ਤੁਖਾਰੀ ਛੰਤ ਮਹਲਾ ੧ ਬਾਰਹ ਮਾਹਾ
ତୁଖାରୀ ଛନ୍ତ ମହଲା 1 ବାର ମାସ
ੴ ਸਤਿਗੁਰ ਪ੍ਰਸਾਦਿ ॥
ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਤੂ ਸੁਣਿ ਕਿਰਤ ਕਰੰਮਾ ਪੁਰਬਿ ਕਮਾਇਆ ॥
ହେ ଈଶ୍ଵର! ତୁମେ ଶୁଣ, ପ୍ରତ୍ୟେକ ଜୀବ ନିଜ ପୂର୍ବ କର୍ମ ଅନୁସାରେ
ਸਿਰਿ ਸਿਰਿ ਸੁਖ ਸਹੰਮਾ ਦੇਹਿ ਸੁ ਤੂ ਭਲਾ ॥
ସୁଖ-ଦୁଃଖ ପ୍ରାପ୍ତ କରୁଅଛି, ଯାହା ତୁମେ ଦେଉଛ, ସବୁ ଭଲ ହିଁ ଅଟେ।
ਹਰਿ ਰਚਨਾ ਤੇਰੀ ਕਿਆ ਗਤਿ ਮੇਰੀ ਹਰਿ ਬਿਨੁ ਘੜੀ ਨ ਜੀਵਾ ॥
ଯେତେବେଳେ ସବୁ ରଚନା ତୋର ହିଁ ଅଟେ, ଏଥିରେ ମୋର କୌଣସି ଗତି ନାହିଁ, ଏକ କ୍ଷଣ ମଧ୍ୟ ବଞ୍ଚିବା ଅସମ୍ଭବ ଅଟେ।
ਪ੍ਰਿਅ ਬਾਝੁ ਦੁਹੇਲੀ ਕੋਇ ਨ ਬੇਲੀ ਗੁਰਮੁਖਿ ਅੰਮ੍ਰਿਤੁ ਪੀਵਾਂ ॥
ପ୍ରିୟତମ ବିନା ଜୀବ-ସ୍ତ୍ରୀ ଦୁଃଖୀ ଅଟେ, କେହି ତାହାର ସାଥିରେ ରହନ୍ତି ନାହିଁ, ଗୁରୁଙ୍କ ମାଧ୍ୟମରୁ ହିଁ ଅମୃତ ପାନ କରି ପାରିବା।
ਰਚਨਾ ਰਾਚਿ ਰਹੇ ਨਿਰੰਕਾਰੀ ਪ੍ਰਭ ਮਨਿ ਕਰਮ ਸੁਕਰਮਾ ॥
ଆମେ ସବୁ ନିରାକାରଙ୍କ ରଚନା ଅଟୁ, ପ୍ରଭୁଙ୍କୁ ମନରେ ସ୍ଥାପନ କରିବା ହିଁ ଶୁଭ କର୍ମ ଅଟେ।
ਨਾਨਕ ਪੰਥੁ ਨਿਹਾਲੇ ਸਾ ਧਨ ਤੂ ਸੁਣਿ ਆਤਮ ਰਾਮਾ ॥੧॥
ଗୁରୁ ନାନକ କହନ୍ତି ଯେ ହେ ପ୍ରଭୁ! ଜୀବ-ସ୍ତ୍ରୀ ତୋର ରାସ୍ତାରେ ଚାଲୁଅଛି||1||
ਬਾਬੀਹਾ ਪ੍ਰਿਉ ਬੋਲੇ ਕੋਕਿਲ ਬਾਣੀਆ ॥
(ମନ ରୂପୀ) ଚାତକ ପ୍ରିୟ-ପ୍ରିୟ ବୋଲିଥାଏ, (ଜିହ୍ଵା ରୂପୀ) କୋଇଲି ମଧୁର ଗାନ ବୋଲିଥାଏ।
ਸਾ ਧਨ ਸਭਿ ਰਸ ਚੋਲੈ ਅੰਕਿ ਸਮਾਣੀਆ ॥
ପ୍ରଭୁଙ୍କ ଠାରେ ଅନୁରକ୍ତ ଜୀବ-ସ୍ତ୍ରୀ ସବୁ ଆନନ୍ଦ ରସ ପ୍ରାପ୍ତ କରିଥାଏ।
