ਮਃ ੫ ॥
ମହଲା 5॥
ਸੁਖ ਸਮੂਹਾ ਭੋਗ ਭੂਮਿ ਸਬਾਈ ਕੋ ਧਣੀ ॥
ଯଦି କୌଣସି ମନୁଷ୍ୟ ସଂପୂର୍ଣ୍ଣ ଧରିତ୍ରିର ମାଲିକ ବନିଯାଏ, ସମସ୍ତ ସୁଖ ଭୋଗ କରିଥାଏ,
ਨਾਨਕ ਹਭੋ ਰੋਗੁ ਮਿਰਤਕ ਨਾਮ ਵਿਹੂਣਿਆ ॥੨॥
କିନ୍ତୁ ହେ ନାନକ! ପରମାତ୍ମାଙ୍କ ନାମ ବିନା ଏହା ସବୁ ରୋଗ ଅଟେ ଏବଂ ସେ ଏକ ମୃତକ ସମାନ ଅଟେ||2||
ਮਃ ੫ ॥
ମହଲା 5॥
ਹਿਕਸ ਕੂੰ ਤੂ ਆਹਿ ਪਛਾਣੂ ਭੀ ਹਿਕੁ ਕਰਿ ॥
ହେ ଜୀବ! ଈଶ୍ଵରଙ୍କୁ ହିଁ ତୁ ଅନୁଭବ କର, ତାହଙ୍କୁ ହିଁ ନିଜର ଶୁଭଚିନ୍ତକ ବନାଅ।
ਨਾਨਕ ਆਸੜੀ ਨਿਬਾਹਿ ਮਾਨੁਖ ਪਰਥਾਈ ਲਜੀਵਦੋ ॥੩॥
ହେ ନାନକ! ସେ ସବୁ ଆଶା ପୁରା କରିବା ବାଲା ଅଟନ୍ତି, କୌଣସି ମନୁଷ୍ୟ ଠାରୁ ମାଗିଲେ ସେ ଲଜ୍ଜିତ ହେବାକୁ ପଡିଥାଏ||3||
ਪਉੜੀ ॥
ପଉଡୀ॥
ਨਿਹਚਲੁ ਏਕੁ ਨਰਾਇਣੋ ਹਰਿ ਅਗਮ ਅਗਾਧਾ ॥
କେବଳ ଈଶ୍ଵର ହିଁ ନିଶ୍ଚଳ, ଅଗମ୍ୟ ଏବଂ ଅସିମ ଅଟନ୍ତି।
ਨਿਹਚਲੁ ਨਾਮੁ ਨਿਧਾਨੁ ਹੈ ਜਿਸੁ ਸਿਮਰਤ ਹਰਿ ਲਾਧਾ ॥
ନାମ-ରୂପୀ ସୁଖର ନିଧି ନିଶ୍ଚଳ ଅଟେ, ଯାହାଙ୍କୁ ସ୍ମରଣ କରିବା ଦ୍ଵାରା ଭଗବାନ ମିଳି ଯାଆନ୍ତି।
ਨਿਹਚਲੁ ਕੀਰਤਨੁ ਗੁਣ ਗੋਬਿੰਦ ਗੁਰਮੁਖਿ ਗਾਵਾਧਾ ॥
ପ୍ରଭୁଙ୍କ କୀର୍ତ୍ତିଗାନ ସଦା ସ୍ଥିର ରହିବା ବାଲା ଅଟେ, ଗୁରୁମୁଖୀ ପ୍ରଭୁଙ୍କ ହିଁ ଗୁଣଗାନ କରିଥାଏ।\
ਸਚੁ ਧਰਮੁ ਤਪੁ ਨਿਹਚਲੋ ਦਿਨੁ ਰੈਨਿ ਅਰਾਧਾ ॥
ସତ୍ୟ, ଧର୍ମ ଏବଂ ତପ ସର୍ବଦା ରହିଥାଏ, ଦିନରାତି ପରମାତ୍ମାଙ୍କ ଆରାଧନା କର।
ਦਇਆ ਧਰਮੁ ਤਪੁ ਨਿਹਚਲੋ ਜਿਸੁ ਕਰਮਿ ਲਿਖਾਧਾ ॥
ନିଶ୍ଚଳ ଦୟା, ଧର୍ମ ଏବଂ ତପ ତାହାକୁ ହିଁ ମିଳିଥାଏ, ଯାହାର ଭାଗ୍ୟରେ ଲେଖା ହୋଇଥାଏ।
