ODIA PAGE 1185

ਬਾਹ ਪਕਰਿ ਭਵਜਲੁ ਨਿਸਤਾਰਿਓ ॥੨॥
ବାହୁ ଧରି ମୋତେ ସଂସାର-ସାଗରରୁ ପାର କରି ଦେଇଛନ୍ତି||2||

ਪ੍ਰਭਿ ਕਾਟਿ ਮੈਲੁ ਨਿਰਮਲ ਕਰੇ ॥
ପ୍ରଭୁ ମୋର ମନ୍ଦକର୍ମର ମଇଳା ଦୂର କରି ଦେଇଛନ୍ତି,

ਗੁਰ ਪੂਰੇ ਕੀ ਸਰਣੀ ਪਰੇ ॥੩॥
ବର୍ତ୍ତମାନ ପୂର୍ଣ୍ଣ ଗୁରୁଙ୍କ ଶରଣରେ ପଡି ରହିଥାଏ||3||

ਆਪਿ ਕਰਹਿ ਆਪਿ ਕਰਣੈਹਾਰੇ ॥
ଏହା ଈଶ୍ଵରଙ୍କ ଲୀଳା ଯେ ସେହି ସର୍ବକର୍ତ୍ତା ସ୍ଵୟଂ ହିଁ କରିଥାନ୍ତି।

ਕਰਿ ਕਿਰਪਾ ਨਾਨਕ ਉਧਾਰੇ ॥੪॥੪॥੧੭॥
ହେ ନାନକ! ସେ କୃପା କରି ଉଦ୍ଧାର କରି ଦେଇଥାନ୍ତି||4||4||17||

ਬਸੰਤੁ ਮਹਲਾ ੫
ବସନ୍ତ ମହଲା5 

ੴ ਸਤਿਗੁਰ ਪ੍ਰਸਾਦਿ ॥
ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।

ਦੇਖੁ ਫੂਲ ਫੂਲ ਫੂਲੇ ॥
ଦେଖ ଖୁସିର ଫୁଲ ହିଁ ଫୁଲ ଖେଳି ଯାଇଛି,

ਅਹੰ ਤਿਆਗਿ ਤਿਆਗੇ ॥
ହେ ମନୁଷ୍ୟ! ଅହଂକୁ ପୂର୍ଣ୍ଣ ଭାବରେ ତ୍ୟାଗ କର। 

ਚਰਨ ਕਮਲ ਪਾਗੇ ॥
ଚରଣ କମଳରେ ଲୀନ ହେବା ଦ୍ଵାରା

ਤੁਮ ਮਿਲਹੁ ਪ੍ਰਭ ਸਭਾਗੇ ॥
ତୁମକୁ ପ୍ରଭୁ ମିଳି ପାରନ୍ତି,

ਹਰਿ ਚੇਤਿ ਮਨ ਮੇਰੇ ॥ ਰਹਾਉ ॥
ଏଥିପାଇଁ, ହେ ମୋର ମନ! ଈଶ୍ଵରଙ୍କ ଚିନ୍ତନ କର॥ରୁହ॥

ਸਘਨ ਬਾਸੁ ਕੂਲੇ ॥
କିଛି ବୃକ୍ଷ ଛାୟା ଦେଇଥାଏ, କୋମଳ ହୋଇଥାଏ, ପରନ୍ତୁ 

ਇਕਿ ਰਹੇ ਸੂਕਿ ਕਠੂਲੇ ॥
କିଛି ଶୁଷ୍କ ଏବଂ କଠିନ ହୋଇଥାଏ। 

ਬਸੰਤ ਰੁਤਿ ਆਈ ॥ ਪਰਫੂਲਤਾ ਰਹੇ ॥੧॥
ବସନ୍ତ ଋତୁର ଆଗମନରେ ସଂପୂର୍ଣ୍ଣ ବନସ୍ପତି ପ୍ରଫୁଲ୍ଲିତ ହୋଇଥାଏ||1||

ਅਬ ਕਲੂ ਆਇਓ ਰੇ ॥
ହେ ଜୀବ! ବର୍ତ୍ତମାନ କଳିଯୁଗ ଆସି ଯାଇଛି,

ਇਕੁ ਨਾਮੁ ਬੋਵਹੁ ਬੋਵਹੁ ॥
ଶରୀର ରୂପୀ ପ୍ରଭୁନାମ ବୁଣ,

ਅਨ ਰੂਤਿ ਨਾਹੀ ਨਾਹੀ ॥
ଅନ୍ୟ ଋତୁରେ ବୁଣାଯାଇ ପାରିବ ନାହିଁ।

ਮਤੁ ਭਰਮਿ ਭੂਲਹੁ ਭੂਲਹੁ ॥
ଏଣୁ ପ୍ରଭୁଙ୍କ ନାମ ବୁଣ, ହେ ମନ! କୌଣସି ଭ୍ରମରେ ରୁହ ନାହିଁ, କାରଣ

ਗੁਰ ਮਿਲੇ ਹਰਿ ਪਾਏ ॥ ਜਿਸੁ ਮਸਤਕਿ ਹੈ ਲੇਖਾ ॥
ଗୁରୁଙ୍କ ମିଳନ ପରେ ପରମାତ୍ମା ପ୍ରାପ୍ତ ହୋଇଥାନ୍ତି, ଯାହାର କପାଳରେ ଭାଗ୍ୟ ହୋଇଥାଏ।

