ਸਿਮਰਹਿ ਖੰਡ ਦੀਪ ਸਭਿ ਲੋਆ ॥
ଖଣ୍ଡ, ଦ୍ଵୀପ ଏବଂ ସବୁ ଲୋକ ତାହାଙ୍କୁ ସ୍ମରଣ କରିଥାନ୍ତି,
ਸਿਮਰਹਿ ਪਾਤਾਲ ਪੁਰੀਆ ਸਚੁ ਸੋਆ ॥
ପାତାଳ, ପୁର ମଧ୍ୟ ସେହି ପରମ-ସତ୍ୟଙ୍କ ସ୍ମରଣ କରିବାରେ ଲୀନ ଥାଆନ୍ତି,
ਸਿਮਰਹਿ ਖਾਣੀ ਸਿਮਰਹਿ ਬਾਣੀ ਸਿਮਰਹਿ ਸਗਲੇ ਹਰਿ ਜਨਾ ॥੨॥
ଉତ୍ପତ୍ତିର ଚାରି ସ୍ରୋତ ଏବଂ ଚାରି ବାଣୀ ତାହାଙ୍କ ସ୍ମରଣରେ ଲୀନ ଥାଆନ୍ତି ଏବଂ ସମସ୍ତ ହରି ଭକ୍ତ ତାହାଙ୍କୁ ହିଁ ସ୍ମରଣ କରିଥାନ୍ତି||2||
ਸਿਮਰਹਿ ਬ੍ਰਹਮੇ ਬਿਸਨ ਮਹੇਸਾ ॥
ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ଵର ମଧ୍ୟ ସେହି ଓଁକାରଙ୍କୁ ସ୍ମରଣ କରିଥାନ୍ତି,
ਸਿਮਰਹਿ ਦੇਵਤੇ ਕੋੜਿ ਤੇਤੀਸਾ ॥
ତେତିଶି କୋଟି ଦେବତା ମଧ୍ୟ ତାହାଙ୍କ ସ୍ମରଣ କରିଥାନ୍ତି,
ਸਿਮਰਹਿ ਜਖੵਿ ਦੈਤ ਸਭਿ ਸਿਮਰਹਿ ਅਗਨਤੁ ਨ ਜਾਈ ਜਸੁ ਗਨਾ ॥੩॥
ଯକ୍ଷ, ସବୁ ଦୈତ୍ୟ ମଧ୍ୟ ସେହି ଏକଙ୍କ ହିଁ ସ୍ମରଣ କରିଥାନ୍ତି, ଅସଂଖ୍ୟ ଜୀବ ପ୍ରଭୁଙ୍କ ହିଁ ଯଶୋଗାନ କରିଥାନ୍ତି, ଯାହାର ଗଣନା କରାଯାଇ ପାରିବ ନାହିଁ||3||
ਸਿਮਰਹਿ ਪਸੁ ਪੰਖੀ ਸਭਿ ਭੂਤਾ ॥
ପଶୁ-ପକ୍ଷୀ, ସବୁ ତତ୍ତ୍ଵ ତାହାଙ୍କୁ ସ୍ମରଣ କରିଥାନ୍ତି,
ਸਿਮਰਹਿ ਬਨ ਪਰਬਤ ਅਉਧੂਤਾ ॥
ବନ, ପର୍ବତ ଏବଂ ଅବଧୂତ ମଧ୍ୟ ତାହାଙ୍କ ସ୍ମରଣ କରିଥାନ୍ତି,
ਲਤਾ ਬਲੀ ਸਾਖ ਸਭ ਸਿਮਰਹਿ ਰਵਿ ਰਹਿਆ ਸੁਆਮੀ ਸਭ ਮਨਾ ॥੪॥
