ਨਾਨਕ ਸੇ ਅਖੜੀਆ ਬਿਅੰਨਿ ਜਿਨੀ ਡਿਸੰਦੋ ਮਾ ਪਿਰੀ ॥੩॥
ହେ ନାନକ! ସେହି ନେତ୍ର ଭିନ୍ନ ଅଟେ, ଯାହାଦ୍ୱାରା ପ୍ରିୟତମ ପ୍ରଭୁ ଦେଖା ଦେଇଥାନ୍ତି||3||
ਪਉੜੀ ॥
ପଉଡୀ॥
ਜਿਨਿ ਜਨਿ ਗੁਰਮੁਖਿ ਸੇਵਿਆ ਤਿਨਿ ਸਭਿ ਸੁਖ ਪਾਈ ॥
ଯେଉଁ ବ୍ୟକ୍ତି ଗୁରୁମୁଖି ବନି ପରମାତ୍ମାଙ୍କ ଉପାସନା କରିଥାଏ, ସେ ସବୁ ସୁଖ ପ୍ରାପ୍ତ କରିନିଏ।
ਓਹੁ ਆਪਿ ਤਰਿਆ ਕੁਟੰਬ ਸਿਉ ਸਭੁ ਜਗਤੁ ਤਰਾਈ ॥
ସେ ନିଜ ପରିବାର ସହିତ ସ୍ଵୟଂ ପାର ହୋଇଥାଏ, ସେ ସଂପୂର୍ଣ୍ଣ ଜଗତର ମଧ୍ୟ ଉଦ୍ଧାର କରି ଦେଇଥାଏ।
ਓਨਿ ਹਰਿ ਨਾਮਾ ਧਨੁ ਸੰਚਿਆ ਸਭ ਤਿਖਾ ਬੁਝਾਈ ॥
ସେ ହରିନାମ ରୂପୀ ଧନ ସଞ୍ଚୟ କରିଥାଏ ଆଉ ସାରା ତୃଷ୍ଣା ମେଣ୍ଟାଇ ନେଇଥାଏ।
ਓਨਿ ਛਡੇ ਲਾਲਚ ਦੁਨੀ ਕੇ ਅੰਤਰਿ ਲਿਵ ਲਾਈ ॥
ଦୁନିଆର ସବୁ ଲାଳସା ତ୍ୟାଗ କରି ସେ ଅନ୍ତର୍ମନରୁ ଈଶ୍ଵରଙ୍କ ଠାରେ ହିଁ ଲଗ୍ନ ଲଗାଇ ଥାଏ।
ਓਸੁ ਸਦਾ ਸਦਾ ਘਰਿ ਅਨੰਦੁ ਹੈ ਹਰਿ ਸਖਾ ਸਹਾਈ ॥
ତାହାର ହୃଦୟ-ଘରେ ସର୍ବଦା ଆନନ୍ଦ ବନି ରହିଥାଏ ଏବଂ ଈଶ୍ଵର ତାହାଙ୍କ ସହାୟକ ଓ ଶୁଭଚିନ୍ତକ ବନିଥାନ୍ତି।
ਓਨਿ ਵੈਰੀ ਮਿਤ੍ਰ ਸਮ ਕੀਤਿਆ ਸਭ ਨਾਲਿ ਸੁਭਾਈ ॥
ସେ ଶତ୍ରୁ ଏବଂ ମିତ୍ରକୁ ଏକ ସମାନ ଭାବିଥାଏ ଏବଂ ସବୁଙ୍କ ସାଥିରେ ପ୍ରେମପୂର୍ବକ ରହିଥାଏ।
ਹੋਆ ਓਹੀ ਅਲੁ ਜਗ ਮਹਿ ਗੁਰ ਗਿਆਨੁ ਜਪਾਈ ॥
ସେ ଗୁରୁଙ୍କ ଜ୍ଞାନ ଦ୍ଵାରା ନାମ ଜପ କରି ସଂପୂର୍ଣ୍ଣ ଜଗତରେ ବିଖ୍ୟାତ ହୋଇଯାଏ।
ਪੂਰਬਿ ਲਿਖਿਆ ਪਾਇਆ ਹਰਿ ਸਿਉ ਬਣਿ ਆਈ ॥੧੬॥
ଈଶ୍ଵରଙ୍କ ସହିତ ତାହାର ପ୍ରୀତି ଲାଗି ଯାଇଛି ଏବଂ ସେ ପୂର୍ବ ଜନ୍ମରେ କରିଥିବା ଶୁଭ କର୍ମର ଫଳ ପ୍ରାପ୍ତ କରିନିଏ||16||
ਡਖਣੇ ਮਃ ੫ ॥
ଦକ୍ଷିଣ ମହଲା 5॥
