ਹਉ ਵਾਰੀ ਜੀਉ ਵਾਰੀ ਨਾਮੁ ਸੁਣਿ ਮੰਨਿ ਵਸਾਵਣਿਆ ॥
ମୁଁ ତାହା ପାଖରେ ତନ ଓ ମନରେ ସମର୍ପିତ ଅଟେ ଯିଏ ଭଗବାନଙ୍କ ନାମକୁ ଶୁଣି ନିଜ ହୃଦୟରେ ବସାଇଥାଏ।
ਹਰਿ ਜੀਉ ਸਚਾ ਊਚੋ ਊਚਾ ਹਉਮੈ ਮਾਰਿ ਮਿਲਾਵਣਿਆ ॥੧॥ ਰਹਾਉ ॥
ହେ ସତ୍ୟସ୍ଵରୂପ ପରମେଶ୍ଵର! ତୁ ସର୍ବଦା ସତ୍ୟ ଏବଂ ସର୍ବ ଉପରେ ଅଛୁ। ଭଗବାନ ଜୀବର ଅହଂକାରକୁ ନଷ୍ଟ ତାହାକୁ ସ୍ଵୟଂ ହିଁ ନିଜ ସାଥିରେ ମିଳନ କରାଇ ଦିଅନ୍ତି। ॥1॥ରୁହ॥
ਹਰਿ ਜੀਉ ਸਾਚਾ ਸਾਚੀ ਨਾਈ ॥
ପୂଜ୍ୟ ପରମେଶ୍ଵର ସତ୍ୟସ୍ଵରୂପ ଅଟନ୍ତି ଆଉ ତାହାଙ୍କ ମହିମା ମଧ୍ୟ ସତ୍ୟ ଅଟେ।
ਗੁਰ ਪਰਸਾਦੀ ਕਿਸੈ ਮਿਲਾਈ ॥
ଗୁରୁଙ୍କ କୃପାରୁ ସେହି ପରମେଶ୍ଵର କେହି ବିରଳକୁ ହିଁ ନିଜ ସାଥିରେ ମିଳାନ୍ତି।
ਗੁਰ ਸਬਦਿ ਮਿਲਹਿ ਸੇ ਵਿਛੁੜਹਿ ਨਾਹੀ ਸਹਜੇ ਸਚਿ ਸਮਾਵਣਿਆ ॥੨॥
ଯେଉଁ ଜୀବ ଗୁରୁ ଦ୍ଵାରା ପ୍ରଭୁଙ୍କ ସହିତ ମିଳନ କରନ୍ତି, ତାପରେ ସେ କେବେ ମଧ୍ୟ ପ୍ରଭୁଙ୍କ ଠାରୁ ବିଚ୍ଛେଦ ହୁଏନାହିଁ ଆଉ ସ୍ଵାଭାବିକ ଭାବରେ ସତ୍ୟରେ ରହିଥାଏ ॥2॥
ਤੁਝ ਤੇ ਬਾਹਰਿ ਕਛੂ ਨ ਹੋਇ ॥
ହେ ପରମେଶ୍ଵର! ତୋର ହୁକୁମ ବାହାରେ କିଛି ମଧ୍ୟ ନାହିଁ।
ਤੂੰ ਕਰਿ ਕਰਿ ਵੇਖਹਿ ਜਾਣਹਿ ਸੋਇ ॥
ତୁ ହିଁ ଜଗତର ରଚନା କରି ତାହାକୁ ଦେଖୁଅଛୁ
ਆਪੇ ਕਰੇ ਕਰਾਏ ਕਰਤਾ ਗੁਰਮਤਿ ਆਪਿ ਮਿਲਾਵਣਿਆ ॥੩॥
ଆଉ ତୁ ହି ସବୁ କିଛି ଜାଣୁ। ସୃଷ୍ଟିକର୍ତ୍ତା ସ୍ଵୟଂ ହିଁ ସବୁକିଛି କରିଥାନ୍ତି ଆଉ ଜୀବ ଦ୍ଵାରା କରାଇଥାନ୍ତି। ସେ ସ୍ଵୟଂ ହିଁ ଗୁରୁଙ୍କ ମତି ଦ୍ଵାରା ଜୀବକୁ ନିଜ ସାଥିରେ ମିଳାଇ ଦିଅନ୍ତି। ॥3॥
