ਸਬਦਿ ਮਰੈ ਮਨੁ ਮਾਰੈ ਅਪੁਨਾ ਮੁਕਤੀ ਕਾ ਦਰੁ ਪਾਵਣਿਆ ॥੩॥
ସେ ନାମ ଦ୍ଵାରା ନିଜର ଅହଂକାରକୁ ନଷ୍ଟ କରି ବିନମ୍ରତା ଧାରଣ କରିଥାଏ। ସେ ନିଜ ମନକୁ ବଶ କରି ମୋକ୍ଷ ଦ୍ଵାରକୁ ପାଇଯାଏ ॥3॥
ਕਿਲਵਿਖ ਕਾਟੈ ਕ੍ਰੋਧੁ ਨਿਵਾਰੇ ॥
ସେ ନିଜର ପାପକୁ ନାଶ କରିଥାଏ ଆଉ କ୍ରୋଧକୁ ଦୂର କରିଦେଇଥାଏ।
ਗੁਰ ਕਾ ਸਬਦੁ ਰਖੈ ਉਰ ਧਾਰੇ ॥
ସେହି ଗୁରୁଙ୍କ ବାଣୀକୁ ନିଜ ହୃଦୟରେ ବସାଇ ରଖିଥାଏ।
ਸਚਿ ਰਤੇ ਸਦਾ ਬੈਰਾਗੀ ਹਉਮੈ ਮਾਰਿ ਮਿਲਾਵਣਿਆ ॥੪॥
ସେ ସତ୍ୟ ନାମର ପ୍ରେମରେ ମଗ୍ନ ରହିଥାଏ ଆଉ ତାହାଙ୍କ ମନରେ ପ୍ରଭୁ-ମିଳନର ବୈରାଗ୍ୟ ବନି ରହିଥାଏ। ସେ ନିଜ ଅହଂକାରକୁ ନଷ୍ଟ କରି ପ୍ରଭୁଙ୍କ ସହିତ ମିଳିପାରେ ॥4॥
ਅੰਤਰਿ ਰਤਨੁ ਮਿਲੈ ਮਿਲਾਇਆ ॥
ମନୁଷ୍ୟର ହୃଦୟରେ ନାମ ରୂପୀ ଅମୂଲ୍ୟ ରତ୍ନ ଅଛି। ଏହି ରତ୍ନ ଗୁରୁଙ୍କ ସହିତ ମିଶିବା ପରେ ହି ତାହାକୁ ପ୍ରାପ୍ତ ହୋଇଥାଏ।
ਤ੍ਰਿਬਿਧਿ ਮਨਸਾ ਤ੍ਰਿਬਿਧਿ ਮਾਇਆ ॥
ମାୟା (ରଜ, ତମ, ସତ୍ତ୍ଵ) ତ୍ରିଗୁଣାତ୍ମକ ଅଟେ, ଏଣୁ, ମନର ଇଚ୍ଛା ମଧ୍ୟ ତିନି ପ୍ରକାରର ହୋଇଥାଏ।
ਪੜਿ ਪੜਿ ਪੰਡਿਤ ਮੋਨੀ ਥਕੇ ਚਉਥੇ ਪਦ ਕੀ ਸਾਰ ਨ ਪਾਵਣਿਆ ॥੫॥
ପଣ୍ଡିତ ଏବଂ ମୌନଧାରୀ ଋଷି ଧାର୍ମିଳ ଗ୍ରନ୍ଥକୁ ପଢି ପଢି ଥକି ଯାଇଛନ୍ତି, ପରନ୍ତୁ, ସେମାନଙ୍କୁ ଚତୁର୍ଥ ଅବସ୍ଥାର ଜ୍ଞାନ ହୋଇନାହିଁ। ॥5॥
ਆਪੇ ਰੰਗੇ ਰੰਗੁ ਚੜਾਏ ॥
ଇଶ୍ଵର ସ୍ଵୟଂ ହିଁ ଜୀବକୁ ନିଜ ପ୍ରେମ ରଙ୍ଗରେ ରଙ୍ଗୀନ କରିଥାନ୍ତି।
ਸੇ ਜਨ ਰਾਤੇ ਗੁਰ ਸਬਦਿ ਰੰਗਾਏ ॥
