ਸਭ ਮਹਿ ਏਕੁ ਰਹਿਆ ਭਰਪੂਰਾ ॥
ସବୁଙ୍କ ଠାରେ ଏକ ପରଂବ୍ରହ୍ମ ହିଁ ପୂର୍ଣ୍ଣ ରୂପରେ ଭରପୁର ଅଟନ୍ତି।
ਸੋ ਜਾਪੈ ਜਿਸੁ ਸਤਿਗੁਰੁ ਪੂਰਾ ॥
ଯାହାକୁ ପୂର୍ଣ୍ଣ ସଦଗୁରୁ ପ୍ରାପ୍ତ ହୋଇଯାଏ, ସେ ତାହାଙ୍କ ଜପ କରିଥାଏ।
ਹਰਿ ਕੀਰਤਨੁ ਤਾ ਕੋ ਆਧਾਰੁ ॥
ପ୍ରଭୁଙ୍କ କୀର୍ତ୍ତନ ହିଁ ତାହାଙ୍କ ଆଶ୍ରା ବନି ଯାଇଥାଏ।
ਕਹੁ ਨਾਨਕ ਜਿਸੁ ਆਪਿ ਦਇਆਰੁ ॥੪॥੧੩॥੨੬॥
ହେ ନାନକ! ଯାହା ଉପରେ ପ୍ରଭୁ ସ୍ଵୟଂ ଦୟାଳୁ ହୋଇଯାନ୍ତି||4||13||26||
ਭੈਰਉ ਮਹਲਾ ੫ ॥
ଭୈରଉ ମହଲା 5॥
ਮੋਹਿ ਦੁਹਾਗਨਿ ਆਪਿ ਸੀਗਾਰੀ ॥
ପ୍ରଭୁ ସ୍ଵୟଂ ହିଁ ମୋ’ ଭଳି ଦୁହିଗିନୀର ଶୃଙ୍ଗାର କରିଛନ୍ତି ଏବଂ
ਰੂਪ ਰੰਗ ਦੇ ਨਾਮਿ ਸਵਾਰੀ ॥
ରୂପ-ରଙ୍ଗ ଦେଇ ନାମ ଦ୍ଵାରା ସଫଳ କରାଇଛନ୍ତି।
ਮਿਟਿਓ ਦੁਖੁ ਅਰੁ ਸਗਲ ਸੰਤਾਪ ॥
ସବୁ ଦୁଃଖ ଓ ସନ୍ତାପ ଦୂର ହୋଇ ଯାଇଛି
ਗੁਰ ਹੋਏ ਮੇਰੇ ਮਾਈ ਬਾਪ ॥੧॥
ଯେତେବେଳେ ଗୁରୁ ମୋର ମା’ ଓ ବାପା ବନି ଯାଇଛନ୍ତି||1||
ਸਖੀ ਸਹੇਰੀ ਮੇਰੈ ਗ੍ਰਸਤਿ ਅਨੰਦ ॥
ହେ ସଖୀ! ମୋର ହୃଦୟ ଘରେ ଆନନ୍ଦ ହିଁ ଆନନ୍ଦ ଅଛି, କାରଣ
ਕਰਿ ਕਿਰਪਾ ਭੇਟੇ ਮੋਹਿ ਕੰਤ ॥੧॥ ਰਹਾਉ ॥
କୃପା କରି ମୋତେ ପତି-ପ୍ରଭୁ ମିଳି ଯାଇଛନ୍ତି॥1॥ରୁହ॥
ਤਪਤਿ ਬੁਝੀ ਪੂਰਨ ਸਭ ਆਸਾ ॥
ମୋର ଜ୍ଵଳନ ଲିଭି ଯାଇଛି, ସବୁ ଆଶା ପୂର୍ଣ୍ଣ ହୋଇ ଯାଇଛି।
ਮਿਟੇ ਅੰਧੇਰ ਭਏ ਪਰਗਾਸਾ ॥
ଅନ୍ଧାର ଦୂର ହୋଇ ଆଲୋକିତ ହୋଇ ଯାଇଛି।
ਅਨਹਦ ਸਬਦ ਅਚਰਜ ਬਿਸਮਾਦ ॥