ਕਾਮਣਿ ਗੁਣਵੰਤੀ ਹਰਿ ਪਾਏ ॥
ଗୁଣବାନ ଜୀବ-ସ୍ତ୍ରୀ ପ୍ରିୟତମ ପ୍ରଭୁଙ୍କୁ ପାଇନିଏ।
ਭੈ ਭਾਇ ਸੀਗਾਰੁ ਬਣਾਏ ॥
ସେ ପ୍ରଭୁଙ୍କ ଭୟ ଓ ପ୍ରେମକୁ ହିଁ ନିଜ ଶୃଙ୍ଗାର ବନାଇଥାଏ।
ਸਤਿਗੁਰੁ ਸੇਵਿ ਸਦਾ ਸੋਹਾਗਣਿ ਸਚ ਉਪਦੇਸਿ ਸਮਾਵਣਿਆ ॥੪॥
ଯେଉଁ ଜୀବ-ସ୍ତ୍ରୀ ସଦଗୁରୁଙ୍କ ସେବା କରିଥାଏ, ସେ ସଦା ସୁହାଗିନୀ ଆଉ ସେ ସତ୍ୟ ଉପଦେଶରେ ହିଁ ରହିଥାଏ ॥4॥
ਸਬਦੁ ਵਿਸਾਰਨਿ ਤਿਨਾ ਠਉਰੁ ਨ ਠਾਉ ॥
ଯେଉଁ ବ୍ୟକ୍ତି ଭଗବାନଙ୍କ ନାମକୁ ଭୁଲି ଦେଇଥାଏ, ତାହାକୁ ସାହାରା ନେବା ପାଇଁ କେଉଁଠି ମଧ୍ୟ ଆଶ୍ରୟ ଏବଂ ସ୍ଥାନ ମିଳେନାହିଁ।
ਭ੍ਰਮਿ ਭੂਲੇ ਜਿਉ ਸੁੰਞੈ ਘਰਿ ਕਾਉ ॥
ସେ ଭ୍ରମରେ ଫସି ପଥଭ୍ରଷ୍ଟ ହୋଇଥାଏ। ସେ ଜଗତରୁ ଖାଲି ହାତରେ ଚାଲିଯାଏ, ଯେପରି କୌଣସି ପରିତ୍ୟକ୍ତ ଘରୁ କାଉ ଚାଲିଯାଇଥାଏ।
ਹਲਤੁ ਪਲਤੁ ਤਿਨੀ ਦੋਵੈ ਗਵਾਏ ਦੁਖੇ ਦੁਖਿ ਵਿਹਾਵਣਿਆ ॥੫॥
ଏପରି ବ୍ୟକ୍ତି ନିଜର ଲୋକ ପରଲୋକ ଦୁଇଟିକୁ ହରାଇ ଦିଏ ଆଉ ସାରା ଜୀବନ ଦୁଃଖୀ ରହିଥାଏ ॥5॥
ਲਿਖਦਿਆ ਲਿਖਦਿਆ ਕਾਗਦ ਮਸੁ ਖੋਈ ॥
ମନମୁଖ ବ୍ୟକ୍ତି ମାୟାର ଲେଖା ଲେଖି ଲେଖି ଅନେକ କାଗଜ ଏବଂ ସ୍ୟାହି କରିଥାଏ।
ਦੂਜੈ ਭਾਇ ਸੁਖੁ ਪਾਏ ਨ ਕੋਈ ॥
କୌଣସି ବ୍ୟକ୍ତି ମଧ୍ୟ ମାୟାର ମୋହରେ ଫସି ସୁଖ ପାଇନଥାଏ।
ਕੂੜੁ ਲਿਖਹਿ ਤੈ ਕੂੜੁ ਕਮਾਵਹਿ ਜਲਿ ਜਾਵਹਿ ਕੂੜਿ ਚਿਤੁ ਲਾਵਣਿਆ ॥੬॥
