ਅਨਦਿਨੁ ਸਦਾ ਰਹੈ ਭੈ ਅੰਦਰਿ ਭੈ ਮਾਰਿ ਭਰਮੁ ਚੁਕਾਵਣਿਆ ॥੫॥
ଦିନ ରାତି ସେ ସଦା ପ୍ରଭୁଙ୍କ ଭୟରେ ରହିଥାଏ ଆଉ ଯମର ଭୟକୁ ଦୂର କରି ନିଜ ସଂଶୟକୁ ନିବୃତ୍ତ କରିଦେଇଥାଏ ॥5॥
ਭਰਮੁ ਚੁਕਾਇਆ ਸਦਾ ਸੁਖੁ ਪਾਇਆ ॥
ଯେଉଁ ବ୍ୟକ୍ତି ନିଜ ମନର ଭ୍ରମ ଦୂର କରିଦେଇଥାଏ, ସେ ସର୍ବଦା ହିଁ ସୁଖୀ ରହିଥାଏ।
ਗੁਰ ਪਰਸਾਦਿ ਪਰਮ ਪਦੁ ਪਾਇਆ ॥
ଗୁରୁଙ୍କ ଦୟାରୁ ସେ ପରମ ପଦ(ମୋକ୍ଷ) ପ୍ରାପ୍ତ କରିଥାଏ।
ਅੰਤਰੁ ਨਿਰਮਲੁ ਨਿਰਮਲ ਬਾਣੀ ਹਰਿ ਗੁਣ ਸਹਜੇ ਗਾਵਣਿਆ ॥੬॥
ନିର୍ମଳ ବାଣୀ ଦ୍ଵାରା ତାହାର ଅନ୍ତଃ ମନ ମଧ୍ୟ ନିର୍ମଳ ହୋଇଯାଏ ଆଉ ସେ ସ୍ଵାଭାବିକ ଭାବରେ ହିଁ ଭଗବାନଙ୍କ ମହିମା ସ୍ତୁତି କରିଥାଏ। ॥6॥
ਸਿਮ੍ਰਿਤਿ ਸਾਸਤ ਬੇਦ ਵਖਾਣੈ ॥
ପଣ୍ଡିତ ସ୍ମୃତି, ଶାସ୍ତ୍ର ଏବଂ ବେଦର କଥା ଲୋକଙ୍କୁ ଶୁଣାଇଥାଏ
ਭਰਮੇ ਭੂਲਾ ਤਤੁ ਨ ਜਾਣੈ ॥
ପରନ୍ତୁ, ସେ ସ୍ଵୟଂ ହିଁ ଭ୍ରମରେ ପଡି ପଥଭ୍ରଷ୍ଟ ହୋଇଥାଏ ଆଉ ପରମ ତତ୍ତ୍ଵ ବ୍ରହ୍ମଙ୍କୁ ଜାଣିପାରେ ନାହିଁ।
ਬਿਨੁ ਸਤਿਗੁਰ ਸੇਵੇ ਸੁਖੁ ਨ ਪਾਏ ਦੁਖੋ ਦੁਖੁ ਕਮਾਵਣਿਆ ॥੭॥
ସଦଗୁରୁଙ୍କ ସେବା କରିବା ବିନା ତାହାକୁ ସୁଖ ମିଳେନାହିଁ ଆଉ ସେ ଦୁଃଖୀ ହିଁ ଦୁଃଖୀ ହୋଇଥାଏ ॥7॥
ਆਪਿ ਕਰੇ ਕਿਸੁ ਆਖੈ ਕੋਈ ॥
ପରମାତ୍ମା ସ୍ଵୟଂ ହିଁ ସବୁ କିଛି କରିଥାନ୍ତି। ତାପରେ, କାହାକୁ କଣ ବୁଝାଇପାରିବା?