କିନ୍ତୁ, ସେହି ପୁରୁଷ ପ୍ରଭୁଙ୍କ ପ୍ରେମରେ ରଙ୍ଗୀନ ହୁଏ, ଯିଏ ଗୁରୁଙ୍କ ବାଣୀର ପ୍ରେମରେ ରଙ୍ଗୀନ ହୁଏ।
ਹਰਿ ਰੰਗੁ ਚੜਿਆ ਅਤਿ ਅਪਾਰਾ ਹਰਿ ਰਸਿ ਰਸਿ ਗੁਣ ਗਾਵਣਿਆ ॥੬॥
ସେମାନଙ୍କୁ ଅପାର ପରମାତ୍ମାଙ୍କ ପ୍ରେମର ରଙ୍ଗ ଏତେ ହୋଇଯାଏ ଯେ ସେ ସ୍ଵାଦ ନେଇ ନେଇ ଭଗବାନଙ୍କ ମହିମା-ସ୍ତୁତି କରିଥାଏ ॥6॥
ਗੁਰਮੁਖਿ ਰਿਧਿ ਸਿਧਿ ਸਚੁ ਸੰਜਮੁ ਸੋਈ ॥
ଗୁରୁମୁଖ ପାଇଁ ସେହି ସଦପୁରୁଷ ହିଁ ରିଦ୍ଧି, ସିଦ୍ଧି ଆଉ ସଂଯମ ଅଟେ।
ਗੁਰਮੁਖਿ ਗਿਆਨੁ ਨਾਮਿ ਮੁਕਤਿ ਹੋਈ ॥
ଗୁରୁମୁଖକୁ ଜ୍ଞାନ ପ୍ରାପ୍ତ ହୋଇଯାଏ ଆଉ ହରିନାମ ଦ୍ଵାରା ସେ ମାୟା ଠାରୁ ମୁକ୍ତ ହୋଇଯାଏ।
ਗੁਰਮੁਖਿ ਕਾਰ ਸਚੁ ਕਮਾਵਹਿ ਸਚੇ ਸਚਿ ਸਮਾਵਣਿਆ ॥੭॥
ପବିତ୍ର ଆତ୍ମା ଗୁରୁମୁଖ ସତ୍ୟ କର୍ମ କରିଥାଏ ଆଉ ସତ୍ୟ ପ୍ରଭୁଙ୍କ ସତ୍ୟ ନାମରେ ଲୀନ ହୋଇଯାଏ ॥7॥
ਗੁਰਮੁਖਿ ਥਾਪੇ ਥਾਪਿ ਉਥਾਪੇ ॥
ଭଗବାନ ସ୍ଵୟଂ ହିଁ ମନୁଷ୍ୟକୁ ଗୁରୁମୁଖ ବନାଇଥାଏ ଆଉ ଗୁରୁମୁଖ ଏହା ଅନୁଭବ କରିଥାଏ ଯେ ଇଶ୍ଵର ହିଁ ସୃଷ୍ଟିର ରଚନା କରି ସ୍ଵୟଂ ହିଁ ପ୍ରଳୟ କରାଇଥାନ୍ତି।
ਗੁਰਮੁਖਿ ਜਾਤਿ ਪਤਿ ਸਭੁ ਆਪੇ ॥
ଇଶ୍ଵର ସ୍ଵୟଂ ହିଁ ଗୁରୁମୁଖଙ୍କ ଜାତି ଆଉ ସମୂହ ସମ୍ମାନ ଅଟେ।
ਨਾਨਕ ਗੁਰਮੁਖਿ ਨਾਮੁ ਧਿਆਏ ਨਾਮੇ ਨਾਮਿ ਸਮਾਵਣਿਆ ॥੮॥੧੨॥੧੩॥
ହେ ନାନକ! ଗୁରୁମୁଖ ସତ୍ୟନାମର ଆରାଧନା କରିଥାଏ ଆଉ ପରମେଶ୍ଵରଙ୍କ ନାମରେ ହିଁ ଲୀନ ହୋଇଯାଏ ॥8॥12॥13॥
ਮਾਝ ਮਹਲਾ ੩ ॥
ମାଝ ମହଲା 3 ॥
ਉਤਪਤਿ ਪਰਲਉ ਸਬਦੇ ਹੋਵੈ ॥
