ਲਖ ਚਉਰਾਸੀਹ ਜੀਅ ਉਪਾਏ ॥
ପରଂବ୍ରହ୍ମ-ପ୍ରଭୁ ଚଉରାଅଶି ଲକ୍ଷ୍ୟ ଯୋନିରେ ଅନନ୍ତ ଜୀବ ଉତ୍ପର୍ଣ୍ଣ କରିଛନ୍ତି।
ਜਿਸ ਨੋ ਨਦਰਿ ਕਰੇ ਤਿਸੁ ਗੁਰੂ ਮਿਲਾਏ ॥
ଯେଉଁ ଜୀବ ଉପରେ ସେ ନିଜ ଦୟା ଦୃଷ୍ଟି କରନ୍ତି, ତାହାକୁ ଗୁରୁଙ୍କ ସହିତ ମିଳାଇ ଦିଅନ୍ତି।
ਕਿਲਬਿਖ ਕਾਟਿ ਸਦਾ ਜਨ ਨਿਰਮਲ ਦਰਿ ਸਚੈ ਨਾਮਿ ਸੁਹਾਵਣਿਆ ॥੬॥
ସେହି ଜୀବ ନିଜ ପାପକୁ ଧୋଇ ସବୁଦିନ ପାଇଁ ପବିତ୍ର ହୋଇଯାଏ ଆଉ ସତ୍ୟ ଦରବାରର ଭିତରେ ନାମ ସହିତ ମନୋହର ଲାଗିଥାଏ। ॥6॥
ਲੇਖਾ ਮਾਗੈ ਤਾ ਕਿਨਿ ਦੀਐ ॥
ଯଦି ପ୍ରଭୁ କର୍ମର ହିସାବ ମାଗିବେ, କିଏ ସେତେବେଳେ ଦେଇପାରିବ?
ਸੁਖੁ ਨਾਹੀ ਫੁਨਿ ਦੂਐ ਤੀਐ ॥
ସେତେବେଳେ ଦୈତ୍ୟ ଅଥବା ତ୍ରିଗୁଣୀ ଅବସ୍ଥାରେ କେହି ସୁଖ ପ୍ରାପ୍ତ କରେ ନାହିଁ।
ਆਪੇ ਬਖਸਿ ਲਏ ਪ੍ਰਭੁ ਸਾਚਾ ਆਪੇ ਬਖਸਿ ਮਿਲਾਵਣਿਆ ॥੭॥
ସତ୍ୟସ୍ଵରୂପ ପରମାତ୍ମା ସ୍ଵୟଂ କ୍ଷମାଶୀଳ ଅଟନ୍ତି ଆଉ କ୍ଷମା କରି ନିଜେ ଆମର ମିଳନ କରିଦିଅନ୍ତି ॥7॥
ਆਪਿ ਕਰੇ ਤੈ ਆਪਿ ਕਰਾਏ ॥
ପ୍ରଭୁ ସ୍ଵୟଂ ହିଁ ସବୁ କିଛି କରିଥାନ୍ତି ଆଉ ସ୍ଵୟଂ ହିଁ ଜୀବ ଦ୍ଵାରା କରାଇ ଥାନ୍ତି।
ਪੂਰੇ ਗੁਰ ਕੈ ਸਬਦਿ ਮਿਲਾਏ ॥
ପୂର୍ଣ୍ଣ ଗୁରୁଙ୍କ ଉପଦେଶ ଦ୍ଵାରା ହିଁ ପ୍ରଭୁ ନିଜ ସାଥିରେ ମିଳନ କରାନ୍ତି।
ਨਾਨਕ ਨਾਮੁ ਮਿਲੈ ਵਡਿਆਈ ਆਪੇ ਮੇਲਿ ਮਿਲਾਵਣਿਆ ॥੮॥੨॥੩॥
ହେ ନାନକ! ଯେଉଁ ଜୀବକୁ ପ୍ରଭୁଙ୍କ ନାମର ଶୋଭା ମିଳିଥାଏ, ସୃଷ୍ଟିର ସ୍ଵାମୀ ସ୍ଵୟଂ ହିଁ ତାହାକୁ ନିଜ ସାଥିରେ ମିଳନ କରାନ୍ତି ॥8॥2॥3॥