ਆਖਣਿ ਜਾਈਐ ਜੇ ਭੂਲਾ ਹੋਈ ॥
କାହାକୁ ବୁଝାଇବା ସେତେବେଳେ ଆବଶ୍ୟକ ଅଟେ, ଯଦି ସେ ଭୁଲ କରୁଥାଏ।
ਨਾਨਕ ਆਪੇ ਕਰੇ ਕਰਾਏ ਨਾਮੇ ਨਾਮਿ ਸਮਾਵਣਿਆ ॥੮॥੭॥੮॥
ହେ ନାନକ! ପରମାତ୍ମା ସ୍ଵୟଂ ହିଁ ସବୁ କିଛି କରିଥାନ୍ତି ଆଉ ଜୀବ ଦ୍ଵାରା କରାଇଥାନ୍ତି। ନାମ ସ୍ମରଣ କରୁଥିବା ଜୀବ ନାମରେ ହିଁ ଲୀନ ହୋଇଥାଏ। ॥8॥7॥8॥
ਮਾਝ ਮਹਲਾ ੩ ॥
ମ୍କାଝ ମହଲା 3 ॥
ਆਪੇ ਰੰਗੇ ਸਹਜਿ ਸੁਭਾਏ ॥
ଭଗବାନ ସ୍ଵୟଂ ହିଁ ଜୀବକୁ ସହଜାତ ସ୍ଵଭାବ ଦ୍ଵାରା ନିଜ ପ୍ରେମରେ ରଙ୍ଗ ଦେଇଥାନ୍ତି
ਗੁਰ ਕੈ ਸਬਦਿ ਹਰਿ ਰੰਗੁ ਚੜਾਏ ॥
ଆଉ ଗୁରୁଙ୍କ ଶବ୍ଦ ଦ୍ଵାରା ନିଜ ପ୍ରେମରେ ରଙ୍ଗ ଦେଇଥାନ୍ତି ।
ਮਨੁ ਤਨੁ ਰਤਾ ਰਸਨਾ ਰੰਗਿ ਚਲੂਲੀ ਭੈ ਭਾਇ ਰੰਗੁ ਚੜਾਵਣਿਆ ॥੧
ତାହାର ମନ ଏବଂ ତନ ପ୍ରେମରେ ରଙ୍ଗ ହୋଇଯାଏ ଆଉ ତାହାର ଜିହ୍ଵା ଲାଲ ବର୍ଣ୍ଣ ହୋଇଯାଏ।ଭଗବାନ ତାହାଠାରେ ଏହି ନାମ ରଙ୍ଗ ଏବଂ ମନରେ ନିଜର ଭୟ ଏବଂ ପ୍ରେମ ଉତ୍ପର୍ଣ୍ଣ କରିଥାନ୍ତି। ॥1॥
ਹਉ ਵਾਰੀ ਜੀਉ ਵਾਰੀ ਨਿਰਭਉ ਮੰਨਿ ਵਸਾਵਣਿਆ ॥
ମୁଁ ତାଙ୍କ ପାଖରେ ସମର୍ପିତ ଅଟେ, ମୋର ଜୀବନ ତାଙ୍କ ପାଖରେ ଉତ୍ସର୍ଗିତ, ଯିଏ ପରମାତ୍ମାଙ୍କୁ ନିଜ ହୃଦୟରେ ବସାଇଥାଏ।
ਗੁਰ ਕਿਰਪਾ ਤੇ ਹਰਿ ਨਿਰਭਉ ਧਿਆਇਆ ਬਿਖੁ ਭਉਜਲੁ ਸਬਦਿ ਤਰਾਵਣਿਆ ॥੧॥ ਰਹਾਉ
ଗୁରୁଙ୍କ ଦୟାରୁ ସେ ନିର୍ଭୀକ ପରମେଶ୍ଵରଙ୍କୁ ସ୍ମରଣ କରିଥାଏ ଆଉ ତାହାଙ୍କ ବାଣୀ ଦ୍ଵାରା ବିଷାକ୍ତ ସଂସାର ସାଗରରୁ ପାର କରିଯାଏ ॥1॥ରୁହ॥
