ਅਨਦਿਨੁ ਜਲਦੀ ਫਿਰੈ ਦਿਨੁ ਰਾਤੀ ਬਿਨੁ ਪਿਰ ਬਹੁ ਦੁਖੁ ਪਾਵਣਿਆ ॥੨॥
ସେ ଦିନ ରାତି ତୃଷ୍ଣାଗ୍ନିରେ ଜଳୁଥାଏ ଆଉ ପତି-ପ୍ରଭୁଙ୍କ ବିନା ବହୁତ ଦୁଃଖୀ ରହିଥାଏ ॥2॥
ਦੇਹੀ ਜਾਤਿ ਨ ਆਗੈ ਜਾਏ ॥
ମନୁଷ୍ୟର ଶରୀର ଏବଂ ଜାତି ପରଲୋକକୁ ଯାଏ ନାହିଁ।
ਜਿਥੈ ਲੇਖਾ ਮੰਗੀਐ ਤਿਥੈ ਛੁਟੈ ਸਚੁ ਕਮਾਏ ॥
ଯେଉଁଠି କର୍ମର ଲେଖା ହିସାବ କରାଯାଏ, ସେଇଠି ସତ୍ୟ ଅର୍ଜନ ଦ୍ଵାରା ହିଁ ସେ ମୋକ୍ଷ ପ୍ରାପ୍ତ ହେବ।
ਸਤਿਗੁਰੁ ਸੇਵਨਿ ਸੇ ਧਨਵੰਤੇ ਐਥੈ ਓਥੈ ਨਾਮਿ ਸਮਾਵਣਿਆ ॥੩॥
ଯିଏ ସଦଗୁରୁଙ୍କୁ ଶ୍ରଦ୍ଧାପୁର୍ବକ ସେବା କରିଥାଏ, ସେ ଧନବାନ ଅଟେ। ସେ ଏହି ଲୋକ ତଥା ପରଲୋକରେ ହରିନାମରେ ବିଲୀନ ରହିଥାଏ ॥3॥
ਭੈ ਭਾਇ ਸੀਗਾਰੁ ਬਣਾਏ ॥
ଯେଉଁ ଜୀବ-ସ୍ତ୍ରୀ ପ୍ରଭୁଙ୍କ ଭୟ ଏବଂ ପ୍ରେମକୁ ନିଜ ହାର-ଶୃଙ୍ଗାର ବନାଇଥାଏ,
ਗੁਰ ਪਰਸਾਦੀ ਮਹਲੁ ਘਰੁ ਪਾਏ ॥
ସେ ଗୁରୁଙ୍କ ଦୟାରୁ ନିଜ ଘରେ ହିଁ ତାଙ୍କରି ଉପସ୍ଥିତି ପାଇଥାଏ।
ਅਨਦਿਨੁ ਸਦਾ ਰਵੈ ਦਿਨੁ ਰਾਤੀ ਮਜੀਠੈ ਰੰਗੁ ਬਣਾਵਣਿਆ ॥੪॥
ସେ ଦିନ ରାତି ସର୍ବଦା ପ୍ରିୟତମଙ୍କ ସାଥିରେ ରମଣ କରିଥାଏ ଆଉ ମଞ୍ଜିଷ୍ଠା ଭଳି ପକ୍କା ରଙ୍ଗ ନିଶ୍ଚିତ କରିନିଏ ॥4॥
ਸਭਨਾ ਪਿਰੁ ਵਸੈ ਸਦਾ ਨਾਲੇ ॥
ସମସ୍ତ ଜୀବ-ସ୍ତ୍ରୀର ପ୍ରିୟତମ ପ୍ରଭୁ ସର୍ବଦା ସବୁଙ୍କ ସାଥିରେ ରହିଥାନ୍ତି।
ਗੁਰ ਪਰਸਾਦੀ ਕੋ ਨਦਰਿ ਨਿਹਾਲੇ ॥
ଗୁରୁଙ୍କ ଦୟାରୁ କେହି ବିରଳ ହିଁ ନିଜ ନେତ୍ର ଦ୍ଵାରା ତାହାଙ୍କ ଦର୍ଶନ କରିଥାଏ।
ਮੇਰਾ ਪ੍ਰਭੁ ਅਤਿ ਊਚੋ ਊਚਾ ਕਰਿ ਕਿਰਪਾ ਆਪਿ ਮਿਲਾਵਣਿਆ ॥੫॥
