ਤੂੰ ਆਪੇ ਹੀ ਘੜਿ ਭੰਨਿ ਸਵਾਰਹਿ ਨਾਨਕ ਨਾਮਿ ਸੁਹਾਵਣਿਆ ॥੮॥੫॥੬॥
ହେ ଭଗବାନ! ତୁ ସ୍ଵୟଂ ହିଁ ସୃଷ୍ଟିର ନିର୍ମାଣ ଏବଂ ବିନାଶ କରି ସମ୍ଭାଳୁଅଛୁ। ହେ ନାନକ! ଭଗବାନ ଜୀବଙ୍କୁ ନିଜ ନାମରେ ଲଗାଇ ତାହାକୁ ସୁନ୍ଦର ବନାଇଦିଏ ॥8॥5॥6॥
ਮਾਝ ਮਹਲਾ ੩ ॥
ମାଝ ମହଲା 3 ॥
ਸਭ ਘਟ ਆਪੇ ਭੋਗਣਹਾਰਾ ॥
ସମସ୍ତ ଜୀବରେ ବ୍ୟାପକ ହୋଇ ଭଗବାନ ସ୍ଵୟଂ ହିଁ ପଦାର୍ଥକୁ ଭୋଗୁଥାନ୍ତି।
ਅਲਖੁ ਵਰਤੈ ਅਗਮ ਅਪਾਰਾ ॥
ଅଦୃଶ୍ୟ, ଅଗମ୍ୟ, ଅନନ୍ତ ପରମାତ୍ମା ସର୍ବତ୍ର ବ୍ୟାପକ ହେଉଛନ୍ତି।
ਗੁਰ ਕੈ ਸਬਦਿ ਮੇਰਾ ਹਰਿ ਪ੍ਰਭੁ ਧਿਆਈਐ ਸਹਜੇ ਸਚਿ ਸਮਾਵਣਿਆ ॥੧॥
ଗୁରୁଙ୍କ ଶବ୍ଦ ଦ୍ଵାରା ମୋର ପ୍ରଭୁ ପରମାତ୍ମାଙ୍କ ଧ୍ୟାନ କରିବା ଦ୍ଵାରା ମନୁଷ୍ୟ ସ୍ଵାଭାବିକ ଭାବରେ ସତ୍ୟ ଠାରେ ଲୀନ ହୋଇଯାଇଥାଏ ॥1॥
ਹਉ ਵਾਰੀ ਜੀਉ ਵਾਰੀ ਗੁਰ ਸਬਦੁ ਮੰਨਿ ਵਸਾਵਣਿਆ ॥
ମୁଁ ତନ-ମନରେ ତାଙ୍କରି ପ୍ରତି ସମର୍ପିତ ଅଟେ, ଯିଏ ଗୁରୁଙ୍କ ବାଣୀକୁ ନିଜ ହୃଦୟରେ ବସାଇଥାନ୍ତି।
ਸਬਦੁ ਸੂਝੈ ਤਾ ਮਨ ਸਿਉ ਲੂਝੈ ਮਨਸਾ ਮਾਰਿ ਸਮਾਵਣਿਆ ॥੧॥ ਰਹਾਉ ॥
ଯଦି ମନୁଷ୍ୟକୁ ଗୁରୁଙ୍କ ବାଣୀର ଜ୍ଞାନ ହୋଇଯାଇଥାଏ, ତାହାହେଲେ ସେ ମନ ସହିତ ଯୁଦ୍ଧ କରିଥାଏ ଆଉ ନିଜ ତୃଷ୍ଣାକୁ ନିବୃତ୍ତ କରି ପରମେଶ୍ଵରଙ୍କ ଠାରେ ଲୀନ ହୋଇଯାଏ। ॥1॥ରୁହ॥
ਪੰਚ ਦੂਤ ਮੁਹਹਿ ਸੰਸਾਰਾ ॥
ମାୟାର ପାଞ୍ଚ ଦୂତ କାମ, କ୍ରୋଧ, ଲୋଭ, ମୋହ, ଅହଂକାର ଜଗତର ଜୀବଙ୍କ ସଦଗୁଣ ଲୁଟୁଛନ୍ତି।
ਮਨਮੁਖ ਅੰਧੇ ਸੁਧਿ ਨ ਸਾਰਾ ॥
ଜ୍ଞାନହୀନ ଅନ୍ଧ ମନମୁଖକୁ ଏହାର କୌଣସି ଜ୍ଞାନ ନାହିଁ।