ਮਨਮੁਖ ਮੁਗਧ ਕਰਹਿ ਚਤੁਰਾਈ ॥
ମନମୁଖ ମୂର୍ଖ ବ୍ୟକ୍ତି ଚତୁରତା କରିଥାଏ
ਨਾਤਾ ਧੋਤਾ ਥਾਇ ਨ ਪਾਈ ॥
ନିଜ ସ୍ନାନ ଓ ସ୍ବଚ୍ଛତା ସତ୍ତ୍ୱେ ସେ ସ୍ଵୀକୃତ ହୋଇ ନଥାଏ।
ਜੇਹਾ ਆਇਆ ਤੇਹਾ ਜਾਸੀ ਕਰਿ ਅਵਗਣ ਪਛੋਤਾਵਣਿਆ ॥੨॥
ସେ ଜଗତକୁ ଯେପରି ଆସିଥିଲା, ସେହିପରି ପାପର ପଶ୍ଚାତାପ କରି ଚାଲିଯାଏ ॥2॥
ਮਨਮੁਖ ਅੰਧੇ ਕਿਛੂ ਨ ਸੂਝੈ ॥
ଜ୍ଞାନହୀନ ମନମୁଖକୁ କିଛି ମଧ୍ୟ ଜ୍ଞାନ ହୋଇନଥାଏ
ਮਰਣੁ ਲਿਖਾਇ ਆਏ ਨਹੀ ਬੂਝੈ ॥
କାରଣ ସେ ପ୍ରାରମ୍ଭରୁ ହିଁ ନିଜଭଗୟରେ ନିଜ ମୃତ୍ୟୁର ଲେଖା ଧରି ଜଗତକୁ ଆସିଥାଏ। ସେ ନିଜ ଜୀବନ ମନୋରଥକୁ ବୁଝେ ନାହିଁ।
ਮਨਮੁਖ ਕਰਮ ਕਰੇ ਨਹੀ ਪਾਏ ਬਿਨੁ ਨਾਵੈ ਜਨਮੁ ਗਵਾਵਣਿਆ ॥੩॥
ମନମୁଖ କର୍ମ କରିଥାଏ, ପରନ୍ତୁ, ତାହାକୁ ନାମ ପ୍ରାପ୍ତ ହୁଏ ନାହିଁ। ନାମ ବିହୀନ ହୋଇ ସେ ନିଜର ଜି9ବିଏନ ବ୍ୟର୍ଥରେ ହରାଇ ଦିଏ ॥3॥
ਸਚੁ ਕਰਣੀ ਸਬਦੁ ਹੈ ਸਾਰੁ ॥
ସତ୍ୟନାମର ସାଧନା ହିଁ ସର୍ବଶ୍ରେଷ୍ଠ ଅଟେ।
ਪੂਰੈ ਗੁਰਿ ਪਾਈਐ ਮੋਖ ਦੁਆਰੁ ॥
ପୂର୍ଣ୍ଣ ଗୁରୁଙ୍କ ଦ୍ଵାରା ମୋକ୍ଷ ଦ୍ଵାର ମିଳିଥାଏ।
ਅਨਦਿਨੁ ਬਾਣੀ ਸਬਦਿ ਸੁਣਾਏ ਸਚਿ ਰਾਤੇ ਰੰਗਿ ਰੰਗਾਵਣਿਆ ॥੪॥
ଗୁରୁଜୀ ପ୍ରତିଦିନ ନିଜ ବାଣୀ ଦ୍ଵାରା ଶିଖଙ୍କୁ ନାମ ଶୁଣାଉଛନ୍ତି ଆଉ ସେ ଶବ୍ଦ ଦ୍ଵାରା ସତ୍ୟ ପଭୁଙ୍କ ପ୍ରେମରେ ମଗ୍ନ ହୋଇଥିବା ନାମ ରଙ୍ଗରେ ଲୀନ ହୋଇଯାଏ ॥4॥
ਰਸਨਾ ਹਰਿ ਰਸਿ ਰਾਤੀ ਰੰਗੁ ਲਾਏ ॥
ଗୁରୁମୁଖଙ୍କ ଇଚ୍ଛା ହରି-ରସରେ ରଙ୍ଗୀନ ହୋଇଥାଏ ଆଉ ପ୍ରଭୁଙ୍କ ସହିତ ହିଁ ପ୍ରେମ କରିଥାଏ।
