ਤੈ ਸਾਚਾ ਮਾਨਿਆ ਕਿਹ ਬਿਚਾਰਿ ॥੧॥
ତୁମେ କଣ ଭାବିକରି ଏହାକୁ ସତ ମାନି ବସିଛ।। 1 ।।
ਧਨੁ ਦਾਰਾ ਸੰਪਤਿ ਗ੍ਰੇਹ ॥
ଏହା ଭଲ ଭାବରେ ବୁଝି ନିଅ ଯେ ଧନ- ଦୌଲତ, ପ୍ରିୟର ପତ୍ନୀ, ସମ୍ପତି ତଥା ସୁନ୍ଦର ଘର
ਕਛੁ ਸੰਗਿ ਨ ਚਾਲੈ ਸਮਝ ਲੇਹ ॥੨॥
ଏଥି ମଧ୍ୟରୁ କିଛି ମଧ୍ୟ ସାଙ୍ଗରେ ଯିବ ନାହିଁ।।2।।
ਇਕ ਭਗਤਿ ਨਾਰਾਇਨ ਹੋਇ ਸੰਗਿ ॥
କେବଳ ଇଶ୍ଵରଙ୍କ ଭକ୍ତି ହିଁ ସାଙ୍ଗରେ ରହିଥାଏ।
ਕਹੁ ਨਾਨਕ ਭਜੁ ਤਿਹ ਏਕ ਰੰਗਿ ॥੩॥੪॥
ଏଣୁ ନାନକଙ୍କ କଥନ ଏହା ଯେ ନିମଗ୍ନ ହୋଇକରି ତାହାଙ୍କ ଭଜନ କର।।3।।4।।
ਬਸੰਤੁ ਮਹਲਾ ੯ ॥
ବସନ୍ତ ମହଲା 9।।
ਕਹਾ ਭੂਲਿਓ ਰੇ ਝੂਠੇ ਲੋਭ ਲਾਗ ॥
ହେ ମନୁଷ୍ୟ ! ସଂସାରର ମିଛ ମାୟାରେ ଫସି କଣ ପାଇଁ ଭୁଲି ଯାଉଛ,
ਕਛੁ ਬਿਗਰਿਓ ਨਾਹਿਨ ਅਜਹੁ ਜਾਗ ॥੧॥ ਰਹਾਉ ॥
ଏବେ ମଧ୍ୟ କିଛି ବିଗିଡି ନାହିଁ ସାବଧାନ ହୋଇଯାଅ।।1।।ରୁହ।।
ਸਮ ਸੁਪਨੈ ਕੈ ਇਹੁ ਜਗੁ ਜਾਨੁ ॥
ଏହି ସଂସାରକୁ ସପ୍ନର ସମାନ ଜାଣ ଏବଂ
ਬਿਨਸੈ ਛਿਨ ਮੈ ਸਾਚੀ ਮਾਨੁ ॥੧॥
ଏହି ସତ୍ୟକୁ ମଧ୍ୟ ମାନି ନିଅ ଯେ ଏହା ଏକ କ୍ଷଣରେ ସମାପ୍ତ ହୋଇଯିବ।।। 1।।
ਸੰਗਿ ਤੇਰੈ ਹਰਿ ਬਸਤ ਨੀਤ ॥
ଇଶ୍ଵର ସର୍ବଦା ତୁମ ସହିତ ରହିଥାନ୍ତି,
ਨਿਸ ਬਾਸੁਰ ਭਜੁ ਤਾਹਿ ਮੀਤ ॥੨॥
ହେ ମିତ୍ର ! ଦିନ ରାତି ତାହାଙ୍କ ଭଜନରେ ନିମଗ୍ନ ରୁହ।।2।।
ਬਾਰ ਅੰਤ ਕੀ ਹੋਇ ਸਹਾਇ ॥
ନାନକଙ୍କ କଥନ ଏହା ଯେ ଅନ୍ତିମ ସମୟରେ ଇଶ୍ଵର ହିଁ ସହାୟତା କରନ୍ତି,
ਕਹੁ ਨਾਨਕ ਗੁਨ ਤਾ ਕੇ ਗਾਇ ॥੩॥੫
ଏଣୁ ତାଙ୍କର ଗୁଣ ଗାନକର।।3।। 5।।
ਬਸੰਤੁ ਮਹਲਾ ੧ ਅਸਟਪਦੀਆ ਘਰੁ ੧ ਦੁਤੁਕੀਆ
ବସନ୍ତ ମହଲା 1 ଅଷ୍ଟପଦୀ ଘର 1 ଦୁତୁକୀ
ੴ ਸਤਿਗੁਰ ਪ੍ਰਸਾਦਿ ॥
ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁ ରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਜਗੁ ਕਊਆ ਨਾਮੁ ਨਹੀ ਚੀਤਿ ॥
ଏହି ସଂସାର କାଉ ଅଟେ, ପରମାତ୍ମାଙ୍କୁ ମନେ ପକାଏ ନାହିଁ।
ਨਾਮੁ ਬਿਸਾਰਿ ਗਿਰੈ ਦੇਖੁ ਭੀਤਿ ॥
ସେ ପ୍ରଭୁଙ୍କ ନାମ ଭୁଲିକରି ମନ୍ଦ ରୁଟି ବେଲିଥାଏ।
ਮਨੂਆ ਡੋਲੈ ਚੀਤਿ ਅਨੀਤਿ ॥
ମନରେ ଦୁଷ୍ଟତା ଏବଂ ଖରାପ ଆଚରଣ ଭରି ରହିଥିବାରୁ ଏହାର ମନ ଝୁଲି ରହିଥାଏ,
ਜਗ ਸਿਉ ਤੂਟੀ ਝੂਠ ਪਰੀਤਿ ॥੧॥
ଏହା ଦେଖିକରି ଜଗତରୁ ଆମର ମିଛ ପ୍ରୀତି ଭାଙ୍ଗିଯାଏ।।1।।
ਕਾਮੁ ਕ੍ਰੋਧੁ ਬਿਖੁ ਬਜਰੁ ਭਾਰੁ ॥
କାମ, କ୍ରୋଧର ବିଷ ଭାରି ବୋଝ ଅଟେ,
ਨਾਮ ਬਿਨਾ ਕੈਸੇ ਗੁਨ ਚਾਰੁ ॥੧॥ ਰਹਾਉ ॥
ପ୍ରଭୁଙ୍କ ନାମ ଭଜନ କରିବା ବିନା କେମିତି ସଦବ୍ୟବହାର ହୋଇପାରିବ।।।1।।ରୁହ ।।
ਘਰੁ ਬਾਲੂ ਕਾ ਘੂਮਨ ਘੇਰਿ ॥
ଏହି ମନ ବାଲିର ଘର ଅଟେ,
ਬਰਖਸਿ ਬਾਣੀ ਬੁਦਬੁਦਾ ਹੇਰਿ ॥
ଯେଉଁଠି ସାଂସାରିକ ଭଅଁର ଫସି ରହିଛି ଏବଂ ଜୀବନ ଫୋଟକା ମଧ୍ୟରେ ଦେଖାଯାଉଛି।
ਮਾਤ੍ਰ ਬੂੰਦ ਤੇ ਧਰਿ ਚਕੁ ਫੇਰਿ ॥
ରଚନାହାର ରଚନାକାରି ପ୍ରକୃତିର ଚକ୍ର ବୁଲାଇକରି ବିନ୍ଦୁ ମାତ୍ରରେ ଶରୀରର ରଚନା କରିଛନ୍ତି,
ਸਰਬ ਜੋਤਿ ਨਾਮੈ ਕੀ ਚੇਰਿ ॥੨॥
ସମସ୍ତଙ୍କ ମଧ୍ୟରେ ତାଙ୍କର ଜ୍ୟୋତି ବିଦ୍ୟମାନ ଅଟେ ଏବଂ ଆତ୍ମା ସେହି ନାମର ସେବିକା ଅଟେ ।।2।।
ਸਰਬ ਉਪਾਇ ਗੁਰੂ ਸਿਰਿ ਮੋਰੁ ॥
ସଂପୂର୍ଣ୍ଣ ସଂସାରର ଉତ୍ପନ୍ନ କରିଥିବା ପରମେଶ୍ବର ହିଁ ମୋର ଗୁରୁ ଅଟନ୍ତି।
ਭਗਤਿ ਕਰਉ ਪਗ ਲਾਗਉ ਤੋਰ ॥
ମୋର ଏହା ଇଛା ଯେ ତୁମର ଚରଣରେ ଲୀନ ହୋଇକରି ତୁମର ଭକ୍ତିରେ ବୁଡି ରହିବି ।
ਨਾਮਿ ਰਤੋ ਚਾਹਉ ਤੁਝ ਓਰੁ ॥
ତୋ’ ନାମ ସ୍ମରଣରେ ଲୀନ ରହିବି||3||
ਪਤਿ ਖੋਈ ਬਿਖੁ ਅੰਚਲਿ ਪਾਇ ॥
ସେହି ବିଷୟ ବିକାର ରେ ଲୀନ ରହିକରି ନିଜର ପ୍ରତିଷ୍ଠା ହଜାଇ ଦିଏ।