ਮਾਝ ਮਹਲਾ ੩ ॥
ମାଝ ମହଲା 3 ॥
ਇਕੋ ਆਪਿ ਫਿਰੈ ਪਰਛੰਨਾ ॥
ଏକ ପରମେଶ୍ଵର ହିଁ ଅଦୃଶ୍ୟ ହୋଇ ସର୍ବତ୍ର ଭ୍ରମଣ କରୁଥାନ୍ତି।
ਗੁਰਮੁਖਿ ਵੇਖਾ ਤਾ ਇਹੁ ਮਨੁ ਭਿੰਨਾ ॥
ଯେଉଁ ବ୍ୟକ୍ତି ଗୁରୁଙ୍କ ମାଧ୍ୟମରେ ତାହାଙ୍କୁ ଦର୍ଶନ କରିଦେଇଛି, ତାହାର ମନ ତାହାଙ୍କ ପ୍ରେମରେ ଆର୍ଦ୍ର ହୋଇଯାଇଛି।
ਤ੍ਰਿਸਨਾ ਤਜਿ ਸਹਜ ਸੁਖੁ ਪਾਇਆ ਏਕੋ ਮੰਨਿ ਵਸਾਵਣਿਆ ॥੧॥
ସେ ନିଜ ତୃଷ୍ଣାକୁ ତ୍ୟାଗ କରି ସ୍ଵାଭାବିକ ସୁଖ ପ୍ରାପ୍ତ କରିଛି, ତାପରେ, ସେ ଏକ ପ୍ରଭୁଙ୍କୁ ହିଁ ନିଜ ମନରେ ବସାଇଛି। ॥1॥
ਹਉ ਵਾਰੀ ਜੀਉ ਵਾਰੀ ਇਕਸੁ ਸਿਉ ਚਿਤੁ ਲਾਵਣਿਆ ॥
ମୁଁ ତାଙ୍କ ପ୍ରତି ଉତ୍ସର୍ଗିତ ଅଟେ, ମୋର ଆତ୍ମା ଉତ୍ସର୍ଗିତ, ଯିଏ ଏକ ଈଶ୍ଵରଙ୍କ ସହିତ ନିଜ ମନ ଲଗାନ୍ତି।
ਗੁਰਮਤੀ ਮਨੁ ਇਕਤੁ ਘਰਿ ਆਇਆ ਸਚੈ ਰੰਗਿ ਰੰਗਾਵਣਿਆ ॥੧॥ ਰਹਾਉ ॥
ଗୁରୁଙ୍କ ମତି ଦ୍ଵାରା ତାହାଙ୍କ ମନ ଏକ ହିଁ ଆତ୍ମ ସ୍ୱରୂପ ଘରେ ବାସ କରିଥାଏ ଆଉ ସତ୍ୟ ପ୍ରଭୁଙ୍କ ପ୍ରେମରେ ମଗ୍ନ ହୋଇଯାଏ ॥1॥ରୁହ॥
ਇਹੁ ਜਗੁ ਭੂਲਾ ਤੈਂ ਆਪਿ ਭੁਲਾਇਆ ॥
ହେ ପ୍ରଭୁ! ଏହି ସଂସାର ଭ୍ରମରେ ପଡିରହିଛି ଆଉ ତୁ ସ୍ଵୟଂ ହିଁ ଏହାକୁ ଭ୍ରମରେ ରଖିଛୁ।
ਇਕੁ ਵਿਸਾਰਿ ਦੂਜੈ ਲੋਭਾਇਆ ॥
ଏକ ଈଶ୍ଵରଙ୍କୁ ବିସ୍ମୃତ କରି ସେ ଲୋଭ ଲାଳସା ଗ୍ରସ୍ତ ହୋଇ ପଡିଛି।
ਅਨਦਿਨੁ ਸਦਾ ਫਿਰੈ ਭ੍ਰਮਿ ਭੂਲਾ ਬਿਨੁ ਨਾਵੈ ਦੁਖੁ ਪਾਵਣਿਆ ॥੨॥