ਮਨੁ ਤਨੁ ਮੋਹਿਆ ਸਹਜਿ ਸੁਭਾਏ ॥
ସହଜାତ ସ୍ଵଭାବ ହିଁ ତାହାଙ୍କ ମନ ଏବଂ ତନ ପ୍ରଭୁ ପ୍ରେମରେ ମୁଗ୍ଧ ହୋଇଯାଏ।
ਸਹਜੇ ਪ੍ਰੀਤਮੁ ਪਿਆਰਾ ਪਾਇਆ ਸਹਜੇ ਸਹਜਿ ਮਿਲਾਵਣਿਆ ॥੫॥
ସେ ସ୍ଵାଭାବିକ ଭାବରେ ନିଜ ପ୍ରିୟତମ ପ୍ରଭୁଙ୍କୁ ପାଇନିଏ। ତାପରେ, ସେ ସ୍ଵାଭାବିକ ଅବସ୍ଥାରେ ଲୀନ ହୋଇଯାଏ ॥5॥
ਜਿਸੁ ਅੰਦਰਿ ਰੰਗੁ ਸੋਈ ਗੁਣ ਗਾਵੈ ॥
ଯେଉଁ ମନୁଷ୍ୟ ଠାରେ ପ୍ରଭୁଙ୍କ ପ୍ରେମ ବିଦ୍ୟମାନ ଅଛି, ସେ ଈଶ୍ବରଙ୍କ ଯଶୋଗାନ କରିଥାଏ
ਗੁਰ ਕੈ ਸਬਦਿ ਸਹਜੇ ਸੁਖਿ ਸਮਾਵੈ ॥
ଆଉ ଗୁରୁଙ୍କ ଶବ୍ଦ ଦ୍ଵାରା ସ୍ଵାଭାବିକ ଅବସ୍ଥାରେ ଆତ୍ମିକ ଆନନ୍ଦରେ ଲୀନ ହୁଏ।
ਹਉ ਬਲਿਹਾਰੀ ਸਦਾ ਤਿਨ ਵਿਟਹੁ ਗੁਰ ਸੇਵਾ ਚਿਤੁ ਲਾਵਣਿਆ ॥੬॥
ମୁଁ ସର୍ବଦା ହିଁ ତାଙ୍କ ଉପରେ ଉତ୍ସର୍ଗିତ, ଯିଏ ନିଜ ମନକୁ ଗୁରୁଙ୍କ ସେବାରେ ସମର୍ପିତ କରିଥାଏ ॥6॥
ਸਚਾ ਸਚੋ ਸਚਿ ਪਤੀਜੈ ॥
ସେହି ବ୍ୟକ୍ତି ସତ୍ୟବାଦୀ ଅଟେ ଯିଏ ସତ୍ୟ ନାମ ଦ୍ଵାରା ସତ୍ୟ ପ୍ରଭୁଙ୍କ ଠାରେ ବିଶ୍ଵସ୍ତ ହୋଇଯାଏ।
ਗੁਰ ਪਰਸਾਦੀ ਅੰਦਰੁ ਭੀਜੈ ॥
ଗୁରୁଙ୍କ କୃପାରୁ ତାହାର ହୃଦୟ ନାମ ରସରେ ଆର୍ଦ୍ର ହୋଇଯାଏ।
ਬੈਸਿ ਸੁਥਾਨਿ ਹਰਿ ਗੁਣ ਗਾਵਹਿ ਆਪੇ ਕਰਿ ਸਤਿ ਮਨਾਵਣਿਆ ॥੭॥
ସେ ସାଧୁ ସଙ୍ଗତିରେ ଭଗବାନଙ୍କ ମହିମା ସ୍ତୁତି କରିଥାଏ। ଭଗବାନ ସ୍ଵୟଂ ହିଁ ତାହା ଉପରେ କୃପା କରି ତାହାର ମନରେ ଏହି ଶ୍ରଦ୍ଧା ଜାତ କରାଇଥାନ୍ତି ଯେ ସତ୍ୟର ଗୁଣ ନନୁବାଦ ହିଁ ସତ୍ୟକର୍ମ ଅଟେ। ॥7॥
