ਆਪੇ ਗੁਰਮੁਖਿ ਦੇ ਵਡਿਆਈ ਨਾਨਕ ਨਾਮਿ ਸਮਾਏ ॥੪॥੯॥੧੯॥
ନାନକ କହନ୍ତି ଯେ ସେ ଗୁରୁମୁଖୀକୁ ହିଁ ବଡିମା ପ୍ରଦାନ କରିଥାନ୍ତି, ଏହିପରି ସେ ନାମରେ ରହିଥାଏ||4||9||19||
ਭੈਰਉ ਮਹਲਾ ੩ ॥
ଭୈରଉ ମହଲା 3॥
ਮੇਰੀ ਪਟੀਆ ਲਿਖਹੁ ਹਰਿ ਗੋਵਿੰਦ ਗੋਪਾਲਾ ॥
ମୋର ପଟାରେ ହରିନାମ ଲେଖି ଦିଅ;
ਦੂਜੈ ਭਾਇ ਫਾਥੇ ਜਮ ਜਾਲਾ ॥
ହରିଙ୍କ ବିନା ଅନ୍ୟ ଠାରେ ଲଗ୍ନ ଲଗାଇବା ମୃତ୍ୟୁ ଜାଲରେ ଫସିବା ସମାନ ଅଟେ।
ਸਤਿਗੁਰੁ ਕਰੇ ਮੇਰੀ ਪ੍ਰਤਿਪਾਲਾ ॥
ସଦଗୁରୁ ମୋର ରକ୍ଷା କରିଥାନ୍ତି,
ਹਰਿ ਸੁਖਦਾਤਾ ਮੇਰੈ ਨਾਲਾ ॥੧॥
ସେହି ସୁଖଦାତା ଈଶ୍ଵର ମୋର ସାଥି ହିଁ ଅଟନ୍ତି||1||
ਗੁਰ ਉਪਦੇਸਿ ਪ੍ਰਹਿਲਾਦੁ ਹਰਿ ਉਚਰੈ ॥
ଗୁରୁଙ୍କ ଉପଦେଶ ଅନୁସାରେ ପ୍ରହଲାଦ ହରିନାମ ଉଚ୍ଚାରଣ କରିଅଛି ଆଉ
ਸਾਸਨਾ ਤੇ ਬਾਲਕੁ ਗਮੁ ਨ ਕਰੈ ॥੧॥ ਰਹਾਉ ॥
ବାଳକ ଦଣ୍ଡକୁ ଆଦୌ ଡରେ ନାହିଁ॥1॥ରୁହ॥
ਮਾਤਾ ਉਪਦੇਸੈ ਪ੍ਰਹਿਲਾਦ ਪਿਆਰੇ ॥
ମାତା ଉପଦେଶ ଦିଅନ୍ତି, ପ୍ରିୟ ପୁତ୍ର ପ୍ରହଲାଦ!
ਪੁਤ੍ਰ ਰਾਮ ਨਾਮੁ ਛੋਡਹੁ ਜੀਉ ਲੇਹੁ ਉਬਾਰੇ ॥
ରାମନାମର ଜପ ତ୍ୟାଗ କରି ନିଜ ପ୍ରାଣ ରକ୍ଷା କର।
ਪ੍ਰਹਿਲਾਦੁ ਕਹੈ ਸੁਨਹੁ ਮੇਰੀ ਮਾਇ ॥
ପ୍ରହଲାଦ ନିର୍ଭୀକ ହୋଇ କହେ, ହେ ମୋର ମାତା!