ମୋର ପ୍ରଭୁ ସର୍ବଶ୍ରେଷ୍ଠ ଅଟନ୍ତି। ସେ ନିଜେ କୃପା କରି ସ୍ଵୟଂ ହିଁ ଜୀବ-ସ୍ତ୍ରୀକୁ ନିଜ ସାଥିରେ ମିଳନ କରନ୍ତି ॥5॥
ਮਾਇਆ ਮੋਹਿ ਇਹੁ ਜਗੁ ਸੁਤਾ ॥
ଏହି ଜଗତ ମୋହ ମାୟାରେ ଛନ୍ଦି ହୋଇ ଅଜ୍ଞାନତାର ନିଦ୍ରାରେ ଶୋଇରହିଛି।
ਨਾਮੁ ਵਿਸਾਰਿ ਅੰਤਿ ਵਿਗੁਤਾ ॥
ପ୍ରଭୁଙ୍କ ନାମକୁ ବିସ୍ମୃତ କରି ସେ ଶେଷରେ ନଷ୍ଟ ହୋଇଯାଏ।
ਜਿਸ ਤੇ ਸੁਤਾ ਸੋ ਜਾਗਾਏ ਗੁਰਮਤਿ ਸੋਝੀ ਪਾਵਣਿਆ ॥੬॥
ଯେଉଁ ପରମାତ୍ମାଙ୍କ ହୁକୁମରେ ଏହି ଜଗତ ନିଦ୍ରାମଗ୍ନ ଅଛି, ସେ ତାହାକୁ ଜ୍ଞାନ ପ୍ରଦାନ କରି ଜଗାନ୍ତି। ଗୁରୁଙ୍କ ଉପଦେଶ ଦ୍ଵାରା ତାହାକୁ ଜ୍ଞାନ ପ୍ରାପ୍ତ ହୋଇଥାଏ ॥6॥
ਅਪਿਉ ਪੀਐ ਸੋ ਭਰਮੁ ਗਵਾਏ ॥
ଯେଉଁ ବ୍ୟକ୍ତି ନାମ ରୂପୀ ଅମୃତ ପାନ କରିଥାଏ, ସେ ନିଜ ଭ୍ରମ ନିବୃତ୍ତ କରିଦେଇଥାଏ।
ਗੁਰ ਪਰਸਾਦਿ ਮੁਕਤਿ ਗਤਿ ਪਾਏ ॥
ଗୁରୁଙ୍କ ଦୟାରୁ ସେ ମୋକ୍ଷ ପ୍ରାପ୍ତ କରିନିଏ।
ਭਗਤੀ ਰਤਾ ਸਦਾ ਬੈਰਾਗੀ ਆਪੁ ਮਾਰਿ ਮਿਲਾਵਣਿਆ ॥੭॥
ଯିଏ ପ୍ରମେଶ୍ବରଙ୍କ ଭକ୍ତିରେ ମଗ୍ନ ରହିଥାଏ, ସେ ସର୍ବଦା ହିଁ ନିର୍ଲିପ୍ତ ଅଟେ, ନିଜ ଅହଂକୁ ମାରି ସେ ନିଜ ପ୍ରିୟ ପ୍ରଭୁଙ୍କ ସହିତ ମିଶିଯାଏ ॥7॥
ਆਪਿ ਉਪਾਏ ਧੰਧੈ ਲਾਏ ॥
ହେ ଇଶ୍ଵର! ତୁମେ ସ୍ଵୟଂ ହିଁ ସୃଷ୍ଟି ରଚନା କରି ପ୍ରାଣୀ ଉତ୍ପର୍ଣ୍ଣ କରିଅଛ ଆଉ ନିଜ କର୍ମରେ ଲଗାଇଦେଇଛ।
ਲਖ ਚਉਰਾਸੀ ਰਿਜਕੁ ਆਪਿ ਅਪੜਾਏ ॥
ହେ ପ୍ରଭୁ! ଚଉରାଅଶି ଲକ୍ଷ ଯୋନିକୁ ତୁମେ ସ୍ଵୟଂ ହିଁ ଜୀବିକା ପହଞ୍ଚାଅ।
ਨਾਨਕ ਨਾਮੁ ਧਿਆਇ ਸਚਿ ਰਾਤੇ ਜੋ ਤਿਸੁ ਭਾਵੈ ਸੁ ਕਾਰ ਕਰਾਵਣਿਆ ॥੮॥੪॥੫
