Odia Page 1102

ਗਿਆਨੁ ਰਾਸਿ ਨਾਮੁ ਧਨੁ ਸਉਪਿਓਨੁ ਇਸੁ ਸਉਦੇ ਲਾਇਕ ॥
ସେ ମୋତେ ଜ୍ଞାନ ରୂପୀ ରାଶି ଏବଂ ନାମ ରୂପୀ ଧନ ପ୍ରଦାନ କରିଛନ୍ତି ଏବଂ ମୋତେ ଏହି ବ୍ୟାପାରର ଯୋଗ୍ୟ ବନାଇଛନ୍ତି।

ਸਾਝੀ ਗੁਰ ਨਾਲਿ ਬਹਾਲਿਆ ਸਰਬ ਸੁਖ ਪਾਇਕ ॥
ସେ ଗୁରୁଙ୍କ ସାଥିରେ ଭାଗୀଦାର ବନାଇ ବସାଇ ଦେଇଛନ୍ତି ଏବଂ ମୁଁ ସର୍ବ ସୁଖ ପ୍ରାପ୍ତ କରିଛି।

ਮੈ ਨਾਲਹੁ ਕਦੇ ਨ ਵਿਛੁੜੈ ਹਰਿ ਪਿਤਾ ਸਭਨਾ ਗਲਾ ਲਾਇਕ ॥੨੧॥
ମୋର ହରି ପିତା ସର୍ବକଳା ସମର୍ଥ ଅଟନ୍ତି, ମୋର ଏହି କାମନା ଯେ ସେ ମୋ’ ଠାରୁ କେବେ ବିଚ୍ଛେଦ ନ ହୁଅନ୍ତୁ||21||

ਸਲੋਕ ਡਖਣੇ ਮਃ ੫ ॥
ଶ୍ଳୋକ ଦକ୍ଷିଣ ମହଲା 5॥

ਨਾਨਕ ਕਚੜਿਆ ਸਿਉ ਤੋੜਿ ਢੂਢਿ ਸਜਣ ਸੰਤ ਪਕਿਆ ॥
ନାନକ କହନ୍ତି ଯେ ହେ ମନୁଷ୍ୟ! ମିଥ୍ୟାବାଦୀ ଓ ଅହଙ୍କାରୀ ଲୋକଙ୍କୁ ତ୍ୟାଗ କରି ପକ୍କା ସଜ୍ଜନଙ୍କ ସନ୍ଧାନ କର।

ਓਇ ਜੀਵੰਦੇ ਵਿਛੁੜਹਿ ਓਇ ਮੁਇਆ ਨ ਜਾਹੀ ਛੋੜਿ ॥੧॥
କାରଣ ମିଥ୍ୟାବାଦୀ ବଞ୍ଚି ରହି ହିଁ ବିଚ୍ଛେଦ ହୋଇଯାଏ, ପରନ୍ତୁ ସଜ୍ଜନ ସନ୍ଥ ମରଣ ପରେ ମଧ୍ୟ ସାଥି ତ୍ୟାଗ କରନ୍ତି ନାହିଁ||1||

ਮਃ ੫ ॥
ମହଲା 5॥

ਨਾਨਕ ਬਿਜੁਲੀਆ ਚਮਕੰਨਿ ਘੁਰਨੑਿ ਘਟਾ ਅਤਿ ਕਾਲੀਆ ॥
ହେ ନାନକ! ବିଜୁଳି ଚମକି ଥାଏ, ଅତି କଳା ମେଘ ଗର୍ଜନ କରିଥାଏ, ବାଦଲ ବହୁତ ବର୍ସ୍ସ କରିଥାଉ,

ਬਰਸਨਿ ਮੇਘ ਅਪਾਰ ਨਾਨਕ ਸੰਗਮਿ ਪਿਰੀ ਸੁਹੰਦੀਆ ॥੨॥
ହେ ନାନକ! ଜୀବ-ସ୍ତ୍ରୀ ପ୍ରଭୁ ମିଳନ ଦ୍ଵାରା ହିଁ ଶୋଭାବାନ ହୋଇଥାଏ ॥2॥

ਮਃ ੫ ॥
ମହଲା 5॥

ਜਲ ਥਲ ਨੀਰਿ ਭਰੇ ਸੀਤਲ ਪਵਣ ਝੁਲਾਰਦੇ ॥
ଧରିତ୍ରିର ସରୋବର-ନଦୀ ଜଳରେ ଭରି ରହିଛି, ଶୀତଳ ପବନ ବହିଥାଏ, 