ਰਾਮ ਨਾਮੁ ਨ ਛੋਡਾ ਗੁਰਿ ਦੀਆ ਬੁਝਾਇ ॥੨॥
ଗୁରୁ ମୋତେ ଭେଦ ବୁଝାଇଛନ୍ତି, ଏଣୁ ମୁଁ ରାମନାମର ଜପ ଛାଡି ପାରିବି ନାହିଁ||2||
ਸੰਡਾ ਮਰਕਾ ਸਭਿ ਜਾਇ ਪੁਕਾਰੇ ॥
ପ୍ରହଲାଦର ଅଧ୍ୟାପକ ଶଣ୍ଡ ତଥା ଅମରକ ରାଜାଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ
ਪ੍ਰਹਿਲਾਦੁ ਆਪਿ ਵਿਗੜਿਆ ਸਭਿ ਚਾਟੜੇ ਵਿਗਾੜੇ ॥
ପ୍ରହଲାଦ ସ୍ଵୟଂ ବିଗିଡି ଯାଇଛି, ସେ ଅନ୍ୟ ସବୁ ବିଦ୍ୟାର୍ଥୀଙ୍କୁ ମଧ୍ୟ ବିଗାଡି ଦେଇଛି।
ਦੁਸਟ ਸਭਾ ਮਹਿ ਮੰਤ੍ਰੁ ਪਕਾਇਆ ॥
ଦୁଷ୍ଟ ରାଜାଙ୍କ ଦରବାରରେ ପ୍ରହଲାଦକୁ ମାରିବା ପାଇଁ ପରାମର୍ଶ ଦିଆ ଯାଇଛି,
ਪ੍ਰਹਲਾਦ ਕਾ ਰਾਖਾ ਹੋਇ ਰਘੁਰਾਇਆ ॥੩॥
ପରନ୍ତୁ ଈଶ୍ଵର ସ୍ଵୟଂ ପ୍ରହଲାଦର ରକ୍ଷାକାରୀ ବନିଛନ୍ତି||3||
ਹਾਥਿ ਖੜਗੁ ਕਰਿ ਧਾਇਆ ਅਤਿ ਅਹੰਕਾਰਿ ॥
ଅହଙ୍କାରୀ ରାଜା ହାତରେ ଖଣ୍ଡ ଧରି ପ୍ରହଲାଦ ଆଡକୁ ଆସିଛନ୍ତି ଏବଂ
ਹਰਿ ਤੇਰਾ ਕਹਾ ਤੁਝੁ ਲਏ ਉਬਾਰਿ ॥
କ୍ରୋଧରେ କହିଛନ୍ତି, ‘କେଉଁଠି ତୋର ପ୍ରଭୁ, ଯିଏ ତୋତେ ରକ୍ଷା କରିବ?’
ਖਿਨ ਮਹਿ ਭੈਆਨ ਰੂਪੁ ਨਿਕਸਿਆ ਥੰਮ੍ਹ੍ਹ ਉਪਾੜਿ ॥
ସେତେବେଳେ ସ୍ତମ୍ଭ ଚିରି ନୃସିଂହ ଭୟାନକ ରୂପରେ ବାହାରିଛନ୍ତି ଏବଂ
ਹਰਣਾਖਸੁ ਨਖੀ ਬਿਦਾਰਿਆ ਪ੍ਰਹਲਾਦੁ ਲੀਆ ਉਬਾਰਿ ॥੪॥
ଦୁଷ୍ଟ ହିରଣ୍ୟକାଶିପୁକୁ ନଖରେ ଚିରି ଭକ୍ତ ପ୍ରହଲାଦର ରକ୍ଷା କରିଛନ୍ତି||4||
ਸੰਤ ਜਨਾ ਕੇ ਹਰਿ ਜੀਉ ਕਾਰਜ ਸਵਾਰੇ ॥
ଇଶ୍ଵର ଭକ୍ତଙ୍କ କାର୍ଯ୍ୟ ସଫଳ କରାଇ ଥାଆନ୍ତି ଏବଂ
ਪ੍ਰਹਲਾਦ ਜਨ ਕੇ ਇਕੀਹ ਕੁਲ ਉਧਾਰੇ ॥
ସେ ଭକ୍ତ ପ୍ରହଲାଦର ଏକୋଇଶି କୁଳର ଉଦ୍ଧାର କରିଛନ୍ତି।