ଅନାହତ ଶବ୍ଦର ଶ୍ରବଣ ଅଦ୍ଭୁତ ଓ ଆନନ୍ଦମୟ ବନି ଯାଇଛି
ਗੁਰੁ ਪੂਰਾ ਪੂਰਾ ਪਰਸਾਦ ॥੨॥
ପୂର୍ଣ୍ଣ ଗୁରୁଙ୍କ ପୂର୍ଣ୍ଣ କୃପାରୁ||2||
ਜਾ ਕਉ ਪ੍ਰਗਟ ਭਏ ਗੋਪਾਲ ॥ ਤਾ ਕੈ ਦਰਸਨਿ ਸਦਾ ਨਿਹਾਲ ॥
ଯାହାର ମନରେ ପ୍ରଭୁ ପ୍ରକଟ ହୋଇଯାନ୍ତି, ତାହାଙ୍କ ଦର୍ଶନ ଦ୍ଵାରା ଜୀବ ସଦା ପ୍ରସନ୍ନ ରହିଥାଏ।
ਸਰਬ ਗੁਣਾ ਤਾ ਕੈ ਬਹੁਤੁ ਨਿਧਾਨ ॥
ଯାହାକୁ ସଦଗୁରୁ ପ୍ରଭୁ-ନାମର ଦାନ ପ୍ରଦାନ କରିଥାନ୍ତି,
ਜਾ ਕਉ ਸਤਿਗੁਰਿ ਦੀਓ ਨਾਮੁ ॥੩॥
ତାହାଙ୍କ ପାଖରେ ହିଁ ସର୍ବଗୁଣର ଅନେକ ଭଣ୍ଡାର ଅଛି||3||
ਜਾ ਕਉ ਭੇਟਿਓ ਠਾਕੁਰੁ ਅਪਨਾ ॥
ଯାହାକୁ ଈଶ୍ଵର ମିଳି ଯାଆନ୍ତି,
ਮਨੁ ਤਨੁ ਸੀਤਲੁ ਹਰਿ ਹਰਿ ਜਪਨਾ ॥
ପ୍ରଭୁଙ୍କ ନାମ ଜପିବା ଦ୍ଵାରା ତାହାର ମନ ତନ ଶୀତଳ ହୋଇଯାଏ।
ਕਹੁ ਨਾਨਕ ਜੋ ਜਨ ਪ੍ਰਭ ਭਾਏ ॥
ହେ ନାନକ! ଯେଉଁ ସନ୍ଥ ପ୍ରଭୁଙ୍କୁ ଭଲ ଲାଗିଥାଏ,
ਤਾ ਕੀ ਰੇਨੁ ਬਿਰਲਾ ਕੋ ਪਾਏ ॥੪॥੧੪॥੨੭॥
ତାହାଙ୍କ ଚରଣ ଧୂଳି କେହି ବିରଳ ହିଁ ପାଇଥାଏ||4||14||27||
ਭੈਰਉ ਮਹਲਾ ੫ ॥
ଭୈରଉ ମହଲା 5॥
ਚਿਤਵਤ ਪਾਪ ਨ ਆਲਕੁ ਆਵੈ ॥
ପାପ କରିବାରେ କିଛି ମଧ୍ୟ ଆଳସ୍ୟ କରେନାହିଁ,
ਬੇਸੁਆ ਭਜਤ ਕਿਛੁ ਨਹ ਸਰਮਾਵੈ ॥
ବେଶ୍ୟା ସହିତ ଭୋଗ କରିବା ବେଳେ ଲଜ୍ଜା ଆସେ ନାହିଁ,
ਸਾਰੋ ਦਿਨਸੁ ਮਜੂਰੀ ਕਰੈ ॥
ଧନ ପାଇବା ପାଇଁ ସାରା ଦିନ ପରିଶ୍ରମ କରିଥାଏ,
ਹਰਿ ਸਿਮਰਨ ਕੀ ਵੇਲਾ ਬਜਰ ਸਿਰਿ ਪਰੈ ॥੧॥
ପରନ୍ତୁ ଈଶ୍ଵର ସ୍ମରଣ ସମୟରେ ମସ୍ତକ ଉପରେ ବଜ୍ର ପଡିଥାଏ||1||