ମନମୁଖ ମିଥ୍ୟା ମାୟାର ଲେଖା ଲେଖି ରହିଥାଏ ଆଉ ମିଥ୍ୟା ମାୟା ହିଁ ଅର୍ଜନ କରିଥାଏ। ମିଥ୍ୟା ମାୟାର ମୋହରେ ଚିତ୍ତ ଲଗାଉଥିବା ବ୍ୟକ୍ତି ତୃଷ୍ଣାଗ୍ନିରେ ଜଳି ରହିଥାଏ ॥6॥
ਗੁਰਮੁਖਿ ਸਚੋ ਸਚੁ ਲਿਖਹਿ ਵੀਚਾਰੁ ॥
ଗୁରୁମୁଖ ସତ୍ୟ-ପ୍ରଭୁଙ୍କ ବିଷୟରେ ଲେଖି ରହିଥାଏ।
ਸੇ ਜਨ ਸਚੇ ਪਾਵਹਿ ਮੋਖ ਦੁਆਰੁ ॥
ସେ ସତ୍ୟବାଦୀ ବନିଯାଏ ଆଉ ସେ ମୋକ୍ଷର ଦ୍ଵାର ପ୍ରାପ୍ତ କରିନିଏ।
ਸਚੁ ਕਾਗਦੁ ਕਲਮ ਮਸਵਾਣੀ ਸਚੁ ਲਿਖਿ ਸਚਿ ਸਮਾਵਣਿਆ ॥੭॥
ସତ୍ୟ ନାମ ହିଁ ତାହାର କାଗଜ, କଲମ ଏବଂ ସ୍ୟାହି ଅଟେ। ସେ ପ୍ରଭୁଙ୍କ ମହିମାକୁ ଲେଖି ଲେଖି ସତ୍ଯରେ ହିଁ ରହିଥାଏ ॥7॥
ਮੇਰਾ ਪ੍ਰਭੁ ਅੰਤਰਿ ਬੈਠਾ ਵੇਖੈ ॥
ମୋର ପ୍ରଭୁ ସମସ୍ତ ଜୀବର ହୃଦୟରେ ବସି ତାଙ୍କରି କର୍ମ ଦେଖନ୍ତି।
ਗੁਰ ਪਰਸਾਦੀ ਮਿਲੈ ਸੋਈ ਜਨੁ ਲੇਖੈ ॥
ଯେଉଁ ପୁରୁଷ ଗୁରୁଙ୍କ ଦୟାରୁ ପରମାତ୍ମାଙ୍କୁ ପାଇଥାଏ, ଜଗତକୁ ତାହାର ଆଗମନ ସଫଳ ହୋଇଥାଏ।
ਨਾਨਕ ਨਾਮੁ ਮਿਲੈ ਵਡਿਆਈ ਪੂਰੇ ਗੁਰ ਤੇ ਪਾਵਣਿਆ ॥੮॥੨੨॥੨੩॥
ହେ ନାନକ! ପ୍ରଭୁଙ୍କ ନାମ ଦ୍ଵାରା ତାହାଙ୍କ ଦରବାରରେ ମହାନତା ପ୍ରାପ୍ତ ହୋଇଥାଏ ଆଉ ପୂର୍ଣ୍ଣ ଗୁରୁ ଦ୍ଵାରା ହିଁ ନାମ ପାଇ ହୁଏ। ॥8॥22॥23॥
ਮਾਝ ਮਹਲਾ ੩ ॥
ମାଝ ମହଲା 3 ॥
ਆਤਮ ਰਾਮ ਪਰਗਾਸੁ ਗੁਰ ਤੇ ਹੋਵੈ ॥
ମନୁଷ୍ୟର ହୃଦୟରେ ଆତ୍ମ-ରାମଙ୍କ ପ୍ରକାଶ ଗୁରୁଙ୍କ କୃପାରୁ ହୋଇଥାଏ।
ਹਉਮੈ ਮੈਲੁ ਲਾਗੀ ਗੁਰ ਸਬਦੀ ਖੋਵੈ ॥
