥੩॥
ଅନାଥର ନାଥ, ଦୀନର ଦୁଃଖ ନାଶ କରିବା ବାଲା ସେହି ପ୍ରଭୁଙ୍କୁ ପୂର୍ଣ୍ଣ ଗୁରୁ ଦ୍ଵାରା ହିଁ ପ୍ରାପ୍ତ କରାଯାଇ ପାରେ ||3||
ਹੋਰੁ ਦੁਆਰਾ ਕੋਇ ਨ ਸੂਝੈ ॥
ଗୁରୁଙ୍କ ବିନା ଅନ୍ୟ କୌଣସି ଦ୍ଵାରରେ ଏହା ହୁଏନାହିଁ,
ਤ੍ਰਿਭਵਣ ਧਾਵੈ ਤਾ ਕਿਛੂ ਨ ਬੂਝੈ ॥
ଜୀବ ତିନି ଲୋକରେ ଦୌଡି ଚାଲୁ, ପରନ୍ତୁ ତାହାଙ୍କୁ କିଛି ମଧ୍ୟ ଜ୍ଞାନ ହୁଏନାହିଁ।
ਸਤਿਗੁਰੁ ਸਾਹੁ ਭੰਡਾਰੁ ਨਾਮ ਜਿਸੁ ਇਹੁ ਰਤਨੁ ਤਿਸੈ ਤੇ ਪਾਇਣਾ ॥੪॥
ସଦଗୁରୁ ହିଁ ଏପରି ସାହୁକାର ଅଟନ୍ତି, ଯାହା ପାଖରେ ନାମକ୍ର ଭଣ୍ଡାର ଥାଏ, ଏହି ନାମ ରୂପୀ ରତ୍ନ ତାହାଙ୍କ ଠାରୁ ପ୍ରାପ୍ତ ହୋଇଥାଏ||4||
ਜਾ ਕੀ ਧੂਰਿ ਕਰੇ ਪੁਨੀਤਾ ॥
ଯାହାଙ୍କ ଚରଣ ଧୂଳି ଜୀବକୁ ପବିତ୍ର କରି ଦେଇଥାଏ,
ਸੁਰਿ ਨਰ ਦੇਵ ਨ ਪਾਵਹਿ ਮੀਤਾ ॥
ତାହାଙ୍କୁ ଦେବତା, ମନୁଷ୍ୟ ଏବଂ ତୃଦେବ ମଧ୍ୟ ପାଆନ୍ତି ନାହିଁ।
ਸਤਿ ਪੁਰਖੁ ਸਤਿਗੁਰੁ ਪਰਮੇਸਰੁ ਜਿਸੁ ਭੇਟਤ ਪਾਰਿ ਪਰਾਇਣਾ ॥੫॥
ସତ୍ୟପୁରୁଷ ସଦଗୁରୁ ପରମେଶ୍ଵରଙ୍କ ହିଁ ରୂପ ଅଟନ୍ତି, ଯାହାଙ୍କ ସହିତ ମିଳନ କରିଲେ ଜୀବ ସଂସାର-ସାଗରରୁ ପାର ହୋଇଯାଏ||5||
ਪਾਰਜਾਤੁ ਲੋੜਹਿ ਮਨ ਪਿਆਰੇ ॥
ହେ ପ୍ରିୟ ମନ! ଯଦି ତୁ ସର୍ବ ଇଚ୍ଛା ପୂରଣ କରିବା ବାଲା ସ୍ଵର୍ଗର ପାରିଜାତ ବୃକ୍ଷ ପାଇବା ଚାହୁଁ,
ਕਾਮਧੇਨੁ ਸੋਹੀ ਦਰਬਾਰੇ ॥
ଯଦି ତୋର ଅଭିଳାଷ ଯେ ସବୁ କାମନା ପୂରଣ କରିବା ବାଲା କାମଧେନୁ ତୋର ଦ୍ଵାରରେ ଶୋଭା ଦେଉ, ତାହାହେଲେ
ਤ੍ਰਿਪਤਿ ਸੰਤੋਖੁ ਸੇਵਾ ਗੁਰ ਪੂਰੇ ਨਾਮੁ ਕਮਾਇ ਰਸਾਇਣਾ ॥੬॥