ହେ ନାନକ! ଯେଉଁ ବ୍ୟକ୍ତି ପ୍ରଭୁଙ୍କ ନାମ ସ୍ମରଣ କରିଥାଏ, ସେ ସତ୍ୟ ପ୍ରଭୁଙ୍କ ପ୍ରେମରେ ମଗ୍ନ ରହିଥାଏ। ସେ ସେହି କାର୍ଯ୍ୟ କରିଥାଏ, ଯାହା ପ୍ରଭୁଙ୍କୁ ଭଲ ଲାଗିଥାଏ ॥8॥4॥5॥
ਮਾਝ ਮਹਲਾ ੩ ॥
ମାଝ ମହଲା 3॥
ਅੰਦਰਿ ਹੀਰਾ ਲਾਲੁ ਬਣਾਇਆ ॥
ଭଗବାନଙ୍କ ଆତ୍ମ ସ୍ଵରୁପରେ ହୀରା ଏବଂ ଲାଲ ଭଳି ଅମୂଲ୍ୟ ନାମ ରଖାଯାଇଛି।
ਗੁਰ ਕੈ ਸਬਦਿ ਪਰਖਿ ਪਰਖਾਇਆ ॥
ଗୁରୁଙ୍କ ଶବ୍ଦ ଦ୍ଵାରା ତାହାର ପରୀକ୍ଷା କରାଯାଇଥାଏ।
ਜਿਨ ਸਚੁ ਪਲੈ ਸਚੁ ਵਖਾਣਹਿ ਸਚੁ ਕਸਵਟੀ ਲਾਵਣਿਆ ॥੧॥
ଯାହା ପାଖରେ ସତ୍ୟ ନାମ ଅଛି, ସେ ସତ୍ୟନାମର ହିଁ ବର୍ଣ୍ଣନା କରିଥାଏ ତଥା ତାହାର ପରୀକ୍ଷା କରିବା ପାଇଁ ସତ୍ୟ ନାମର ହିଁ କଷଟି ଲଗାଇବା ପଡିଥାଏ ॥1॥
ਹਉ ਵਾਰੀ ਜੀਉ ਵਾਰੀ ਗੁਰ ਕੀ ਬਾਣੀ ਮੰਨਿ ਵਸਾਵਣਿਆ ॥
ଯିଏ ଗୁରୁଙ୍କ ବାଣୀକୁ ନିଜ ମନରେ ବସାଇନିଏ, ମୁଁ ତାଙ୍କଠାରେ ତନ-ମନରେ ସମର୍ପିତ ଅଟେ।
ਅੰਜਨ ਮਾਹਿ ਨਿਰੰਜਨੁ ਪਾਇਆ ਜੋਤੀ ਜੋਤਿ ਮਿਲਾਵਣਿਆ ॥੧॥ ਰਹਾਉ ॥
ସେ ମାୟାର ଅଞ୍ଜନରେ ହିଁ ନିରଞ୍ଜନ ପ୍ରଭୁଙ୍କୁ ପାଇନିଏ। ସେ ନିଜ ଜ୍ୟୋତିକୁ ପ୍ରଭୁଙ୍କ ପରମ ଜ୍ୟୋତିରେ ମିଶାଇ ଦେଇଥାଏ ॥1॥ରୁହ॥
ਇਸੁ ਕਾਇਆ ਅੰਦਰਿ ਬਹੁਤੁ ਪਸਾਰਾ ॥
ଯେପରି ବ୍ରହ୍ମାଣ୍ଡରେ ପରମାତ୍ମାନିଜ ପ୍ରସାର କରିଛନ୍ତି, ସେପରି ହିଁ ମନୁଷ୍ୟର କାୟାରେ ନିଜର ଅତ୍ୟଧିକ ପ୍ରସାର କରିଛନ୍ତି।
ਨਾਮੁ ਨਿਰੰਜਨੁ ਅਤਿ ਅਗਮ ਅਪਾਰਾ ॥
ପ୍ରଭୁଙ୍କ ନିରଞ୍ଜନ ନାମ ଅତ୍ୟନ୍ତ ଅଗମ୍ୟ ଏବଂ ଅପାର ଅଟେ।