ਗੁਰਮੁਖਿ ਹੋਵੈ ਸੁ ਅਪਣਾ ਘਰੁ ਰਾਖੈ ਪੰਚ ਦੂਤ ਸਬਦਿ ਪਚਾਵਣਿਆ ॥੨॥
ଯିଏ ଗୁରୁମୁଖ ହୋଇଯାଏ, ସେ ନିଜ ହୃଦୟ ରୂପୀ ଘରକୁ ଏହି ଦୂତ ଠାରୁ ବଞ୍ଚାଇଦିଏ। ପାଞ୍ଚ ହିଁ ବଡ ଶତ୍ରୁକୁ ଗୁରୁଙ୍କ ଉପଦେଶ ଦ୍ଵାରା ନାଶ କରାଯାଇଥାଏ ॥2॥
ਇਕਿ ਗੁਰਮੁਖਿ ਸਦਾ ਸਚੈ ਰੰਗਿ ਰਾਤੇ ॥
କିଛି ଗୁରୁମୁଖ ସର୍ବଦା ସତ୍ୟସ୍ଵରୂପ ଈଶ୍ବରଙ୍କ ପ୍ରେମରେ ମଗ୍ନ ରହିଥାନ୍ତି।
ਸਹਜੇ ਪ੍ਰਭੁ ਸੇਵਹਿ ਅਨਦਿਨੁ ਮਾਤੇ ॥
ସେ ସ୍ଵାଭାବିକ ଭାବରେ ନିଜ ଈଶ୍ଵରଙ୍କୁ ଭକ୍ତି କରିଥାଏ ଆଉ ରାତି ଦିନ ତାହାଙ୍କ ପ୍ରେମରେ ମସ୍ତ ରହିଥାଏ।
ਮਿਲਿ ਪ੍ਰੀਤਮ ਸਚੇ ਗੁਣ ਗਾਵਹਿ ਹਰਿ ਦਰਿ ਸੋਭਾ ਪਾਵਣਿਆ ॥੩॥
ଯେଉଁ ମନୁଷ୍ୟ ପ୍ରିୟତମ ଗୁରୁଙ୍କ ସହିତ ମିଶି ସତ୍ୟସ୍ଵରୂପ ପରମାତ୍ମାଙ୍କ ଯଶୋଗାନ କରିଥାଏ, ସେ ଈଶ୍ଵରଙ୍କ ଦରବାରରେ ଶୋଭା ପାଇଥାଏ ॥3॥
ਏਕਮ ਏਕੈ ਆਪੁ ਉਪਾਇਆ ॥
ପ୍ରଥମେ, ପଭୁ ନିରାକାର ଥିଲେ, ସେ ସ୍ଵୟଂଭୂ ଆଉ ସେ ସ୍ଵୟଂ ହିଁ ନିଜ ସାକାର ରୂପ ଜାତ କରିଛନ୍ତି,
ਦੁਬਿਧਾ ਦੂਜਾ ਤ੍ਰਿਬਿਧਿ ਮਾਇਆ ॥
ଦ୍ଵିତୀୟରେ, ଦୈତ୍ୟ- ଭାବର ଜ୍ଞାନ ଆଉ ତୃତୀୟରେ, ରଜ, ତମ ଏବଂ ସତ୍ତ୍ଵ ତ୍ରିଗୁଣାତ୍ମକ ମାୟା ଉତ୍ପର୍ଣ୍ଣ କରିଛନ୍ତି। ତ୍ରିଗୁଣାତ୍ମକ ମାୟା ଦ୍ଵାରା ସୃଷ୍ଟି ରଚନା ହୋଇଛି। ତ୍ରିଗୁଣାତ୍ମକ ମାୟାର ଜୀବ ଚଉରାଅଶି ଲକ୍ଷ ଯୋନିର ଚକ୍ରରେ ପଡି ରହିଥାଏ।
ਚਉਥੀ ਪਉੜੀ ਗੁਰਮੁਖਿ ਊਚੀ ਸਚੋ ਸਚੁ ਕਮਾਵਣਿਆ ॥੪॥