ਨਿਹਚਲੁ ਮਸਤਕਿ ਲੇਖੁ ਲਿਖਿਆ ਸੋ ਟਲੈ ਨ ਟਲਾਧਾ ॥
କପାଳରେ ଲେଖା ହୋଇଥିବା ଭାଗ୍ୟ ସଦା ଅଟଳ ଅଟେ, ତାହାକୁ ଦୂର କରାଯାଇ ପାରିବ ନାହିଁ।
ਨਿਹਚਲ ਸੰਗਤਿ ਸਾਧ ਜਨ ਬਚਨ ਨਿਹਚਲੁ ਗੁਰ ਸਾਧਾ ॥
ସାଧୁ ମହାପୁରୁଷଙ୍କ ସଙ୍ଗତି ଏବଂ ଗୁରୁ-ସାଧୁଙ୍କ ବଚନ ସଦା ଅଟଳ ଅଟେ।
ਜਿਨ ਕਉ ਪੂਰਬਿ ਲਿਖਿਆ ਤਿਨ ਸਦਾ ਸਦਾ ਆਰਾਧਾ ॥੧੯॥
ଯାହାର ଭାଗ୍ୟରେ ପ୍ରାରମ୍ଭରୁ ଲେଖା ହୋଇଥାଏ, ସେ ସଦା ଭଗବାନଙ୍କ ଆରାଧନା କରିଥାଏ||19||
ਸਲੋਕ ਡਖਣੇ ਮਃ ੫ ॥
ଶ୍ଳୋକ ଦକ୍ଷିଣ ମହଲା 5॥
ਜੋ ਡੁਬੰਦੋ ਆਪਿ ਸੋ ਤਰਾਏ ਕਿਨੑ ਖੇ ॥
ଯିଏ ସ୍ଵୟଂ ବୁଡୁ ଅଛି, ସେ ଅନ୍ୟ କାହାକୁ କିପରି ପାର କରାଇ ପାରିବ?
ਤਾਰੇਦੜੋ ਭੀ ਤਾਰਿ ਨਾਨਕ ਪਿਰ ਸਿਉ ਰਤਿਆ ॥੧॥
ହେ ନାନକ! ଈଶ୍ଵରଙ୍କ ସ୍ମୃତିରେ ଲୀନ ରହିବା ବାଲା ସ୍ଵୟଂ ସଂସାରରୁ ପାର ହୋଇଥାଏ ଓ ଅନ୍ୟକୁ ମଧ୍ୟ ଉଦ୍ଧାର କରିଥାଏ||1||
ਮਃ ੫ ॥
ମହଲା 5॥
ਜਿਥੈ ਕੋਇ ਕਥੰਨਿ ਨਾਉ ਸੁਣੰਦੋ ਮਾ ਪਿਰੀ ॥
ଯିଏ ମଧ୍ୟ ମୋର ପ୍ରିୟତମଙ୍କ ନାମ କଥନ କରିଥାଏ ବା ଶୁଣିଥାଏ, ମୁଁ ସେଠାକୁ ଚାଲିଯାଏ,
ਮੂੰ ਜੁਲਾਊਂ ਤਥਿ ਨਾਨਕ ਪਿਰੀ ਪਸੰਦੋ ਹਰਿਓ ਥੀਓਸਿ ॥੨॥
ହେ ନାନକ! ମୋତେ ପ୍ରିୟତମ ପ୍ରଭୁ ଏତେ ପସନ୍ଦ କରନ୍ତି ଯେ ତାହାଙ୍କ ଦର୍ଶନ ଦ୍ଵାରା ପ୍ରସନ୍ନ ହୋଇଯାଏ||2||
ਮਃ ੫ ॥
ମହଲା 5॥
ਮੇਰੀ ਮੇਰੀ ਕਿਆ ਕਰਹਿ ਪੁਤ੍ਰ ਕਲਤ੍ਰ ਸਨੇਹ ॥
ହେ ଜୀବ! ପୁତ୍ର ଏବଂ ପତ୍ନୀ ସ୍ନେହରେ ଫସି ତୁ କାହିଁକି କହୁ ଯେ ସେ ମୋର ପତ୍ନୀ ଅଥବା ସେ ମୋର ପୁତ୍ର ଅଟେ?