ତୁ ପୂର୍ଣ୍ଣ ଗୁରୁଙ୍କ ସେବାରେ ଲୀନ ରୁହ, ରସାୟନ ରୂପ ନାମର ସାଧନା କର, ଯାହାଦ୍ୱାରା ତୋତେ ତୃପ୍ତି ଓ ସନ୍ତୋଷ ମିଳିଯିବ||6||
ਗੁਰ ਕੈ ਸਬਦਿ ਮਰਹਿ ਪੰਚ ਧਾਤੂ ॥
ଗୁରୁଙ୍କ ଶବ୍ଦ ଦ୍ଵାରା କାମ, କ୍ରୋଧ ଇତ୍ୟାଦି ପାଞ୍ଚ ବିକାର ଦୂର ହୋଇଯାଏ ଏବଂ
ਭੈ ਪਾਰਬ੍ਰਹਮ ਹੋਵਹਿ ਨਿਰਮਲਾ ਤੂ ॥
ପରଂବ୍ରହ୍ମଙ୍କ ଶ୍ରଦ୍ଧା ରୂପୀ ଭୟ ଦ୍ଵାରା ଜୀବ ନିର୍ମଳ ହୋଇଯାଏ।
ਪਾਰਸੁ ਜਬ ਭੇਟੈ ਗੁਰੁ ਪੂਰਾ ਤਾ ਪਾਰਸੁ ਪਰਸਿ ਦਿਖਾਇਣਾ ॥੭॥
ଯେତେବେଳେ ପାରସ ରୂପୀ ପୂର୍ଣ୍ଣ ଗୁରୁ ମିଳିଯାନ୍ତି, ତାହାଙ୍କ ଚରଣ ସ୍ପର୍ଶ ଦ୍ଵାରା ସାଧାରଣ ମନୁଷ୍ୟ ମଧ୍ୟ ପାରସ ରୂପ ଦେଖାଦେବା ଲାଗିଥାଏ||7||
ਕਈ ਬੈਕੁੰਠ ਨਾਹੀ ਲਵੈ ਲਾਗੇ ॥
ବୈକୁଣ୍ଠର ଅନେକ ସୁଖ ମଧ୍ୟ ତାହାଙ୍କ ବରାବର ହୋଇପାରେ ନାହିଁ ଏବଂ
ਮੁਕਤਿ ਬਪੁੜੀ ਭੀ ਗਿਆਨੀ ਤਿਆਗੇ ॥
ଜ୍ଞାନୀ ମନୁଷ୍ୟ ମଧ୍ୟ ମୁକ୍ତି ତ୍ୟାଗ କରିଥାଏ ଅର୍ଥାତ ତାହାର ଲାଳସା କରେ ନାହିଁ।
ਏਕੰਕਾਰੁ ਸਤਿਗੁਰ ਤੇ ਪਾਈਐ ਹਉ ਬਲਿ ਬਲਿ ਗੁਰ ਦਰਸਾਇਣਾ ॥੮॥
ଏକ ପରମେଶ୍ଵରଙ୍କୁ ସଦଗୁରୁଙ୍କ ଦ୍ଵାରା ହିଁ ପ୍ରାପ୍ତ କରାଯାଇ ପାରେ, ଏଣୁ ମୁ ଗୁରୁଙ୍କ ଦର୍ଶନ ପ୍ରତି ସମର୍ପିତ ଅଟେ||8||
ਗੁਰ ਕੀ ਸੇਵ ਨ ਜਾਣੈ ਕੋਈ ॥
ଗୁରୁଙ୍କ ସେବାର ଭେଦ କେହି ଜାଣନ୍ତି ନାହିଁ,
ਗੁਰੁ ਪਾਰਬ੍ਰਹਮੁ ਅਗੋਚਰੁ ਸੋਈ ॥
ଇନ୍ଦ୍ରିୟାତୀତ ପରଂବ୍ରହ୍ମ ହିଁ ଗୁରୁ ଅଟନ୍ତି।
ਜਿਸ ਨੋ ਲਾਇ ਲਏ ਸੋ ਸੇਵਕੁ ਜਿਸੁ ਵਡਭਾਗ ਮਥਾਇਣਾ ॥੯॥
ତାହାଙ୍କ ସେବକ ସେ ହିଁ ଅଟେ, ଯାହାକୁ ସେ ନିଜ ଲଗ୍ନରେ ଲଗାଇ ନେଇଥାନ୍ତି ଏବଂ ଯାହାର କପାଳରେ ଅହୋଭାଗ୍ୟରୁ ଲେଖା ହୋଇଥାଏ||9||
ਗੁਰ ਕੀ ਮਹਿਮਾ ਬੇਦ ਨ ਜਾਣਹਿ ॥