ସୃଷ୍ଟିର ରଚନା ଏବଂ ପ୍ରଳୟ ଶବ୍ଦ ଦ୍ଵାରା ହିଁ ହୋଇଥାଏ
ਸਬਦੇ ਹੀ ਫਿਰਿ ਓਪਤਿ ਹੋਵੈ ॥
ଆଉ ଶବ୍ଦ ଦ୍ଵାରା ହିଁ ପ୍ରଳୟ ପରେ ପୁନଃ ସୃଷ୍ଟିର ଉତ୍ପତ୍ତି ହୋଇଥାଏ।
ਗੁਰਮੁਖਿ ਵਰਤੈ ਸਭੁ ਆਪੇ ਸਚਾ ਗੁਰਮੁਖਿ ਉਪਾਇ ਸਮਾਵਣਿਆ ॥੧॥
ସେହି ସତ୍ୟ ପରମେଶ୍ଵର ସ୍ଵୟଂ ହିଁ ଗୁରୁଙ୍କ ରୂପରେ ସର୍ବବ୍ୟାପକ ଅଛନ୍ତି। ଗୁରୁ ପରମେଶ୍ଵର ସ୍ଵୟଂ ହିଁ ସୃଷ୍ଟି ରଚନା କରି ଏଥିରେ ରହନ୍ତି। ॥1॥
ਹਉ ਵਾਰੀ ਜੀਉ ਵਾਰੀ ਗੁਰੁ ਪੂਰਾ ਮੰਨਿ ਵਸਾਵਣਿਆ ॥
ମୁଁ ତନ ମନରେ ତାହାଙ୍କ ପ୍ରତି ସମର୍ପିତ ଅଟେ, ଯିଏ ପୂର୍ଣ୍ଣ ଗୁରୁଙ୍କୁ ନିଜ ହୃଦୟରେ ବସାଇଥାଏ।
ਗੁਰ ਤੇ ਸਾਤਿ ਭਗਤਿ ਕਰੇ ਦਿਨੁ ਰਾਤੀ ਗੁਣ ਕਹਿ ਗੁਣੀ ਸਮਾਵਣਿਆ ॥੧॥ ਰਹਾਉ ॥
ଗୁରୁଙ୍କ ଠାରୁ ହିଁ ମନୁଷ୍ୟକୁ ଶାନ୍ତି ପ୍ରାପ୍ତ ହୋଇଥାଏ ଆଉ ସେ ଦିନ ରାତି ଭଗବାନଙ୍କୁ ଭକ୍ତି କରୁଥାଏ। ସେ ପ୍ରଭୁଙ୍କ ଗୁଣ ନିଜ ମୁଖରେ ଉଚ୍ଚରିତ କରିଥାଏ ଆଉ ଗୁଣର ସ୍ଵାମୀ ପରମାତ୍ମାଙ୍କ ଠାରେ ରହିଥାଏ ॥1॥ରୁହ॥
ਗੁਰਮੁਖਿ ਧਰਤੀ ਗੁਰਮੁਖਿ ਪਾਣੀ ॥
ଗୁରୁ ହି ଧରିତ୍ରୀ, ଜଳ,
ਗੁਰਮੁਖਿ ਪਵਣੁ ਬੈਸੰਤਰੁ ਖੇਲੈ ਵਿਡਾਣੀ ॥
ପବନ ଏବଂ ଅଗ୍ନିକୁ ଜାତ କରିଛନ୍ତି ଆଉ ଗୁରୁ ସ୍ଵୟଂ ହିଁ ଏକ ଅଦ୍ଭୁତ ଖେଳ ଖେଳୁଛନ୍ତି।
ਸੋ ਨਿਗੁਰਾ ਜੋ ਮਰਿ ਮਰਿ ਜੰਮੈ ਨਿਗੁਰੇ ਆਵਣ ਜਾਵਣਿਆ ॥੨॥
ଗୁରୁହୀନ ସେହି ବ୍ୟକ୍ତି ହୋଇଥାଏ, ଯିଏ ଗୁର୍ଙ୍କ କଥା ମାନେ ନାହିଁ ଏବଂ ଜନ୍ମ-ମରଣ ଚକ୍ରରେ ପଡିଥାଏ। ॥2॥
ਤਿਨਿ ਕਰਤੈ ਇਕੁ ਖੇਲੁ ਰਚਾਇਆ ॥
