ਹਰਿ ਕੇ ਨਾਮ ਕੀ ਮਨ ਰੁਚੈ ॥
ମନରେ ହରିନାମର କାମନା ରହିଥିଲେ
ਕੋਟਿ ਸਾਂਤਿ ਅਨੰਦ ਪੂਰਨ ਜਲਤ ਛਾਤੀ ਬੁਝੈ ॥ ਰਹਾਉ ॥
କୋଟି କୋଟି ସୁଖ-ଶାନ୍ତି ଏବଂ ପୂର୍ଣ୍ଣ ଆନନ୍ଦ ପ୍ରାପ୍ତି ହୋଇଥାଏ ତଥା ହୃଦୟର ଜ୍ଵଳନ ଲିଭି ଯାଇଥାଏ॥ରୁହ॥
ਸੰਤ ਮਾਰਗਿ ਚਲਤ ਪ੍ਰਾਨੀ ਪਤਿਤ ਉਧਰੇ ਮੁਚੈ ॥
ସନ୍ଥଙ୍କ ମାର୍ଗରେ ଚାଲିବା ପରେ ପତିତ ପ୍ରାଣୀ ମଧ୍ୟ ଉଦ୍ଧାର ହୋଇଯାଏ,
ਰੇਨੁ ਜਨ ਕੀ ਲਗੀ ਮਸਤਕਿ ਅਨਿਕ ਤੀਰਥ ਸੁਚੈ ॥੧॥
ସନ୍ଥଙ୍କ ଚରଣ ଧୂଳି ମସ୍ତକରେ ଲଗାଇଲେଅନେକ ତୀର୍ଥ ସ୍ନାନର ଶୁଦ୍ଧତାର ଫଳ ମିଳିଯାଏ||1||
ਚਰਨ ਕਮਲ ਧਿਆਨ ਭੀਤਰਿ ਘਟਿ ਘਟਹਿ ਸੁਆਮੀ ਸੁਝੈ ॥
ମନରେ ପ୍ରଭୁ-ଚରଣର ହିଁ ଧ୍ୟାନ ଅଛି ଏବଂ ପ୍ରତି ଜୀବ ଠାରେ ସ୍ଵାମୀ ବ୍ୟାପ୍ତ ଅଛନ୍ତି।
ਸਰਨਿ ਦੇਵ ਅਪਾਰ ਨਾਨਕ ਬਹੁਰਿ ਜਮੁ ਨਹੀ ਲੁਝੈ ॥੨॥੭॥੧੫॥
ନାନକ କହନ୍ତି ଯେ ଦେବାଧିଦେବ ପ୍ରଭୁଙ୍କ ଶରଣରେ ଆସିବା ଦ୍ଵାରା ଯମ ପୁଣି ଦୁଃଖୀ କରେ ନାହିଁ||2||7||15||
ਕੇਦਾਰਾ ਛੰਤ ਮਹਲਾ ੫
କେଦାର ଛନ୍ତ ମହଲା 5॥
ੴ ਸਤਿਗੁਰ ਪ੍ਰਸਾਦਿ ॥
ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਮਿਲੁ ਮੇਰੇ ਪ੍ਰੀਤਮ ਪਿਆਰਿਆ ॥ ਰਹਾਉ ॥
ହେ ମୋର ପ୍ରିୟତମ! ପ୍ରିୟ ପ୍ରଭୁ! ମୋତେ ମିଳନ କର॥ରୁହ॥
ਪੂਰਿ ਰਹਿਆ ਸਰਬਤ੍ਰ ਮੈ ਸੋ ਪੁਰਖੁ ਬਿਧਾਤਾ ॥
ସେହି ଆଦିପୁରୁଷ ବିଧାତା ସୃଷ୍ଟିର କୋଣ-କୋଣରେ ବ୍ୟାପ୍ତ ଅଟନ୍ତି।
ਮਾਰਗੁ ਪ੍ਰਭ ਕਾ ਹਰਿ ਕੀਆ ਸੰਤਨ ਸੰਗਿ ਜਾਤਾ ॥