ଗୁରୁଙ୍କ ମହିମାର ରହସ୍ୟ ଭେଦ କେହି ମଧ୍ୟ ଜାଣନ୍ତି ନାହିଁ ଏବଂ
ਤੁਛ ਮਾਤ ਸੁਣਿ ਸੁਣਿ ਵਖਾਣਹਿ ॥
ଶୁଣି ଶୁଣି ତୁଚ୍ଛ ମାତ୍ର ଉପମା ବର୍ଣ୍ଣନା କରିଥାଏ।
ਪਾਰਬ੍ਰਹਮ ਅਪਰੰਪਰ ਸਤਿਗੁਰ ਜਿਸੁ ਸਿਮਰਤ ਮਨੁ ਸੀਤਲਾਇਣਾ ॥੧੦॥
ସଦଗୁରୁ ହିଁ ଅପରାମ୍ପର ପରଂବ୍ରହ୍ମ ଅଟନ୍ତି, ଯାହାଙ୍କୁ ସ୍ମରଣ କରିବା ଦ୍ଵାରା ମନ ଶୀତଳ ହୋଇଯାଏ||10||
ਜਾ ਕੀ ਸੋਇ ਸੁਣੀ ਮਨੁ ਜੀਵੈ ॥
ଯାହାଙ୍କ ମହିମା ଶୁଣିବା ଦ୍ଵାରା ମନ ଜାଗ୍ରତ ହେଉଥାଏ,
ਰਿਦੈ ਵਸੈ ਤਾ ਠੰਢਾ ਥੀਵੈ ॥
ହୃଦୟରେ ଯାହାଙ୍କ ବାସ କରିବା ଦ୍ଵାରା ଶାନ୍ତି ମିଳିଥାଏ,
ਗੁਰੁ ਮੁਖਹੁ ਅਲਾਏ ਤਾ ਸੋਭਾ ਪਾਏ ਤਿਸੁ ਜਮ ਕੈ ਪੰਥਿ ਨ ਪਾਇਣਾ ॥੧੧॥
ଯେତେବେଳେ ମନୁଷ୍ୟ ମୁଖରେ ‘ଗୁଡ଼-ଗୁରୁ’ ଜପିଥାଏ, ସେ ଶୋଭାର ପାତ୍ର ବନିଥାଏ ଏବଂ ତାହାକୁ ଯମର ମାର୍ଗରେ ପକା ଯାଏ ନାହିଁ||11||
ਸੰਤਨ ਕੀ ਸਰਣਾਈ ਪੜਿਆ ॥
ମୁଁ ସନ୍ଥଙ୍କ ଶରଣରେ ପଡି ଯାଇଛି ଏବଂ
ਜੀਉ ਪ੍ਰਾਣ ਧਨੁ ਆਗੈ ਧਰਿਆ ॥
ନିଜ ଜୀବନ, ପ୍ରାଣ ଏବଂ ଧନ ତାହାଙ୍କ ସମ୍ମୁଖରେ ଅର୍ପଣ କରି ଦେଇଛି।
ਸੇਵਾ ਸੁਰਤਿ ਨ ਜਾਣਾ ਕਾਈ ਤੁਮ ਕਰਹੁ ਦਇਆ ਕਿਰਮਾਇਣਾ ॥੧੨॥
ହେ ଭଗବାନ! ମୋ’ ପାଖରେ ତୋର ସେବା ଏବଂ ନାମ-ସ୍ମରଣର କୌଣସି ଜ୍ଞାନ ନାହିଁ, ଏଣୁ ମୋ’ ଭଳି କୀଟ ଉପରେ ତୁମେ ଦୟା କର||12||
ਨਿਰਗੁਣ ਕਉ ਸੰਗਿ ਲੇਹੁ ਰਲਾਏ ॥
ମୋ’ ଭଳି ଗୁଣହୀନକୁ ନିଜ ସହିତ ମିଳନ କର,
ਕਰਿ ਕਿਰਪਾ ਮੋਹਿ ਟਹਲੈ ਲਾਏ ॥
କୃପା କରି ମୋତେ ସେବାରେ ସଂଲଗ୍ନ କରି ନିଅ।
ਪਖਾ ਫੇਰਉ ਪੀਸਉ ਸੰਤ ਆਗੈ ਚਰਣ ਧੋਇ ਸੁਖੁ ਪਾਇਣਾ ॥੧੩॥
