ਰਾਗੁ ਮਾਰੂ ਬਾਣੀ ਜੈਦੇਉ ਜੀਉ ਕੀ
ରାଗ ମାରୁ ବାଣୀ ଜୟଦେବ ଜୀ
ੴ ਸਤਿਗੁਰ ਪ੍ਰਸਾਦਿ ॥
ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସେ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਚੰਦ ਸਤ ਭੇਦਿਆ ਨਾਦ ਸਤ ਪੂਰਿਆ ਸੂਰ ਸਤ ਖੋੜਸਾ ਦਤੁ ਕੀਆ ॥
ଚନ୍ଦ୍ରମା ସ୍ଵର ଦ୍ଵାରା ପୂରକ କରି ସାତ ଚକ୍ର ଭେଦ କରିଛି ଏବଂ ସାତ ଚକ୍ରରେ ଅନାହତ ନାଦ ବଜାଇ ଦେଇଛି, ପୁଣି ଷୋହଳ ଥର ଓଁ ଉଚକରଣ କରି ସୂର୍ଯ୍ୟ ସ୍ଵର ଦ୍ଵାରା ରେଚକ କରିଛି।
ਅਬਲ ਬਲੁ ਤੋੜਿਆ ਅਚਲ ਚਲੁ ਥਪਿਆ ਅਘੜੁ ਘੜਿਆ ਤਹਾ ਅਪਿਉ ਪੀਆ ॥੧॥
ଯେତେବେଳେ ମନର ବଳ ଭାଙ୍ଗି ତାହାକୁ ବଳହୀନ କରି ଦିଆଯାଇଛି, ପଥଭ୍ରଷ୍ଟ ମନକୁ ସ୍ଥିର କରାଯାଇଛି ଏବଂ ଚଞ୍ଚଳ ମନକୁ ସୁନ୍ଦର ବନା ଯାଇଛି, ମନରେ ନାମମୃତ ପାନ କରା ଯାଇଛି||1||
ਮਨ ਆਦਿ ਗੁਣ ਆਦਿ ਵਖਾਣਿਆ ॥
ହେ ମୋର ମନ! ଯେତେବେଳେ ଜଗତର ମୂଳ ପରମେଶ୍ଵରଙ୍କ ବର୍ଣ୍ଣନା କରିଛି,
ਤੇਰੀ ਦੁਬਿਧਾ ਦ੍ਰਿਸਟਿ ਸੰਮਾਨਿਆ ॥੧॥ ਰਹਾਉ ॥
ତୋର ଦ୍ଵିଧା ଦୂର ହୋଇ ଯାଇଛି ଏବଂ ସମଦର୍ଶୀ ଦୃଷ୍ଟି ହୋଇ ଯାଇଛି||1||ରୁହ||
ਅਰਧਿ ਕਉ ਅਰਧਿਆ ਸਰਧਿ ਕਉ ਸਰਧਿਆ ਸਲਲ ਕਉ ਸਲਲਿ ਸੰਮਾਨਿ ਆਇਆ ॥
ଯେତେବେଳ ଆରାଧନା ଯୋଗ୍ୟ ପରମେଶ୍ଵରଙ୍କ ଆରାଧନା କରିଛି ଏବଂ ଶ୍ରଦ୍ଧେୟ ପ୍ରଭୁଙ୍କ ଠାରେ ଶ୍ରଦ୍ଧା ଧାରଣ କରିଛି, ଯେପରି ଜଳରେ ଜଳ ବିଲୀନ ହୋଇଯାଏ, ସେପରି ହିଁ ପରମ-ସତ୍ୟରେ ବିଲୀନ ହୋଇ ଯାଇଛି।