ଏହି ଜୀବଙ୍କୁ ବ୍ରହ୍ମଜ୍ଞାନର ଉପଦେଶ ଦେବା ପାଇଁ ସନ୍ଥ, ସାଧୁ, ଭକ୍ତ ଏବଂ ବ୍ରାହ୍ମଜ୍ଞାନୀ ଉତ୍ପର୍ଣ୍ଣ କରାଯାଇଛି, ଯାହାଙ୍କୁ ଗୁରୁମୁଖ କୁହାଯାଏ। ଏହା ଚତୁର୍ଥ ଅବସ୍ଥା ବାଲା ହୋଇଥାଏ। ଗୁରୁମୁଖ ଅବସ୍ଥା ସର୍ବୋଚ୍ଚ ଅବସ୍ଥା ଅଟେ। ସେମାନେ ନାମ ସ୍ମରଣର ସାଧନା କରିଥାନ୍ତି ॥4॥
ਸਭੁ ਹੈ ਸਚਾ ਜੇ ਸਚੇ ਭਾਵੈ ॥
ଯାହା ସତ୍ୟସ୍ଵରୂପ ପରମାତ୍ମାଙ୍କୁ ଭଲ ଲାଗିଥାଏ, ସବୁ ସତ୍ୟ ଅଟେ।
ਜਿਨਿ ਸਚੁ ਜਾਤਾ ਸੋ ਸਹਜਿ ਸਮਾਵੈ ॥
ଯିଏ ସତ୍ୟକୁ ଜାଣିଥାଏ, ସେ ପ୍ରଭୁଙ୍କ ଠାରେ ବିଲୀନ ହୋଇଯାଏ।
ਗੁਰਮੁਖਿ ਕਰਣੀ ਸਚੇ ਸੇਵਹਿ ਸਾਚੇ ਜਾਇ ਸਮਾਵਣਿਆ ॥੫॥
ଗୁରୁମୁଖଙ୍କ ଜୀବନ-ମର୍ଯ୍ୟାଦା ସଦପୁରୁଷଙ୍କ ଭକ୍ତି-ସେବା ହିଁ କରିଥାଏ। ସେମାନେ ସତ୍ଯରେ ହିଁ ଲୀନ ହୁଅନ୍ତି ॥5॥
ਸਚੇ ਬਾਝਹੁ ਕੋ ਅਵਰੁ ਨ ਦੂਆ ॥
ସତ୍ୟ (ଇଶ୍ଵର) ବ୍ୟତୀତ ଆଉ କେହି ନାହାନ୍ତି।
ਦੂਜੈ ਲਾਗਿ ਜਗੁ ਖਪਿ ਖਪਿ ਮੂਆ ॥
ମାୟାର ମୋହରେ ଫସି ଦୁନିଆ ବଡ ବ୍ୟାକୁଳ ହୋଇ ମରିଥାଏ।
ਗੁਰਮੁਖਿ ਹੋਵੈ ਸੁ ਏਕੋ ਜਾਣੈ ਏਕੋ ਸੇਵਿ ਸੁਖੁ ਪਾਵਣਿਆ ॥੬॥
ଯିଏ ଗୁରୁମୁଖ ହୋଇଥାଏ, ସେ କେବଳ ଏକ ଈଶ୍ଵରଙ୍କୁ ହିଁ ଜାଣିଥାଏ ଆଉ ଏକ ଈଶ୍ଵରଙ୍କୁ ଭକ୍ତି କରି ସୁଖ ପାଇଥାଏ। ॥6॥
ਜੀਅ ਜੰਤ ਸਭਿ ਸਰਣਿ ਤੁਮਾਰੀ ॥
ହେ ଭଗବାନ! ସମସ୍ତ ଜୀବ-ଜନ୍ତୁ ତୁମର ଶରଣରେ ଅଛନ୍ତି।
ਆਪੇ ਧਰਿ ਦੇਖਹਿ ਕਚੀ ਪਕੀ ਸਾਰੀ ॥
ଏହି ଜଗତ ଏକ ଖେଳ ସଦୃଶ ଅଟେ। ତୁ ଜୀବକୁ ଏହି ଖେଳରେ କଚ୍ଚା ପକ୍କା ଗୋଟି ବନାଇଛୁ, ତୁ ସ୍ଵୟଂ ହିଁଜୀବଙ୍କୁ ଦେଖାରଖା କରୁଅଛୁ।
ਅਨਦਿਨੁ ਆਪੇ ਕਾਰ ਕਰਾਏ ਆਪੇ ਮੇਲਿ ਮਿਲਾਵਣਿਆ ॥੭॥
ତୁ ସ୍ଵୟଂ ହିଁ ଜୀବଙ୍କ ଠାରୁ କାମ କରାଉଛୁ ଆଉ ତୁ ସ୍ଵୟଂ ହିଁ ସେମାନଙ୍କୁ ଗୁରୁଙ୍କ ସହିତ ମିଶାଇ ନିଜ ସାଥିରେ ମିଳନ କରାଉଛୁ ॥7॥