ପ୍ରଭୁଙ୍କୁ ପାଇବାର ମାର୍ଗ ସେ ସ୍ଵୟଂ ହିଁ ବନାଇଛନ୍ତି ଏବଂ ସନ୍ଥଙ୍କ ସଙ୍ଗତିରେ ସେ ଜଣା ଯାଇଥାନ୍ତି।
ਸੰਤਨ ਸੰਗਿ ਜਾਤਾ ਪੁਰਖੁ ਬਿਧਾਤਾ ਘਟਿ ਘਟਿ ਨਦਰਿ ਨਿਹਾਲਿਆ ॥
ସନ୍ଥଙ୍କ ସଙ୍ଗରେ ହିଁ ପରମ ପୁରୁଷ ବିଧାତା ଜ୍ଞାତ ହୋଇଥାନ୍ତି ଏବଂ ପ୍ରତି ଜୀବ ଦେହରେ ସେ ଦେଖା ଯାଇଥାନ୍ତି।
ਜੋ ਸਰਨੀ ਆਵੈ ਸਰਬ ਸੁਖ ਪਾਵੈ ਤਿਲੁ ਨਹੀ ਭੰਨੈ ਘਾਲਿਆ ॥
ଯିଏ ଶରଣରେ ଆସିଥାଏ, ସେ ସର୍ବ ସୁଖ ପାଇଥାଏ ଏବଂ ତାହାଙ୍କ ସେବା ନିଷ୍ଫଳ ହୁଏନାହିଁ।
ਹਰਿ ਗੁਣ ਨਿਧਿ ਗਾਏ ਸਹਜ ਸੁਭਾਏ ਪ੍ਰੇਮ ਮਹਾ ਰਸ ਮਾਤਾ ॥
ଯିଏ ସ୍ଵାଭାବିକ ଭାବରେ ଈଶ୍ବରଙ୍କ ଗୁଣଗାନ କରିଥାଏ, ସେ ପ୍ରେମ ରୂପୀ ମହାରସରେ ମସ୍ତ ରହିଥାଏ।
ਨਾਨਕ ਦਾਸ ਤੇਰੀ ਸਰਣਾਈ ਤੂ ਪੂਰਨ ਪੁਰਖੁ ਬਿਧਾਤਾ ॥੧॥
ହେ ପରମେଶ୍ଵର! ଦାସ ନାନକ ତୋର ଶରଣରେ ଅଛନ୍ତି, କେବଳ ତୁ ହିଁ ପୂର୍ଣ୍ଣ ପରମ ପୁରୁଷ ବିଧାତା ଅଟୁ||1||
ਹਰਿ ਪ੍ਰੇਮ ਭਗਤਿ ਜਨ ਬੇਧਿਆ ਸੇ ਆਨ ਕਤ ਜਾਹੀ ॥
ଭକ୍ତ ପ୍ରଭୁଙ୍କ ପ୍ରେମ-ଭକ୍ତିରେ ମଗ୍ନ ରହିଛି, ଆଉ କେଉଁଠିକୁ ଯାଇ ପାରିବ ନାହିଁ।
ਮੀਨੁ ਬਿਛੋਹਾ ਨਾ ਸਹੈ ਜਲ ਬਿਨੁ ਮਰਿ ਪਾਹੀ ॥
ଯେପରି ମାଛ ଜଳର ବିୟୋଗ ସହ୍ୟ କରିପାରେ ନାହିଁ ଆଉ ଜଳ ବିନା ମରି ଯାଇଥାଏ,
ਹਰਿ ਬਿਨੁ ਕਿਉ ਰਹੀਐ ਦੂਖ ਕਿਨਿ ਸਹੀਐ ਚਾਤ੍ਰਿਕ ਬੂੰਦ ਪਿਆਸਿਆ ॥
ସେପରି ହିଁ ପ୍ରଭୁ ବିନା କିପରି ରହି ହୋଇପାରେ, ଦୁଃଖ କିପରି ସହା ଯାଇପାରେ, ଚାତକ ଜଳ ବିନ୍ଦୁ ବିନା ମରିଯାଇ ଥାଏ।