ਸੇਜੜੀਆ ਸੋਇੰਨ ਹੀਰੇ ਲਾਲ ਜੜੰਦੀਆ ॥
ସୁନାର ଶେଯ ହୀରା-ମୋତି ଖଚିତ ହୋଇଥାଉ,

ਸੁਭਰ ਕਪੜ ਭੋਗ ਨਾਨਕ ਪਿਰੀ ਵਿਹੂਣੀ ਤਤੀਆ ॥੩॥
ସୁନ୍ଦର କାପ୍ଡା ଏବଂ ସ୍ଵାଦିଷ୍ଟ ଭୋଗ-ପଦାର୍ଥ ମଧ୍ୟ ଥାଉ, ପରନ୍ତୁ ହେ ନାନକ! ପତି-ପ୍ରଭୁଙ୍କ ବିନା ସବୁ ଦୁଃଖଦାୟକ ପ୍ରତୀତ ହୋଇଥାଏ||3||

ਪਉੜੀ ॥
ପଉଡୀ॥

ਕਾਰਣੁ ਕਰਤੈ ਜੋ ਕੀਆ ਸੋਈ ਹੈ ਕਰਣਾ ॥
ପରମାତ୍ମା ଯାହା ବନାଇଛନ୍ତି, ମନୁଷ୍ୟ ତାହା ହିଁ କରିବାକୁ ଥାଏ।

ਜੇ ਸਉ ਧਾਵਹਿ ਪ੍ਰਾਣੀਆ ਪਾਵਹਿ ਧੁਰਿ ਲਹਣਾ ॥
ଯଦି ପ୍ରାଣୀ ଅନେକ ଯତ୍ନ କରି ମଧ୍ୟ ଏଣେତେଣେ ଦୌଡି ଥାଏ, କିନ୍ତୁ ତାହାକୁ ତାହା ହିଁ ପ୍ରାପ୍ତ ହୋଇଥାଏ, ଯାହା ପ୍ରାରମ୍ଭରୁ ଲେଖା ହୋଇଥାଏ।

ਬਿਨੁ ਕਰਮਾ ਕਿਛੂ ਨ ਲਭਈ ਜੇ ਫਿਰਹਿ ਸਭ ਧਰਣਾ ॥
ଯଦି ପ୍ରାଣୀ ସାରା ଧରିତ୍ରିରେ ବୁଲି ଆସିଥାଏ, ତଥାପି ବ ଭାଗ୍ୟ ବିନା ତାହାକୁ କିଛି ମଧ୍ୟ ମିଳେନାହିଁ।

ਗੁਰ ਮਿਲਿ ਭਉ ਗੋਵਿੰਦ ਕਾ ਭੈ ਡਰੁ ਦੂਰਿ ਕਰਣਾ ॥
ଗୁରୁଙ୍କ ସହିତ ମିଶି ଯିଏ ଭଗବାନଙ୍କ ପ୍ରତି ଭୟ ଜାଗ୍ରତ କରିଥାଏ, ତାହାର ଯମର ଭୟ ଦୂର ହୋଇଯାଏ।

ਭੈ ਤੇ ਬੈਰਾਗੁ ਊਪਜੈ ਹਰਿ ਖੋਜਤ ਫਿਰਣਾ ॥
ଶ୍ରଦ୍ଧା ରୂପୀ ଭୟ ଧାରଣ କରିବା ଦ୍ଵାରା ହିଁ ପ୍ରଭୁ ମିଳନ ପାଇଁ ବୈରାଗ୍ୟ ଉତ୍ପନ୍ନ ହୋଇଥାଏ ଏବଂ ସେତେବେଳେ ସେ ପରମାତ୍ମାଙ୍କୁ ଖୋଜିଥାଏ।

ਖੋਜਤ ਖੋਜਤ ਸਹਜੁ ਉਪਜਿਆ ਫਿਰਿ ਜਨਮਿ ਨ ਮਰਣਾ ॥
ଭଗବାନଙ୍କୁ ଖୋଜି ଖୋଜି ମନରେ ପରମାନନ୍ଦ ଜାତ ହୋଇଥାଏ ଏବଂ ମୁକ୍ତ ହୋଇଯାଏ।

ਹਿਆਇ ਕਮਾਇ ਧਿਆਇਆ ਪਾਇਆ ਸਾਧ ਸਰਣਾ ॥
ସେ ସାଧୁଙ୍କ ଶରଣ ପାଇ ହୃଦୟରେ ପରମାତ୍ମାଙ୍କ ହିଁ ଧ୍ୟାନ କରିଥାଏ।