ଲଟା, ବୃକ୍ଷ, ଶାଖା ସବୁ ତାହାଙ୍କ ଆରାଧନା କରିଥାନ୍ତି, ସବୁ ଜୀବ ମନରେ ପରମେଶ୍ଵରଙ୍କ ସ୍ମରଣ ହିଁ କରିଥାନ୍ତି||4||
ਸਿਮਰਹਿ ਥੂਲ ਸੂਖਮ ਸਭਿ ਜੰਤਾ ॥
ସୂକ୍ଷ୍ମ ଏବଂ ସ୍ଥୂଳ ଶରୀର ବାଲା ସବୁ ଜୀବ ତାହାଙ୍କ ସ୍ମରଣ କରିଥାନ୍ତି,
ਸਿਮਰਹਿ ਸਿਧ ਸਾਧਿਕ ਹਰਿ ਮੰਤਾ ॥
ବଡ ବଡ ସିଦ୍ଧ, ସାଧକ ହରିନାମ ମନ୍ତ୍ରର ଧ୍ୟାନ କରିଥାନ୍ତି।
ਗੁਪਤ ਪ੍ਰਗਟ ਸਿਮਰਹਿ ਪ੍ਰਭ ਮੇਰੇ ਸਗਲ ਭਵਨ ਕਾ ਪ੍ਰਭ ਧਨਾ ॥੫॥
ସବୁ ଗୁପ୍ତ ଏବଂ ପ୍ରକଟ ଜୀବ ମୋର ପ୍ରଭୁଙ୍କ ସ୍ମରଣ ହିଁ ପାଇଥାନ୍ତି, ମୋର ପ୍ରଭୁ ଆକାଶ, ପାତାଳ, ପୃଥିବୀ ସବୁ ଲୋକର ସ୍ଵାମୀ ଅଟନ୍ତି||5||
ਸਿਮਰਹਿ ਨਰ ਨਾਰੀ ਆਸਰਮਾ ॥
ବ୍ରହ୍ମଚର୍ଯ୍ୟ, ଗୃହସ୍ଥ, ବାନପ୍ରସ୍ଥ ଏବଂ ସନ୍ନ୍ୟାସ; ଏହି ଚାରି ଆଶ୍ରମର ନରନାରୀ ମଧ୍ୟ ପରମାତ୍ମାଙ୍କ ଅର୍ଚ୍ଚନା କରିଥାନ୍ତି,
ਸਿਮਰਹਿ ਜਾਤਿ ਜੋਤਿ ਸਭਿ ਵਰਨਾ ॥
ସବୁ ଜାତି- କ୍ଷତ୍ରିୟ, ବ୍ରାହ୍ମଣ, ବୈଶ୍ୟ ଏବଂ ଶୂଦ୍ର; ଏହି ଚାରି ବର୍ଗର ଲୋକ,
ਸਿਮਰਹਿ ਗੁਣੀ ਚਤੁਰ ਸਭਿ ਬੇਤੇ ਸਿਮਰਹਿ ਰੈਣੀ ਅਰੁ ਦਿਨਾ ॥੬॥
ସୂକ୍ଷ୍ମ ଶରୀର ବାଲା ଆତ୍ମା ସବୁ ତାହାଙ୍କ ବନ୍ଦନା କରିଥାନ୍ତି, ସବୁ ଗୁଣବାନ, ଚତୁର ଏବଂ ବିଦ୍ଵାନ ଦିନ-ରାତି ଈଶ୍ଵରଙ୍କ ହିଁ ଉପାସନା କରିଥାନ୍ତି||6||
ਸਿਮਰਹਿ ਘੜੀ ਮੂਰਤ ਪਲ ਨਿਮਖਾ ॥
ଘଡି, ମୂହୁର୍ତ୍ତ, କ୍ଷଣ ଏବଂ ନିମିଷ ତାହାଙ୍କୁ ହିଁ ସ୍ମରଣ କରିଥାନ୍ତି,