ਗੁਰਮੁਖਿ ਹੋਵੈ ਸੋਈ ਪਾਏ ਆਪੇ ਬਖਸਿ ਮਿਲਾਵਣਿਆ ॥੨॥
ଯେଉଁ ବ୍ୟକ୍ତି ଗୁରୁଙ୍କ ସାନ୍ନିଧ୍ୟରେ ରହିଥାଏ, ଏହି ନାମର ଲବଧି ତାହାକୁ ହିଁ ହୋଇଥାଏ। ପ୍ରଭୁ ଗୁରୁମୁଖ ବ୍ୟକ୍ତିକୁ କ୍ଷମା କରି ସ୍ଵୟଂ ହିଁ ନିଜ ସାଥିରେ ମିଶାଇ ଦିଅନ୍ତି। ॥2॥
ਮੇਰਾ ਠਾਕੁਰੁ ਸਚੁ ਦ੍ਰਿੜਾਏ ॥
ମୋର ଠାକୁର ପ୍ରଭୁ ଯେଉଁ ବ୍ୟକ୍ତିର ହୃଦୟରେ ସତ୍ୟ ନାମ ବସାଇ ଦିଅନ୍ତି,
ਗੁਰ ਪਰਸਾਦੀ ਸਚਿ ਚਿਤੁ ਲਾਏ ॥
ଆଉ ଗୁରୁଙ୍କ କୃପାରୁ ସେହି ସତ୍ୟରେ ହିଁ ନିଜ ଚିତ୍ତ ଲଗାଇଥାନ୍ତି।
ਸਚੋ ਸਚੁ ਵਰਤੈ ਸਭਨੀ ਥਾਈ ਸਚੇ ਸਚਿ ਸਮਾਵਣਿਆ ॥੩॥
ସତ୍ୟର ପୁଞ୍ଜି ପରମେଶ୍ଵର ସ୍ଵୟଂ ହିଁ ସର୍ବବ୍ୟାପକ ଅଟନ୍ତି। ସେହି ମନୁଷ୍ୟ ସତ୍ୟ ପ୍ରଭୁଙ୍କ ଠାରେ ଲୀନ ରହିଥାଏ ॥3॥
ਵੇਪਰਵਾਹੁ ਸਚੁ ਮੇਰਾ ਪਿਆਰਾ ॥
ମୋର ପ୍ରିୟ ପ୍ରଭୁ ସର୍ବଦା ସତ୍ୟ ଏବଂ ନିଶ୍ଚିନ୍ତ ଅଟନ୍ତି।
ਕਿਲਵਿਖ ਅਵਗਣ ਕਾਟਣਹਾਰਾ ॥
ସେ ଜୀବଙ୍କ ପାପ ଏବଂ ଅବଗୁଣ ନାଶ କରିବା ବାଲା ଅଟନ୍ତି।
ਪ੍ਰੇਮ ਪ੍ਰੀਤਿ ਸਦਾ ਧਿਆਈਐ ਭੈ ਭਾਇ ਭਗਤਿ ਦ੍ਰਿੜਾਵਣਿਆ ॥੪॥
ଏଣୁ, ପ୍ରେମପୂର୍ବକ ସଦା ତାହାଙ୍କ ସ୍ମରଣ କରିବା ଉଚିତ। ତାହାଙ୍କ ଭୟକୁ ମାନି ପ୍ରେମପୂର୍ବକ ତାଙ୍କରି ଭକ୍ତିକୁ ନିଜ ହୃଦୟରେ ବସାଇବା ଉଚିତ ॥4॥
ਤੇਰੀ ਭਗਤਿ ਸਚੀ ਜੇ ਸਚੇ ਭਾਵੈ ॥
ହେ ଭଗବାନ! ତୋର ଭକ୍ତି ସର୍ବଦା ସତ୍ୟ ଅଟେ ଆଉ ତାହାର ପ୍ରାପ୍ୟ ଜୀବଙ୍କୁ ତୋର ଇଚ୍ଛା ଅନୁସାରେ ହିଁ ମିଳିଥାଏ।
ਆਪੇ ਦੇਇ ਨ ਪਛੋਤਾਵੈ ॥
ତୁ ସ୍ଵୟଂ ହିଁ ନିଜ ଭକ୍ତିର ପ୍ରାପ୍ୟ ପ୍ରଦାନ କରୁ, ପରନ୍ତୁ, ପ୍ରାପ୍ୟ ଦେଇ ତୁ ପଶ୍ଚାତାପ କରୁନାହୁ।