ਨਾਨਕ ਨਾਮ ਵਿਹੂਣੀਆ ਨਿਮੁਣੀਆਦੀ ਦੇਹ ॥੩॥
ହେ ନାନକ! ପରମାତ୍ମାଙ୍କ ନାମବିହୀନ ଶରୀର କେବେ ନାସ ହୋଇପାରେ ନାହିଁ||3||
ਪਉੜੀ ॥
ପଉଡୀ॥
ਨੈਨੀ ਦੇਖਉ ਗੁਰ ਦਰਸਨੋ ਗੁਰ ਚਰਣੀ ਮਥਾ ॥
ଏହି ନେତ୍ରରେ ଗୁରୁଙ୍କ ଦର୍ଶନ କରିଥାଏ, ଗୁରୁ-charanare ନତ ମସ୍ତକ ରହିଥାଏ।
ਪੈਰੀ ਮਾਰਗਿ ਗੁਰ ਚਲਦਾ ਪਖਾ ਫੇਰੀ ਹਥਾ ॥
ନିଜ ପାଦରେ ଗୁରୁଙ୍କ ମାର୍ଗରେ ଚାଲିଥାଏ ଆଉ ହାତରେ ତାହାଙ୍କୁ ପଙ୍ଖା କରିଥାଏ।
ਅਕਾਲ ਮੂਰਤਿ ਰਿਦੈ ਧਿਆਇਦਾ ਦਿਨੁ ਰੈਨਿ ਜਪੰਥਾ ॥
ହୃଦୟରେ ଅକାଳମୂର୍ତ୍ତି (ଈଶ୍ଵରଙ୍କ) ମନନ କରିଥାଏ ଏବଂ ଦିନରାତି ତାହାଙ୍କ ଜପ କରିବାରେ ଲୀନ ରହିଥାଏ।
ਮੈ ਛਡਿਆ ਸਗਲ ਅਪਾਇਣੋ ਭਰਵਾਸੈ ਗੁਰ ਸਮਰਥਾ ॥
ସମର୍ଥ ଗୁରୁଙ୍କ ଭରସାରେ ମୁଁ ଆପଣାପଣ ତ୍ୟାଗ କରି ଦେଇଛି।
ਗੁਰਿ ਬਖਸਿਆ ਨਾਮੁ ਨਿਧਾਨੁ ਸਭੋ ਦੁਖੁ ਲਥਾ ॥
ଗୁରୁ ମୋତେ ହରିନାମ ରୂପୀ ସୁଖର ଭଣ୍ଡାର ପ୍ରଦାନ କରିଛନ୍ତି, ଯାହାଦ୍ୱାରା ମୋର ଦୁଃଖ ଦୂର ହୋଇ ଯାଇଛି।
ਭੋਗਹੁ ਭੁੰਚਹੁ ਭਾਈਹੋ ਪਲੈ ਨਾਮੁ ਅਗਥਾ ॥
ହେ ମୋର ଭାଇ! ଅବର୍ଣ୍ଣନୀୟ ପ୍ରଭୁଙ୍କ ନାମ ମୋ’ ପାଖରେ ଅଛି, ତୁମେ ମଧ୍ୟ ତାହା ସେବନ କର ଏବଂ ଆନନ୍ଦ ପ୍ରାପ୍ତ କର।
ਨਾਮੁ ਦਾਨੁ ਇਸਨਾਨੁ ਦਿੜੁ ਸਦਾ ਕਰਹੁ ਗੁਰ ਕਥਾ ॥
ସଦା ଗୁରୁଙ୍କ କଥା କର, ନାମ, ଦାନ ଏବଂ ସ୍ନାନ ଏହି ଶୁଭ କର୍ମକୁ ହୃଦୟରେ ବସାଇ ନିଅ।
ਸਹਜੁ ਭਇਆ ਪ੍ਰਭੁ ਪਾਇਆ ਜਮ ਕਾ ਭਉ ਲਥਾ ॥੨੦॥
ପ୍ରଭୁଙ୍କୁ ପ୍ରାପ୍ତ କରି ମନରେ ପରମାନନ୍ଦ ଉତ୍ପନ୍ନ ହୋଇ ଯାଇଛି ଆଉ ଯମର ଭୟ ମଧ୍ୟ ଦୂର ହୋଇ ଯାଇଛି||20||
ਸਲੋਕ ਡਖਣੇ ਮਃ ੫ ॥
ଶ୍ଳୋକ ଦକ୍ଷିଣ ମହଲା 5॥
ਲਗੜੀਆ ਪਿਰੀਅੰਨਿ ਪੇਖੰਦੀਆ ਨਾ ਤਿਪੀਆ ॥
ଏହି ନେତ୍ର ପ୍ରଭୁଙ୍କ ଠାରେ ହିଁ ଲାଗିଅଛି ଏବଂ ତାହାଙ୍କୁ ଦେଖି ତୃପ୍ତ ହୋଇନାହିଁ।