ਜਿਸ ਨੋ ਨਦਰਿ ਕਰੇ ਸੋ ਪਾਏ ॥
ଯାହା ଉପରେ ପ୍ରଭୁ ନିଜ ଦୟା ଦୃଷ୍ଟି କରିଥାନ୍ତି, ସେ ତାହାଙ୍କ ନାମ ପାଇଥାଏ।
ਗੁਰ ਪਰਸਾਦੀ ਹਉਮੈ ਜਾਏ
ଗୁରୁଙ୍କ ଦୟାରୁ ତାହାର ଅହଂକାର ନିବୃତ୍ତ ହୋଇଯାଏ।
ਨਾਨਕ ਨਾਮੁ ਵਸੈ ਮਨ ਅੰਤਰਿ ਦਰਿ ਸਚੈ ਸੋਭਾ ਪਾਵਣਿਆ ॥੮॥੮॥੯॥
ହେ ନାନକ! ଯାହାର ମନରେ ଈଶ୍ବରଙ୍କ ନାମ ନିବାସ କରିଥାଏ, ସେ ସତ୍ୟ ଦରବାରରେ ବଡ ଶୋଭା ପାଇଥାଏ ॥8॥8॥9॥
ਮਾਝ ਮਹਲਾ ੩ ॥
ମାଝ ମହଲା 3 ॥
ਸਤਿਗੁਰੁ ਸੇਵਿਐ ਵਡੀ ਵਡਿਆਈ ॥
ସଦଗୁରୁଙ୍କ ସେବା କରିବା ଦ୍ଵାରା ବଡ ଶୋଭା ପ୍ରାପ୍ତ ହୋଇଥାଏ
ਹਰਿ ਜੀ ਅਚਿੰਤੁ ਵਸੈ ਮਨਿ ਆਈ ॥
ଆଉ ପୂଜ୍ୟ ପରମେଶ୍ଵର ଅକସ୍ମାତ ହିଁ ହୃଦୟରେ ଆସି ବାସ କରନ୍ତି।
ਹਰਿ ਜੀਉ ਸਫਲਿਓ ਬਿਰਖੁ ਹੈ ਅੰਮ੍ਰਿਤੁ ਜਿਨਿ ਪੀਤਾ ਤਿਸੁ ਤਿਖਾ ਲਹਾਵਣਿਆ ॥੧॥
ହରି-ପରମେଶ୍ଵର ଏକ ଫଳଦାୟକ ଗଛ ଅଟେ ଯାହା ତାହାଙ୍କ ନାମ ରୂପୀ ଅମୃତ ପାନ କରିଥାଏ, ତାହାର ତୃଷ୍ଣା ମେଣ୍ଟିଯାଏ ॥1॥
ਹਉ ਵਾਰੀ ਜੀਉ ਵਾਰੀ ਸਚੁ ਸੰਗਤਿ ਮੇਲਿ ਮਿਲਾਵਣਿਆ ॥
ମୋର ମନ, ତନ ଏବଂ ପ୍ରାଣ ସେହି ପ୍ରଭୁ ପ୍ରତି ସମର୍ପିତ, ଯିଏ ଜୀବଙ୍କୁ ସତସଙ୍ଗରେ ମିଶାଇ ନିଜ ସାଥିରେ ମିଳନ କରାନ୍ତି।
ਹਰਿ ਸਤਸੰਗਤਿ ਆਪੇ ਮੇਲੈ ਗੁਰ ਸਬਦੀ ਹਰਿ ਗੁਣ ਗਾਵਣਿਆ ॥੧॥ ਰਹਾਉ ॥
ଭଗବାନ ସ୍ଵୟଂ ହିଁ ଜୀବଙ୍କୁ ସତସଙ୍ଗରେ ମିଶାଇଥାନ୍ତି ଆଉ ଗୁରୁଙ୍କ ଶବ୍ଦ ଦ୍ଵାରା ଜୀବ ଭଗବାନଙ୍କ ମହିମା ସ୍ତୁତି କରିଥାଏ ॥1॥ରୁହ॥