ਮਨ ਰੁਤਿ ਨਾਮ ਰੇ ॥
ହେ ମନ! ଏହି ଋତୁ ପ୍ରଭୁନାମ ସ୍ମରଣର ଅଟେ,

ਗੁਨ ਕਹੇ ਨਾਨਕ ਹਰਿ ਹਰੇ ਹਰਿ ਹਰੇ ॥੨॥੧੮॥
ଏଣୁ ନାନକ ମଧ୍ୟ ଈଶ୍ଵରଙ୍କ ଯଶୋଗାନ କରୁଅଛନ୍ତି||2||18||

ਬਸੰਤੁ ਮਹਲਾ ੫ ਘਰੁ ੨ ਹਿੰਡੋਲ
ବସନ୍ତ ମହଲା 5 ଘର 2 ହିଣ୍ଡୋଲ

ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।                                            

ਹੋਇ ਇਕਤ੍ਰ ਮਿਲਹੁ ਮੇਰੇ ਭਾਈ ਦੁਬਿਧਾ ਦੂਰਿ ਕਰਹੁ ਲਿਵ ਲਾਇ ॥
ମୋର ଭାଇ! ତୁମେ ସମସ୍ତେ ଏକତ୍ର ହୋଇ ସତସଙ୍ଗରେ ମିଳନ କର ଆଉ ଈଶ୍ଵରଙ୍କ ଠାରେ ଧ୍ୟାନ ଲଗାଇ ଦ୍ଵିଧା ଦୂର କର।

ਹਰਿ ਨਾਮੈ ਕੇ ਹੋਵਹੁ ਜੋੜੀ ਗੁਰਮੁਖਿ ਬੈਸਹੁ ਸਫਾ ਵਿਛਾਇ ॥੧॥
ହରିନାମର ଭଜନ କରିବା ବାଲା ସହିତ ରୁହ ଏବଂ ଗୁରୁଙ୍କ ସମ୍ମୁଖରେ ବାସ କର||1||

ਇਨੑ ਬਿਧਿ ਪਾਸਾ ਢਾਲਹੁ ਬੀਰ ॥
ହେ ଭାଇ! ଏହି ପ୍ରକାରେ ବାଜି ଖେଳି ଶୁଭକର୍ମର ପଶା ଖେଳ।

ਗੁਰਮੁਖਿ ਨਾਮੁ ਜਪਹੁ ਦਿਨੁ ਰਾਤੀ ਅੰਤ ਕਾਲਿ ਨਹ ਲਾਗੈ ਪੀਰ ॥੧॥ ਰਹਾਉ ॥
ଗୁରୁଙ୍କ ସମ୍ମୁଖରେ ଦିନରାତି ପରମାତ୍ମାଙ୍କ ନାମ ଜପ କର, ଏହାଦ୍ୱାରା ଅନ୍ତିମ ସମୟରେ କୌଣସି ଦୁଃଖ-କ୍ଲେଶ ରହେ ନାହିଁ॥1॥ରୁହ॥

ਕਰਮ ਧਰਮ ਤੁਮ੍ਹ੍ਹ ਚਉਪੜਿ ਸਾਜਹੁ ਸਤੁ ਕਰਹੁ ਤੁਮ੍ਹ੍ਹ ਸਾਰੀ ॥
ଶୁଭ କର୍ମ ଓ ଧର୍ମର ପଶା ବନାଅ। 

ਕਾਮੁ ਕ੍ਰੋਧੁ ਲੋਭੁ ਮੋਹੁ ਜੀਤਹੁ ਐਸੀ ਖੇਲ ਹਰਿ ਪਿਆਰੀ ॥੨॥
କାମ, କ୍ରୋଧ, ଲୋଭ ଏବଂ ମୋହ ଉପରେ ବିଜୟ ପ୍ରାପ୍ତ କର, ଏହି ଖେଳ ଈଶ୍ଵରଙ୍କ ପ୍ରିୟ ଅଟେ||2||

ਉਠਿ ਇਸਨਾਨੁ ਕਰਹੁ ਪਰਭਾਤੇ ਸੋਏ ਹਰਿ ਆਰਾਧੇ ॥
ପ୍ରଭାତ କାଳରେ ଉଠି ସ୍ନାନ କର ଏବଂ ଈଶ୍ଵରଙ୍କ ଆରାଧନାରେ ଲୀନ ହୁଅ।