ਤੂੰ ਆਪੇ ਮੇਲਹਿ ਵੇਖਹਿ ਹਦੂਰਿ ॥
ହେ ପ୍ରଭୁ! ଯେଉଁ ଜୀବ ତୋତେ ପ୍ରତ୍ୟକ୍ଷ ଦେଖିଥାଏ, ତୁ ସେମାନଙ୍କୁ ସ୍ଵୟଂ ହିଁ ନିଜ ସାଥିରେ ମିଳନ କରାଉ।
ਸਭ ਮਹਿ ਆਪਿ ਰਹਿਆ ਭਰਪੂਰਿ ॥
ତୁ ସ୍ଵୟଂ ହିଁ ସମସ୍ତ ଜୀବ ଠାରେ ବିଦ୍ୟମାନ ରହିଛୁ।
ਨਾਨਕ ਆਪੇ ਆਪਿ ਵਰਤੈ ਗੁਰਮੁਖਿ ਸੋਝੀ ਪਾਵਣਿਆ ॥੮॥੬॥੭॥
ହେ ନାନକ! ଭଗବାନ ସ୍ଵୟଂ ହିଁ ସର୍ବବ୍ୟାପକ ଅଟନ୍ତି, ପରନ୍ତୁ, ଏହାର ଜ୍ଞାନ ଗୁରୁମୁଖଙ୍କୁ ହିଁ ହୋଇଥାଏ ॥8॥6॥7॥
ਮਾਝ ਮਹਲਾ ੩ ॥
ମାଝ ମହଲା 3 ॥
ਅੰਮ੍ਰਿਤ ਬਾਣੀ ਗੁਰ ਕੀ ਮੀਠੀ ॥
ଅମୃତ ରୂପୀ ଗୁରୁଙ୍କ ବାଣୀ ବଡ ମିଠା ଅଟେ।
ਗੁਰਮੁਖਿ ਵਿਰਲੈ ਕਿਨੈ ਚਖਿ ਡੀਠੀ ॥
କେହି ବିରଳ ଗୁରୁମୁଖ ହିଁ ଏହାକୁ ଚାଖିକରି ଦେଖିଥାଏ।
ਅੰਤਰਿ ਪਰਗਾਸੁ ਮਹਾ ਰਸੁ ਪੀਵੈ ਦਰਿ ਸਚੈ ਸਬਦੁ ਵਜਾਵਣਿਆ ॥੧॥
ଯିଏ ଏହି ଅମୃତ ରୂପୀ ମହାରସକୁ ପାନ କରିଥାଏ, ତାହାର ହୃଦୟରେ ଜ୍ଞାନର ପ୍ରକାଶ ହୋଇଯାଇଥାଏ ଆଉ ସତ୍ୟ ପ୍ରଭୁଙ୍କ ଦରବାରରେ ଅନାହତ ଶବ୍ଦ ବାଜିବାକୁ ଲାଗିଥାଏ ॥1॥
ਹਉ ਵਾਰੀ ਜੀਉ ਵਾਰੀ ਗੁਰ ਚਰਣੀ ਚਿਤੁ ਲਾਵਣਿਆ ॥
ମୁଁ ତାଙ୍କ ପାଖରେ ସମର୍ପିତ, ଯେଉଁମାନେ ଗୁରୁଙ୍କ ଚରଣରେ ମନ ଲଗାଇଛନ୍ତି।
ਸਤਿਗੁਰੁ ਹੈ ਅੰਮ੍ਰਿਤ ਸਰੁ ਸਾਚਾ ਮਨੁ ਨਾਵੈ ਮੈਲੁ ਚੁਕਾਵਣਿਆ ॥੧॥ ਰਹਾਉ ॥
ସଦଗୁରୁ ଅମୃତର ସତ୍ୟ ସରୋବର ଅଟେ। ଯେତେବେଳେ ମନ ଏଥିରେ ସ୍ନାନ କରିଥାଏ, ସେତେବେଳେ ତାହା ନିଜର ବିକାରର ମଇଳା ଦୂର କରିଦେଇଥାଏ ॥1॥ରୁହ॥
ਤੇਰਾ ਸਚੇ ਕਿਨੈ ਅੰਤੁ ਨ ਪਾਇਆ ॥