ରାତି ଦିନ ଏହି ଭ୍ରମରେ ସର୍ବଦା ପଥଭ୍ରଷ୍ଟ ରହିଥାଏ ଆଉ ନାମ ବିନା କଷ୍ଟ ଉଠାଇଥାଏ ॥2॥
ਜੋ ਰੰਗਿ ਰਾਤੇ ਕਰਮ ਬਿਧਾਤੇ ॥
ଯିଏ ଭାଗ୍ୟ ବିଧାତାଙ୍କ ପ୍ରେମରେ ମଗ୍ନ ରହିଥାଏ,
ਗੁਰ ਸੇਵਾ ਤੇ ਜੁਗ ਚਾਰੇ ਜਾਤੇ ॥
ସେ ଗୁରୁଙ୍କ ସେବା କରି ଚାରି ଯୁଗରେ ପ୍ରସିଦ୍ଧ ହୋଇଯାଏ।
ਜਿਸ ਨੋ ਆਪਿ ਦੇਇ ਵਡਿਆਈ ਹਰਿ ਕੈ ਨਾਮਿ ਸਮਾਵਣਿਆ ॥੩॥
ଯେଉଁ ପ୍ରାଣୀକୁ ପ୍ରଭୁ ସ୍ଵୟଂ ମହାନତା ପ୍ରଦାନ କରିଛନ୍ତି, ସେ ଈଶ୍ଵରଙ୍କ ନାମରେ ଲୀନ ହୋଇଯାଏ॥3॥
ਮਾਇਆ ਮੋਹਿ ਹਰਿ ਚੇਤੈ ਨਾਹੀ ॥
ମାୟା ମୋହରେ ଗ୍ରସ୍ତ ମନୁଷ୍ୟ ପରମେଶ୍ଵରଙ୍କୁ ସ୍ମରଣ କରେନାହିଁ।
ਜਮਪੁਰਿ ਬਧਾ ਦੁਖ ਸਹਾਹੀ ॥
ତାପରେ, ଯମଦୂତର ନଗରରେ ସେ କଷ୍ଟ ସହନ କରିଥାଏ।
ਅੰਨਾ ਬੋਲਾ ਕਿਛੁ ਨਦਰਿ ਨ ਆਵੈ ਮਨਮੁਖ ਪਾਪਿ ਪਚਾਵਣਿਆ ॥੪॥
ମନମୁଖ ବ୍ୟକ୍ତି ଅନ୍ଧ ଏବଂ ବଧିର ଅଟେ, ତାହାକୁ କିଛି ମଧ୍ୟ ଦୃଷ୍ଟିଗୋଚର ହୁଏ ନାହିଁ ଆଉ ସେ ପାପରେ ନଷ୍ଟ ହୋଇଯାଏ ॥4॥
ਇਕਿ ਰੰਗਿ ਰਾਤੇ ਜੋ ਤੁਧੁ ਆਪਿ ਲਿਵ ਲਾਏ ॥
ହେ ପ୍ରଭୁ କେତେ ଜୀବ ତୋର ପ୍ରେମରେ ମଗ୍ନ ରହିଥାନ୍ତି, ଯାହାକୁ ତୁ ନାମ ସାଥିରେ ଲଗାଇଛୁ।
ਭਾਇ ਭਗਤਿ ਤੇਰੈ ਮਨਿ ਭਾਏ ॥
ପ୍ରେମ ଭକ୍ତି ଦ୍ଵାରା ସେ ତୋର ହ୍ରୁଦୟକୁ ଭଲ ଲାଗନ୍ତି।
ਸਤਿਗੁਰੁ ਸੇਵਨਿ ਸਦਾ ਸੁਖਦਾਤਾ ਸਭ ਇਛਾ ਆਪਿ ਪੁਜਾਵਣਿਆ ॥੫॥
ସେ ସର୍ବଦା ସୁଖଦାତା ସଦଗୁରୁଙ୍କ ସେବା କରିଥାଏ ଆଉ ଇଶ୍ଵର ସ୍ଵୟଂ ହିଁ ତାହାର ସମସ୍ତ ମନୋକାମନା ପୂର୍ଣ୍ଣ କରିଦିଅନ୍ତି ॥5॥