ਬੋਹਿਥੁ ਨਾਨਕ ਦੇਉ ਗੁਰੁ ਜਿਸੁ ਹਰਿ ਚੜਾਏ ਤਿਸੁ ਭਉਜਲੁ ਤਰਣਾ ॥੨੨॥
ହେ ନାନକ! ଗୁରୁ ହିଁ ନାମ ରୂପୀ ଜାହାଜ ଅଟନ୍ତିଯାହାକୁ ଈଶ୍ଵର ଏଥିରେ ଚଢାଇ ଦେଇଥାନ୍ତି, ତାହାକୁ ଭବସାଗରରୁ ପାର କରାଇ ଥାଆନ୍ତି||22||

ਸਲੋਕ ਮਃ ੫ ॥
ଶ୍ଳୋକ ମହଲା 5॥ 

ਪਹਿਲਾ ਮਰਣੁ ਕਬੂਲਿ ਜੀਵਣ ਕੀ ਛਡਿ ਆਸ ॥
ସର୍ବ ପ୍ରଥମେ ମୃତ୍ୟୁକୁ ସ୍ଵୀକାର କର; ବଞ୍ଚିବା ଆଶା ପରିତ୍ୟାଗ କର,

ਹੋਹੁ ਸਭਨਾ ਕੀ ਰੇਣੁਕਾ ਤਉ ਆਉ ਹਮਾਰੈ ਪਾਸਿ ॥੧॥
ସବୁଙ୍କ ଚରଣ ଧୂଳି ବନିଯାଅ; ହେ ମାନବ! ତାହାହେଲେ ଆମ ପାଖକୁ ଆସ||1||

ਮਃ ੫ ॥
ମହଲା 5॥

ਮੁਆ ਜੀਵੰਦਾ ਪੇਖੁ ਜੀਵੰਦੇ ਮਰਿ ਜਾਨਿ ॥
ଅହଂକାର- ଭାବରୁ ମୃତ ମନୁଷ୍ୟକୁ ହିଁ ଜୀବିତ ଭାବ ଏବଂ ଅଭିମାନରେ ଥିବା ଜୀବିତ ବ୍ୟକ୍ତିକୁ ମୃତ ଭାବ।

ਜਿਨੑਾ ਮੁਹਬਤਿ ਇਕ ਸਿਉ ਤੇ ਮਾਣਸ ਪਰਧਾਨ ॥੨॥
ସେହି ମନୁଷ୍ୟ ସର୍ବଶ୍ରେଷ୍ଠ ଅଟେ, ଯାହାର ପ୍ରେମ ଈଶ୍ଵରଙ୍କ ସହିତ ଲାଗିଥାଏ||2||

ਮਃ ੫ ॥
ମହଲା 5॥

ਜਿਸੁ ਮਨਿ ਵਸੈ ਪਾਰਬ੍ਰਹਮੁ ਨਿਕਟਿ ਨ ਆਵੈ ਪੀਰ ॥
ଯାହାର ମନରେ ପରଂବ୍ରହ୍ମ ବାସ କରିଥାନ୍ତି, କୌଣସି ପୀଡା ତାହା ନିକଟକୁ ଆସେ ନାହିଁ।

ਭੁਖ ਤਿਖ ਤਿਸੁ ਨ ਵਿਆਪਈ ਜਮੁ ਨਹੀ ਆਵੈ ਨੀਰ ॥੩॥
କ୍ଷୁଧା-ତୃଷ୍ଣା ତାହାକୁ ପ୍ରଭାବିତ କରେନାହିଁ ଏବଂ ଯମ ତାହାର ନିକଟକୁ ଆସେ ନାହିଁ||3||

ਪਉੜੀ ॥
ପଉଡୀ॥

ਕੀਮਤਿ ਕਹਣੁ ਨ ਜਾਈਐ ਸਚੁ ਸਾਹ ਅਡੋਲੈ ॥
ହେ ସଚ୍ଚା ମାଲିକ! ତୁ ସର୍ବଦା ଅଟଳ ଅଟୁ, ତୋହର ମୂଲ୍ୟାଙ୍କନ କରାଯାଇ ପାରିବ ନାହିଁ।

ਸਿਧ ਸਾਧਿਕ ਗਿਆਨੀ ਧਿਆਨੀਆ ਕਉਣੁ ਤੁਧੁਨੋ ਤੋਲੈ ॥
ସିଦ୍ଧ-ସାଧକ, ଜ୍ଞାନୀ-ଧ୍ୟାନୀଙ୍କ ମଧ୍ୟରେ କିଏ ତୋହର ମହିମା ତଉଲି ପାରିବ।