ଯେବେ ମନୁଷ୍ୟ ନିଜ ମନରେ ଲାଗିଥିବା ଅହଂତ୍ଵର ମଇଳା ଗୁରୁଙ୍କ ବାଣୀ ଦ୍ଵାରା ସ୍ବଚ୍ଛ କରିଦେଇଥାଏ, ସେତେବେଳେ
ਮਨੁ ਨਿਰਮਲੁ ਅਨਦਿਨੁ ਭਗਤੀ ਰਾਤਾ ਭਗਤਿ ਕਰੇ ਹਰਿ ਪਾਵਣਿਆ ॥੧॥
ତାହାର ନିର୍ମଳ ମନ ଦିନ ରାତି ଭଗବାନଙ୍କ ଭକ୍ତିରେ ମଗ୍ନ ରହିଥାଏ ଆଉ ଭକ୍ତି କରି ସେ ଭଗବାନଙ୍କୁ ପାଇଥାଏ ॥1॥
ਹਉ ਵਾਰੀ ਜੀਉ ਵਾਰੀ ਆਪਿ ਭਗਤਿ ਕਰਨਿ ਅਵਰਾ ਭਗਤਿ ਕਰਾਵਣਿਆ ॥
ମୁଁ ତାଙ୍କ ଉପରେ ତନ ଏବଂ ମନରେ ଉତ୍ସର୍ଗିତ ଅଟେ, ଯିଏ ସ୍ଵୟଂ ମଧ୍ୟ ଭଗବାନଙ୍କୁ ଭକ୍ତି କରିଥାଏ ଆଉ ଅନ୍ୟମାନଙ୍କ ଦ୍ଵାରା ମଧ୍ୟ ଭକ୍ତି କରାଇଥାନ୍ତି।
ਤਿਨਾ ਭਗਤ ਜਨਾ ਕਉ ਸਦ ਨਮਸਕਾਰੁ ਕੀਜੈ ਜੋ ਅਨਦਿਨੁ ਹਰਿ ਗੁਣ ਗਾਵਣਿਆ ॥੧॥ ਰਹਾਉ ॥
ସେହି ଭକ୍ତକୁ ସର୍ବଦା ପ୍ରଣାମ କର, ଯିଏ ରାତି ଦିନ ଈଶ୍ଵରଙ୍କ ଯଶୋଗାନ କରିଥାଏ ॥1॥ରୁହ॥
ਆਪੇ ਕਰਤਾ ਕਾਰਣੁ ਕਰਾਏ ॥
ରଚୟିତା ପ୍ରଭୁ ସ୍ଵୟଂ ହିଁ କାରଣ ବନାଇଥାଏ।
ਜਿਤੁ ਭਾਵੈ ਤਿਤੁ ਕਾਰੈ ਲਾਏ ॥
ଯେପରି ତାହାଙ୍କୁ ଭଲ ଲାଗିଥାଏ, ସେପରି ହିଁ ଜୀବକୁ କାର୍ଯ୍ୟରେ ଲଗାଇ ଥାଆନ୍ତି।
ਪੂਰੈ ਭਾਗਿ ਗੁਰ ਸੇਵਾ ਹੋਵੈ ਗੁਰ ਸੇਵਾ ਤੇ ਸੁਖੁ ਪਾਵਣਿਆ ॥੨॥
ପୂର୍ଣ୍ଣ ସୌଭାଗ୍ୟରୁ ହିଁ ଗୁରୁଦେବଙ୍କ ସେବା କରାଯାଏ ଆଉ ଗୁରୁଙ୍କ ସେବାରୁ ହିଁ ସୁଖ ପ୍ରାପ୍ତି ହୋଇଥାଏ। ॥2॥
ਮਰਿ ਮਰਿ ਜੀਵੈ ਤਾ ਕਿਛੁ ਪਾਏ ॥
ଯଦି ମନୁଷ୍ୟ ନିଜକୁ ନିଜେ ମୋହ ମାୟାରେ ନିର୍ଲିପ୍ତ କରି ପ୍ରଭୁ ଭକ୍ତିରେ ଥାଏ, ତାହାହେଲେ ତାହାକୁ ସବୁକିଛି ପ୍ରାପ୍ତ ହୋଇଥାଏ।