ਹਰਿ ਅੰਕਿ ਸਮਾਣੀ ਜਾ ਪ੍ਰਭ ਭਾਣੀ ਸਾ ਸੋਹਾਗਣਿ ਨਾਰੇ ॥
ପ୍ରଭୁଙ୍କ ଠାରେ ଅନୁରକ୍ତ ଜୀବ-ସ୍ତ୍ରୀ ମଧ୍ୟ ସେହି ଜୀବ-ସ୍ତ୍ରୀ ଅଟେ, ଯିଏ ତାହାଙ୍କୁ ଭଲ ଲାଗିଥାଏ ଏବଂ ସେ ହିଁ ସୁହାଗିନୀ ନାରୀ ଅଟେ।
ਨਵ ਘਰ ਥਾਪਿ ਮਹਲ ਘਰੁ ਊਚਉ ਨਿਜ ਘਰਿ ਵਾਸੁ ਮੁਰਾਰੇ ॥
ନବ ଦ୍ଵାର ବନାଇ ଶରୀରର ଉଚ୍ଚ ମହଲ (ଦଶମ ଦ୍ଵାର)ରେ ପ୍ରଭୁଙ୍କ ନିବାସ ହୋଇଥାଏ।
ਸਭ ਤੇਰੀ ਤੂ ਮੇਰਾ ਪ੍ਰੀਤਮੁ ਨਿਸਿ ਬਾਸੁਰ ਰੰਗਿ ਰਾਵੈ ॥
ହେ ପ୍ରଭୁ! ସବୁ ତୋର ଅଟେ, ତୁ ମୋର ପ୍ରିୟତମ ଅଟୁ, ମୁଁ ଦିନରାତି ତୋର ରଙ୍ଗରେ ଲୀନ ରହିଥାଏ।
ਨਾਨਕ ਪ੍ਰਿਉ ਪ੍ਰਿਉ ਚਵੈ ਬਬੀਹਾ ਕੋਕਿਲ ਸਬਦਿ ਸੁਹਾਵੈ ॥੨॥
ଗୁରୁ ନାନକ କହନ୍ତି ଯେ (ମନ ରୂପୀ) ଚାତକ ପ୍ରିୟ-ପ୍ରିୟ ଗାନ କରିଥାଏ, (ଜିହ୍ଵା ରୂପୀ)କୋଇଲି ମଧୁର ସ୍ଵରରେ ତାହାଙ୍କ ଗୁଣଗାନ କରିଥାଏ||2||
ਤੂ ਸੁਣਿ ਹਰਿ ਰਸ ਭਿੰਨੇ ਪ੍ਰੀਤਮ ਆਪਣੇ ॥
ହେ ପ୍ରଭୁ! ତୁମେ ଶୁଣ, ନିଜ ପ୍ରିୟତମଙ୍କ ଆନନ୍ଦରେ ଭିଜି ଏବଂ
ਮਨਿ ਤਨਿ ਰਵਤ ਰਵੰਨੇ ਘੜੀ ਨ ਬੀਸਰੈ ॥
ମନ-ତନରେ ମଧ୍ୟ ତାହାଙ୍କ ଗୁଣରେ ଲୀନ ଜୀବ-ସ୍ତ୍ରୀ କ୍ଷଣ ପାଇଁ ମଧ୍ୟ ବିସ୍ମୃତ କରେନାହିଁ।
ਕਿਉ ਘੜੀ ਬਿਸਾਰੀ ਹਉ ਬਲਿਹਾਰੀ ਹਉ ਜੀਵਾ ਗੁਣ ਗਾਏ ॥
ସେ ଏକ କ୍ଷଣ ପାଇଁ କିପରି ଭୁଲି ପାରିବ, ତୋ’ ପ୍ରତି ସମର୍ପିତ ଅଟେ ଏବଂ ତୋର ଗୁଣଗାନ କରି ଜୀବନ ପାଇଥାଏ।
ਨਾ ਕੋਈ ਮੇਰਾ ਹਉ ਕਿਸੁ ਕੇਰਾ ਹਰਿ ਬਿਨੁ ਰਹਣੁ ਨ ਜਾਏ ॥
(ଜୀବ-ସ୍ତ୍ରୀର ବିନତି ଯେ) ହେ ପ୍ରଭୁ! ତୋ’ ବିନା ମୋର କେହି ନାହାନ୍ତି, ତୋ’ ବିନା କିଏ କୃପା କରେ, ତୋ’ ବିନା ବଞ୍ଚି ପାରିବା ନାହିଁ।
ਓਟ ਗਹੀ ਹਰਿ ਚਰਣ ਨਿਵਾਸੇ ਭਏ ਪਵਿਤ੍ਰ ਸਰੀਰਾ ॥