ਹਰਿ ਜੀਉ ਤੇਰੀ ਸਦਾ ਸਰਣਾਈ ॥
ହେ ପୂଜ୍ୟ ପରମେଶ୍ଵର! ଯେଉଁ ବ୍ୟକ୍ତି ସଦା ତୋର ଶରଣରେ ରହିଥାଏ,
ਆਪੇ ਬਖਸਿਹਿ ਦੇ ਵਡਿਆਈ ॥
ତୁ ସ୍ଵୟଂ ହିଁ ତାହାକୁ କ୍ଷମାଦାନ କରି ଶୋଭା ପ୍ରଦାନ କରିଥାଉ।
ਜਮਕਾਲੁ ਤਿਸੁ ਨੇੜਿ ਨ ਆਵੈ ਜੋ ਹਰਿ ਹਰਿ ਨਾਮੁ ਧਿਆਵਣਿਆ ॥੬॥
ଯେଉଁ ବ୍ୟକ୍ତି ଭଗବାନଙ୍କ ନାମ ସ୍ମରଣ କରିଥାଏ, ଯମ ତାହା ପାଖକୁ ଆସେ ନାହିଁ। ॥6॥
ਅਨਦਿਨੁ ਰਾਤੇ ਜੋ ਹਰਿ ਭਾਏ ॥
ଯେଉଁ ବ୍ୟକ୍ତି ଭଗବାନଙ୍କୁ ଭଲ ଲାଗେ, ସେ ରାତି ଦିନ ଭଗବାନଙ୍କ ପ୍ରେମରେ ମଗ୍ନ ରହିଥାଏ।
ਮੇਰੈ ਪ੍ਰਭਿ ਮੇਲੇ ਮੇਲਿ ਮਿਲਾਏ ॥
ମୋର ପ୍ରଭୁ ତାଙ୍କରି ସଦଗୁରୁଙ୍କ ସହିତ ମିଳନ କରାଇ ନିଜ ସାଥିରେ ମିଳନ କରାଇଛନ୍ତି।
ਸਦਾ ਸਦਾ ਸਚੇ ਤੇਰੀ ਸਰਣਾਈ ਤੂੰ ਆਪੇ ਸਚੁ ਬੁਝਾਵਣਿਆ ॥੭॥
ହେ ସତ୍ୟ ସ୍ୱରୂପ ପରମେଶ୍ଵର! ଯେଉଁ ବ୍ୟକ୍ତି ସର୍ବଦା ତୋର ଚରଣରେ ଆସିଛି, ତୁ ସ୍ଵୟଂ ହିଁ ତାହାକୁ ସତ୍ୟର ଜ୍ଞାନ ପ୍ରଦାନ କରିଥାଉ ॥7॥
ਜਿਨ ਸਚੁ ਜਾਤਾ ਸੇ ਸਚਿ ਸਮਾਣੇ ॥
ଯେଉଁ ବ୍ୟକ୍ତି ସତ୍ୟ ପ୍ରଭୁଙ୍କୁ ଜାଣିଦେଇଛି, ସେ ସତ୍ୟରେ ହିଁ ଲୀନ ରହିଥାଏ।
ਹਰਿ ਗੁਣ ਗਾਵਹਿ ਸਚੁ ਵਖਾਣੇ ॥
ସେ ହରିଙ୍କ ଯଶୋଗାନ କରିଥାଏ ଆଉ ସତ୍ୟର ହିଁ ବର୍ଣ୍ଣନା କରିଥାଏ।
ਨਾਨਕ ਨਾਮਿ ਰਤੇ ਬੈਰਾਗੀ ਨਿਜ ਘਰਿ ਤਾੜੀ ਲਾਵਣਿਆ ॥੮॥੩॥੪॥
ହେ ନାନକ! ଯିଏ ନାମରେ ମଗ୍ନ ରହିଥାଏ, ସେ ନିର୍ଲିପ୍ତ ଅଟେ ଆଉ ନିଜ ଘରେ ଆତ୍ମ ସ୍ଵରୁପରେ ସମାଧି ଲଗାଇଥାଏ। ॥8॥3॥4॥