ਸਭਨਾ ਜੀਆ ਕਾ ਏਕੋ ਦਾਤਾ ਸਬਦੇ ਮਾਰਿ ਜੀਵਾਵਣਿਆ ॥੫॥
ସମସ୍ତ ଜବ-ଜନ୍ତୁଙ୍କ ଦାତା ଏକ ପ୍ରଭୁ ହିଁ ଅଟନ୍ତି। ସେ ହିଁ ନାମ ଦ୍ଵାରା ଜୀବଙ୍କ ଅହଂକାରକୁ ନଷ୍ଟ କରି ସେମାନଙ୍କୁ ସତ୍ୟ ଜୀବନ ପ୍ରଦାନ କରିବା ବାଲା ଅଟନ୍ତି ॥5॥
ਹਰਿ ਤੁਧੁ ਬਾਝਹੁ ਮੈ ਕੋਈ ਨਾਹੀ ॥
ହେ ଭଗବାନ! ତୋ’ ବିନା ମୋର ଆଉ କେହି ନାହିଁ।
ਹਰਿ ਤੁਧੈ ਸੇਵੀ ਤੈ ਤੁਧੁ ਸਾਲਾਹੀ ॥
ମୁଁ ତୋର ହିଁ ଭକ୍ତି କରୁଅଛି ଆଉ ତୋର ହିଁ ମହିମା-ସ୍ତୁତି କରୁଅଛି।
ਆਪੇ ਮੇਲਿ ਲੈਹੁ ਪ੍ਰਭ ਸਾਚੇ ਪੂਰੈ ਕਰਮਿ ਤੂੰ ਪਾਵਣਿਆ ॥੬॥
ହେ ସତ୍ୟ ପରମେଶ୍ଵର! ତୁମେ ହିଁ ମୋତେ ନିଜ ସାଥିରେ ମିଶାଇ ଦିଅ, ତୋର ପୂର୍ଣ୍ଣ କୃପାରୁ ହିଁ ତୋତେ ପାଇହେବ ॥6॥
ਮੈ ਹੋਰੁ ਨ ਕੋਈ ਤੁਧੈ ਜੇਹਾ ॥
ହେ ଭଗବାନ! ମୋ’ ପାଇଁ ତୋ ଭଳି ଆଉ କେହି ନଜରରେ ଆସୁ ନାହାନ୍ତି।
ਤੇਰੀ ਨਦਰੀ ਸੀਝਸਿ ਦੇਹਾ ॥
ତୋର କୃପା ଦୃଷ୍ଟିରୁ ମୋର ଶରୀର ସଫଳ ହୋଇପାରେ।
ਅਨਦਿਨੁ ਸਾਰਿ ਸਮਾਲਿ ਹਰਿ ਰਾਖਹਿ ਗੁਰਮੁਖਿ ਸਹਜਿ ਸਮਾਵਣਿਆ ॥੭॥
ଭଗବାନ ପ୍ରତିଦିନ ଜୀବଙ୍କୁ ପାଳନ ପୋଷଣ କରି ତାହାଙ୍କ ରକ୍ଷା କରିଥାନ୍ତି। ଏଣୁ, ଗୁରୁମୁଖ ସ୍ଵାଭାବିକ ଭାବରେ ହିଁ ପ୍ରଭୁଙ୍କ ଠାରେ ଲୀନ ହୋଇ ରହିଥାଏ ॥7॥
ਤੁਧੁ ਜੇਵਡੁ ਮੈ ਹੋਰੁ ਨ ਕੋਈ ॥
ହେ ଭଗବାନ! ତୋର ଭଳି ମହାନ ଆଉ କେହି ନଜରରେ ଆସୁ ନାହାନ୍ତି।
ਤੁਧੁ ਆਪੇ ਸਿਰਜੀ ਆਪੇ ਗੋਈ ॥
ତୁ ସ୍ଵୟଂ ହିଁ ସୃଷ୍ଟିର ରଚନା କରିଥାଉ ଆଉ ସ୍ଵୟଂ ହିଁ ତାହାର ବିନାଶ କରିଥାଉ।