ਸਚੁ ਸੁਹਾਵਾ ਕਾਢੀਐ ਕੂੜੈ ਕੂੜੀ ਸੋਇ ॥
ଏକ ସତ୍ୟ ହିଁ ସୁନ୍ଦର କୁହାଯାଏ, ପରନ୍ତୁ ମିଥ୍ୟାର ଶୋଭା ମିଥ୍ୟା ହିଁ ହୋଇଥାଏ।
ਨਾਨਕ ਵਿਰਲੇ ਜਾਣੀਅਹਿ ਜਿਨ ਸਚੁ ਪਲੈ ਹੋਇ ॥੧॥
ହେ ନାନକ! ଯାହା ପାଖରେ ସତ୍ୟ ଥାଏ, ଏପରି ବ୍ୟକ୍ତି ବିରଳ ଭାବରେ ହିଁ ଜ୍ଞାତ ହୋଇଥାଏ||1||
ਮਃ ੫ ॥
ମହଲା 5॥
ਸਜਣ ਮੁਖੁ ਅਨੂਪੁ ਅਠੇ ਪਹਰ ਨਿਹਾਲਸਾ ॥
ମୋର ସଜ୍ଜନର ମୁଖ ଅନୁପମ ହୋଇଥାଏ, ଆଠ ପ୍ରହର ତାହାଙ୍କ ମୁଖ ହିଁ ଧାରଣ କରିବି।
ਸੁਤੜੀ ਸੋ ਸਹੁ ਡਿਠੁ ਤੈ ਸੁਪਨੇ ਹਉ ਖੰਨੀਐ ॥੨॥
ମୁଁ ଶୟନ ସମୟରେ ସେହି ମାଲିକଙ୍କୁ ଦେଖିଥାଏ ଏବଂ ସ୍ଵପ୍ନରେ ମଧ୍ୟ ତାହାଙ୍କ ପ୍ରତି ସମର୍ପିତ ଯାଇଥାଏ||2||
ਮਃ ੫ ॥
ମହଲା 5॥
ਸਜਣ ਸਚੁ ਪਰਖਿ ਮੁਖਿ ਅਲਾਵਣੁ ਥੋਥਰਾ ॥
ସଜ୍ଜନ ପ୍ରଭୁଙ୍କୁ ନିଜ ହୁଦୟରେ ହିଁ ଜାଣିରଖ, ମୁଖରେ ବୋଲିଲେ ସବୁ ବ୍ୟର୍ଥ ହୋଇଯାଏ।
ਮੰਨ ਮਝਾਹੂ ਲਖਿ ਤੁਧਹੁ ਦੂਰਿ ਨ ਸੁ ਪਿਰੀ ॥੩॥
ସେହି ପ୍ରିୟତମ ତୋ’ ଠାରୁ କାହିଁ ଦୂରରେ ନାହାନ୍ତି, ଏଣୁ ତାହାଙ୍କୁ ନିଜ ମନରେ ଦେଖ||3||
ਪਉੜੀ ॥
ପଉଡୀ॥
ਧਰਤਿ ਆਕਾਸੁ ਪਾਤਾਲੁ ਹੈ ਚੰਦੁ ਸੂਰੁ ਬਿਨਾਸੀ ॥
ଧରିତ୍ରୀ, ଆକାଶ, ପାତାଳ, ଚନ୍ଦ୍ର- ସୂର୍ଯ୍ୟ ସବୁ ନଶ୍ଵର ଅଟେ।
ਬਾਦਿਸਾਹ ਸਾਹ ਉਮਰਾਵ ਖਾਨ ਢਾਹਿ ਡੇਰੇ ਜਾਸੀ ॥
ବଡ ବଡ ବାଦଶାହ, ସାହୁକାର, ନବାବ ଏବଂ ସର୍ଦ୍ଦାର ମଧ୍ୟ ମୃତ୍ୟୁପ୍ରାପ୍ତ କରିଥାନ୍ତି।
ਰੰਗ ਤੁੰਗ ਗਰੀਬ ਮਸਤ ਸਭੁ ਲੋਕੁ ਸਿਧਾਸੀ ॥
କାଙ୍ଗାଳ, ଅମିର, ଗରିବ ସମସ୍ତେ ସଂସାରରୁ ଚାଲିଯିବେ।
ਕਾਜੀ ਸੇਖ ਮਸਾਇਕਾ ਸਭੇ ਉਠਿ ਜਾਸੀ ॥
କାଜୀ, ଶେଖ ସମସ୍ତେ ଦୁନିଆରୁ ଚାଲିଯିବେ।
ਪੀਰ ਪੈਕਾਬਰ ਅਉਲੀਏ ਕੋ ਥਿਰੁ ਨ ਰਹਾਸੀ ॥