ਮਾਝ ਮਹਲਾ ੩ ॥
ମାଝ ମହଲା 3 ॥
ਸਬਦਿ ਮਰੈ ਸੁ ਮੁਆ ਜਾਪੈ ॥
ଯେଉଁ ବ୍ୟକ୍ତି ଶବ୍ଦ ଦ୍ଵାରା ନିଜ ଅହଂକାରକୁ ନଷ୍ଟ କରିଦିଏ, ମରୁତ ବ୍ୟକ୍ତି ମାୟା ଦ୍ଵାରା ପ୍ରଭାବିତ ନ ହେବା ଭଳି ସେ ମଧ୍ୟ ହୋଇନଥାଏ।
ਕਾਲੁ ਨ ਚਾਪੈ ਦੁਖੁ ਨ ਸੰਤਾਪੈ ॥
ତାହାକୁ କାଳ(ମୃତ୍ୟୁ) ମଧ୍ୟ ଦଳି ପାରେନାହିଁ ଆଉ ନା କୌଣସି କଷ୍ଟ ଦୁଃଖୀ କରିଥାଏ।
ਜੋਤੀ ਵਿਚਿ ਮਿਲਿ ਜੋਤਿ ਸਮਾਣੀ ਸੁਣਿ ਮਨ ਸਚਿ ਸਮਾਵਣਿਆ ॥੧॥
ତାହାର ଜ୍ୟୋତି ପରମ ଜ୍ୟୋତିରେ ମିସିଯାଏ, ତାହାର ମନ ମଧ୍ୟ ସତ୍ୟ ନାମ ଶୁଣି ସତ୍ୟରେ ଲୀନ ହୋଇଯାଏ। ॥1॥
ਹਉ ਵਾਰੀ ਜੀਉ ਵਾਰੀ ਹਰਿ ਕੈ ਨਾਇ ਸੋਭਾ ਪਾਵਣਿਆ ॥
ମୁଁ ତାଙ୍କ ପାଖରେ ଉତ୍ସର୍ଗିତ, ଯିଏ ଈଶ୍ଵରଙ୍କ ନାମ ଦ୍ଵାରା ଜଗତରେ ଶୋଭା ପାଉଥାଏ।
ਸਤਿਗੁਰੁ ਸੇਵਿ ਸਚਿ ਚਿਤੁ ਲਾਇਆ ਗੁਰਮਤੀ ਸਹਜਿ ਸਮਾਵਣਿਆ ॥੧॥ ਰਹਾਉ ॥
ଯେଉଁ ବ୍ୟକ୍ତି ସଦଗୁରୁଙ୍କ ସେବା କରିଥାଏ ଏବଂ ସତ୍ୟ ପ୍ରଭୁଙ୍କ ଠାରେ ନିଜ ଚିତ୍ତ ଲଗାଇଥାଏ, ସେ ସେ ଗୁରୁଙ୍କ ଉପଦେଶ ଦ୍ଵାରା ସ୍ଵାଭାବିକ ଅବସ୍ଥାରେ ଲୀନ ରହିଥାଏ। ॥1॥ ରୁହ॥
ਕਾਇਆ ਕਚੀ ਕਚਾ ਚੀਰੁ ਹੰਢਾਏ ॥
ମନୁଷ୍ୟର ଶରୀର କଚ୍ଚା, ଅର୍ଥାତ, କ୍ଷଣଭଙ୍ଗୁର ଅଟେ। ଶରୀର ଜୀବାତ୍ମାଙ୍କ ବସ୍ତ୍ର ଅଟେ ଆଉ ଜୀବାତ୍ମା ଏହି କ୍ଷଣଭଙ୍ଗୁର ବସ୍ତ୍ରକୁ ପିନ୍ଧି ଥାଏ।
ਦੂਜੈ ਲਾਗੀ ਮਹਲੁ ਨ ਪਾਏ ॥
ଜୀବାତ୍ମା ମାୟାର ମୋହରେ ଲୀନ ରହିବା କାରଣରୁ ଆତ୍ମସ୍ଵରୁପକୁ ପାଇ ପାରେନାହିଁ।