ਕਬ ਰੈਨਿ ਬਿਹਾਵੈ ਚਕਵੀ ਸੁਖੁ ਪਾਵੈ ਸੂਰਜ ਕਿਰਣਿ ਪ੍ਰਗਾਸਿਆ ॥
କେବେ ରାତ୍ରି ଅତିବାହିତ ହେବ, ଚକୋର ସୂର୍ଯ୍ୟ-କିରଣ ଉଜ୍ଜଳ ହେବା ଦ୍ଵାରା ପରମ ସୁଖ ପ୍ରାପ୍ତ କରିଥାଏ।
ਹਰਿ ਦਰਸਿ ਮਨੁ ਲਾਗਾ ਦਿਨਸੁ ਸਭਾਗਾ ਅਨਦਿਨੁ ਹਰਿ ਗੁਣ ਗਾਹੀ ॥
ମନ ପ୍ରଭୁ ଦର୍ଶନ ଲାଳସାରେ ଲୀନ ଅଛି, ସେହି ଦିନ ଶୁଭ ଅଟେ, ଯେତେବେଳେ ରାତିଦିନ ଈଶ୍ଵରଙ୍କ ଗୁଣଗାନ କରାଯାଇ ଥାଏ।
ਨਾਨਕ ਦਾਸੁ ਕਹੈ ਬੇਨੰਤੀ ਕਤ ਹਰਿ ਬਿਨੁ ਪ੍ਰਾਣ ਟਿਕਾਹੀ ॥੨॥
ଦାସ ନାନକ ବିନତି କର ନ୍ତି ଯେ ପ୍ରଭୁ ବିନା ପ୍ରାଣ କିପରି ରହି ପାରିବ?||2||
ਸਾਸ ਬਿਨਾ ਜਿਉ ਦੇਹੁਰੀ ਕਤ ਸੋਭਾ ਪਾਵੈ ॥
ଯେପରି ଶ୍ଵାସ ବିନା ଶରୀର ଶୋଭାପ୍ରାପ୍ତ ହୁଏନାହିଁ,
ਦਰਸ ਬਿਹੂਨਾ ਸਾਧ ਜਨੁ ਖਿਨੁ ਟਿਕਣੁ ਨ ਆਵੈ ॥
ସେପରି ହିଁ ଦର୍ଶନ ବିହୀନ ସାଧୁଜନ ଏକ କ୍ଷଣ ପାଇଁ ରହି ପାରନ୍ତି ନାହିଁ।
ਹਰਿ ਬਿਨੁ ਜੋ ਰਹਣਾ ਨਰਕੁ ਸੋ ਸਹਣਾ ਚਰਨ ਕਮਲ ਮਨੁ ਬੇਧਿਆ ॥
ମନ ପ୍ରଭୁଙ୍କ ଚରଣରେ ଲଗ୍ନ ରହିଛି, ଏଣୁ ପ୍ରଭୁଙ୍କ ବିନା ନର୍କ ଭୋଗିବା ଅଟେ।
ਹਰਿ ਰਸਿਕ ਬੈਰਾਗੀ ਨਾਮਿ ਲਿਵ ਲਾਗੀ ਕਤਹੁ ਨ ਜਾਇ ਨਿਖੇਧਿਆ ॥
ବୈରାଗୀ ଏବଂ ପ୍ରଭୁଙ୍କ ରସିକ, ଯାହାଙ୍କ ନାମରେ ଲଗ୍ନ ଲଗାଇ ଥାଏ, ତାହାଙ୍କ ତିରସ୍କାର କରାଯାଇ ପାରିବ ନାହିଁ।
ਹਰਿ ਸਿਉ ਜਾਇ ਮਿਲਣਾ ਸਾਧਸੰਗਿ ਰਹਣਾ ਸੋ ਸੁਖੁ ਅੰਕਿ ਨ ਮਾਵੈ ॥
ଈଶ୍ଵରଙ୍କ ସହିତ ମିଳନ ହେବା, ସାଧୁ-ପୁରୁଷଙ୍କ ସଙ୍ଗତିରେ ରହିବା ସଚ୍ଚା ସୁଖ ଅଟେ।