ਗੁਰ ਕੈ ਸਬਦਿ ਹਉਮੈ ਬਿਖੁ ਮਾਰੇ ॥
ନାନକ କହନ୍ତି ଯେ ଗୁରୁଙ୍କ ଉପଦେଶ ଦ୍ଵାରା ଅହଂ ରୂପୀ ଜହରକୁ ସମାପ୍ତ କରାଯାଇ ଥାଏ,
ਨਾਨਕ ਰਾਮ ਨਾਮਿ ਸੰਤ ਨਿਸਤਾਰੇ ॥੫॥੧੦॥੨੦॥
ହେ ନାନକ! ରମନାମ ଦ୍ଵାରା ଭକ୍ତର ମୁକ୍ତି ହୋଇଯାଏ||5||10||20||
ਭੈਰਉ ਮਹਲਾ ੩ ॥
ଭୈରଉ ମହଲା 3॥
ਆਪੇ ਦੈਤ ਲਾਇ ਦਿਤੇ ਸੰਤ ਜਨਾ ਕਉ ਆਪੇ ਰਾਖਾ ਸੋਈ ॥
ଈଶ୍ଵରଙ୍କ ଏହି ଲୀଳା ଯେ ସେ ସ୍ଵୟଂ ହିଁ ଦୈତ୍ୟକୁ ଭକ୍ତଙ୍କ ପଛରେ ଲଗାଇଛନ୍ତି ଆଉ ସ୍ଵୟଂ ହିଁ ତାହାଙ୍କ ରକ୍ଷା କରିଛନ୍ତି।
ਜੋ ਤੇਰੀ ਸਦਾ ਸਰਣਾਈ ਤਿਨ ਮਨਿ ਦੁਖੁ ਨ ਹੋਈ ॥੧॥
ହେ ଭକ୍ତବତ୍ସଳ! ଯିଏ ସଦା ତୋର ଶରଣରେ ରହିଥାଏ, ତାହାର ମନକୁ କୌଣସି ଦୁଃଖ ସ୍ପର୍ଶ କରେନାହିଁ||1||
ਜੁਗਿ ਜੁਗਿ ਭਗਤਾ ਕੀ ਰਖਦਾ ਆਇਆ ॥
ଯୁଗ-ଯୁଗାନ୍ତରରୁ ପରମାତ୍ମା ନିଜ ଭକ୍ତର ରକ୍ଷା କରିଥାନ୍ତି,
ਦੈਤ ਪੁਤ੍ਰੁ ਪ੍ਰਹਲਾਦੁ ਗਾਇਤ੍ਰੀ ਤਰਪਣੁ ਕਿਛੂ ਨ ਜਾਣੈ ਸਬਦੇ ਮੇਲਿ ਮਿਲਾਇਆ ॥੧॥ ਰਹਾਉ ॥
ଦୈତ୍ୟ ପୁତ୍ର ପ୍ରହଲାଦ ଗାୟତ୍ରୀ ତର୍ପଣ କିଛି ମଧ୍ୟ ଜାଣି ନାହିଁ, କିନ୍ତୁ ଶବ୍ଦର ସ୍ତୁତି ଦ୍ଵାରା ହିଁ ତାହାର ମିଳନ ହୋଇଛି॥1॥ରୁହ॥
ਅਨਦਿਨੁ ਭਗਤਿ ਕਰਹਿ ਦਿਨ ਰਾਤੀ ਦੁਬਿਧਾ ਸਬਦੇ ਖੋਈ ॥
ଯିଏ ରାତିଦିନ ଭଗବାନଙ୍କ ଭକ୍ତି କରିଥାଏ, ଶବ୍ଦ ଦ୍ଵାରା ତାହାର ଦ୍ଵିଧା ନିବୃତ୍ତ ହୋଇଯାଏ।
ਸਦਾ ਨਿਰਮਲ ਹੈ ਜੋ ਸਚਿ ਰਾਤੇ ਸਚੁ ਵਸਿਆ ਮਨਿ ਸੋਈ ॥੨॥
ଯିଏ ପ୍ରଭୁଙ୍କ ସ୍ମୃତିରେ ଲୀନ ରହିଥାଏ, ସେ ସଦା ନିର୍ମଳ ହୋଇଥାଏ ଏବଂ ତାହାର ମନରେ ସଚ୍ଚା ପ୍ରଭୁ ବାସ କରିଥାନ୍ତି||2||