ਗੁਰ ਪਰਸਾਦੀ ਹਰਿ ਮੰਨਿ ਵਸਾਏ ॥
ଗୁରୁଙ୍କ କୃପାରୁ ସେ ଇଶ୍ଵରଙ୍କୁ ନିଜ ହୃଦୟରେ ବସାଇଥାଏ।
ਸਦਾ ਮੁਕਤੁ ਹਰਿ ਮੰਨਿ ਵਸਾਏ ਸਹਜੇ ਸਹਜਿ ਸਮਾਵਣਿਆ ॥੩॥
ଯେଉଁ ପ୍ରାଣୀ ଇଶ୍ଵରଙ୍କୁ ନିଜ ହୃଦୟରେ ବସାଇଥାଏ, ସେ ସବୁ ଦିନ ପାଇଁ ମୁକ୍ତ ହୋଇଯାଏ ଆଉ ସ୍ଵାଭାବିକ ଭାବରେ ପ୍ରଭୁଙ୍କ ଠାରେ ଲୀନ ହୋଇଥାଏ। ॥3॥
ਬਹੁ ਕਰਮ ਕਮਾਵੈ ਮੁਕਤਿ ਨ ਪਾਏ ॥
ଯେଉଁ ବ୍ୟକ୍ତି ଅଧିକ ଧର୍ମ କର୍ମ କରିଥାଏ, ସେ ମୁକ୍ତି ପ୍ରାପ୍ତ କରିପାରେ ନାହିଁ।
ਦੇਸੰਤਰੁ ਭਵੈ ਦੂਜੈ ਭਾਇ ਖੁਆਏ ॥
ଯେଉଁ ବ୍ୟକ୍ତି ଦେଶ-ଦେଶାନ୍ତର ବୁଲୁଥାଏ, ସେ ମଧ୍ୟ ମୋହ ମାୟାରେ ଫସି ନଷ୍ଟ ହୋଇଯାଏ।
ਬਿਰਥਾ ਜਨਮੁ ਗਵਾਇਆ ਕਪਟੀ ਬਿਨੁ ਸਬਦੈ ਦੁਖੁ ਪਾਵਣਿਆ ॥੪॥
କପଟୀ ପ୍ରାଣୀ ବ୍ୟର୍ଥରେ ହିଁ ନିଜ ଜୀବନ ହରାଇଥାଏ। ହରିନାମର ବିନା ସେ ବହୁତ କଷ୍ଟ ସହ୍ୟ କରିଥାଏ ॥4॥
ਧਾਵਤੁ ਰਾਖੈ ਠਾਕਿ ਰਹਾਏ ॥
ଯେଉଁ ବ୍ୟକ୍ତି ବିକାରରେ ପଥଭ୍ରଷ୍ଟ ହୋଇ ନିଜ ମନକୁ ନିୟନ୍ତ୍ରିତ କରିନିଏ,
ਗੁਰ ਪਰਸਾਦੀ ਪਰਮ ਪਦੁ ਪਾਏ ॥
ସେ ଗୁରୁଙ୍କ କୃପାରୁ (ପରମପଦ) ମୋକ୍ଷ ପ୍ରାପ୍ତ କରି ନିଏ।
ਸਤਿਗੁਰੁ ਆਪੇ ਮੇਲਿ ਮਿਲਾਏ ਮਿਲਿ ਪ੍ਰੀਤਮ ਸੁਖੁ ਪਾਵਣਿਆ ॥੫॥
ସଦଗୁରୁ ସ୍ଵୟଂ ହିଁ ଜୀବକୁ ଭଗବାନଙ୍କ ସହିତ ମିଳନ କରାନ୍ତି।ତାପରେ ସେହି ଜୀବ ନିଜ ପ୍ରିୟତମ ପ୍ରଭୁଙ୍କୁ ମିଳନ କରି ସୁଖକୁ ଅନୁଭୂତି କରିଥାଏ ॥5॥