ਨਾਮੁਦੁਰਾਇਚਲੈਸੋਚੋਰੁ॥੩॥
ଯେଉଁ ବ୍ୟକ୍ତି ପରମାତ୍ମାଙ୍କ ନାମ ଭଜନରୁ ଦୂର ରହିକରି ଚାଲିଥାଏ, ସେ ଚୋରା ସମାନ ଅଟେ।। 3।।
ਸਾਚ ਨਾਮਿ ਰਤੋ ਪਤਿ ਸਿਉ ਘਰਿ ਜਾਇ ॥
କିନ୍ତୁ ଯାହା ପରମାତ୍ମାଙ୍କ ସତ୍ୟ ନାମ ସହ ଲୀନ ରହିଥାଏ,ସେ ସମ୍ମାନ ପୂର୍ବକ ନିଜର ସତ୍ୟ ଘରକୁ ଯାଇଥାଏ।
ਜੋ ਕਿਛੁ ਕੀਨੑਸਿ ਪ੍ਰਭੁ ਰਜਾਇ ॥
ହା କିଛି ପରମାତ୍ମା କରିଥାନ୍ତି, ନିଜ ଇଛାରେ କରିଥାନ୍ତି।
ਭੈ ਮਾਨੈ ਨਿਰਭਉ ਮੇਰੀ ਮਾਇ ॥੪॥
ହେ ମୋର ମାଆ! ଯିଏ ତାହାଙ୍କ ଭୟ ମାନି ଥାଏ, ତାହା ହିଁ ନିର୍ଭୟ ଅଟେ ।।4।।
ਕਾਮਨਿ ਚਾਹੈ ਸੁੰਦਰਿ ਭੋਗੁ ॥
ଜୀବ ରୂପୀ କାମିନୀ ସୁନ୍ଦର ପଦାର୍ଥର ଭୋଗ ଚାହିଁ ଥାଏ,
ਪਾਨ ਫੂਲ ਮੀਠੇ ਰਸ ਰੋਗ ॥
ପରନ୍ତୁ ପାନ ଫୁଲ ମିଠା ରସ ସବୁ ରୋଗ ସୃଷ୍ଟି କରିଥାନ୍ତି।
ਖੀਲੈ ਬਿਗਸੈ ਤੇਤੋ ਸੋਗ ॥
ଯେତିକି ସେ ସଂସାରର ପଦାର୍ଥରେ ରତ ରହିକରି ଖୁସି ହୋଇଥାଏ,ସେତିକି ହିଁ ଦୁଃଖୀ ହୋଇଥାଏ।
ਪ੍ਰਭ ਸਰਣਾਗਤਿ ਕੀਨੑਸਿ ਹੋਗ ॥੫॥
ପ୍ରଭୁଙ୍କ ଶରଣରେ ରହିବା ଦରକାର, ସେ ଯାହା କରନ୍ତି, ତାହା ହୋଇଥାଏ।।5।।
ਕਾਪੜੁ ਪਹਿਰਸਿ ਅਧਿਕੁ ਸੀਗਾਰੁ ॥
ଜୀବ ରୂପୀ କାମିନୀ ସୁନ୍ଦର ବସ୍ତ୍ର ଧାରଣ କରିଥାଏ ଏବଂ ବହୁତ ଶୃଙ୍ଗାର କରିଥାଏ।
ਮਾਟੀ ਫੂਲੀ ਰੂਪੁ ਬਿਕਾਰੁ ॥
ନିଜର ସୁନ୍ଦର ଶରୀର ଦେଖିକରି ସେ ବହୁତ ପ୍ରସନ୍ନ ହୋଇଥାଏ ଏବଂ ତାହାର ରୂପ ବିକାରକୁ ଆହୁରି ପ୍ରୋତ୍ସାହିତ କରିଥାଏ
ਆਸਾ ਮਨਸਾ ਬਾਂਧੋ ਬਾਰੁ ॥
ସେ ଜୀବନର ଲାଳସା ଏବଂ କାମନା କାରଣରୁ ନିଜର ଘରକୁ ଜ୍ଞାନର ବିନା ବନ୍ଦ କରି ନିଏ,
ਨਾਮ ਬਿਨਾ ਸੂਨਾ ਘਰੁ ਬਾਰੁ ॥੬॥
ପରନ୍ତୁ ପ୍ରଭୁ ନାମ ବିନା ତାଙ୍କର ଘର ଦ୍ଵାର ପୂରା ଖାଲି ଅଟେ।।6।।
ਗਾਛਹੁ ਪੁਤ੍ਰੀ ਰਾਜ ਕੁਆਰਿ ॥