ਭੰਨਣ ਘੜਣ ਸਮਰਥੁ ਹੈ ਓਪਤਿ ਸਭ ਪਰਲੈ ॥
ତୁ ନାଶ କରିବା ଏବଂ ବନାଇବାରେ ସମର୍ଥ ଅଟୁ, ସଂସାରର ଉତ୍ପତ୍ତି ଏବଂ ପ୍ରଳୟ ସବୁ ତୋର ହିଁ ଲୀଳା ଅଟେ।

ਕਰਣ ਕਾਰਣ ਸਮਰਥੁ ਹੈ ਘਟਿ ਘਟਿ ਸਭ ਬੋਲੈ ॥
ତୁ ସବୁକିଛି କରିବା-କରାଇବାରେ ସମର୍ଥ ଅଟୁ ଏବଂ ସବୁ ଶରୀରରେ ତୁ ହିଁ ବୋଲିଥାଉ।

ਰਿਜਕੁ ਸਮਾਹੇ ਸਭਸੈ ਕਿਆ ਮਾਣਸੁ ਡੋਲੈ ॥
ହେ ମନୁଷ୍ୟ! ତୁ କାହିଁକି ଭୟ କରୁଛୁ, ଯେତେବେଳେ ପରମାତ୍ମା ସବୁଙ୍କୁ ଆହାର ପ୍ରଦାନ କରିଥାନ୍ତି।

ਗਹਿਰ ਗਭੀਰੁ ਅਥਾਹੁ ਤੂ ਗੁਣ ਗਿਆਨ ਅਮੋਲੈ ॥
ହେ ଈଶ୍ଵର! ତୁ ଗହନ-ଗମ୍ଭୀର ଏବଂ ଅଥଳ ଅଟୁ, ତୋର ଗୁଣ ଏବଂ ଜ୍ଞାନ ଅମୂଲ୍ୟ ଅଟେ।

ਸੋਈ ਕੰਮੁ ਕਮਾਵਣਾ ਕੀਆ ਧੁਰਿ ਮਉਲੈ ॥
ମନୁଷ୍ୟ ସେହି କାମ କରିଥାଏ, ପରମେଶ୍ଵର ତାହା ପାଇଁ ଯାହା ନିଶ୍ଚିତ କରିଥାନ୍ତି।

ਤੁਧਹੁ ਬਾਹਰਿ ਕਿਛੁ ਨਹੀ ਨਾਨਕੁ ਗੁਣ ਬੋਲੈ ॥੨੩॥੧॥੨॥
ହେ ମାଲିକ! ତୋ’ ବିନା ଆଉ କିଛି ମଧ୍ୟ ନାହିଁ, ନାନକ ତୋର ହିଁ ଗୁଣଗାନ କରିଥାନ୍ତି||23||1||2||

ਰਾਗੁ ਮਾਰੂ ਬਾਣੀ ਕਬੀਰ ਜੀਉ ਕੀ
ରାଗ ମାରୁ ବାଣୀ କବୀର ଜୀ  

ੴ ਸਤਿਗੁਰ ਪ੍ਰਸਾਦਿ ॥
ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ହିଁ ପ୍ରାପ୍ତ କରାଯାଇ ପାରେ।

ਪਡੀਆ ਕਵਨ ਕੁਮਤਿ ਤੁਮ ਲਾਗੇ ॥
ଆରେ ପଣ୍ଡିତ! ତୁ କେଉଁ କୁମତିରେ ଲାଗିଅଛୁ?

ਬੂਡਹੁਗੇ ਪਰਵਾਰ ਸਕਲ ਸਿਉ ਰਾਮੁ ਨ ਜਪਹੁ ਅਭਾਗੇ ॥੧॥ ਰਹਾਉ ॥
ହେ ଅଭାଗା! ଯଦି ରାମଙ୍କ ନାମ ଜପ କରୁ ନାହୁଁ, ପୁରା ପରିବାର ସହିତ ବୁଡିଯିବୁ||1||ରୁହ||

ਬੇਦ ਪੁਰਾਨ ਪੜੇ ਕਾ ਕਿਆ ਗੁਨੁ ਖਰ ਚੰਦਨ ਜਸ ਭਾਰਾ ॥
ବେଦ ଓ ପୁରାଣ ପଢିଲେ ତୋର କଣ ଲାଭ ଅଛି? ଏହା ବ୍ୟର୍ଥ ଅଟେ, ଯେପରି ଚନ୍ଦନର ଭାର ଲଦା ହୋଇଥାଏ।

error: Content is protected !!