ਮੂਰਖ ਦੁਬਿਧਾ ਪੜ੍ਹਹਿ ਮੂਲੁ ਨ ਪਛਾਣਹਿ ਬਿਰਥਾ ਜਨਮੁ ਗਵਾਇਆ ॥
ମୂର୍ଖ ବ୍ୟକ୍ତି ଦ୍ଵିଧାରେ ପଡି ରହିଥାଏ, ମୂଳକୁ ଜାଣିପାରେ ନାହିଁ, ଏଣୁ ତାହାର ଜୀବନ ବ୍ୟର୍ଥ ହୋଇଯାଏ।
ਸੰਤ ਜਨਾ ਕੀ ਨਿੰਦਾ ਕਰਹਿ ਦੁਸਟੁ ਦੈਤੁ ਚਿੜਾਇਆ ॥੩॥
ଭକ୍ତର ନିନ୍ଦା କରିବା ବାଲା ଦୈତ୍ୟ ହିରଣ୍ୟକାଶିପୁକୁ ପ୍ରହଲାଦ ବିରୁଦ୍ଧରେ ଟିହାଇ ଥିଲା||3||
ਪ੍ਰਹਲਾਦੁ ਦੁਬਿਧਾ ਨ ਪੜੈ ਹਰਿ ਨਾਮੁ ਨ ਛੋਡੈ ਡਰੈ ਨ ਕਿਸੈ ਦਾ ਡਰਾਇਆ ॥
ଭକ୍ତ ପ୍ରହଲାଦ ଦ୍ଵିଧାରେ ପଡିଲା, ସେ ହରିନାମର ଜପ ଆଦୌ ଛାଡି ପାରିଲା ନାହିଁ, ନାଆ ସେ ମୃତ୍ୟୁକୁ ଡରିଲା।
ਸੰਤ ਜਨਾ ਕਾ ਹਰਿ ਜੀਉ ਰਾਖਾ ਦੈਤੈ ਕਾਲੁ ਨੇੜਾ ਆਇਆ ॥੪॥
ଶ୍ରୀହରି ନିଜ ଭକ୍ତର ରକ୍ଷାକାରୀ ଅଟନ୍ତି, ସେତେବେଳେ ଦୈତ୍ୟ ହିରଣ୍ୟକାଶିପୁର କାଳ ନିକଟକୁ ଆସି ଯାଇଥିଲା||4||
ਆਪਣੀ ਪੈਜ ਆਪੇ ਰਾਖੈ ਭਗਤਾਂ ਦੇਇ ਵਡਿਆਈ ॥
ପ୍ରଭୁ ନିଜ ଭକ୍ତର ସମ୍ମାନ ସ୍ଵୟଂ ରକ୍ଷା କରିଥାନ୍ତି ଏବଂ ଭକ୍ତକୁ କୀର୍ତ୍ତି ପ୍ରଦାନ କରିଥାନ୍ତି।
ਨਾਨਕ ਹਰਣਾਖਸੁ ਨਖੀ ਬਿਦਾਰਿਆ ਅੰਧੈ ਦਰ ਕੀ ਖਬਰਿ ਨ ਪਾਈ ॥੫॥੧੧॥੨੧॥
ହେ ନାନକ! ଦୁଷ୍ଟ ହିରଣ୍ୟକାଶିପୁକୁ ସେ ନଖରେ ଚିରି ବଧ କରିଛନ୍ତି, କିନ୍ତୁ ଅନ୍ଧ ସଚ୍ଚା ଦ୍ଵାରକୁ ଜାଣି ନାହିଁ||5||11||21||
ਰਾਗੁ ਭੈਰਉ ਮਹਲਾ ੪ ਚਉਪਦੇ ਘਰੁ ੧
ରାଗ ଭୈରଉ ମହଲା 4 ଚଉପଦୀ ଘର 1
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਹਰਿ ਜਨ ਸੰਤ ਕਰਿ ਕਿਰਪਾ ਪਗਿ ਲਾਇਣੁ ॥
ଯଦି ଭକ୍ତ ଓ ସନ୍ଥଙ୍କ କୃପା ହୋଇଯାଏ, ସେ ପ୍ରଭୁ-ଚରଣରେ ଲଗାଇ ଦେଇଥାନ୍ତି।