ହେ ସତ୍ୟସ୍ଵରୂପ ଇଶ୍ଵର! ତୋର ଅନ୍ତ କେହି ମଧ୍ୟ ଜାଣି ନାହିଁ।
ਗੁਰ ਪਰਸਾਦਿ ਕਿਨੈ ਵਿਰਲੈ ਚਿਤੁ ਲਾਇਆ ॥
ଗୁରୁଙ୍କ ଦୟାରୁ କେହି ବିରଳ ପୁରୁଷ ହିଁ ତୋର ଚରଣରେ ମନ ଲଗାଇଛନ୍ତି।
ਤੁਧੁ ਸਾਲਾਹਿ ਨ ਰਜਾ ਕਬਹੂੰ ਸਚੇ ਨਾਵੈ ਕੀ ਭੁਖ ਲਾਵਣਿਆ ॥੨॥
ସତ୍ୟନାମର ଏତେ ବଡ କ୍ଷୁଧା ମୋତେ ଲାଗୁଅଛି ଯେ ତୋର ଉପମା କରିବା ଦ୍ଵାରା ମୋତେ କଦାଚିତ ତୃପ୍ତି ଆସେ ନାହିଁ ॥2॥
ਏਕੋ ਵੇਖਾ ਅਵਰੁ ਨ ਬੀਆ ॥
ମୁଁ କେବଳ ଏକ ଈଶ୍ଵରଙ୍କୁ ଦେଖିଥାଏ, ଆଉ କାହାକୁ ନାହିଁ।
ਗੁਰ ਪਰਸਾਦੀ ਅੰਮ੍ਰਿਤੁ ਪੀਆ ॥
ଗୁରୁଙ୍କ ଦୟାରୁ ମୁଁ ନାମ ରୂପୀ ଅମୃତ ପାନ କରିଛି।
ਗੁਰ ਕੈ ਸਬਦਿ ਤਿਖਾ ਨਿਵਾਰੀ ਸਹਜੇ ਸੂਖਿ ਸਮਾਵਣਿਆ ॥੩॥
ଗୁରୁଙ୍କ ଶବ୍ଦ ଦ୍ଵାରା ତୃଷ୍ଣା ମେଣ୍ଟିଯାଇଛି ଆଉ ମୁଁ ସ୍ଵାଭାବିକ ଭାବରେ ସର୍ବଦା ସୁଖରେ ଲୀନ ହୋଇଯାଇଛି ॥3॥
ਰਤਨੁ ਪਦਾਰਥੁ ਪਲਰਿ ਤਿਆਗੈ ॥
ରତ୍ନ ଭଳି ଅମୂଲ୍ୟ ନାମକୁ ବ୍ୟର୍ଥରେ ତ୍ୟାଗ କରୁଅଛ
ਮਨਮੁਖੁ ਅੰਧਾ ਦੂਜੈ ਭਾਇ ਲਾਗੈ ॥
ଜ୍ଞାନହୀନ ମନମୁଖ ବ୍ୟକ୍ତି ମାୟାର ପ୍ରେମରେ ଲୀନ ହୋଇଥାନ୍ତି
ਜੋ ਬੀਜੈ ਸੋਈ ਫਲੁ ਪਾਏ ਸੁਪਨੈ ਸੁਖੁ ਨ ਪਾਵਣਿਆ ॥੪॥
ସେ ଯେପରି ବୀଜ ବୁଣିଥାଏ, ସେ ସେପରି ହିଁ ଫଳ ପାଇଥାଏ।ଯାହାର କାରଣରୁ ସ୍ଵପ୍ନରେ ମଧ୍ୟ ତାହାକୁ ସୁଖ ପ୍ରାପ୍ତ ହୁଏ ନାହିଁ ॥4॥
ਅਪਨੀ ਕਿਰਪਾ ਕਰੇ ਸੋਈ ਜਨੁ ਪਾਏ ॥
ଯେଉଁ ମନୁଷ୍ୟ ଉପରେ ପରମାତ୍ମା ନିଜ ଦୟା କରିଥାନ୍ତି, ସେ ହିଁ ଗୁରୁଙ୍କୁ ପ୍ରାପ୍ତ କରିଥାଏ।
ਗੁਰ ਕਾ ਸਬਦੁ ਮੰਨਿ ਵਸਾਏ ॥
ଗୁରୁଙ୍କ ଶବ୍ଦକୁ ସେ ନିଜ ହୃଦୟରେ ବସାଇଥାନ୍ତି।