ପ୍ରଭୁ-ଚରଣର ଆଶ୍ରା ନେଇଛି, ଶରୀର ପବିତ୍ର ହୋଇ ଯାଇଛି।
ਨਾਨਕ ਦ੍ਰਿਸਟਿ ਦੀਰਘ ਸੁਖੁ ਪਾਵੈ ਗੁਰ ਸਬਦੀ ਮਨੁ ਧੀਰਾ ॥੩॥
ଗୁରୁ ନାନକ କହନ୍ତି ଯେ ତାହାଙ୍କ ଦୀର୍ଘ-ଦୃଷ୍ଟି ଦ୍ଵାରା ସୁଖର ଅନୁଭୂତି ହୋଇଥାଏ ଏବଂ ଗୁରୁ-ଉପଦେଶ ଦ୍ଵାରା ମନରେ ସନ୍ତୋଷ ଆସିଥାଏ||3||
ਬਰਸੈ ਅੰਮ੍ਰਿਤ ਧਾਰ ਬੂੰਦ ਸੁਹਾਵਣੀ ॥
ସୁନ୍ଦର ବୁନ୍ଦାର ଅମୃତ ଧାରା ବର୍ଷା ହେଉଛି,
ਸਾਜਨ ਮਿਲੇ ਸਹਜਿ ਸੁਭਾਇ ਹਰਿ ਸਿਉ ਪ੍ਰੀਤਿ ਬਣੀ ॥
ହରିଙ୍କ ସହିତ ପ୍ରୀତି ହେବା ଦ୍ଵାରା ସ୍ଵାଭାବିକ ଭାବରେ ସଜ୍ଜନ ପ୍ରଭୁ ମିଳି ଯାଇଛନ୍ତି।
ਹਰਿ ਮੰਦਰਿ ਆਵੈ ਜਾ ਪ੍ਰਭ ਭਾਵੈ ਧਨ ਊਭੀ ਗੁਣ ਸਾਰੀ ॥
ଯେତେବେଳେ ପ୍ରଭୁ ଚାହାନ୍ତି, ସେ ମନ-ମନ୍ଦିରରେ ବାସ କରିଥାନ୍ତି, ସେତେବେଳେ ଜୀବ-ସ୍ତ୍ରୀ ତାହାଙ୍କ ଗୁଣଗାନରେ ଲୀନ ରହିଥାଏ।
ਘਰਿ ਘਰਿ ਕੰਤੁ ਰਵੈ ਸੋਹਾਗਣਿ ਹਉ ਕਿਉ ਕੰਤਿ ਵਿਸਾਰੀ ॥
ପ୍ରତ୍ୟେକ ସୁହାଗିନୀର ହୃଦୟ-ଘରେ ପତି-ପ୍ରଭୁ ରମଣ କରିଥାନ୍ତି, ପ୍ରିୟତମ ମୋତେ କାହିଁକି ବିସ୍ମୃତ ହେଉଛନ୍ତି?
ਉਨਵਿ ਘਨ ਛਾਏ ਬਰਸੁ ਸੁਭਾਏ ਮਨਿ ਤਨਿ ਪ੍ਰੇਮੁ ਸੁਖਾਵੈ ॥
ବାଦଲ ଛାୟା କରି ବର୍ଷା କରିଥାଏ ଏବଂ ମନ-ତନରେ ତାହାଙ୍କ ସ୍ମୃତି ଓ ପ୍ରେମର ସୁଖଦ ଅନୁଭୂତି ହୋଇଥାଏ।
ਨਾਨਕ ਵਰਸੈ ਅੰਮ੍ਰਿਤ ਬਾਣੀ ਕਰਿ ਕਿਰਪਾ ਘਰਿ ਆਵੈ ॥੪॥
ଗୁରୁ ନାନକ କହନ୍ତି ଯେ ଯେତେବେଳେ ପତି-ପ୍ରଭୁ କୃପା କରି ହୃଦୟ ଘରେ ବାସ କରିଥାନ୍ତି, ଅମୃତବାଣୀ ବର୍ଷା ହେବାକୁ ଲାଗିଥାଏ||4||
ਚੇਤੁ ਬਸੰਤੁ ਭਲਾ ਭਵਰ ਸੁਹਾਵੜੇ ॥
ଚୈତ୍ର ମାସରୁ ବସନ୍ତ ଋତୁ ଆସିଥାଏ, ଫୁଲରେ ବସିଥିବା ଭଅଁର ସୁନ୍ଦର ଲାଗିଥାଏ।