ਮਾਇਆ ਲਗਿ ਭੂਲੋ ਸੰਸਾਰੁ ॥
ମାୟା-ମୋହରେ ଲୀନ ହୋଇ ସାରା ସଂସାର ଭୁଲି ଯାଏ।
ਆਪਿ ਭੁਲਾਇਆ ਭੁਲਾਵਣਹਾਰੈ ਰਾਚਿ ਰਹਿਆ ਬਿਰਥਾ ਬਿਉਹਾਰ ॥੧॥ ਰਹਾਉ ॥
ବାସ୍ତବରେ ଭୁଲାଇବା ବାଲା ଈଶ୍ଵର ଏହାକୁ ସ୍ଵୟଂ ଭୁଲାଇ ଥାଆନ୍ତି ଏବଂ ସେ ବ୍ୟର୍ଥରେ ଏହି କାର୍ଯ୍ୟ କରିଥାଏ॥1॥ରୁହ॥
ਪੇਖਤ ਮਾਇਆ ਰੰਗ ਬਿਹਾਇ ॥
ମାୟାର ରଙ୍ଗ ଦେଖି ପୁରା ଜୀବନ ଅତିବାହିତ ହୋଇଯାଏ।
ਗੜਬੜ ਕਰੈ ਕਉਡੀ ਰੰਗੁ ਲਾਇ ॥
ଜୀବ ଏକ କଉଡି ମଧ୍ୟ ହିସାବ କରିଥାଏ,
ਅੰਧ ਬਿਉਹਾਰ ਬੰਧ ਮਨੁ ਧਾਵੈ ॥
ଅନ୍ଧ ବ୍ୟବହାରରେ ବନ୍ଧା ହୋଇ ମନ ଦଉଡି ଥାଏ
ਕਰਣੈਹਾਰੁ ਨ ਜੀਅ ਮਹਿ ਆਵੈ ॥੨॥
କିନ୍ତୁ ବନାଇବା ବାଲା ପରମେଶ୍ଵର ହୃଦୟରେ ସ୍ମରଣ ଆସନ୍ତି ନାହିଁ||2||
ਕਰਤ ਕਰਤ ਇਵ ਹੀ ਦੁਖੁ ਪਾਇਆ ॥
ଏପରି କରି ହିଁ ଦୁଃଖ ପ୍ରାପ୍ତ କରିଥାଏ ଏବଂ
ਪੂਰਨ ਹੋਤ ਨ ਕਾਰਜ ਮਾਇਆ ॥
ମାୟାର ମୋହରେ ଫସି ତାହାର କାର୍ଯ୍ୟ ପୂର୍ଣ୍ଣ ହୁଏନାହି।
ਕਾਮਿ ਕ੍ਰੋਧਿ ਲੋਭਿ ਮਨੁ ਲੀਨਾ ॥
ମନ କେବଳ କାମ-କ୍ରୋଧ ଏବଂ ଲୋଭରେ ଆସକ୍ତ ରହିଥାଏ ଏବଂ
ਤੜਫਿ ਮੂਆ ਜਿਉ ਜਲ ਬਿਨੁ ਮੀਨਾ ॥੩॥
ଜଳ ବିନା ମାଛ ବ୍ୟାକୁଳ ହୋଇ ମରିଥାଏ||3||
ਜਿਸ ਕੇ ਰਾਖੇ ਹੋਏ ਹਰਿ ਆਪਿ ॥
ଯାହାର ରକ୍ଷାକାରୀ ସ୍ଵୟଂ ଈଶ୍ଵର ହୋଇଥାନ୍ତି,
ਹਰਿ ਹਰਿ ਨਾਮੁ ਸਦਾ ਜਪੁ ਜਾਪਿ ॥
ସେ ସଦା ପ୍ରଭୁଙ୍କ ଭଜନ କରିଥାଏ।
ਸਾਧਸੰਗਿ ਹਰਿ ਕੇ ਗੁਣ ਗਾਇਆ ॥
ସାଧୁ-ସନ୍ଥଙ୍କ ସଙ୍ଗତିରେ ଯିଏ ପରମାତ୍ମାଙ୍କ ଗୁଣଗାନ କରିଥାଏ,