ਬਦਤਿ ਜੈਦੇਉ ਜੈਦੇਵ ਕਉ ਰੰਮਿਆ ਬ੍ਰਹਮੁ ਨਿਰਬਾਣੁ ਲਿਵ ਲੀਣੁ ਪਾਇਆ ॥੨॥੧॥
ଜୟଦେବ କହନ୍ତି ଯେ ବ୍ରହ୍ମର ଚିନ୍ତନ କରି ନିର୍ବାଣ ପଦ ପ୍ରାପ୍ତ କରିଛି ଏବଂ ସେଥିରେ ଲୀନ ହୋଇ ତାହାଙ୍କୁ ପ୍ରାପ୍ତ କରିଛି||2||1||
ਕਬੀਰੁ ॥ ਮਾਰੂ ॥
କବୀର॥ ମାରୁ॥
ਰਾਮੁ ਸਿਮਰੁ ਪਛੁਤਾਹਿਗਾ ਮਨ ॥
ହେ ମନ! ରାମଙ୍କ ଭଜନ ସ୍ମରଣ କର, ନହେଲେ ପଶ୍ଚାତାପ କରିବ।
ਪਾਪੀ ਜੀਅਰਾ ਲੋਭੁ ਕਰਤੁ ਹੈ ਆਜੁ ਕਾਲਿ ਉਠਿ ਜਾਹਿਗਾ ॥੧॥ ਰਹਾਉ ॥
ପାପୀ ମନ ଲୋଭ ହିଁ କରିଥାଏ, କିନ୍ତୁ ଆଜିକାଲି ମୃତ୍ୟୁ ହିଁ ପ୍ରାପ୍ତ ହୋଇଯିବ||1||ରୁହ||
ਲਾਲਚ ਲਾਗੇ ਜਨਮੁ ਗਵਾਇਆ ਮਾਇਆ ਭਰਮ ਭੁਲਾਹਿਗਾ ॥
ଲାଳସାରେ ଫସି ତୁ ନିଜ ଜନ୍ମ ବ୍ୟର୍ଥରେ ହରାଇଛୁ ଏବଂ ମାୟାର ଭ୍ରମରେ ରହିଛୁ।
ਧਨ ਜੋਬਨ ਕਾ ਗਰਬੁ ਨ ਕੀਜੈ ਕਾਗਦ ਜਿਉ ਗਲਿ ਜਾਹਿਗਾ ॥੧॥
ଧନ ଏବଂ ଯୌବନର ଗର୍ବ କରନାହିଁ, ତୁ କାଗଜ ଭଳି ସଢି ଯିବୁ||1||
ਜਉ ਜਮੁ ਆਇ ਕੇਸ ਗਹਿ ਪਟਕੈ ਤਾ ਦਿਨ ਕਿਛੁ ਨ ਬਸਾਹਿਗਾ ॥
ଯେତେବେଳେ ଯମ ଆସି କେଶ ଧରି ତୋତେ ମାରିବ, ସେହି ଦିନ ତୋର ବଶରେ କିଛି ମଧ୍ୟ ଚାଲିବ ନାହିଁ।
ਸਿਮਰਨੁ ਭਜਨੁ ਦਇਆ ਨਹੀ ਕੀਨੀ ਤਉ ਮੁਖਿ ਚੋਟਾ ਖਾਹਿਗਾ ॥੨॥
ତୁ କେବେ ମଧ୍ୟ ଭଗବାନଙ୍କ ଭଜନ-ସ୍ମରଣ କରି ନାହୁଁ ଏବଂ ନା କେବେ ଜୀବ ଉପରେ ଦୟା କରିଛୁ, ଶେଷରେ ତୁ ନିଜ ମୁହଁ ଉପରେ ଚୋଟ ଖାଇବ||2||
ਧਰਮ ਰਾਇ ਜਬ ਲੇਖਾ ਮਾਗੈ ਕਿਆ ਮੁਖੁ ਲੈ ਕੈ ਜਾਹਿਗਾ ॥
ଯେତେବେଳେ ଧର୍ମରାଜ ତୋର କର୍ମର ହିସାବ ମାଗିବେ, ତୁ କେଉଁ ମୁହଁ ନେଇ ତାହାଙ୍କ ପାଖକୁ ଯିବୁ?