ହେ ରାଜକୁମାରୀ, ରାଜପୁତ୍ରୀ ମାନେ! ଉଠ ,
ਨਾਮੁ ਭਣਹੁ ਸਚੁ ਦੋਤੁ ਸਵਾਰਿ ॥
ଯାଓ ବ୍ରହ୍ମ ମୁହୂର୍ତ୍ତ ସମୟରେ ପରମାତ୍ମା ଙ୍କ ନାମର ସ୍ତୁତି କର।
ਪ੍ਰਿਉ ਸੇਵਹੁ ਪ੍ਰਭ ਪ੍ਰੇਮ ਅਧਾਰਿ ॥
ପ୍ରଭୁଙ୍କ ପ୍ରେମକୁ ଆଶ୍ରା ବନାଇକରି ସେହି ପ୍ରିୟତମର ଉପାସନା କର।
ਗੁਰ ਸਬਦੀ ਬਿਖੁ ਤਿਆਸ ਨਿਵਾਰਿ ॥੭॥
ଗୁରୁଙ୍କ ଉପଦେଶ ଦ୍ଵାରା ବିକାରର ତୃଷା ନିବାରଣ କର ।।7।।
ਮੋਹਨਿ ਮੋਹਿ ਲੀਆ ਮਨੁ ਮੋਹਿ ॥
ହେ ପ୍ରିୟର ପ୍ରଭୁ ! ତୁମେ ଏହି ମନ ମୋହି ନେଇଛ ଏବଂ
ਗੁਰ ਕੈ ਸਬਦਿ ਪਛਾਨਾ ਤੋਹਿ ॥
ଗୁରୁଙ୍କ ଉପଦେଶ ଦ୍ଵାରା ତାକୁ ଚିହ୍ନି ନେଇଛି ।
ਨਾਨਕ ਠਾਢੇ ਚਾਹਹਿ ਪ੍ਰਭੂ ਦੁਆਰਿ ॥
ଗୁରୁ ନାନକ ବିନତି କରନ୍ତି ଯେ ହେ ପ୍ରଭୁ ! ଆମେ ତୋ ଦ୍ଵାରରେ ଛିଡା ହୋଇଛୁ, ଚାହୁଁଛୁ ଯେ
ਤੇਰੇ ਨਾਮਿ ਸੰਤੋਖੇ ਕਿਰਪਾ ਧਾਰਿ ॥੮॥੧॥
କୃପା କର ଯାହାଦ୍ଵାରା କି ତୁମ ନାମ ଦ୍ଵାରା ସନ୍ତୋଷ ପ୍ରାପ୍ତି ହୋଇପାରିବ ।। 8।।1।।
ਬਸੰਤੁ ਮਹਲਾ ੧ ॥
ବସନ୍ତ ମହଲା 1 ।।
ਮਨੁ ਭੂਲਉ ਭਰਮਸਿ ਆਇ ਜਾਇ ॥
ଭୁଲି ଯାଇଥିବା ମନ ଭଟକିଥାଏ ଏବଂ ଯିବା ଆସିବା କରିଥାଏ,
ਅਤਿ ਲੁਬਧ ਲੁਭਾਨਉ ਬਿਖਮ ਮਾਇ ॥
ସେ ଏତେ ଲୋଭୀ ହୋଇଯାଏ ଯେ ବିଷୟ – ବିକାରର ଲାଭରେ ହିଁ ବ୍ୟାପ୍ତ ରହିଥାଏ।
ਨਹ ਅਸਥਿਰੁ ਦੀਸੈ ਏਕ ਭਾਇ ॥
ଇଶ୍ଵରଙ୍କ ଭକ୍ତିରେ ମଧ୍ୟ ସ୍ଥିର ଦେଖାଯାଏ ନାହିଁ।
ਜਿਉ ਮੀਨ ਕੁੰਡਲੀਆ ਕੰਠਿ ਪਾਇ ॥੧॥
ଏହାର ଦଶା ତ ଏହି ପ୍ରକାର ଅଟେ ଯେମିତି ମାଛ ଗଳାରେ କଣ୍ଟା ଫସାଇ ଦିଏ।। 1 ।।
ਮਨੁ ਭੂਲਉ ਸਮਝਸਿ ਸਾਚ ਨਾਇ ॥
ଭୁଲି ଯାଇଥିବା ମନ ସତ୍ୟ ନାମକୁ ସ୍ମରଣ କରିବା ଦ୍ଵାରା ହିଁ ଠିକ୍ ରାସ୍ତାକୁ ବୁଝିଥାଏ ଏବଂ
ਗੁਰ ਸਬਦੁ ਬੀਚਾਰੇ ਸਹਜ ਭਾਇ ॥੧॥ ਰਹਾਉ ॥
ସ୍ଵାଭାବିକ – ସ୍ବଭାବ ଗୁରୁ ଶବ୍ଦର ଚିନ୍ତନ କରିଥାଏ।।।।ରୁହ।।