ਹੋਹੁ ਕ੍ਰਿਪਾਲ ਨਾਨਕ ਕੇ ਸੁਆਮੀ ਹਰਿ ਚਰਨਹ ਸੰਗਿ ਸਮਾਵੈ ॥੩॥
ହେ ନାଙ୍କଙ୍କ ସ୍ଵାମୀ! କୃପାଳୁ ହୁଅ, ଯେପରି ତୋର ଚରଣରେ ଲୀନ ରହିବି||3||
ਖੋਜਤ ਖੋਜਤ ਪ੍ਰਭ ਮਿਲੇ ਹਰਿ ਕਰੁਣਾ ਧਾਰੇ ॥
ଖୋଜି ଖୋଜି କରୁଣାମୟ ପ୍ରଭୁଙ୍କ ସହିତ ସାକ୍ଷାତ ହୋଇଛି।
ਨਿਰਗੁਣੁ ਨੀਚੁ ਅਨਾਥੁ ਮੈ ਨਹੀ ਦੋਖ ਬੀਚਾਰੇ ॥
ମୁଁ ଗୁଣବିହୀନ, ନୀଚ ଓ ଅନାଥ ଅଟେ, ପରନ୍ତୁ ସେ ମୋ’ ଦୋଷ ଆଡକୁ ଧ୍ୟାନ ଦେଇ ନାହାନ୍ତି।
ਨਹੀ ਦੋਖ ਬੀਚਾਰੇ ਪੂਰਨ ਸੁਖ ਸਾਰੇ ਪਾਵਨ ਬਿਰਦੁ ਬਖਾਨਿਆ ॥
ସେ ଦୋଷ ଆଡକୁ ଧ୍ୟାନ ନ ଦେଇ ମଧ୍ୟ ସବୁ ସୁଖ ପ୍ରଦାନ କରିଛନ୍ତି ଏବଂ ପବିତ୍ର କରିବା ତାହାର ଧର୍ମ-ସ୍ଵଭାବ ମାନା ଯାଇଥାଏ।
ਭਗਤਿ ਵਛਲੁ ਸੁਨਿ ਅੰਚਲੋੁ ਗਹਿਆ ਘਟਿ ਘਟਿ ਪੂਰ ਸਮਾਨਿਆ ॥
ଏହା ଶୁଣି ସେ ନିଜ ଭକ୍ତକୁ ପ୍ରେମ କରିଥାଏ, ମୁଁ କାନିକୁ ଧରି ନେଇଛି, ସେ ପୂର୍ଣ୍ଣ ଭାବରେ ସମସ୍ତଙ୍କ ହୃଦୟରେ ପ୍ରବେଶ କରିଛନ୍ତି।
ਸੁਖ ਸਾਗਰੋੁ ਪਾਇਆ ਸਹਜ ਸੁਭਾਇਆ ਜਨਮ ਮਰਨ ਦੁਖ ਹਾਰੇ ॥
ମୁଁ ସ୍ଵାଭାବିକ ଭାବରେ ସୁଖ-ସାଗର ପରମେଶ୍ଵରଙ୍କୁ ପାଇ ନେଇଛି, ଯାହାଦ୍ୱାରା ଜନ୍ମ-ମରଣର ଦୁଃଖ ନିବୃତ୍ତ ହୋଇ ଯାଇଛି।
ਕਰੁ ਗਹਿ ਲੀਨੇ ਨਾਨਕ ਦਾਸ ਅਪਨੇ ਰਾਮ ਨਾਮ ਉਰਿ ਹਾਰੇ ॥੪॥੧॥
ନାନକ କହନ୍ତି ଯେ ପ୍ରଭୁ ହାତ ଧରି ଡାସକୁ ନିଜ ସହିତ ମିଳାଇ ନେଇଛନ୍ତି, ସେ ହୃଦୟରେ ରାମନାମର ମାଳା ଧାରଣ କରି ନେଇଛି||4||1||