ਬਿਖੜੇ ਦਾਉ ਲੰਘਾਵੈ ਮੇਰਾ ਸਤਿਗੁਰੁ ਸੁਖ ਸਹਜ ਸੇਤੀ ਘਰਿ ਜਾਤੇ ॥੩॥
ଏହିପରି ମୋର ସଚ୍ଚା ଗୁରୁ ଜୀବନର ବାଜିରୁ ପାର କରାଇ ଦେଇଛନ୍ତି ଏବଂ ଜୀବ ସୁଖପୂର୍ବକ ନିଜ ସଚ୍ଚା ଘରେ ପହଞ୍ଚି ଯାଏ||3||

ਹਰਿ ਆਪੇ ਖੇਲੈ ਆਪੇ ਦੇਖੈ ਹਰਿ ਆਪੇ ਰਚਨੁ ਰਚਾਇਆ ॥
ଈଶ୍ଵର ସ୍ଵୟଂ ହିଁ ଖେଳ ଖେଳିଥାନ୍ତି, ଦେଖିଥାନ୍ତି ଆଉ ସେ ଏହି ଜଗତର ରଚନା କରିଛନ୍ତି। 

ਜਨ ਨਾਨਕ ਗੁਰਮੁਖਿ ਜੋ ਨਰੁ ਖੇਲੈ ਸੋ ਜਿਣਿ ਬਾਜੀ ਘਰਿ ਆਇਆ ॥੪॥੧॥੧੯॥
ହେ ନାନକ! ଯେଉଁ ବ୍ୟକ୍ତି ଗୁରୁଙ୍କ ସାନ୍ନିଧ୍ୟରେ ଜୀବନ ରୂପୀ ଖେଳ ଖେଳିଥାଏ, ସେ ହିଁ ଜୀବନ ବାଜି ଜିତି ନିଜ ଘରକୁ ଆସିଥାଏ||4||1||19||

ਬਸੰਤੁ ਮਹਲਾ ੫ ਹਿੰਡੋਲ ॥
ବସନ୍ତ ମହଲା 5 ଘର 2 ହିଣ୍ଡୋଲ

ਤੇਰੀ ਕੁਦਰਤਿ ਤੂਹੈ ਜਾਣਹਿ ਅਉਰੁ ਨ ਦੂਜਾ ਜਾਣੈ ॥
ହେ ସ୍ରଷ୍ଟା! ନିଜ ପ୍ରକୃତିକୁ ତୁ ହିଁ ଜାଣୁ, ଅନ୍ୟ କେହି ଜାଣନ୍ତି ନାହିଁ। 

ਜਿਸ ਨੋ ਕ੍ਰਿਪਾ ਕਰਹਿ ਮੇਰੇ ਪਿਆਰੇ ਸੋਈ ਤੁਝੈ ਪਛਾਣੈ ॥੧॥
ହେ ମୋର ପ୍ରିୟ! ଯାହା ଉପରେ ତୁ କୃପା କରୁ, ସେ ହିଁ ତୋତେ ଜାଣିଥାଏ||1||

ਤੇਰਿਆ ਭਗਤਾ ਕਉ ਬਲਿਹਾਰਾ ॥
ମୁଁ ତୋର ଭକ୍ତ ପ୍ରତି ସମର୍ପିତ ଯାଇଥାଏ। 

ਥਾਨੁ ਸੁਹਾਵਾ ਸਦਾ ਪ੍ਰਭ ਤੇਰਾ ਰੰਗ ਤੇਰੇ ਆਪਾਰਾ ॥੧॥ ਰਹਾਉ ॥
ହେ ପ୍ରଭୁ! ତୋର ସ୍ଥାନ ବହୁତ ସୁନ୍ଦର ଅଟେ ଆଉ ତୋର ଲୀଳା ବିଚିତ୍ର ଅଟେ॥1॥ରୁହ॥

ਤੇਰੀ ਸੇਵਾ ਤੁਝ ਤੇ ਹੋਵੈ ਅਉਰੁ ਨ ਦੂਜਾ ਕਰਤਾ ॥
ତୋର ସେବା ଭକ୍ତି ତୋର କୃପା ଦ୍ଵାରା ହିଁ ହୋଇଥାଏ, ଅନ୍ୟ କେହି ତାହାର ଇଛାରେ କରିପାରେ ନାହିଁ। 

ਭਗਤੁ ਤੇਰਾ ਸੋਈ ਤੁਧੁ ਭਾਵੈ ਜਿਸ ਨੋ ਤੂ ਰੰਗੁ ਧਰਤਾ ॥੨॥
ଯିଏ ତୋତେ ଭଲ ଲାଗିଥାଏ, ସେ ହିଁ ତୋର ଭକ୍ତ ଅଟେ, ଯାହାକୁ ତୁ ଭକ୍ତିର ରଙ୍ଗରେ ରଙ୍ଗୀନ କରିଥାଉ||2||

error: Content is protected !!