ସେହି ସୃଷ୍ଟିକର୍ତ୍ତା ପରମେଶ୍ଵର ଏହି ଜଗତରେ ନିଜେ ଏକ ଖେଳ ରଚନା କରିଛନ୍ତି।
ਕਾਇਆ ਸਰੀਰੈ ਵਿਚਿ ਸਭੁ ਕਿਛੁ ਪਾਇਆ ॥
ସେ ମାନବ ଶରୀରରେ ସବୁ କିଛି ଦେଇଛନ୍ତି
ਸਬਦਿ ਭੇਦਿ ਕੋਈ ਮਹਲੁ ਪਾਏ ਮਹਲੇ ਮਹਲਿ ਬੁਲਾਵਣਿਆ ॥੩॥
ଯେଉଁ ବ୍ୟକ୍ତି ଶବ୍ଦ ଦ୍ଵାରା ଭଗବାନଙ୍କ ଆତ୍ମସ୍ଵରୂପର ଭେଦ ବୁଝିନେଇଛି, ଭଗବାନ ସେହି ବ୍ୟକ୍ତିକୁ ନିଜ ଆତ୍ମସ୍ଵରୂପକୁ ଆମନ୍ତ୍ରି କରି ନେଇଥାନ୍ତି ॥3॥
ਸਚਾ ਸਾਹੁ ਸਚੇ ਵਣਜਾਰੇ ॥
ସେହି ପରମାତ୍ମା ହିଁ ସଚ୍ଚା ସାହୁକାର ଅଟନ୍ତି ଆଉ ଜୀବ ସଚ୍ଚା ବ୍ୟାପାରୀ ଅଟେ।
ਸਚੁ ਵਣੰਜਹਿ ਗੁਰ ਹੇਤਿ ਅਪਾਰੇ ॥
ଜୀବ ଅନନ୍ତ ପ୍ରଭୁଙ୍କ ରୂପ ଗୁରୁ ସହିତ ପ୍ରେମ କରି ସତ୍ୟନାମର ବ୍ୟାପାର କରିଥାଏ।
ਸਚੁ ਵਿਹਾਝਹਿ ਸਚੁ ਕਮਾਵਹਿ ਸਚੋ ਸਚੁ ਕਮਾਵਣਿਆ ॥੪॥
ସେ ସତ୍ୟନାମ କିଣିଥାଏ ଓ ସତ୍ୟନାମ ଅର୍ଜନ କରିଥାଏ। ସେ ସତ୍ୟ ଦ୍ଵାରା ସତ୍ୟନାମ ହିଁ ଅର୍ଜନ କରିଥାଏ ॥4॥
ਬਿਨੁ ਰਾਸੀ ਕੋ ਵਥੁ ਕਿਉ ਪਾਏ ॥
ସତ୍ୟନାମର ପୁଞ୍ଜି ବିନା ସତ୍ୟନାମ ରୂପୀ ବସ୍ତୁକୁ କିଏ କିପରି ପ୍ରାପ୍ତ କରିପାରିବ?
ਮਨਮੁਖ ਭੂਲੇ ਲੋਕ ਸਬਾਏ ॥
ମନମୁଖ ବ୍ୟକ୍ତି ପଥଭ୍ରଷ୍ଟ ହୋଇଥାଏ
ਬਿਨੁ ਰਾਸੀ ਸਭ ਖਾਲੀ ਚਲੇ ਖਾਲੀ ਜਾਇ ਦੁਖੁ ਪਾਵਣਿਆ ॥੫॥
ଆଉ ନାମ ରୂପୀ ପୁଞ୍ଜି ବିନା ସେ ଦୁନିଆରୁ ଖାଲି ହାତରେ ଚାଲିଯାଏ ଆଉ ଖାଲି ହାତ ବଡ ଦୁଃଖୀ ହୋଇଥାଏ ॥5॥
ਇਕਿ ਸਚੁ ਵਣੰਜਹਿ ਗੁਰ ਸਬਦਿ ਪਿਆਰੇ ॥
ଯେଉଁ ବ୍ୟକ୍ତି ଗୁରୁଙ୍କ ଶବ୍ଦ ଦ୍ଵାରା ସତ୍ୟନାମର ବ୍ୟାପାର କରିଥାଏ,
ਆਪਿ ਤਰਹਿ ਸਗਲੇ ਕੁਲ ਤਾਰੇ ॥