ਹਭ ਮਝਾਹੂ ਸੋ ਧਣੀ ਬਿਆ ਨ ਡਿਠੋ ਕੋਇ ॥੧॥
ସେହି ମାଲିକ ସବୁଙ୍କ ଠାରେ ବିଦ୍ୟମାନ ଅଛନ୍ତି, ତାହାଙ୍କ ବିନା ଅନ୍ୟ କେହି ଦୃଷ୍ଟିକୁ ଆସୁ ନାହାନ୍ତି||1||
੫ ॥
ମହଲା 5॥
ਕਥੜੀਆ ਸੰਤਾਹ ਤੇ ਸੁਖਾਊ ਪੰਧੀਆ ॥
ସନ୍ଥ ମହାପୁରୁଷଙ୍କ କଥା ସୁଖଦାୟକ ରାସ୍ତା ଅଟେ,
ਨਾਨਕ ਲਧੜੀਆ ਤਿੰਨਾਹ ਜਿਨਾ ਭਾਗੁ ਮਥਾਹੜੈ ॥੨॥
ହେ ନାନକ! ଏହି ଶିକ୍ଷା ତାହାକୁ ମିଳିଥାଏ, ଯାହାର ଉତ୍ତମ ଭାଗ୍ୟ ହୋଇଥାଏ||2||
ਮਃ ੫ ॥
ମହଲା 5॥
ਡੂੰਗਰਿ ਜਲਾ ਥਲਾ ਭੂਮਿ ਬਨਾ ਫਲ ਕੰਦਰਾ ॥
ପାହାଡ, ସରୋବର, ମରୁଭୁମି, ଜଙ୍ଗଲ, ଗୁମ୍ଫା
ਪਾਤਾਲਾ ਆਕਾਸ ਪੂਰਨੁ ਹਭ ਘਟਾ ॥
ଆକାଶ, ପାତାଳ ସବୁଠାରେ ଇଶ୍ଵର ବ୍ୟାପ୍ତ ଅଛନ୍ତି।
ਨਾਨਕ ਪੇਖਿ ਜੀਓ ਇਕਤੁ ਸੂਤਿ ਪਰੋਤੀਆ ॥੩॥
ହେ ନାନକ! ଆମେ ତାହାଙ୍କୁ ଦେଖି ହିଁ ବଞ୍ଚିଅଛୁ, ଯିଏ ସବୁଙ୍କୁ ଏକ ସୂତ୍ରରେ ବାନ୍ଧି ରଖିଛନ୍ତି||3||
ਪਉੜੀ ॥
ପଉଡୀ॥
ਹਰਿ ਜੀ ਮਾਤਾ ਹਰਿ ਜੀ ਪਿਤਾ ਹਰਿ ਜੀਉ ਪ੍ਰਤਿਪਾਲਕ ॥
ପରମାତ୍ମା ହିଁ ଆମର ମାତାପିତା ଅଟନ୍ତି ଆଉ ଆମର ପ୍ରତିପାଳକ ଅଟନ୍ତି।
ਹਰਿ ਜੀ ਮੇਰੀ ਸਾਰ ਕਰੇ ਹਮ ਹਰਿ ਕੇ ਬਾਲਕ ॥
ସେ ମୋର ପୋଷଣ କରିଥାନ୍ତି ଏବଂ ଆମେ ତାହାଙ୍କ ସନ୍ତାନ ଅଟୁ।
ਸਹਜੇ ਸਹਜਿ ਖਿਲਾਇਦਾ ਨਹੀ ਕਰਦਾ ਆਲਕ ॥
ସେ ସ୍ଵାଭାବିକ ଭାବରେ ହିଁ ଜୀବନ ରୂପୀ ଖେଳ ଖେଳିଥାନ୍ତି ଏବଂ ଏଥିରେ ସେ କେବେ ଆଳସ୍ୟ କରନ୍ତି ନାହିଁ।
ਅਉਗਣੁ ਕੋ ਨ ਚਿਤਾਰਦਾ ਗਲ ਸੇਤੀ ਲਾਇਕ ॥
ସେ ମୋର କୌଣସି ଅବଗୁଣ ମନେ ରଖନ୍ତି ନାହିଁ, ଏଣୁ ନିଜ ଗଳାରେ ଲଗାଇ ନେଇଥାନ୍ତି।
ਮੁਹਿ ਮੰਗਾਂ ਸੋਈ ਦੇਵਦਾ ਹਰਿ ਪਿਤਾ ਸੁਖਦਾਇਕ ॥
ଯାହା କିଛି ମୁଖରେ ମାଗିଥାଏ, ତାହା ହିଁ ଦେଇଥାନ୍ତି, ମୋର ହରି ପିତା ସବୁ ସୁଖ ଦେବା ବାଲା ଅଟନ୍ତି।