ਕਹਤੁ ਕਬੀਰੁ ਸੁਨਹੁ ਰੇ ਸੰਤਹੁ ਸਾਧਸੰਗਤਿ ਤਰਿ ਜਾਂਹਿਗਾ ॥੩॥੧॥
କବୀର ଜୀ କହନ୍ତି ଯେ ହେ ସଜ୍ଜନ! ଧ୍ୟାନ ଦେଇ ଶୁଣ; ସାଧୁ-ସଙ୍ଗତିରେ ହିଁ ସଂସାର-ସାଗରରୁ ପାର ହୋଇ ପାରିବ||3||1||
ਰਾਗੁ ਮਾਰੂ ਬਾਣੀ ਰਵਿਦਾਸ ਜੀਉ ਕੀ
ରାଗ ମାରୁ ବାଣୀ ରବିଦାସ ଜୀ
ੴ ਸਤਿਗੁਰ ਪ੍ਰਸਾਦਿ ॥
ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਐਸੀ ਲਾਲ ਤੁਝ ਬਿਨੁ ਕਉਨੁ ਕਰੈ ॥
ହେ ପ୍ରିୟ ପ୍ରଭୁ! ତୋ’ ବିନା ଏପରି କୃପା କିଏ କରି ପାରିବ,?
ਗਰੀਬ ਨਿਵਾਜੁ ਗੁਸਈਆ ਮੇਰਾ ਮਾਥੈ ਛਤ੍ਰੁ ਧਰੈ ॥੧॥ ਰਹਾਉ ॥
ହେ ଗୋସାଇଁ! ତୁ ଗରିବ-ନୱାଜ ଅଟୁ ଏବଂ ମୋ’ ଭଳି ଦୀନ ଉପରେ ତୁ ଛତ୍ର ଦେଇଛୁ||1||ରୁହ||
ਜਾ ਕੀ ਛੋਤਿ ਜਗਤ ਕਉ ਲਾਗੈ ਤਾ ਪਰ ਤੁਹੀਂ ਢਰੈ ॥
ଯାହାର ଛୁଆଁ ଜଗତକୁ ଲାଗିଥାଏ, ଅର୍ଥାତ ଯାହାକୁ ଜଗତ ଅଛୁଆଁ ଭାବି ଥାଏ, ତାହା ଉପରେ ତୁ ହିଁ କୃପା କରୁ।
ਨੀਚਹ ਊਚ ਕਰੈ ਮੇਰਾ ਗੋਬਿੰਦੁ ਕਾਹੂ ਤੇ ਨ ਡਰੈ ॥੧॥
ମୋର ଗୋବିନ୍ଦ ନୀଚକୁ ଉଚ୍ଚ ବନାଇ ଦେଇଥାନ୍ତି ଏବଂ ସେ କାହାକୁ ଡରନ୍ତି ନାହିଁ||1||
ਨਾਮਦੇਵ ਕਬੀਰੁ ਤਿਲੋਚਨੁ ਸਧਨਾ ਸੈਨੁ ਤਰੈ ॥
ତାହାଙ୍କ ଅନୁକମ୍ପାରୁ ନାମଦେବ, କବୀର, ତ୍ରିଲୋଚନ, ସଘନା ଏବଂ ସୈନ୍ୟ ଇତ୍ୟାଦି ମଧ୍ୟ ସଂସାର-ସାଗରରୁ ପାର ହୋଇ ଯାଇଛନ୍ତି।
ਕਹਿ ਰਵਿਦਾਸੁ ਸੁਨਹੁ ਰੇ ਸੰਤਹੁ ਹਰਿ ਜੀਉ ਤੇ ਸਭੈ ਸਰੈ ॥੨॥੧॥
ରବିଦାସ ଜୀ କହନ୍ତି, ହେ ସନ୍ଥଜନ! ମୋର କଥା ଧ୍ୟାନପୂର୍ବକ ଶୁଣ, ଈଶ୍ବରଙ୍କ ଇଚ୍ଛାରେ ସବୁ ମନୋରଥ ପୁରା ହୋଇ ପାରିବ||2||1||