ਸਿਮਰੈ ਕਾਲੁ ਅਕਾਲੁ ਸੁਚਿ ਸੋਚਾ ॥
କାଳ, କାଳ ରହିତ, ସଂଯମ ଏବଂ ଶାରୀରିକ ପବିତ୍ରତା ରଖିବା ବାଲା ପ୍ରାଣୀ ଭଗବାନଙ୍କ ସ୍ମରଣରେ ଲୀନ ରହିଥାନ୍ତି;
ਸਿਮਰਹਿ ਸਉਣ ਸਾਸਤ੍ਰ ਸੰਜੋਗਾ ਅਲਖੁ ਨ ਲਖੀਐ ਇਕੁ ਖਿਨਾ ॥੭॥
ସଗୁଣ, ଶାସ୍ତ୍ର ଏବଂ ସଂଯୋଗ ବନାଇବା ବାଲା ଜ୍ଯୋତିଷ ମଧ୍ୟ ତାହାଙ୍କ ସ୍ମରଣ କରିଥାନ୍ତି, କିନ୍ତୁ ସେହି ଅଲକ୍ଷ ପରମେଶ୍ଵରଙ୍କ ଦର୍ଶନ ଏକ କ୍ଷଣ ପାଇଁ ମଧ୍ୟ କରିପାରି ନାହାନ୍ତି||7||
ਕਰਨ ਕਰਾਵਨਹਾਰ ਸੁਆਮੀ ॥
ହେ ମାଳିକା! ତୁ ସବୁକିଛି କରିବା-କରାଇବାରେ ସମର୍ଥ ଅଟୁ,
ਸਗਲ ਘਟਾ ਕੇ ਅੰਤਰਜਾਮੀ ॥
ସବୁଙ୍କ ହୃଦୟର ଭାବନାକୁ ଜାଣୁ।
ਕਰਿ ਕਿਰਪਾ ਜਿਸੁ ਭਗਤੀ ਲਾਵਹੁ ਜਨਮੁ ਪਦਾਰਥੁ ਸੋ ਜਿਨਾ ॥੮॥
ତୁ କୃପା କରି ଯାହାକୁ ଭକ୍ତିରେ ଲଗାଉ, ସେ ନିଜ ଜୀବନ ଜିତି ଯାଇଥାଏ||8||
ਜਾ ਕੈ ਮਨਿ ਵੂਠਾ ਪ੍ਰਭੁ ਅਪਨਾ ॥
ଯାହାର ମନରେ ପ୍ରଭୁଙ୍କ ସ୍ମରଣ ବାସ କରିଛି,
ਪੂਰੈ ਕਰਮਿ ਗੁਰ ਕਾ ਜਪੁ ਜਪਨਾ ॥
ପୂର୍ଣ୍ଣ ଭାଗ୍ୟରୁ ସେ ଗୁରୁଙ୍କ ଜପ କରିଥାଏ ଏବଂ
ਸਰਬ ਨਿਰੰਤਰਿ ਸੋ ਪ੍ਰਭੁ ਜਾਤਾ ਬਹੁੜਿ ਨ ਜੋਨੀ ਭਰਮਿ ਰੁਨਾ ॥੯॥
ସେ ପ୍ରଭୁଙ୍କୁ ସର୍ବବ୍ୟାପୀ ମାନି ନେଇଥାଏ, ଏଣୁ ସେ ପୁନଃ ଯୋନିର ଚକ୍ରର ଦୁଃଖରେ ପଡେ ନାହିଁ||9||
ਗੁਰ ਕਾ ਸਬਦੁ ਵਸੈ ਮਨਿ ਜਾ ਕੈ ॥
ଯାହାର ମନରେ ଗୁରୁଙ୍କ ଶବ୍ଦ ବାସ କରିଥାଏ,