ਨਾਨਕ ਸਤਿਗੁਰੁ ਪੂਰਾ ਪਾਇਆ ॥੪॥੧੫॥੨੮॥
ହେ ନାନକ! ସେ ପୂର୍ଣ୍ଣ ସଦଗୁରୁଙ୍କୁ ପ୍ରାପ୍ତ କରିଥାଏ||4||15||28||
ਭੈਰਉ ਮਹਲਾ ੫ ॥
ଭୈରଉ ମହଲା 5॥
ਅਪਣੀ ਦਇਆ ਕਰੇ ਸੋ ਪਾਏ ॥
ଯାହା ଉପରେ ଈଶ୍ଵର ଦୟା କରିଥାନ୍ତି, ସେ ତାହାଙ୍କୁ ପାଇଥାଏ ଏବଂ
ਹਰਿ ਕਾ ਨਾਮੁ ਮੰਨਿ ਵਸਾਏ ॥
ପ୍ରଭୁଙ୍କ ନାମ ତାହାର ମନରେ ବାସ କରିଥାଏ।
ਸਾਚ ਸਬਦੁ ਹਿਰਦੇ ਮਨ ਮਾਹਿ ॥
ଯାହାର ମନରେ ସଚ୍ଚା ଶବ୍ଦ ସ୍ଥିତ ହୋଇଯାଏ,
ਜਨਮ ਜਨਮ ਕੇ ਕਿਲਵਿਖ ਜਾਹਿ ॥੧॥
ତାହାର ଜନ୍ମ-ଜନ୍ମାନ୍ତରର ପାପ ଦୂର ହୋଇଯାଏ||1||
ਰਾਮ ਨਾਮੁ ਜੀਅ ਕੋ ਆਧਾਰੁ ॥
ରାମ-ନାମ ହିଁ ଆମ ପ୍ରାଣର ଆଧାର ଅଟେ।
ਗੁਰ ਪਰਸਾਦਿ ਜਪਹੁ ਨਿਤ ਭਾਈ ਤਾਰਿ ਲਏ ਸਾਗਰ ਸੰਸਾਰੁ ॥੧॥ ਰਹਾਉ ॥
ହେ ଭାଇ! ଗୁରୁଙ୍କ କୃପାରୁ ନିତ୍ୟ ହରିନାମ ଜପ କର ଏବଂ ସଂସାର ସାଗରରୁ ମୁକ୍ତି ପାଅ॥1॥ରୁହ॥
ਜਿਨ ਕਉ ਲਿਖਿਆ ਹਰਿ ਏਹੁ ਨਿਧਾਨੁ ॥
ଯାହାର ଭାଗ୍ୟରେ ହରିନାମ ରୂପୀ ନିଧି ପାଇବା ଲେଖା ହୋଇଛି,
ਸੇ ਜਨ ਦਰਗਹ ਪਾਵਹਿ ਮਾਨੁ ॥
ସେ ଭକ୍ତ ପ୍ରଭୁ-ଦରବାରରେ ଶୋଭା ପାଇଥାଏ।
ਸੂਖ ਸਹਜ ਆਨੰਦ ਗੁਣ ਗਾਉ ॥
ସ୍ଵାଭାବିକ ଭାବରେ ଆନନ୍ଦପୂର୍ବକ ଗୁଣଗାନ କର,
ਆਗੈ ਮਿਲੈ ਨਿਥਾਵੇ ਥਾਉ ॥੨॥
ଏହାଦ୍ୱାରା ନିରାଶ୍ରୟକୁ ମଧ୍ୟ ଆଶ୍ରୟ ମିଳିଯିବ||2||
ਜੁਗਹ ਜੁਗੰਤਰਿ ਇਹੁ ਤਤੁ ਸਾਰੁ ॥
ଯୁଗ-ଯୁଗାନ୍ତରରୁ ଏହି ସାର ତତ୍ତ୍ଵ ଯେ
ਹਰਿ ਸਿਮਰਣੁ ਸਾਚਾ ਬੀਚਾਰੁ ॥
ଈଶ୍ଵରଙ୍କ ସ୍ମରଣ ହିଁ ସଚ୍ଚା ବିଚାର ଅଟେ।