ਮਾਰੂ ॥
ମାରୁ॥
ਸੁਖ ਸਾਗਰ ਸੁਰਿਤਰੁ ਚਿੰਤਾਮਨਿ ਕਾਮਧੇਨ ਬਸਿ ਜਾ ਕੇ ਰੇ ॥
ଯାହାଙ୍କ ବଶରେ ସୁଖର ସାଗର କଳ୍ପବୃକ୍ଷ, ଚିନ୍ତାମଣି ଏବଂ କାମଧେନୁ ଅଛନ୍ତି;
ਚਾਰਿ ਪਦਾਰਥ ਅਸਟ ਮਹਾ ਸਿਧਿ ਨਵ ਨਿਧਿ ਕਰ ਤਲ ਤਾ ਕੈ ॥੧॥
ଧର୍ମ, ଅର୍ଥ, କାମ, ମୋକ୍ଷ ରୂପୀ ଚାରି ପଦାର୍ଥ, ଆଠ ମହା ସିଦ୍ଧି ଏବଂ ନବନିଧି ମଧ୍ୟ ଈଶ୍ଵରଙ୍କ ହାତରେ ହିଁ ଅଛି||1||
ਹਰਿ ਹਰਿ ਹਰਿ ਨ ਜਪਸਿ ਰਸਨਾ ॥ ਅਵਰ ਸਭ ਛਾਡਿ ਬਚਨ ਰਚਨਾ ॥੧॥ ਰਹਾਉ ॥
ହେ ଭାଇ! ଜିହ୍ଵାରେ ତୁମେ ଭଗବାନଙ୍କ ନାମ ଜପ କରୁ ନାହଁ, ଅନ୍ୟ ସବୁ ବଚନ ଏବଂ ବ୍ୟର୍ଥ ରଚନା ତ୍ୟାଗ କରି ପ୍ରଭୁଙ୍କ ଭଜନ କର||1||ରୁହ||
ਨਾਨਾ ਖਿਆਨ ਪੁਰਾਨ ਬੇਦ ਬਿਧਿ ਚਉਤੀਸ ਅਛਰ ਮਾਹੀ ॥
ଅନେକ, ଆଖ୍ୟା, ପୁରାଣ, ବେଦ ଏବଂ ବିଧି ତଥା ଚଉତିରିଶ ଅକ୍ଷରରେଲେଖା ଯାଇଥିବା ଶାସ୍ତ୍ରର ବିଚାର କରି
ਬਿਆਸ ਬੀਚਾਰਿ ਕਹਿਓ ਪਰਮਾਰਥੁ ਰਾਮ ਨਾਮ ਸਰਿ ਨਾਹੀ ॥੨॥
ବ୍ୟାସ ଜୀ ଏହା ବତାଇଛନ୍ତି ଯେ ରମନାମର ସମକକ୍ଷ କୌଣସି ପରମାର୍ଥ ନାହିଁ||2||
ਸਹਜ ਸਮਾਧਿ ਉਪਾਧਿ ਰਹਤ ਹੋਇ ਬਡੇ ਭਾਗਿ ਲਿਵ ਲਾਗੀ ॥
ସ୍ଵାଭାବିକ ସମାଧିରେ ରତ ହୋଇ ଦୁଃଖ-ଯନ୍ତ୍ରଣା ରହିତ ହୋଇ ଯାଇଛନ୍ତି ଏବଂ ଅହୋଭାଗ୍ୟରୁ ଈଶ୍ଵରଙ୍କ ଠାରେ ଲଗ୍ନ ଲାଗି ଯାଇଛି।
ਕਹਿ ਰਵਿਦਾਸ ਉਦਾਸ ਦਾਸ ਮਤਿ ਜਨਮ ਮਰਨ ਭੈ ਭਾਗੀ ॥੩॥੨॥੧੫॥
ରବିଦାସ ଜୀ କହନ୍ତି ଯେ ଦାସର ମତି ଜଗତରୁ ନିର୍ଲିପ୍ତ ରହିଛି, ଯାହାଦ୍ୱାରା ଜନ୍ମ-ମରଣର ଭୟ ଦୂର ହୋଇ ଯାଇଛି||3||2||15||