ସବୁ ଧର୍ମ-ଗୁରୁ, ବିଦ୍ଵାନଙ୍କ ମୃତ୍ୟୁ ସୁନିଶ୍ଚିତ ଅଟେ।
ਰੋਜਾ ਬਾਗ ਨਿਵਾਜ ਕਤੇਬ ਵਿਣੁ ਬੁਝੇ ਸਭ ਜਾਸੀ ॥
ରୋଜା ରଖିବା ବାଲା, କୋରାନ ପଢିବା ବାଲା ସବୁ ସତ୍ୟକୁ ବୁଝିବା ବିନା ନାଶ ହୋଇଯିବେ।
ਲਖ ਚਉਰਾਸੀਹ ਮੇਦਨੀ ਸਭ ਆਵੈ ਜਾਸੀ ॥
ସଂସାରର ଚଉରାଅଶି ଲକ୍ଷ ଯୋନି ସମସ୍ତେ ଜନ୍ମ-ମରଣରେ ପଡିଥାନ୍ତି।
ਨਿਹਚਲੁ ਸਚੁ ਖੁਦਾਇ ਏਕੁ ਖੁਦਾਇ ਬੰਦਾ ਅਬਿਨਾਸੀ ॥੧੭॥
ସତ୍ୟ ଏହା ଯେ ଏକ ସଚ୍ଚା ପ୍ରଭୁ ହିଁ ସଦା ଅଟଳ ଅଟନ୍ତି ଆଉ ସେ ହିଁ ଅନଶ୍ଵର ଅଟନ୍ତି||17||
ਡਖਣੇ ਮਃ ੫ ॥
ଦକ୍ଷିଣ ମହଲା 5॥
ਡਿਠੀ ਹਭ ਢੰਢੋਲਿ ਹਿਕਸੁ ਬਾਝੁ ਨ ਕੋਇ ॥
ମୁଁ ସାରା ଦୁନିଆ ସନ୍ଧାନ କରି ଦେଖିଛି, କିନ୍ତୁ ଈଶ୍ଵରଙ୍କ ବିନା ଅନ୍ୟ କେହି ହିତୈଷୀ ନାହାନ୍ତି।
ਆਉ ਸਜਣ ਤੂ ਮੁਖਿ ਲਗੁ ਮੇਰਾ ਤਨੁ ਮਨੁ ਠੰਢਾ ਹੋਇ ॥੧॥
ହେ ସଜ୍ଜନ! ତୁ ମୋ’ ପାଖକୁ ଆସ, ନିଜ ଦର୍ଶନ ଦିଅ, ଯାହାଦ୍ୱାରା ମୋର ମନ-ତନ ଶୀତଳ ହୋଇଯିବ||1||
ਮਃ ੫ ॥
ମହଲା 5॥
ਆਸਕੁ ਆਸਾ ਬਾਹਰਾ ਮੂ ਮਨਿ ਵਡੀ ਆਸ ॥
ସଚ୍ଚା ପ୍ରେମୀ ସେ ହିଁ ଅଟେ, ଯାହାର ମନରେ କୌଣସି ଆଶା ନଥାଏ, କିନ୍ତୁ ମୋର ମନ ବଡ ବଡ ଆଶା ହୋଇଥାଏ।
ਆਸ ਨਿਰਾਸਾ ਹਿਕੁ ਤੂ ਹਉ ਬਲਿ ਬਲਿ ਬਲਿ ਗਈਆਸ ॥੨॥
ହେ ଈଶ୍ଵର! ଏକ ତୁ ହିଁ ଆଶା ରହିତ ଅଟୁ ଆଉ ମୁଁ ତୋ’ ପ୍ରତି ବାରମ୍ବାର ସମର୍ପିତ ଯାଇଥାଏ ||2||
ਮਃ ੫ ॥
ମହଲା 5॥
ਵਿਛੋੜਾ ਸੁਣੇ ਡੁਖੁ ਵਿਣੁ ਡਿਠੇ ਮਰਿਓਦਿ ॥
ଯେତେବେଳେ ବିୟୋଗର କଥା ଶୁଣି ବହୁତ ଦୁଃଖୀ ହୋଇଥାଏ, ଦର୍ଶନ ବିନା ସେ ମୃତ ସମାନ ହୋଇଥାଏ।
ਬਾਝੁ ਪਿਆਰੇ ਆਪਣੇ ਬਿਰਹੀ ਨਾ ਧੀਰੋਦਿ ॥੩॥
ନିଜ ପ୍ରିୟ ବିନା ବିୟୋଗୀର ଧର୍ଯ୍ୟ ରହେ ନାହିଁ||3||
ਪਉੜੀ ॥
ପଉଡୀ॥