ਦੂਖੁ ਦਰਦੁ ਭ੍ਰਮੁ ਤਾ ਕਾ ਭਾਗੈ ॥
ତାହାର ଦୁଃଖ-ଯନ୍ତ୍ରଣା ଦୂର ହୋଇଯାଏ।
ਸੂਖ ਸਹਜ ਆਨੰਦ ਨਾਮ ਰਸੁ ਅਨਹਦ ਬਾਣੀ ਸਹਜ ਧੁਨਾ ॥੧੦॥
ସେ ନାମାମୃତ ପାନ କରି ସ୍ଵାଭାବିକ ସୁଖ ଏବଂ ଆନନ୍ଦରେ ରହିଥାଏ ଏବଂ ମନରେ ରସାଳ ଧ୍ୱନି ବାଲା ଅନାହତ ବାଣୀ ଶୁଣିଥାଏ||10||
ਸੋ ਧਨਵੰਤਾ ਜਿਨਿ ਪ੍ਰਭੁ ਧਿਆਇਆ ॥
ସେ ଧନବାନ ଅଟେ, ଯିଏ ପ୍ରଭୁଙ୍କ ଧ୍ୟାନ କରିଥାଏ। +
ਸੋ ਪਤਿਵੰਤਾ ਜਿਨਿ ਸਾਧਸੰਗੁ ਪਾਇਆ ॥
ସେ ହିଁ ପ୍ରତିଷ୍ଠିତ ଅଟେ, ଯିଏ ସାଧୁସଙ୍ଗତି ପ୍ରାପ୍ତ କରିଥାଏ।
ਪਾਰਬ੍ਰਹਮੁ ਜਾ ਕੈ ਮਨਿ ਵੂਠਾ ਸੋ ਪੂਰ ਕਰੰਮਾ ਨਾ ਛਿਨਾ ॥੧੧॥
ଯେଉଁ ମନୁଷ୍ୟର ମନରେ ପରଂବ୍ରହ୍ମ ବାସ କରିଛନ୍ତି, ସେ ପୂର୍ଣ୍ଣ ଭାଗ୍ୟଶାଳୀ ଅଟେ ଏବଂ ତାହା ଜଗତରେ ଲୁଚି ରହେ ନାହିଁ||11||
ਜਲਿ ਥਲਿ ਮਹੀਅਲਿ ਸੁਆਮੀ ਸੋਈ ॥
ସାଗର, ଭୂମି ଏବଂ ଆକାଶରେ ପ୍ରଭୁ ହିଁ ଅଛନ୍ତି,
ਅਵਰੁ ਨ ਕਹੀਐ ਦੂਜਾ ਕੋਈ ॥
ତାହାଙ୍କ ଅତିରିକ୍ତ ଅନ୍ୟ କେହି ନାହାନ୍ତି ବୋଲି କୁହାଯାଇ ପାରିବ।
ਗੁਰ ਗਿਆਨ ਅੰਜਨਿ ਕਾਟਿਓ ਭ੍ਰਮੁ ਸਗਲਾ ਅਵਰੁ ਨ ਦੀਸੈ ਏਕ ਬਿਨਾ ॥੧੨॥
ଗୁରୁଙ୍କ ଜ୍ଞାନ ରୂପୀ ସୁରମା ସାରା ଭ୍ରମ ଦୂର କରି ଦେଇଥାନ୍ତି ଏବଂ ଏ ପର୍ଯ୍ୟନ୍ତ ପରମେଶ୍ଵରଙ୍କ ବିନା ଆଉ କେହି ଦୃଷ୍ଟିଗୋଚର ହେଉ ନାହାନ୍ତି||12||
ਊਚੇ ਤੇ ਊਚਾ ਦਰਬਾਰਾ ॥
ଈଶ୍ଵରଙ୍କ ଦରବାର ସବୁଠାରୁ ଉଚ୍ଚ ଅଟେ,
ਕਹਣੁ ਨ ਜਾਈ ਅੰਤੁ ਨ ਪਾਰਾ ॥