ସେ ଭବସାଗରରୁ ପାର ହୋଇଯାଏ ଆଉ ନିଜ ବଂଶର ସମସ୍ତଙ୍କୁ ପାର କରାଇଦିଏ।
ਆਏ ਸੇ ਪਰਵਾਣੁ ਹੋਏ ਮਿਲਿ ਪ੍ਰੀਤਮ ਸੁਖੁ ਪਾਵਣਿਆ ॥੬॥
ଏପରି ଲୋକଙ୍କ ହିଁ ଜନ୍ମ ସଫଳ ହୋଇଥାଏ ଆଉ ସେମାନେ ନିଜ ପ୍ରିୟ ପ୍ରଭୁଙ୍କୁ ମିଳି ଖୁସିରେ ରହିଥାନ୍ତି ॥6॥
ਅੰਤਰਿ ਵਸਤੁ ਮੂੜਾ ਬਾਹਰੁ ਭਾਲੇ ॥
ପ୍ରତ୍ୟେକ ବ୍ୟକ୍ତିର ହୃଦୟରେ ନାମ ରୂପୀ ବସ୍ତୁ ବିଦ୍ୟମାନ ଅଛି, ପରନ୍ତୁ, ମୂର୍ଖ ମନମୁଖ ଏହାକୁ ନିଜ ଶରୀର ବାହାରେ ଖୋଜୁଥାଏ।
ਮਨਮੁਖ ਅੰਧੇ ਫਿਰਹਿ ਬੇਤਾਲੇ ॥
ଜ୍ଞାନହୀନ ମନମୁଖ ପ୍ରେତ ପରି ପାଗଳ ହୋଇ ବୁଲୁଥାଏ।
ਜਿਥੈ ਵਥੁ ਹੋਵੈ ਤਿਥਹੁ ਕੋਇ ਨ ਪਾਵੈ ਮਨਮੁਖ ਭਰਮਿ ਭੁਲਾਵਣਿਆ ॥੭॥
ଯେଉଁଠି ନାମ ରୂପୀ ବସ୍ତୁ ମିଳିଥାଏ, ସେଇଠି କେହି ମଧ୍ୟ ତାହାକୁ ପ୍ରାପ୍ତ କରିନଥାଏ। ମନମୁଖ ବ୍ୟକ୍ତି ଭ୍ରମରେ ଫସି ବୁଲୁଥାଏ। ॥7॥
ਆਪੇ ਦੇਵੈ ਸਬਦਿ ਬੁਲਾਏ ॥
ପରମାତ୍ମା ସ୍ଵୟଂ ହିଁ ଜୀବକୁ ଆମନ୍ତ୍ରିତ କରି ଶବ୍ଦ ଦ୍ଵାରା ନାମ ରୂପୀ ବସ୍ତୁ ଦେଇଥାନ୍ତି।
ਮਹਲੀ ਮਹਲਿ ਸਹਜ ਸੁਖੁ ਪਾਏ ॥
ଜୀବ ପରମାତ୍ମାଙ୍କ ସ୍ଵରୂପରେ ପହଞ୍ଚି ପରମାନନ୍ଦ ଏବଂ ସୁଖ ଭୋଗିଥାଏ।
ਨਾਨਕ ਨਾਮਿ ਮਿਲੈ ਵਡਿਆਈ ਆਪੇ ਸੁਣਿ ਸੁਣਿ ਧਿਆਵਣਿਆ ॥੮॥੧੩॥੧੪॥
ହେ ନାନକ! ନାମରେ ଲୀନ ରହିବା ବାଲାକୁ ଭଗବାନଙ୍କ ଦରବାରରେ ବଡ ଶୋଭା ମିଳିଥାଏ ଆଉ ସେ ସ୍ଵୟଂ ହିଁ ଶୁଣି ଶୁଣି ଧ୍ୟାନ ଲଗାଇଥାଏ ॥8॥13॥14॥
ਮਾਝ ਮਹਲਾ ੩ ॥
ମାଝ ମହଲା 3 ॥
ਸਤਿਗੁਰ ਸਾਚੀ ਸਿਖ ਸੁਣਾਈ ॥
ସଦଗୁରୁ ଏହି ସଚ୍ଚା ଶିକ୍ଷା ଶୁଣାଇଛନ୍ତି ଯେ