ମୁଁ ତୋର ସନ୍ଥଙ୍କୁ ବିଞ୍ଚି ଦିଏ, ତାହାଙ୍କ ସମ୍ମୁଖରେ ଅଟା ପେଷିଥାଏ ଏବଂ ତାହାଙ୍କ ଚରଣ ଧୋଇ ସୁଖର ଅନୁଭବ କରିଥାଏ||13||
ਬਹੁਤੁ ਦੁਆਰੇ ਭ੍ਰਮਿ ਭ੍ਰਮਿ ਆਇਆ ॥
ମୁଁ ବହୁତ ଦ୍ଵାର ବୁଲି ବୁଲି ତୋ’ ପାଖକୁ ଆସିଛି,
ਤੁਮਰੀ ਕ੍ਰਿਪਾ ਤੇ ਤੁਮ ਸਰਣਾਇਆ ॥
ତୁମର କୃପାରୁ ତୁମର ଶରଣରେ ଆସିଛି।
ਸਦਾ ਸਦਾ ਸੰਤਹ ਸੰਗਿ ਰਾਖਹੁ ਏਹੁ ਨਾਮ ਦਾਨੁ ਦੇਵਾਇਣਾ ॥੧੪॥
ମୋତେ ସଦା ସନ୍ଥଙ୍କ ସଙ୍ଗତିରେ ରଖ ଏବଂ ମୋତେ ନିଜ ନାମର ଦାନ ପ୍ରଦାନ କରାଇ ଦିଅ||14||
ਭਏ ਕ੍ਰਿਪਾਲ ਗੁਸਾਈ ਮੇਰੇ ॥
ମୋର ମାଲିକ ଯେତେବେଳେ କୃପାଳୁ ହୋଇଥାନ୍ତି,
ਦਰਸਨੁ ਪਾਇਆ ਸਤਿਗੁਰ ਪੂਰੇ ॥
ମୋତେ ପୂର୍ଣ୍ଣ ସଦଗୁରୁଙ୍କ ଦର୍ଶନ ପ୍ରାପ୍ତ ହୋଇଥାଏ।
ਸੂਖ ਸਹਜ ਸਦਾ ਆਨੰਦਾ ਨਾਨਕ ਦਾਸ ਦਸਾਇਣਾ ॥੧੫॥੨॥੭॥
ହେ ନାନକ! ବର୍ତ୍ତମାନ ମୋର ମନରେ ସଦା ସ୍ଵାଭାବିକ ସୁଖ ଓ ଆନନ୍ଦ ବନି ରହିଥାଏ ଏବଂ ପରମାତ୍ମାଙ୍କ ଦାସର ଦାସ ବନି ଯାଇଛି||15||2||7||
ਮਾਰੂ ਸੋਲਹੇ ਮਹਲਾ ੫
ମାରୁ ଷୋହଳ ମହଲା 5
ੴ ਸਤਿਗੁਰ ਪ੍ਰਸਾਦਿ ॥
ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରିବ।
ਸਿਮਰੈ ਧਰਤੀ ਅਰੁ ਆਕਾਸਾ ॥
ଧରିତ୍ରୀ ଏବଂ ଆକାଶ ଈଶ୍ଵରଙ୍କ ହିଁ ସ୍ମରଣ କରିଥାନ୍ତି,
ਸਿਮਰਹਿ ਚੰਦ ਸੂਰਜ ਗੁਣਤਾਸਾ ॥
ସୂର୍ଯ୍ୟ-ଚନ୍ଦ୍ର ମଧ୍ୟ ଗୁଣନିଧିଙ୍କ ଉପାସନା କରିଥାନ୍ତି,
ਪਉਣ ਪਾਣੀ ਬੈਸੰਤਰ ਸਿਮਰਹਿ ਸਿਮਰੈ ਸਗਲ ਉਪਾਰਜਨਾ ॥੧॥
ପବନ, ପାଣି ଏବଂ ଅଗ୍ନି ମଧ୍ୟ ତାହାଙ୍କ ଗୁଣାନୁବାଦ କରିଥାନ୍ତି, ବାସ୍ତବରେ ସମସ୍ତ ସୃଷ୍ଟି ତାହାଙ୍କୁ ହିଁ ସ୍ମରଣ କରିଥାନ୍ତି||1||