ਤਟ ਤੀਰਥ ਦੇਵ ਦੇਵਾਲਿਆ ਕੇਦਾਰੁ ਮਥੁਰਾ ਕਾਸੀ ॥
ପବିତ୍ର ତୀର୍ଥ ସ୍ଥଳ, ଦେବତାଙ୍କ ଦେବାଳୟ, କେଦାରନାଥ, ମଥୁରା, କାଶୀ,
ਕੋਟਿ ਤੇਤੀਸਾ ਦੇਵਤੇ ਸਣੁ ਇੰਦ੍ਰੈ ਜਾਸੀ ॥
ଦେବରାଜ ଇନ୍ଦ୍ର ସହିତ ତେତିଶ କୋଟି ଦେବତା ସବୁ ନାଶ ହୋଇଯିବେ।
ਸਿਮ੍ਰਿਤਿ ਸਾਸਤ੍ਰ ਬੇਦ ਚਾਰਿ ਖਟੁ ਦਰਸ ਸਮਾਸੀ ॥
ସ୍ମୃତି, ଶାସ୍ତ୍ର, ରୁକ, ଯଜୁଃ, ସାମ, ଅଥର୍ବ ବେଦ, ଛଅ ଦର୍ଶନ ସବୁ ସମାହିତ ହେବ।
ਪੋਥੀ ਪੰਡਿਤ ਗੀਤ ਕਵਿਤ ਕਵਤੇ ਭੀ ਜਾਸੀ ॥
ବଡ ବଡ ଗ୍ରନ୍ଥ, ପଣ୍ଡିତ, ଗୀତ, କବିତା ଏବଂ କବି ମଧ୍ୟ ଏଠାରୁ ଚାଲିଯିବେ।
ਜਤੀ ਸਤੀ ਸੰਨਿਆਸੀਆ ਸਭਿ ਕਾਲੈ ਵਾਸੀ ॥
ବଡ ବଡ ବ୍ରହ୍ମଚାରୀ, ସଦାଚାରୀ, ସନ୍ନ୍ୟାସୀ ସବୁ କାଳର ବଶରେ ପଡିଯିବେ।
ਮੁਨਿ ਜੋਗੀ ਦਿਗੰਬਰਾ ਜਮੈ ਸਣੁ ਜਾਸੀ ॥
ମୁନି, ଯୋଗୀ, ଦିଗମ୍ବର ମଧ୍ୟ ଏକ ନା ଏକ ଦିନ ମୃତ୍ୟୁ ପ୍ରାପ୍ତ ହେବେ।
ਜੋ ਦੀਸੈ ਸੋ ਵਿਣਸਣਾ ਸਭ ਬਿਨਸਿ ਬਿਨਾਸੀ ॥
ଯାହା ମଧ୍ୟ ଦୃଷ୍ଟିରେ ଆସୁଛି, ସବୁ ନାଶ ହୋଇଯିବ।
ਥਿਰੁ ਪਾਰਬ੍ਰਹਮੁ ਪਰਮੇਸਰੋ ਸੇਵਕੁ ਥਿਰੁ ਹੋਸੀ ॥੧੮॥
କିନ୍ତୁ ପରଂବ୍ରହ୍ମ ପରମେଶ୍ଵର ସଦା ଅଟଳ ଅମର ଅଟନ୍ତି ଏବଂ ତାହାଙ୍କ ସେବକ ମଧ୍ୟ ସ୍ଥିର ରହିବେ||18||
ਸਲੋਕ ਡਖਣੇ ਮਃ ੫ ॥
ଶ୍ଳୋକ ଦକ୍ଷିଣ ମହଲା 5॥
ਸੈ ਨੰਗੇ ਨਹ ਨੰਗ ਭੁਖੇ ਲਖ ਨ ਭੁਖਿਆ ॥
ସେହି ନଗ୍ନ ମନୁଷ୍ୟ ମଧ୍ୟ ନଗ୍ନତାର ଖାତିର କରେନାହିଁ, ଲକ୍ଷେ କ୍ଷୁଧାର୍ତ୍ତ ମଧ୍ୟ କ୍ଷୁଧା ଦ୍ଵାରା ବ୍ୟାକୁଳ ହୁଅନ୍ତି ନାହିଁ।
ਡੁਖੇ ਕੋੜਿ ਨ ਡੁਖ ਨਾਨਕ ਪਿਰੀ ਪਿਖੰਦੋ ਸੁਭ ਦਿਸਟਿ ॥੧॥
ହେ ନାନକ! ଯଦି ଏହା ଉପରେ ଭଗବାନଙ୍କ ଶୁଭଦୃଷ୍ଟି ପଡିଥାଏ, କୋଟି କୋଟି ଦୁଃଖୀ ମଧ୍ୟ ଦୁଃଖରେ ଚିନ୍ତା କରନ୍ତି ନାହିଁ||1||