ତାହାଙ୍କ କୌଣସି ଅନ୍ତ କିମ୍ବା ସୀମା ବ୍ୟକ୍ତ କରାଯାଇ ପାରିବ ନାହିଁ।
ਗਹਿਰ ਗੰਭੀਰ ਅਥਾਹ ਸੁਆਮੀ ਅਤੁਲੁ ਨ ਜਾਈ ਕਿਆ ਮਿਨਾ ॥੧੩॥
ସେହି ସବୁଙ୍କ ସ୍ଵାମୀ ଗହନ-ଗମ୍ଭୀର, ଅଥଳ ଏବଂ ଅତୁଳନୀୟ ଅଟନ୍ତି, ତାହାଙ୍କ ମହିମାକୁ ତଉଲା ଯାଇ ପାରିବ ନାହିଁ||13||
ਤੂ ਕਰਤਾ ਤੇਰਾ ਸਭੁ ਕੀਆ ॥
ତୁ ରଚୟିତା ଅଟୁ ଏବଂ ଏହି ସଂପୂର୍ଣ୍ଣ ଶରୀର ତୋ’ ଦ୍ଵାରା ହିଁ ବନା ହୋଇଛି,
ਤੁਝੁ ਬਿਨੁ ਅਵਰੁ ਨ ਕੋਈ ਬੀਆ ॥
ତୋର ଅତିରିକ୍ତ ଆଉ କେହି ନାହାନ୍ତି।
ਆਦਿ ਮਧਿ ਅੰਤਿ ਪ੍ਰਭੁ ਤੂਹੈ ਸਗਲ ਪਸਾਰਾ ਤੁਮ ਤਨਾ ॥੧੪॥
ହେ ପ୍ରଭୁ! ଜଗତର ଆଦି, ମଧ୍ୟ ଏବଂ ଅନ୍ତରେ ଏକ ତୁ ହିଁ ଅଛୁ ଏବଂ ଏହି ସଂପୂର୍ଣ୍ଣ ଜଗତ ପ୍ରସାର ତୋର ଶରୀର ଅଟେ||14||
ਜਮਦੂਤੁ ਤਿਸੁ ਨਿਕਟਿ ਨ ਆਵੈ ॥
ଯମଦୂତ ସେହି ବ୍ୟକ୍ତିର ନିକଟକୁ ଆସେ ନାହିଁ।
ਸਾਧਸੰਗਿ ਹਰਿ ਕੀਰਤਨੁ ਗਾਵੈ ॥
ଯେଉଁ ବ୍ୟକ୍ତି ସାଧୁ-ସଙ୍ଗତିରେ ଈଶ୍ଵରଙ୍କ କୀର୍ତ୍ତି-ଗାନ କରିଥାଏ,
ਸਗਲ ਮਨੋਰਥ ਤਾ ਕੇ ਪੂਰਨ ਜੋ ਸ੍ਰਵਣੀ ਪ੍ਰਭ ਕਾ ਜਸੁ ਸੁਨਾ ॥੧੫॥
ଯିଏ ନିଜ କାନରେ ପ୍ରଭୁଙ୍କ ଯଶ ଶୁଣିଥାଏ, ତାହାଙ୍କ ସବୁ ମନୋରଥ ପୂର୍ଣ୍ଣ ହୋଇଯାଏ||15||
ਤੂ ਸਭਨਾ ਕਾ ਸਭੁ ਕੋ ਤੇਰਾ ॥ ਸਾਚੇ ਸਾਹਿਬ ਗਹਿਰ ਗੰਭੀਰਾ ॥
ହେ ସଚ୍ଚା ମାଲିକ! ତୁ ଗହନ-ଗମ୍ଭୀର ଅଟୁ, ତୁ ସମସ୍ତଙ୍କ ରକ୍ଷକ ଏବଂ ସମସ୍ତଙ୍କୁ ତୋର ହିଁ ସାହାରା ଅଛି।